Skandha 11
Adhyaya 1
Couplet 1
ନମଇଁ ନୃସିଂହ ଚରଣଅନାଦି ପରମ କାରଣ
Couplet 2
ନୀଳଜୀମୂତ କଳେବରଦେବମାନବେ ଅଗୋଚର
Couplet 3
ମାୟା ସଂସାରେ ଯାର ଖେଳାଯା' ନାମ ଭବଜଳେ ଭେଳା
Couplet 4
କରୁଣା କଟାକ୍ଷ ପ୍ରକାଶେଭକତଜନ ଦୁଃଖ ନାଶେ
Couplet 5
ସେ ପାଦେ ଶରଣ ମୋହରହେଳେ ତରିବି ତମଘୋର
Couplet 6
ସେ ହରି ଚରିତ ପ୍ରକାଶମୁକ୍ତି ଲକ୍ଷଣ ଏକାଦଶ
Couplet 7
ଏ ଭାଗବତ ଧର୍ମ କଥାହେଳେ ଖଣ୍ଡଇ ଭବବ୍ୟଥା
Couplet 8
ନାରଦ ବସୁଦେବ ବାଣୀନିମି ରାଜନେ ନବମୁନି
Couplet 9
ଉଦ୍ଧବ ନିସ୍ତାରଣ ବାଣୀଯାହା କହିଲେ ଚକ୍ରପାଣି
Couplet 10
ସେ କଥା ପ୍ରାକୃତେ ପ୍ରକାଶଆରମ୍ଭେ ଜଗନ୍ନାଥ ଦାସ
Couplet 11
ବ୍ୟାସନନ୍ଦନ ମୁଖୁଁ ଶୁଣିନିର୍ମଳ ଭାଗବତ ବାଣୀ
Couplet 12
ସାଧୁସଙ୍ଗମେ ଗଙ୍ଗାତୀରେଶୁକ ଚରଣ ଧରି କରେ
Couplet 13
ଆନନ୍ଦେ କରି ଅଶ୍ରୁପାତବୋଇଲେ ଅଭିମନ୍ୟୁ ସୁତ
Couplet 14
ଭୋ ମୁନି ନମେ ତୋ' ପୟରେମୋତେ ଉଦ୍ଧର ଏ ସଂସାରେ
Couplet 15
କହ ଶ୍ରୀକୃଷ୍ଣ ଗୁଣମାନପୁଣି କି କଲେ ଭଗବାନ
Couplet 16
କହନ୍ତି ବ୍ୟାସଙ୍କ ତନୁଜଶୁଣ ପରୀକ୍ଷ ମହାରାଜ
Couplet 17
ଦେବଙ୍କ ବ୍ୟାକୁଳେ ମୁରାରିଅବନୀ ତଳେ ଅବତରି
Couplet 18
ଅଂଶେ ମନ୍ୟୁଷରୂପ ଧରିଯାଦବ ତୁଲେ ରାମହରି
Couplet 19
ଦୁଷ୍ଟ ଦନୁଜଗଣ ମାରିଅବନୀଭାରା ହେଳେ ହରି
Couplet 20
କୁରୁ ପାଣ୍ଡବ ମଧ୍ୟେ ହରିମାୟା କନ୍ଦଳେ ଭେଦ କରି
Couplet 21
କପଟ ପଶା ବନବାସଆକର୍ଷି ଦ୍ରୌପଦୀର କେଶ
Couplet 22
ଭୀମକୁ ବିଷଲଡୁ ଦେଇଜତୁର ଘରେ ଅଗ୍ନି ଦାହି
Couplet 23
ଏ ଆଦି ଯେତେ କଷ୍ଟମାନପାଣ୍ଡବେ ଦେଲା ଦୁର୍ଯ୍ୟୋଧନ
Couplet 24
ସେ ଅପମାନେ କ୍ରୋଧ ବହିସଙ୍ଗତେ ଘେନି ପାଞ୍ଚଭାଇ
Couplet 25
ନିମିତ୍ତ କରି ତା'ଙ୍କୁ ହରିଅନେକ ଅକ୍ଷୌହିଣ ମାରି
Couplet 26
ଭାରା ନିବାରି ଭଗବାନଅନ୍ତେ ଚଳିଲେ ନିଜ ସ୍ଥାନ
Couplet 27
ଯାଦବେ କୃଷ୍ଣ ଭୁଜବଳେଅଜେୟ ଏ ମହୀମଣ୍ଡଳେ
Couplet 28
ତାହାଙ୍କୁ ସଙ୍ଗେ ଘେନି କରିଦୁଷ୍ଟରାଜାଙ୍କ ପ୍ରାଣ ହରି
Couplet 29
ମନରେ କରନ୍ତି ବିଚାରଯାବତ ଛନ୍ତି ଯଦୁବୀର
Couplet 30
ତାବତ ପୃଥିବୀର ଭାରଉଶ୍ୱାସ କାହିଁ ଅଛି ଆର
Couplet 31
ଦେବତା ଆଦି ନାଗ ନରଏଣେ ଏ ନୁହଁନ୍ତି ସଂହାର
Couplet 32
ମୋର ବିଭବ ମୋର ହସ୍ତେନାଶିବା ନୁହଇ ଉଚିତେ
Couplet 33
କଳି ଭିଆଇ ନିଜବଂଶେସଂହାରି ବିଶ୍ରମିବି ଶେଷେ
Couplet 34
ବନୁ ଅନଳ ଜାତ ହୋଇଯେହ୍ନେ ଲିଭଇ ବନ ଦହି
Couplet 35
ଶୁଣ ରାଜନ ପରିକ୍ଷିତଏମନ୍ତ ବିଚାରି ଅଚ୍ୟୁତ
Couplet 36
ନିମିତ୍ତ ବିପ୍ରଶାପ କରିକନ୍ଦଳେ ନିଜବଂଶ ମାରି
Couplet 37
ଲାବଣ୍ୟରୂପେ ଜନ ମୋହିପ୍ରାଣୀ ନୟନେ ସୁଖ ଦେଇ
Couplet 38
ସେ ରୂପ କରି ଅନ୍ତର୍ଦ୍ଧାନହରିଲେ ପ୍ରାଣୀଙ୍କର ମନ
Couplet 39
କୃଷ୍ଣ କୋମଳ ମଞ୍ଜୁବାଣୀଯେ ଅବା କର୍ଣ୍ଣେ ଥିଲେ ଶୁଣି
Couplet 40
ତେଣେ ତାହାଙ୍କ ମନ ହରିଅନ୍ତର ହୋଇଲେ ମୁରାରି
Couplet 41
କୃଷ୍ଣର ପାଦପଦ୍ମ ଚିହ୍ନସୁନ୍ଦର ମନ୍ଥର ଗମନ
Couplet 42
ସେ ପାଦପଦ୍ମେ ଦେଇ ମନଯେ ଅବା ଦେଖିଥିଲେ ଜନ
Couplet 43
ସେ ରୂପେ ତା'ଙ୍କ ମନ ହରିନିଜ ଭୁବନେ ବିଜେ କରି
Couplet 44
କୃଷ୍ଣର ଯଶ ଗୁଣ ଯେତେସଂସାରେ ଶୁଣି ଗୁଣି ଚିତ୍ତେ
Couplet 45
ପ୍ରାଣୀ ହୋଇବେ ଭବୁ ପାରଏମନ୍ତ ମହିମା ଯାହାର
Couplet 46
ସେ ରୂପ କଲେ ଅନ୍ତର୍ଦ୍ଧାନହରି ଚଳିଲେ ନିଜ ସ୍ଥାନ
Couplet 47
ଶୁକ ଚରଣତଳେ ପଡିକହେ ପରୀକ୍ଷ କରଯୋଡି
Couplet 48
ଅଖଣ୍ଡ ନିଜବଂଶ କୋପେକିମ୍ବା ହରିଲେ ବିପ୍ରଶାପେ
Couplet 49
ଯେ ଯଦୁବଂଶ ମହୀତଳେକ୍ଷୟ ନୁହଁନ୍ତି ରିପୁବଳେ
Couplet 50
ଯାହାର ସ୍ନେହ ଅନୁବନ୍ଧେଈଶ୍ୱର ଖେଳଇ ଆନନ୍ଦେ
Couplet 51
ଯାଦବେ ବିପ୍ର ଗୁରୁପାଦେସେବନ୍ତି ବେଦବିଧି ବାଦେ
Couplet 52
ସେ ବ୍ରହ୍ମଶାପ ନରହରିହେଳେ ପାରଇ ଆନ କରି
Couplet 53
ସର୍ବ ସମ୍ପଦ ନିଜପୁରୀମାୟାର ବଳେ ଭେଦ କରି
Couplet 54
କିମ୍ପା ଗୋବିନ୍ଦ ସଂହାରିଲେନିଜ ଭୁବନେ ବିଜେ କଲେ
Couplet 55
ଯାଦବେ ଏକଆତ୍ମା ହୋଇକିପାଁ କନ୍ଦଳ କଲେ ସେହି
Couplet 56
କି ଶାପ କି ଅବା କାରଣଏ ସର୍ବ ମୋହର ପ୍ରଶନ
Couplet 57
ଭୋ ମୁନି କହ ତୋଷମନେଏମନ୍ତ ରାଜାର ବଚନେ
Couplet 58
ବୋଲନ୍ତି ବ୍ୟାସମୁନି ସୁତଶୁଣ ହୋ କୃଷ୍ଣର ଚରିତ
Couplet 59
ଜନମୋହନ ମାୟାଧରପ୍ରକାଶି ନର କଳେବର
Couplet 60
ନାନା ବିଚିତ୍ରକର୍ମ କରିକନ୍ଦଳେ ନିଜବଂଶ ମାରି
Couplet 61
କାହାର ସାଧ୍ୟ ଏ ବେଭାରଶୁଣ ସୁମନେ ନୃପବର
Couplet 62
କଳି କଳୁଷ ନିବାରଣସଂସାରେ ସ୍ଥାପି ଯଶଗୁଣ
Couplet 63
ଏବେ ଗୋବିନ୍ଦ କଲେ ଯେତେକହିବା ଶୁଣ ଏକଚିତ୍ତେ
Couplet 64
ଯାଦବବଂଶ ନାଶ ଅର୍ଥେଗୋବିନ୍ଦ ବିଚାରିଲେ ଚିତ୍ତେ
Couplet 65
ବିପ୍ରେ ଯେ ଥିଲେ ନିଜ ଦେଶେକୃଷ୍ଣର ଦରଶନ ଆଶେ
Couplet 66
ବିଶ୍ୱାମିତ୍ରଙ୍କୁ ଆଗ କରିଅସିତ କଣ୍ୱ ବ୍ରହ୍ମଚାରୀ
Couplet 67
ବଶିଷ୍ଠ ନାରଦ ବିଶେଷିଭୃଗୁ ଅଙ୍ଗିରା ଅତ୍ରିଋଷି
Couplet 68
ଦୁର୍ବାସା କଶ୍ୟପଙ୍କୁ ଘେନିଶ୍ରୀବାମଦେବ ମହାମୁନି
Couplet 69
ଶ୍ରମେ ଚାଲନ୍ତି ବନପଥେମିଳିଲେ ପିଣ୍ଡାରକ ତୀର୍ଥେ
Couplet 70
ଏଣେ ଯେ କୃଷ୍ଣର କୁମରେଆନନ୍ଦେ ସମୁଦ୍ରର ତୀରେ
Couplet 71
ସକଳେ ଏକସ୍ଥାନେ ମିଳିରଙ୍ଗେ କରନ୍ତି ନାନାକେଳି
Couplet 72
ଶାମ୍ବକୁ ନାରୀବେଶ କରିଅନେକ ଅଳଙ୍କାର ଭରି
Couplet 73
ପ୍ରସବ ଗର୍ଭ ପ୍ରାୟ କରିଉଦରେ ଲୌହପାତ୍ର ଭରି
Couplet 74
ଚାଲଇ ଚରଣ ମନ୍ଥରେଶ୍ରମେ ଘୂମିତ କଳେବରେ
Couplet 75
ମୁନିଙ୍କି ଦେଖି ଲଜ୍ଜା ପାଇଅନ୍ତରେ ଅଧୋମୁଖ ହୋଇ
Couplet 76
ରହିଲା ଲତା ଅଭ୍ୟନ୍ତରେଏମନ୍ତେ କୃଷ୍ଣର କୁମରେ
Couplet 77
ମୁନିଙ୍କ ପାଶେ ଯାଇ ଧୀରେକର ଅଞ୍ଜଳି ଦେଇ ଶିରେ
Couplet 78
କୋମଳ ମଧୁର ବଚନେବୋଲନ୍ତି ଶୁଣ ବିପ୍ରଜନେ
Couplet 79
ଯାଦବ କୁଳବଧୂ ଏହିଅନେକ ଦିନୁ ଗର୍ଭ ବହି
Couplet 80
ପ୍ରସବ ନୋହେ କି କାରଣେପୁଛିଲୁ ତୁମ୍ଭର ଚରଣେ
Couplet 81
ଚଳି ନ ପାରେ ଶ୍ରମଭାଗେଲାଜେ ନ କହେ ତୁମ୍ଭ ଆଗେ
Couplet 82
ତୁମ୍ଭେ ସର୍ବଜ୍ଞ ମୁନିବରକି ଅଛି ଗର୍ଭରେ ଏହାର
Couplet 83
ପୁତ୍ର ଦୁହିତା କିବା ଜାତମାୟା ନ କରି କହ ସତ
Couplet 84
ଶୁଣି ସେ କପଟ ବଚନକୋପେ ବୋଲନ୍ତି ମୁନିଜନ
Couplet 85
ଏ ନାରୀ ଗର୍ଭବାସ ବାଣୀଆମ୍ଭେ ଜାଣିଲୁ ପରିମାଣି
Couplet 86
ଏହାର ଗର୍ଭ ହେବ କାଳନିଷ୍ଠୁର ଲୌହର ମୂଷଳ
Couplet 87
ଆଜ ଏ ଗର୍ଭ ପ୍ରସବିବତୁମ୍ଭର ବଂଶ ବିନାଶିବ
Couplet 88
କୁଳ ସମୂଳେ କରି ନାଶଭୂମିରେ ଯେତେ ଯଦୁବଂଶ
Couplet 89
ଏମନ୍ତ କହି ଗଲେ ମୁନିକୃଷ୍ଣ କୁମରେ ତାହା ଶୁଣି
Couplet 90
ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେଶାମ୍ବକୁ ଘେନି ରାଜଦାଣ୍ଡେ
Couplet 91
ତକ୍ଷଣେ ଲୌହପାତ୍ର ଫେଇପେଟ ଖୋଜନ୍ତି ହସ୍ତ ଦେଇ
Couplet 92
କର୍କଶ ପିଙ୍ଗଳ ପିଚ୍ଛିଳଦେଖିଲେ ଲୌହର ମୂଷଳ
Couplet 93
ଗର୍ଭୁ ପଡ଼ିଲା ବଜ୍ର ପ୍ରାୟେଦେଖି କମ୍ପିଲେ କୃଷ୍ଣପୋଏ
Couplet 94
ଲୌହମୂଷଳ ତେଜଭରେଚକ୍ଷୁ ବୁଜିଲେ ବେନିକରେ
Couplet 95
ବୋଲନ୍ତି କଲୁ ମନ୍ଦକର୍ମକିବା ବୋଲିବେ କୃଷ୍ଣରାମ
Couplet 96
ଏମନ୍ତେ ଶ୍ରୀକୃଷ୍ଣର ସୁତେଲୌହମୂଷକ ଘେନି ହସ୍ତେ
Couplet 97
ଉଗ୍ରସେନର ସଭାତଳେମିଳିଲେ ହୃଦୟ ବ୍ୟାକୁଳେ
Couplet 98
ଲୌହମୂଷଳ ତଳେ ଥୋଇବୋଲନ୍ତି ସଭାମୁଖ ଚାହିଁ
Couplet 99
ଆମ୍ଭେ ଯେ କ୍ରୀଡ଼ା କଉତୁକେଖେଳନ୍ତେ ତୀର୍ଥ ପିଣ୍ଡାରକେ
Couplet 100
ଶାମ୍ବକୁ ନାରୀବେଶ କରିଉଦରେ ଲୌହପାତ୍ର ଭରି
Couplet 101
ମୁନିଙ୍କି ପଚାରିଲୁ ଭାବେଏ ଗର୍ଭ ପ୍ରସବ ପ୍ରସ୍ତାବେ
Couplet 102
ଶୁଣି କୋପିଲେ ମୁନିଜନେବନ-ଗହନ-ପଥ ଶ୍ରମେ
Couplet 103
ବୋଇଲେ ଗର୍ଭେ ଅଛି କାଳନିଷ୍ଠୁର ଲୌହର ମୂଷଳ
Couplet 104
ଭୂମିରେ ଯଦୁବଂଶ ଯେତେଏ ଲୌହେ ମରିବେ ସମସ୍ତେ
Couplet 105
ନିର୍ମୂଳ କରି ଯଦୁକୁଳଏ ଜାତ ଲୌହର ମୂଷଳ
Couplet 106
ତକ୍ଷଣେ ଗର୍ଭ ଫେଇ ଦେଖିଭୟେ ବୁଜିଲୁ ବେନିଆଖି
Couplet 107
ଏମନ୍ତେ କହି ସଭାମଧ୍ୟେକୁମରେ ବସିଲେ ବିଷାଦେ
Couplet 108
ଶୁଣି ସକଳ ଗୁରୁଜନେକହଇ ଦୁଃଖଦ ବଦନେ
Couplet 109
ନିଷ୍ଠୁର ବ୍ରହ୍ମ କୋପାନଳଦହଇ ଭୂବନମଣ୍ଡଳ
Couplet 110
ଅନ୍ୟଥା କେ ତାହା କରିବବ୍ରହ୍ମାଶଙ୍କର ବାସୁଦେବ
Couplet 111
ଶୁଣି ବିଷାଦ ସଭାଜନବଦନୁ ନ ସ୍ପୁରେ ବଚନ
Couplet 112
ତା' ଦେଖି ରାଜା ଉଗ୍ରସେନଭୃତ୍ୟଙ୍କୁ ବୋଲନ୍ତି ବଚନ
Couplet 113
ଏ ଲୌହ ଗିରିଶିଖେ ନେଇଘଷ ସମୁଦ୍ରଜଳ ଦେଇ
Couplet 114
ନିଃଶେଷ କରି ଲୌହ ଘଷଯେମନ୍ତେ ନ ରହଇ ଶେଷ
Couplet 115
ତକ୍ଷଣେ ରାଜା ଆଜ୍ଞା ପାଇମୂଷଳ ଘେନି ବେଗେ ଯାଇ
Couplet 116
ପର୍ବତେ ସମୁଦ୍ରର ଜଳେଲୌହ ଘଷିଲେ ଭୁଜବଳେ
Couplet 117
ଘଷନ୍ତେ ଲୌହଚୂର୍ଣ୍ଣ ଶିଳେପଡ଼ଇ ସମୁଦ୍ର ଉଲ୍ଲୋଳେ
Couplet 118
ଅନେକ ଦିନ ଘଷି ରୋଷେଅଳପ ରହେ ଅବଶେଷେ
Couplet 119
ଅଙ୍ଗୁଳି ଛିଡ଼ି ଘରଷଣେନିଷ୍ଠୁରେ ନିଃଶେଷ କରଣେ
Couplet 120
ନ ପାରି ପକାଇଲେ ଜଳେଘୋର ଗଭୀର ମୀନମେଳେ
Couplet 121
ଲୌହ ପଡ଼ନ୍ତେ ଘୋର ପାଣିଆହାର ପ୍ରାୟ ତାହା ମଣି
Couplet 122
ମୀନ ଗିଳିଲା ଅତି ବେଗେସେ ମୀନ ମତ୍ସ୍ୟଗଣ ସଙ୍ଗେ
Couplet 123
ଚରନ୍ତେ ସମୁଦ୍ରର ଜଳେଜାଲେ ପଡ଼ିଲା ରାତ୍ରକାଳେ
Couplet 124
ଧୀବରେ ମୀନ ନେଇ ଏକାଜାରାଶବରେ ଦେଲା ଦେଖା
Couplet 125
ମୀନ କାଟନ୍ତେ ତା'ର ଘରେଲୌହ ଦେଖିଲା ତା' ଉଦରେ
Couplet 126
କର୍କଶ ପିଙ୍ଗଳ ପ୍ରଚଣ୍ଡଜଳଇ ଯେହ୍ନେ ମାରତଣ୍ଡ
Couplet 127
ଦେଖି ଶବର ତୋଷ ହୋଇନାରାଚଫଳ କଲା ନେଇ
Couplet 128
ବାଣର ମୁନେ ତୀକ୍ଷ୍ଣଫଳତେଜେ କି ଗଞ୍ଜଇ ଅନଳ
Couplet 129
ଯେ ଲୌହଚୂର୍ଣ୍ଣ ପଡ଼ିଜଳେଭାସିଲା ସମୁଦ୍ର ଉଲ୍ଲୋଳେ
Couplet 130
ତୀରେ ଲାଗନ୍ତେ ଲୌହଚୂର୍ଣ୍ଣଜନ୍ମିଲା ଏରକାର ବନ
Couplet 131
ତୀକ୍ଷ୍ଣ ତ୍ରିଶିର ସେ ସ୍ୱଭାବେଯେଣେ ଯାଦବେ ନାଶଯିବେ
Couplet 132
ସେ କାଳରୂପୀ ଭଗବାନଜାଣଇଁ ସକଳ ବିଧାନ
Couplet 133
ଖେଳଇ ମାୟାମୟ କଳ୍ପେସେ ପ୍ରଭୁ ଡ଼ରେ ବ୍ରହ୍ମଶାପେ
Couplet 134
କୁଳବିନାଶ ହେତୁ କରିଅବନୀଭାରା ହେଳେ ହରି
Couplet 135
ନିଜ ଭୁବନେ ଅବଧାନନିର୍ଲେପ ପ୍ରଭୁ ଭଗବାନ
Couplet 136
ବୋଲଇ ଦାସ ଜଗନ୍ନାଥଶ୍ରୀଏକାଦଶ ଭାଗବତ
Couplet 137
ଜାହ୍ନବୀତୀରେ ରାଜା ଆଗେଶୁକ କହିଲେ ସାଧୁସଙ୍ଗେ
Couplet 138
ପୁରାଣ ଭାଗବତ ବାଣୀସୁଜନେ ତର ଏହା ଶୁଣି