Skandha 11
Adhyaya 6
Couplet 1
ବୋଲନ୍ତି ବିଦେହରାଜନଭୋ ମୁନି ଶୁଣ ମୋ’ ବଚନ
Couplet 2
ଏ ଭୂମି ମଧ୍ୟେ ଦୁଷ୍ଟଲୋକେକୃଷ୍ଣଙ୍କୁ ନ ଭଜନ୍ତି ଥୋକେ
Couplet 3
କାମ ସଙ୍କଳ୍ପ ଲୋଭେ ଜଡ଼ିଅଜ୍ଞାନ ମୋହେ ଥା'ନ୍ତି ପଡ଼ି
Couplet 4
ଧର୍ମ ଅଧର୍ମ ନ ଜାଣନ୍ତିଅନ୍ତେ ସେ ଲଭନ୍ତି କି ଗତି
Couplet 5
ଏ ବଡ଼ ସଂଶୟ ମୋ’ ହୃଦେଛେଦ କୁଶଳ-ଧର୍ମ-ବାଦେ
Couplet 6
ଚମସ ଶୁଣି ତା ବଚନବୋଲନ୍ତି ସଭା-ବିଦ୍ୟମାନ
Couplet 7
କୃଷ୍ଣର ମୁଖ ଭୁଜ ଉରୁଅଭୟ ପାଦପଙ୍କଜରୁ
Couplet 8
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେଜନ୍ମିଲେ ସ୍ୱଭାବେ ତି୍ରଗୁଣେ
Couplet 9
ଏଣୁ ଏ ବିଷ୍ଣୁ ପିତାମାତାଗୁରୁ ବାନ୍ଧବ ଇଷ୍ଟଦାତା
Couplet 10
ଏମନ୍ତ ସ୍ୱାମୀ ସେବା ତେଜିଲୋଭେ ଯେ ଅନ୍ୟଦେବ ଭଜି
Couplet 11
ସେ ପ୍ରାଣୀ ପତିତ ପାମରଅନ୍ତେ ପଡ଼ଇ ତମ ଘୋର
Couplet 12
ବଦନ ଥାଉଁ ହରିବାଣୀମୁଖେ ଯେ ନ ବୋଲନ୍ତି ପ୍ରାଣୀ
Couplet 13
ନାମ ନ ଶୁଣନ୍ତି ଶ୍ରବଣେଯେ ଥା'ନ୍ତି ପାପ ଆଚରଣେ
Couplet 14
ସ୍ତ୍ରୀ ଶୂଦ୍ର ଆଦି ଯେତେ ନରେଯେ ଥା'ନ୍ତି ନିନ୍ଦିତ ଆଚାରେ
Couplet 15
ସେ ଯେବେ ସାଧୁଙ୍କୁ ଦେଖନ୍ତିକଳୁଷ-ପଙ୍କୁ ନିସ୍ତରନ୍ତି
Couplet 16
ବ୍ରାହ୍ମଣ କ୍ଷତି୍ର ବୈଶ୍ୟଜନସ୍ୱଭାବେ ଧନ୍ୟ ତିନିବର୍ଣ୍ଣ
Couplet 17
ବିଷ୍ଣୁ ସ୍ମରଣେ ଶାନ୍ତି ମନେଏ ଥା'ନ୍ତି ନିଗମ ବଚନେ
Couplet 18
ବ୍ରାହ୍ମଣ ବେଦବିଦ୍ୟା ବଳେକୁଳ ସମ୍ପଦ ଧନ ଛଳେ
Couplet 19
ମଜ୍ଜଇ କରି ଅହଙ୍କାରକନ୍ଧେ ବହଇ ବେଦଭାର
Couplet 20
ଧର୍ମ ଅଧର୍ମ ମାର୍ଗ କହିଆତ୍ମାକୁ ପଣ୍ଡିତ ବୋଲାଇ
Couplet 21
ସଭାର ମଧ୍ୟେ ଚାଟୁ କହିହସି ହସାଇ ଜନମୋହି
Couplet 22
ସ୍ୱଭାବେ ରଜୋଗୁଣ ଚାଣ୍ଡେସଙ୍କଳ୍ପ କରେ କର୍ମକାଣ୍ଡେ
Couplet 23
ଧନ ତନୟ ସୁଖ ଆଶେଶରୀର ଅନ୍ତେ ନର୍କେ ପଶେ
Couplet 24
ଅଳପ କାର୍ଯେ୍ୟ କ୍ରୋଧ ବହିକାଳଭୁଜଙ୍ଗ ପ୍ରାୟ ହୋଇ
Couplet 25
ସ୍ୱଭାବେ କାମ କ୍ରୋଧ ବଳେନିତ୍ୟେ ଅସାଧୁ ସଙ୍ଗେ ମିଳେ
Couplet 26
ଏଣୁ ଏ ବିପ୍ର ଆଦି ବର୍ଣ୍ଣେପାପୀ ଦୁର୍ଜନ ମତିହୀନେ
Couplet 27
ବିଷ୍ଣୁଜନଙ୍କୁ ଦେଖି ପାଶେନିନ୍ଦା କରନ୍ତି ଉପହାସେ
Couplet 28
ହସି ବୋଲନ୍ତି ହାସ୍ୟ ବାଣୀନିକଟେ କୃଷ୍ଣକଥା ଶୁଣି
Couplet 29
ଗୃହେ ଗୃହିଣୀ ଅଙ୍ଗସଙ୍ଗେଚିତ୍ତ ବୁଡ଼ାଇ କାମଭୋଗେ
Couplet 30
ଆଶା ବନ୍ଧନେ ଧନ ସଞ୍ଚେମାୟା ସଙ୍କଳ୍ପେ କାଳ ବଞ୍ଚେ
Couplet 31
ପିଣ୍ଡ ପରାଣ ତୁଷ୍ଟି ଅର୍ଥେପଶୁ ହିଂସନ୍ତି ତର୍କଶାସ୍ତ୍ରେ
Couplet 32
ଦେବ ଉେ”ଶ୍ୟେ ଜନ୍ତୁ ମାରିପୂଜନ୍ତି ନାନା ଯଜ୍ଞ କରି
Couplet 33
ଦାନ ଦକ୍ଷିଣା ବିଧିହୀନେକୁକର୍ମ କରନ୍ତି ଅଜ୍ଞାନେ
Couplet 34
ପଶୁ ମାରଣେ ପାପ ଯେତେଦେଖି ନ ଦେଖନ୍ତି ଅଗ୍ରତେ
Couplet 35
ଶ୍ରୀମଦକୁଳ ଅଭିମାନଐଶ୍ଚର୍ଯ୍ୟ ମଦିରାରେ ମନ
Couplet 36
ଦାନ ପଠନ କର୍ମ ବଳେସମ୍ପଦ ଦେଖନ୍ତି ନିଶ୍ଚଳେ
Couplet 37
ସମ୍ପଦ ମଦେ ଅନ୍ଧ ହୋନ୍ତିସାଧୁ ଅସାଧୁ ନ ଗଣନ୍ତି
Couplet 38
ବିଷ୍ଣୁ-ବୈଷ୍ଣବ ଜନ ଚାହିଁନିନ୍ଦା କରନ୍ତି ଗର୍ବ ବହି
Couplet 39
ଏ ଭାବେ ସର୍ବନାଶ କରେନରକେ ପଡ଼ନ୍ତି ନିର୍ଭରେ
Couplet 40
ସକଳ ଜୀବେ ନରହରିବସେ ଅନନ୍ତ ରୂପ ଧରି
Couplet 41
ବିଷ୍ଣୁର ମାୟା ମୋହ ଭ୍ରାନ୍ତିଏହା ପାମରେ ନ ବୁଝନ୍ତି
Couplet 42
ଯା'ର ମହିମା ବେଦ ଭଣେଯୋଗୀନ୍ଦ୍ର ଯେ ହରି ଚରଣେ
Couplet 43
ନିତ୍ୟେ ନିର୍ମଳ ଚିତ୍ତେ ଚିନ୍ତିଧ୍ୟାନ ଧାରଣେ ନ ଦେଖନ୍ତି
Couplet 44
ସେ ହରି ନ ଭଜନ୍ତି ଚିତ୍ତେକୁବୁଦ୍ଧିଭାବ ଅବିରତେ
Couplet 45
କୁତ୍ସିତ କଥା ରତ ନିତ୍ୟେନାନାକୁପଥ ମନୋରଥେ
Couplet 46
ମନ ଭ୍ରମାଇଁ ଭ୍ରମୁଥା’ନ୍ତିଦୁର୍ଗମ ପଥ ନ ଚିହ୍ନନ୍ତି
Couplet 47
ନାରୀ ସେବନ ମାଂସ ମଦ୍ୟେଲୋଭ ବେଭାର ଅନୁବାଦେ
Couplet 48
ବେଦ ନ କହେ ଯାହା ମୁଖେପ୍ରାଣୀ ତା କରେ ଆତ୍ମସୁଖେ
Couplet 49
ଧର୍ମ ଅଧର୍ମ ବେନିପଥେବେଦ କହଇ ଯାହା ନିତ୍ୟେ
Couplet 50
ଆଦି ଈଶ୍ୱର ଆଜ୍ଞା ଏହୁଏଥୁଁ ଅଧିକ କେବା କହୁ
Couplet 51
ସେ ବେଦପଥ ଛାଡ଼ି ବଳେକର୍ମ କରନ୍ତି ଆତ୍ମଭୋଳେ
Couplet 52
ନାରୀ ନ ସେବି କାମ ସଧେସେବ ବିବାହ ଅନୁବନ୍ଧେ
Couplet 53
ଛାଡ଼ି ନ ପାରି ହୀନ ଚିତ୍ତେସେବନ୍ତି ମଦ ମାଂସ ନିତ୍ୟ
Couplet 54
ପଶୁ ମାରନ୍ତି ଯଜ୍ଞ ଲକ୍ଷ୍ୟେଯେ ବେଦବିଧି ପିତୃପକ୍ଷେ
Couplet 55
ଏ ନୋହେ ବେଦବିଧି ବାଣୀନିତ୍ୟେ ଅସତ୍ୟ ପରିମାଣି
Couplet 56
କଲେ କରିବ ଧର୍ମମତେଯେ ବେଦବିଧି ଅନୁମତେ
Couplet 57
ବିଧି ନିଷେଧ ଏ ପ୍ରସିଦ୍ଧିଏହା ନ ଜାଣେ ପଶୁବୁଦ୍ଧି
Couplet 58
ଧନ ଅର୍ଜନେ ଧର୍ମ କରିଧର୍ମେ ପ୍ରାପତ ନରହରି
Couplet 59
ଧନ ଅର୍ଜନେ ଦେହ ଧରେମରଣ ସଙ୍କଟେ ନ ଡ଼ରେ
Couplet 60
ସେ ଧନେ ପୋଷେ ନିଜ ଦେହୀମୃତୁ୍ୟ ଭାବନା ନ ଡ଼ରଇ
Couplet 61
ଯଦ୍ୟପି ଯଜ୍ଞର ବିଧାନମାଂସ ଭକ୍ଷଣ ସୁରାପାନ
Couplet 62
ତଥାପି ଯଜ୍ଞବିଧିମତେଆଘ୍ରାଣ କରି ନାସାଗ୍ରତେ
Couplet 63
କେବେହେଁ ନ କରିବ ପାନଏ ବିଧି ବେଦର ବିଧାନ
Couplet 64
କେବଳ ଯଜ୍ଞେ ପଶୁବଧଅନ୍ୟତ୍ର ବଧଟି ପ୍ରମାଦ
Couplet 65
ନାରୀ ସଙ୍ଗମ ଋତୁମତେକେବଳ ପୁତ୍ରଜନ୍ମ ଅର୍ଥେ
Couplet 66
ଅନ୍ୟଥା ରତିସୁଖ ଅର୍ଥେସଙ୍ଗ ନ କରି କଦାଚିତେ
Couplet 67
ଜୀବର ସ୍ୱଧର୍ମ ଯେ ବାଣୀସକଳ ବେଦେ ପରିମାଣି
Couplet 68
ଏହା ନ ବୁଝି ମୂଢପ୍ରାଣୀଦୁଃଖକୁ ସୁଖ ପ୍ରାୟ ମଣି
Couplet 69
କରନ୍ତି ଜ୍ଞାନହୀନେ କର୍ମଏଣୁ ସଂସାରେ ହୋନ୍ତି ଭ୍ରମ
Couplet 70
ମୂର୍ଖ ସ୍ୱଭାବେ ମୂଢପ୍ରାଣୀଆତ୍ମାକୁ ପଣ୍ଡିତ ବଖାଣି
Couplet 71
କେବଳ ଦେବତା ବିଶ୍ୱାସୋନ ଜାଣି ଯଜ୍ଞେ ପଶୁ ହିଂସେ
Couplet 72
ପଶୁଏ ଥା'ନ୍ତି ପ୍ରେତମେଳେତା'ର ଜୀବନ ଅନ୍ତଃକାଳେ
Couplet 73
ଧରି ଭକ୍ଷନ୍ତି ତା'ର ମାଂସକେବଳ ଅସ୍ଥି ରହେ ଶେଷ
Couplet 74
ଯେ ଯାକୁ ମାରେ ସୁଖଭୋଳେସେ ତାକୁ ହିଂସେ ଅନ୍ତଃକାଳେ
Couplet 75
ଏ ବାଣୀ ପଣ୍ଡିତଙ୍କ ମଧ୍ୟେପାପ ଲଭନ୍ତି ପଶୁବଧେ
Couplet 76
ସକଳ ଦେହେ ନରହରିବସଇ ଆତ୍ମାରୂପ ଧରି
Couplet 77
ସମେ ବସଇ ସର୍ବଦେହେମୂଢ ନ ଜାଣେ ମାୟାମୋହେ
Couplet 78
ପୁତ୍ରକଳତ୍ର କଳେବରେମୋହର ବୋଲି ସ୍ନେହ କରେ
Couplet 79
ସୁଖାନୁଭବେ ଜୀବ ମାରେକେବଳ ବିଷ୍ଣୁଦ୍ରୋହ କରେ
Couplet 80
ଦୁଷ୍ଟ ପତିତ ବୋଲି ତା’ରେପଡ଼େ ନରକ ଅନ୍ଧକାରେ
Couplet 81
ପଣ୍ଡିତ ପଣେ ବାଦ ଚିନ୍ତିଦମ୍ଭେ ନ ବୁଝେ ମୋକ୍ଷଗତି
Couplet 82
ବଞ୍ଚିତ ହୋଇ କୃଷ୍ଣନାମେସଞ୍ଚଇ ଧର୍ମ ଅର୍ଥ କାମେ
Couplet 83
କରଇ ନାନା କର୍ମ ନିତ୍ୟେକ୍ଷଣେ ନ ରହେ ସ୍ଥିର ଚିତ୍ତେ
Couplet 84
କର୍ମ ହରଇ ପ୍ରାଣୀ ପ୍ରାଣତାହାର କାହିଁ ପରିତ୍ରାଣ
Couplet 85
ଚିତ୍ତେ ନ ବହେ ଦୟା ଶାନ୍ତିତାହାକୁ ବୋଲି ଆତ୍ମଘାତୀ
Couplet 86
ପାଷଣ୍ଡ ଭାବେ ଅନୁମାନିଆତ୍ମାକୁ ମଣେ ତତ୍ତ୍ୱଜ୍ଞାନୀ
Couplet 87
ମନ କଳ୍ପଇ ଯେତେ ଫଳେଦଇବ ହରଇ ତା’ ବଳେ
Couplet 88
ବଞ୍ଚିତ ଇହ ପରଲୋକେନିତ୍ୟେ ବଞ୍ଚଇ ଦୁଃଖଶୋକେ
Couplet 89
ଦୁଃଖେ ସଞ୍ଚିତ ଯେତେ ଧନସେ ନୋହେ ସୁଖେ ପ୍ରୟୋଜନ
Couplet 90
ଦୁଃଖରେ ପୋଷି ଦାରାସୁତସର୍ବ ସମ୍ପଦ ପଶୁଭୃତ୍ୟ
Couplet 91
ଏ ସର୍ବ ଛାଡ଼ି ଅନ୍ତଃକାଳେଚଳଇ ପାପପୁଣ୍ୟବଳେ
Couplet 92
ନରକେ ପଡ଼ି ଦୁଃଖ ଭୁଞ୍ଜେଯମଯାତନା ଘୋର ପୁଞ୍ଜେ
Couplet 93
ହରି ବିମୁଖ ଯେହୁ ପ୍ରାଣୀନ ତରେ ଭବତରଙ୍ଗିଣୀ
Couplet 94
ଏମନ୍ତେ ମୁନିବାକ୍ୟ ଶୁଣିରାଜା ବୋଲାଇ ମନେ ଗୁଣି
Couplet 95
ଭୋ ମୁନି ପ୍ରଭୁ ଭଗବାନକେବଣ ଯୁଗେ କେଉଁ ବର୍ଣ୍ଣ
Couplet 96
କି ନାମ ରୂପ ଅନୁସାରେଭକତ ଭଜେ କି ପ୍ରକାରେ
Couplet 97
କେବଣ ଯୁଗେ କେଉଁ ରୂପେଶରୀର ଧରେ ମାୟାକଳ୍ପେ
Couplet 98
ଏହା ଶୁଣିତେ ମୋର ଇଚ୍ଛାକହି ପୂରାଅ ମନୋବାଞ୍ଛା
Couplet 99
ଜୀବ ଉଦ୍ଧାର ଏହୁ ବାଣୀକରଭାଜନ ତାହା ଶୁଣି
Couplet 100
ବୋଲନ୍ତି ଶୁଣ ନରନାଥଅଶେଷ କୃଷ୍ଣର ଚରିତ
Couplet 101
କଳି କଳୁଷ ନିବାରଣଯେ କରେ ଶ୍ରବଣ କୀର୍ତ୍ତନ
Couplet 102
ଯେ ରୂପ ବହେ ସତ୍ୟଯୁଗେତ୍ରେତା ଦ୍ୱାପର କଳିଯୁଗ
Couplet 103
ଇଚ୍ଛା ବିହାରେ ଅବତରେସ୍ୱଭାବେ ନାନାରୂପ ଧରେ
Couplet 104
ବିଧି-ବିଧାନେ ନାନାମତେଯେ ରୂପ ପୂଜନ୍ତି ଜଗତେ
Couplet 105
ଯେ ଯୁଗେ ଯେବା ଅବତାରଯେ ବର୍ଣ୍ଣ ନାମ ଦାମୋଦର
Couplet 106
ସୁଖେ ବିହରେ ନରଲୋକେଶୁଣ କହିବା ଏକେ ଏକେ
Couplet 107
ପ୍ରଥମେ ଶୁକ୍ଳବର୍ଣ୍ଣ ଦେହେଜଟାକଳାପ ମୁଣ୍ଡେ ବହେ
Couplet 108
ହୃଦେ ଉତ୍ତରୀ ଅକ୍ଷମାଳପିନ୍ଧନ୍ତି ବୃକ୍ଷର ବକଳ
Couplet 109
ଆଜାନୁ ଲମ୍ବେ ଭୁଜ ଚାରିତି୍ରଦଣ୍ଡ କମଣ୍ଡଳୁଧାରୀ
Couplet 110
ଏମନ୍ତ ରୂପ ଭଗବାନଦେଖି ପୂଜନ୍ତି ସାଧୁଜନ
Couplet 111
ଯେ ରୂପ ସର୍ବଜନ ହିତଶୁଚି ପବିତ୍ର ଶାନ୍ତ ଦାନ୍ତ
Couplet 112
ତପ ଆଚରି ଶମ ଦମେପ୍ରାଣ ସଂଯମୀ ମହାଶ୍ରମେ
Couplet 113
ଭଜନ୍ତି ସେ ରୂପ ଚରଣେନିଗମ ଧର୍ମ ଆଚରଣେ
Couplet 114
ବୈକୁଣ୍ଠ ସୁପର୍ଣ୍ଣ ଲକ୍ଷଣଶ୍ରୀବତ୍ସ କୌସ୍ତୁଭ ଭୂଷଣ
Couplet 115
ହଂସପୁରୁଷ ଭଗବାନପରମଆତ୍ମା ଦିବ୍ୟଜ୍ଞାନ
Couplet 116
ଏ ରୂପେ ବହେ ସତ୍ୟଯୁଗେଭକତଜନ ଅନୁରାଗେ
Couplet 117
ଶୋଣିତ ବର୍ଣ୍ଣ ତ୍ରେତାଯୁଗେବିଷ୍ଣୁ ସମ୍ଭୂତ ଭୂମିଭାଗେ
Couplet 118
ସୁନ୍ଦର ଚତୁର୍ଭୁଜ ଧରେସୁବର୍ଣ୍ଣ-ବର୍ଣ୍ଣ କେଶ ଶିରେ
Couplet 119
ତି୍ରଗୁଣ ମେଖଳା ଉତ୍ତରୀସୁନ୍ଦର ଶ୍ରୁବ ଶ୍ରୁଚ ଧରି
Couplet 120
ଯଜ୍ଞପୁରୁଷ ଦାମୋଦରସର୍ବଦେବଙ୍କ କଳେବର
Couplet 121
ଅଶେଷ ଭୁବନ ଈଶ୍ୱରଅଜ୍ଞାନୀ ଜନେ ଅଗୋଚର
Couplet 122
ସେ ରୂପ ଦେଖି ବିପ୍ରଗଣେନିଗମ ପଥ ଆଚରଣେ
Couplet 123
ଯଜ୍ଞେ ପୂଜିଲେ ଭଗବାନଯେ ଯଜ୍ଞେ ବିଷ୍ଣୁ ଦରଶନ
Couplet 124
ସେ ବିଷ୍ଣୁ ଯଜ୍ଞ ପୃଶ୍ନିଗର୍ଭଜୟନ୍ତ ପୁଣି ସର୍ବଦେବ
Couplet 125
ଯେ ଊରୁକ୍ରମ ବୃଷାକପିଊରୁଗାୟ ଏ ନାମ ଜପି
Couplet 126
ଦ୍ୱାପର ଯୁଗେ ଶ୍ୟାମ ବର୍ଣ୍ଣପୀତବସନ ପରିଧାନ
Couplet 127
ନିଜ ଆୟୁଧ ଧରି କରେଶ୍ରୀବତ୍ସ କଉସ୍ତୁଭ ଊରେ
Couplet 128
ଏ ଆଦି ଲକ୍ଷଣେ ଲକ୍ଷିତଅଶେଷଭୁବନେ ପୂଜିତ
Couplet 129
କାମକୁ ନିନ୍ଦେ କଳେବରସମ୍ପଦ ରାଜରାଜେଶ୍ୱର
Couplet 130
ସେ ରୂପ ଦେଖି ମୁନିଜନେପୂଜନ୍ତି ମନ୍ତ୍ରଯନ୍ତ୍ର ଧ୍ୟାନେ
Couplet 131
ସେ ସର୍ବଦେବମୟ ହରିଏମନ୍ତ ନାମେ ସ୍ତୁତି କରି
Couplet 132
ଶ୍ରୀବାସୁଦେବ ନମୋସ୍ତୁତେସଙ୍କରଷଣ ବୋଲି ତତେ
Couplet 133
ପ୍ରଦୁ୍ୟମ୍ନ ଅନିରୁଦ୍ଧ ତୁହିଏ ଚାରିରୂପେ ଏକଦେହୀ
Couplet 134
ନମସ୍ତେ ପ୍ରଭୁ ଜଗନ୍ନାଥଯା'ର ଶରୀରୁ ଏ ଜଗତ
Couplet 135
ତୁ ବିଶ୍ୱମୟ ବିଶ୍ୱପତିମହାପୁରୁଷ ସର୍ବଗତି
Couplet 136
ଦ୍ୱାପର ଯୁଗେ ଏହି ମତେକୃଷ୍ଣଙ୍କୁ ପୂଜନ୍ତି ଜଗତେ
Couplet 137
ଯେ ଅବା ଯେମନ୍ତ ଭାବଇତା'କୁ ତେମନ୍ତ ସୁଖ ଦେଇ
Couplet 138
ଦ୍ୱାପରଯୁଗ ଶେଷ କାଳେକଳି ଆଗମ ଅନ୍ତରାଳେ
Couplet 139
ରୂପ ପ୍ରକାଶେ ଚକ୍ରପାଣିଯେସନ ଇନ୍ଦ୍ର ନୀଳମଣି
Couplet 140
କୃଷ୍ଣମୂରତି ଭଗବାନକେବଳ ନାମ-ସଙ୍କୀର୍ତ୍ତନ
Couplet 141
କୃଷ୍ଣର ରୂପ ଗୁଣ ଯେତେଧ୍ୟାନେ ନିରୋପି ଶୁଦ୍ଧଚିତ୍ତେ
Couplet 142
ପ୍ରତିମା କରି ନାନାରୂପେକୃଷ୍ଣପୂଜନ୍ତି ଯଜ୍ଞକଳ୍ପେ
Couplet 143
ଅଙ୍ଗ ଉପାଙ୍ଗ ଅସ୍ତ୍ର ଯେତେବିଷ୍ଣୁର ପାର୍ଷଦ ସହିତେ
Couplet 144
ସକଳ ପୂଜି ସାବଧାନେସ୍ତୁତି କରନ୍ତି ଏ ବଚନେ
Couplet 145
ହେ ମହାପୁରୁଷ ମୁକୁନ୍ଦବନ୍ଦୁଁ ତୋ’ ଚରଣାରବିନ୍ଦ
Couplet 146
ମୁନି କରନ୍ତି ଯା'ରେ ଧ୍ୟାନହରଇ ପରାଭବମାନ
Couplet 147
ଅଭୀଷ୍ଟଫଳ କାମଧେନୁତୀର୍ଥନିବାସ ଯା’ ଚରଣୁ
Couplet 148
ଭବ-ବିରଞ୍ଚି ଯା'କୁ ନିତ୍ୟେସ୍ତୁତି କରନ୍ତି ଅବିରତେ
Couplet 149
ଶରଣଜନଙ୍କ ରକ୍ଷଣଭୃତ୍ୟ ଆରତ ନିବାରଣ
Couplet 150
ପ୍ରଣତଜନ ଯେ ପାଳଇଏ ଭବଜଳେ ନାବ ହୋଇ
Couplet 151
ଯେ ରାଜଲକ୍ଷ୍ମୀ ଦେବଗଣେଧ୍ୟାନେ ବାଞ୍ଛନ୍ତି ଯା ଚରଣେ
Couplet 152
ମର୍ତ୍ତେ୍ୟ ମନୁଷ୍ୟ ଦେହ ଧରିକେ ତାହା ପାରେ ଦୂର କରି
Couplet 153
ପିତୃବଚନ ଶିରେ ଧରିସ୍ୱରାଜ୍ୟ ଦୂରେ ପରିହରି
Couplet 154
ଧାର୍ମିକ ପଣେ ଗମି ବନେଯନ୍ତ୍ରିତ ପି୍ରୟାର ବଚନେ
Couplet 155
ଧାଇଁଲେ ମାୟାମୃଗ ଅର୍ଥେବନଗହନ ଘୋରପଥେ
Couplet 156
ସେ ପାଦେ ମୋର ନମସ୍କାରଧ୍ୟାନେ ଖଣ୍ଡଇ ତମ ଘୋର
Couplet 157
ଯୁଗକୁ ଯୁଗ ଏହିମତେପରମାନନ୍ଦ ଏ ଜଗତେ
Couplet 158
ଧରଣୀ ମଧ୍ୟେ ଅବତରିଭ୍ରମଇଁ ନାନାରୂପ ଧରି
Couplet 159
ସେ ରୂପ ପୂଜି ନରନାରୀମାୟାସଂସାରୁ ଯା'ନ୍ତି ତରି
Couplet 160
ସେ ପୁଣି ପଣ୍ଡିତ ବୋଲାଇଗୁଣଜ୍ଞ ସର୍ବ ସାରଗ୍ରାହୀ
Couplet 161
ସକଳ ଶାସ୍ତ୍ର ଅନୁମାନେନିର୍ମଳ-ଚିତ୍ତେ ମହାଜନୋ
Couplet 162
ବେଦ ବିଚାରି ବ୍ରହ୍ମଭାଗବୋଲନ୍ତି ଧନ୍ୟ କଳିଯୁଗ
Couplet 163
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେକୃଷ୍ଣର ନାମ ସଂକୀର୍ତ୍ତନେ
Couplet 164
ମୁଖେ ଉଚ୍ଚାରି ନିତି ନିତିଅଶେଷ ପାପୁଁ ନିସ୍ତରନ୍ତି
Couplet 165
କଳି-କଳୁଷ ଦୁଷ୍ଟଚିତ୍ତେଗୃହ କଷଣ ଅବିରତେ
Couplet 166
ନାମ-କୀର୍ତ୍ତନେ ଯେବେ ଥା’ନ୍ତିସଂସାରେ ନାହିଁ ତାଙ୍କ ଭ୍ରାନ୍ତି
Couplet 167
ପରମ ଲାଭ ଏଥି ନାହିଁକୃଷ୍ଣ ଭକତି ହୃଦେ ଲଇଁ
Couplet 168
ପ୍ରଜାଏ ସତ୍ୟଯୁଗ ଆଦିଭବିଷ୍ୟ କଥାକୁ ସମ୍ପାଦି
Couplet 169
ଚିତ୍ତେ କଳ୍ପନ୍ତି ଅନୁରାଗେଆମ୍ଭେ ଜନ୍ମିବୁ କଳିଯୁଗେ
Couplet 170
ସେ ଯୁଗେ ନାମ ସଂକୀର୍ତ୍ତନକରି ତରିବେ ସର୍ବଜନ
Couplet 171
ତାହାଙ୍କ ମଧ୍ୟେ ଆମ୍ଭେ ଥାଇତୁଣ୍ଡେ ଗୋବିନ୍ଦ ନାମ ଗାଇ
Couplet 172
ଭକତ ମୁଖୁଁ କୃଷ୍ଣ ଶୁଣିତରିବୁ ଭବତରଙ୍ଗିଣୀ
Couplet 173
ଗୋବିନ୍ଦ-ଚରଣାରବିନ୍ଦସ୍ୱାଦୁ-ସୁଗନ୍ଧ-ମକରନ୍ଦ
Couplet 174
ମନ-ଭ୍ରମରେ କରି ପାନଯେ ଅବା ଥିବେ ସାଧୁଜନ
Couplet 175
ତାହାଙ୍କ ସଙ୍ଗେ ମିତ୍ରପଣେସେବିବୁଁ କୃଷ୍ଣର ଚରଣେ
Couplet 176
ଏମନ୍ତ ଚିତ୍ତେ କରି ଆଶାକଳିକି କରନ୍ତି ପ୍ରଶଂସା
Couplet 177
କଳିରେ ବିଷ୍ଣୁ-ପରାୟଣହୋଇ କରିବେ ନାମମାନ
Couplet 178
ଦ୍ରାବିଡ଼ ଦେଶରେ ଅନେକଜନ୍ମିବେ ହରିଭକ୍ତ ଲୋକ
Couplet 179
ଯେ ଦେଶେ ନଦୀ ତାମ୍ରପର୍ଣ୍ଣୀଯେ କୃତମାଳା ପୟସ୍ୱିନୀ
Couplet 180
କାବେରୀ ପୁଣ୍ୟା ମହାନଦୀପ୍ରାଚୀ ତୀର୍ଥାଦି ଛନ୍ତି ଭେଦି
Couplet 181
ତାହାଙ୍କ ଜଳ କରି ପାନନିର୍ମଳ ହେବ ତା'ଙ୍କ ମନା
Couplet 182
ଲବେ ନିମିଷେ କ୍ଷଣେ ଲେଶେଯେ ଅବା ଥିବେ ଯେଉଁ ଦେଶେ
Couplet 183
କୃଷ୍ଣର ନାମ ଉଚ୍ଚେ ଗାଇରୋମ-ପୁଲକ ତନୁ ବହି
Couplet 184
ନୟନୁ ବହେ ଅଶ୍ରୁଜଳଲଭିବେ କୋଟିତୀର୍ଥଫଳ
Couplet 185
ଏ ବଡ଼ ଲାଭ ଏ ଜଗତେକୃଷ୍ଣ-ଭଜନ ନାନାମତେ
Couplet 186
ନିରତେ ସୁଖେ ଉଚ୍ଚାରିବେଅଶେଷ ପାପୁଁ ନିସ୍ତରିବେ
Couplet 187
ମୁଖେ ଗୁଣିବେ କୃଷ୍ଣନାମଶ୍ରବଣ ମାତ୍ରେ ଅଭିରାମ
Couplet 188
ସ୍ମରଣ କରି ହୃଦମଧ୍ୟେଜନ୍ମ ମରଣ ବନ୍ଧ ଛେଦେ
Couplet 189
ଦେବତା ଋଷି ପିତୃଭୂତଯେ ଅବା ଅଛନ୍ତି ଆଗତ
Couplet 190
ସେମାନଙ୍କର କର୍ମମାନନ କଲେ ଋଣୀ ହୋନ୍ତି ଜନ
Couplet 191
ଯେ ସର୍ବଭାବେ କୃଷ୍ଣପାଦେଶରଣ ଗଲେ ଅପ୍ରମାଦେ
Couplet 192
ସେ ଋଣୀ ନୋହେ ଏହାଙ୍କରଆବର ନୁହଇ କିଙ୍କର
Couplet 193
ଯେ ଅନ୍ୟଭାବ ପରିହରିକୃଷ୍ଣଚରଣେ ଆଶ୍ରେ କରି
Couplet 194
ହରି ତା’ ହୃଦୟକମଳେପ୍ରକାଶ ହୋଇ ସର୍ବକାଳେ
Couplet 195
ତା'ର ବିକର୍ମ ଯେତେ ଥା’ନ୍ତିହେଳେ ସମସ୍ତ ବିନାଶକ୍ତି
Couplet 196
ଏ ଭାବେ କୃଷ୍ଣଭକ୍ତଜନଶୁଣ ହେ ବିଦେହରାଜନ
Couplet 197
ଏମନ୍ତେ ନବମୁନିଗଣେରାଜାଙ୍କୁ ଚାହିଁ ଜଣେ ଜଣେ
Couplet 198
କହିଲେ ଭାଗବତ ଧର୍ମଯେ ରୂପେ କୃଷ୍ଣସେବାକର୍ମ
Couplet 199
ଶୁଣି ସାନନ୍ଦ ଦଣ୍ଡଧାରୀରୋମ-ପୁଲକେ ତନୁ ଘାରି
Couplet 200
ନୟନୁଁ ଅଶ୍ରୁଜଳ ଝରେନିର୍ମଳ ବାହ୍ୟ ଅଭ୍ୟନ୍ତରେ
Couplet 201
ମୁନିଙ୍କ ଚରଣେ ପୂଜିଲାଆନନ୍ଦେ ନୟନ ବୁଜିଲା
Couplet 202
ତକ୍ଷଣେ ସଭା-ବିଦ୍ୟମାନେମୁନି ଚଳିଲେ ଅନ୍ତର୍ଦ୍ଧାନେ
Couplet 203
ଯେ ଧର୍ମ କହିଗଲେ ମୁନିନିମି ତା ହୃଦୟରେ ଘେନି
Couplet 204
ଭାବି ହୋଇଲେ ଭବୁଁ ପାରଏବେ ହୋ ଶୁଣ ଯଦୁବୀର
Couplet 205
ତୁ ଏବେ ଏହି ଧର୍ମ କରିଅନ୍ତେ ଲଭିବୁ ନରହରି
Couplet 206
ଧନ୍ୟ ଯାଦବ ତୋ ଜୀବନଯାହାର ପୁତ୍ର ଭଗବାନ
Couplet 207
ଲଭିଁଲୁ ପୂର୍ବ-ତପଫଳେଏଣୁ ତୋ ଯଶ ମହୀତଳେ
Couplet 208
ବିଖ୍ୟାତ ତିନିଭୁବନରେଯେ ଯଶ ଗାଇ ପ୍ରାଣୀ ତରେ
Couplet 209
ଆସନ ଭୋଜନ ଶୟନେନିରତେ ଦେଖୁ ତୁ ନୟନେ
Couplet 210
ଏ ମୋର ପୁତ୍ର ବୋଲି ଭୋଳେଚୁମ୍ବନ ଦେଇ ଧରୁ କୋଳେ
Couplet 211
ବ୍ରହ୍ମଙ୍କୁ କରୁ ଆଲିଙ୍ଗନଏଣୁ ତୁ ତି୍ରଭୁବନେ ଧନ୍ୟ
Couplet 212
ଦନ୍ତବିକଟ ବିଦୁରଥଶାଲ୍ୱ ପୌଣ୍ଡ୍ରକ ଚେଦିନାଥ
Couplet 213
କଂସ ମାଗଧ ଆଦି ଯେତେଦୁଷ୍ଟେ ଯେ ଥିଲେ ଭୂମିଗତେ
Couplet 214
କୃଷ୍ଣେ ବଇରୀଭାବ ବହିପଶିଲେ ତା'ଙ୍କ ଦେହେ ଯାଇ
Couplet 215
ସେ ହରି ଚରଣ କମଳେଯେ ଭଜେ ପ୍ରେମଭାବେ ଭୋଳେ
Couplet 216
ତାହାଙ୍କ ଗତି କେବା ଜାଣିବ୍ରହ୍ମାଶଙ୍କର ନ ପ୍ରମାଣି
Couplet 217
କୃଷ୍ଣଙ୍କୁ ପୁତ୍ର ତୁ ନ ମଣସେଟି ଅନାଦି ନାରାୟଣ
Couplet 218
ଆଦିପୁରୁଷ ତୋ'ର ଘରେମାୟା ମନୁଷ୍ୟ ଅବତାରେ
Couplet 219
ହେଳେ ଅସୁରବଳ ମାରିଆପଦୁଁ ଅବନୀ ଉଦ୍ଧାରି
Couplet 220
ସ୍ୱଭାବେ ଜନ୍ମ ଯା'ର ନାହିଁମନ ବଚନେ ଭେଦ କାହିଁ
Couplet 221
ସେ ହରି ଦେବକୀ ଉଦରେଜନ୍ମ ଲଭିଲେ ତୋ'ର ପୁରେ
Couplet 222
ତୋ ଯଶ ଜଗତେ ବିସ୍ତାରିପୁଣି ସେ ଯିବେ ନିଜପୁରୀ
Couplet 223
ଏମନ୍ତେ ନାରଦର ବାଣୀଦେବକୀ ବସୁଦେବ ଶୁଣି
Couplet 224
ତନୁ ପୁଲକେ ରୋମରାଜିଅଶ୍ରୁଚଞ୍ଚଳେ ଚକ୍ଷୁ ବୁଜି
Couplet 225
କୃଷ୍ଣଙ୍କୁ ପୁତ୍ରଭାବେ ମଣିକିଛି ନ ବୋଲି ହେଲେ ତୁନି
Couplet 226
ବୋଲନ୍ତି ଶୁକମୁନିବରସେ ନବ ଋଷଭକୁମର
Couplet 227
ନିମିର ଯଜ୍ଞଶାଳେ ଥାଇଯେ ଇତିହାସ ଗଲେ କହି
Couplet 228
ସେ ଧ୍ୟାନଯୋଗ ପୁରାତନବିଶେଷେ ନାରଦ ବଚନ
Couplet 229
ଯେ ଏହା ଶ୍ରବଣେ ଶୁଣନ୍ତିକି ଅବା ବଦନେ ଗୁଣନ୍ତି
Couplet 230
ସକଳ ପାପୁଁ ଯାନ୍ତି ତରିଅନ୍ତେ ଲଭନ୍ତି ନରହରି
Couplet 231
କହିଲା ଦାସ ଜଗନ୍ନାଥସଂସାର ହିତେ ଭାଗବତ
Couplet 232
ହରିଚରିତ ଗୀତବନ୍ଧେସଂକ୍ଷେପେ ଏକାଦଶସ୍କନ୍ଧେ
Couplet 233
ଅମୃତ ରସମୟ ଗୀତଶୁଣନ୍ତେ ଜଗତ ପବିତ୍ର