Skandha 11
Adhyaya 8
Couplet 1
ହସି ବୋଲନ୍ତି ବାସୁଦେବଶୁଣ ହେ ଭକତ ଉଦ୍ଧବ
Couplet 2
ହେତୁ କାରଣ ତୁହି ଜାଣିଯେତେ କହିଲୁ ପରିମାଣି
Couplet 3
ବ୍ରହ୍ମା ଶଙ୍କର ଆଦି ଦେବେମୋର ନିକଟେ ଆସି ଏବେ
Couplet 4
ଅନେକ ସ୍ତୁତି କଲେ ପାଶେବୈକୁଣ୍ଠ-ଗମନ-ବିଶ୍ୱାସୋ
Couplet 5
ମୁଁ ଏବେ ଦେବକାର୍ଯ୍ୟ ସାରିଅବନୀଭାର ପରିହରି
Couplet 6
ଏବେ ତ ପ୍ରୟୋଜନ ନାହିଁନିଜ ଭୁବନେ ଯିବି ମୁହିଁ
Couplet 7
ବ୍ରହ୍ମାବଚନ ଇଷ୍ଟ ମୋରଏଣୁ ମନୁଷ୍ୟେ ଅବତାର
Couplet 8
ଏବେ ତୁ ଶୁଣ ମୋ’ ବିଶ୍ୱାସେଆଜହୁଁ ସପତ ଦିବସେ
Couplet 9
ଏ ଯେତେ ମୋର ଯଦୁବଂଶଘୋର କନ୍ଦଳେ ଯିବେ ନାଶ
Couplet 10
ସପ୍ତମଦିନ ରାତ୍ରକାଳେପ୍ରଚଣ୍ଡ ସମୁଦ୍ର ଉଲ୍ଲୋଳେ
Couplet 11
ଏ ଯଦୁପୂରୀ ସିନ୍ଧୁଜଳେବୁଡ଼ି ପଡ଼ିବ ରସାତଳେ
Couplet 12
ମୋର ନିବାସ ମାତ୍ର ଥିବା ଜଳେ ଦ୍ୱାରକା ନାଶ ଯିବ
Couplet 13
ମୁଁ ପୁଣି ଯିବି ନିଜପୁରୀଭୂମି ଦିଶିବ ହତଶିରୀ
Couplet 14
ଲୋକେ ହୋଇବେ ଖଳବଳନାଶିବେ ଭୁବନମଣ୍ଡଳ
Couplet 15
ଶୁଣି ମୋହର ତନୁତ୍ୟାଗଘୋର ଗହନ କଳିଯୁଗ
Couplet 16
ବ୍ରହ୍ମାଣ୍ଡ ମଧ୍ୟେ ବଳେ ପଶିଭୂମି ଜଗତଜନ ନାଶି
Couplet 17
ହରିବ ସର୍ବଜନ୍ତୁ ମନତୁ ଏବେ ଶୁଣ ମୋ’ ବଚନ
Couplet 18
ଦଣ୍ଡେ ନ ରହ ମୋର ସଙ୍ଗେଅରଣ୍ୟେ ପଶ ଯାଇ ବେଗେ
Couplet 19
ଏ ଘୋର କଳିଯୁଗ ଗତିଲୋକେ ହୋଇବେ ଦୁଷ୍ଟମତି
Couplet 20
ହିଂସା ବହିବେ ଏକେ ଏକେସର୍ବେ ମଜ୍ଜିବେ ଦୁଃଖଶୋକେ
Couplet 21
ଅଗମ୍ୟେ କରିବେ ଗମନନିନ୍ଦିବେ ନିଗମ ବଚନ
Couplet 22
ଏଣୁ ହୋଇବେ ଅଳ୍ପାୟୁଷପାପେ ସକଳ ଯିବେ ନାଶ
Couplet 23
ତୁ ଏବେ ଛାଡ଼ି ସୁତ ବିତ୍ତଦାରା ସେବକେ ପ୍ରେମଚିତ୍ତ
Couplet 24
ସକଳ କର୍ମ ଦୂର କରିମୋହର ପାଦେ ଚିତ୍ତ ଧରି
Couplet 25
ପୃଥିବୀ କରି ପର୍ଯ୍ୟଟନଅସତ୍ୟ ଦେଖ ତି୍ରଭୁବନ
Couplet 26
ଦୃଷ୍ଟି ଶ୍ରବଣ ବାକ୍ୟ ମନେଯେତେ ବିଚାରୁ ଅନୁମାନେ
Couplet 27
ଏ ସର୍ବ ମାୟାର ସଂଚାରଏଣେ ତୁ ବିଶ୍ୱାସ ନ କର
Couplet 28
ବିବିଧ କର୍ମେ ଚିତ୍ତ ଭ୍ରମେଅନ୍ଧ ଯେସନେ ଘୋରତମେ
Couplet 29
ସଂସାରେ ଭେଦବୁଦ୍ଧି କରେଦୋଷ ଆଦୋଷ ନ ବିଚାରେ
Couplet 30
ଅକର୍ମ କର୍ମ ବୋଲି ମଣେବିକର୍ମ ବୁଦ୍ଧି ବିଚାରଣ
Couplet 31
ଏଣୁ ମଣଇଁ ଗୁଣ ଦୋଷଭେଦ ବେଭାରେ ବୁଦ୍ଧିଭ୍ରଂଶ
Couplet 32
ବେଦ ବଚନେ ଏହିମତେକର୍ମାନୁସାରେ ନିଜ ପଥେ
Couplet 33
ନିୟତ କର୍ମ ନ କରଇବିକର୍ମେ ଦୋଷ ଗୁଣ ବହି
Couplet 34
ନିଷେଧ କର୍ମ ବୋଲି ତା’ରେତେଣୁ ପଡ଼ଇ ଏ ସଂସାରେ
Couplet 35
ଏହା ତୁ ସୁମନେ ବିଚରିଚଞ୍ଚଳ ଚିତ୍ତ ସ୍ଥିର କରି
Couplet 36
ସର୍ବ ଇନ୍ଦି୍ରୟ ମନ ରୁନ୍ଧିନିୟତକର୍ମେ ଦେଇ ବୁଦ୍ଧି
Couplet 37
ଆତ୍ମାକୁ ଦେଖ ସର୍ବମୟେବିବେକ ସୁଜ୍ଞାନ ଉଦୟେ
Couplet 38
ସମାଧି ବସି ଯୋଗଧ୍ୟାନେଆତ୍ମାକୁ ଦେଖ ଆତ୍ମଜ୍ଞାନେ
Couplet 39
ଏଣେ ସନ୍ତୋଷମନେ ରହଖଣ୍ଡିବୁ ସକଳ ସଂଶୟ
Couplet 40
ଯା'ର ହୃଦରେ ଦୋଷଗୁଣଭେଦ ନ କରେ ବିଚାରଣ
Couplet 41
ସକଳ କର୍ମ ସେ କରଇବିଧି ନିଷେଧ ତା'ର କାହିଁ
Couplet 42
ବାଳକ ବାଳିକା ସଙ୍ଗତେଅଜ୍ଞାନେ ଖେଳନ୍ତି ଯେମନ୍ତେ
Couplet 43
ବାଳ ସ୍ୱଭାବେ ଗୁଣ ବହିସଙ୍ଗ ଅସଙ୍ଗ ନ ଜାଣଇ
Couplet 44
ବିତର୍କ ଜ୍ଞାନୀ ଏହିମତେକର୍ମ କରନ୍ତି ଏ ଜଗତେ
Couplet 45
ସକଳ ଦେଖନ୍ତି ସମାନଏଣୁ ନ ରହେ ବସ୍ତୁଜ୍ଞାନ
Couplet 46
ତୁ ଏବେ ସର୍ବପ୍ରାଣୀ ହିତେନିରତେ ରହି ଶାନ୍ତଚିତ୍ତେ
Couplet 47
ଜ୍ଞାନ ବିଜ୍ଞାନେ ମନ ଦେଇଚିତ୍ତ ନିଶ୍ଚଳେ ରଖ ତୁହି
Couplet 48
ସଂସାର ଦେଖ ମୋ’ ସ୍ୱରୂପେଗଞ୍ଜି ନୋହିବୁ ଭବକୂପେ
Couplet 49
ଏମନ୍ତେ କୃଷ୍ଣର ବଚନେଶୁଣି ଉଦ୍ଧବ ଖେଦମନେ
Couplet 50
ପ୍ରଣାମ କରି କୃଷ୍ଣପାଦେବୋଲଇ ଶୋକ ଗଦଗଦେ
Couplet 51
ହେ ମହାଯୋଗୀ ଯୋଗେଶ୍ୱରଦୁର୍ଲ୍ଲଭ ବଚନ ତୋହର
Couplet 52
ନ ପଶେ ମୋହର ହୃଦୟେନଳିନୀଦଳେ ଜଳ ପ୍ରାୟେ
Couplet 53
ତୁମ୍ଭେ କହିଲ ତ୍ୟାଗ ଗୁଣଯେ ଧର୍ମ ସନ୍ୟାସ ଲକ୍ଷଣ
Couplet 54
କାମେ ଜଡ଼ିତ ମୋ'ର ମନବିଷମ ବିଷୟା ଗହନ
Couplet 55
ତୋ'ର ଭକତି ନାହିଁ ଚିତ୍ତେମନକୁ ଜିଣିବି କେମନ୍ତେ
Couplet 56
ତୋ'ର ସ୍ମରଣ ଯା'ର ଦୂରେକି ରୂପେ ତ୍ୟାଗ ତା ସଂସାରେ
Couplet 57
ଯେ କିଛି ତୋହର ଚରଣେମୁହିଁ ପୁଚ୍ଛଇ ଦାସପଣେ
Couplet 58
ମୁଁ ମୂଢ ମାୟା ଜଡ଼ମତିଭୋ ନାଥ ଶୁଣ ଯଦୁପତି
Couplet 59
ମୁହିଁ ମୋହର ଏ ଶରୀରସକଳ ସଂସାର ଗୋଚର
Couplet 60
ମୋହେ ଜଡ଼ିତ ମୋର ଚିତ୍ତଏଣୁ ମୁଁ କୈବଲ୍ୟ ବଞ୍ଚିତ
Couplet 61
ଅସତ୍ୟ ସୁତ ଦାରା ଧନମୋ' ମନ କରେ ନିତ୍ୟେ ଧ୍ୟାନ
Couplet 62
ମାୟା ସଙ୍କଟ ଘୋରେ ଜଡ଼ିଭବବନ୍ଧନେ ଅଛି ପଡ଼ି
Couplet 63
ଏ ମୋର ମୋହ ଜଡ଼ ପାଶକିଞ୍ଚିତେ ଛେଦ ହୃଷୀକେଶ
Couplet 64
ନିଶ୍ଚୟ କରି ନିଜ ଦାସକହ ତୋ ମାର୍ଗ ଉପଦେଶ
Couplet 65
ତୁ ଆତ୍ମା ସତ୍ୟ ନିତ୍ୟନିଧିଚଉଦଭୁବନେ ପ୍ରସିଦ୍ଧି
Couplet 66
ତୁ ବ୍ରହ୍ମଜ୍ଞାନଗୁରୁ ଦାତାତୋ ବିନୁ ନାହିଁ ନା ବକତା
Couplet 67
ନାନା ପ୍ରପଞ୍ଚ ବେଦବାଦେକେ ଅଛି ସୁରସଭା ମଧ୍ୟେ
Couplet 68
ବ୍ରହ୍ମାଦି ଯେତେ ଦେହବନ୍ତତୋହର ମାୟାରେ ମୋହିତ
Couplet 69
ବିଷୟ ଧ୍ୟାନ ଅବିରତଏଣୁ ସେ ତୋ' ମାର୍ଗେ ବଞ୍ଚିତ
Couplet 70
ସେ କେବେ ତତ୍ତ୍ୱ ଅବଧାରୀତୋ ମାୟା ନ ପାରିଲେ ତରି
Couplet 71
ଯେଣୁ ତୁ ଅଷ୍ଟନିଧିଧାରୀତେଣୁ ତୁ ସର୍ବଅଧିକାରୀ
Couplet 72
ଅଶେଷ ମହିମା ତୋହରସର୍ବଜ୍ଞ ଜଗତୀଶ୍ୱର
Couplet 73
ଅକୁଣ୍ଠ ବିକୁଣ୍ଠ ମହିମାବେଦ ନ ଜାଣେ ତୋ'ର ସୀମା
Couplet 74
ହେ ଜଗନ୍ନାଥ ନାରାୟଣତୋ ପାଦେ ପଶିଲି ଶରଣ
Couplet 75
ତୋ ନାମ ଦୁରିତ ଦହନତାପ ମୋ କର ବିମୋଚନ
Couplet 76
ଉଦ୍ଧବ ବାକ୍ୟେ ଯଦୁମଣିମନ ସଂଶୟ ତାର ଜାଣି
Couplet 77
ବୋଲନ୍ତି କମଳଲୋଚନଉଦ୍ଧବ ଶୁଣ ମୋ’ ବଚନ
Couplet 78
ଯେ ପ୍ରାଣୀ ଲୋକତତ୍ତ୍ୱ ଜାଣେମୋ'ର ମହିମା ପରିମାଣେ
Couplet 79
ବିଷୟା ଭ୍ରମରୁ ସଂସାରେଆତ୍ମାକୁ ଆପଣେ ଉଦ୍ଧରେ
Couplet 80
ସୁମତି ଆତ୍ମା ଗୁରୁପଣେଆତ୍ମାକୁ ବୁଝାଇ ଆପଣେ
Couplet 81
ଆତ୍ମାରେ କରେ ଆତ୍ମଜ୍ଞାନକି ଅବା କରେ ଅନୁମାନ
Couplet 82
ଜ୍ଞାନ ବୁଝଇ ଧୀରପଣେଆତ୍ମା ସମାଧି ଆଚରଣେ
Couplet 83
ଆତ୍ମା କୁଶଳେ ସର୍ବସିଦ୍ଧିତରଇ ସଂସାର ଜଳଧି
Couplet 84
ପଣ୍ଡିତ ସାଂଖ୍ୟଯୋଗ ମତେଧୀର ବିବେକ ପଣେ ମୋତେ
Couplet 85
ଆତ୍ମାକୁ ଦେଖେ ସର୍ବଭୂତେନିର୍ଲେପ ସର୍ବଶକ୍ତିଯୁତେ
Couplet 86
ଏକ ବା ଦୁଇ ତିନିପଦକେ ଚାରିପଦ କେ ଅପଦ
Couplet 87
କେ ବହୁପଦ ଆଦି ଯେତେଏମନ୍ତେ ଦେହୀଛନ୍ତି ଯେତେ
Couplet 88
ତା ମଧ୍ୟେ ମନୁଷ୍ୟ ଶରୀରଜାଣ ଅତ୍ୟନ୍ତ ପ୍ରିୟ ମୋର
Couplet 89
ଯେଣୁ ବିବେକ ବଳେ ପୁଣିଏ ଦେହେ ମୋତେ ପରିମାଣି
Couplet 90
ଈଶ୍ୱର ଅଛି ସର୍ବଭୂତେଏ ଅନୁମାନ କରେ ଚିତ୍ତେ
Couplet 91
ଏବେ ହୋ କହିବା ବିଶ୍ୱାସେଯେ ପୁରାତନ ଇତିହାସେ
Couplet 92
ଯଦୁରାଜନ ଅବଧୂତଏ ବେନିଜନଙ୍କ ଚରିତ
Couplet 93
ବ୍ରାହ୍ମଣ ଅବଧୂତ ରୂପେମିଳିଲେ ନୃପତି ସମୀପେ
Couplet 94
ସେ ସର୍ବଭୂତେ ଦୟାପରନିର୍ଭୟ ନିର୍ମଳ ଶରୀର
Couplet 95
ଦେଖି ତାହାଙ୍କ ଦିବ୍ୟଗତିବିଶ୍ୱାସେ ପୁଚ୍ଛଇ ନୃପତି
Couplet 96
ଭୋ ମୁନି ନମୁଁ ତୋ ଚରଣେଏକାନ୍ତେ ଭ୍ରମୁ କି କାରଣେ
Couplet 97
ଏ ନରଲୋକେ ତୋ ଭ୍ରମଣବାଳକ ପ୍ରାୟ ଆଚରଣ
Couplet 98
ପ୍ରାଣୀଏ ଧର୍ମ ଅର୍ଥ କାମନିମନ୍ତେ ହୋଇଣ ବିଭ୍ରମ
Couplet 99
କର୍ମ କରନ୍ତି ଏ ଜଗତେଆୟୁଷ ଶ୍ରେୟ ଯଶ ଅର୍ଥେ
Couplet 100
ତୁ ତ ଚତୁର ବଳବନ୍ତପଣ୍ଡିତକୁଳକୁ ମଣ୍ଡିତ
Couplet 101
ସୁନ୍ଦର ଅଳପ ଭାଷିତତୋ'ର ଚରିତ ବିପରୀତ
Couplet 102
ଦୃଷ୍ଟି ଶ୍ରବଣ ଦେହେ ବହିନ ଦେଖି ନ ଶୁଣୁ କିପାଇଁ
Couplet 103
ନ କରୁ ନ ଇଚ୍ଛୁ କିଞ୍ଚିତ୍ମତ୍ତ ପିଶାଚ ଜଡ଼ବତ
Couplet 104
ଏ ସର୍ବଲୋକ ଭବକୂପେନିତ୍ୟେ ଦଗଧ ନାନା ତାପେ
Couplet 105
ଏହାଙ୍କ ମଧ୍ୟେ ତୁମ୍ଭେ ଥାଇସାଧୁ ସୁନ୍ଦର ଦେହ ବହି
Couplet 106
ସଂସାର ତାପ କିପାଁ ତୋତେନ ବାଧେ ସଂଶୟ ମୋ ଚିତ୍ତେ
Couplet 107
ଯେସନେ ଗଙ୍ଗାଜଳେ ହସ୍ତୀଅଙ୍ଗକୁ ନ ଲାଗେ ତପତି
Couplet 108
ସେହି ପ୍ରକାରେ ତୋ’ ଶରୀରମୋର ମନକୁ ଅଗୋଚର
Couplet 109
ବିଷୟ ଭୋଗ ଯେବେ ନାହିଁଆନନ୍ଦ ହେଉ କାହିଁପାଇଁ
Couplet 110
କହ କେବଣ ପ୍ରୟୋଜନଶୁଣି ସାନନ୍ଦ ହେଉ ମନ
Couplet 111
ରାଜା ବଚନେ ଅବଧୂତକ୍ଷଣେ ହୋଇଲେ ସ୍ତମ୍ଭୀଭୂତ
Couplet 112
ରାଜାର ମୁଖ ଚାହିଁ ଧୀରେବୋଲନ୍ତି ବଚନ ଗମ୍ଭୀରେ
Couplet 113
ଶୁଣ ହେ ଯଦୁ ନୃପବରଅନେକ ଗୁରୁ ଛନ୍ତି ମୋର
Couplet 114
ଶୁଣିତେ ଯେବେ ତୋର ଇଚ୍ଛାଯାହାର ତହୁଁ ଯେବା ଦୀକ୍ଷା
Couplet 115
ଘେନି ମୁଁ ବୁଲଇ ସଂସାରେକହିବି ଶୁଣ ମନସ୍ଥିରେ
Couplet 116
ପୃଥିବୀ ପବନ ଅନଳଊର୍ଦ୍ଧ୍ୱେ ଯେ ଆକାଶ ମଣ୍ତଳ
Couplet 117
ରବି ଶଶାଙ୍କ ଆପ ସିନ୍ଧୁଭ୍ରମର ସର୍ବପୁଷ୍ପବନ୍ଧୁ
Couplet 118
କପୋତପକ୍ଷୀ ଗୁରୁ ମୋରପତଙ୍ଗ ସର୍ପ ଅଜଗର
Couplet 119
ମୀନ ପିଙ୍ଗଳା ବେଶ୍ୟା ନାରୀକୁରର କୁମର କୁମାରୀ
Couplet 120
ହରିଣ ଉର୍ଣ୍ଣନାଭ କରୀଶରକାରକ ମଧୁହାରୀ
Couplet 121
ଆବର କୀଟ ପେଶସ୍କାରୀମୁଁ ଏତେ ଗୁରୁ ସେବା କରି
Couplet 122
ଚବିଶ ଗୁରୁ ମୋର ଏତେଶୁଣ ହେ ରାଜା ଏକଚିତ୍ତେ
Couplet 123
ଯାହାର ତହୁଁ ଯେବା ଦୀକ୍ଷାମୁହିଁ ପାଇଲି ଗୁରୁଶିକ୍ଷା
Couplet 124
ତାହା ମୁଁ ତୋହର ସମ୍ମୁଖେଶୁଣ କହିବି ଏକେ ଏକେ
Couplet 125
ଏ ଜୀବ ଆତ୍ମା ପରବଶଅଦୃଷ୍ଟ କାରଣ ବିଶ୍ୱାସ
Couplet 126
ଦୁଃଖ ପୀଡ଼ିତ କର୍ମଫଳେସଂସାରେ ଜନ୍ମି ଅବହେଳେ
Couplet 127
ଅର୍ମ ଆଦରି ସହେ ଦୁଃଖକେବେହେଁ ନୋହଇ ବିମୁଖ
Couplet 128
ଦୁଃଖେ ନ ଛାଡ଼ି ନିଜ ପଥଚଞ୍ଚଳ ନ କରଇ ଚିତ୍ତ
Couplet 129
ଏଣୁ ମୁଁ ଦୁଃଖ ସୁଖ ସହିଏହା ଶିଖିଲି ଭୂମି ତହିଁ
Couplet 130
କର୍ମ-କଷଣ ସହି ଧୀରେଭ୍ରମଇଁ ସଂସାର ସାଗରେ
Couplet 131
ଧନ୍ୟ ଜୀବନ ଏ ଜଗତେଯେ ପ୍ରାଣ ଧରେ ପ୍ରାଣୀହିତେ
Couplet 132
ଧନ୍ୟ ଜୀବନ ଧନ୍ୟ ତାରଦୁର୍ଲ୍ଲଭ କର୍ମ ଏ ବେଭାର
Couplet 133
ଏହା ମୁଁ ବୃକ୍ଷଙ୍କର ସ୍ଥାନୁଶିଖିଲି ପର୍ବତ ଗହନୁ
Couplet 134
କେବଳ ଦେହ ମାତ୍ର ଧରିଇନ୍ଦ୍ରିୟ ପ୍ରବଳ ନ କରି
Couplet 135
ଜ୍ଞାନ ଉଦ୍ଦେଶ୍ୟେ ଶୁଦ୍ଧମନନ କରି ମାୟାଜଡ଼େ ଛନ୍ନ
Couplet 136
ନ ଘେନି ପର ଗୁଣ ଦୋଷଇନ୍ଦ୍ରିୟ ଭୋଗ ସୁଖ ଲେଶ
Couplet 137
ଅସତ୍ୟ ଭୋଗ ଯେବେ ଥିବସର୍ବଥା ତାହା ନ କରିବ
Couplet 138
ଦେଖ ପବନ ଏ ଶରୀରେବହଇ ଅନ୍ତର ବାହାରେ
Couplet 139
ସର୍ବତ୍ର ବହଇ ସଂସାରେଅଦେହ ସର୍ବ ଗନ୍ଧହରେ
Couplet 140
ଏ ରୂପେ ସର୍ବଦେହେ ଥାଇଉଦାସୀ ଜନ ପ୍ରାୟ ହୋଇ
Couplet 141
କାହାରି ସଙ୍ଗେ ସଙ୍ଗ ନୋହେସମେ ବସଇ ସର୍ବଦେହେ
Couplet 142
ମୁଁ ଏହା ପବନେ ବିଚାରିଶିଖିଲି ଗୁରୁଶିକ୍ଷା କରି
Couplet 143
ଏଣୁ ପବନ ପ୍ରାୟ ହୋଇସଙ୍ଗତେ ଥାଇ ନ ମିଶଇ
Couplet 144
ଆକାଶ ପ୍ରାୟ ସର୍ବଠାରେବ୍ୟାପିଛି ଆତ୍ମ ନିର୍ବିକାରେ
Couplet 145
ଦେହରେ ଥାଇ ସଙ୍ଗ ନୋହେଘଟ ଆକାଶ ପ୍ରାୟ ରହେ
Couplet 146
ମେଘ ଯେ ଶୂନ୍ୟେ ଜନ୍ମ ହୋଇଶରୀରେ ଆକାଶ ଢ଼ାଙ୍କଇ
Couplet 147
ଭୂମି ଲୋକଙ୍କୁ ଛାୟା ଦିଶେସେ ଯେହ୍ନେ ଆକାଶେ ନ ମିଶେ
Couplet 148
ଏଣୁ ଆକାଶେ ଗୁରୁ କରିଅବନୀ ମଧ୍ୟେ ଦେହ ଧରି
Couplet 149
ଆନନ୍ଦେ ଭ୍ରମଇଁ ସଂସାରେସ୍ପରଶ ନ କରି କାହାରେ
Couplet 150
ଏଣୁ ଆକାଶ ଗୁରୁ ମୋରଏବେ ହୋ ଶୁଣ ନୃପବର
Couplet 151
ଜଳ ଯେସନେ ସୁନିର୍ମଳସ୍ୱଭାବେ ସ୍ନିଗ୍ଧ ସୁମଧୁର
Couplet 152
ମଧୁର ସୁରୁଚି ବଚନଶୁଣି ହରଷ ସର୍ବଜନ
Couplet 153
ତୀର୍ଥର ପ୍ରାୟେ ଭବବନେଭ୍ରମଇଁ ଜନ ପରିତ୍ରାଣେ
Couplet 154
ତୀର୍ଥ ସ୍ପରଶେ ଲୋକବୃନ୍ଦଯେସନେ ଲଭନ୍ତି ଆନନ୍ଦ
Couplet 155
ସ୍ନାହାନ ତର୍ପଣ ମାର୍ଜନେପବିତ୍ର ହୋନ୍ତି ପ୍ରାଣୀମାନେ
Couplet 156
ଏ ଅନୁଭବେ ମୋର ଶିକ୍ଷାଜଳୁଁ ଶିଖିଲି ଗୁରୁଦୀକ୍ଷା
Couplet 157
ତୀର୍ଥର ପ୍ରାୟେ ଭବବଣେଭ୍ରମଇଁ ଜନ ପରିତ୍ରାଣେ
Couplet 158
ଦେଖ ତୁ ମୋର କଳେବରସୁଦୀପ୍ତ ତେଜ ବଳୀୟାର
Couplet 159
କେବଳ ପାତ୍ର ମୋ' ଉଦରଏଣୁ ମୁଁ ଲୋକେ ଭୟଙ୍କର
Couplet 160
ତେଣୁ ମୁଁ ଧ୍ୟାନଯୋଗବଳେଭୋଜନ କରେ ସର୍ବଠାରେ
Couplet 161
ଅଗ୍ନି ଯେସନେ ସର୍ବଖାଇବିଚାରେ ଗୁଣ ଦୋଷ ନାହିଁ
Couplet 162
କେବେ ପ୍ରକାଶେ ଅପ୍ରକାଶେଭୋଜନ କରେ ସର୍ବବାସେ
Couplet 163
ଶ୍ରେୟ ଇଚ୍ଛନ୍ତା ଦାତାଙ୍କରପାପ ନାଶଇ ପୂର୍ବାପର
Couplet 164
ଆପଣା ମାୟାରେ ସୃଜନଯେ ସତ ଅସତ ଲକ୍ଷଣ
Couplet 165
ତହିଁ ପ୍ରବେଶ ହୋଇ ତା'ରସ୍ୱରୂପ ପ୍ରକାଶେ ଈଶ୍ୱର
Couplet 166
ଅଗ୍ନି ଯେମନ୍ତ କାଷ୍ଠ ପାଇଁତେମନ୍ତ ରୂପ ପ୍ରକାଶଇ
Couplet 167
ଏଣୁ ମୁଁ ଅଗ୍ନି ଗୁରୁ କରିଭ୍ରମଇଁ ଲୋକେ ଦେହଧରି
Couplet 168
ଜନ୍ମ ଯୌବନ ଜରା ମୃତ୍ୟୁଶୁଭ ଅଶୁଭ ଦୁଃଖ ହେତୁ
Couplet 169
ଏ ସର୍ବଗୁଣ ବହେ ଦେହଜୀବର ନୋହେ ପରିଗ୍ରହ
Couplet 170
ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେକୃଷ୍ଣ ଶୁକଳ ପକ୍ଷମାନେ
Couplet 171
ଲୋଲୋଚନ ଭ୍ରାନ୍ତି ଦିଶେଅକ୍ଷୟ ଏକକଳା ଶେଷେ
Couplet 172
ଜୀବର ଏମନ୍ତ ବେଭାରସ୍ୱଭାବେ ଅଜର ଅମର
Couplet 173
ଏ ଅନୁଭବେ ଚନ୍ଦ୍ର କାହିଁଭ୍ରମଇଁ ଗୁରୁଶିକ୍ଷା ପାଇ
Couplet 174
ଇନ୍ଦ୍ରିୟଗୁଣ ଏ ଶରୀରେଭ୍ରମନ୍ତି ବିଷୟ ଗୋଚରେ
Couplet 175
ଯେଝା ବିଷୟ ଅନୁଦିନେଭୋଗ କରନ୍ତି ନିଜସ୍ଥାନେ
Couplet 176
ଆତ୍ମାର ସଙ୍ଗ ନାହିଁ ତେଣେଆଦିତ୍ୟ ଯେସନେ କିରଣେ
Couplet 177
ସକଳ ସ୍ଥାନୁ ରସ ହରେନିର୍ଦ୍ଦୋଷ ନିର୍ଲେପ ବିଚାରେ
Couplet 178
କାଳରେ ସମସ୍ତ ତେଜଇସଞ୍ଚିତ ଦାନେ କ୍ଷୋଭ ନୋହି
Couplet 179
ଏ ଜୀବ ଆତ୍ମା ସର୍ବ ଦେହେଇନ୍ଦ୍ରିୟ ରସେ ବଶ ନୋହେ
Couplet 180
ଯେମନ୍ତେ ରବିବିମ୍ବ ନୀରେତେମନ୍ତ ସ୍ଥୂଳ ବୁଦ୍ଧି ନରେ
Couplet 181
ଆତ୍ମାର ଭେଦବୁଦ୍ଧି କରେଉପାଧି ଗୁଣର ବିକାରେ
Couplet 182
ଏ ଭାବେ ଯେତେ ଜନ ଥା'ନ୍ତିତାହାଙ୍କୁ ବୋଲି ମୂଢ଼ମତି
Couplet 183
ଏ ଅନୁମାନେ ମୋ' ବିଚାରଏଣୁ ମୋ' ଗୁରୁ ଦିବାକର
Couplet 184
ଅଧିକେ ସଂସାର ସଙ୍ଗତେପୀରତି ନ କରିବ ଚିତ୍ତେ
Couplet 185
ଯେବେ କରିବ ସ୍ନେହ ଆଶକପୋତ ପ୍ରାୟ ଯିବ ନାଶ
Couplet 186
ଶୁଣ ରାଜନ ସାବଧାନେକପୋତପକ୍ଷୀ ଘୋରବନେ
Couplet 187
କପୋତୀ ସଙ୍ଗେ ସ୍ନେହଭରେଅରଣ୍ୟେ ଗୃହବାସ କରେ
Couplet 188
କପୋତୀ ସଙ୍ଗେ ଭୋଗ ଆଶେଦୃଢ଼େ ଜଡ଼ିତ ମୋହପାଶେ
Couplet 189
ନିତ୍ୟେ କରନ୍ତି କ୍ରୀଡ଼ାରଙ୍ଗନିମିଷେ ନ ଛାଡ଼ନ୍ତି ସଙ୍ଗ
Couplet 190
ସ୍ନେହ ବନ୍ଧନ ସଙ୍ଗମେଳେକାଳ ବଞ୍ଚନ୍ତି କୁତୁହଳେ
Couplet 191
ସଙ୍ଗ ବିଚ୍ଛେଦ ତିଳେ ମାତ୍ରେକେବେହେଁ ନ ଦେଖନ୍ତି ନେତ୍ରେ
Couplet 192
ଏକତ୍ର ଭୋଜନ ଶୟନେଏ ରୂପେ ବିହରନ୍ତି ବନେ
Couplet 193
କପୋତୀ ଚିତ୍ତେ ଯା' ବିଚାରେକପୋତ ଆଣେ ତତପରେ
Couplet 194
ସେବକ ପ୍ରାୟ ଦିଏ ଆଣିଯାହା ମାଗଇ ତା' ଘରଣୀ
Couplet 195
ଏମନ୍ତେ କେତେଦିନ ଗଲାକପୋତୀ ଗର୍ଭ ଉପୁଜିଲା
Couplet 196
କେତେହେଁ ଦିନ ଗର୍ଭେ ଥାଇଜନ୍ମ ହୋଇଲେ ଡ଼ିମ୍ବ ଦୁଇ
Couplet 197
ପକ୍ଷୀପକ୍ଷିଣୀ ସ୍ନେହ ବଶେଡ଼ିମ୍ବ ତାପନ୍ତି ପୁତ୍ର ଆଶେ
Couplet 198
ପୁଣି କେତେହେଁ ଦିନ ଗଲାଫୁଟି ବାଳକ ଉପୁଜିଲା
Couplet 199
ଅତି କୋମଳ ବେନିକାୟେଦେଖି ସାନନ୍ଦ ବାପମାଏ
Couplet 200
ସମ୍ଭ୍ରମେ କପୋତ କପୋତୀନିରତେ ବାଳକ ପୋଷନ୍ତି
Couplet 201
ପୁତ୍ରଙ୍କ କୋମଳ ବଚନଶୁଣନ୍ତେ ମୁଦ୍ରିତ ଲୋଚନ
Couplet 202
ପତଙ୍ଗ ଉଚିତ ଆହାରେପାଳନ୍ତି ଅତି ସ୍ନେହଭରେ
Couplet 203
ଏମନ୍ତେ ବେନିଶିଶୁ ପାଳିପକ୍ଷୀ ସ୍ୱଭାବେ ରୋମାବଳୀ
Couplet 204
ଉଠନ୍ତେ ବେନିପୁତ୍ର ଦେହେଦେଖି ସାନନ୍ଦ ବାପମାଏ
Couplet 205
ପାଳନ୍ତି ଅତି ସ୍ନେହଭରେବାଳକ କୋମଳ ଆହାରେ
Couplet 206
ବିଷ୍ଣୁ ମାୟାରେ ମୂଢ଼ମତିପାଳନ୍ତି କପୋତ କପୋତୀ
Couplet 207
ଆହାର ଅର୍ଥେ ଏକଦିନେବନେ ପଶିଲେ ବେନିଜନେ
Couplet 208
ଖୋଜନ୍ତି କୋମଳ ଆହାରଏମନ୍ତେ ଶୁଣ ନୃପବର
Couplet 209
ପକ୍ଷୀବାଳକ ନିଜ ସ୍ଥାନେବ୍ୟାଧ ମିଳିଲା ଘୋରବନେ
Couplet 210
ବୃକ୍ଷରୁ ଉଡ଼ି ବେନିବାଳେବନେ ଚରନ୍ତି କୁତୁହଳେ
Couplet 211
ଶବର ଦେଖି ତାହା ବେଗେଜାଲ ପାତିଲା ଚଉଦିଗେ
Couplet 212
ଉପରେ ବାନ୍ଧିଲା ଦଉଡ଼ିପକ୍ଷୀଙ୍କି ଆଣିଲା ଘଉଡ଼ି
Couplet 213
ଆହାର ଦେଇ ଜାଲତଳେଅନ୍ତରେ ବସିଲା ନିଶ୍ଚଳେ
Couplet 214
ପକ୍ଷୀବାଳକ ଭୟ ପାଇବେଗେ ପଡ଼ିଲେ ଜାଲେ ଯାଇ
Couplet 215
ଆହାର ଦେଖିଲେ ନୟନେପଡ଼ିଲେ ଲୁବ୍ଧକ ବନ୍ଧନେ
Couplet 216
ତକ୍ଷଣେ କପୋତ କପୋତୀଆସି ମିଳିଲେ ବୃକ୍ଷ କତି
Couplet 217
ଥଣ୍ଟେ ଆହାର ଦୃଢ଼େ ଧରିବୃକ୍ଷେ ଲୋଡ଼ନ୍ତି ଅନୁସରି
Couplet 218
ନ ଦେଖି ଚାହିଁ ଦଶଦିଗେପୁଣି ଦେଖନ୍ତି ଭୂମିଭାଗେ
Couplet 219
ବନ୍ଧନ ଜାଲ ମଧ୍ୟ ଦୃଢେବେନି ବାଳକ ଧଡ଼ପଡ଼େ
Couplet 220
ଉଡ଼ନ୍ତି ପ୍ରାଣର ବିକଳେନାଦ ସେ କରନ୍ତି ଆକୁଳେ
Couplet 221
ଦେଖି କପୋତୀ ଦୁଃଖଚିତ୍ତେଭ୍ରମି ପଡ଼ିଲା ମୋହଗତେ
Couplet 222
ବାଳକ ଦେଖି ଜାଲତଳେକାନ୍ଦଇ ଜୀବନ ବିକଳେ
Couplet 223
ମୂର୍ଚ୍ଛି ନ ପାରି ସ୍ନେହ ବଶେଡ଼େଇଁ ପଡ଼ିଲା ଜାଲପାଶେ
Couplet 224
ପୁତ୍ରଙ୍କ ମୁଖେ ମୁଖ ଦେଇଦେଖି କପୋତ ବିଚାରଇ
Couplet 225
ଏବେ ମୁଁ ଏକା ବୃକ୍ଷେ ଥାଇକେମନ୍ତେ ଧରିବିଟି ଦେହୀ
Couplet 226
ଏମନ୍ତେ କରଇ ରୋଦନକ୍ଷଣକ୍ଷଣକେ ଅଚେତନ
Couplet 227
ପଡ଼ଇ ପୁଣପୁଣ ତଳେପୁଣି ବସଇ ବୃକ୍ଷଡ଼ାଳେ
Couplet 228
ପ୍ରାଣୁ ଅଧିକେ ମୋର ସୁତେପଡ଼ିଲେ ଶବର ଆୟତ୍ତେ
Couplet 229
ପତ୍ନୀ ପଡ଼ିଲା ଜାଲ ମଧ୍ୟେପ୍ରାଣ ଧରିବି କେଉଁ ସଧେ
Couplet 230
ପତ୍ନୀ ମୋହର ପ୍ରାଣସଖାସେ ମୋତେ କରିଗଲା ଏକା
Couplet 231
ତାହାର ଗୁଣ ଅଛି ଯେତେଚିତ୍ତେ ମୁଁ ଧରିବି କେମନ୍ତେ
Couplet 232
ସେ ମୋର ଜୀବନ ଯୁବତୀତା ବିନୁ କେ ବା ମୋର ଗତି
Couplet 233
ବିହି ହୋଇଲା ବାମ ମୋରଆପଦେ ବୁଡ଼ିଲା ମୋ' ଘର
Couplet 234
ଏ ଘୋର ବନେ ଗୃହୀପଣେମୋ' ଜନ୍ମଗଲା ଅକାରଣେ
Couplet 235
ଗୃହ ଆଶ୍ରମେ ମୋ ପୀରତିକାମେ ମୋ ନ ପୁରିଲା ମତି
Couplet 236
ବିଧାତା ମୋତେ ବାମ ହୋଏବନ୍ଧନେ ପଡ଼ିଲେ ମୋ' ପୋଏ
Couplet 237
ଏ ପତିବ୍ରତା ଶିରୋମଣିମୋହର ପ୍ରାଣର ଘରଣୀ
Couplet 238
ଆହାର ପାଣି ଯେତେବେଳେମୁହିଁ ଭୁଞ୍ଜଇ ବୃକ୍ଷଡ଼ାଳେ
Couplet 239
ତେବେ ସେ ଭୁଞ୍ଜେ ମୋ' ଘରଣୀମୋ' ବିନୁ ନ ଛୁଅଁଇ ପାଣି
Couplet 240
ସେ ମୋତେ ଥୋଇ ଶୂନ୍ୟଗୃହେପ୍ରାଣ ମୂର୍ଚ୍ଛିଲା ପୁତ୍ରସ୍ନେହେ
Couplet 241
ସକଳ ସୁଖ ମୋର ଗଲାପୁତ୍ର ସଙ୍ଗତେ ପତ୍ନୀ ମଲା
Couplet 242
ଏତେ କଷଣେ ବନେ ରହିମୋ' ପ୍ରାଣ ଥିବା ନ ଯୋଗାଇ
Couplet 243
ଏମନ୍ତେ କରଇ ବିଳାପକାନ୍ଦଇ ପାଇ ମନସ୍ତାପ
Couplet 244
ଜୀବନ ନ ପାରିଲା ଧରିଜାଲେ ପଡ଼ିଲା ହା ହା କରି
Couplet 245
ଦେଖି ଶବର ତୋଷମନପିଞ୍ଜରେ ଥୋଇଲା ବହନ
Couplet 246
କପୋତ କପୋତୀ ବାଳକଘେନିଣ ଚଳିଲା ଲୁବ୍ଧକ
Couplet 247
ଏମନ୍ତେ ଗଲା ନିଜପୁରେଶୁଣ ରାଜନ ମନସ୍ଥିରେ
Couplet 248
ଏ ରୂପେ ସ୍ନେହ ଅବଲମ୍ବିସଂସାରେ ବନ୍ଦୀ ଯେ କୁଟୁମ୍ବୀ
Couplet 249
ଦୁଃଖ ସେ ସହଇ ଶରୀରେନିତ୍ୟେ କୁଟୁମ୍ବ ପୋଷିବାରେ
Couplet 250
ନିରତେ ଆକୁଳ ହୃଦୟଏଣୁ ବୋଲାଇ ଦୁଃଖମୟ
Couplet 251
ଧର୍ମ-ବଞ୍ଚିତ କଳେବରେମଜ୍ଜଇ ଏ ଘୋର ସଂସାରେ
Couplet 252
ତୁ ଏବେ ବୁଝ ମୋ' ବଚନହେ ରାଜା ସ୍ଥିର କରି ମନ
Couplet 253
ଦେଖ ମନୁଷ୍ୟ କଳେବରକେବଳ ମୁକତିର ଦ୍ୱାର
Couplet 254
ଏ ଦେହ ପାଇ ମହୀତଳେହେଳେ ତରନ୍ତି ଭବଜଳେ
Couplet 255
ଦୁର୍ଲ୍ଲଭେ ପାଇ ଏ ଶରୀରକୁଟୁମ୍ବେ ଦୃଢମତି ଯା'ର
Couplet 256
ଦିନ ବଞ୍ଚଇ ଦୁଃଖସୁଖେଅନ୍ତେ ପଡ଼ଇ କୁମ୍ଭୀପାକେ
Couplet 257
ଏ ଭାବେ ବୁଝିଲି ସଂସାରଏଣୁ କପୋତ ଗୁରୁମୋର
Couplet 258
ଏବେ ତୁ ଶୁଣ ଏକଚିତ୍ତେଭାବେ କହିଲି ମୁହିଁ ଯେତେ
Couplet 259
ଏ ଭାବେ ତୁଟଇ ସଂସାରବୋଲଇ ନିଗତ ବିଚାର
Couplet 260
ଏଣୁ ସଂସାର ପ୍ରାଣୀହିତେଶ୍ରୀ ଏକାଦଶ ଭାଗବତେ
Couplet 261
କହଇ ଦାସ ଜଗନ୍ନାଥକୃଷ୍ଣଚରଣେ ଦେଇ ଚିତ୍ତ