Skip to content
paribhaasha

Skandha 11

Adhyaya 2

  1. Couplet 1

    ଶୁଣ ପରିକ୍ଷ ମନସ୍ଥିରେଅଦ୍ଭୂତ ଦ୍ୱାରକା ନଗରେ

  2. Couplet 2

    ଗୋବିନ୍ଦ ଭୂଜଦଣ୍ଡବଳେଯାଦବେ ଥା'ନ୍ତି ସୁଖଭୋଳେ

  3. Couplet 3

    ଯହିଁ ନାରଦ ଥା'ନ୍ତି ନିତିକୃଷ୍ଣଭକତି ହୃଦେ ଚିନ୍ତି

  4. Couplet 4

    ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରିକେ କୃଷ୍ଣଭାବ ପରିହରି

  5. Couplet 5

    ବାସବ ଆଦି ଦେବଗଣଯା'କୁ ସେବନ୍ତି ଅନୁକ୍ଷଣ

  6. Couplet 6

    ଭବ ବିରଞ୍ଚି ଯା'ର ପାଦେସେବନ୍ତି ନିତ୍ୟେ ଅପ୍ରମାଦେ

  7. Couplet 7

    ନାରଦମୁନି ଏକଦିନେଗଲେ ବସୁଦେବ ଭୁବନେ

  8. Couplet 8

    ନାରଦ ଆଗମନ ଭାବଦେଖି ମିଳିଲେ ବସୁଦେବ

  9. Couplet 9

    ପବିତ୍ର ଜଳେ ପାଦଧୋଇଆସନେ ବସାଇଲେ ନେଇ

  10. Couplet 10

    ଚରଣେ କରି ନମସ୍କାରଭାବେ ବୋଇଲେ ଯଦୁବୀର

  11. Couplet 11

    ଧନ୍ୟ ଜୀବନ ଆଜ ମୋରଦେଖିଲି ଚରଣ ତୁମ୍ଭର

  12. Couplet 12

    ତୁମ୍ଭେ ଯେ ଲୋକ-ପରିତ୍ରାଣେବ୍ରହ୍ମାଣ୍ଡେ ବୁଲ ଅନୁକ୍ଷଣେ

  13. Couplet 13

    ପିତାମାତାଙ୍କ ଆଗମନପୁତ୍ରଙ୍କୁ କଲ୍ୟାଣ ଯେସନ

  14. Couplet 14

    ବିଷ୍ଣୁ-ଭକତଜନ ଦେଖିନିର୍ମଳ ହୋଏ ଚର୍ମ ଆଖି

  15. Couplet 15

    ଜନ୍ତୁଙ୍କୁ ଦେବଙ୍କ ଚରିତସାଧଇ ଦୁଃଖ ସୁଖ ଅର୍ଥ

  16. Couplet 16

    ତୁମ୍ଭର ପ୍ରାୟ ସାଧୁ ଯେତେକେବଳ ପ୍ରାଣୀ ସୁଖ ଅର୍ଥେ

  17. Couplet 17

    ସାଧବେ ବିଷ୍ଣୁଭାବେ ଥା'ନ୍ତିଏଣୁ ପ୍ରାଣୀଙ୍କ ହିତ ଚିନ୍ତି

  18. Couplet 18

    ଦେବଙ୍କ ଚରିତ ପ୍ରମାଦକରଇ ହରଷ ବିଷାଦ

  19. Couplet 19

    ମନୁଷ୍ୟେ ସୁଖଭୋଗ ଚିନ୍ତିକେ ଅବା ଦେବଙ୍କୁ ପୂଜନ୍ତି

  20. Couplet 20

    ଦେବେ ତାହାଙ୍କ ଉପକାରେଭଜନ୍ତି ଭକ୍ତି ଅନୁସାରେ

  21. Couplet 21

    ସ୍ୱଭାବେ ଦେବେ ଛାୟାବତବସନ୍ତି କର୍ମର ଆୟତ୍ତ

  22. Couplet 22

    ତେଣୁ ସେ କର୍ମ ଅନୁସାରେପ୍ରାଣୀଙ୍କି ତୋଷୁଥା'ନ୍ତି ବରେ

  23. Couplet 23

    ସେ କର୍ମଫଳ ଅନୁମତେପ୍ରାଣୀ ଭୁଞ୍ଜନ୍ତି ଏ ଜଗତେ

  24. Couplet 24

    ବିଷ୍ଣୁ ଭକତ ପ୍ରାଣୀଙ୍କରଜଗତେ ନାହିଁ ଆତ୍ମାପର

  25. Couplet 25

    ଦୟା କରନ୍ତି ସର୍ବଲୋକେଦିନ ହରନ୍ତି ଦୁଃଖସୁଖେ

  26. Couplet 26

    ଆଜ ମୁଁ ଦେଖି ତୁମ୍ଭପଦଲଭିଲି ସକଳ ସମ୍ପଦ

  27. Couplet 27

    ତଥାପି ବୈଷ୍ଣବର ଧର୍ମବିଷ୍ଣୁ ପ୍ରସନ୍ନେ ଯେତେ କର୍ମ

  28. Couplet 28

    ତାହା ଶୁଣିତେ ମୋର ଇଚ୍ଛାପୁଚ୍ଛଇ କହ ଧର୍ମଦୀକ୍ଷା

  29. Couplet 29

    ଯେ ଧର୍ମ କଥନ ଶ୍ରବଣସକଳ ଭୟ ନିବାରଣ

  30. Couplet 30

    ପୂର୍ବେ ମୁଂ ତପଯୋଗବଳେସେବିଲି ବିଷ୍ଣୁ ପାଦ ମୂଳେ

  31. Couplet 31

    ବିଷ୍ଣୁ ଯାଚିଲେ ମୋତେ ବରମୋର ଅଦୃଷ୍ଟ ବଳୀୟାର

  32. Couplet 32

    ମୋକ୍ଷ ନ ମାଗି ପୁତ୍ରକାମେପଡ଼ିଲି ମାୟା ମୋହ ଭ୍ରମେ

  33. Couplet 33

    ଏବେ ଉପାୟ ତୁମ୍ଭେ କରଯେମନ୍ତେ ତୁଟେ ଭ୍ରମ ମୋର

  34. Couplet 34

    ବସୁଦେବର ବାକ୍ୟ ଶୁଣିମନଆନନ୍ଦେ ବ୍ରହ୍ମମୁନି

  35. Couplet 35

    ବୋଲନ୍ତି ଶୁଣ ଯଦୁବୀରଧନ୍ୟ ବଚନ ଏ ତୋହର

  36. Couplet 36

    ତୋ ଚିତ୍ତ ଭାଗବତଧର୍ମେକଳ୍ପିଲା ପୂର୍ବ ପୁଣ୍ୟକର୍ମେ

  37. Couplet 37

    ଶୁଣ ସେ ଧର୍ମର ମହିମାକେ କହିପାରେ ଗୁଣ ସୀମା

  38. Couplet 38

    ଯେବେ ଶ୍ରବଣେ ଏହା ଶୁଣିମନ ବଚନେ ପରିମାଣି

  39. Couplet 39

    ଯଦ୍ୟପି ଦେବ-ବିଶ୍ୱଦ୍ରୋହୀଅନ୍ୟ ପତିତ ଯେବେ ହୋଇ

  40. Couplet 40

    ସେ ଧର୍ମେ ଯେବେ ମନ ପଶେସର୍ବ କଳୁଷ ବେଗେ ନାଶେ

  41. Couplet 41

    ଧନ୍ୟ ଯାଦବ ତୋ' ଜୀବନକୃଷ୍ଣରେ ନିବେଶିଲୁ ମନ

  42. Couplet 42

    କୃଷ୍ଣର ଶ୍ରବଣ କୀର୍ତ୍ତନଅଶେଷ ଦୁରିତ ଦହନ

  43. Couplet 43

    କହିବା ଶୁଣ ସାବଧାନେଯେ ଇତିହାସ ପୁରାତନେ

  44. Couplet 44

    ପୂର୍ବେ ଯେ ବିଦେହମଣ୍ଡଳେନିମି ରାଜାର ଯଜ୍ଞକାଳେ

  45. Couplet 45

    ଦିବ୍ୟ ପୁରୁଷ ନବଋଷିମିଳିଲେ ଯଜ୍ଞଶାଳେ ଆସି

  46. Couplet 46

    ସେ ନବଋଷି ମହାଜନଶୁଣ ହେ ତାହାଙ୍କ ବିଧାନ

  47. Couplet 47

    ବ୍ରହ୍ମାର ଶରୀରୁ ସମ୍ଭବଯେ ମନୁ ନାମ ସ୍ୱାୟମ୍ଭୁବ

  48. Couplet 48

    ତା'ର ତନୟ ପ୍ରିୟବ୍ରତସୁଗୁଣ ସାଧୁ ଶୁଚିବନ୍ତ

  49. Couplet 49

    ପ୍ରିୟବ୍ରତର ସୁତ ଯେହିଆଗ୍ନୀଧ୍ର ବୋଲି ନାମ ହୋଇ

  50. Couplet 50

    ଆଗ୍ନୀଧ୍ରସୁତ ନାଭି ନାମସୁନ୍ଦର ସର୍ବଗୁଣଧାମ

  51. Couplet 51

    ଋଷଭ ତାହାର କୁମରସେ ବିଷ୍ଣୁଅଂଶେ ଅବତାର

  52. Couplet 52

    ତା'ର ମହିମା ଗୁଣ ଯେତେଅନ୍ତ କେ କରୁ ତ୍ରିଜଗତେ

  53. Couplet 53

    ଅଶେଷ ମହିମା ଯାହାରଭରତ ତାହାର କୁମର

  54. Couplet 54

    ଶତେକ ପୁତ୍ରେ ଶ୍ରେଷ୍ଠ ସେହିଅପରେ ଊନଶତ ଭାଇ

  55. Couplet 55

    ସକଳେ ବେଦବିଦ୍ୟା ସାରପବିତ୍ରମୟ କଳେବର

  56. Couplet 56

    ଭରତ ଥାଇ ପୁଣ୍ୟକର୍ମେଭାରତ ଭୂମି ଯା'ର ନାମେ

  57. Couplet 57

    ଭୁବନେ ରାଜଭୋଗ ଭୁଞ୍ଜିବନେ ପଶିଲା ରାଜ୍ୟ ତେଜି

  58. Couplet 58

    ତପେ ତୋଷିଲା ଭାବଗ୍ରାହୀଜାତିସ୍ମର ସେ ଜନ୍ମୁ ହୋଇ

  59. Couplet 59

    ଏମନ୍ତେ ତିନିଜନ୍ମ ଅନ୍ତେପଶିଲା ବିଷ୍ଣୁପାଦଗତେ

  60. Couplet 60

    ଅଶେଷଦୁଃଖ ନାଶ ଗଲାଜନ୍ମ ମରଣୁଁ ନିସ୍ତରିଲା

  61. Couplet 61

    ଆର ଯେ ଊନଶତ ଭାଇତା'ଙ୍କ ମହିମା ଶୁଣ ତୁହି

  62. Couplet 62

    ତାହାଙ୍କ ମଧ୍ୟେ ନବସୁତସାଧୁ ସୁଗୁଣ ବଳବନ୍ତ

  63. Couplet 63

    ହୋଇଲେ ନବଦ୍ୱୀପେ ରାଜାସୁଖେ ପାଳିଲେ ଜନପ୍ରଜା

  64. Couplet 64

    ଏକ ଅଧିକେ ଅଶୀ ସୁତେବେଦ ଅଭ୍ୟାସି ଦୃଢଚିତ୍ତେ

  65. Couplet 65

    ତପେ ଆରାଧି ନାରାୟଣଜଗତେ ହୋଇଲେ ବ୍ରାହ୍ମଣ

  66. Couplet 66

    ଶେଷ ଯେ ନବସୁତ ଥିଲେନିର୍ଗୁଣ ଯୋଗ ଅଭ୍ୟାସିଲେ

  67. Couplet 67

    ସେ ଆତ୍ମାଜ୍ଞାନୀ ସାଧୁ ଧୀରଜଟା ବିଭୂତି ଦିଗମ୍ବର

  68. Couplet 68

    ମିତ୍ର ଅଇରି ପକ୍ଷ ସମଶୁଣ ହେ ତାହାଙ୍କର ନାମ

  69. Couplet 69

    ସେ କବି ହରି ଅନ୍ତରୀକ୍ଷଏ ତିନି ଜ୍ଞାନେ ଧ୍ୟାନେ ଦକ୍ଷ

  70. Couplet 70

    ପ୍ରବୁଦ୍ଧ ଯେ ପି‌ପ୍ପଳାୟନଷଷ୍ଠରେ ଆବିର୍ହୋତ୍ର ନାମ

  71. Couplet 71

    ଦ୍ରୁମିଳ ଚମସ ଏ ଦୁଇକରଭାଜନ ନବଭାଇ

  72. Couplet 72

    ଏମନ୍ତେ ନବ ସହୋଦରେଆନନ୍ଦେ ଭ୍ରମନ୍ତି ସଂସାରେ

  73. Couplet 73

    ତାହାଙ୍କ ମନ କୃଷ୍ଣଦେହେକପଟ ତେଜି ଏକସ୍ନେହେ

  74. Couplet 74

    ଦେଖନ୍ତି ସର୍ବଜୀବ ଦେହେଏକା ଗୋବିନ୍ଦ ଆନ ନୋହେ

  75. Couplet 75

    ପରମଆତ୍ମା ଭାବେ ମଜ୍ଜିଏକା ଗୋବିନ୍ଦ ପାଦେ ଭଜି

  76. Couplet 76

    ସେ ଅବ୍ୟାହତ ଇଷ୍ଟଗତିଏମନ୍ତେ ନବବିପ୍ରେ ଥା'ନ୍ତି

  77. Couplet 77

    ସିଦ୍ଧ ଗନ୍ଧର୍ବ ସୁରମେଳେଯକ୍ଷକିନ୍ନର ରସାତଳେ

  78. Couplet 78

    ଶିବ ସୁରଭିପୁରେ ଥା'ନ୍ତିବ୍ରହ୍ମାର ଭୁବନେ ମିଳନ୍ତି

  79. Couplet 79

    ଏ ଆଦି ନାନା ଦେଶ ପୁରେଭ୍ରମନ୍ତି ନବସହୋଦରେ

  80. Couplet 80

    ସେ ନବମୁନି ଏକଦିନେମିଳିଲେ ନିମି ଯଜ୍ଞସ୍ଥାନେ

  81. Couplet 81

    ତାହାଙ୍କୁ ଯଜ୍ଞଶାଳେ ଦେଖିଜନକ ଆସନ ଉପେକ୍ଷି

  82. Couplet 82

    ଦେଖିଲେ ଦିବ୍ୟତେଜୋମୟେରବିଶଶାଙ୍କ ସମ ନୋହେ

  83. Couplet 83

    ଅଗ୍ନି ଯେ କୁଣ୍ଡମଧ୍ୟେ ଥିଲେବିପ୍ରଙ୍କ ସଙ୍ଗତେ ଉଠିଲେ

  84. Couplet 84

    ଜାଣିଲେ ବିଦେହରାଜନଏ ସର୍ବେ କୃଷ୍ଣପରାୟଣ

  85. Couplet 85

    ଆନନ୍ଦମନେ ନୃପବରପୂଜିଲେ ମୁନିଙ୍କ ପୟର

  86. Couplet 86

    ପ୍ରଣାମ କରି ତା'ଙ୍କ ପାଦେଆସନେ ବସାଇ ଆନନ୍ଦେ

  87. Couplet 87

    ଦେଖଇ ରୂପ ତାହାଙ୍କରଯେସନେ ବ୍ରହ୍ମାଙ୍କ କୁମର

  88. Couplet 88

    କରଯୁଗଳ ଶିରେ ଦେଇବୋଲଇ ନିସ୍ତରିଲି ମୁହିଁ

  89. Couplet 89

    ତୁମ୍ଭ ଚରଣଯୁଗ ଦେଖିନିର୍ମଳ କଲି ଚର୍ମଆଖି

  90. Couplet 90

    ତୁମ୍ଭେ ଯେ ନବ ବିପ୍ରବରନିଶ୍ଚୟେ କୃଷ୍ଣ ଅନୁଚର

  91. Couplet 91

    ସଂସାରେ ତୁମ୍ଭର ଭ୍ରମଣଅଶେଷ ଲୋକ ପରିତ୍ରାଣ

  92. Couplet 92

    ଏ ଯେ ମନୁଷ୍ୟ କଳେବରଦୁର୍ଲ୍ଲଭ କ୍ଷଣିକ ଭଙ୍ଗୁର

  93. Couplet 93

    ତଥାପି ମନୁଷ୍ୟ ଶରୀରେଯେ ଭଜେ ଗୋବିନ୍ଦ ପୟରେ

  94. Couplet 94

    ତାହାଙ୍କୁ ଦେଖନ୍ତି ଯେ ପ୍ରାଣୀତରନ୍ତି ଭବତରଙ୍ଗିଣୀ

  95. Couplet 95

    କ୍ଷଣେ ନିମିଷେ ଲବେ ଲେଶେଯେବେ ସେ ସାଧୁଜନ ପାଶେ

  96. Couplet 96

    ଚିତ୍ତେ ଚିନ୍ତଇ କୃଷ୍ଣଭାବତାହାକୁ ବୋଲି ନିଧିଲାଭ

  97. Couplet 97

    ସେ ଲାଭ ତୁମ୍ଭର ବଚନମୁଁ ଯେବେ ଶୁଣିତେ ଭାଜନ

  98. Couplet 98

    ଯେ ଧର୍ମ ଆଚରଣେ ପ୍ରାଣୀନିଶ୍ଚେ ଲଭନ୍ତି ଚକ୍ରପାଣି

  99. Couplet 99

    ସେ ହରି ତା'ଙ୍କ ବଶେ ଥାଇଏ ମାୟା ତା'ଙ୍କୁ ନ ଲାଗଇ

  100. Couplet 100

    ଏମନ୍ତେ ନିମିବାକ୍ୟ ଶୁଣିବୋଲନ୍ତି ନବମହାମୁନି

  101. Couplet 101

    ଶୁଣ ହେ ରାଜା ଏକ ଚିତ୍ତେଯାହା କହିଲେ ଭାଗବତେ

  102. Couplet 102

    କବି ବୋଲନ୍ତି ରାୟେ ଶୁଣଯେ ଭାଗବତ ଧର୍ମ ଗୁଣ

  103. Couplet 103

    ନାନା ପ୍ରକାରେ ହରିପାଦେଯାହାର ଚିତ୍ତ ଅପ୍ରମାଦେ

  104. Couplet 104

    ଭଜଇ ଜାଣି ବିଷ୍ଣୁମାୟାସେ ହରି ତା'ରେ କରେ ଦୟା

  105. Couplet 105

    ବିଷ୍ଣୁର ଅଭୟ ଚରଣମଙ୍ଗଳ କୁଶଳ କାରଣ

  106. Couplet 106

    ଅଶେଷ ଦୁଃଖ ନାଶକରେଯେ ନିତ୍ୟେ କୃଷ୍ଣନାମ ଧରେ

  107. Couplet 107

    ଦେହ ସମ୍ପଦ ଦାରା ସୁତଏଣେ ମୋହିତ ଯା'ର ଚିତ୍ତ

  108. Couplet 108

    କାମ ସଙ୍କଳ୍ପ ଦିନେ ଦିନେବଢ଼ଇ ବିଷୟ-ଚିନ୍ତନେ

  109. Couplet 109

    ମାୟାରେ ମନ ଆଗୋଚରେଭ୍ରମଇ ଅଶେଷ ପ୍ରକାରେ

  110. Couplet 110

    କୃଷ୍ଣର ଅଭୟ ଚରଣଅଶେଷ ଦୁଃଖ ନିବାରଣ

  111. Couplet 111

    ହରି ଚରଣ ଲାଭ ଅର୍ଥେନାନା ଉପାୟ ଶାସ୍ତ୍ରଗତେ

  112. Couplet 112

    ଯାହା କହିଲେ ଚକ୍ରଧରସେ ଭାଗବତ ଧର୍ମସାର

  113. Couplet 113

    ଭାବେ ଅଭାବେ ମନେ ଗୁଣିମୂର୍ଖ ହିଁ ତରେ ଯାହା ଶୁଣି

  114. Couplet 114

    ଏଣେ ଯେ ଚିନ୍ତେ କୃଷ୍ଣପାଦତାହାକୁ ନ ଲାଗେ ପ୍ରମାଦ

  115. Couplet 115

    ହୃଦେ ଗୋବିନ୍ଦପାଦ ଧ୍ୟାୟିନୟନ ବୁଜି ଯେବେ ଧାଇଁ

  116. Couplet 116

    ପଥ ନ ଜାଣି ଯେବେ ହୁଡ଼େସେ ପ୍ରାଣୀ କେବେହେଁ ନ ପଡ଼େ

  117. Couplet 117

    ବେଦବଚନ ଧର୍ମଶାସ୍ତ୍ରଏ ବେନି ବିପ୍ରଙ୍କର ନେତ୍ର

  118. Couplet 118

    ଏକ ନ ଥିଲେ କାଣ ହୋଇଦୁଇ ଆଭାବେ ଅନ୍ଧ ସେହି

  119. Couplet 119

    ଏମନ୍ତ ବିପ୍ର ଯେବେ ଚିତ୍ତେକୃଷ୍ଣଙ୍କୁ ଭଜେ ଅବିରତେ

  120. Couplet 120

    ତାହାର ଅମଙ୍ଗଳ ନାହିଁସକଳ ପାପୁ ସେ ତରଇ

  121. Couplet 121

    ଏ ଧର୍ମ ଭାଗବତ ମତଈଶ୍ବର ବଚନ ନିର୍ମିତ

  122. Couplet 122

    ଏହା ଯେ ନ କରନ୍ତି ପ୍ରାଣୀଧର୍ମ-ସଂଶୟ ମନେ ଗୁଣି

  123. Couplet 123

    କେବେ ହେଁ ନାହିଁ ସୁଖଲେଶଉଭୟ ଲୋକେ ସେ ନିରାଶ

  124. Couplet 124

    ମନ ବଚନ ଦେହ ଚିତ୍ତଅବା ଇନ୍ଦ୍ରିୟ ବୁଦ୍ଧିକୃତ

  125. Couplet 125

    କିବା ସ୍ୱଭାବ ଅନୁସାରେଯେ କର୍ମ କରି ଏ ସଂସାରେ

  126. Couplet 126

    ତା' ନାରାୟଣେ ସମର୍ପିବଜୀବର ସ୍ୱଧର୍ମ ଏ ଭାବ

  127. Couplet 127

    ଏ ଭାଗବତ ଧର୍ମ ଗୁଣଈଶ୍ୱର ବଚନ ପ୍ରମାଣ

  128. Couplet 128

    ଏଣେ ସକଳ ଜ୍ଞାନ ପାଇଅଜ୍ଞାନତମ ନାଶ ଯାଇ

  129. Couplet 129

    ଶୁଣ ବିଦେହ ମହୀପତିଯେ ହରିଭାବ ନ ଜାଣନ୍ତି

  130. Couplet 130

    ନାନା ପ୍ରକାରେ ତପ କରେସେ ପ୍ରାଣୀ ସଂସାରୁ ନ ତରେ

  131. Couplet 131

    ହରି ବିମୁଖ ପ୍ରାଣୀ ଯେତେସେ ଥା'ନ୍ତି ପଶୁଙ୍କ ସଙ୍ଗତେ

  132. Couplet 132

    ତାହାଙ୍କ ମୋହେ ବିଷ୍ଣୁମାୟାବିଷୟା ରସେ ବଢ଼େ ସ୍ପୃହା

  133. Couplet 133

    ଦେହକୁ ବସ୍ତୁପ୍ରାୟ ମଣେବଇରୀ ମିତ୍ର ପରିମାଣେ

  134. Couplet 134

    ଭ୍ରମଇଁ ଶୋକ ମୋହ ପଥେଅଜ୍ଞାନ ବୁଦ୍ଧି ଭ୍ରମ ଗ୍ରସ୍ତେ

  135. Couplet 135

    ତେଣୁ ସଂସାର ମୋହେ ଜଡିଦୁଃଖ ସଙ୍କଟେ ଥା'ନ୍ତି ପଡ଼ି

  136. Couplet 136

    ଯା'ର ମାୟାରେ ଏତେ ଗତିତା' ଭାବ ବୁଧଜନେ ଚିନ୍ତି

  137. Couplet 137

    କୃଷ୍ଣ ଭଜନ୍ତି ଏକମନେନିର୍ମଳ ଧ୍ୟାନେ ଆତ୍ମାଜ୍ଞାନେ

  138. Couplet 138

    ଗୁରୁଙ୍କୁ ଇଷ୍ଟଦେବ ଭାବେମନେ ଚିନ୍ତନ୍ତି ଜ୍ଞାନଲାଭେ

  139. Couplet 139

    ଜୀବ ଅଜ୍ଞାନଭାବ ଦେଖଦୁଃଖକୁ ମଣେ ମହାସୁଖ

  140. Couplet 140

    ଯେସନେ ସ୍ୱପ୍ନ ମନୋରଥେଭ୍ରମଇଁ ନିଦ୍ରାର ଆୟତ୍ତେ

  141. Couplet 141

    ମଣଇଁ ସତ୍ୟପ୍ରାୟ ତାହାମନ ବିଳାସ ମାତ୍ର ମାୟା

  142. Couplet 142

    ଏ ମନ କୃଷ୍ଣପାଦେ ଦେଲେଏ ମାୟା ନ ଲାଗଇ ଭଲେ

  143. Couplet 143

    ଦୁର୍ଗମ ପଥ ଏ ଭଜନଭୟେ ଭାଜିଲେ ଯୋଗୀଜନ

  144. Couplet 144

    ଏବେ କହିବା ଶୁଣ ରାୟସେ ହରି ଭଜନ ଉପାୟ

  145. Couplet 145

    କୃଷ୍ଣର ଜନ୍ମକର୍ମ ଯେତେନାନା ଚରିତ ଏ ଜଗତେ

  146. Couplet 146

    ଶ୍ରବଣ ସ୍ମରଣ କୀର୍ତ୍ତନତାରଇ ଅଶେଷ ଭୁବନ

  147. Couplet 147

    ସେ ନାମଭାବେ ଚିତ୍ତ ଜଡିହୃଦରୁ ଲାଜଭୟ ଏଡି

  148. Couplet 148

    କାମାଦି ସଙ୍ଗ ଦୂର କରିଏ ଘୋର ସଂସାରେ ବିହରି

  149. Couplet 149

    ଉଚ୍ଚେ ଡ଼ାକିବ କୃଷ୍ଣ ନାମଶୁଭିବ ସକଳ ଶ୍ରବଣ

  150. Couplet 150

    ଆନନ୍ଦେ ତୋଳି ବେନିକରକଷ୍ଠ ଗର୍ଜନ ଉଚ୍ଚସ୍ୱର

  151. Couplet 151

    ଉନ୍ମତ୍ତ ପ୍ରାୟ ନୃତ୍ୟ କରେଲୋଭ ବେଭାର ପରିହାରେ

  152. Couplet 152

    ଗଗନ ସମୀରଣ ଜ୍ୟୋତିଯେ ଅବା ସଲିଳ ଧରିତ୍ରୀ

  153. Couplet 153

    ନଦୀ ସାଗର ତରୁଗଣପର୍ବତ ସ୍ଥାବର ଜଙ୍ଗମ

  154. Couplet 154

    ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରଏ ସର୍ବ କୃଷ୍ଣର ଶରୀର

  155. Couplet 155

    ନିଶ୍ଚୟ ଜାଣି ଏକଚିତ୍ତେପ୍ରଣାମ କରୁଥିବ ନିତ୍ୟେ

  156. Couplet 156

    ଅମୃତ ବିନୟ ବଚନକହି ତୋଷିବ ପ୍ରାଣୀମନ

  157. Couplet 157

    ଏ ଭାବେ ଲଭି କୃଷ୍ଣପାଦହରିବ ବିଷୟା ବିଷାଦ

  158. Couplet 158

    ଶୁଣ ରାଜନ ପୁଣ୍ୟଦେହାତୁ ଅବା ପଚାରିବୁ ଏହା

  159. Couplet 159

    ଯୋଗୀଏ ଯୋଗତପବଳେଭ୍ରମନ୍ତି ଭାରତ ମଣ୍ଡଳେ

  160. Couplet 160

    ନିର୍ମଳ ଜ୍ଞାନେ ହୃଦଗତେଯାହା ଚିନ୍ତନ୍ତି ଏକଚିତ୍ତେ

  161. Couplet 161

    ଅନେକ ଜନେ ଯାହା ସାଧିବହୁ ଦୁର୍ଲ୍ଲଭ ଯେଉଁ ସିଦ୍ଧି

  162. Couplet 162

    ଶ୍ରୀକୃଷ୍ଣ ନାମର କୀର୍ତ୍ତନେକେମନ୍ତେ ଲଭେ ଏକ ଜନ୍ମେ

  163. Couplet 163

    ଶୁଣ ହେ ରାଜା ମନ ଦେଇଉତ୍ତମ ଶିଷ୍ୟେ ଏହା କହି

  164. Couplet 164

    ଯେ ଭକ୍ତିଯୋଗ ପ୍ରାଣୀଙ୍କରଶ୍ରବଣ କୀର୍ତ୍ତନ ଗୋଚର

  165. Couplet 165

    ଏଣୁ ସେ ତତ୍ତ୍ୱଜ୍ଞାନ ସ୍ପୁରେବିଷୟ ରସ ନ ସୁମରେ

  166. Couplet 166

    ଏ ତିନି ଏକକାଳେ ହୋଇପରମ ପ୍ରେମକୁ ଲଭଇ

  167. Couplet 167

    ବଢଇ ଦିନେ ଦିନେ ଜ୍ଞାନଜନ୍ତୁଙ୍କୁ ଭୋଜନ ଯେସନ

  168. Couplet 168

    ଅନ୍ନ ଭୋଜନେ ପ୍ରତିଗ୍ରାସକ୍ଷୁଧା ପିପାସା କରେ ନାଶ

  169. Couplet 169

    ସନ୍ତୋଷେ ତୁଷ୍ଟି ପୁଷ୍ଟି ଲଭେସୁଖ ଉଦୟ ହୁଏ ତେବେ

  170. Couplet 170

    କୃଷ୍ଣ ଭଜନ ଏହିମତେଜ୍ଞାନୀ ସାଧନ୍ତି ଏ ଜଗତେ

  171. Couplet 171

    ଜନ୍ମଇଁ ବିଷୟ ବୈରାଗ୍ୟମାୟା ଜଡ଼ିତ ସୁଖ ତ୍ୟାଗ

  172. Couplet 172

    ଅଜ୍ଞାନ ହରେ ଦିବ୍ୟଜ୍ଞାନଏ ଅନୁଭବ ଅଭ୍ୟାସନେ

  173. Couplet 173

    ଆନନ୍ଦ ରସ ପାଇ ନିତିଚିତ୍ତେ ପ୍ରବେଶ ହୋଏ ଶାନ୍ତି

  174. Couplet 174

    ଶାନ୍ତି ଭଜଇ ସୁଖଭରେତ୍ରିଗୁଣ ତାପୁଁ ସେ ନିସ୍ତରେ

  175. Couplet 175

    ଏମନ୍ତେ କବିର ବଚନଜନକ ଶୁଣି ତୋଷମନ

  176. Couplet 176

    ସୁଖ ସଙ୍କଳ୍ପେ କୃତକୃତ୍ୟବୋଲଇ ଦାସ ଜଗନ୍ନାଥ

  177. Couplet 177

    ପୁରାଣ କହିଲଇଁ ଗୀତେସୁଜନ ଜନଙ୍କର ହିତେ

Odia Bhagabata skandha 11 adhyaya 2 | Parbani by ParibhaAsha App