Skandha 11
Adhyaya 4
Couplet 1
ବୋଲନ୍ତି ନିମି ପୁଣ୍ୟଦେହାଜଗମୋହିନୀ ବିଷ୍ଣୁମାୟା
Couplet 2
କି ରୂପେ ସଂସାର ପ୍ରଚରେପ୍ରାଣୀ ତା' କେମନ୍ତେ ନିସ୍ତରେ
Couplet 3
ତାହା ଜାଣିତେ ମୋର ଇଚ୍ଛାକହି ପୂରାଅ ମନ ବାଞ୍ଛା
Couplet 4
ଗୋବିନ୍ଦ କଥା ସୁଧାପାନଶୁଣି ସନ୍ତୋଷ ନୋହେ ମନ
Couplet 5
ବିଷ୍ଣୁମାୟାରେ ମୁହିଁ ଭ୍ରମିଜନ୍ମମରଣ ପଥଶ୍ରମୀ
Couplet 6
ସେ ତାପେ ତାପିତ ମୋ’ ଦେହଅମୃତପାନ ମୋତେ ଦିଅ
Couplet 7
ହରିକଥନେ ମୋତେ ରଖତା' ଶୁଣି ବୋଲେ ଅନ୍ତରୀକ୍ଷ
Couplet 8
ଶୁଣ ରାଜନ ଶୁଦ୍ଧଚେତାଏ ବିଷ୍ଣୁମାୟାର ବ୍ୟବସ୍ଥା
Couplet 9
କେ ଜାଣିପାରେ ତା’ ସଂସାରେଶୁଣ କହିବା କିଛି ତୋରେ
Couplet 10
ଅନାଦି ପୁରୁଷ ଅନନ୍ତଯେମନ୍ତେ ସର୍ଜିଲେ ଜଗତ
Couplet 11
ନିର୍ଲେପ ପ୍ରଭୁ ଭଗବାନମାୟାର ପରମ କାରଣ
Couplet 12
ସଂସାର କ୍ରୀଡ଼ା ଇଚ୍ଛା କରିଭାବେ ଈଶ୍ୱର ରୂପ ଧରି
Couplet 13
ଈଶ୍ୱର ତେଜେ ଅନ୍ତରାଳତକ୍ଷଣେ ଉପୁଜିଲା କାଳ
Couplet 14
କାଳ ଶରୀରୁ ଆତ୍ମା ଜାତସେ ନୋହେ ବିଷ୍ଣୁମାୟା ଗ୍ରସ୍ତ
Couplet 15
ଆତ୍ମା ସମୀପେ ଆଶ୍ରା କରିଜୀବ ଉପୁଜେ ମାୟା ଧରି
Couplet 16
ସେ ଜୀବ ଈଶ୍ୱର ଆୟତ୍ତତ୍ରିଗୁଣ ମାୟାରେ ଯନ୍ତ୍ରିତ
Couplet 17
ସେ ମାୟା ଜୀବ ଦେହେ ଥାଇପ୍ରକୃତି ରୂପେ ସମ୍ଭବଇ
Couplet 18
ସେ ମାୟା ପୁଣ ମହଦାଦିଜଗତ କାରଣ ପ୍ରସିଦ୍ଧି
Couplet 19
ସେ ମାୟା ଜୀବକୁ ଅନାଇଈଶ୍ୱର ବଶେ କ୍ଷୋଭ ପାଇ
Couplet 20
ଯେସନେ ଜଳବିମ୍ବ ଜଳେରୂପ ପ୍ରକାଶେ ବାୟୁବଳେ
Couplet 21
ସେ ରୂପେ ବିରାଟ ପୁରୁଷଈଶ୍ୱର ମାୟାରେ ପ୍ରବେଶ
Couplet 22
ତାହାର ମଧ୍ୟେ ଆତ୍ମା ରୂପେଜୀବ ଭ୍ରମଇ ମାୟାକଳ୍ପେ
Couplet 23
ଜୀବ ବିଷୟଭୋଗ ଅର୍ଥେନାନା ପ୍ରପଞ୍ଚ ଏ ଜଗତେ
Couplet 24
ଯେ ଉଚ୍ଚନୀଚ୍ଚ ଦେହଧାରୀଏ ପଞ୍ଚ ମହାଭୂତେ କରି
Couplet 25
ସୃଷ୍ଟି କରଇ ଭଗବାନସେ ମାୟା ପ୍ରକାଶେ ପ୍ରଧାନ
Couplet 26
ଜୀବର ଭୋଗା ଭୋଗ ପାଇଁଦଶଇନ୍ଦ୍ରିୟ ମନ ହୋଇ
Couplet 27
ପ୍ରବେଶ କରେ ତା'ର ମଧ୍ୟେବିବିଧ ବିଷୟଙ୍କ ସଧେ
Couplet 28
ବସଇ ଜୀବର ସମୀପେନିର୍ଲେପ ନିରଞ୍ଜନ ରୂପେ
Couplet 29
ଜୀବକୁ ଭୁଞ୍ଜାଇ ଭୁଞ୍ଜଇଅନ୍ତରେ ସାକ୍ଷୀରୂପେ ଥାଇ
Couplet 30
ଜୀବ ମଣଇ ମୋର ଦେହତେଣୁ ପଶଇ ମାୟା ମୋହ
Couplet 31
କରେ କରାଏ ସର୍ବକର୍ମଯେ ବେଦବିଧି ନିଜ ଧର୍ମ
Couplet 32
ସଙ୍ଗ ନୁହଇ କର୍ମଫଳେନଳିନୀଦଳ ଯେହ୍ନେ ଜଳେ
Couplet 33
ଜୀବ ଈଶ୍ୱର ବଶ ହୋଇଇନ୍ଦ୍ରିୟ ଅର୍ଥେ ଭୋଗ ପାଇଁ
Couplet 34
ଦେହରେ କରେ ଅହଙ୍କାରବୋଲଇ ସର୍ବକର୍ମ ମୋର
Couplet 35
ଏଣୁ ସେ କର୍ମର ଅଧୀନେପଡ଼ଇ ଶରୀର ବନ୍ଧନେ
Couplet 36
ବୋଲଇ କରୁଅଛି ମୁହିଁମୋ ତହୁଁ କର୍ତ୍ତା ଭିନ୍ନ ନାହିଁ
Couplet 37
ଦେହ ବନ୍ଧନେ ହୋଇ ଭ୍ରମକରଇ ନାନାମତେ କର୍ମ
Couplet 38
ଭବବନ୍ଧନେ ଏହି ମତେଭ୍ରମଇଁ ଦୁଃଖସୁଖ ପଥେ
Couplet 39
ଦେହ ବିଯୋଗେ କର୍ମ ଘେନିଜନ୍ମ ଲଭଇ ନାନା ଯୋନି
Couplet 40
ଅଶେଷ ଦେହେ କର୍ମ ଭୁଞ୍ଜେଦୁର୍ଗମ ଦୁଃଖସୁଖ ବୁଝେ
Couplet 41
ଯାବତ ମାୟା ନୋହେ ହତତାବତ ସୁଖଦୁଃଖେ ଗ୍ରସ୍ତ
Couplet 42
ଭବସଙ୍କଟେ ଏହି ମତେଭ୍ରମଇଁ ଦୁଃଖ ସୁଖ ପଥେ
Couplet 43
ଏ ବିଷ୍ଣୁମାୟାର ବିଧାନଶୁଣ ହେ ବିଦେହ ରାଜନ
Couplet 44
ଯେ ନିରାକାର ଆଦିକନ୍ଦନିର୍ଗୁଣ ନିତ୍ୟ ସୁଖାନନ୍ଦ
Couplet 45
ଅନାଦି ନିଧନ ସେ ହରିସୃଷ୍ଟି ପ୍ରଳୟ ଅଧିକାରୀ
Couplet 46
ଏ ସୃଷ୍ଟି ତା'ର ଦେହଗତେପ୍ରବେଶ ହେବା ଯେବେ ଚିନ୍ତେ
Couplet 47
ପ୍ରଳୟକାଳେ ତେଜରାଶିବେଗେ ବ୍ରହ୍ମାଣ୍ଡ ମଧ୍ୟେ ପଶି
Couplet 48
ଶତେବରଷ ଦେବମତେଜଳ ନ ବରଷେ ଜଗତେ
Couplet 49
ଦ୍ୱାଦଶସୂର୍ଯ୍ୟ ଶୂନ୍ୟେ ରହେତିନିଭୁବନ ତେଜେ ଦହେ
Couplet 50
ଅନନ୍ତ ମୁଖୁଁ ଅଗ୍ନି ଜାତଦହଇ ପାତାଳ ସମସ୍ତ
Couplet 51
ଦହନ ଅନ୍ତେ ମେଘମାଳେମିଳନ୍ତି ଗଗନମଣ୍ଡଳେ
Couplet 52
ସମ୍ବର୍ତ୍ତ ନାମ ସେ ବହନ୍ତିଶତେ ବରଷ ବରଷନ୍ତି
Couplet 53
ଧାରା ବରଷେ ଘୋରବାୟେପ୍ରମାଣ ହସ୍ତୀଶୁଣ୍ଢ ପ୍ରାୟେ
Couplet 54
ଜଳ ବହୁଳେ ସୃଷ୍ଟି ନାଶତା' ଦେଖି ବିରାଟ ପୁରୁଷ
Couplet 55
ତକ୍ଷଣେ ତେଜି ତ୍ରିଭୁବନବ୍ରହ୍ମଶରୀରେ ହୋଏ ଲୀନ
Couplet 56
ଭୂତ ବିକାରେ ପଞ୍ଚଗୁଣତ୍ରିଗୁଣ ଅହଙ୍କାର ପୁଣ
Couplet 57
ମହତ ଦେହେ ବିଶ୍ରାମଇପ୍ରଳୟ ନ ପାରଇ ସହି
Couplet 58
ସେ ପୁଣି ମାୟା ଅବସାନେପ୍ରକୃତି ତହିଁ ହୋଏ ଲୀନେ
Couplet 59
ପ୍ରକୃତି ପ୍ରଳୟର ତ୍ରାସେମିଳେ ପରମଆତ୍ମା ପାଶେ
Couplet 60
ଏ ମାୟା ଜଗତମୋହିନୀଖେଳଇ ଜୀବ ଆତ୍ମା ଘେନି
Couplet 61
ଏ ବିଷ୍ଣୁ ମାୟାର କାରଣସୃଷ୍ଟି ପାଳନ ସଂହରଣ
Couplet 62
ଏମନ୍ତ ଅନ୍ତରୀକ୍ଷ ବାଣୀଜନକ ବୋଲେ ତାହା ଶୁଣି
Couplet 63
ଦୁର୍ବୋଧ୍ୟ ଈଶ୍ୱରର ମାୟାମୂଢ କେମନ୍ତେ ଜାଣେ ତାହା
Couplet 64
ସେ ମାୟା ନିସ୍ତରି କେମନ୍ତେଉପାୟ ଥିଲେ କହ ମୋତେ
Couplet 65
ପ୍ରବୁଦ୍ଧ ବୋଲେ ଶୁଣ ରାୟକହିବା ତହିଁର ଉପାୟ
Couplet 66
ଦୁଃଖ ବିନାଶି ସୁଖ ପାଇଅଖଣ୍ଡ ଭୋଗ ଭୁଞ୍ଜିବଇଁ
Couplet 67
ଏମନ୍ତ ଚିନ୍ତି ଗୃହବାସେକର୍ମ କରଇ ଫଳ ଆଶେ
Couplet 68
କାମିନୀ ସଙ୍ଗେ କରେ ଭାବକେବଳ ଦୁଃଖମାତ୍ର ଲାଭ
Couplet 69
ମରଣ-ପଥ-ହେତୁ ଧନତା'ର ଅର୍ଜନେ ନିତ୍ୟେ ମନ
Couplet 70
ଅନେକ ଦୁଃଖେ ତା’ ସଞ୍ଚଇନିଶି ଦିବସେ ମନ ଦେଇ
Couplet 71
ନିରତେ ହୃଦୟ ନିର୍ଦ୍ଦୟଏଣୁଟି ଧନ ଦୁଃଖମୟ
Couplet 72
ଦୁଃଖେ ସଞ୍ଚିତ ଯେତେ ଧନସେ ନୋହେ ସୁଖେ ପ୍ରୟୋଜନ
Couplet 73
ପଶୁ ତନୟ ଦାରା ଦାସଏ ସର୍ବ ବିଜୁଳି ପ୍ରକାଶ
Couplet 74
ଏହାଙ୍କ ସ୍ନେହେ ବନ୍ଦୀ ହୋଇପୋଷଇ ଦୁଃଖଭାର ବହି
Couplet 75
ସେ ପୁଣି ଯା'ନ୍ତି ଯେଝା ପଥେଶୋକ ସନ୍ତାପ ଦେଇ ଚିତ୍ତେ
Couplet 76
ଏହାଙ୍କ ସଙ୍ଗଫଳ ଏହିଏ ଭାବ ମୂଢ ନ ଜାଣଇ
Couplet 77
ଉଭୟଲୋକ କରେ ନାଶଏହି କାରଣେ ଗୃହବାସ
Couplet 78
ଭୁଞ୍ଜଇ ନିଜ କର୍ମଫଳସେ ପୁଣି ନୁହଁଇ ନିଶ୍ଚଳ
Couplet 79
ଗୃହୀ ସ୍ୱଭାବେ ପୁଣ୍ୟ କରିସ୍ୱର୍ଗେ ବସଇ ଦେହ ଧରି
Couplet 80
କ୍ରମେ ସେ ଭୋଗ କ୍ଷୀଣ ହୋଇକର୍ମ ସରିଲେ ଭୋଗ କାହିଁ
Couplet 81
ପୁଣି ପଡ଼ଇ ଘୋରତମେଗତ ଆଗତ ପଥ ଶ୍ରମେ
Couplet 82
ଏ କଥା ବୁଝି ଗୁରୁପାଦେଆଶ୍ରେ କରିବ ଅପ୍ରମାଦେ
Couplet 83
ଉତ୍ତମଗୁରୁ ଆଶ୍ରେ କରିତା'ଙ୍କ ବଚନ ଶିରେ ଧରି
Couplet 84
ଯେ ଗୁରୁ ଜାଣେ ବେଦତତ୍ତ୍ୱନିର୍ଗୁଣ ଆତ୍ମଜ୍ଞାନେ ରତ
Couplet 85
ସମଦରଶୀ ନିଷ୍ଠାପରତପ କଷଣ ସହେ ଧୀର
Couplet 86
ନିରତେ ଥାଇ ପରହିତେଈଶ୍ୱର ମାୟା ଜାଣି ଚିତ୍ତେ
Couplet 87
ଏମନ୍ତ ଗୁରୁପାଦ ଭଜିହିଂସା କପଟ ଦୂରେ ତେଜି
Couplet 88
ସେବା କରିବ ଦୃଢଚିତ୍ତେଯେ ଗୁରୁଶିଷ୍ୟ ଭାବମତେ
Couplet 89
ଏଣେ ପ୍ରସନ୍ନ ନାରାୟଣକରନ୍ତି ଆତ୍ମଜ୍ଞାନ ଦାନ
Couplet 90
ପ୍ରଥମେ ବିଷୟ ଅସଙ୍ଗୀପ୍ରେମ ପୁଲକ ତନୁ ଭଙ୍ଗୀ
Couplet 91
ମନ ନ ଥିବ ଅନ୍ୟସଙ୍ଗେଚିତ୍ତ ନିବେଶି ଗୁରୁଅଙ୍ଗେ
Couplet 92
ସାଧୁସଙ୍ଗତେ ଥିବ ନିତ୍ୟେଜନ୍ତୁକୁ ଦୟା ହୃଦଗତେ
Couplet 93
ନିରତେ ପ୍ରେମ ମିତ୍ରଭାବଏ ଆଦି ଯତନେ ସାଧିବ
Couplet 94
ଶଉଚ ତପ ଦୟାଗୁଣମଉନ ବେଦ ଅଧ୍ୟୟନ
Couplet 95
ଅହିଂସା ସୁଖ-ଦୁଃଖେ ସମଯେ ବ୍ରହ୍ମଚର୍ଯ୍ୟ ଆଦି କର୍ମ
Couplet 96
ଏ ଆଦି ଧର୍ମମାନ ଯେତେଶିକ୍ଷା କରିବ ଯଥୋଚିତ୍ତେ
Couplet 97
ଜଗତ ବିଷ୍ଣୁଭାବେ ଚାହିଁଉଦାସମତେ ଦେହ ବହି
Couplet 98
ନିର୍ଲେପେ ସର୍ବସଙ୍ଗେ ଥିବସ୍ୱଭାବ କର୍ମ ହିଁ କରିବ
Couplet 99
ଗୃହଆରମ୍ଭୀ ଗୃହୀ ମେଳେନ ପଶି ରହିବ ନିରୋଳେ
Couplet 100
କର୍ମେ ଈଶ୍ୱର ଯାହା ଦେବସନ୍ତୋଷେ ଉଦର ପୋଷିବ
Couplet 101
ପରମଶାସ୍ତ୍ର ଭାଗବତଅଭ୍ୟାସ କରୁଥିବ ନିତ୍ୟ
Couplet 102
ଅନ୍ୟଶାସ୍ତ୍ରର ଗୁଣ ଦୋଷମୁଖେ ନ କରିବ ପ୍ରକାଶ
Couplet 103
ମନ ବଚନ ଯେଣେ ଦମିସେ ଶାସ୍ତ୍ରେ ହେଉଥିବ ଶ୍ରମୀ
Couplet 104
ସତ୍ୟ କହିବ ନିତ୍ୟେ ତୁଣ୍ଡେକେବେହେଁ ନ ଥିବ ପାଷଣ୍ଡେ
Couplet 105
କୃଷ୍ଣର ଜନ୍ମକର୍ମ ଗୁଣନିରତେ ପଠନ ଶ୍ରବଣ
Couplet 106
ଦେହ ସ୍ୱଭାବେ କରି କର୍ମବେଦ ବଚନେ କୁଳଧର୍ମ
Couplet 107
ସକଳ କୃଷ୍ଣେ ସମର୍ପିବନିଷ୍କାମ ଚିତ୍ତେ ନିତ୍ୟେ ଥିବ
Couplet 108
ସ୍ୱଧର୍ମ ତପ ଜପ ଦାନଯେ ଆତ୍ମପ୍ରିୟ ବସ୍ତୁମାନ
Couplet 109
ଯେ ଦାରା ସୁତ ଗୃହ ପ୍ରାଣକୃଷ୍ଣେ କରିବ ସମର୍ପଣ
Couplet 110
ସର୍ବ ସମ୍ପଦ କୃଷ୍ଣେ ଦେଇଉଦାସ ମତେ ଦେହ ବହି
Couplet 111
ଯତ୍ନ କରିବ ଦୃଢଚିତ୍ତେକୃଷ୍ଣ ସନ୍ତୋଷ ଭାବ ମତେ
Couplet 112
ଗୁରୁବଚନ ଶିରେ ଧରିସୁସାଧୁସନ୍ଥ ସେବା କରି
Couplet 113
ସେବିବ ଜଙ୍ଗମ ସ୍ଥାବରେପୁଣି ମହାତ୍ମା ସାଧନରେ
Couplet 114
କୃଷ୍ଣର କଥା ଅନ୍ୟୋଅନ୍ୟେନିରତେ ଶ୍ରବଣ କୀର୍ତ୍ତନେ
Couplet 115
ସେବା କରିବ ବିଷ୍ଣୁଜନେପବିତ୍ର ବିନୟ ବଚନେ
Couplet 116
କୃଷ୍ଣଚରିତ ସାଧୁଜନେସ୍ମରଣ ଶ୍ରବଣ ପ୍ରସନ୍ନେ
Couplet 117
ନିର୍ମଳ କୃଷ୍ଣର ଚରିତଯେ ନାମେ ଜଗତ ପବିତ୍ର
Couplet 118
ଆନନ୍ଦେ ଦୁଃଖ ଛାଡ଼ି ମନେଗୋଷ୍ଠୀ କରିବ ବିଷ୍ଣୁଜନେ
Couplet 119
ଦିନ ବଞ୍ଚିବ ଭକ୍ତିସଧେବିଷ୍ଣୁଭକତଜନ ମଧ୍ୟେ
Couplet 120
କଣ୍ଠ କୁଣ୍ଠିତ ଜଡ଼ମତିପୁଲକ ଦେହ ରୋମପନ୍ତି
Couplet 121
ଚିତ୍ତେ ଗୋବିନ୍ଦ ନାମ ସ୍ମରେରୋଦନ କରେ ଉଚ୍ଚସ୍ୱରେ
Couplet 122
କ୍ଷଣେ ହସଇ କ୍ଷଣେ ନାଚେଘୋର ଗର୍ଜନ କରେ ଉଚ୍ଚେ
Couplet 123
କ୍ଷଣକେ ଗାଏ ଗୁଣଗାଥାକହଇ ଅଲୌକିକ କଥା
Couplet 124
କ୍ଷଣକେ କୃଷ୍ଣଗୁଣ ଗୁଣିଚକ୍ଷୁ ବୁଜଇ ହୋଇ ତୁନି
Couplet 125
ଏ ଭାଗବତ ଧର୍ମ ଦୀକ୍ଷାଗୁରୁବଚନେ ପାଇ ଶିକ୍ଷା
Couplet 126
ନିଶ୍ଚଳ ଚିତ୍ତେ କୃଷ୍ଣପାଦେଭକତି ଲଭେ ଅପ୍ରମାଦେ
Couplet 127
ସେ ନାରାୟଣ ପରାୟଣଏମନ୍ତେ ଅବିଦ୍ୟାହରଣ
Couplet 128
ଏ ଭାବେ ଶୁଣି କୃଷ୍ଣରସରାଜନ ହୋଇ ମନେ ତୋଷ
Couplet 129
ଆନନ୍ଦେ ଶିରେ କର ଦେଇବୋଲଇ ମୁନିଗଣ ଚାହିଁ
Couplet 130
ଅନାଦି ପ୍ରଭୁ ନାରାୟଣସଂସାର ପରମ କାରଣ
Couplet 131
ଏକ ଅନେକ ରୂପ ଧରିସଂସାରେ ଖେଳେ ନରହରି
Couplet 132
ତୁମ୍ଭେ ଯେ ମୋତେ ଦୟା ବହସେ ନାରାୟଣ ରୂପ କହ
Couplet 133
ଦେଖି ରାଜାର ସାଧୁପଣପିପ୍ପଳାୟନ ବୋଲେ ଶୁଣ
Couplet 134
ସେ ନାରାୟଣ ବର୍ଣ୍ଣ ଚିହ୍ନକେ ମୁଖେ କହିତେ ଭାଜନ
Couplet 135
ଯା ମାୟା ସଂସାର କାରଣସୃଷ୍ଟି ପାଳନ-ସଂହରଣ
Couplet 136
ସ୍ୱୟଂ ଅହେତୁ ଯେ ବୋଲାଇସେ ନାରାୟଣ ଜାଣ ତୁହି
Couplet 137
ସ୍ୱପ୍ନ ଜାଗ୍ରତ ସୁଷୁପ୍ତିରେକି ଅବା ସମାଧିକାଳରେ
Couplet 138
ବାହ୍ୟ ଅନ୍ତରେ ଯେ ଅଛଇତାହାକୁ ବ୍ରହ୍ମ ବୋଲି କହି
Couplet 139
ଦେହ ଇନ୍ଦ୍ରିୟ ପଞ୍ଚପ୍ରାଣଯେ ଅବା ଅନ୍ତର କାରଣ
Couplet 140
ଯାହାର ଆଶ୍ରେୟ ଜୀଅଁନ୍ତିଯେଣେ ବିଷୟେ ସଞ୍ଚରନ୍ତି
Couplet 141
ତା'ଙ୍କୁ ପରମଆତ୍ମା ଜାଣିଅପରେ ଶୁଣ ନୃପମଣି
Couplet 142
ବ୍ରହ୍ମାଣ୍ଡ କୋଟିକୋଟି ମାତ୍ରେଘଟଣ କରେ ନିଜ ଗାତ୍ରେ
Couplet 143
ଭୂତ ଭବିଷ୍ୟ ବର୍ତ୍ତମାନେଯାହାର ଶକ୍ତି ଅନୁମାନେ
Couplet 144
ସମ୍ପୂର୍ଣ୍ଣେ ସର୍ବଜୀବେ ବସେକାହାରି ସଙ୍ଗେ ସେ ନ ମିଶେ
Couplet 145
ମନ ବଚନ ଯା'ର ଦେହେପଶି ନ ପାରନ୍ତି ଉପାୟେ
Couplet 146
ନୟନ ଯାହା ନ ଦେଖଇଇନ୍ଦ୍ରିୟଗଣେ ଭେଦ କାହିଁ
Couplet 147
ଜୀବର ମନ ବୁଦ୍ଧି ପ୍ରାଣଯାହାର ତହୁଁ ହୋନ୍ତି ଜାଣ
Couplet 148
ସେ କାହୁଁ ପାରିବ ତା’ ଚିନ୍ତିଅନେକ ଦୂରେ ସେ ରହନ୍ତି
Couplet 149
ଅଗ୍ନିକଣିକା ବାୟୁବଳେଯେହ୍ନେ ଉଡ଼ନ୍ତି ଅନ୍ତରାଳେ
Couplet 150
ପବନେ ଦଶଦିଗେ ଯା’ନ୍ତିପୁଣି ଅନଳେ ନ ମିଶନ୍ତି
Couplet 151
କୋଟି ବ୍ରହ୍ମାଣ୍ଡ ଏହି ମତେଯାହାର ଦେହୁ ହୋନ୍ତି ନିତ୍ୟେ
Couplet 152
ଏମନ୍ତ ମହିମା ଯାହାରତା'କୁ କେ କରିବ ଗୋଚର
Couplet 153
ଶବଦବ୍ରହ୍ମ ଥାଇ ଦୂରେସେ ପୁଣି ବେଦ ଅନୁସାରେ
Couplet 154
ନାନା ପ୍ରପଞ୍ଚ ଏ ଜଗତେବିଧି ନିଷେଧ ବେନିପଥେ
Couplet 155
ଜଗତ ଭ୍ରମାଇଁ ଭ୍ରମଇଁସେ ତା'କୁ ତତ୍ତ୍ୱେ ନ ଜାଣଇ
Couplet 156
ପ୍ରଥମେ ଏକ ବ୍ରହ୍ମ ଥିଲାଦ୍ୱିତୀୟେ ପ୍ରକୃତି ହୋଇଲା
Couplet 157
ପ୍ରକୃତି ତହୁଁ ସୂତ୍ର ଜାତତାହାକୁ ବୋଲି ମହତତ୍ତ୍ୱ
Couplet 158
ତାହାର ତହୁଁ ଅହଙ୍କାରଯେ ଜୀବ ଆତ୍ମାର ଆଧାର
Couplet 159
ତା'ର ସମୀପେ ଜୀବ ଜାତସେ ଜୀବ କର୍ମର ଆୟତ୍ତ
Couplet 160
ଇନ୍ଦ୍ରିୟ ଅର୍ଥ ଦେବଗଣଫଳେ ଏ ସର୍ବ ନାରାୟଣ
Couplet 161
ତୁ ଯେବେ ବୋଲୁ ବ୍ରହ୍ମ ଏକସେ ପୁଣି ପ୍ରକାଶେ ଅନେକ
Couplet 162
ଏକଇ ଆତ୍ମା ନରହରିମାୟାରେ ନାନାଶକ୍ତି ଧରି
Couplet 163
ଖେଳଇ ନାନାରୂପ ଧରିସ୍ଥୂଳ ସୂକ୍ଷ୍ମରେ ମୋଦ ଭରି
Couplet 164
କ୍ରୀଡ଼ାର ଅନ୍ତେ ସର୍ବନାଶେକି ରୂପେ ରହେ ଅବଶେଷେ
Couplet 165
କିପାଁ ନୁହଇ ବ୍ରହ୍ମବଧଆଗମ ନିଗମେ ପ୍ରସିଦ୍ଧ
Couplet 166
ଏମନ୍ତ କରୁ ଯେବେ ମନେଶୁଣ କହିବା ସାବଧାନେ
Couplet 167
ନିତ୍ୟ ନିର୍ଗୁଣ ନାରାୟଣସେ ନୋହେ ଆଦି ଅବସାନ
Couplet 168
ଯାହାର କ୍ଷୟ ବୃଦ୍ଧି ନାହିଁଅଳପ ବହୁତ ନୁହଇ
Couplet 169
ଯେ ନିତ୍ୟେ ଏକରୂପେ ଥାଇଆଧି ଉପାଧି ଯା'ର ନାହିଁ
Couplet 170
ନିତ୍ୟ ଆନନ୍ଦମୟୀ ସାକ୍ଷୀଯାହାକୁ ଚିତ୍ତେ ମାତ୍ର ଲକ୍ଷ୍ୟି
Couplet 171
ମନର କଳ୍ପନା ଜଗତଏଣୁ ସେ ଦିଶେ ନାନାମତ
Couplet 172
କୀଟ ପତଙ୍ଗ ତରୁ ତୃଣେବସଇ ଶରୀର ପ୍ରମାଣେ
Couplet 173
ସମେ ବସଇ ସର୍ବଦେହେସ୍ଥୂଳ ନୟନେ ଭେଦ ନୋହେ
Couplet 174
ଏ ରୂପେ ବ୍ରହ୍ମ ପରିମାଣିଯାହା ନୟନେ ଦେଖି ଶୁଣି
Couplet 175
ମନ ଗୋଚରେ କରି ଯେତେସତ୍ୟ ନୁହଁନ୍ତି ଏ ସମସ୍ତେ
Couplet 176
ଏଣୁ ଏ ଆତ୍ମା ନିର୍ବିକାରଉପାଧି ଗୁଣେ ସେ ବିକାର
Couplet 177
ଆଧି ଉପାଧି ଯେବେ ଯାଇସେ ନିତ୍ୟେ ଏକରୂପ ହୋଇ
Couplet 178
ନିତ୍ୟ ଆନନ୍ଦମୟ ସାକ୍ଷୀସୁଷୁପ୍ତି ବୋଧେ ମାତ୍ର ଲକ୍ଷ୍ୟି
Couplet 179
ଏମନ୍ତ ରୂପ ନାରାୟଣତୁ ଅବା ବିଚାରୁ ଏସନ
Couplet 180
ପୁଣ ସଂସାର କିପାଁ ହୋଇମାୟା ସଂସ୍କାର ଯେଣୁ ଥାଇ
Couplet 181
ସେ ମାୟା ନାଶ ଯାଇ ଯେଣେଶୁଣ କହିବା ଏକମନେ
Couplet 182
ସେ ନାରାୟଣ ପଦ୍ମପାଦହରଇ ବିଷୟ ବିଷାଦ
Couplet 183
ସକଳ ଛାଡ଼ି ସେ ଚରଣଯେ ଭଜେ ଏକତ୍ୱ କରିଣ
Couplet 184
ସେ ପାଦ ଯା'ରେ ଦୟା କରେଭକ୍ତି ଜନ୍ମଇ ତା’ ହୃଦରେ
Couplet 185
ଘୋର କଳୁଷ ହେଳେ ନାଶେନିର୍ମଳ ହୃଦୟ ପ୍ରକାଶେ
Couplet 186
ଦର୍ପଣେ ରବିବିମ୍ବ ଯେହ୍ନେବ୍ରହ୍ମ ପ୍ରକାଶ ତା'ର ମନେ
Couplet 187
ଏମନ୍ତ ରୂପ ନାରାୟଣତୁ ଏବେ ଶୁଦ୍ଧମନେ ଶୁଣ
Couplet 188
ଶୁଣ ଯାଦବ ଚୁଡ଼ାମଣିଏକଥା ଶୁଦ୍ଧମନେ ଶୁଣି
Couplet 189
ନରକୁ ତରିଯାନ୍ତି ନରହୃଦେ ସାନନ୍ଦ ନୃପବର
Couplet 190
ଜନକ ଶୋକ ଗଦଗଦେମନ ସାନନ୍ଦେ ଋଷିପାଦେ
Couplet 191
ବୋଲଇ ଶିରେ ଦେଇ କରକୋମଳ ବଚନ ଗଭୀର
Couplet 192
ଭୋ ମୁନି କହ କର୍ମଯୋଗଯେଣେ ଖଣ୍ଡଇ ଭବରୋଗ
Couplet 193
ଯେ କର୍ମ ସର୍ବକର୍ମ ନାଶେପରମବ୍ରହ୍ମ ପରକାଶେ
Couplet 194
ଜୀବ ନିସ୍ତରେ ଯାହା କରିଅନ୍ତେ ଲଭଇ ନରହରି
Couplet 195
ସେ ଯୋଗ କହ ମୁନିଗଣନମଇଁ ତୁମ୍ଭର ଚରଣ
Couplet 196
ଏ କଥା ପିତାଙ୍କୁ ମୁଁ ପୂର୍ବେସ୍ନେହେ ପୁଚ୍ଛିଲି ପୁତ୍ରଭାବେ
Couplet 197
ସେ ମୋତେ ନ ଦେଲେ ଉତ୍ତରଏବେ ସୁଦୟା ତୁମ୍ଭେ କର
Couplet 198
ଆବିରହୋତ୍ର ତାହା ଶୁଣିବୋଲନ୍ତି ଶୁଣ ନୃପମଣି
Couplet 199
ଯେ କର୍ମ ଅକର୍ମ ବିକର୍ମଏ ତିନି କହନ୍ତି ନିଗମ
Couplet 200
ଈଶ୍ୱର ବାକ୍ୟ ତିନିବେଦବ୍ରହ୍ମାଶଙ୍କର ନୋହେ ଭେଦ
Couplet 201
ଏଣେ ମୋହିତ ସର୍ବଜନନ ବୁଝି ବେଦର ବଚନ
Couplet 202
ପରୋକ୍ଷ ଧର୍ମ ବେଦ କହେପୁତ୍ରକୁ ଯେହ୍ନେ ବାପମାଏ
Couplet 203
ଔଷଧ କଟୁ ତିକ୍ତ ଆଣିକହନ୍ତି ନାନା ଚାଟୁବାଣୀ
Couplet 204
ମଧୁର ବସ୍ତୁ ଥୋଇ ତଳେଲୋଭେ ଭୁଞ୍ଜାନ୍ତି ତା'କୁ ବଳେ
Couplet 205
ସେ ଯେହ୍ନେ ହରେ ତା'ର ରୋଗଆନନ୍ଦେ କରେ ସୁଖଭୋଗ
Couplet 206
ବେଦ ବଚନ ଏହିମତେକରାନ୍ତି କର୍ମ ମୋକ୍ଷଅର୍ଥେ
Couplet 207
କହନ୍ତି ନାନାମତେ ବାଣୀକର୍ମର ଫଳ ପରିମାଣି
Couplet 208
ଯେ ଫଳ ଲୋଭେ କରେ କର୍ମକର୍ମେ ତା ହୁଏ ମତିଭ୍ରମ
Couplet 209
ଏହାକୁ କର୍ମ ବୋଲି ଜାଣଯେ ଧର୍ମ ନିଗମ ପ୍ରମାଣ
Couplet 210
ଅଜିତଇନ୍ଦ୍ରିୟ ଯେ ପ୍ରାଣୀସେ ନ କରଇ ବେଦବାଣୀ
Couplet 211
କରନ୍ତି ମୂର୍ଖଙ୍କର ରୀତିବିକର୍ମେ ଜନ୍ମ ମୃତ୍ୟୁ ପାନ୍ତି
Couplet 212
ଏହା ବିକର୍ମ ବୋଲି ଜାଣିଅକର୍ମ ଶୁଣ ନୃପମଣି
Couplet 213
ନାନାପ୍ରକାର ଧର୍ମ ଶୁଣିବେଦ ବଚନ ନ ପ୍ରମାଣି
Couplet 214
ଭେଦ କରନ୍ତି ବେଦପଥେପାଷଣ୍ଡ ଗୁରୁବାକ୍ୟ ମତେ
Couplet 215
ନିନ୍ଦନ୍ତି ବେଦବାକ୍ୟ ନିତ୍ୟେପାଷଣ୍ଡବାଦ ଅନୁମତେ
Couplet 216
ଉଭୟଲୋକ ତା'ଙ୍କ ନାହିଁନିରାଶେ ଥା'ନ୍ତି ଦୁଃଖ ସହି
Couplet 217
ଅକର୍ମ ମତ ଏ ବିଚାରଏବେ ହୋ ଶୁଣ ନୃପବର
Couplet 218
ଯେ ଧର୍ମ କହେ ବେଦମତେଆନନ୍ଦେ ଧରି ତାହା ଚିତ୍ତେ
Couplet 219
କର୍ମ ସମ୍ପାଦି କର୍ମଫଳଯେ ଭାବେ ହୃଦୟ ନିର୍ମଳ
Couplet 220
ସେ ଫଳ କୃଷ୍ଣପାଦେ ଦେଇଚିତ୍ତେ ଭକତିଭାବ ବହି
Couplet 221
ତାହାଙ୍କୁ ବୋଲି ମହାମତିଦୁର୍ଲ୍ଲଭମୁକ୍ତି ସେ ଲଭନ୍ତି
Couplet 222
ଏ ବେଦ ଈଶ୍ୱରର ବାଣୀବ୍ରହ୍ମାର ବଚନେ ପ୍ରମାଣି
Couplet 223
ବେଦେ ଧରନ୍ତି ଶ୍ରୁତିଫଳସେ ଆଦିଧର୍ମ ବୃକ୍ଷମୂଳ
Couplet 224
ଏଣୁ ଏ ବେଦମାର୍ଗେ ତରିଏ ଜ୍ଞାନେ ବିଷ୍ଣୁଆଶ୍ରେ କରି
Couplet 225
ଗୁରୁଭକତି ପରିମାଣେବିଷ୍ଣୁଭକତି ତୀକ୍ଷ୍ଣବାଣେ
Couplet 226
ଏଣେ ଯେ ମାୟାଜାଲ ଛେଦିଚିତ୍ତୁ ସଂଶୟଗ୍ରନ୍ଥି ଭେଦି
Couplet 227
ନିର୍ଭୟେ ସଂସାରେ ଭ୍ରମନ୍ତିବିଷ୍ଣୁମାୟାରୁ ସେ ତରନ୍ତି
Couplet 228
ଏବେ ହୋ ଶୁଣ ନରନାଥଭକ୍ତିଲକ୍ଷଣ ପରମାର୍ଥ
Couplet 229
ଗୁରୁବଚନ ଧରି ଶିରେଈଶ୍ୱରରୂପ ଅନୁସାରେ
Couplet 230
ପ୍ରତିମା କରି ନାନାମତେଯେ ବିଧିବିଧାନ ଭକତେ
Couplet 231
ଦାରୁ ପାଷାଣ ଧାତୁମୟୀଲେପ ଲେଖନ ଯେତେ ହୋଇ
Couplet 232
ଏ ଆଦି ଦୀକ୍ଷା ଅନୁମାନେଆଗମ ନିଗମ ବିଧାନେ
Couplet 233
ଏମନ୍ତ ପ୍ରତିମା କରାଇଉତ୍ତମ ଶୁଭସ୍ଥାନେ ଥୋଇ
Couplet 234
ନିର୍ମଳଜଳ ନଦୀକୂଳେନିରୁପଦ୍ରବ ଭୂମିସ୍ଥଳେ
Couplet 235
ନିର୍ମଳ କଳ୍ପିତ ଆସନେସ୍ଥାପି ବସିବ ଶୁଦ୍ଧମନେ
Couplet 236
ନିଶ୍ଚଳ କରି ନିଜାସନକୁଶ ପୀଠକ ବସ୍ତ୍ର ଚର୍ମ
Couplet 237
ଏ ଆଦି ନିଗମ ବଚନେଯେବା ମିଳିବ ବର୍ତ୍ତମାନେ
Couplet 238
ପ୍ରଥମେ ପବନ ନିରୋଧିଯେ ବିଧିମତେ ଭୂତଶୁଦ୍ଧି
Couplet 239
ପଞ୍ଚାଶବର୍ଣ୍ଣେ ଦେହନ୍ୟାସଶ୍ରୀଗୁରୁ ବଚନେ ପ୍ରକାଶ
Couplet 240
ବାମ ପାରୁଶେ ଗୁରୁଧ୍ୟାୟିଦକ୍ଷିଣେ ଆଚାର୍ଯ୍ୟ ବସାଇ
Couplet 241
ପୂର୍ବେ ଦୁର୍ଗାଙ୍କୁ ନମସ୍କାରଗଙ୍ଗା ଯମୁନା ଗଣେଶ୍ୱର
Couplet 242
ଏହାଙ୍କୁ ନମସ୍କାର ମାଥେଦୂର୍ବା ଅକ୍ଷତ ଘେନି ହସ୍ତେ
Couplet 243
କରିବ ଦଶଦିଗ ରକ୍ଷାଦିଗ ବନ୍ଧନ ମନ୍ତ୍ରଦୀକ୍ଷା
Couplet 244
ପୂଜାର ଉପହାର ଭାବେଯେବା ମିଳିବ ଯଥାଲାଭେ
Couplet 245
ପ୍ରଣବେ ଅର୍ଘ୍ୟଜଳ କରିଶଙ୍ଖେ ଅକ୍ଷତ ପୁଷ୍ପ ଭରି
Couplet 246
ଅଙ୍ଗ ମେଦିନୀ ଦ୍ରବ୍ୟମାନସେ ଜଳେ କରିବ ପ୍ରୋକ୍ଷଣ
Couplet 247
ଆଧାର ଶକ୍ତି ଆଦି ଧ୍ୟାନେପୂଜିବ ନିଶ୍ଚଳ ଆସନେ
Couplet 248
ହୃଦୟ ପଦ୍ମ ଅଧିଷ୍ଠାନେପୁଷ୍ପେ ପୂଜିବ ମନ୍ତ୍ରଧ୍ୟାନେ
Couplet 249
ଧର୍ମାଦି ଚତୁର ଚରଣେପୂଜିବ ପାରିଷଦଗଣେ
Couplet 250
ମଧ୍ୟେ କମଳଦଳ ଯେତେକର୍ଣ୍ଣିକା କେଶର ସହିତେ
Couplet 251
ସ୍ୱମନ୍ତ୍ରେ ରବି ସୋମାନଳପୂଜିବ ତୃତୀୟ ମଣ୍ଡଳ
Couplet 252
ସତ୍ତ୍ୱାଦିଗୁଣେ ନ୍ୟାସ କରିଭାବେ ପୂଜିବ ଆତ୍ମା ଚାରି
Couplet 253
ଚତୁର ଆତ୍ମା ଶକ୍ତିନବପୂର୍ବାଦି ଦିଗେ ତା’ ପୂଜିବ
Couplet 254
କେଶରେ ମୂଳମନ୍ତ୍ର ସ୍ମରିଧ୍ୟାନେ ପୂଜିବ ମୁଦ୍ରା ଧରି
Couplet 255
ପ୍ରତିମା ଦେହେ ନିଜଅଙ୍ଗେନ୍ୟାସ କରିବ ମନ୍ତ୍ରଭାଗେ
Couplet 256
ହୃଦୟେ ମନ୍ତ୍ରନ୍ୟାସ କରିଧ୍ୟାନେ ନିରୋପି ନରହରି
Couplet 257
ପାଦାର୍ଘ୍ୟ ଆଚମନ ଆଦିସ୍ନାନ ଭୂଷଣ ବାସ ବିଧି
Couplet 258
ଧୂପ ଦୀପ ପୁଷ୍ପ ଚନ୍ଦନଭୋଜନ ଦ୍ରବ୍ୟ ସମର୍ପଣ
Couplet 259
ଅଙ୍ଗ ଉପାଙ୍ଗ ଆଦି ଯେତେପୂଜିବ ପାରିଷଦ ମତେ
Couplet 260
ବସ୍ତ୍ର ଭୂଷଣ ଆଦି ଯେତେମନ୍ତ୍ରେ ସମର୍ପି ଶୁଦ୍ଧଚିତ୍ତେ
Couplet 261
ଏମନ୍ତେ ପୂଜି ନରହରିପ୍ରଣାମ ଦଣ୍ଡବତ କରି
Couplet 262
କୃଷ୍ଣଙ୍କୁ ଈଶ୍ୱର ପ୍ରତ୍ୟକ୍ଷେମଣି ନମିବ ପୁଣ ପଛେ
Couplet 263
ଧ୍ୟାନେ କୃଷ୍ଣଙ୍କୁ ଶିରେ ଧରିମନ୍ତ୍ରେ ହୃଦୟପଦ୍ମେ ଭରି
Couplet 264
ଏମନ୍ତେ ନିତ୍ୟେ ପୂଜା କରିଶେଷ ନିର୍ମାଲ୍ୟ ଶିରେ ଧରି
Couplet 265
ପ୍ରତିମା ନ ପାରିବ ଯେବେଶୁଣ କହିବା ପୂଜା ଭାବେ
Couplet 266
ସୂର୍ଯ୍ୟ ଅନଳ କିବା ଜଳେଅଥବା ହୃଦୟ କମଳେ
Couplet 267
ଯେବେ ନ ପାରି ଏତେ ମତଗୃହେ ଯେ ଅତିଥି ଆଗତ
Couplet 268
ତାହାଙ୍କୁ ବିଷ୍ଣୁଭାବେ ମଣିପୂଜିବ ଦେଇ ଅନ୍ନପାଣି
Couplet 269
ଏମନ୍ତେ ବିଷ୍ଣୁପୂଜା କରିଏ ଭବଜଳୁଁ ଯା'ନ୍ତି ତରି
Couplet 270
କୃଷ୍ଣର ଭାବେ ଦୃଢବୁଦ୍ଧିକରି ଲଭନ୍ତି ସର୍ବସିଦ୍ଧି
Couplet 271
ଏଭାବେ ଈଶ୍ୱରର ବାଣୀଯେ ଏହା ଏକାଦଶେ ଶୁଣି
Couplet 272
କୃଷ୍ଣେ କରନ୍ତି ଦୃଢଚିତ୍ତନୁହଁନ୍ତି ମାୟାରେ ମୋହିତ
Couplet 273
ଖଣ୍ଡଇ ଭବଭୟ ତ୍ରାସକହଇ ଜଗନ୍ନାଥ ଦାସ
Couplet 274
ନିର୍ମଳ ଭାଗବତ ବାଣୀଶୁଣି ସଂସାରୁ ତର ପ୍ରାଣୀ