Skip to content
paribhaasha

Skandha 11

Adhyaya 5

  1. Couplet 1

    ଏମନ୍ତେ କର୍ମଯୋଗ ଶୁଣିରାଜା ବୋଲଇ ମନେ ଗୁଣି

  2. Couplet 2

    ନିର୍ଗୁଣ ନିରଞ୍ଜନ ହରିଧରଣୀ ତଳେ ଦେହ ଧରି

  3. Couplet 3

    ଯେ କର୍ମ କଲେ ତି୍ରଭୁବନେଯେ ଅବତାର ଯେଉଁ ସ୍ଥାନେ

  4. Couplet 4

    ସେ କଥା କହ ମୁନିଗଣସନ୍ତୋଷ ନୋହେ ମୋର ମନ

  5. Couplet 5

    ଏମନ୍ତ ରାଜା ସାଧୁକଥାଶୁଣି ଦ୍ରୁମିଳ ଶୁଦ୍ଧଚେତା

  6. Couplet 6

    ରୋମପୁଲକ କଲା ତନୁଅଶ୍ରୁ ଗଳଇ ତା ନୟନୁ

  7. Couplet 7

    ବୋଲଇ ଶୁଣ ନରନାଥଅଶେଷ କୃଷ୍ଣର ଚରିତ

  8. Couplet 8

    କେ ତାହା ଅନୁମାନ କରିମୁଖେ କହିବ ଚିତ୍ତେ ଧରି

  9. Couplet 9

    ବାଳକ ସମ ବୁଦ୍ଧିହୀନଜଗତେ ଅଛି କେବା ଜନ

  10. Couplet 10

    ପଣ୍ଡିତପଣେ ଗର୍ବ କରିହୃଦରେ ଅହଙ୍କାର ଭରି

  11. Couplet 11

    କଥନେ କୃଷ୍ଣଗୁଣ ବଳେକେ ଅଛି ଭୁବନମଣ୍ଡଳେ

  12. Couplet 12

    ମୃତ୍ତିକା ଖଣ୍ଡ ଚୂର୍ଣ୍ଣ କରିକେ ଗଣିପାରେ ମନେ ଧରି

  13. Couplet 13

    ସେ କାହିଁ କୃଷ୍ଣର ମହିମାମୁଖେ କହିବ ଗୁଣସୀମା

  14. Couplet 14

    ବ୍ରହ୍ମାଣ୍ଡ ରଚି ପଞ୍ଚଭୂତେଅଂଶେ ତାହାର ମଧ୍ୟଗତେ

  15. Couplet 15

    ଆଦି ଅନନ୍ତ ନରହରିପଶେ ବିରାଟ ରୂପ ଧରି

  16. Couplet 16

    ତିନିଭୁବନ ଦେହେ ଧରେସୃଷ୍ଟି ପାଳନ ଅନ୍ତ କରେ

  17. Couplet 17

    ଇନ୍ଦି୍ରୟମାନଙ୍କର ଅର୍ଥଯାହାର ଜ୍ଞାନେ ଆତଯାତ

  18. Couplet 18

    ଦେହ ଇନ୍ଦି୍ରୟ କି୍ରୟା ଶକ୍ତିଯା'ର ନିଃଶ୍ୱାସୁ ପ୍ରକାଶନ୍ତି

  19. Couplet 19

    ପ୍ରଥମେ ରଜୋଗୁଣ ଧରିବିଧାତା ରୂପେ ଅବତରି

  20. Couplet 20

    ସୃଷ୍ଟି କରଇ ନାନାମତେବିଧି ବିଧାନ ଦେବତତ୍ତେ୍ୱ

  21. Couplet 21

    ପାଳଇ ଯଜ୍ଞପତି ରୂପେଜୀବ ଖେଳଇ ମୋହକଳ୍ପେ

  22. Couplet 22

    ଈଶ୍ୱର ରୂପେ ତମୋଗୁଣେଦହଇ ସୃଷ୍ଟି ସଂହାରଣେ

  23. Couplet 23

    ଏ ଗୁଣମୟ ନିରାକାରଏଣୁ ତୃତୀୟ ରୂପ ତା’ର

  24. Couplet 24

    ପୂର୍ବେ ଯେ ଦକ୍ଷପ୍ରଜାପତିତା'ର କୁମାରୀ ନାମ ମୂର୍ତ୍ତି

  25. Couplet 25

    ଧର୍ମର ପତ୍ନୀ ସେ ଯୁକତେବିଷ୍ଣୁ ତାହାର ଗର୍ଭେଗତେ

  26. Couplet 26

    ଅରୂପ ହୋଇ ରୂପ ରାଶିସେ ନର ନାରାୟଣ ଋଷି

  27. Couplet 27

    ତପ ଆରାଧି ଘୋର ବନେବସିଲେ ବଦରିକାଶ୍ରମେ

  28. Couplet 28

    କଳ୍ପେ ପର୍ଯ୍ୟନ୍ତ ତପ କରିମନ ପବନ ହୃଦେ ଧରି

  29. Couplet 29

    ଦେଖି ତାହାଙ୍କ ତପ ଘୋରସ୍ୱର୍ଗେ କମ୍ପିଲା ସୁନାସୀର

  30. Couplet 30

    କରଇ ମନରେ ବିଚାରନିଶ୍ଚେ ଘେନିବ ମୋର ପୁର

  31. Couplet 31

    ମୋ' ପଦ ହରିବ ଏ ବଳେଏମନ୍ତ ଭାଳି ସେ ବିକଳେ

  32. Couplet 32

    ବିଚାରି ଦେବଙ୍କ ସଙ୍ଗତେତପ ସମାଧି ବିଘ୍ନ ଅର୍ଥେ

  33. Couplet 33

    ଉପାୟ କଲା ଶଚୀପତିଯେଣୁ ସ୍ୱଭାବେ ମନ୍ଦମତି

  34. Couplet 34

    କନ୍ଦର୍ପେ ରାଇ ପୁରନ୍ଦରବୋଇଲେ ଚଳ ମଞ୍ଚପୁର

  35. Couplet 35

    ବସନ୍ତ ପବନକୁ ଚାହିଁବୋଲଇ ସଙ୍ଗେ ଚଳ ତୁହି

  36. Couplet 36

    ତୁ ତ ସ୍ୱଭାବେ ଶୀତ ମନ୍ଦଘେନିଣ ଅପସରା ବୃନ୍ଦ

  37. Couplet 37

    କୋକିଳ ଧ୍ୱନି ଗୀତସ୍ୱନେନୃତ୍ୟ କରିବ ବିଦ୍ୟମାନେ

  38. Couplet 38

    ନାନାପ୍ରକାରେ ମନ ହରିତପ ସମାଧି ଭଗ୍ନ କରି

  39. Couplet 39

    ବହନ ଆସ ସ୍ୱର୍ଗସ୍ଥାନେଏମନ୍ତ ଇନ୍ଦ୍ରର ବଚନେ

  40. Couplet 40

    ମଧୁର ଧ୍ୱନି ଗୀତସ୍ୱନେମିଳିଲେ ବଦରିକା ସ୍ଥାନେ

  41. Couplet 41

    ବସନ୍ତେ ପୁଷ୍ପିତ କାନନଦେଖନ୍ତେ ହରେ ପ୍ରାଣୀ ମନ

  42. Couplet 42

    କନ୍ଦର୍ପ ନାରାୟଣେ ଚାହିଁ ପୁଷ୍ପକୋଦଣ୍ଡେ ଗୁଣ ଦେଇ

  43. Couplet 43

    ପଞ୍ଚନାରାଚ ଅତି ତମେବିନ୍ଧିଲା ବିଷ୍ଣୁର ମରମେ

  44. Couplet 44

    ଲଳିତ ବହଇ ବସନ୍ତଗାନ୍ଧାର ରାଗେ ଶୁଭେ ଗୀତ

  45. Couplet 45

    ଦେଖିଣ ତାହାଙ୍କ ଉପାୟଧ୍ୟାନେ ଜାଣିଲେ ଦେବାରାୟ

  46. Couplet 46

    ଇନ୍ଦ୍ର ଯେ ଭୟକରି ଚିତ୍ତେମୋର ସମାଧି ବିଘ୍ନ ଅର୍ଥେ

  47. Couplet 47

    ଏହାଙ୍କୁ ପେଷି ଉଦ୍ବେଗେମନ ବିଷାଦେ ଅଛି ସ୍ୱର୍ଗେ

  48. Couplet 48

    ଏତେ ବିଚାରି ନାରାୟଣବୋଇଲେ ଇନ୍ଦ୍ରଗଣେ ଶୁଣ

  49. Couplet 49

    ରଙ୍ଗ ଅଧରେ ମନ୍ଦ ହସିତାହାଙ୍କୁ ବୋଲନ୍ତି ଆଶ୍ୱାସି

  50. Couplet 50

    ଭୟ ନ କର ତୁମ୍ଭେ ଚିତ୍ତେଉପାୟ କର ନାନାମତେ

  51. Couplet 51

    ମୋହର ତପ ଭଗ୍ନକରଇନ୍ଦ୍ରକୁ ଯେବେ ତୁମ୍ଭ ଡ଼ର

  52. Couplet 52

    ଆଜ ତୁମ୍ଭର ଆଗମନଧନ୍ୟ ମଙ୍ଗଳ ମୋର ସ୍ଥାନ

  53. Couplet 53

    ଏମନ୍ତେ କହି ଭଗବାନତକ୍ଷଣେ ହୋଇଲେ ମଉନ

  54. Couplet 54

    ତା' ଶୁଣି ଇନ୍ଦ୍ରଗଣ ଡ଼ରେନମିଲେ ବିଷ୍ଣୁର ପ୍ରୟରେ

  55. Couplet 55

    ଭୟେ କମ୍ପନ୍ତି ମୁଖ ଚାହିଁବୋଲନ୍ତି ଶୁଣ ଭାବଗ୍ରାହୀ

  56. Couplet 56

    ଏ ଯେ ବିଚିତ୍ର ନୋହେ ତୋ’ରତୁ ଧର୍ମଦେବ ନିରାକାର

  57. Couplet 57

    ନିର୍ଗୁଣ ନିର୍ବିକଳ୍ପ ଦେହୀପ୍ରକୃତି ତୋତେ ନ ଜାଣଇ

  58. Couplet 58

    ତୋହର ଅଭୟ ଚରଣେସେବନ୍ତି ଆତ୍ମଜ୍ଞାନୀ ଜନେ

  59. Couplet 59

    ଯୋଗୀଙ୍କ ହୃଦୟ କମଳେତୋହର ଆସନ ନିଶ୍ଚଳେ

  60. Couplet 60

    ତୋ'ର ଚରଣେ ଯେ ସେବନ୍ତିଦେବେ ତାହାଙ୍କୁ ବିଘ୍ନ ଚିନ୍ତି

  61. Couplet 61

    ବୋଲନ୍ତି ଯଜ୍ଞ ତପ ତ୍ୟାଗୀଏ କିମ୍ପା ହେବ ମୋକ୍ଷଭାଗୀ

  62. Couplet 62

    ଏଣୁ ଡ଼ରନ୍ତି ଦେବଗଣକରନ୍ତି ବିଘ୍ନ ଆଚରଣ

  63. Couplet 63

    ଯେ ଅନ୍ୟ ଦେବତା ଭଜନ୍ତିସେ ତାଙ୍କ ବିଘ୍ନ ନ କରନ୍ତି

  64. Couplet 64

    ସମସ୍ତେ ମିଳି ଅଗ୍ନିକୁଣ୍ଡେଘୃତ ସମିଧ ଖାଇ ତୁଣ୍ଡେ

  65. Couplet 65

    ଯଜ୍ଞ ଭୋଜନେ ସୁଖ ପା’ନ୍ତିତେଣୁ ସେ ବିଘ୍ନ ନ କରନ୍ତି

  66. Couplet 66

    ଯେ ତୁମ୍ଭ ଚରଣେ ସେବନ୍ତିସକଳ ଧର୍ମ ସେ ଜାଣନ୍ତି

  67. Couplet 67

    ଏକାନ୍ତ ଚିତ୍ତେ ସୁଖେ ଥାଇଅନ୍ୟ ଦେବଙ୍କୁ ନ ଗଣଇ

  68. Couplet 68

    ତେଣୁ ସେ ଦେବେ କୋପଭରେବିଘ୍ନ ଆଚରନ୍ତି ତାହାରେ

  69. Couplet 69

    ଯେ ତୁମ୍ଭ ଚରଣେ କିଙ୍କରତାହାଙ୍କୁ ତୁମ୍ଭେ ଦୟାକର

  70. Couplet 70

    ବିଘ୍ନ ତାହାଙ୍କ ପାଦ ନମେଅନ୍ୟ ସଂସାରେ ଯାଇ ଭ୍ରମେ

  71. Couplet 71

    କ୍ଷୁଧା ପିପାସା ଶୀତ ଜ୍ୱରଦୁର୍ଜୟ ଶୋକ ଭୟଙ୍କର

  72. Couplet 72

    ମନ୍ଦପବନ କାମ ଭୋଗେଥାଉଁ ନିରତେ ପ୍ରାଣୀ ସଙ୍ଗେ

  73. Couplet 73

    ବିଘ୍ନ ଆଚରୁ ଶତ୍ରୁପଣେଯେ ଧର୍ମ କରେ ଅନୁକ୍ଷଣେ

  74. Couplet 74

    ଯେ ଘୋର ତପ ଆଚରନ୍ତିତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି

  75. Couplet 75

    କଠୋର ତପ କରୁ ନାଶସେ ହୋନ୍ତି କାମ କ୍ରୋଧେ ବଶ

  76. Couplet 76

    ଛାଡ଼ନ୍ତି ତପ-ଧର୍ମ-ଲୟେପଡ଼ନ୍ତି ବିଷ୍ଣୁମାୟା ମୋହେ

  77. Couplet 77

    ଆମ୍ଭର ମହିମା ଏମନ୍ତଯେ ପ୍ରାଣୀ ତୁମ୍ଭର ଭକତ

  78. Couplet 78

    ତାହାଙ୍କୁ ଦେଖି ଆମ୍ଭେ ଡ଼ରୁସେ ପ୍ରାଣୀ ତରନ୍ତି ସଂସାରୁ

  79. Couplet 79

    ବାଛୁରୀ ଖୋଜେ ଜଳ ଥିଲେତାହା ଯେସନେ ଲଂଘି ହେଳେ

  80. Couplet 80

    ଏମନ୍ତ କହୁ ଇନ୍ଦ୍ରଗଣେବିଷ୍ଣୁ ସମୀପେ ତତକ୍ଷଣେ

  81. Couplet 81

    ଅଦ୍ଭୂତ ନାରୀ ରୂପରାଶିବିଜୁଳି ଯେହ୍ନେ ମେଘୁ ଖସି

  82. Couplet 82

    ସେବନ୍ତି ନାରାୟଣ ପାଶେତା' ଦେଖି ଇନ୍ଦ୍ରଗଣ ତ୍ରାସେ

  83. Couplet 83

    କମ୍ପନ୍ତି ଜୀବନ ବିକଳେନୟନ ବୁଜି ବେନି କରେ

  84. Couplet 84

    ସେ ରୂପରାଶି ଦେହଗନ୍ଧେଆଘ୍ରାଣ କରି ନାସାରନ୍ଧ୍ରେ

  85. Couplet 85

    ହରିଲା ତାହାଙ୍କର ମନରୂପକୁ ଚାହିଁ ହତଜ୍ଞାନ

  86. Couplet 86

    ମୋହେ ପଡ଼ିଲେ ମହୀତଳେକନ୍ୟାଙ୍କ ରୂପଗନ୍ଧ ବଳେ

  87. Couplet 87

    ତା' ଦେଖି ପ୍ରଭୁ ବ୍ରହ୍ମରାଶିରଙ୍ଗ ଅଧରେ ମନ୍ଦ ହସି

  88. Couplet 88

    ବୋଲନ୍ତି ଦେବଗଣ ଚାହିଁଭୟ ନ କର ତୁମ୍ଭେ କେହି

  89. Couplet 89

    ମୋର ନିକଟେ କନ୍ୟା ଯେତେଅଛନ୍ତି ସେବା ଅନୁମତେ

  90. Couplet 90

    ତାହାଙ୍କ ପାଦେ ସେବାକରକନ୍ୟା ଗୋଟିଏ ମାଗ ବର

  91. Couplet 91

    ସେ ଯେବେ ଦେବେ ଏକନାରୀତା' ଘେନି ଚଳ ସ୍ୱର୍ଗପୁରୀ

  92. Couplet 92

    ସେ ହେଉ ସ୍ୱର୍ଗେ ଅଳଙ୍କାରରୂପେଣ ମୋହୁ ସୁନାସୀର

  93. Couplet 93

    ତକ୍ଷଣେ ଆଜ୍ଞା ଶିରେ ଧରିକନ୍ୟାଙ୍କ ପାଦେ ସେବା କରି

  94. Couplet 94

    କନ୍ୟାଏ ଲଭି ତା'ଙ୍କ ମଧ୍ୟେସ୍ୱର୍ଗେ ଚଳିଲେ ଅପ୍ରମାଦେ

  95. Couplet 95

    ଉର୍ବଶୀ ନାମ ସେ ବୋଲାଇଅପ୍ସରା ମଧ୍ୟେ ଶ୍ରେଷ୍ଠ ସେହି

  96. Couplet 96

    ଇନ୍ଦ୍ର ସମୀପେ ଦେଲେ ନେଇନମିଲେ ଶିରେ କର ଦେଇ

  97. Couplet 97

    ଦେଖି ସାନନ୍ଦ ପୁରନ୍ଦରରୂପେ ମୋହିଲା ସ୍ୱର୍ଗପୁର

  98. Couplet 98

    ସଭାରେ ଦେବଙ୍କ ଅଗ୍ରତକହିଲେ ସକଳ ବୃତ୍ତାନ୍ତ

  99. Couplet 99

    ଇନ୍ଦ୍ର ସଭୟେ ତାହା ଶୁଣିଜାଣିଲେ ନିଶ୍ଚେ ଚକ୍ରପାଣି

  100. Couplet 100

    ବିସ୍ମୟ ହୋଇ ଇନ୍ଦ୍ର ମନେବୋଧିଲା ହୃଦୟ ଯତନେ

  101. Couplet 101

    ଏବେ ହୋ ଶୁଣ ନୃପବରବିଷ୍ଣୁର କଳା ଅବତାର

  102. Couplet 102

    ପରମହଂସ ରୂପ ହୋଇଅଶେଷ ଜ୍ଞାନମୟ ଦେହୀ

  103. Couplet 103

    ଜଗତ ମଙ୍ଗଳ ନିମିତ୍ତେକହିଲେ ଆତ୍ମଜ୍ଞାନ ଯେତେ

  104. Couplet 104

    ଯେ ଅବା କଲେ ଏ ଜଗତେଏବେ ହୋ ଶୁଣ ଏକଚିତ୍ତେ

  105. Couplet 105

    ତୃତୀୟେ ଦତ୍ତାତ୍ରେୟ ହୋଇଜ୍ଞାନ ମଙ୍ଗଳ ପୁଣ୍ୟଦେହୀ

  106. Couplet 106

    ବ୍ରହ୍ମା ମନରୁ ଅବତରିଚତୁଃସନଙ୍କ ରୂପଧରି

  107. Couplet 107

    ପୁଣି ଋଷଭ ଅବତାରଆମ୍ଭେ ହୋ ତାହାଙ୍କ କୁମର

  108. Couplet 108

    ସେ ପୁଣି ହୟଗ୍ରୀବ ହେଲେସେ ରୂପେ ବେଦ ଉଦ୍ଧରିଲେ

  109. Couplet 109

    ମଧୁ କୈଟଭ ସଂହାରିଲେବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ

  110. Couplet 110

    ପଞ୍ଚମେ ମୀନରୂପ ହୋଇଧରଣୀ ନାବ-ଶୃଙ୍ଗେ ବହି

  111. Couplet 111

    ପ୍ରଳୟ ଜଳେ ଶଙ୍ଖା ମାରିସେ ରୂପେ ନିଗମ ଉଦ୍ଧାରି

  112. Couplet 112

    ପ୍ରଳୟ ବୃଷ୍ଟିଜଳେ ଭାସିଭୂମି ପାତାଳେ ଥିଲା ପଶି

  113. Couplet 113

    ଶୂକର ରୂପ ଧରି ହରିଭୂମି ତୋଳିଲେ ଦନ୍ତୋପରି

  114. Couplet 114

    ଆଦି ଅସୁର ହିରଣ୍ୟାକ୍ଷତାହାକୁ ନାଶିଲେ ପ୍ରତ୍ୟକ୍ଷ

  115. Couplet 115

    ଇନ୍ଦ୍ର ସମ୍ପଦ ଲାଭ ଅର୍ଥେଦେବ ଦାନବ ଅନୁମତେ

  116. Couplet 116

    ଗଭୀର କ୍ଷୀରସିନ୍ଧୁ ମଧ୍ୟେମନ୍ଦର ଆଣି ସୁର-ସିଦ୍ଧେ

  117. Couplet 117

    ଜଳେ ପକାନ୍ତେ ମହାଗିରିହରି ତା କୂର୍ମରୂପେ ଧରି

  118. Couplet 118

    ଅମୃତ ଆଦି ନାନା ଦ୍ରବ୍ୟଇନ୍ଦ୍ରଙ୍କୁ ଦେଲେ ହରି ସର୍ବ

  119. Couplet 119

    ଗଜ କୁମ୍ଭୀର ଯୁଦ୍ଧ କାଳେସେ ହରି ରୂପ ଅନ୍ତରାଳେ

  120. Couplet 120

    ଚକ୍ରେ କୁମ୍ଭୀର ମୁଣ୍ଡ ହାଣିଗଜ ଉଦ୍ଧରି ଚକ୍ରପାଣି

  121. Couplet 121

    କଶ୍ୟପ ଯଜ୍ଞେ ଋଷିମେଳାଷାଠିସହସ୍ର ବାଳଖିଲ୍ୟା

  122. Couplet 122

    ନିତ୍ୟେ ଚାଲନ୍ତି ବନଦାଣ୍ଡେକାଷ୍ଟ ବହନ୍ତି କନ୍ଧେ ମୁଣ୍ଡେ

  123. Couplet 123

    ଦିନେକ ଘେନି ଏକଡ଼ାଳେଷାଠିସହସ୍ର ଏକମେଳେ

  124. Couplet 124

    ବହି ଆଣନ୍ତେ ବାହୁବଳେପଡ଼ିଲେ ଗୋଷ୍ପଦସଲିଳେ

  125. Couplet 125

    ସମସ୍ତେ ହୋଇ ଏକମୁଖଡ଼ାକନ୍ତି ନାରାୟଣ ରଖ

  126. Couplet 126

    ଦେଖିଣ ତାହାଙ୍କ ବିକଳଦୟାସାଗର ଆଦିମୂଳ

  127. Couplet 127

    ତକ୍ଷଣେ ଦିବ୍ୟରୂପ ଧରିବିପ୍ରଙ୍କୁ ସଙ୍କଟୁ ଉଦ୍ଧରି

  128. Couplet 128

    ଦେବ ଅସୁର ଯୁଦ୍ଧକାଳେବାସବ ନିଜ ଭୁଜବଳେ

  129. Couplet 129

    ବଜ୍ରେ ଛେଦିଲା ବୃତ୍ରକନ୍ଧତେଣୁ ଲଭିଲା ବ୍ରହ୍ମବଧ

  130. Couplet 130

    ବିଚାରି କଲା ମନେ ଦୁଃଖଡ଼ାକିଲା ନାରାୟଣ ରଖ

  131. Couplet 131

    ତକ୍ଷଣେ ଧର୍ମରୂପ ଧରିଇନ୍ଦ୍ରକୁ ସଂଙ୍କଟୁ ଉଦ୍ଧରି

  132. Couplet 132

    ଆଦିଅସୁର ପଦ୍ମକଳ୍ପେନାଶିଲେ ନରସିଂହ ରୂପେ

  133. Couplet 133

    ଦୟାସାଗର ଦାମୋଦରଆନନ୍ଦ କଲେ ତିନିପୁର

  134. Couplet 134

    ଦେବଙ୍କ ଛଳେ ଦୈତ୍ୟ ମାରିପୃଥ୍ୱୀ ପାଳଇ ନରହରି

  135. Couplet 135

    ଅଦ୍ଭୂତ ବାମନ ଶରୀରେମିଳିଲେ ବଳି ଯଜ୍ଞଘରେ

  136. Couplet 136

    ସେ ରୂପେ ମୋହି ତା'ର ମନଦାନେ ହରିଲେ ତି୍ରଭୁବନ

  137. Couplet 137

    ପାଦେ ତାହାର ଶିର ଚାପିପାତାଳପୁରେ ନେଇ ସ୍ଥାପି

  138. Couplet 138

    ଇନ୍ଦ୍ରର ମନ କଲେ ଶୁଭସୁଖେ ସେ ଭୁଞ୍ଜଇ ଦୁର୍ଲ୍ଲଭ

  139. Couplet 139

    ସେ ପୁଣି ଭୃଗୁବଂଶେ ହରିପରଶୁରାମ ରୂପ ଧରି

  140. Couplet 140

    ଏକବିଂଶତି ବାର କୋପେଅବନୀ ଭ୍ରମି ବିଶ୍ୱରୂପେ

  141. Couplet 141

    କ୍ଷତି୍ରୟକୁଳ ସଂହରଣକଲେ ଅନାଦି ନାରାୟଣ

  142. Couplet 142

    ରାବଣ ରାମ ରୂପେ ମାରିଜାନକୀ ସଙ୍କଟୁ ଉଦ୍ଧରି

  143. Couplet 143

    ଧରଣୀ ମଧ୍ୟେ ଯଶ ଥୋଇସଂସାର ତରେ ଯାହା ଗାଇ

  144. Couplet 144

    ପୁଣି ଅନନ୍ତ ଅବତାରେହଳ-ମୂଷଳ ଧରି କରେ

  145. Couplet 145

    ଘୋର-ଦାନବ ଦର୍ପ ହରିସୁଖେ ସ୍ଥାପିଲେ ବସୁନ୍ଧରୀ

  146. Couplet 146

    ପ୍ରବୋଧ-ବୁଦ୍ଧ ଅବତାରେଜ୍ଞାନ ବିସ୍ତାରେ ଏ ସଂସାରେ

  147. Couplet 147

    ଅଶ୍ୱ ଆରୋହି କଳ୍ପୀ ରୂପେମ୍ଳେଛ ସଂହାରେ ମହାକୋପେ

  148. Couplet 148

    ଏମନ୍ତେ ନାନାରୂପ ଧରେସେ ହରି ସଂସାରେ ବିହରେ

  149. Couplet 149

    କେ ତା'ର ଗୁଣ କର୍ମ ସୁଖେସଂଖ୍ୟା କରିବ ସପ୍ତଲୋକେ

  150. Couplet 150

    ଯେ ଅବା କହିଲି ସଂକ୍ଷେପେଭୋ ରାଜା ତୋହର ସମୀପେ

  151. Couplet 151

    ନାରଦ ବସୁଦେବ ମେଳେଶୁକ-ପରୀକ୍ଷ ଗଙ୍ଗାକୂଳେ

  152. Couplet 152

    ଏମନ୍ତ ପ୍ରଶ୍ନ ଏକାଦଶକହିଲା ଜଗନ୍ନାଥ ଦାସ

  153. Couplet 153

    ଶ୍ରୀଭାଗବତ ଧର୍ମକଥାଶୁଣି ଛାଡ଼ିବ ମନୁବ୍ୟଥା

Odia Bhagabata skandha 11 adhyaya 5 | Parbani by ParibhaAsha App