Skandha 10
Adhyaya 96
Couplet 1
ବ୍ୟାସନନ୍ଦନ ତୋଷମନେପୁଣି କହନ୍ତି କୃଷ୍ଣଧ୍ୟାନେ
Couplet 2
ବୋଲନ୍ତି ଶୁଣ ନରନାଥକୃଷ୍ଣଚରିତ ଭାଗବତ
Couplet 3
ସକଳ ସୁଖ ଭୋଗ ପୂର୍ଣ୍ଣେଗୋବିନ୍ଦ ଦ୍ୱାରକାଭୂବନେ
Couplet 4
ଅଖଣ୍ତ କଳା ଯେହ୍ନେ ଶଶୀନିର୍ମଳ ଆକାଶେ ପ୍ରକାଶି
Couplet 5
ଯଦୁକୁମୁଦବନ ଦେଶେସୁଖେ ପ୍ରକାଶେ ମନ ତୋଷ
Couplet 6
ଯହିଁ ଅମୂଲ୍ୟମଣି ପୁଞ୍ଜେତପନ୍ତେଜ ହେଲେ ଗଞ୍ଜେ
Couplet 7
ସର୍ବସମ୍ପଦ ସୁଖଘରେକମଳା ସେବେ ନିରନ୍ତରେ
Couplet 8
ନିଜ ଯୁବତୀ ସୁଖମନେଷୋଳସହସ୍ର ଏକଶତେ
Couplet 9
ଅଷ୍ଟମହିଷୀ ଅଙ୍ଗସଙ୍ଗେଦିନ ହରନ୍ତି ଭାବରଙ୍ଗେ
Couplet 10
କନ୍ଦୁକ ଆଦି କ୍ରୀଡାରସେସେବନ୍ତି କୃଷ୍ଣ ଭାବରଙ୍ଗେ
Couplet 11
ଅଦ୍ଭୂତ ଦ୍ୱାରାବତୀପୁରଦେବମାନବେ ଅଗୋଚର
Couplet 12
ସୁଗନ୍ଧହସ୍ତୀ ମଦ ଜଳେଶୁଭସୁନ୍ଦର ମହୀତଳେ
Couplet 13
ଯହିଁ ଯାଦବେ ଯୁଥଯୁଥଦିଶନ୍ତି ନାନା ଅଳଙ୍କୃତ
Couplet 14
ମାର୍ଗେ ଉଜ୍ଜଳ ରଥପନ୍ତିନକ୍ଷତ୍ର ପ୍ରାୟ ବିରାଜନ୍ତି
Couplet 15
ନାନା ଉଦ୍ୟାନେ ବନରାଶିପୁଷ୍ପପଲ୍ଲବେ ପରକାଶି
Couplet 16
ଭୃଙ୍ଗ ବିହଙ୍ଗ ଅନୁବାଦେମନ ହରନ୍ତି ମୃଦୁନାଦେ
Couplet 17
ତିନି ଭୁବନେ ଅଗୋଚରକୃଷ୍ଣଭୁବନ ମନୋହର
Couplet 18
ଏମନ୍ତ ପୁରେ ନରହରିଷୋଳସହସ୍ର ଶତେ ନାରୀ
Couplet 19
ମାୟାମନୁଷ୍ୟ ରୂପ ହୋଇନିତ୍ୟେ ତାହାଙ୍କ ପୁରେ ଥାଇ
Couplet 20
ତୋଷନ୍ତି ନାରୀଙ୍କର ମନଇତର ପୁରୁଷ ଯେସନ
Couplet 21
ନିଦାଘ କାଳେ ଶୀତଜଳେନାନାକୁସୁମ ପରିମଳେ
Couplet 22
ବିବିଧ ଜଳାଶୟ ମାନସୁଗନ୍ଧେ ପ୍ରସାରେ ପବନ
Couplet 23
କୁସୁମରଜ ଜଳେ ମିଶେଶୁକ କୋକିଳ ନାଦ ଘୋଷେ
Couplet 24
ଏମନ୍ତେ ନାନାଜଳେ ହରିସଙ୍ଗେ ସୁନ୍ଦରୀ ମନୋହରୀ
Couplet 25
କନ୍ୟାଙ୍କ ସଙ୍ଗେ ବନମାଳୀକରନ୍ତି ନାନାରଙ୍ଗେ କେଳି
Couplet 26
ନାରୀଙ୍କ ଆଲିଙ୍ଗନ କାଳେକୁଚକୁଙ୍କୁମ ବକ୍ଷସ୍ଥଳେ
Couplet 27
ଦେବେ ଆବୋରି ଦଶଦିଶେନାନା ସୁବାଦ୍ୟ ଗୀତରସେ
Couplet 28
ସୂତ ମାଗଧ ମହୀତଳେବୀଣାଦି ବାଦ୍ୟ କୁତୁହଳେ
Couplet 29
କାମିନୀ ଜଳ ଘେନି କରେହସି ସିଞ୍ଚନ୍ତି କୃଷ୍ଣଶିରେ
Couplet 30
କୁବେର ଯେହ୍ନେ ପକ୍ଷୀ ମେଳେବିରାଜେ ଜଳକ୍ରୀଡା ସ୍ଥଳେ
Couplet 31
ଜଳେ କୃଷ୍ଣର ନାରୀଜନହୃଦରେ ଜଡିତ ବସନ
Couplet 32
କୃଷ୍ଣ ସି୍ଚନ୍ତି କରେ ନୀରଦିଶଇ ହୃଦୟ ବିକାର
Couplet 33
କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେଦିଶନ୍ତି ଆରଦ୍ର ବସନେ
Couplet 34
ଓଦା ବସନେ ଉରୁଦେଶଅଧିକେ କରଇ ପ୍ରକାଶ
Couplet 35
କବରୀ ମଧ୍ୟେ ପୁଷ୍ପଭାରହରଷେ ବରଷନ୍ତି ନୀର
Couplet 36
କୃଷ୍ଣଙ୍କୁ ଜିଣିବାର ଆଶେଅଧିକେ ସିଞ୍ଚନ୍ତି ହରଷେ
Couplet 37
ମୁଖ କି କନ୍ଦର୍ପ ଲହରୀଜଳ ସିଞ୍ଚନ୍ତି ସର୍ବନାରୀ
Couplet 38
ସିଞ୍ଚନ୍ତି ପୁଣପୁଣ ଅଙ୍ଗେକାମ ବିକାର ନାନାରଙ୍ଗେ
Couplet 39
କରିଣୀ ମଧ୍ୟେ ଯେହ୍ନେ ଗଜନାରୀଙ୍କ ମଧ୍ୟେ ଦେବରାଜ
Couplet 40
ନାନା ପ୍ରକାରେ କ୍ରୀଡାରସକରି ପିନ୍ଧିଲେ ପୀତବାସ
Couplet 41
ଉତ୍ସବ ଗୀତବାଦ୍ୟ ରୋଳେଦେବମାନବ ସୁଖ ଭୋଳେ
Couplet 42
ତୀରେ ବିଜୟ ବନମାଳୀନାରୀଙ୍କ କର କରେ ଧରି
Couplet 43
ନଟ ନର୍ତ୍ତକୀଗଣ ଚାହିଁଆନନ୍ଦମନେ ଭାବଗ୍ରାହୀ
Couplet 44
ଅନେକ ବସ୍ତ୍ର ଅଳଙ୍କାରତାହାଙ୍କୁ ଦେଲେ ଦାମୋଦର
Couplet 45
କନ୍ୟାଏ ନାନା ରତ୍ନବାସନଟଙ୍କୁ ଦେଲେ ହୋଇ ତୋଷ
Couplet 46
ଏମନ୍ତେ କ୍ରୀଡାରସେ ହରିଜଗମୋହ୍ନ ରୂପ ଧରି
Couplet 47
ହରିଲେ ନାରୀଙ୍କର ମନବୁଦ୍ଧି ଅହଙ୍କାର ଚେତନ
Couplet 48
କନ୍ୟାଏ ନିଜ ପୁରେ ଯାଇକୃଷ୍ଣବଦନେ ମନ ଥୋଇ
Couplet 49
ନିମିଷେ ନଦେଖି ମୁରାରିଜୀବନ ନ ପାରନ୍ତି ଧରି
Couplet 50
ଚିନ୍ତନ୍ତି ସ୍ୱଗୃହେ ତରୁଣୀଜଡ ଉନ୍ମତ୍ତ ପ୍ରାୟ ବାଣୀ
Couplet 51
ଯେମନ୍ତ କଲେ ବିପରୀତକହିବା ଶୁଣ ପରୀକ୍ଷିତ
Couplet 52
ବୃକ୍ଷରେ ପକ୍ଷୀଗଣ ଚାହିଁବୋଲନ୍ତି ବାଇ ପ୍ରାୟ ହୋଇ
Couplet 53
କୁରରୀ ଆମ୍ଭବାଣୀ ଶୁଣକିମ୍ପା ଉନ୍ନିଦ୍ର ତୋ ନୟନ
Couplet 54
ଏ ରାତ୍ରକାଳେ ସର୍ବଜନନିଦ୍ରା ମୋହିତେ ଅଚେତନ
Couplet 55
ଆମ୍ଭ ଜୀବନ ଗୋପୀନାଥଦେଖ ନିଶ୍ଚିନ୍ତେ ନିଦ୍ରାଗତ
Couplet 56
ତାର ନିବିଡ ଆଲିଙ୍ଗନତେଣେ ଯନ୍ତ୍ରିତ ଆମ୍ଭ ମନ
Couplet 57
ଲୋଚନେ ନିଦ୍ରା ନ ମାଡଇତୁ ଯେ ଆମ୍ଭର ପ୍ରାୟ ହୋଇ
Couplet 58
ଦେଖିଛୁ କଟାକ୍ଷ ନୟନତେଣୁ ଚଞ୍ଚଳ ତୋର ମନ
Couplet 59
ପୁଣି ବୋଲନ୍ତି ଭ୍ରମ ପାଇଚକ୍ରବାକୀର ମୁଖ ଚାହିଁ
Couplet 60
ଏ ରାତ୍ରକାଳେ ସ୍ୱାମୀ ସଙ୍ଗନ ଲଭି ଦୁଃଖିତ ତୋ ଅଙ୍ଗ
Couplet 61
ଅତି କାରୁଣ୍ୟେ କିମ୍ବା କାନ୍ଦୁଦେଖ ଆମ୍ଭର ପ୍ରାଣବନ୍ଧୁ
Couplet 62
ନିଦ୍ରିତେ ନ ପାଇଲୁ ସଙ୍ଗଯେମନ୍ତେ ତୋର ସଙ୍ଗଭଙ୍ଗ
Couplet 63
କିମ୍ପାଇ ଆମ୍ଭ ମୁଖ ଚାହୁଁକି ଅବା ତେଣେ ତୋଷ ହେଉ
Couplet 64
ଆମ୍ଭେ ଯେ ଗୋବିନ୍ଦର ଦାସୀତା ପାଦପଦ୍ମର ତୁଳସୀ
Couplet 65
କବରୀ ଭାର ସଜ କରିକଣ୍ଠେ ଜୀବନ ଅଛୁ ଧରି
Couplet 66
ସେମାନ ଇଚ୍ଛା କରୁ ଯେବେଦେବୁ ଯେ ତୋତେ ପ୍ରିୟଭାବେ
Couplet 67
କବରୀଭାର ସଜ କରସେବ ତୋହର ନିଜ ବର
Couplet 68
ପୁଣି ସମୁଦ୍ରକୁ ଅନାଇଁବୋଲନ୍ତି କୃଷ୍ଣଭାବ ବହି
Couplet 69
ହେ ନଦୀକାନ୍ତ ହେ ସମୁଦ୍ରତୁ କିମ୍ପା ଏ ରାତ୍ରେ ଉନ୍ନିଦ୍ର
Couplet 70
ନିଦ୍ରା ନ ଯାଇ ନାଦ କରୁତୁ କୃଷ୍ଣକଥା କି ସୁମରୁ
Couplet 71
ତାର ନୟନ ବାଣେ ଛନ୍ନଯେମନ୍ତ ଆମ୍ଭର ଜୀବନ
Couplet 72
ସେ ଦୋଷ ତୋତେ କି ବାଧିଲାନିଶ୍ଚେ ଜାଣିଲୁ କୃଷ୍ଣଲୀଳା
Couplet 73
ପୁଣି ସେ ଚନ୍ଦ୍ରକୁ ଅନାଇଁବୋଲନ୍ତି ପ୍ରିୟଭାବ ବହି
Couplet 74
କୁମୁଦବନ୍ଧୁ ତୁ ବୋଲାଉମୃଗଲାଞ୍ଛନ ହୃଦେ ବହୁ
Couplet 75
ପୂର୍ବେ ଅର୍ଜିଲା କର୍ମଭୋଗଏଣୁ ତୋ ଦେହେ କ୍ଷୟ ରୋଗ
Couplet 76
ନିଜ କରମେ କ୍ଷୀଣ ହେଉତୁ କିମ୍ପା ରାତ୍ରେ ଉଦେ ନୋହୁ
Couplet 77
ଆମ୍ଭେ ଯେ କୃଷ୍ଣର ତରୁଣୀତାର ମୋହନ କଥା ଶୁଣି
Couplet 78
ଆତ୍ମା ନ ସୁମରି ଯେମନ୍ତେତେମନ୍ତେ ଦେଖିଲୁ ଯେ ତୋତେ
Couplet 79
ତୋର ଗୋବିନ୍ଦଭାବେ ମନତେଣୁ କି ହୋଇଲୁ ମଉନ
Couplet 80
ମଳୟାନିଳ ଦେଖି ଭ୍ରମେବିଶ୍ୱାସେ ବୋଲନ୍ତି ପବନେ
Couplet 81
ଶୁଣି ତୁ କୃଷ୍ଣବାକ୍ୟବନ୍ଧଭୁବନେ ବହୁ ମନ୍ଦମନ୍ଦ
Couplet 82
କୃଷ୍ଣଲୀଳାରେ କରୁ ଆଶାଯେ ଭାବେ ଆମ୍ଭର ଭରସା
Couplet 83
ଆମ୍ଭଙ୍କୁ ଚାହିଁ ମେଘମାଳାଛଳେ କହନ୍ତି କୃଷ୍ଣଲୀଳା
Couplet 84
ବୋଲନ୍ତି ମେଘକୁ ଅନାଇଁକୃଷ୍ଣର ମିତ୍ର ଅଟୁ ତୁହି
Couplet 85
ନିଶ୍ଚେ ତୁ କରୁ କୃଷ୍ଣେ ଧ୍ୟାନେଯା ହୃଦେ ଶ୍ରୀବତ୍ସର ଚିହ୍ନ
Couplet 86
ଆମ୍ଭର ପ୍ରାୟ ପ୍ରେମବନ୍ଧେଚିନ୍ତା ତୁ କରୁ କୃଷ୍ଣପାଦେ
Couplet 87
ହୃଦେ ନିବିଡ ପ୍ରେମଭରେଆମ୍ଭେ ଯେମନ୍ତ ଚକ୍ଷୁଦ୍ୱାରେ
Couplet 88
ନିତ୍ୟେ ଲୋତକ କୁଚେ ସିଞ୍ଚୁତୋତେ ତେମନ୍ତ ପ୍ରାୟ ପାଞ୍ଚୁ
Couplet 89
ତୋ ହୃଦେ କୃଷ୍ଣପ୍ରେମ ଭରାତେଣୁ ତୁ ସିଞ୍ଚୁ ଜଳଧାରା
Couplet 90
ସୁମରି ପୁଣ ପୁଣ ସୁଖତାଙ୍କ ପ୍ରସଙ୍ଗ ମହାଦୁଃଖ
Couplet 91
କୋକିଳନାଦ କର୍ଣ୍ଣେ ଶୁଣିବୋଲନ୍ତି କୃଷ୍ଣର ତରୁଣୀ
Couplet 92
ଶୁଣ କୋକିଳ ଆମ୍ଭ ବାଣୀଆମ୍ଭେ ତୋହର ଭାବ ଜାଣି
Couplet 93
ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେକୋମଳବାଣୀ କହୁ ମୁଖେ
Couplet 94
କିସ କରିବୁ କହ ତୋରତୁ ଆମ୍ଭ ଜୀବନ ସୋଦର
Couplet 95
ପର୍ବତଶୃଙ୍ଗ ଚାହିଁ ପୁଣିବୋଲନ୍ତି କୃଷ୍ଣର ତରୁଣୀ
Couplet 96
ତୁ ମହୀଧର ବଡ ଧନ୍ୟନ ଚଳୁ ନ ବୋଲୁ ବଚନ
Couplet 97
ଉଦାର ବୃଦ୍ଧି ତୋର ଜାଣିଗୁପତେ ଚିନ୍ତୁ ଚକ୍ରପାଣି
Couplet 98
ଆମ୍ଭେ ଗୋବିନ୍ଦପାଦ ଯେହ୍ନେକୁଚେ ଲଗାଉ ସାବଧାନେ
Couplet 99
ତୁହି ତେମନ୍ତ କରୁ ଆଶତେଣୁ ତୁ ଆମ୍ଭର ବିଶ୍ୱାସ
Couplet 100
ନିକଟେ ଦଦୀସ୍ରୋତ ଦେଖିଭାବେ ବୋଲନ୍ତି ଚନ୍ଦ୍ରମୁଖୀ
Couplet 101
ପ୍ରିୟବିଯୋଗେ ସଖି ତୋରଶୁଖିଲା ବେନି ତଟୁଁ ନୀର
Couplet 102
କମଳ ଉପହାର କରୁସ୍ୱାମୀର ସଙ୍ଗ ତୁ ସୁମରୁ
Couplet 103
ଦେଖ ଆମ୍ଭର ମନ ଛନ୍ନନ ଦେଖି କୃଷ୍ଣର ବଦନ
Couplet 104
ଦୁଃଖ ହୃଦୟେ ଦିନ ବଞ୍ଚୁଆମ୍ଭର ପ୍ରାୟ ତୋତେ ପାଞ୍ଚୁ
Couplet 105
ପୁଣି ଚାହାନ୍ତି ଦଶଦିଶେଦେଖିଲେ ରାଜହଂସ ପାଶେ
Couplet 106
କୃଷ୍ଣର ଦୂତ ପ୍ରାୟ ମଣିବୋଲନ୍ତି ପ୍ରିୟଭାବେ ବାଣୀ
Couplet 107
ଭଲେ ଅଇଲୁ ହଂସ ପଥେଆମ୍ଭର ପ୍ରିୟ ଘେନି ଚିତ୍ତେ
Couplet 108
ଆସ ତୁ କ୍ଷୀର କର ପାନଆମ୍ଭ ସମୀପେ ତୋ ଆସନ
Couplet 109
ବସି ତୁ କହ କୃଷ୍ଣକଥାତୋ ତହିଁ ବିଶ୍ୱାସ ବ୍ୟବସ୍ଥା
Couplet 110
ଜାଣିଲୁ ଦୂତ ବୋଲି ତୋତେଶ୍ରମ ପାଇଲୁ ଆସି ପଥେ
Couplet 111
ଭଲେ କି ଛନ୍ତି ଦାମୋଦରକହ ତୁ କପଟ ନକର
Couplet 112
କପଟ ହୃଦୟ ତାହାରଚଞ୍ଚଳ ସୁହୃଦ ବେଭାର
Couplet 113
ଆମ୍ଭର ଭାବ କି ସୁମରେଏ ମାୟା ସଂସାରେ ସାଗରେ
Couplet 114
କିବା କରିବୁ ଯିବୁ ନାହିଁତା ତହୁଁ ଆନଗତି ନାହିଁ
Couplet 115
ଅମୃତ ବଚନ ତାହାରଶୁଣି ଶ୍ରବଣ ସୁଖକର
Couplet 116
ସକାମ କରେ ଆମ୍ଭ ମନତା ଭାବ ଛାଡିବୁ କେସନ
Couplet 117
ଏମନ୍ତେ କୃଷ୍ଣର କାମିନୀଚିତ୍ତେ ନିର୍ମଳ ଭାବ ଘେନି
Couplet 118
ଯୋଗେଶ୍ୱରଙ୍କୁ ଅଗୋଚରଅଭୟ ଚରଣ ଯାହାର
Couplet 119
ସେ ହରିପାଦେ ଭାବ କଲେଜନ୍ମ ମରଣୁଁ ନିସ୍ତରିଲେ
Couplet 120
ପରମପଦେ ତାଙ୍କ ଗତିଏବେ ହୋ ଶୁଣ ନରପତି
Couplet 121
ସେ ହରିଗୁଣ ଶ୍ରୁତିପଥେପଶି କାମିନୀଗଣ ଚିତ୍ତେ
Couplet 122
ବଳେ କରଇ କାମମୟେଯେ ଭାବେ ବସି ନିତ୍ୟେ ଧ୍ୟାୟେ
Couplet 123
ତା ରୂପ ଚକ୍ଷୁଦ୍ୱାରେ ଦେଖିକାମିନୀ କେ ନୋହିବେ ସୁଖୀ
Couplet 124
ତାହାଙ୍କୁ ସ୍ୱାମୀପଣେ ପାଇପାଦେ ସେବନ୍ତି ଗୃହେ ଥାଇ
Couplet 125
ତାହାଙ୍କ ତପ କେ ବର୍ଣ୍ଣିବଯାହା ବାଞ୍ଛନ୍ତି ବ୍ରହ୍ମା ଶିବ
Couplet 126
ଏମନ୍ତ ପ୍ରଭୁ ବନମାଳୀବଦଉଚିତେ ଧର୍ମ ପାଳି
Couplet 127
ଗୃହସ୍ଥିଧର୍ମ ଅନୁମତେଚତୁରବର୍ଗ ସିଦ୍ଧି ଅର୍ଥେ
Couplet 128
ଷୋଳସହସ୍ର ଶତେ ନାରୀଗୃହେ ରମିଲେ ନରହରି
Couplet 129
ନାରୀଙ୍କ ମଧ୍ୟେ ଅଷ୍ଟଦେବୀକମଳା ଅଂଶେ କୃଷ୍ଣ ସେବି
Couplet 130
ଏ ଆଦି ସକଳ ଯୁବତୀଗୋବିନ୍ଦ ଗୃହେ ପୁତ୍ରବତୀ
Couplet 131
କନ୍ୟାକେ ଦଶଦଶ ସୁତଏକ ଦୁହିତା ହୋଏ ଜାତ
Couplet 132
ପୁତ୍ରଙ୍କ ମଧ୍ୟେ ସାଧୁ ଧୀରଉତ୍ତମ ଅଷ୍ଟାଦଶ ବୀର
Couplet 133
ସୁଯୋଦ୍ଧା ରଥୀ ଅନୁପମଶୁଣ ତୁ ପୁତ୍ରଙ୍କର ନାମ
Couplet 134
ପ୍ରଦ୍ୟୁମ୍ନ ଦୀପ୍ତିମାନ ଭାନୁଶାମ୍ବ ମଧୁ ଯେ ବୃହଦ୍ଭାନୁ
Couplet 135
ଚିତ୍ରଭାନୁ ବୃକ ଅରୁଣଚିତ୍ରବାହୁ ଯେ ସୁନନ୍ଦନ
Couplet 136
ପୁଷ୍କର ବେଦବାହୁ ବେନିଚଉଦ ଶ୍ରୁତଦେବ ଘେନି
Couplet 137
ବିରୂପ କବି ଯେ ନ୍ୟଗ୍ରୋଧପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ
Couplet 138
ଏହାଙ୍କ ମଧେ ଜ୍ୟେଷ୍ଠଭ୍ରାତଉତ୍ତମ ରୁକ୍ମିଣୀର ସୁତ
Couplet 139
କୃଷ୍ଣର ପ୍ରାୟେକ ଦିଶଇରୁକ୍ମୀ ଯେ ରୁକ୍ମିଣୀର ଭାଇ
Couplet 140
ତାର ଦୁହିତା ତାକୁ ଦେଲାତାହାର ଅନିରୁଦ୍ଧ ବଳା
Couplet 141
ରୁକ୍ମୀପୁତ୍ର ନାରୀ ଉଦରେକନ୍ୟାଏ ଥିଲା ତାର ପୁରେ
Couplet 142
ପ୍ରଦ୍ୟୁମ୍ନ ପୁତ୍ରେ ତାହା ବରିବିଭା କରାଇଲେ ମୁରାରି
Couplet 143
ବଜ୍ର ତାହାର ତହୁଁ ଜାତଏବେ ହୋ ଶୁଣ ପରୀକ୍ଷିତ
Couplet 144
ମୂଷଳ ଅବଶେଷ ସେହୁତାର କୁମର ପ୍ରତିବାହୁ
Couplet 145
ସୁବାହୁ ତା ତହୁଁ ଜନମତାର କୁମର ଶାନ୍ତସେନ
Couplet 146
ତାହାର ଶତସେନ ବଳାସେଠାରୁ ଯଦୁବଂଶ ଗଲା
Couplet 147
ସେ ଯଦୁବଂଶେ ମହୀତଳେଯେତେ କୁମର ଉପୁଜିଲେ
Couplet 148
ଏ ବଂଶେ ଯେତେକ ସନ୍ତ୍ତିନିର୍ଦ୍ଧନ ଅପୁତ୍ରୀ ନୁହଁନ୍ତି
Couplet 149
ଅକାଳେ ନୁହଁନ୍ତି ବିନାଶନାହିଁ ପାପିଷ୍ଠ ଅଳ୍ପାୟୁଷ
Couplet 150
ଏ ହରିବଂଶର ମହିମାକେ କହିପାରେ ଗୁଣସୀମା
Couplet 151
ଯେତେ ବାଳକ ଉପୁଜିଲେକେ ଗଣିପାରେ ତାହା ଭଲେ
Couplet 152
ଶୁଣ ତା କହିବା ପ୍ରକଟିଅଠାଶୀସସ୍ର ତିନିକୋଟି
Couplet 153
ଏତେ ଆଚୁାର୍ଯ୍ୟ ବିଦ୍ୟାଗୁରୁଏଣୁ କେ ସଂଖ୍ୟା କରିପାରୁ
Couplet 154
ଅୟୁତ ନିୟୁତ ପ୍ରମାଣିକେ ପାରୁ ହରିବଂଶ ଗଣି
Couplet 155
ପୂର୍ବେ ଯେ ଦେବାସୁର ରଣେଯେ ଅବା ମଲେ ଯାତୁଧାନେ
Couplet 156
ପୁଣି ମନୁଷ୍ୟ ଦେହ ବହିଅଶେଷ ମହୀତଳେ ହୋଇ
Couplet 157
ତାହାଙ୍କ ସଂହାରଣ ଅର୍ଥେବିଷ୍ଣୁର ଅଂଶ ଏ ଜଗତେ
Couplet 158
ମନୁଷ୍ୟେ ହୋଇ ଅବତାରହରିଲେ ଅବନୀର ଭାର
Couplet 159
ଦେବେ ସକଳେ ଆଜ୍ଞା ପାଇଯାଦବବଂଶେ ଜାତ ହୋଇ
Couplet 160
ଏକ ଉତ୍ତର ଶତବଂଶଧରଣୀ ମଧ୍ୟେ କଲେ ନାଶ
Couplet 161
ଯାଦବବଂଶେ ହୋଇ ଜନ୍ମଯହିଁ ସେ କଲେ ଯେତେ କର୍ମ
Couplet 162
ଆସନ ଶୟନ ଭୋଜନଯଦୁଙ୍କ ତୁଲେ ଭଗବାନ
Couplet 163
ଏମନ୍ତେ ଦ୍ୱାରାବତୀପୁରସର୍ବସମ୍ପଦ ସୁଖସାର
Couplet 164
ଅଖଣ୍ତସୁଖ ଭୋଗ କରେଦ୍ୱାରକାପୁରବାସୀ
Couplet 165
ଏମନ୍ତେ ସାତବଂଶ ଜନସ୍ୱଧର୍ମେ ବଞ୍ଚନ୍ତି ସେଦିନ
Couplet 166
ଯହିଁ ସେ ରାମ କୃଷ୍ଣ ବେନିସୁକୃତକର୍ମ ଅବଧାନୀ
Couplet 167
ସକଳତୀର୍ଥ ଯଦୁକୁଳଯହିଁ ବିଜୟ ଆଦିମୂଳ
Couplet 168
ପାଦଉଦକ ଗଙ୍ଗାତୀରକମଳା ସେବେ ନିରନ୍ତର
Couplet 169
ଯା ନାମ ସର୍ବଦେବ ଘୋଷେଶ୍ରବଣେ ଅମଙ୍ଗଳ ନାଶେ
Couplet 170
ମନୁଷ୍ୟଭାବ କର୍ମ କରିଅନ୍ତେ ସକଳ ଦେହେ ଭରି
Couplet 171
ଯାହାର କାଳଚକ୍ର ହସ୍ତେକେ ଜାଣି ପାରେ ତା ଜଗତେ
Couplet 172
ଦେବକୀ ଗର୍ଭେ ଅବତରିତେଜେ ଧରଣୀଭାରା ହରି
Couplet 173
ସ୍ଥାବର ଆଦି ଯେତେ ଜନ୍ମଖଣ୍ତିଲେ ତାହାଙ୍କର ନାମ
Couplet 174
ଶ୍ରୀମୁଖ ଚାହିଁ ଗୋପନାରୀକାମ ଗରଳ ସେ ନିବାରି
Couplet 175
ସେ ହରି କଲେ କର୍ମ ଯେତେସଂକ୍ଷେପେ କହିଲି ମୁଁ ତୋତେ
Couplet 176
ଏ କଥା କର୍ଣ୍ଣେ ଯେ ଶୁଣନ୍ତିଆନନ୍ଦେ ହୃଦୟେ ଗୁଣନ୍ତି
Couplet 177
ଜନ୍ମ ମରଣ ତାଙ୍କ ନାହିଁଯେ ନିତ୍ୟେ କୃଷ୍ଣଲୀଳା ଗାଇ
Couplet 178
ଅମୃତ ଭାଗବତ ବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 179
ବୋଲଇ ଦାସ ଜଗନ୍ନାଥସୁଜନ ହିତେ ଭାଗବତ
Couplet 180
ଦଶମେ କୃଷ୍ଣର ମହିମାଯାହା ନ ଜାଣେ ଶିବ ବ୍ରହ୍ମା
Couplet 181
ସେ ହରି ଆଜ୍ଞା ଶିରେ ବହିଗୀତେ ପାରିଲି ଯାହା କହି
Couplet 182
ପ୍ରାକୃତ ଭାଷା ଏ ପ୍ରବନ୍ଧଫିଟେ ଅନ୍ଧାର - ଭବବନ୍ଧ
Couplet 183
ମୁଁ ଛାର ହୀନ ମୂଢମତିକୃଷ୍ଣଚରଣେ ହେଉ ମତି
Couplet 184
ଦଶମସ୍କନ୍ଧ ପୁଣ୍ୟବାଣୀଶୁଣି ସଂସାରୁ ତର ପ୍ରାଣୀ