Skandha 10
Adhyaya 94
Couplet 1
ପରୀକ୍ଷ ଶୁକମୁଖ ଚାହିଁବୋଲଇ ଶିରେ କର ଦେଇ
Couplet 2
ଭୋ ମୁନି ସଂଶୟ ମୋ ମନେଛେଦନ କର ସୁପ୍ରସନ୍ନେ
Couplet 3
ଦେବ ଅସୁର ନର ମଧ୍ୟେଯେ ସେବା କରେ ରୁଦ୍ରପାଦେ
Couplet 4
ତାହାଙ୍କ ଘରେ କମଳିନୀସକଳ ନିଧି ସଙ୍ଗେ ଘେନି
Couplet 5
ଖଟଇ ଭୃତ୍ୟପ୍ରାୟ ହୋଇଅନେକ ସୁଖ ସେ ଭୁଞ୍ଜଇ
Couplet 6
ଅଜେୟ ସର୍ବଲୋକ ହୋନ୍ତିଏଣୁ ବିଷ୍ଣୁଙ୍କୁ ନ ଭଜନ୍ତି
Couplet 7
କମଳାକାନ୍ତ ଯେ ମୁରାରିପ୍ରାଣୀ ତାହାଙ୍କୁ ସେବା କରି
Couplet 8
ସକଳ ଦୁଃଖେ ହୋନ୍ତି ଦୁଃଖୀସ୍ୱଜନେ ତାହାଙ୍କୁ ଉପେକ୍ଷି
Couplet 9
ଜଗତ ଅନାଦର ଭୟେବନେ ପଶଇ ଦୁଃଖ ଦେହେ
Couplet 10
ସେ ହରିହର ଏକମତଭକତେ କିମ୍ପା ବୀପରିତ
Couplet 11
ଏଣୁ ସଂଶୟ ଚିତ୍ତ ମୋରକହି ନିର୍ମଳ ମୋତେ କର
Couplet 12
ଶୁଣି ସାନନ୍ଦ ବ୍ୟାସସୁତବୋଲନ୍ତି ଶୁଣ ନରନାଥ
Couplet 13
ଶିବ ଯେ ନିତ୍ୟ ଶକ୍ତିଯୁକ୍ତତ୍ରିଲିଙ୍ଗ ତ୍ରିଗୁଣ ସମ୍ଭୂତ
Couplet 14
ସାତ୍ତ୍ୱିକ ରାଜସ ତାମସତ୍ରିଧା ଅହଙ୍କାର ପ୍ରକାଶ
Couplet 15
ତେଣୁ ବିକାରେ ହୋନ୍ତି ଜାତବ୍ରହ୍ମାଣ୍ତେ ଏ ଷୋଡଶତତ୍ତ୍ୱ
Couplet 16
ଏଥୁ ଏ ବିଭୂତିଙ୍କ ଗତିଅଧିଦୈବତେ ଆବୋରନ୍ତି
Couplet 17
ଏ ଜୀବ ଆତ୍ମାରୂପ ଧରିବିଭୂତିରସ ଭୋଗ କରି
Couplet 18
ଏଣୁ ଭକତଜନ ଲାଭେବିଭୂତି ଈଶ୍ୱର ଯେ ଭାବେ
Couplet 19
ଭକତେ ଦେଇ ସୁଖଫଳଏବେ ହୋ ଶୁଣ ମହୀପାଳ
Couplet 20
ନିର୍ଗୁଣ ନିରଞ୍ଜନ ହରିପ୍ରକୃତି ନପାରେ ଆବୋରି
Couplet 21
ଏ ସୃଷ୍ଟିପାଳକ ସ୍ୱରୂପେସବୁ ଦେଖଇ ସାକ୍ଷୀରୂପେ
Couplet 22
ସେ ହରି ପାଦେ ଯେ ଶରଣତାକୁ ନ ଲାଗେ ତିନିଗୁଣ
Couplet 23
ଏଣୁ ନିର୍ଗୁଣ ମୋକ୍ଷ ରୂପେରହନ୍ତି ବିଷ୍ଣୁର ସମୀପେ
Couplet 24
ଏ ଭବଜଳୁ ହୋନ୍ତି ପାରଏବେ ହୋ ଶୁଣ ନୃପବର
Couplet 25
ତୋ ପିତାମହ ଯୁଧିଷ୍ଠିରବିଖ୍ୟାତ ଧର୍ମର କୁମର
Couplet 26
ରାଜୁଯିସଜ୍ଞ ସମାପତେଆନନ୍ଦେ କୃଷ୍ଣର ଅଗ୍ରତେ
Couplet 27
ଧର୍ମପ୍ରସଙ୍ଗ କରୁଥିଲାଏ କଥା କୃଷ୍ଣଙ୍କୁ ଅଗ୍ରତେ
Couplet 28
ଧର୍ମପ୍ରସଙ୍ଗ କରୁଥିଲାଏ କଥା କୃଷ୍ଣଙ୍କୁ ପୁଚ୍ଛିଲା
Couplet 29
ଯେ ହରି ଜନଙ୍କର ହିତେମନୁଷ୍ୟ ରୂପ ଏ ଜଗତେ
Couplet 30
ଧର୍ମନନ୍ଦନ ପ୍ରଶ୍ନ ଶୁଣିକହିଲେ ପ୍ରଭୁ ଚକ୍ରପାଣି
Couplet 31
ଯାହାକୁ ଚିତ୍ତେ ଦୟା ମୋରସମ୍ପଦ ହରଇ ତାହାର
Couplet 32
ନିର୍ଦ୍ଧନ ଦେଖି ବନ୍ଧୁଜନେତାକୁ ଛାଡନ୍ତି ଦୁଃଖମନେ
Couplet 33
ତାର ସଂସାରେ ଇଚ୍ଛା ନୋହେବନେ ଭ୍ରମିଣ ଦୁଃଖ ସହେ
Couplet 34
ମୋର ଭକତ ମିତ୍ରପଣେମୋତେ ଭଜଇ ଅନୁକ୍ଷଣେ
Couplet 35
ତାହାର କର୍ମନାଶ କାଳେମୋର ଭକତିଭାବ ବଳେ
Couplet 36
ପରମବ୍ରହ୍ମ ସୂକ୍ଷ୍ମରୂପସଚ୍ଚିଦାନନ୍ଦ ମୁଁ ନିର୍ଲେପ
Couplet 37
ଏମନ୍ତ ରୂପେ ମୋତେ ଧ୍ୟାୟିପଶଇ ମୋର ଦେହେ ଯାଇ
Couplet 38
ଏହାକୁ ନ ଲାଗେ ସଂସାରଏମନ୍ତ ମହିମା ମୋହର
Couplet 39
ଏଣୁ ସଂସାରେ ଇଚ୍ଛା ଯାରସେ ମୋତେ ନ କରେ ଆଦର
Couplet 40
ରାଜସମ୍ପଦ ଭୋଗ ଇଚ୍ଛାକରଇ ନାନାମତେ ଦୀକ୍ଷା
Couplet 41
ଅଳପ ତପେ ତୋଷ ହୋନ୍ତିବେଗେ ବାଞ୍ଛିତ ଫଳ ଦ୍ୟନ୍ତି
Couplet 42
ଏମନ୍ତ ଦେବତାଙ୍କୁ ସେବିସୁଖ ସମ୍ପଦ ଅନୁଭବି
Couplet 43
କାଳେ ଲଭନ୍ତି ମହାଦୁଃଖକହି ହସନ୍ତି ପଦ୍ମମୁଖ
Couplet 44
ଏମନ୍ତ କୃଷ୍ଣର ବଚନକହିଲେ ବ୍ୟାସଙ୍କ ନନ୍ଦନ
Couplet 45
ପୁଣି ବୋଲନ୍ତି ଶୁଦ୍ଧଚିତ୍ତେତିନି ଦେବତା ଏ ଜଗତେ
Couplet 46
ଶାପ ପ୍ରସାଦର ଈଶ୍ୱରବ୍ରହ୍ମା ଗୋବିନ୍ଦ ଶୁଳଧର
Couplet 47
ଶାପ ପ୍ରସାଦ ତତକ୍ଷଣେଭକତେ ଦ୍ୟନ୍ତି ବେନି ଜନେ
Couplet 48
ଚତୁରାନନ ପଶୁପତିଏମନ୍ତେ ନୋହେ କୃଷ୍ଣଗତି
Couplet 49
ଏବେ ତୁ ଶୁଣ ତୋଷମନେପୂର୍ବେ ପଣ୍ତିତ ମହାଜନେ
Couplet 50
କହିଲେ ଇତିହାସ ବାଣୀତାହାଙ୍କ ମୁଖୁ ମୁହିଁ ଶୁଣି
Couplet 51
ଜାଣଇ ଈଶ୍ୱର ବେଭାରଶୁଣ କହିବା ତୋ ଛାମୁର
Couplet 52
ବୃକାସୁରକୁ ପୂର୍ବକାଈଶ୍ୱର ତାର ତପଫଳେ
Couplet 53
ପ୍ରସନ୍ନ ହୋଇ ବର ଦେଲେବିଷମ ସଙ୍କଟେ ପଡ଼ିଲେ
Couplet 54
ଶକୁନି ନାମେ ମହାସୁରଘୋର ଦୁର୍ଗମ ବଳୀୟାର
Couplet 55
ମହାବଳିଷ୍ଠ ତା କୁମରନାମ ତାହାର ବୃକାସୁର
Couplet 56
ସୁର ଅସୁରେ ସେ ଅଜିତଶୁଣ ତାହାର ବିପରୀତ
Couplet 57
ମୃଗୟା ଅର୍ଥେ ଏକଦିନେପଥେ ଚଳଇ ଘୋରବନେ
Couplet 58
ଚିନ୍ତଇ ପଶୁଙ୍କ ପ୍ରମାଦଏମନ୍ତେ ଭେଟିଲା ନାରଦ
Couplet 59
ପ୍ରମାଣ କରି ପାଦଯୁଗେକହଇ ନାରଦଙ୍କ ଆଗେ
Couplet 60
ଭୋ ମୁନିବର ଏ ଜଗତେଦେବେ ଅଛନ୍ତି ନାନାମତେ
Couplet 61
ଭକତଜନ ତପଫଳେକେ ବର ଦ୍ୟନ୍ତି ଅଳ୍ପକାଳେ
Couplet 62
ତୁମ୍ଭର ମୁଖୁଁ ମୁହିଁ ଶୁଣିସେବା କରିବି ତଥ୍ୟ ଜାଣି
Couplet 63
ଶୁଣି ବୋଲନ୍ତି ବ୍ରହ୍ମଋଷିଅସୁର ବଚନ ପ୍ରଶଂସି
Couplet 64
ସାଧୁ ବିଚାର ଏ ତୋହରଈଶ୍ୱର ପାଦେ ସେବାକର
Couplet 65
ଚତୁରାନନ ଭଗବାନଏହାଙ୍କ ତପେ ମହାବିଘ୍ନ
Couplet 66
ତାହାଙ୍କ ତପସ୍ୟା କଠୋରଅନେକ କାଳେ ଦ୍ୟନ୍ତି ବର
Couplet 67
ତୋହର ଭୋଗେ ଯେବେ ଇଚ୍ଛାବେଗେ ତୁ କର ହରଦୀକ୍ଷା
Couplet 68
ପୂର୍ବେ ରାବଣ ବାଣାସୁରତାଣ୍ତବେ ସେବି ଶୂଳଧର
Couplet 69
ଅନେକମତେ କଲେ ଭାବପ୍ରସନ୍ନ ହୋଇ ସଦାଶିବ
Couplet 70
ଅତୁଳ ଅଇଶ୍ୱର୍ଯ୍ୟ ଦେଲେକାଳେ ସେ ସଙ୍କଟ ଲଭିଲେ
Couplet 71
ଏମନ୍ତ କହି ଗଲେ ମୁନିବୃକଦାନବ ତାହା ଶୁଣି
Couplet 72
ହିମକେଦାର କୁଣ୍ତେ ଯାଇଅନଳ ଜାଳି ତପ ଦାହି
Couplet 73
ପରଶୁ ଘେନି ଦୃଢମୁଷ୍ଟିନିଜ ଶରୀରୁ ମାଂସ କାଟି
Couplet 74
ଘୃତେ ବୁଡ଼ାଇ ମନ୍ତ୍ର ତୋଳିଅନଳେ କ୍ଷେପେ ସ୍ୱାହା ବୋଲି
Couplet 75
ଅଗ୍ନି ବଦନେ ରୁଦ୍ରେ ଧ୍ୟାୟିଶରୀରୁ ସର୍ବ ମାଂସ ଦେଇ
Couplet 76
ଅତି କଠୋର ତପ କଲାରୁଦ୍ର ଦର୍ଶନ ନ ପାଇଲା
Couplet 77
ମନେ ବିଚାରେ ମହାସୁରଆଜି କାଟିବି ନିଜ ଶିର
Couplet 78
ପୂର୍ଣ୍ଣଆହୁତି କୁଣ୍ତେ ଦେବିଏମନ୍ତ ଦୃଢମନେ ଭାବି
Couplet 79
କେଦାରକୁଣ୍ତ ଜଳ ଶିରେଆଣି ସିଞ୍ଚିଲା ବେନି କରେ
Couplet 80
ହର ସୁମରି ଶସ୍ତ୍ର ଧରିଅନଳକୁଣ୍ତେ ମୁଣ୍ତ କରି
Couplet 81
ପରଶୁ ପ୍ରହାରନ୍ତେ କନ୍ଧେତକ୍ଷଣେ ଶଙ୍କର ଆନନ୍ଦେ
Couplet 82
ସେ କୁଣ୍ତୁ ହୋଇଲେ ବାହାରଅନଳ ପ୍ରାୟ ପଞ୍ଚଶିର
Couplet 83
ସଙ୍ଗେ ସୁନ୍ଦରୀ ନିଜ ନାରୀଭୁଜେ ଅସୁର କର ଧରି
Couplet 84
ବୋଇଲେ ହୋଇଲି ମୁଁ ତୋଷତୋହର ପୁରାଇବି ଆଶ
Couplet 85
ଈଶ୍ୱର କର ଦେହେ ଲାଗିଅସୁର ହୋଏ ସୁଖଭାଗୀ
Couplet 86
ତକ୍ଷଣେ ନିଜ ଦେହ ପାଇତେଜେ ସୁନ୍ଦର ବିରାଜଇ
Couplet 87
ଦେଖି ତାହାର ଦିବ୍ୟ ତେଜବୋଲନ୍ତି ପ୍ରଭୁ ଦେବରାଜ
Couplet 88
ତପେ ପ୍ରସନ୍ନ ମୁହିଁ ତୋତେବର ତୁ ମାଗ ଦୃଢଚିତ୍ତେ
Couplet 89
ତୋର ଦୁର୍ଲ୍ଲଭ ତପଘୋରଯେ ତୋର ଇଚ୍ଛା ମାଗ ବର
Couplet 90
ଈଶ୍ୱର ଆଜ୍ଞା ପରମାଣେଅସୁର ନମିଲା ଚରଣେ
Couplet 91
ଉଠି ଯୋଡିଣ ବେନି କରବୋଇଳ ଶୁଣ ଶୁଳଧର
Couplet 92
ମୁଁ ଯାର ମୁଣ୍ତେ ଦେବି କରଭସ୍ମ ହୋଇବ ତା ଶରୀର
Couplet 93
ଏମନ୍ତ ଅସୁର ବଚନେଦୁଃଖ ବିଚାରି ରୁଦ୍ର ମନେ
Couplet 94
ହେଉ ବୋଇଲେ ତ୍ରିଲୋଚନସର୍ପକୁ ଯେହ୍ନେ କ୍ଷୀରପାନ
Couplet 95
ବିଷ ବର୍ଦ୍ଧନ ମାତ୍ର ଲାଭଦାତାର କାହିଁ ସୁଖଭାବ
Couplet 96
ଏମନ୍ତେ ରୁଦ୍ର ବର ପାଇଅସୁର ନିଶ୍ଚଳେ ଅନାଇଁ
Couplet 97
ଈଶ୍ୱର ବାମଭୁଜ ଧରିବିରାଜେ ତ୍ରିପୁରାସୁନ୍ଦରୀ
Couplet 98
ଜଗନ୍ମୋହିନୀ ରୂପ ଚାହିଁଅସୁର ମନେ ବିଚାରଇ
Couplet 99
ଏ ରୂପ ଅତି ଅଗୋଚରଭୁବନେ ନାହିଁ ପଟାନ୍ତର
Couplet 100
ତପର ଫଳମାତ୍ର ଏହୁଏ କନ୍ୟା ମୋତେ ଭୋଗ ହେଉ
Couplet 101
ଈଶ୍ୱର ମୁଣ୍ତେ ହସ୍ତ ଦେଇଏ କନ୍ୟା ଘେନି ଯିବି ମୁହିଁ
Couplet 102
ବର ପ୍ରତ୍ୟକ୍ଷ ଅନୁମାନବିଡିବା ଈଶ୍ୱର ବଚନ
Couplet 103
ଏମନ୍ତ ମନେ ବିଚାରିଲାଈଶ୍ୱର ନିକଟେ ମିଳିଲା
Couplet 104
ତାହା ଜାଣିଲେ ଶୂଳଧରଅସୁର ତୋଳେ ବାମକର
Couplet 105
ଈଶ୍ୱର ମୁଣ୍ତେ ଦେବ ହସ୍ତତା ଦେଖି ବେଗେ ଉମାକାନ୍ତ
Couplet 106
ରୁଦ୍ର ପଳାଇଲେ ପ୍ରତ୍ୟେକ୍ଷେଅସୁର ଗୋଡାଇଲା ପଛେ
Couplet 107
ସ୍ୱଭାବେ ରୁଦ୍ର ମହାବଳଧାଇଁଲେ ଅବନୀ ମଣ୍ତଳ
Couplet 108
ପଛକୁ ଚାହିଁ ଶିବ ଭୟେଅସୁର ଲାଗେ ପାୟେ ପାୟେ
Couplet 109
ଦେଖି ବିକଳେ ଭୂମି ଛାଡିଶିବ ଧାଇଁଲେ ଶୂନ୍ୟ ମାଡି
Couplet 110
ସଙ୍ଗେ ଉଡିଲା ମହାସୁରଦେଖି ଡରିଲେ ସୁର ନର
Couplet 111
ରୁଦ୍ର ଧାମନ୍ତେ ଅନ୍ତରାଳେଡାକନ୍ତି ରଖ ଦିଗପାଳେ
Couplet 112
ହରବଚନ ଶୁଣି କର୍ଣ୍ଣେତ୍ରିଦଶେ ରହିଲେ ମଉନେ
Couplet 113
ନ ଶୁଣି ଦେବଙ୍କ ଉତ୍ତରଭୟେ ପଳାନ୍ତି ଦେବ ହର
Couplet 114
ପୁଣି ଚାହାନ୍ତି ପଛ ଭରେଅସୁରକର ଲାଗେ ଶିରେ
Couplet 115
ଏମନ୍ତେ ରୁଦ୍ର ପଳାଇଲେଭୂର୍ଲୋକ ଭୁବର୍ଲୋକେ ଗଲେ
Couplet 116
ସ୍ୱର୍ଲୋକ ମହର୍ଲୋକ ଜିଣିଜନଲୋକରେ ଶୂଳପାଣି
Couplet 117
ଡାକନ୍ତି ରଖ ମୁନିଜନେବିଲୋଳ ବିକୃତ ବଚନେ
Couplet 118
ମୁନି ଯେ ଥିଲେ ତପଲୋକେବାକ୍ୟ ନ ସ୍ପୁରେ ତାଙ୍କ ମୁଖେ
Couplet 119
ତହୁଁ ମିଳିଲେ ବ୍ରହ୍ମଲୋକେମାୟା ଅସୁର ପଛେ ଡାକେ
Couplet 120
ତା ଶୁଣି ରୁଦ୍ର ଭୟଚିତ୍ତେଧାଇଁଲେ ବଇକୁଣ୍ଠ ପଥେ
Couplet 121
ଭୟେ କାତର ଶୁଳଧରଡାକନ୍ତି ରଖ ଚକ୍ରଧର
Couplet 122
ତୁ ନିରଞ୍ଜନ ନାରାୟଣରଖ ମୋହର ପଞ୍ଚପ୍ରାଣ
Couplet 123
ଶରଣ ପଶିଲି ତୋ ପାଦେଡାକନ୍ତି ଶୋକ ଗଦଗଦେ
Couplet 124
ହେ ଦେବ ଦେବଙ୍କ ଈଶ୍ୱରମୋର ଜୀବନ ରକ୍ଷା କର
Couplet 125
ଭୟ କାତରେ ତୋ ଶରଣେପଶିଲି ଅଭୟ ଚରଣେ
Couplet 126
ଦୁଷ୍ଟ ଦାନବ ପରାଭାବେହେ ଗଦାଗ୍ରଜ ତୋତେ ଭାବେ
Couplet 127
ଏକଇ ଆତ୍ମା ତୋର ମୋରଏଣୁ ଏ ଅଶେଷ ସଂସାର
Couplet 128
ତୋହର ମାୟା କେବା ଜାଣିଅଶେଷ ଭୁବନେ ପ୍ରମାଣି
Couplet 129
ଏ ମାୟା ତୋହର ସର୍ଜନଏଣେ ଅଶେଷ ତ୍ରିଭୁବନ
Couplet 130
ଯେ ମନ୍ଦ ଦୁଷ୍ଟ ମୂଢଜନେତୁ ନାଥ ତାହାଙ୍କ ମାର୍ଜନେ
Couplet 131
ଜଗତେ ହେଉ ଅବତାରତୋ ପାଦନୀର ଗଙ୍ଗାଜଳ
Couplet 132
ଗୋବିନ୍ଦ ହେ ଗୋକୁଳ ପତିଶରଣ ରଖ ଦାଶରଥି
Couplet 133
ଭୋ ନାଥ ପ୍ରଭୁ ଚକ୍ରପାଣିଚତୁରାନନ ସ୍ତୁତି ଭଣି
Couplet 134
ତୁ ନାଥ ମୀନରୁପ ହେଳେଧରି ପଶିଲୁ ସିନ୍ଧୁଜଳେ
Couplet 135
ତକ୍ଷଣେ ମାରି ଶଙ୍ଖାସୁରବେଦ ଉଦ୍ଧରି ଚକ୍ରଧର
Couplet 136
ତୋର ସଞ୍ଚିଲା ଏ ଜଗତତୋହର ମାୟାରେ ମୋହିତ
Couplet 137
ତାହାଙ୍କୁ ସ୍ୱର୍ଗ ମୋକ୍ଷ ଦାନଦେଇ କରାଉ ମହୀୟାନ
Couplet 138
ସଚରାଚର ମହୀସ୍ଥଳଲୀଳାରେ କଲୁ ଆଦିମୂଳ
Couplet 139
ଗୋପୀ ବିନୋଦ ପରିପୂର୍ଣ୍ଣଭୋ ନାଥ ତୋର ବେଣୁସ୍ୱନ
Couplet 140
କୋମଳ ଗଭୀର ଶବଦେଗିରିକାନନ ପୂରେ ନାଦେ
Couplet 141
ଗୋପାଳବୃନ୍ଦ ରକ୍ଷା ଅର୍ଥେଗିରି ତୋଳିଲୁ ବାମହସ୍ତେ
Couplet 142
ଏଣୁ ତୋ ନାମ ଗିରିଧରମୋର ଜୀବନ ରକ୍ଷାକର
Couplet 143
ଏମନ୍ତ ସ୍ତୁତି ରୁଦ୍ର ଭଣିଡାକନ୍ତି ରଖ ଚକ୍ରପାଣି
Couplet 144
ମିଳିଲେ ବଇକୁଣ୍ଠ ଦ୍ୱାରେକି ପଟାନ୍ତର ଦେବା ତାରେ
Couplet 145
ପରମଯୋଗୀଙ୍କର ମନଯୋଗରେ ହୋଇ ଯହିଁ ଲୀନ
Couplet 146
ପରମବ୍ରହ୍ମ ଜ୍ୟୋତି ରୂପେଯାହାର ତେଜ ବିଶ୍ୱବ୍ୟାପେ
Couplet 147
ଯହିଁ ଅଶେଷ ଲୋକଗତିଜନଜୀବନ ରମାପତି
Couplet 148
ଶିବ ବିକଳ କର୍ଣ୍ଣେ ଶୁଣିତକ୍ଷଣେ ପ୍ରଭୁ ଚକ୍ରପାଣି
Couplet 149
ମାୟାବଟୁକ ରୂପ ଧରିପଥେ ମିଳିଲେ ନରହରି
Couplet 150
ଚର୍ମମେଖଳା କଟିଭରେତ୍ରିଦଣ୍ତ କମଣ୍ତଳୁ କରେ
Couplet 151
କଣ୍ଠେ ଲମ୍ବଇ ଅକ୍ଷମାଳମାୟା -ମୂରତି ଆଦିମୂଳ
Couplet 152
ଅନଳ ପ୍ରାୟେ ତେଜ ଦିଶିପଥେ ମିଳିଲେ କୃଷ୍ଣ ଆସି
Couplet 153
କଲ୍ୟାଣ କରି କୁଶହସ୍ତେବିନୋଇ ବାକ୍ୟ ନାନାମତେ
Couplet 154
ବୋଲନ୍ତି ପ୍ରଭୁ ଭଗବାନକୋମଳ ଗଭୀର ବଚନ
Couplet 155
ଶକୁନି ପୁତ୍ର ତୁହି ଏକତୋହର ନାମ ପରା ବୃକ
Couplet 156
ତୁ ଅତିଦୁଃଖେ ଶ୍ରାନ୍ତ ହୋଇଗଗନେ କିମ୍ବା ଅଛୁ ଧାଇଁ
Couplet 157
ତୋର ସୁନ୍ଦର ନିଜ ତନୁଅଖିଳ ଫଳ କାମଧେନୁ
Couplet 158
ଆତ୍ମାରେ ଅତି ଶ୍ରମ କରିହୃଦରେ ମହାକୋପ ଭରି
Couplet 159
କିମ୍ବା ଗଗନେ ପାଉ ଶ୍ରମମୋ ଆଗେ କ୍ଷଣେ ତୁ ବିଶ୍ରମ
Couplet 160
କହ କି ଅର୍ଥେ ତୋ ଗମନଶୁଣିତେ ଶ୍ରଦ୍ଧା ମୋର ମନ
Couplet 161
ପ୍ରାଣୀ ଯେ ଆପଣାର ହିତେକର୍ମ ସାଧନ୍ତି ଅବିରତେ
Couplet 162
କହ କେବଣ କଥା ତୋରହସି ବୋଲନ୍ତି ମାୟାଧର
Couplet 163
ବୋଲନ୍ତି ଶୁକ ମହାମୁନିଏମନ୍ତ କୃଷ୍ଣକଥା ଶୁଣି
Couplet 164
କୃଷ୍ଣର କହିଲା ସର୍ବକଥାଈଶ୍ୱର ତପସ୍ୟା ବ୍ୟବସ୍ଥା
Couplet 165
ଶୁଣି ହସିଲେ ଭଗବାନକହନ୍ତି ମୋହନ ବଚନ
Couplet 166
ରୁଦ୍ର ବୋଇଲେ ତୋତେ ଯାହାସତ ନ କରୁ ଆମ୍ଭେ ତାହା
Couplet 167
ଦକ୍ଷ ଯେ ପ୍ରଜାପତି ଥିଲାକୋପେ ରୁଦ୍ରକୁ ଶାପ ଦେଲା
Couplet 168
ସେ ଶାପ ପାଇ ଦେବ ହରକ୍ରୋଧ ବହିଲେ ନିରନ୍ତର
Couplet 169
ତେଣୁ ଦୁରାତ୍ମା ପଦ ପାଇପ୍ରେତ ପିଶାଚ ମଧ୍ୟେ ଥାଇ
Couplet 170
ଭୂତ ବେତାଳ ପ୍ରତଗଣେଭ୍ରମଇ ଶମଶାନ ସ୍ଥାନେ
Couplet 171
ତାର ବଚନେ ପ୍ରତେ କାହିଁଭଲେ ଜାଣଇଁ ଏହା ମୁହିଁ
Couplet 172
ତୋର ବିଚାରେ ଯେବେ ରୁଚେଏଠାରେ ବୁଝ ତୁ ପ୍ରତ୍ୟକ୍ଷେ
Couplet 173
ଆପଣା ମୁଣ୍ତେ ଦିଅ କରକିଛି ହିଁ ନୋହିବ ତୋହର
Couplet 174
ତୋତେ ଭଣ୍ତିଲା ଯେଣୁ ମିଛେତେଣୁ ସେ ପଳାଏ ପ୍ରତ୍ୟକ୍ଷେ
Couplet 175
ତୁ ତାହା ବାକ୍ୟ ସତ୍ୟ କରିଗଗନେ ଭ୍ରମୁ ଅନୁସରି
Couplet 176
ଏମନ୍ତ ଗୋବିନ୍ଦର ବାଣୀଅସୁର ଚିତ୍ତେ ପରିମାଣି
Couplet 177
ବିଷ୍ଣୁମାୟାରେ ମୋହ ଗଲାଆପଣା ମୁଣ୍ତେ ହସ୍ତ ଦେଲା
Couplet 178
ତକ୍ଷଣେ ହୋଇ ଭସ୍ମରାଶିଗଗନେ ଉଡି ଦିଗେ ମିଶି
Couplet 179
ବଜ୍ରପ୍ରହାରେ ଗିରି ଯେହ୍ନେବିବୁଧେ ଦେଖନ୍ତି ଗଗନେ
Couplet 180
କରନ୍ତି ଜୟ ଜୟ ବାଣୀନାମ ଶବଦେ ସ୍ତୁତି ଭଣି
Couplet 181
ସାଧୁଶବଦ ଦଶଦିଶେଆକାଶୁଁ କୁସୁମ ବରଷେ
Couplet 182
ପାପିଷ୍ଠ ବକାସୁର ନାଶେରୁଦ୍ର ମିଳିଲେ କୃଷ୍ଣ ପାଶେ
Couplet 183
ପିତୃ ଦେବତା ଋଷିଗଣସଙ୍ଗତେ ଅମ୍ବିକାରମଣ
Couplet 184
ଅସୁର ସଂକଟୁ ନିସ୍ତରିହରିଙ୍କି ଆଲିଙ୍ଗନ କରି
Couplet 185
ଗୋବିନ୍ଦ ହରମୁଖ ଚାହିଁବୋଲନ୍ତି କରେ କର ଦେଇ
Couplet 186
ହେ ଦେବ ଦେବଙ୍କ ଈଶ୍ୱରତୋ ଅପରାଧୀ ଏ ଅସୁର
Couplet 187
ଅର୍ଜିତ କର୍ମେ ଗଲା ନାଶଏ ସତ୍ୟ ଧର୍ମର ବିଶ୍ୱାସ
Couplet 188
ଦେବହେଳନ ଯେ କରନ୍ତିସ୍ୱକର୍ମ ଫଳ ସେ ଭୁଞ୍ଜନ୍ତି
Couplet 189
ଏମନ୍ତେ କୃଷ୍ଣର ବଚନେଗଲେ ସେ ଯେ ଯାହା ଭୁବନେ
Couplet 190
କହନ୍ତି ଶୁକ ମହାମୁନିଶୁଣ ରାଜନ ଚୂଡାମଣି
Couplet 191
ଗିରିଶ ମୋକ୍ଷ ଯେ ଶୁଣନ୍ତିସର୍ବ ସଙ୍କଟୁ ନିସ୍ତରନ୍ତି
Couplet 192
ହରି ମହିମା ଦୃଢ ଚିତ୍ତେସୁଜନେ ଶୁଣ ଭାଗବତେ
Couplet 193
ସୁଜନେ ଏଣେ କର ଚିତ୍ତକହଇ ଦାସ ଜଗନ୍ନାଥ