Skandha 11
Adhyaya 3
Couplet 1
ଏମନ୍ତେ ବିଦେହ ରାଜନମନେ ବିଚାରି ତତ୍ତ୍ୱଜ୍ଞାନ
Couplet 2
ଆନନ୍ଦେ ଶିରେ କର ଦେଇବୋଲଇ ନିସ୍ତରିଲି ମୁହିଁ
Couplet 3
ତୁମ୍ଭେ ନିର୍ମଳ ଯୋଗୀଗଣକହିବା ଭକତ ଲକ୍ଷଣ
Couplet 4
କି ରୂପେ ଭ୍ରମନ୍ତି ଜଗତକୃଷ୍ଣଭଜନ ଅନୁମତେ
Couplet 5
କିବା କହନ୍ତି ବାକ୍ୟସାରକି ଧର୍ମ କରନ୍ତି ଆଚାର
Couplet 6
ତାହାଙ୍କୁ ଜାଣିବା କେମନ୍ତକହ ସଂଶୟ ମୋର ଚିତ୍ତେ
Couplet 7
ହରି ବୋଲନ୍ତି ତାହା ଶୁଣିଶୁଣ ବିଦେହ ନୃପମଣି
Couplet 8
କୃଷ୍ଣଭକତ ଏ ସଂସାରେପ୍ରଚରେ ତ୍ରିବିଧ ପ୍ରକାରେ
Couplet 9
ଉତ୍ତମ ମଧ୍ୟମ ପ୍ରାକୃତଯାହାର ଲକ୍ଷଣ ଯେମନ୍ତ
Couplet 10
ତାହା କହିବା ଶୁଣ ଏବେରାଜନ ପଚାରିଲୁ ଯେବେ
Couplet 11
ସକଳ ଦେହେ ନାରାୟଣବସନ୍ତି ଅନାଦି କାରଣ
Couplet 12
ସେ ନାରାୟଣ ଦେହଗତେବସନ୍ତି ଭାବ ଅନୁମତେ
Couplet 13
ଏ ଭାବେ ଦୃଢ ଯା'ର ମନସେ ପ୍ରାଣୀ ଭକତ ଉତ୍ତମ
Couplet 14
ଈଶ୍ୱରଠାରେ ପ୍ରେମ କରେମିତ୍ରଭାବନା ସାଧୁଠାରେ
Couplet 15
କରୁଣା ଅଜ୍ଞାନ ଲୋକରକରେ ଉପେକ୍ଷା ଶତ୍ରୁଠାରେ
Couplet 16
ସେ ଭକ୍ତ ମଧ୍ୟମ ଅଟଇଯେଣୁ ସେ ଭେଦକୁ ଦେଖଇ
Couplet 17
ପ୍ରତିମାଠାରେ ଶ୍ରଦ୍ଧା ବହିହରିପୂଜାକୁ ଯେ କରଇ
Couplet 18
ନ ସେବେ ବିଷ୍ଣୁର ସେବକଇତର ମଣେ ଅନ୍ୟଲୋକ
Couplet 19
ତା'କୁ ପ୍ରାକୃତ ବୋଲି କହିତଥାପି ଭକ୍ତ ସେ ବୋଲାଇ
Couplet 20
ଇନ୍ଦ୍ରିୟ ଦ୍ୱାରେ ଅର୍ଥମାନଗ୍ରହଣ କଲେ ହେଁ ଯେ ଜନ
Couplet 21
କାହାକୁ ଦ୍ୱେଷ ନ କରଇକିଛି ହିଁ ହରଷ ନୁହଇ
Couplet 22
ସକଳ ବିଷ୍ଣୁମାୟା ମଣିଉତ୍ତମଭକ୍ତେ ତାକୁ ଗଣି
Couplet 23
ଦେହର ଜନ୍ମ ମୃତ୍ୟୁ ଦୁଇସଂସାର ଧର୍ମ ଏ ବୋଲାଇ
Couplet 24
ଇନ୍ଦ୍ରିୟମାନଙ୍କର ଶ୍ରମପ୍ରାଣର କ୍ଷୁଧା ତୃଷା ଧର୍ମ
Couplet 25
ମନର ଭୟ ବୁଦ୍ଧି ଧର୍ମତୃଷ୍ଣା ଏଣେ ଯେ ନୋହି ଭ୍ରମ
Couplet 26
ହରିଙ୍କୁ ସ୍ମରଣ କରଇଉତ୍ତମ ଭାଗବତ ସେହି
Couplet 27
ଯାହାର କାମ କର୍ମ ବେନିବାସନା ମିଶି ହୁଏ ତିନି
Couplet 28
ଚିତ୍ତରେ ନୁହଇ ସମ୍ଭବଆଶ୍ରୟ ଏକା ବାସୁଦେବ
Couplet 29
ଉତ୍ତମ ଭକ୍ତ ସେ ବୋଲାଇଶୁଣ ରାଜନ ମନ ଦେଇ
Couplet 30
ଜନ୍ମ କରମେ ଯା'ର ମନଏ ଘେନେ ଦେହେ ଅଭିମାନ
Couplet 31
ସ୍ୱଜାତି କୁଳ ଧର୍ମ ବର୍ଣ୍ଣଏ ଅହଙ୍କାରେ ନୋହେ ଛନ୍ନ
Couplet 32
ଉତ୍ତମ ଲକ୍ଷଣ ଏ ଜାଣିଭକତ ମଧ୍ୟେ ପରିମାଣି
Couplet 33
ଯାହାର ସୁତ ବିତ୍ତ ଦେହେପର ଆପଣା ବୁଦ୍ଧି ନୋହେ
Couplet 34
ସକଳ ଜୀବେ ସମବୁଦ୍ଧିଉତ୍ତମଭାବ ଏ ପ୍ରସିଦ୍ଧି
Couplet 35
ସିଦ୍ଧ ଯୋଗୀନ୍ଦ୍ର ମୁନିଗଣସେବନ୍ତି ଯେ ହରିଚରଣ
Couplet 36
ଭବ ବିରଞ୍ଚି ଯା'ର ପାଦେଧ୍ୟାନେ ଚିନ୍ତନ୍ତି ଅପ୍ରମାଦେ
Couplet 37
ସେ ପ୍ରଭୁପାଦ ନିତ୍ୟେ ଚିନ୍ତିଲବ ନିମିଷ ନ ଛାଡ଼ନ୍ତି
Couplet 38
ଏ ତିନିଭୁବନ ସମ୍ପତ୍ତିହେଲେ ହେଁ ତହୁଁ ନ ଚଳନ୍ତି
Couplet 39
ନୁହଁନ୍ତି ମାୟାରେ ମୋହିତସେ ପ୍ରାଣୀ ମହାଭାଗ୍ୟବନ୍ତ
Couplet 40
ବିଷ୍ଣୁ ଭକତେ ସେ ପ୍ରଧାନନିସ୍ତରେ ତା'କୁ ଦେଖି ଜନ
Couplet 41
କେବେହେଁ ନୋହେ ମତିଭ୍ରମସେ ପ୍ରାଣୀ ନାରାୟଣ ସମ
Couplet 42
କୃଷ୍ଣର ପାଦ-ନଖପନ୍ତିଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି
Couplet 43
ସେ ଯାର ହୃଦରେ ପ୍ରକାଶେଅଶେଷ ଘୋରତମ ନାଶେ
Couplet 44
ସେ ଭକ୍ତ ଉତ୍ତମ ଲକ୍ଷଣମଧ୍ୟମ ଭାବ କହୁଁ ଶୁଣ
Couplet 45
ଈଶ୍ୱର ପାଦେ ଆଶ୍ରେ କରିଭକତେ ସମବୁଦ୍ଧି କରି
Couplet 46
ସଂସାର ମଧ୍ୟେ ଯେତେ ଜନସମସ୍ତ ହୃଦେ ଭଗବାନ
Couplet 47
ସଦ ଅସଦେ କ୍ରୀଡ଼ା କରିଭାବ ଅଭାବ ନ ବିଚାରି
Couplet 48
ସେ ପ୍ରାଣୀଭାବେ ଦୟାକରେଅହଂ ପଣ୍ଡିତ ହେତୁ ଧରେ
Couplet 49
ସେ ପ୍ରିୟାପ୍ରିୟ ଶତ୍ରୁମିତ୍ରଏ ସର୍ବ କୃଷ୍ଣର ଚରିତ
Couplet 50
ଏଣେ ନ ହୋଇ ଅହଙ୍କାରୀମନରେ ଗୁଣ ଦୋଷ ଧରି
Couplet 51
ମିତ୍ରେ ନ ଧରେ ଗୁଣ ଦୋଷଘେନି ଆପଣା ଶ୍ରେଷ୍ଠ ଅଂଶ
Couplet 52
କର୍ମ କରଇ ବିଧିମତେଫଳ ଆକାଙ୍କ୍ଷା କରି ଚିତ୍ତେ
Couplet 53
ବସ୍ତୁ ଭେଦରେ କରେ ଶ୍ରମଏଣୁ ସେ ବୋଲାଇ ମଧ୍ୟମ
Couplet 54
ପ୍ରାକୃତଭାବ ଏବେ ଶୁଣଯେବେ ସେବଇ ନାରାୟଣ
Couplet 55
କେବଳ ଲଉକିକ ମତେଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ
Couplet 56
ନ ସେବେ ବିଷ୍ଣୁର ସେବକଇତର ଦେଖେ ଅନ୍ୟଲୋକ
Couplet 57
ମନରେ ଅହଙ୍କାର ଭରିଦଣ୍ଡେ ବିଚାରେ ଭକ୍ତି କରି
Couplet 58
ଏହା ପ୍ରାକୃତ ବୋଲି କହିତଥାପି ଭକ୍ତ ସେ ବୋଲାଇ
Couplet 59
ଏଣୁ ଯେ ଚିତ୍ତେ ଭାବେ ଭଜେହରି ତା ହୃଦୟ ନ ତେଜେ
Couplet 60
ସେହି ରଜ୍ଜୁରେ ତା’ ଚରଣହୃଦରେ କରଇ ବନ୍ଧନ
Couplet 61
ଚିତ୍ତେ ଚିନ୍ତିଲେ କ୍ଷଣମାତ୍ରହରଇ ଅଶେଷ ଦୁରିତ
Couplet 62
ସେ ହରିପାଦ ହୃଦେ ଧରିଭକତ ଦୁସ୍ତରୁ ନିସ୍ତରି
Couplet 63
ଶୁଣ ବିଦେହ ନରପତିତ୍ରିବିଧ ବଇଷ୍ଣବ ଗତି
Couplet 64
ଏକାଦଶରେ କୃଷ୍ଣରସକହଇ ଦାସ ଜଗନ୍ନାଥ