Skandha 11
Adhyaya 7
Couplet 1
ଆନନ୍ଦେ ପରୀକ୍ଷିତ ଆଗେଶୁକ କହନ୍ତି ଅନୁରାଗେ
Couplet 2
ବ୍ରହ୍ମା ଶଙ୍କର ପୁରନ୍ଦରସଙ୍ଗତେ ଚନ୍ଦ୍ର ଦିବାକର
Couplet 3
ଗନ୍ଧର୍ବ କିନ୍ନର ଚାରଣସାଧ୍ୟ ଯେ ସିଦ୍ଧ ଦେବଗଣ
Couplet 4
କୁବେର ସମୀର ବରୁଣଦ୍ୱାଦଶ ବିଶ୍ୱଦେବା ପୁଣ
Couplet 5
ପିତୃଗୁହ୍ୟକ ଋଷି ଆଦିଯକ୍ଷ ରାକ୍ଷସ ସେ ପ୍ରସିଦ୍ଧି
Couplet 6
ନାଗ ଅପ୍ସରା ବିଦ୍ୟାଧରେଏ ଆଦି ଯେତେ ଅନୁଚରେ
Couplet 7
ଚଳିଲେ ଚଢି ନିଜାସନେଦ୍ୱାରକା କୃଷ୍ଣଦରଶନେ
Couplet 8
ମନୁଷ୍ୟ ରୂପେ ନରହରିଦେବକୀ ଗର୍ଭେ ଅବତରି
Couplet 9
ନିର୍ଗୁଣ ବ୍ରହ୍ମ ଜନହିତୋ ଯଶ ବିସ୍ତାରି ଏ ଜଗତେ
Couplet 10
ଯା' ଯଶ କଳମଷ ହରେଯା'ର ଶ୍ରବଣେ ପ୍ରାଣୀ ତରେ
Couplet 11
ତାହାର ଦରଶନ ଅର୍ଥେରାତ୍ରେ ମିଳିଲେ ଶୂନ୍ୟପଥେ
Couplet 12
ଦେଖିଲେ ଦ୍ୱାରକା ମଣ୍ଡଳଯହିଁ ବିଜୟ ଆଦିମୂଳ
Couplet 13
ଭୁବନମଙ୍ଗଳ ଶ୍ରୀମୁଖଦେଖିଲେ ଖଣ୍ଡେ ଭବଦୁଃଖ
Couplet 14
ଦ୍ୱାରକାପୁରେ ସର୍ବସିଦ୍ଧିଯହିଁ ସେବନ୍ତି ଅଷ୍ଟନିଧି
Couplet 15
ସର୍ବ ସମ୍ପଦ ମୂଳ ସ୍ଥାନଦେଖିଲେ ମୋହେ ପ୍ରାଣୀ ମନ
Couplet 16
ସକଳ ଭୁବନ ଉପମାକେ ମୁଖେ କହୁ ଗୁଣ ସୀମା
Couplet 17
ଆକାଶେ ଦେବେ ରଥେ ଥାଇଜୟଶବଦ ତୁଣ୍ଡେ ଗାଇ
Couplet 18
ନନ୍ଦନବନୁ ପୁଷ୍ପ ଆଣିପ୍ରୋକ୍ଷଣ କରି ଗଙ୍ଗାପାଣି
Couplet 19
ମଲ୍ଲିକା ଜାତି ପାରିଜାତବିଚିତ୍ରମାଳା ଅପ୍ରମିତ
Couplet 20
ବୃଷ୍ଟି କରନ୍ତି କୃଷ୍ଣଦେହେସୁଗନ୍ଧ ଜଳଧାରା ପ୍ରାୟେ
Couplet 21
ପୁଷ୍ପେ ଆଚ୍ଛାଦି ଯଦୁବୀରଯେସନେ ସମୁଦ୍ର ଉଲ୍ଳୋଳ
Couplet 22
ସକଳ ଦେବେ ଏକମେଳେଜୟ ଶବଦ ମୁଖଗୋଳେ
Couplet 23
କପୋଳେ ବେନିକର ଦେଇବୋଲନ୍ତି କୃଷ୍ଣମୁଖ ଚାହିଁ
Couplet 24
ନମୋ ନମସ୍ତେ ଆଦିମୂଳଶରଣ ତୋ ପାଦକମଳ
Couplet 25
ନମୋ ଗୋବିନ୍ଦ ହେ ଅଚ୍ୟୁତତୁ ନାଥ ପ୍ରାଣୀ ପଞ୍ଚଭୂତ
Couplet 26
ତୋହର ଅଭୟ ଚରଣଅଶେଷ ଜନ୍ତୁଙ୍କ ଶରଣ
Couplet 27
ସର୍ବ ଇନ୍ଦ୍ରିୟ ବୁଦ୍ଧି ମନପ୍ରାଣାଦି ଏ ଦଶପବନ
Couplet 28
ଏ ଆଦି ବିଷୟ ସକଳେଶରଣ ତୋର ପାଦମୂଳେ
Couplet 29
ସେ ପାଦପଦ୍ମ ସୁଖେ ହେଜିମୁନିଏ ଭକ୍ତିଭାବେ ଭଜି
Couplet 30
ଆରୂଢ ଯୋଗୀ ଯୋଗବଳେନିଶ୍ଚଳେ ହୃଦୟ କମଳେ
Couplet 31
ଆରୋପି ଅଭୟ ଚରଣନିଶ୍ଚିନ୍ତେ ପଶନ୍ତି ଶରଣ
Couplet 32
ଅଶେଷ ଜନ୍ତୁହୃଦଗତେକର୍ମ-ବାସନା-ରଜ୍ଜୁ ଯେତେ
Couplet 33
ନିମିଷେ ଧ୍ୟାନେ ତା’ ସଂହାରେରବି ଯେସନେ ଅନ୍ଧକାରେ
Couplet 34
ଭବ-ଜଳଧି ସୁଖ-ନାବତୋ'ର ଚରଣ ପଦ୍ମନାଭ
Couplet 35
ଆମ୍ଭେ ସକଳ ଦେବଗଣତୋ' ପାଦେ ପଶିଲୁ ଶରଣ
Couplet 36
ତୁ ନାଥ ଜଗତ ଜୀବନଅଶେଷ ଭୁବନ ପାବନ
Couplet 37
ତୁ ନାଥ ରଜଗୁଣ ଧରିବିଧାତା ରୂପେ ସୃଷ୍ଟି କରି
Couplet 38
ସାତ୍ତ୍ୱିକେ ବିଷ୍ଣୁରୂପ ହୋଇପାଳନ କରୁ ନାଥ ତୁହି
Couplet 39
ତମେ ସଂହାରୁ ଅନ୍ତଃକାଳେତୋ ମାୟା ଲୀଳା ଯୋଗବଳେ
Couplet 40
ସୃଷ୍ଟି ପାଳନ ସଂହାରଣକ୍ରମେ ସେ ସଂସାର କାରଣ
Couplet 41
ସ୍ୱଭାବେ ତୁ ଯେ ସର୍ବଦେହୀତୁ ଭୁଞ୍ଜୁ ପ୍ରାଣୀଙ୍କି ଭୁଞ୍ଜାଇ
Couplet 42
ସେ ଦୋଷ ନ ଲାଗଇ ତୋରେନଳିନୀଦଳ ଯେହ୍ନେ ନୀରେ
Couplet 43
ତୁ ପୂର୍ଣ୍ଣ ସମସ୍ତ ଠାବରେଶରଣ ଗଲୁ ତୋ’ ପୟରେ
Couplet 44
ତୁ ନାଥ ସର୍ବତ୍ର ସମାନନିଶ୍ଚିନ୍ତସୁଖ ତୋ'ର ସ୍ଥାନ
Couplet 45
ଯେଣୁ ନ ଲାଗେ ଶୁଭାଶୁଭତେଣୁ ତୁ ସଂସାରେ ଦୁର୍ଲ୍ଲଭ
Couplet 46
ବିବିଧ ତପ ବ୍ରତ ଦାନଯୋଗ ସମାଧି ଆତ୍ମଜ୍ଞାନ
Couplet 47
ଏ ଆଦି ସକଳ ସାଧନସାଧି ପବିତ୍ର ନୋହେ ଜନ
Couplet 48
ତୋହର ନାମ ଯଶଗୁଣଯେ କରେ ଶ୍ରବଣ କୀର୍ତ୍ତନ
Couplet 49
ଶ୍ରଦ୍ଧା ଭକତି ଶୁଦ୍ଧଚିତ୍ତେତୋ' ରୂପେ ଦେଖେ ହୃଦଗତେ
Couplet 50
ସର୍ବ ମୁନିଙ୍କ ମୋକ୍ଷଧ୍ୟାନକରେ ସମାନଭୂତି ଦାନ
Couplet 51
ତୋ'ର ଚରିତ ସୁଧା ପାନନିରତେ କରେ ଯା'ର ମନ
Couplet 52
ସେ ପ୍ରାଣୀ ଭବୁ ଯା'ନ୍ତି ତରିବିପ୍ର ନ ତରେ କର୍ମ କରି
Couplet 53
ଭକ୍ତିରେ ପ୍ରୀତି ନାହିଁ ଯା’ରସେ କାହିଁ ଜାଣେ ତୋ’ ପୟର
Couplet 54
ବେଦ ଉକତେ କର୍ମ କରେଇନ୍ଦ୍ରାଦି ଦେବରୂପେ ତୋରେ
Couplet 55
ଭଜନ୍ତି ବିପ୍ରେ ଯେ ପୟରଯଜ୍ଞରେ ଦେଇ ଘୃତଧାର
Couplet 56
ତୋ' ମାୟା ଜାଣି ଆତ୍ମଯୋଗୀଯେ ପାଦେ ସେବେ ସର୍ବତ୍ୟାଗୀ
Couplet 57
ସେ ପାଦେ ପଶିଲୁ ଶରଣଆମ୍ଭ ଅଶୁଭ ପରିତ୍ରାଣ
Couplet 58
ତୁ ନାଥ ଦେବକୀର ବଳାତୋ'ର ହୃଦରେ ବନମାଳା
Couplet 59
ଲମ୍ବଇ ପର୍ଯୁ୍ୟଷିତ ହୋଇଦେଖି କମଳା ନ ସହଇ
Couplet 60
ମଣଇ ସପତଣୀ ପ୍ରାୟେଯେଣୁ ଶୋଭଇ ତୋର ଦେହେ
Couplet 61
ତଥାପି ଦେଖି ତୋ’ ବଦନସପତ୍ନୀଭାବ ଛାଡ଼ି ମନ
Couplet 62
ନିବେଶି ତୋହର ପୟରେକମଳମାଳେ ପୂଜା କରେ
Couplet 63
ତୋ'ର ଅଭୟ-ପଦ୍ମପାଦହରଇ ବିଷୟ-ବିଷାଦ
Couplet 64
ତୋହର ତ୍ରିବିକ୍ରମ ରୂପଆମ୍ଭେ ଯେ ଦେଖିଲୁ ସମୀପ
Couplet 65
ତୋ' ନାଭିକମଳୁଁ ପ୍ରତ୍ୟକ୍ଷେଚରଣ ଗଲା ଅନ୍ତରୀକ୍ଷେ
Couplet 66
କେ କରିପାରେ ତାହା ହେତୁଅଦ୍ଭୂତ ଯେହ୍ନେ ଧୂମକେତୁ
Couplet 67
ବ୍ରହ୍ମାଣ୍ଡେ ଚରଣ ବାଜିଲାଶବଦେ ପ୍ରକୃତି କମ୍ପିଲା
Couplet 68
ବ୍ରହ୍ମାଣ୍ଡ ଫୁଟି ପାଦବଳେଗଙ୍ଗା ପଡ଼ିଲା ଅନ୍ତରାଳେ
Couplet 69
ତିନି ଭୁବନେ ଜଳରାଶିଧ୍ୱଜ ପତାକା ପ୍ରାୟ ଦିଶି
Couplet 70
ଅସୁରକୁଳ ଭୟଙ୍କରଆମ୍ଭ ନିର୍ଭୟ ସୁଖଘର
Couplet 71
ସୁଜନ ସୁଖ ଭୋଗ ଅର୍ଥଖଳକୁ ବୃଜିନ ପ୍ରାପତ
Couplet 72
ସେ ପାଦପଦ୍ମେ ଭଗବାନପବିତ୍ର କର ଆମ୍ଭ ମନା
Couplet 73
ଯେ ପାଦ ଭବସିନ୍ଧୁ-ସେତୁଅଶୁଭଗଣ ଧୂମକେତୁ
Couplet 74
ଅଶେଷ ଲୋକ ଜ୍ଞାନଗୁରୁଆମ୍ଭର ମଙ୍ଗଳ ବିସ୍ତାରୁ
Couplet 75
ଭୋ ନାଥ ତୋହର ମହିମାକେ କହିପାରେ ଗୁଣସୀମା
Couplet 76
ନାସିକା ରନ୍ଧ୍ରେ ରଜ୍ଜୁ ଭେଦିଦୃଢେ ବୃଷଭ ଯେହ୍ନେ ବାନ୍ଧି
Couplet 77
ସେ ପୁଣି ବନ୍ଦୀଶାଳେ ଥା’ନ୍ତିଅନ୍ୟୋନ୍ୟେ ହିଂସା ଆଚରନ୍ତି
Couplet 78
ବ୍ରହ୍ମାଦି ଦେବେ ସେହିମତେଯନ୍ତ୍ରିତ ତୋହର ଆୟତ୍ତେ
Couplet 79
ତୁ କାଳରୂପୀ ଦାମୋଦରପ୍ରକୃତି ପୁରୁଷ ହିଁ ପର
Couplet 80
ଏଣୁ ତୁ ପୁରୁଷ ପୁରାଣତୋହର ଅଭୟ ଚରଣ
Couplet 81
ଅଭୟବର ଦୀକ୍ଷାଗୁରୁଆମ୍ଭର ଦୁଃଖ ତାପ ହରୁ
Couplet 82
ସୃଷ୍ଟି ପାଳନ ସଂହାରଣତୁ ନାଥ ଜଗତକାରଣ
Couplet 83
ତୁହି ସେ କାଳରୂପ ଧରୁପ୍ରକୃତି ପୁରୁଷ ସଂହାରୁ
Couplet 84
ସେ ବେନି ତୋର ତହୁଁ ଜାତପ୍ରଥମେ କରନ୍ତି ଜଗତ
Couplet 85
ପ୍ରକୃତି ପୁରୁଷ ବିକାରେବିଶ୍ୱ ଅଙ୍କୁର ଗର୍ଭେ ଧରେ
Couplet 86
ତହୁଁ ମହତ ହେମମୟବ୍ରହ୍ମାଣ୍ଡ କରୁ ତୁ ଉଦୟ
Couplet 87
ପୃଥିବୀ ଆଦି ପଞ୍ଚଭୂତମନ ଅହଙ୍କାର ଏ ସାତ
Couplet 88
ଏ ରୂପେ ସପ୍ତଆବରଣବ୍ରହ୍ମାଣ୍ଡ କରୁ ତୁ ଭିଆଣ
Couplet 89
ତୋର ଭିତରେ ଏ ସଂସାରରଚନା ଚତୁର୍ଦ୍ଦଶପୁର
Couplet 90
ସ୍ଥାବର ଆଦି ଚାରିବର୍ଣ୍ଣମଧ୍ୟେ ବିରାଜେ ତି୍ରଭୁବନ
Couplet 91
ଭୋ ନାଥ ତୋ'ର ମାୟାବଳେତି୍ରଗୁଣ ଘଟଣ ଶୟଳେ
Couplet 92
ଜୀବନ ରୂପ ତୁମ୍ଭେ ଧରସର୍ବ ବିଷୟ ଭୋଗକର
Couplet 93
ନିତ୍ୟ ପ୍ରକାଶ ତୁମ୍ଭ ଦେହୀବିଷୟ ବାଧା ନ ଲାଗଇ
Couplet 94
ଷୋଳସହସ୍ର ତୋ’ ରମଣୀତୋ ମନ ନ ପାରିଲେ ଜାଣି
Couplet 95
ବିବିଧ କାମ ପୁଷ୍ପଶରେକଟାକ୍ଷ ଭ୍ରୂଭଙ୍ଗୀ ବିକାରେ
Couplet 96
ଏଣୁ ଅଚୁ୍ୟତ ତୋର ନାମନିର୍ଲେପ ନିତ୍ୟ ସୁଖଧାମ
Couplet 97
ତୋ'ର ଅମୃତ କଥାମୟେସଂସାର ନଦୀରୂପେ ବହେ
Couplet 98
ତୋ' ପାଦନୀର ସୁରନଦୀବହେ ବ୍ରହ୍ମାଣ୍ଡ ମଧ୍ୟେ ଭେଦି
Couplet 99
ଜଳେ ତ୍ରିଲୋକପାପ ହରେଯେ ମୁଖେ ଗଙ୍ଗାନାମ ଧରେ
Couplet 100
ଏ ବେନିନଦୀ ମଧ୍ୟେ ସ୍ନାନଯେ କରେ ଧନ୍ୟ ତା’ ଜୀବନ
Couplet 101
ନିଜ ଭୁବନେ ଥାଇ ପ୍ରାଣୀଯେ ନିତ୍ୟେ କୃଷ୍ଣକଥା ଶୁଣି
Couplet 102
ନିର୍ମଳ କରି ବୁଦ୍ଧି ମନଯେ କରେ କଥାମୃତେ ସ୍ନାନ
Couplet 103
ଯେ ଅବା ପଶି ଗଙ୍ଗାଜଳେସ୍ନାନ କରନ୍ତି ସୁଖଭୋଳେ
Couplet 104
ତୋଷେ କରନ୍ତି ଜଳ ପାନତୁଣ୍ଡେ ଉଚ୍ଚାରି ତୋ'ର ନାମ
Couplet 105
ଏମନ୍ତେ ବେନିନଦୀ ମଧ୍ୟେଯେ ସ୍ନାନ କରନ୍ତି ଆନନ୍ଦେ
Couplet 106
ଧରନ୍ତି ଦୁଃଖ ସୁଖେ ଦେହୀତୋ' ମାୟା ତାକୁ ନ ଲାଗଇ
Couplet 107
ଏମନ୍ତେ ନାନାସ୍ତୁତି ଭଣିଦେବେ ନମିଲେ ଚକ୍ରପାଣି
Couplet 108
ଶୂନ୍ୟ ମଣ୍ଡଳେ ରଥେ ଥାଇକପୋଳେ ବେନିକର ଦେଇ
Couplet 109
କୃଷ୍ଣଙ୍କୁ ବନ୍ଦି ପ୍ରଜାପତିବୋଲନ୍ତି ଶୁଣ ଦାଶରଥି
Couplet 110
ବାସବ ଆଦି ଦିଗପାଳେନମିଲେ ତୋ'ର ପାଦତଳେ
Couplet 111
ତାହାଙ୍କ ବୋଲ ତୁମ୍ଭେ ଧରିଦେବକୀ ଗର୍ଭେ ଅବତରି
Couplet 112
ବିନାଶି ଅନେକ ଅସୁରହରିଲ ଅବନୀର ଭାର
Couplet 113
ହେ ଦେବଦେବ ଜଗନ୍ନାଥହେ ହୃଷୀକେଶ ପରମାର୍ଥ
Couplet 114
ଗୋବିନ୍ଦ କୃଷ୍ଣ ଦାମୋଦରଆମ୍ଭର କଷ୍ଟ ଗଲା ଦୂର
Couplet 115
ଦେବଙ୍କ ବାକ୍ୟ ଉପଦେଶେଆଉ ତ ଭାରା ନାହିଁ ଶେଷେ
Couplet 116
ଦୁଷ୍ଟ ସଂହାରି ସାଧୁକୁଳେଧର୍ମ ଆରୋପିଲ ନିଶ୍ଚଳେ
Couplet 117
ଧରଣୀ ସଙ୍କଟୁ ଉଦ୍ଧରିତୋ' ଯଶ ସର୍ବଦିଗେ ପୂରି
Couplet 118
ଯାଦବ ବଂଶେ ଦେହ ଧରିମର୍ତ୍ତେ୍ୟ ଅଦ୍ଭୂତ କର୍ମ କରି
Couplet 119
ସମ୍ଭବି ଭୁବନମଣ୍ଡଳେଯେ ଅବା କଲ କ୍ଷିତିତଳେ
Couplet 120
ସେ କଳିମଳ-ବିନାଶନଯେ ମୁଖେ କରିବେ କୀର୍ତ୍ତନ
Couplet 121
ସେ ଜନମଧ୍ୟେ ପୁଣ୍ୟଦେହାତାକୁ ନ ଲାଗେ ତୁମ୍ଭ ମାୟା
Couplet 122
ତୁ ଦେବ ବସୁଦେବ ଘରେଜନ୍ମିଲୁ ଦେବକୀ ଉଦରେ
Couplet 123
ଶତୁଁ ଅଧିକ ପଞ୍ଚବିଂଶତୁମ୍ଭର ପୂରିଲା ବୟସ
Couplet 124
ମନୁଷ୍ୟଭୋଗ ପୂର୍ଣ୍ଣ ହୋଇଆଉ ତ ପ୍ରୟୋଜନ ନାହିଁ
Couplet 125
ଦେବଙ୍କ କାର୍ଯ୍ୟ ଶେଷ ହୋଇନିଜ ଭୁବନେ ଚଳ ତୁହି
Couplet 126
ଯାଦବବଂଶ ମହୀତଳେମରିବେ ବିପ୍ରଶାପବଳେ
Couplet 127
ତୁ ନାଥ ଜ୍ଞାନ ଧ୍ୟାନ ଦୀକ୍ଷାଯେବେ ତୁମ୍ଭର ହୋଏ ଇଚ୍ଛା
Couplet 128
ଆମ୍ଭର ବାକ୍ୟ ଅନୁସରିଭୋ ନାଥ ଚଳ ନିଜପୁରୀ
Couplet 129
ତୁ ନାଥ ଜୀବନ ଆମ୍ଭରଆମ୍ଭେ ଯେ ତୋହର କିଙ୍କର
Couplet 130
ତୁମ୍ଭ ଗୋଚରେ ଜ୍ଞାନଦୀକ୍ଷାଶରଣ ଗଲୁ କର ରକ୍ଷା
Couplet 131
ବ୍ରହ୍ମା ବଚନେ ଅବଧାନବୋଲନ୍ତି ଦେବକୀନନ୍ଦନ
Couplet 132
ଗଭୀର ନାଦେ ଦାମୋଦରବୋଇଲେ ଶୁଣ ଦେବବର
Couplet 133
ତୁମ୍ଭ ବଚନ ଅନୁସରିମଞ୍ଚେ ମାନବ ଦେହଧରି
Couplet 134
ଅବନୀଭାରା କଲି ନାଶକେବଳ ନୋହିଲା ଉଶ୍ୱାସ
Couplet 135
ଏ ଯଦୁବଂଶ ବାହୁବଳେବ୍ରହ୍ମାଣ୍ଡ ଆଚ୍ଛାଦିବେ ହେଳେ
Couplet 136
ଯେସନେ ସମୁଦ୍ର ଉଲ୍ଳୋଳଲଂଘିଲେ ନ ରହଇ କୂଳ
Couplet 137
ଏହାଙ୍କୁ ସଂହାର ନ କରିଯେବେ ମୁଁ ଯିବି ନିଜପୁରୀ
Couplet 138
ତେବେ ଯାଦବଦଳ ତ୍ରାସେଲୋକେ ନଶିବେ ଦଶଦିଶେ
Couplet 139
ମୁହିଁ ବିନାଶି ଦୁଷ୍ଟବଳଧରଣୀ ନ କଲି କୁଶଳ
Couplet 140
ଏବେ ମୁଁ ନିଜ ବଂଶ ମାରିଧରଣୀ ସଙ୍କଟୁ ଉଦ୍ଧରି
Couplet 141
ତେବେ ସେ ଯିବି ନିଜସ୍ଥାନେଏମନ୍ତ କୃଷ୍ଣର ବଚନେ
Couplet 142
ବ୍ରହ୍ମାଦି ସର୍ବଦେବଗଣେନମିଲେ କୃଷ୍ଣର ଚରଣେ
Couplet 143
କୃଷ୍ଣବଚନ ଶିରେ ଧରିଗଲେ ସେ ଯେ ଯାହାର ପୂରୀ
Couplet 144
ଏବେ ହୋ ଶୁଣ ମହୀପତିଅଦ୍ଭୂତ ଗୋବିନ୍ଦର ଗତି
Couplet 145
ଭୂମି ଗଗନ ଅଷ୍ଟଦିଶେଘୋର ଅଦ୍ଭୂତ ଯଦୁବଂଶେ
Couplet 146
ଉତ୍ପାତ ଦିଶେ ନିରନ୍ତରେଦ୍ୱାରକା ବାହ୍ୟ ଅଭ୍ୟନ୍ତରେ
Couplet 147
ଦେଖି ଚକିତ ଚକ୍ରପାଣିପୁଚ୍ଛନ୍ତି ବୁଧଜନେ ଆଣି
Couplet 148
ଦେଖ ଉତ୍ପାତ ଘୋରନାଦକି ଅବା ପଡ଼ିବ ପ୍ରମାଦ
Couplet 149
ବ୍ରାହ୍ମଣ ଶାପ କୋପାନଳନିଶ୍ଚେ ଦହିବ ଯଦୁକୁଳ
Couplet 150
ସେ ବିପ୍ରଶାପ କ୍ଷୟ ଅର୍ଥେଉପାୟ ନ ଦିଶଇ ଏଥେ
Couplet 151
ଏଣୁ ଦ୍ୱାରକାପୁରେ ବାସଆମ୍ଭର ନୁହଇ ବିଶ୍ୱାସ
Couplet 152
ପ୍ରଭାସତୀର୍ଥେ ଚାଲ ଯିବଯହିଁ ସକଳ ତୀର୍ଥସେବା
Couplet 153
ଦଣ୍ଡେ ହେଁ ବିଳମ୍ବ ନ କରଦେଖ ଉତ୍ପାତ ଭୟଙ୍କର
Couplet 154
ପୁଣି ବୋଲନ୍ତି ଚକ୍ରପାଣିଆମ୍ଭେ ପୁରାଣେ ଅଛୁଁ ଶୁଣି
Couplet 155
ଦକ୍ଷର ଶାପେ ଚନ୍ଦ୍ର ଅଙ୍ଗେବାଧିଲା ରାଜଯକ୍ଷ୍ମା ରୋଗେ
Couplet 156
ସେ ପୁଣି ବ୍ରହ୍ମାବାକ୍ୟେ ଗଲାପ୍ରଭାସତୀର୍ଥେ ସ୍ନାନ କଲା
Couplet 157
ତକ୍ଷଣେ ହୋଇଲା ନୀରୁଜଅଧିକେ ବିରାଜିଲା ତେଜ
Couplet 158
ଆମ୍ଭେ ସେ ତୀର୍ଥେ କରି ସ୍ନାନବ୍ରାହ୍ମଣେ ଦେବା ମହାଦାନ
Couplet 159
ପିତୃତୋଷିବା ପିଣ୍ଡଦାନେବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେ
Couplet 160
ଅମୂଲ୍ୟ ରତ୍ନ ବିପ୍ରେ ଦେଇବାକ୍ୟ କହିବା ଚାଟୁଆଇ
Couplet 161
ମନ ସନ୍ତୋଷେ ଦାନ ଦେବାନିରତେ ଚରଣେ ସେବିବା
Couplet 162
ଧନ କାର୍ପଣ୍ୟ ସେବାଫଳେକିବା ଅସାଧ୍ୟ ମହୀତଳେ
Couplet 163
ବିପ୍ରଙ୍କୁ ଦାନେ ତୋଷ କରିଆମ୍ଭେ ବା ବ୍ରହ୍ମଶାପୁଁ ତରି
Couplet 164
ଦାନେ ସକଳ ପାପ ହରିନାବେ ଯେସନେ ସିନ୍ଧୁ ତରି
Couplet 165
ଏମନ୍ତ କୃଷ୍ଣବାକ୍ୟ ଶୁଣିସକଳ ବୁଧେ ମନେ ଗୁଣି
Couplet 166
କୃଷ୍ଣର ବାକ୍ୟ ସତ୍ୟ କରିତୀର୍ଥଗମନ ମନେ ଧରି
Couplet 167
ରଥ ଶକଟ ଗଜବାଜିଯେ ଯାହା ଅନୁରୂପେ ସାଜି
Couplet 168
ଧନୁ ଖଡ଼ଗ ଆଦି କରିସକଳ ଅସ୍ତ୍ରଶସ୍ତ୍ର ଧରି
Couplet 169
ସଜ ହୋଇଲେ ତୋଷମନେଗୋବିନ୍ଦ ତୀର୍ଥ ଅନୁଯାନେ
Couplet 170
ଉଦ୍ଧବ ଶୁଣି ତାହା ମନୋ ଜାଣିଲା କୃଷ୍ଣର ବଚନେ
Couplet 171
ଅଦ୍ଭୁତ ଭୟଙ୍କର ଚାହିଁଚକିତେ ଚିତ୍ତେ ବିଚାରଇ
Couplet 172
ବ୍ରାହ୍ମଶ ଶାପେ ଯଦୁବଂଶଘୋର କନ୍ଦଳେ ଯିବ ନାଶ
Couplet 173
ମାୟାର ଯୋଗେ କୃଷ୍ଣରାମନିଶ୍ଚୟେ ଯିବେ ନିଜଧାମ
Couplet 174
ଉଦ୍ଧବ ଏମନ୍ତ ବିଚାରିବେନି ନୟନୁ ବହେବାରି
Couplet 175
କାନ୍ଦି କୃଷ୍ଣର ସନ୍ନିଧାନେଗୁପତେ ଆତ୍ମବିଦ୍ୟମାନେ
Couplet 176
କୃଷ୍ଣ ଚରଣ ଧରି କରେଉଦ୍ଧବ କହେ ଶୋକଭରେ
Couplet 177
ହେ ଦେବ ଦେବ ନିରଞ୍ଜନସୁପୁଣ୍ୟ ଶ୍ରବଣ କୀର୍ତ୍ତନ
Couplet 178
କୁଳ କି ସଂହାରିବୁ ତୁହିଏମନ୍ତ ପ୍ରାୟ ମୁଁ ମଣଇଁ
Couplet 179
ତୁ ଯେ ବୋଲାଉ ଭଗବାନନ କରୁ ବ୍ରହ୍ମଶାପ ଆନ
Couplet 180
ତୁ କାଳରୂପୀ ମାୟାଧରଏ ରୂପ କରିବୁ ଅନ୍ତର
Couplet 181
ଏ ନରଲୋକ ଛାଡ଼ି ହରିନିଶ୍ଚୟ ଯିବୁ ନିଜପୁରୀ
Couplet 182
ତୋହର ଅଭୟ ଚରଣପରମ ମଙ୍ଗଳ କାରଣ
Couplet 183
ସେ ପାଦେ ମୋର ମନ ଜଡ଼ିତିଳେ ମୁଁ ନ ପାରଇ ଛାଡ଼ି
Couplet 184
ତୋ ପାଦେ ପଶିଲି ଶରଣମୋତେ ନ ଛାଡ଼ ନାରାୟଣ
Couplet 185
ତୋର ଚରିତ ସୁଧାପାନଯେ କରେ ଶ୍ରବଣ କୀର୍ତ୍ତନ
Couplet 186
ଭାବେ ଅମୃତ ପାନ କରେସକଳ କର୍ମ ସେ ପାସୋରେ
Couplet 187
ମାର୍ଜନ ସୁଗନ୍ଧ ଲେପନେଆସନ ଭୋଜନ ଶୟନେ
Couplet 188
କ୍ଷଣେ ନ ଛାଡ଼ୁ ପ୍ରଭୁ ମୋତେମୁଁ ଏବେ ନ ଦେଖିଲେ ତୋତେ
Couplet 189
କେମନ୍ତେ ଧରିବି ଜୀବନହୋଇବ ଦଶଦିଗ ଶୂନ୍ୟ
Couplet 190
ତୋହର ଅଙ୍ଗ ଉପହାରଶରୀରେ ଭୂଷଣ ମୋହର
Couplet 191
ଗନ୍ଧ ବସନ ମାଳା ଯେତେଭୁଞ୍ଜଇ ତୋ'ର ଭୋଗ ଅନ୍ତେ
Couplet 192
ତୋ'ର ନିର୍ମାଲ୍ୟ ନିତ୍ୟେ ଖାଇତୋ' ରୂପ ନୟନେ ଦେଖଇ
Couplet 193
ତୁ ଯେ ମୋହର ପ୍ରାଣବନ୍ଧୁଉଦ୍ଧର ତୋ'ର ମାୟାଛନ୍ଦୁ
Couplet 194
ତୁ ନାଥ ଶରଣସୋଦରତୋ'ର ସଙ୍ଗତେ ମୋତେ କର
Couplet 195
ଯେ ପ୍ରାଣୀ ଦିଗମ୍ବର ହୋଇଭ୍ରମେ ସନ୍ୟାସରୂପ ବହି
Couplet 196
ଇନ୍ଦି୍ରୟଗଣ ଦୃଢେ ଛନ୍ଦିମନ ପବନ ହୃଦେ ରୁନ୍ଧି
Couplet 197
ବ୍ରହ୍ମ ଚିନ୍ତଇ ଅବିରତେନିରହଙ୍କାର ଶୁଦ୍ଧଚିତ୍ତେ
Couplet 198
ତପ-କଷଣ ସହେ ନିତ୍ୟା ନିର୍ମଳମତି ଉ ର୍ରେତ
Couplet 199
ଅଷ୍ଟାଙ୍ଗଯୋଗ ଭାବେ ଚିନ୍ତିଲଭନ୍ତି ବ୍ରହ୍ମଜ୍ଞାନ ଗତି
Couplet 200
ତୋ'ର ଅମୃତରସ ବାଣୀନିରତେ ଶ୍ରବଣେ ଯେ ଶୁଣି
Couplet 201
ତୋ'ର ସେବକ ଯା'ର ବନ୍ଧୁହେଳେ ସେ ତରେ ଭବ ସିନ୍ଧୁ
Couplet 202
ତୋହର ପାଦେ ଯା'ର ମନସେ ପ୍ରାଣୀ ଭକତ ଉତ୍ତମ
Couplet 203
ଏମନ୍ତେ ଉଦ୍ଧବ ବଚନନିବେଦି କୃଷ୍ଣ ସନ୍ନିଧାନ
Couplet 204
ଉଦ୍ଧବ କହେ ପୁଣ ପୁଣସ୍ୱାମୀର ଯେତେ ଭାବଗୁଣ
Couplet 205
ନିବେଶି କୃଷ୍ଣର ଚରଣେରହିଲା ଭାବିତ ବଦନେ
Couplet 206
ଶ୍ରୀଏକାଦଶେ ଭାଗବତଶୁକ କହନ୍ତି ଜ୍ଞାନତତ୍ତ୍ୱ
Couplet 207
ଅମୃତ ରସମୟ ବାଣୀଶୁଣି ତରିବେ ସର୍ବପ୍ରାଣୀ
Couplet 208
ଶ୍ରୀଏକାଦଶେ କୃଷ୍ଣରସକହଇ ଜଗନ୍ନାଥ ଦାସା