Skandha 10
Adhyaya 95
Couplet 1
ଶୁଣ ରାଜନ ପରୀକ୍ଷିତକୃଷ୍ଣ ମହିମା ଭାଗବତ
Couplet 2
ପୂର୍ବେ ଯେ ସରସ୍ୱତୀ ତୀରେମିଳି ସକଳ ମୁନିବରେ
Couplet 3
ଯଜ୍ଞ କରିବା ଅନୁମତେବିଚାର କଲେ ସର୍ବଶାସ୍ତ୍ରେ
Couplet 4
ଜଗତେ ଦେବଦେବ ତିନିବିଷ୍ଣୁ ଶଙ୍କର ପଦ୍ମଯୋନି
Couplet 5
ଏ ତିନି ମଧ୍ୟେ ଯେ ପ୍ରଧାନସେ ଆମ୍ଭର ଯଜ୍ଞରେ ବରଣ
Couplet 6
ଏମନ୍ତେ କରି ସନମତଭୃଗୁ ନାମେଣ ବ୍ରହ୍ମାସୁତ
Couplet 7
ଏ ତିନି ଦେବତା କଳନେତାହାଙ୍କୁ ପେଶି ଦୂତପଣେ
Couplet 8
ବୋଇଲେ ବଚନ ବିଶ୍ୱାସତିନି ଦେବଙ୍କୁ ବରି ଆସି
Couplet 9
ଋଷିଙ୍କ ଆଜ୍ଞା ଘେନି ବେଗେଭୃଗୁ ଚଳିଲେ ଶୂନ୍ୟମାର୍ଗେ
Couplet 10
ବ୍ରହ୍ମାର ସଭା ମଧ୍ୟେ ଯାଇଭୃଗୁ ମିଳିଲେ ଛଳ ବହି
Couplet 11
ବ୍ରହ୍ମାଙ୍କୁ ଛଳିବାର ଆଶେଅବଜ୍ଞା କରି ବସି ପାଶେ
Couplet 12
ବ୍ରହ୍ମାଙ୍କୁ ପ୍ରଣାମ ନକଲେସ୍ତୁତି ବଚନ ନ ବୋଇଲେ
Couplet 13
ତା ଦେଖି ବ୍ରହ୍ମା ମହାକୋପିଗାଢେ ଦଶନେ ଓଷ୍ଠ ଚାପି
Couplet 14
ବୋଲନ୍ତି ଜ୍ୟେଷ୍ଠପୁତ୍ର ଏହିଏ ମୋତେ ଅବଜ୍ଞା ସେ ବହି
Couplet 15
ପୁଣି ବିଚାରି ଦିବ୍ୟଜ୍ଞାନେପୁତ୍ରଙ୍କୁ ନାଶିବା କେସନେ
Couplet 16
ଏହାକୁ କଲେ ଆଜ ନାଶମୋତେ ହୋଇବ ଅପଯଶ
Couplet 17
ଏତେ ବିଚାରି ଦୁଷ୍ଟମନତକ୍ଷଣେ ବ୍ରହ୍ମା କଲେ ଶମ
Couplet 18
ଅନଳ ଯେହ୍ନେ ଜଳ ପାଇଲିଭଇ କୁଣ୍ତ ମଧ୍ୟେ ଥାଇ
Couplet 19
ଭୃଗୁକୁ ପୁତ୍ରଭାବ ଘେନିଶାନ୍ତ ହୋଇଲେ କୁଶପାଣି
Couplet 20
ତାହା ଜାଣିଲେ ବ୍ରହ୍ମାସୁତକପୋଳେ ଦେଇ ଘେନି ହସ୍ତ
Couplet 21
ପ୍ରଣମି ବ୍ରହ୍ମାଙ୍କ ଚରଣେଭୃଗୁ ଚଳିଲେ ତତକ୍ଷଣେ
Couplet 22
ପଥେ ଚଳନ୍ତେ ମନତୋଷେମିଳିଲେ କଇଳାସ ଦେଶେ
Couplet 23
ରୁଦ୍ର ଉଠିଲେ ଭୃଗୁ ଚାହିଁବୋଲନ୍ତି ଏ ମୋ ଜ୍ୟେଷ୍ଠଭାଇ
Couplet 24
ଧାଇଁଲେ ଆଲିଙ୍ଗନ ଆଶେଭୃଗୁ ଚଳିଲେ ବାମ ପାଶେ
Couplet 25
ତା ଦେଖି ରୁଦ୍ର କୋପଭରେବେଗେ ତ୍ରିଶୁଳ ଧରି କରେ
Couplet 26
ଧାଇଁଲେ ଅରୁଣଲୋଚନେଦହିବା ପ୍ରାୟ ତ୍ରିଭୁବନେ
Couplet 27
ତା ଦେଖି ଭୃଗୁ କରଯୋଡିବେଗେ ଶଙ୍କର ପାଦେ ପଡି
Couplet 28
ଅନେକ ସ୍ତୁତିବାକ୍ୟ ଭଣିଶାନ୍ତ କରାଇ ଶୂଳପାଣି
Couplet 29
ଅନେକ ମତେ ଭାବ କଲେତକ୍ଷଣେ ବଇକୁଣ୍ଠ ଗଲେ
Couplet 30
ଦ୍ୱାରେ ପଶନ୍ତେ ବ୍ରହ୍ମାସୂତଶୁଣିଲେ ବିଷ୍ଣୁ ନିଦ୍ରାଗତ
Couplet 31
ମୁହୂର୍ତ୍ତେ ରହି ଅବକାଶେତକ୍ଷଣେ ଭୃଗୁ ମହାରୋଷେ
Couplet 32
ବିଷ୍ଣୁ ଶୟନସ୍ଥାନେ ମିଳିନିଦ୍ରା ଅଚେତ ବନମାଳୀ
Couplet 33
ଉତ୍ତାନ ଶୟନେ ଆନନ୍ଦେତା ଦେଖି ଭୃଗୁ ମହା କ୍ରୋଧେ
Couplet 34
ବ୍ରାହ୍ମଣପଣେ ଗର୍ବ ବହିପାଦେ ମାଇଲେ ହୃଦେ ନେଇ
Couplet 35
କୋପେ ଗର୍ଜନ୍ତି ଗରୁତରଶୁଣି ଉଠିଲେ ଚକ୍ରଧର
Couplet 36
ଲକ୍ଷ୍ମୀର କରେ ଧରି ମୁଷ୍ଟିପଲ୍ୟଙ୍କୁ କୃଷ୍ଣ ବେଗେ ଉଠି
Couplet 37
ବିପ୍ରଚରଣେ ତଳେ ପଡିବୋଲନ୍ତି ବେନିକର ଯୋଡି
Couplet 38
ଭୋ ବିପ୍ର ତୋର ଆଗମନଆଜ ଶରୀର ମୋର ଧନ୍ୟ
Couplet 39
ଭୋ ବିପ୍ର ବସ ଏ ଆସନେଅପ୍ରାଧ କଲି ମୁଁ ଅଜ୍ଞାନେ
Couplet 40
ଏ ଅପରାଧ କ୍ଷମା କରକୋମଳ ଚରଣ ତୁମ୍ଭର
Couplet 41
କଠୋର ହୃଦୟେ ବାଜିଲାମୋ ମନେ କଷ୍ଟ ଉପୁଜିଲା
Couplet 42
ନପୁଣ ବଥାଇ ଚରଣଏମନ୍ତ ବୋଲି ନାରାୟଣ
Couplet 43
ବିପ୍ରଚରଣ ଜଳେ ଧୋଇପାଦଉଦକ ଶିରେ ଲଇଁ
Couplet 44
ଆଜ ଶରୀର ମୋର ଧନ୍ୟପବିତ୍ର ହୋଇଲା ଜୀବନ
Couplet 45
ଏ ବିଶ୍ୱ ସଂସାର ସମେତଲୋକପାଳକ ଛନ୍ତି ଯେତେ
Couplet 46
ଆଜ ପବିତ୍ର ଏ ସକଳେତୋ ପାଦରଜ ତୀର୍ଥଜଳେ
Couplet 47
ଭୋ ବିପ୍ରବର ମୋର ହୃଦେକମଳା ବସଇ ଆନନ୍ଦେ
Couplet 48
ଆଜ ପବିତ୍ର ମୋର ଘରଧନ୍ୟ ଏ ଜୀବନ ମୋହର
Couplet 49
ଅତି ଆଦରେ ନାରାୟଣପୂଜିଲେ ଭୃଗୁର ଚରଣ
Couplet 50
ମଧୁର ବାକ୍ୟେ ଲକ୍ଷ୍ମୀପତିବ୍ରାହ୍ମଣ ମନ କଲେ ଶାନ୍ତି
Couplet 51
ବିଷ୍ଣୁ ମହିମା ଗୁଣ ଦେଖିଭୃଗୁ ବୁଜିଲେ ବେନି ଆଖି
Couplet 52
କଣ୍ଠକୁଣ୍ଠିତ ମନ୍ଦସ୍ୱରରୋମପୁଲକ କଳେବର
Couplet 53
ବିଷ୍ଣୁର ଭାବ ହୃଦେ ବହିଭୃଗୁ ଚଳିଲେ ତୋଷ ହୋଇ
Couplet 54
ଏମନ୍ତେ ବିଷ୍ଣୁଭାବ ଭୋଳେମିଳିଲେ ସରସ୍ୱତୀ କୂଳେ
Couplet 55
ବ୍ରହ୍ମଋଷିଙ୍କ ମଧ୍ୟେ ଯାଇବୋଲନ୍ତି ଶିରେ କର ଦେଇ
Couplet 56
ବ୍ରାହ୍ମଣ କହେ ସର୍ବକଥାଯାହାର ଯେମନ୍ତ ବ୍ୟବସ୍ଥା
Couplet 57
ଭୃଗୁବଚନ ବିପ୍ରେ ଶୁଣିବିଷ୍ଣୁ ମହିମା ପରିମାଣି
Couplet 58
ଯେ ହରି ଜଗତଠାକୁରମିତ୍ର ଅଇରି ନାହିଁ ଯାର
Couplet 59
ତାର ସ୍ମରଣେ ମନ ଶାନ୍ତିନ ଲାଗେ ଭବବନ୍ଧ ଭ୍ରାନ୍ତି
Couplet 60
ଯାର ଚିନ୍ତନେ ଧର୍ମଜ୍ଞାନଶୁଚି ନିଷ୍କାମେ ଯୋଗ କ୍ଷେମ
Couplet 61
ନିର୍ମଳ ଯଶ ବିକାଶଇଯାର ସ୍ମରଣେ ପାପ ନାହିଁ
Couplet 62
ମୁନି ସନ୍ନ୍ୟାସୀ ଶାନ୍ତନରସମଦରଶୀ ଚିତ୍ତ ଯାର
Couplet 63
ଯେ ଅବା ଅକିଞ୍ଚନ ଜନତାହାଙ୍କ ଗତି ଭଗବାନ
Couplet 64
ଯା ପ୍ରିୟରୂପ ସତ୍ତ୍ୱଗୁଣଯା ଇଷ୍ଟ ଦେବତା ବ୍ରାହ୍ମଣ
Couplet 65
ତାହାକୁ ଯଜ୍ଞେ ପୂଜା କରିସକଳ ଦୁଃଖ ଅପହରି
Couplet 66
ତ୍ରିଗୁଣେ ତିନି ରୂପ ତାରରାକ୍ଷସ ଅସୁର ଯେ ସୁର
Couplet 67
ଯେ ରୂପ ସତ୍ତ୍ୱଗୁଣମୟତହୁଁ ମିଳିଲା ସର୍ବଶ୍ରେୟ
Couplet 68
ନିର୍ମଳ ଚିତ୍ତେ ମୁନିଗଣେକାନନେ ନିଶ୍ଚଳେ ଆସନେ
Couplet 69
ଗୋବିନ୍ଦପାଦେ ଧ୍ୟାନ କରିହେଳେ ତରିଲେ ଭବବାରି
Couplet 70
ବୋଲଇ ବିପ୍ର ଜଗନ୍ନାଥକୃଷ୍ଣ ମହିମା ବ୍ୟାସସୁତ
Couplet 71
ଯାହା କହିଲେ ରାଜା ଆଗେସୁଜନେ ଚିନ୍ତ ସେହି ମାର୍ଗେ
Couplet 72
ପୁରାଣ ଭାଗବତ ବାଣୀକେ କହିପାରେ ପରିମାଣି
Couplet 73
କୃଷ୍ଣ ସକଳ ପ୍ରାଣୀ ଦେହେଦୃଶ୍ୟଅଦୃଶ୍ୟେ ଜ୍ଞାନମୋହେ
Couplet 74
ନିର୍ଲେପ ସାକ୍ଷୀରୂପ ହୋଇଯାହାକୁ ଯେତେ ଜ୍ଞାନ ଦେଇ
Couplet 75
ସକଳ ଜନ୍ତୁ ଚିତ୍ତଗତେଗତ ଆଗତ କର୍ମପଥେ
Couplet 76
ଭ୍ରମଣ ଦୁଃଖ କରେ ଦୂରଯେବେ ଭଜଇ ତା ପୟର
Couplet 77
ଶୁଣ ରାଜନ ସାବଧାନେବ୍ରାହ୍ମଣ ଦ୍ୱାରକା ଭୁବନେ
Couplet 78
ସେ ବିପ୍ର ଦ୍ୱାରକା ବସତିପତ୍ନୀର ଗର୍ଭେ ତା ସନ୍ତତି
Couplet 79
ଗର୍ଭପ୍ରସବ କାଳେ ତାରଯେତେ ଉପୁଜିଲେ କୁମର
Couplet 80
ଗର୍ଭରେ ଦଶମାସ ଥାନ୍ତିଭୂମିରେ ପଡିଲେ ମରନ୍ତି
Couplet 81
ସେ ମୃତପିଣ୍ତ କୋଳେ ଧରିବିପ୍ର ବିକଳେ ଶୋକ କରି
Couplet 82
କୃଷ୍ଣର ଦ୍ୱାରେ ନେଇ ଥୋଇବିପ୍ର ବୋଲଇ କୋପ ବହି
Couplet 83
ବ୍ରହ୍ମହିଂସକ ଯଦୁବଂଶଶଠ ହୃଦୟ ଅବିଶ୍ୱାସ
Couplet 84
ନିର୍ଦ୍ଦୟ ବୁଦ୍ଧି ଦୁରାଚାରଦୁଃଶୀଳ ପାପିଷ୍ଠ ଆମର
Couplet 85
ଗର୍ବିତ ବିଷୟ ବିଳାସେଏମନ୍ତ ରାଜା କର୍ମଦୋଷେ
Couplet 86
ଦଣ୍ତେ ନଥାଇ ଏହା ଦେଶେଏମନ୍ତ ବୋଲି ମହାରୋଷେ
Couplet 87
ମୋ ପୁତ୍ର ଜନ୍ମକାଳେ ମଲାଏମନ୍ତ ବୋଲି ଶୋକ କଲା
Couplet 88
ପୁଣି ବୋଲଇ ଖେଦଚିତ୍ତେଏ ଦୁଷ୍ଟକାଳ ବିପରୀତେ
Couplet 89
ହିଂସା ବେଭାର ନରରାୟଦୁଃଶୀଳ ଅଜିତ ଇନ୍ଦ୍ରିୟ
Couplet 90
ଏମନ୍ତ ନରପତି ଦେଶେଯେ ପ୍ରଜା ରହନ୍ତି ବିଶ୍ୱାସେ
Couplet 91
ଦୁଃଖୀ ଦରିଦ୍ର ହୋନ୍ତି ନିତ୍ୟେମରନ୍ତି କାଳ ଅପ୍ରାପତେ
Couplet 92
ଏମନ୍ତେ ବାଳକ ପକାଇବିପ୍ର କାନ୍ଦଇ ଗୃହେ ଚାହିଁ
Couplet 93
ଏମନ୍ତେ ପ୍ରତି ସମ୍ବତ୍ସରେପୁତ୍ର ମରନ୍ତେ ବିପ୍ରଘରେ
Couplet 94
ପୁଣି ପକାଇ ରାଜଦ୍ୱାରେବିପ୍ର କାନ୍ଦଇ ଉଚ୍ଚସ୍ୱରେ
Couplet 95
ନିତ୍ୟେ ନିନ୍ଦଇ କୃଷ୍ଣ ରାମବିପ୍ର ସ୍ୱଭାବେ ଗରୁତମ
Couplet 96
ଏକ ଦ୍ୱିତୀୟ ବୋଲି ଗଣେତୃତୀୟ ଚତୁର୍ଥ ପ୍ରମାଣେ
Couplet 97
କୃଷ୍ଣର ଦ୍ୱାରେ ପୁତ୍ର ଥୋଇକୋପେ ଅନେକ ଗାଳି ଦେଇ
Couplet 98
ଏମନ୍ତେ ନବ ପୁତ୍ର ମଲାଶୁଣ ହୋ ଶ୍ରୀକୃଷ୍ଣର ଲୀଳା
Couplet 99
ଅର୍ଜୁନ ଥିଲା ନିଜ ଦେଶେଏକଥା ଶୁଣି ସେ ବିଶ୍ୱାସେ
Couplet 100
ମିଳିଲା ରାଜଦ୍ୱାରେ ଆସିଦେଖିଲା ବିପ୍ର ଅଛି ବସି
Couplet 101
ମୃତବାଳକ ଧରି କୋଳେକାନ୍ଦଇ ଜୀବନ ବିକଳେ
Couplet 102
ନିନ୍ଦଇ ରାମ ବନମାଳୀଗର୍ଜଇ କୋପେ ଦେଇ ଗାଳି
Couplet 103
ବିଷ୍ଣୁନନ୍ଦନ ବାକ୍ୟ ଶୁଣିକୋପେ ଚାହିଁଲା ବୀରମଣି
Couplet 104
ବ୍ରାହ୍ମଣ ବୋଲି ଭୟ ପାଇକର ଅଞ୍ଜଳି ଶିରେ ଦେଇ
Couplet 105
ବୋଲଇ ଶୁଣ ବିପ୍ରବରଏ କୋପ ଶୋକ ତୁ ସଂହର
Couplet 106
ତୋହର ରାଜ୍ୟେ ବିପ୍ରବରବୀର କି ନାହିଁ ଧନୁର୍ଦ୍ଧର
Couplet 107
ବ୍ରାହ୍ମଣ ପ୍ରାୟ ଯଜ୍ଞ କରିକିବା ବୁଲନ୍ତି ପେଟ ଭରି
Couplet 108
ଧନ ତନୟ ଦାରାଯୁତେଯହିଁ ବ୍ରାହ୍ମଣ ଶୋକଚିତ୍ତେ
Couplet 109
ଜନ ପରଜା ଯହିଁ ଦୁଃଖୀପଣ୍ତିତ ଜନେ ନିରିମାଖି
Couplet 110
ସେ ରାଜା ରାଜକୁଳେ ହୀନଧିକତ ତାହାର ଜୀବନ
Couplet 111
ଜନ ପରଜା ନ ରଖନ୍ତିନଟଙ୍କ ପ୍ରାୟ ସେ ଜୀଅନ୍ତି
Couplet 112
ଏବେ ହୋ ବିପ୍ରବର ଶୁଣଦେଖ ମୋହର ବୀରପଣ
Couplet 113
ଧନୁ ଗାଣ୍ତୀବେ ଗୁଣ ଦେଇତୋ ରିପୁ ସଂହାରିବି ମୁହିଁ
Couplet 114
ରଖିବି ତୋହର ବାଳକମୋର ପ୍ରତିଜ୍ଞା ଏବେ ଦେଖ
Couplet 115
ପ୍ରସବକାଳେ ତୋର ଘରେମୁଁ ଧନୁ ଧରିଥିବି କରେ
Couplet 116
ରଖିବି ତୋହର କୁମରସତ୍ୟବଚନ ଏ ମୋହର
Couplet 117
ଦେଖ ମୋହର ଧନୁଦୀକ୍ଷାଯେବେ ନ ପାରେ କରି ରକ୍ଷା
Couplet 118
ଅନଳେ ଛାଡିବି ମୁଁ ପ୍ରାଣତା ଶୁଣି ବୋଲଇ ବ୍ରାହ୍ମଣ
Couplet 119
ସଙ୍କରଷଣ ଦାମୋଦରପ୍ରଦ୍ୟୁମ୍ନ ରୁକ୍ମିଣୀକୁମର
Couplet 120
ଶାମ୍ବକୁମର ଅନିରୁଦ୍ଧଧନୁ ସଂଗ୍ରାମେ ମହାଯୋଦ୍ଧ
Couplet 121
ଏ ସର୍ବେ ମୋ ପୁତ୍ର ରକ୍ଷଣେକ୍ଷମ ନୋହିଲେ କେହି ଜଣେ
Couplet 122
କି ଅର୍ଥେ ରଖିବି ମୁଁ ଆଶାଦେଖାଇ କରୁଛୁ ଭରସା
Couplet 123
ଏଣେ ମୋହର ପ୍ରତେ ନାହିଁତୋ ବୀରପଣ ମୁଁ ଜାଣଇ
Couplet 124
ଶୁଣି ଅର୍ଜୁନ କୋପଭରେଶ୍ରୀ ଜଗନ୍ନାଥ ଭରସାରେ
Couplet 125
ବୋଲଇ ଧନୁ ଧରି କରଭୋ ବିପ୍ର ସତ୍ୟ ଏ ମୋହର
Couplet 126
ଭୋ ବିପ୍ର ଶୁଣ ମୋ ବଚନମୁଁ ନୋହେ ରୋହିଣୀନନ୍ଦନ
Couplet 127
କୃଷ୍ଣ ପ୍ରଦ୍ୟୁମ୍ନ ନୋହେ ମୁହିଁଅର୍ଜୁନ ନାମ ମୁଁ ବୋଲାଇ
Couplet 128
ଦେଖ ଗାଣ୍ତୀବଧନୁ ମୋରରଣେ ମୁଁ ତୋଷିଲି ଈଶ୍ୱର
Couplet 129
ଅକ୍ଷୟ ତୂଣ ମୋର ହସ୍ତେଏକଥା ବିଦିତ ଜଗତେ
Couplet 130
ମୃତ୍ୟୁଦେବତା ରଣେ ଜିଣିତୋର ବାଳକ ଦେବି ଆଣି
Couplet 131
ନ ଦେଲେ ଛାଡିବି ଜୀବନଶୁଣି ସାନନ୍ଦ ବିପ୍ରମନ
Couplet 132
ମୃତବାଳକ ରାଜଦ୍ୱାରେଥୋଇ ଚଳିଲା ନିଜ ପୁରେ
Couplet 133
ଶୋକ ହରଷ ଖେଦଛନ୍ନେଅର୍ଜୁନ ତେଜ ଗୁଣ ମନେ
Couplet 134
ଏମନ୍ତେ ସମ୍ବତ୍ସର ପରେବିପ୍ର କାମିନୀ ନିଜ ଘରେ
Couplet 135
ଗର୍ଭ ହୋଇଲା ଦଶମାସଦେଖି ବ୍ରାହ୍ମଣ ମନେ ତ୍ରାସ
Couplet 136
ବିକଳେ ଅର୍ଜୁନ ସୁମରିଉଚ୍ଚେ ଡାକଇ ନାମ ଧରି
Couplet 137
ହେ ବୀରମଣି ରକ୍ଷାକରମରଣ ମୁଖୁଁ ମୋ କୁମର
Couplet 138
ଶୁଣି ଅର୍ଜୁନ ବେଗେ ଧାଇଁମିଳିଲା ବିପ୍ରଦ୍ୱାରେ ଯାଇ
Couplet 139
କର ଚରଣ ମୁଖ ଧୋଇତକ୍ଷଣେ ଶୁଚିମନ୍ତ ହୋଇ
Couplet 140
ହର ଗଉରୀ ପାଦ ଚିନ୍ତିନମଇଁ ପୁଣପୁଣ କ୍ଷିତି
Couplet 141
ଗାଣ୍ତୀବେ ଗୁଣ ଦେଇ କରେମନ୍ତ୍ର ସୁମରି ବିପ୍ରଘରେ
Couplet 142
ରୁନ୍ଧିଲା ନାନାଶସ୍ତ୍ର ଯୋଗେବିପ୍ରଭୁବନ ଦଶଦିଗେ
Couplet 143
ପଞ୍ଜୁରୀ ମଧ୍ୟେ ଯେହ୍ନେ ପକ୍ଷୀବିପ୍ରଭୁବନ ତେହ୍ନେ ଲକ୍ଷ୍ୟ
Couplet 144
ଏମନ୍ତେ ଜନ୍ମିଲା ନନ୍ଦନଅର୍ଜୁନ ଶୁଣିଲା ରୋଦନ
Couplet 145
ଭୂମି ସ୍ପରଶେ ଶୂନ୍ୟେ ଗଲାବାଳକ କେହି ନ ଦେଖିଲା
Couplet 146
ତକ୍ଷଣେ ବିପ୍ର କୋପଭରେମିଳିଲା ଅର୍ଜୁନ ଛାମୁରେ
Couplet 147
ବୋଲଇ ପୁରୁଷ ବଚନଧିକ ଅର୍ଜୁନ ତୋ ଜୀବନ
Couplet 148
ତୋହର ନପୁଂସକ ବାଣୀମୁହିଁ ପାପିଷ୍ଠ ତାହା ଶୁଣି
Couplet 149
ନ ଜାଣି ହୋଇଲି ହରଷଏବେ ମୁଁ ନିଶ୍ଚୟେ ନିରାଶ
Couplet 150
ମୃତବାଳକ ଧରି କୋଳେଦଣ୍ତେ ଦେଖଇ ବେନିଡୋଳେ
Couplet 151
ଏବେ ମୋ ପୁତ୍ରକ୍ଷ ଗଲା କେଣେଧନ୍ୟ ଅର୍ଜୁନ ବୀରପଣେ
Couplet 152
ରୁକ୍ମିଣୀପୁତ୍ର ମହାଯୋଦ୍ଧତାହାର ପୁତ୍ର ଅନିରୁଦ୍ଧ
Couplet 153
ସଙ୍କରଷଣ ଜଗନ୍ନାଥଏ ଯହିଁ ନୋହିଲେ ସମର୍ଥ
Couplet 154
କାହାର ବଳ ରକ୍ଷା କରିମର୍ତ୍ତେ ମାନବ ଦେହ ଧରି
Couplet 155
ଧିକ ତୋହର ମିଥ୍ୟା ବାଣୀପ୍ରତିଜ୍ଞା କଲୁ ତୁ ନ ଜାଣି
Couplet 156
ଧିକ ଗାଣ୍ତିବଧନୁ ତୋରବିବିଧ ଶସ୍ତ୍ର ଉପହାର
Couplet 157
ଦଇବେ ହତକର୍ମ ତୋରକୁମତି ପାପିଷ୍ଠ ପାମର
Couplet 158
ମୁଖେ ଯେ କହୁ ଗର୍ବରାଣୀଆପଣାବଳ ତୁ ନ ଜାଣି
Couplet 159
ଏମନ୍ତ ବିପ୍ର କୋପବାଣୀଅର୍ଜୁନ ସାବଧାନେ ଶୁଣି
Couplet 160
ବିବିଧ ମତେ ବିଧି କରିଗାଣ୍ତବୀ ଧନୁ କରେ ଧରି
Couplet 161
ମିଳିଲା ଯମର ଭୁବନେରବିକୁମାର ସନ୍ନିଧାନେ
Couplet 162
ତାହାର ପୁରେ ବିପ୍ରସୁତଅର୍ଜୁନ ଖୋଜିଲା ବହୁତ
Couplet 163
ନ ପାଇ ମନ ଦୁଃଖ କରିପୁଣି ମିଳିଲା ଇନ୍ଦ୍ରପୁରୀ
Couplet 164
ତହିଁ ନ ପାଇ ବିପ୍ରସୁତଅଗ୍ନିଭୁବନେ ଉପଗତ
Couplet 165
ନ ପାଇ ନଈରତ ଦେଶେକୋପେ ମିଳିଲା ସୋମ ପାଶେ
Couplet 166
ତହିଁ ନ ପାଇ ବିପ୍ରବାଳାବରୁଣ ନଗରେ ମିଳିଲା
Couplet 167
ତହିଁ ନ ପାଇ ବେଗେ ଯାଇକୁବେର ଭୁବନେ ଖୋଜଇ
Couplet 168
ନ ଦେଖି ବିପ୍ରବର ସୁତବିସ୍ମୟେ ଭାଳି ବୀର ପାର୍ଥ
Couplet 169
ତକ୍ଷଣେ ନିଜ ବିଦ୍ୟାବଳେଖୋଜିଲା ସପତ ପାତାଳେ
Couplet 170
ନ ପାଇ ନାଗଲୋକ ତଳେପୁଣି ଉଠିଲା ଅନ୍ତରାଳେ
Couplet 171
ଉର୍ଦ୍ଧ୍ୱେ ସପଟଲୋକେ ଗଲାବିପ୍ରବାଳକ ନ ଦେଖିଲା
Couplet 172
ଧନୁ ଖଡଗ ଧରି କରେପୁଣି ମିଳିଲା ବିପ୍ରଦ୍ୱାରେ
Couplet 173
ପ୍ରତିଜ୍ଞା ଭଙ୍ଗେ ବୀରମଣିଅଗ୍ନି ଜାଳିଲା ବେଗେ ଆଣି
Couplet 174
ଅନଳ ଜଳଇ ପ୍ରଚଣ୍ତେଲୋକଗହଳ ରାଜଦାଣ୍ତେ
Couplet 175
ଗୋବିନ୍ଦ ଶୁଣି ନିଜ ପୁରେମିଳିଲେ ଅର୍ଜୁନ ଛାମୁରେ
Couplet 176
ସୁହୃଦ ଭାବେ ନରହରିବୋଲନ୍ତି ବେନିକର ଧରି
Couplet 177
ଦେଖ ଏ ମନୁଷ୍ୟ ଶରୀରଦେବ ଦୁର୍ଲ୍ଲଭ ସୁଖସାର
Couplet 178
ଯେ ଦେହେ ଚଉବର୍ଗ ସାଧିଏ ତ ନୁହଇ ଅପରାଧୀ
Couplet 179
ଏ ଦେହ ନାଶିବୁ କେମନ୍ତେସତ୍ୟବଚନ ଭଙ୍ଗ ଅର୍ଥେ
Couplet 180
ମୁଁ ତୋତେ ଦେଖାଇବି ନେଇବିପ୍ର ବାଳକ ଦଶଭାଇ
Couplet 181
ଆତ୍ମାକୁ ଆପଣେ ନ ମାରଶୁଣ ପାଣ୍ତବ ବୀରବର
Couplet 182
ତୋର ମହିମା ଏ ଜଗତେମୁହିଁ ସ୍ଥାପିବି ଦୃଢମତେ
Couplet 183
ଯାବତ ଥିବ ଏ ମେଦିନୀତୋର ନିର୍ମଳ ଯଶ ଘେନି
Couplet 184
ଏମନ୍ତ ଅର୍ଜୁନକୁ କହିଦାରୁକ କୃଷ୍ଣ ଆଜ୍ଞା ପାଇ
Couplet 185
ଉତ୍ତମ ଅଶ୍ୱେ ସାଜି ରଥଦାରୁକ ଭତ୍ତା ଯୋଡି ହସ୍ତ
Couplet 186
ତକ୍ଷଣେ ପ୍ରଭୁ ଚକ୍ରଧରଧରି ଅର୍ଜୁନ ବାମକର
Couplet 187
ରଥେ ବିଜୟ ନରହରିଆନନ୍ଦେ ଶଙ୍ଖନାଦ କରି
Couplet 188
ପଶ୍ଚିମଦିଗେ ରଥ ବାହିଚଳନ୍ତେ ନ ଦେଖିଲେ କେହି
Couplet 189
ସପତସିନ୍ଧୁ ସପ୍ତଦୀପବେଗେ ଲଂଘିଲେ ବିଶ୍ୱରୂପ
Couplet 190
ଗିରି କାନନ ଭୂମି ଜିଣିଅର୍ଜୁନ ସଙ୍ଗେ ଚକ୍ରପାଣି
Couplet 191
ଜିଣିଲେ ଲୋକାଲୋକ ଦେଶଘୋର ଅନ୍ଧକାରେ ପ୍ରବେଶ
Couplet 192
ରଥେ ଯୋଚିଲା ଅଶ୍ୱ ଚାରିଅନ୍ଧାରେ ପଥ ନ ବିଚାରି
Couplet 193
ଦିଗ ନ ଜାଣି ଭ୍ରମଗତିତା ଦେଖି କମଳାର ପତି
Couplet 194
ଚକ୍ର ଯେ ଥିଲା କୃଷ୍ଣଭୁଜେସହସ୍ର ଆଦିତ୍ୟର ତେଜେ
Couplet 195
ଅଗ୍ରେ ପେଷିଲେ ଚକ୍ରଧରଖଣ୍ତିଲା ଘୋର ଅନ୍ଧକାର
Couplet 196
ରାମ କୋଦଣ୍ତବାଣ ଯେହ୍ନେତେଜ ବିରାଜେ ରିପୁ ସୈନ୍ୟ
Couplet 197
ଚକ୍ରର ପଥ ତମ ଗଞ୍ଜେନିଜ ପରମ ଜ୍ୟୋତି ତେଜେ
Couplet 198
ତମ ନାଶିଲେ କୃଷ୍ଣ ପଥେଦେଖି ଅର୍ଜୁନ ଭୟଚିତ୍ତେ
Couplet 199
ହସ୍ତେ ବୁଜିଲା ବେନି ଆଖିପଥେ ଅଦ୍ଭୂତ କର୍ମ ଦେଖି
Couplet 200
ଏମନ୍ତେ ଗଲେ ତମ ଜିଣିରଥେ ଅର୍ଜୁନ ଚକ୍ରପାଣି
Couplet 201
ଦିଶିଲା ଜଳପୂର୍ଣ୍ଣ ଦେଶତକ୍ଷଣେ ସମୁଦ୍ରେ ପ୍ରବେଶ
Couplet 202
ପବନ ଯୋଗେ ଉର୍ମିଗଣଦିଶନ୍ତି ସ୍ୱରୂପେ ଭୀଷଣ
Couplet 203
ସେ ଜଳମଧ୍ୟେ ଯାଇ ପଶିଦେଖିଲେ ଦିବ୍ୟ ତେଜରାଶି
Couplet 204
ଦିବ୍ୟଭୁବନ ବିରାଜଇକିବା ଉପମା ଦେବି ମୁହିଁ
Couplet 205
ସହସ୍ର ମଣିସ୍ତମ୍ଭ ସାଜେସୁନ୍ଦର ଅଧିକେ ବିରାଜେ
Couplet 206
ମଧ୍ୟେ ସୁବର୍ଣ୍ଣ ସିଂହାସନଦେଖି ନିଶ୍ଚଳ କଲେ ମନ
Couplet 207
ଅନନ୍ତ ମହାଯୋଗେଶ୍ୱରଅଦ୍ଭୂତ ରୂପ ଭୟଙ୍କର
Couplet 208
ଫଣାସହସ୍ରେ ମଣି ସାଜେଅମୂଲ୍ୟ ରତନ ବିରାଜେ
Couplet 209
ଦ୍ୱିଗୁଣେ ବିରାଜଇ ଜ୍ୟୋତିଉତ୍କଟ ଲୋଚନେ ଦିଶନ୍ତି
Couplet 210
ବେନି ସହସ୍ର ଜିହ୍ୱା ଶୋହେସୁନ୍ଦର ଶିବଗିରି ପ୍ରାୟେ
Couplet 211
ତାର ଉପରେ ଦିବ୍ୟରୂପେସୁଖ ଆସନେ ମହାସର୍ପେ
Couplet 212
ମହାନୁଭବ ଅନୁପମସୁନ୍ଦର ପୁରୁଷଉତ୍ତମ
Couplet 213
ନୀଳଜୀମୂତ ଦେହକାନ୍ତିପୀତବସନ ବିରାଜନ୍ତି
Couplet 214
ପ୍ରସନ୍ନ ବଦନ ସୁନ୍ଦରବେନିଲୋଚନ ଶୋଭାକର
Couplet 215
କିରୀଟ ରବିକୋଟି ଗଞ୍ଜେଅମୂଲ୍ୟ ମଣିଗଣ ପୁଞ୍ଜେ
Couplet 216
କପୋଳେ କୁଟିଳ କୁନ୍ତଳଶ୍ରବଣେ ମକରକୁଣ୍ତଳ
Couplet 217
ଆଜାନୁଲମ୍ବେ ଚାରି ଭୂଜକଣ୍ଠେ କୌସ୍ତୁଭମଣି ତେଜ
Couplet 218
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେବନମାଳାଏ ଜନ ମୋହେ
Couplet 219
ନନ୍ଦସୁନନ୍ଦ ଆଦି ଦେବାକରନ୍ତି ପଦ୍ମପାଦେ ସେବା
Couplet 220
ଶଙ୍ଖ କମଳ ଚକ୍ର ଗଦାଯେ ଶୋହେ ଚତୁର୍ଭୂଜେ ସଦା
Couplet 221
ନିଜ ମୂରତି ଧରି ପାଶେଖଟନ୍ତି ଭକତି ବିଶ୍ୱାସେ
Couplet 222
କମଳା ଆଦି ଅଷ୍ଟଦେବୀବାମ ଦକ୍ଷିଣେ ଛନ୍ତି ସେବି
Couplet 223
ବ୍ରହ୍ମା ଶଙ୍କର ଆଦି ଯେତେଅଷ୍ଟଲୋକପାଳ ସହିତେ
Couplet 224
ବ୍ରହ୍ମାଦି ଦେବଙ୍କର ଗତିଦେଖି ସମ୍ଭ୍ରମେ ଯଦୁପତି
Couplet 225
ପରମଆତ୍ମା ପାଦଯୁଗେକୃଷ୍ଣ ବନ୍ଦିଲେ ଅନୁରାଗେ
Couplet 226
କୃଷ୍ଣଙ୍କୁ ଦେଖି ବିଷ୍ଣୁ ତୋଷେବୋଲନ୍ତି ପରମ ହରଷେ
Couplet 227
ତୁମ୍ଭେ ଯେ ନରନାରାୟଣସଂସାର ପରମକାରଣ
Couplet 228
ଭାରା ନିବାରେ ଦେବବାଣୀକ୍ଷୀର ଜଳଧିତଟେ ଶୁଣି
Couplet 229
ଆତ୍ମାରୁ ତୁମ୍ଭଙ୍କୁ ଭିଆଇମର୍ତ୍ତେ ମନୁଷ୍ୟ ଦେହ ଦେଇ
Couplet 230
ତୁମ୍ଭଙ୍କୁ କଲି ଅବତାରଖଣ୍ତିଲ ଅବନୀର ଭାର
Couplet 231
ସଂସାର ଇନ୍ଦ୍ରିୟ ଲାଳସେଏବେ ହେଁ ନ ମିଳିଲ ପାଶେ
Couplet 232
ଏଣୁ ମୁଁ ଚିତ୍ତେ କୋପକରିଆଣିଲି ବିପ୍ରସୁତ ହରି
Couplet 233
ଦେଖିବା ପାଇଁ ରୂପ ତୁମ୍ଭହସି କହନ୍ତି ପଦ୍ମନାଭ
Couplet 234
ଏବେ ହୋ ବିଳମ୍ବ ନକରଏମନ୍ତ ଏହି ଚକ୍ରଧର
Couplet 235
ବିଷ୍ଣୁର ପଛେ ବିପ୍ରସୁତେଥିଲେ ଯେ ଅଭୟ ନିଶ୍ଚିନ୍ତେ
Couplet 236
କୃଷ୍ଣ ଅର୍ଜୁନ ପାଶେ ଯାଇମିଳିଲେ ବିପ୍ର ଦଶ ଭାଇ
Couplet 237
ଦେଖି ସାନନ୍ଦ ଚକ୍ରପାଣିଅର୍ଜୁନ ତୁଲେ ତାଙ୍କୁ ଆଣି
Couplet 238
ରଥେ ବସାଇ ଦାମୋଦରସେଠାରୁ ହୋଇଲେ ବାହାର
Couplet 239
ବିଷ୍ଣୁଙ୍କୁ କରି ନମସ୍କାରଆସି ମିଳିଲେ ନିଜ ପୁର
Couplet 240
ବ୍ରାହ୍ମଣ ଦ୍ୱାରେ ପୁତ୍ର ଦେଇପାଦେ ନମିଲେ ଭାବଗ୍ରାହୀ
Couplet 241
ବୋଲନ୍ତି ନିଅ ତୋର ସୁତତୁ ମୋତେ ନିନ୍ଦିଲୁ ବହୁତ
Couplet 242
ଦଶ ବାଳକ ନିଅ ଗଣିସମ୍ଭାଳ ବୋଲେ ଚକ୍ରପାଣି
Couplet 243
ଅର୍ଜୁନ କର କରେ ଧରିମିଳିଲେ ନିଜ ପୁରେ ହରି
Couplet 244
କୃଷ୍ଣ ଅଦ୍ଭୂତ କର୍ମ ଦେଖିଅର୍ଜୁନ ମନେ ଉପଲିକ୍ଷ୍ୟ
Couplet 245
ବିଷ୍ଣୁ ପରମଧାମ ଚିନ୍ତିନର ସ୍ୱଭାବେ କଲା ଭୀତି
Couplet 246
ଚତୁରବର୍ଗ ଦାତା ହରିକପଟେ ନରରୂପ ଧରି
Couplet 247
ପ୍ରାଣୀଙ୍କୁ କରେ ଅନୁକମ୍ପାଏତେ ବିଚାରି କଲା ଶଙ୍କା
Couplet 248
କହନ୍ତି ଶୁକ ମୁନିବରଶୁଣ ପରୀକ୍ଷ ଦଣ୍ତଧର
Couplet 249
ଏ ଆଦି ଯେତେ କର୍ମ ହରିକଲେ ମନୁଷ୍ୟ ଦେହ ଧରି
Couplet 250
ନାନା ବିଷୟ ଭୋଗ ଭୁଞ୍ଜିଦେବମାନବ ମନ ରଞ୍ଜି
Couplet 251
କ୍ଷତ୍ରିୟ ଧର୍ମର ଉଚିତେବ୍ରାହ୍ମଣ ବାକ୍ୟେ ବେଦମତେ
Couplet 252
ଅନେକ କଲେ ଯଜ୍ଞଦାନଯେ ବେଦ ଆଗମ ବିଧାନ
Couplet 253
ଯଜ୍ଞ ଭୋଜନେ ତୋଷ ହୋଇଯେମନ୍ତେ ଇନ୍ଦ୍ର ବରଷଇ
Couplet 254
ଅଶେଷ ସୁଖ ସେହିମତେକୃଷ୍ଣ ବରଷିଲେ ଜଗତେ
Couplet 255
ବ୍ରାହ୍ମଣ ଆଦି ପ୍ରଜା ଯେତେସର୍ବ ସମ୍ପଦ ନାନାମତେ
Couplet 256
ଯାଦବବଂଶେ ହୋଇ ଜାତସଙ୍ଗତେ ଘେନି ପଣ୍ତୁସୁତ
Couplet 257
ନିମିତ୍ତ ମାତ୍ର ତାଙ୍କୁ କରିଭାରା ନାଶିଲେ ନରହରି
Couplet 258
ଅଧର୍ମ ନାଶି ଧର୍ମ ପାଳିଜଗତନାଥ ବନମାଳୀ
Couplet 259
ସେ କୃଷ୍ଣ ଚରଣ କମଳେସୁଜନେ ଚିନ୍ତ ଧ୍ୟାନବଳେ
Couplet 260
ମାୟା ସଂସାରେ ନୁହଁ ରତଛାଡି ଅମୃତ ଭାଗବତ
Couplet 261
ଏ ସୁଖନାବ ହେଲେ ଛାଡିନ ମର ଭବଜଳେ ବୁଡି
Couplet 262
କୃଷ୍ଣଚରଣେ କରି ଆଶକହଇ ଜଗନ୍ନାଥ ଦାସ