Skip to content
paribhaasha

Skandha 10

Adhyaya 93

  1. Couplet 1

    ସୁଭଦ୍ରା-ତନୟ-କୁମରକୃଷ୍ଣସେବକ ମଧ୍ୟେ ସାର

  2. Couplet 2

    ପ୍ରଣାମ କରି ଶୁକ ପାଦେବୋଲେ ଆନନ୍ଦ ଗଦଗଦେ

  3. Couplet 3

    ଭୋ ମୁନି ତୁମ୍ଭର ମହିମାକେ କହିପାରେ ଗୁଣସୀମା

  4. Couplet 4

    କୃଷ୍ଣସେବକ ମଧ୍ୟେ ବରମୁଁ ତୁମ୍ଭ ଚରଣେ କିଙ୍କର

  5. Couplet 5

    ପାଣ୍ତବ କୁଳେ ଜାତ ହୋଇସ୍ୱଭାବେ ଭାଗ୍ୟବନ୍ତ ମୁହିଁ

  6. Couplet 6

    ତୁମ୍ଭର ମୁଖୁଁ କୃଷ୍ଣବାଣୀନିରତେ ଶ୍ରୁତିପଥେ ଶୁଣି

  7. Couplet 7

    ଅନେକ ଜନ୍ମ ତପଫଳେଜନ୍ମିଲି ଭାରତମଣ୍ତଳେ

  8. Couplet 8

    ଦେଖ ମୋହର ଜନ୍ମକାଳେଲିଖିତ ଅଛି ଯେ କପାଳେ

  9. Couplet 9

    ସେ ଘେନି ପ୍ରାଣ ତ୍ୟାଗ କାଳେଚରଣ ଦେଇ ଗଙ୍ଗାଜଳେ

  10. Couplet 10

    ବ୍ରହ୍ମ ବିଚାର ତୁମ୍ଭ ତୁଲେକଲି ଆନନ୍ଦ ସୁଖ ଭୋଳେ

  11. Couplet 11

    ବିଶ୍ୱସଂସାର ମଧ୍ୟେ ହରିଜନ୍ମିଲେ ଯେତେ ରୂପ ଧରି

  12. Couplet 12

    ମୀନ କମଠ ଆଦି ରୂପଧରି ନାଶିଲେ ମହୀତାପ

  13. Couplet 13

    ଯେ ଏହା ଶୁଣେ କର୍ଣ୍ଣଦ୍ୱାରେନ ବୁଡେ ସଂସାର ସାଗରେ

  14. Couplet 14

    ହରି ମହିମା ତୁମ୍ଭେ ଯେତେମୋତେ କହିଲ ଭାଗବତେ

  15. Couplet 15

    ସଂସାର-ବୃକ୍ଷ-ମୂଳ-କନ୍ଦଅନାଦି ପୁରୁଷ ଗୋବିନ୍ଦ

  16. Couplet 16

    ନିଜ ସ୍ୱରୂପେ ବ୍ରହ୍ମରାଶିଏକ ଅନେକ ରୂପେ ଦିଶି

  17. Couplet 17

    ବସଇ ସର୍ବଜୀବ ଦେହେବିଷୟ-ମାୟା-ଜଡ ମୋହେ

  18. Couplet 18

    କର୍ମ କରଇ ତେଜ ବହିକାର୍ଯ୍ୟକାରଣେ ନ ଲାଗଇ

  19. Couplet 19

    ଏଣୁ ତା ନିଜ ରୂପ ଭାବସଂସାରେ କେ ଅବା କହିବ

  20. Couplet 20

    ବେଦ-ବେଦାନ୍ତ କେବା ଜାଣୁଯେ ନୋହେ ଅଣୁ ପରମାଣୁ

  21. Couplet 21

    ନାଭିକମଳୁ ବ୍ରହ୍ମା ଜାତସେ ଖୋଜି ନ ପାଇଲା ଅନ୍ତ

  22. Couplet 22

    ତାର ନିଃଶ୍ୱାସୁଁ ବେଦ ଜନ୍ମିତ୍ରିଗୁଣ ମାୟାଚକ୍ରେ ଭ୍ରମି

  23. Couplet 23

    କେମନ୍ତେ ବିଷ୍ଣୁଙ୍କୁ ଜାଣନ୍ତିଏ ମୋର ମନେ ବଡ ଭ୍ରାନ୍ତି

  24. Couplet 24

    ସ୍ୱଭାବେ ବିଷ୍ଣୁ ନିରଞ୍ଜନନୋହେ ପ୍ରକାଶ ସ୍ଥୂଳ ଶୂନ୍ୟ

  25. Couplet 25

    ଏ କଥା କହ ମୁନିବରନିର୍ମଳ ହେଉ ମୋ ଶରୀର

  26. Couplet 26

    ଏମନ୍ତ ପରୀକ୍ଷିତ ବାଣୀଶୁକ ବୋଲନ୍ତି ତାହା ଶୁଣି

  27. Couplet 27

    ତୁ ପୁଣ୍ୟବନ୍ତ ନୃପବରଚଞ୍ଚଳ ମନ ସ୍ଥିର କର

  28. Couplet 28

    ଜଗତ ଈଶ୍ୱର ମୁରାରିସଂସାର ମାୟାଯୋଗେ କରି

  29. Couplet 29

    ଭିଆଇ ସୂକ୍ଷ୍ମରୂପେ ଜୀବସ୍ଥାବର ଆଦି ଦେହୀ ସର୍ବ

  30. Couplet 30

    ଆଗେ ଭିଆଣ କଲା ମନଅହଙ୍କାର ବୁଦ୍ଧି ଚେତନ

  31. Couplet 31

    କର୍ମର ଅର୍ଥେ ଇନ୍ଦ୍ରିଗଣସର୍ଜିଲା ଆଦି ନାରାୟଣ

  32. Couplet 32

    କର୍ମରୁ ବାସନା ସମ୍ଭୂତତେଣୁଟି ବଦ୍ଧ ଏ ଜଗତ

  33. Couplet 33

    କର୍ମ ବାସନା ରଜ୍ଜୁ ବଳେପ୍ରାଣୀ ଭ୍ରମନ୍ତି ଏ ଶୟଳେ

  34. Couplet 34

    ଏଣୁ ସେ ଇହ ପରଲୋକେଫଳ ଭୁଞ୍ଜଇ ଦୁଃଖେ ସୁଖେ

  35. Couplet 35

    ଏ ଘେନି କର୍ମର ଭିଆଣପ୍ରବୃତ୍ତି ନିବୃତ୍ତି କାରଣ

  36. Couplet 36

    ଦେହ ଧାରଣା ଦଶପ୍ରାଣଭିରରେ ବାହାରେ ପ୍ରମାଣ

  37. Couplet 37

    ଏମନ୍ତ ସର୍ଜି ବିଶ୍ୱକାୟାତୁ ମୋତେ ପଚାରିଲୁ ଯାହା

  38. Couplet 38

    ବୋଲୁ ଯେ ବିଷ୍ଣୁର ମହିମାକେ ଜାଣିପାରେ ଗୁଣସୀମା

  39. Couplet 39

    ବେଦ କେମନ୍ତେ ତାହା ଜାଣିକହେ ମହିମା ପରିମାଣି

  40. Couplet 40

    ବୁଦ୍ଧି ଇନ୍ଦ୍ରିୟ ପ୍ରାୟ ମନଏହାଙ୍କ ବିଷୟ ପ୍ରମାଣ

  41. Couplet 41

    ଯେ ରୂପେ ହୋଇବ ପ୍ରବେଶତହିଁକି ଦେବ ଉପଦେଶ

  42. Couplet 42

    ବିଧାତା ଆଦି ଯେତେ ମୁନିବେଦରୁ ବ୍ରହ୍ମଭାଗ ଘେନି

  43. Couplet 43

    ସେ ବ୍ରହ୍ମଜ୍ଞାନକୁ ଶ୍ରବଣଆବର କରନ୍ତି ଧାରଣ

  44. Couplet 44

    ବେଦ ବଚନେ ବ୍ରହ୍ମ ଜାଣିଭବସାଗରୁ ତରେ ପ୍ରାଣୀ

  45. Couplet 45

    ବେଦୁଁ ପରମ ଗତି ପାନ୍ତିଉପନିଷଦ ଭାଗ ଚିନ୍ତି

  46. Couplet 46

    ଶୁଣ ପାଣ୍ତବ ଚୂଡାମଣିଯେମନ୍ତେ ବେଦୁଁ ବ୍ରହ୍ମ ଜାଣି

  47. Couplet 47

    ପୁଣ୍ୟ ଆଶ୍ରମ ବଦରିକାଯହିଁ ଗୋବିନ୍ଦ ବେନି ସଖା

  48. Couplet 48

    ସେ ନର ନାରାୟଣ ରୂପେସାଧନ୍ତି ଜନ୍ମସୁଖ ତପେ

  49. Couplet 49

    ଭାରତ ମଧ୍ୟେ ଯେତେ ଜନ୍ତୁଏହାଙ୍କ ତପ ତାଙ୍କ ହେତୁ

  50. Couplet 50

    କଳାପ ଗ୍ରାମେ ଯଜ୍ଞବାଟେମୁନିଏ ଅଛନ୍ତି ନିକଟେ

  51. Couplet 51

    ତହିଁ ନାରଦ ମହାମୁନିମିଳିଲେ ବିଷ୍ଣୁଭାବ ଘେନି

  52. Couplet 52

    ସେ ମୁନି ବିଷ୍ଣୁର ସ୍ୱରୂପଜୀବନମୁକ୍ତ ଜ୍ଞାନଦୀପ

  53. Couplet 53

    ନିରତେ ଜନ ଉପକାରେଭ୍ରମନ୍ତି ଚତୁର୍ଦ୍ଦଶପୁରେ

  54. Couplet 54

    ବୀଣାଶବଦ କରେ ବାଇମିଳିଲେ ବିଷ୍ଣୁ ପାଶେ ଯାଇ

  55. Couplet 55

    ଚରଣେ ଦେଇ ବେନିକରନମିଲେ ବ୍ରହ୍ମାଙ୍କ କୁମର

  56. Couplet 56

    କହନ୍ତି ଶୁକ ମୁନିବରଶୁଣ ପରୀକ୍ଷ ନୃପବର

  57. Couplet 57

    ବିଷ୍ଣୁ ନାରଦଙ୍କ ସମ୍ବାଦଶୁଣନ୍ତେ ନ ଲାଗେ ପ୍ରମାଦ

  58. Couplet 58

    ବୋଲି ନାରଦ ମହାଋଷିବିଷ୍ଣୁ ଚରଣତଳେ ବସି

  59. Couplet 59

    ନମଇଁ ପ୍ରଭୁ ନାରାୟଣତୁମ୍ଭର ଅଭୟଚରଣ

  60. Couplet 60

    ହୃଦରେ ଅଛି ମୋ ସନ୍ଦେହବ୍ରହ୍ମବିଚାର ମୋତେ କୁହ

  61. Couplet 61

    କହନ୍ତି ନାରାୟଣ ଋଷିନାରଦ ବାକ୍ୟ ପରଶଂସି

  62. Couplet 62

    ଶୁଣ ନାରଦ ଶୁଦ୍ଧଚେତାଜନଲୋକ ସମ୍ବାଦ କଥା

  63. Couplet 63

    ବ୍ରହ୍ମା ମନରୁ ଜାତ ହୋଇସନକ ଆଦି ଚାରିଭାଇ

  64. Couplet 64

    ଯୋଗ ସାଧନେ ଉର୍ଦ୍ଧ୍ୱରେତାବ୍ରହ୍ମବିଚାରେ ସେ ବକତା

  65. Couplet 65

    ସମାନ ବୁଦ୍ଧି ଚାରିଭାଇଶ୍ରୋତା ବକତା ହୋଇ ତହିଁ

  66. Couplet 66

    ତାହାଙ୍କ ମଧ୍ୟେ ବିଚାରଣଯେ ବ୍ରହ୍ମ ପରମକାରଣ

  67. Couplet 67

    ସେ ବ୍ରହ୍ମବିଚାର ସୂଚକେତୁମ୍ଭେ ନ ଥିଲ ଜନଲୋକେ

  68. Couplet 68

    ଅଗାଧ ଜଳେ ଶ୍ୱେତଦୀପେବିଷ୍ଣୁ ଶୟନ ମହାସର୍ପେ

  69. Couplet 69

    ଦେଖିବା ପାଇଁ ତୁମ୍ଭେ ଗଲସେ ଘେନି ସେ ଲୋକେ ନଥିଲ

  70. Couplet 70

    ତୁମ୍ଭ ଗଲାରେ ପ୍ରଶ୍ନ ହୋଇଶୁଣିଲି ଜନଲୋକ ମୁହିଁ

  71. Couplet 71

    ମୁନି ବୋଲନ୍ତି ନାରାୟଣଗହନ ବ୍ରହ୍ମ ବିଚାରଣ

  72. Couplet 72

    ମନ ବଚନେ ନୋହେ ଧରିବେଦ କି ପାରେ ଅନ୍ତଃ କରି

  73. Couplet 73

    ସମାନଜ୍ଞାନୀ ଚାରିମୁନିଶ୍ରୋତା ବକତା ଭାବ ଘେନି

  74. Couplet 74

    ବ୍ରହ୍ମ ସମ୍ବାଦ କଲେ ଯାହାଭୋ ନାଥ ମୋତେ କହ ତାହା

  75. Couplet 75

    କହନ୍ତି ପ୍ରଭୁ ନାରାୟଣନାରଦ ସାବଧାନେ ଶୁଣ

  76. Couplet 76

    ବ୍ରହ୍ମାର ସେ ଚାରି କୁମରମହାମହିମା ତାହାଙ୍କର

  77. Couplet 77

    ସନନ୍ଦ ମୁନି ମୁଖ ଚାହିଁବ୍ରହ୍ମ ପୁଚ୍ଛିଲେ ତିନିଭାଇ

  78. Couplet 78

    ମୁନିଏ ବାଳଖିଲ୍ୟା ଆଦିଅନେକ ଥିଲେ ବ୍ରହ୍ମବାଦୀ

  79. Couplet 79

    ସନନ୍ଦ କହେ ଶୁଦ୍ଧମନେବ୍ରାହ୍ମଣେ ଶୁଣ ସାବଧାନେ

  80. Couplet 80

    ପୁରାଣ ପୁରୁଷ ମୁରାରିମାୟାର ବଳେ ସୃଷ୍ଟି କରି

  81. Couplet 81

    ପାଳନ ଧର୍ମରୂପେ କଲାପୁଣି ପ୍ରଳୟେ ସଂହାରିଲା

  82. Couplet 82

    ସେ ମାୟା ନିଜ ଦେହେ ଧରିଜଳ ଶୟନେ ନରହରି

  83. Couplet 83

    ବିଷ୍ଣୁ ରଜନୀ ପ୍ରକାଶିଲାକେ ଜାଣେ କେତେଗାଳ ଗଲା

  84. Couplet 84

    ପ୍ରବୋଧ କାଳେ ସେ ପୁରୁଷଅଳସେ ଛାଡିଲା ନିଶ୍ୱାସ

  85. Couplet 85

    ଶୁଭିଲା ପ୍ରଚଣ୍ତ ଶବଦତହୁଁ ଜନ୍ମିଲେ ତିନି ବେଦ

  86. Couplet 86

    ଦୁର୍ଗମ ଅନ୍ଧକାର ଦେଖିଭୟେ ବୁଜିଲେ ବେନିଆଖି

  87. Couplet 87

    ବିଷ୍ଣୁର ତେଜ ସେ ବହନ୍ତିବିଷ୍ଣୁ ଭେଟିଲେ ଯିବ ଭ୍ରାନ୍ତି

  88. Couplet 88

    ଏତେ ବିଚାର ମନେ ଘେନିସ୍ତୁତି କରନ୍ତି ବେଦ ତିନି

  89. Couplet 89

    ମାଗଧେ ରଜନୀର ଅନ୍ତେରାଜାଙ୍କୁ ଡାକନ୍ତି ଯେମନ୍ତେ

  90. Couplet 90

    ପ୍ରଥମେ ଜୟ ଜୟ ସ୍ତୁତିନିର୍ଗୁଣ ନିଗମେ ବୋଲନ୍ତି

  91. Couplet 91

    ଜୟ ଅଜିତ ଆଦିକନ୍ଦ ଆଦିକନ୍ଦନିର୍ଲେପ ପରମ ଆନନ୍ଦ

  92. Couplet 92

    ଜୟ ମଙ୍ଗଳ ଜଗନ୍ନାଥଏ ଜୀବ ତୋର ତହୁଁ ଜାତ

  93. Couplet 93

    ସ୍ଥାବର ଆଦି ଚାରି ମୂଳେବନ୍ଧନ ବାସନାର ବଳେ

  94. Couplet 94

    ତୋର ମାୟାରେ ଭ୍ରମ ପାଇନାନା ଯୋନିରେ ଜାତ ହୋଇ

  95. Couplet 95

    ଭ୍ରମନ୍ତି ତୋ ଭାବ ନ ପାଇତାହାଙ୍କ ମାୟା ଛେଦ ତୁହି

  96. Couplet 96

    ସେ ମାୟା ପ୍ରକାଶିବୁ କେତେଗୁଣ ଯେ ଭଜେ ଦୋଷ ଅର୍ଥେ

  97. Couplet 97

    ତୁ ଆତ୍ମାଗୁଣେ ନରହରିଅଷ୍ଟମ ନିଧି ଯୋଗଧାରୀ

  98. Couplet 98

    ଉପାଧି ଭେଦେ ନୋହୁଁ ସଙ୍ଗସଲିଳେ ଯେସନେ ତରଙ୍ଗ

  99. Couplet 99

    ପରମ ଆତ୍ମା ରୂପେ ବସୁଜୀବର ଶକ୍ତି ତୁ ପ୍ରକାଶୁ

  100. Couplet 100

    ତୋ ମାୟା ତରିବାର ଆଶେବୈରାଗ ଜ୍ଞାନ ସେ ଅଭ୍ୟାସେ

  101. Couplet 101

    ନାନାପ୍ରକାରେ ବୁଦ୍ଧି କରିତୋ ମାୟା ନ ପାରନ୍ତି ତରି

  102. Couplet 102

    ଏଣୁ ଜୀବର ଘୋର ମାୟାତୁଟଇ ଯାକୁ କରୁ ଦୟା

  103. Couplet 103

    ଅନାଦିମାୟା ସୃଷ୍ଟି କାଳେତୁ ସେ ମାୟାର ସଙ୍ଗମେଳେ

  104. Couplet 104

    ଜୀବ ପରମ ରୂପ ଧରିତୋହର କ୍ରୀଡା ନରହରି

  105. Couplet 105

    ଅନନ୍ତ ଶକ୍ତି ତୋର ମାୟାକେ ଜାଣିପାରେ ନାଥ ତାହା

  106. Couplet 106

    ଆଦି ଅନ୍ତ ନାହିଁ ତୋହରଏ ଘେନି କେ କରୁ ଗୋଚର

  107. Couplet 107

    ଦ୍ୱିତୀୟେ ବୃହଦୁପଲବ୍ଧଭାବେ ବୋଲନ୍ତି ତିନି ବେଦ

  108. Couplet 108

    ତୁ ନାଥ ପରମଆନନ୍ଦସଂସାର ମୂଳ ଆଦିକନ୍ଦ

  109. Couplet 109

    ତୁ ବୋଲୁ ବେଦ ଯେ ଅନାଦିସର୍ବ ପାରନ୍ତି ଏ ସମ୍ପାଦି

  110. Couplet 110

    ବାସବ ଆଦି ଦେବଗଣଏ ଦେବେ ଯଜ୍ଞରେ ବରଣ

  111. Couplet 111

    କର୍ମ କରଣ ଶୁଭାଶୁଭମୋକ୍ଷାଦି ଦିଅନ୍ତି ଏ ସର୍ବ

  112. Couplet 112

    ତହିଁ କି କହିବୁ ତୋ ଆଗେପବନ ଯୋଗେ ଜଳବିମ୍ବେ

  113. Couplet 113

    କରିବା ଯେତେ ଅନୁମାନଜଳୁ ସେ ନୁହନ୍ତି ତା ଭିନ୍ନ

  114. Couplet 114

    ତୁ ସର୍ବମୟ ନିରାକାରଅଶେଷ ଶେଷ ନାହିଁ ତୋର

  115. Couplet 115

    ସୃଷ୍ଟି ସମ୍ବୂତ ତୋର ତହୁଁତୁ ବ୍ରହ୍ମ ବିକାର ଯେ ନୋହୁ

  116. Couplet 116

    ଘଟାଦି ମୃତ୍ତିକା ଯେସନେଉଦୟ ଅସ୍ତ ଅନୁମାନେ

  117. Couplet 117

    ବାସବ ଆଦି ଏ ଜଗତେତୋହର ସଞ୍ଚିଲା ଜଗତେ

  118. Couplet 118

    ଏ ଘେନି ଋଷିଗଣ ଯେତେମନବଚନ ଦେଇ ତୋତେ

  119. Couplet 119

    ସମର୍ପି ତୋ ପାଦ କମଳେତୋ ମାୟା ନିସ୍ତରନ୍ତି ହେଳେ

  120. Couplet 120

    ଦିଗପାଳଙ୍କ ପୂଜା ଘେନିଯଜ୍ଞେ କି ନ ତରିବେ ମୁନି

  121. Couplet 121

    କାଷ୍ଠ ତୃଣ ଅବା ପାଷାଣଏଣେ ଯେ ଚାଳନ୍ତି ଚରଣ

  122. Couplet 122

    ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତିଜାଣିଲେ ଭୂମିରେ ସେ ଥାନ୍ତି

  123. Couplet 123

    ତୃତୀୟେ ଇତି ବେଦେ ବାଣୀଭାବେ ବୋଲନ୍ତି ପରିମାଣି

  124. Couplet 124

    ତ୍ରି ଅଧପତି ତୋର ନାମକହିବୁଁ ଶୁଣ ସାବଧାନ

  125. Couplet 125

    ତ୍ରିଗୁଣ ମାୟାଯନ୍ତ୍ର କରିମୃଗୀ ନଚାଉ ନରହରି

  126. Couplet 126

    ଏଣୁ ତୋ ତ୍ରିଅଧିପ ନାମଶୁଣ କହିବୁଁ ଗୁଣ ଗ୍ରାମ

  127. Couplet 127

    ଆଦ୍ୟେ ଯେ ମୃଗ ଅନ୍ୱେଷଣତାହାର ଅର୍ଥଟି ଭ୍ରମଣ

  128. Couplet 128

    ସେ ଭ୍ରମ ଅଛି ଯାର ତହିଁଏ ଘେନି ମୃଗୀ ସେ ବୋଲାଇ

  129. Couplet 129

    ଅଶେଷ ଯୋନି ମଧ୍ୟେ ଥାଇଜୀବ ଭ୍ରମଇ ଦେହ ବହି

  130. Couplet 130

    ଏଣୁ ଏ ଜୀବ ମୃଗୀ ନାମଯେଣୁ ନିରତେ ତାର ଭ୍ରମ

  131. Couplet 131

    ତ୍ରିଗୁଣ ସତ୍ତ୍ୱ ରଜ ତମଏମନ୍ତ ଯନ୍ତ୍ର ଅନୁମାନ

  132. Couplet 132

    ନାନା ବିଷୟ ବିଦ୍ୟମାନେଜୀବ ନାଚଇ ସାବଧାନେ

  133. Couplet 133

    ଏଣୁ ତ୍ରିଅଧିପ ବୋଲାଉଯେ ଯନ୍ତ୍ରେ ଜୀବକୁ ନଚାଉ

  134. Couplet 134

    ଏମନ୍ତେ ବେଦ ଅନୁମାନିପୁଣି ବୋଲନ୍ତି ଭାବ ଘେନି

  135. Couplet 135

    ସଂସାରେ ସୁପଣ୍ତିତ ପ୍ରାଣୀତୋ ଅନୁମାନେ ତୋତେ ଜାଣି

  136. Couplet 136

    ତୋ କଥା ଅମୃତ ସାଗରଅଶେଷ ପାପ ଯହିଁ ଦୂର

  137. Couplet 137

    ସେ ଜଳେ ମନ ବୁଡାଇଲେନଲାଗେ ତାପତ୍ରୟ ଭଲେ

  138. Couplet 138

    ତୋ ନାମ ମହିମା ଏମନ୍ତତୋ ରୂପ କେ କରିବ ଅନ୍ତ

  139. Couplet 139

    ଯୋଗୀଏ ବସି ଯୋଗାସନେଅଖଣ୍ତାନନ୍ଦ ରୂପ ଧ୍ୟାନେ

  140. Couplet 140

    ଅନ୍ତଃ କରଣେ ତାହା ଧରିତେଜି କାମାଦି ଷଡ ଅରି

  141. Couplet 141

    ଗର୍ଭ ଜନ୍ମ ବାଳ କିଶୋରତରୁଣ ବୃଦ୍ଧ ଦେହାନ୍ତର

  142. Couplet 142

    ଏ ସପ୍ତଦଶା ଜିଣି କରିମାୟା ସଂସାର ଯାନ୍ତି ତରି

  143. Couplet 143

    ଚତୁର୍ଥେ ଈଶ୍ୱରର ସ୍ତୁତିନିର୍ମଳ ନିଗମେ ବୋଲନ୍ତି

  144. Couplet 144

    ଭୋ ନାଥ କମ୍ବୁଚକ୍ରପାଣିତୋତେ ଯେ ନ ଭଜନ୍ତି ପ୍ରାଣୀ

  145. Couplet 145

    ଶରୀର ବହି ଏ ଶୟଳେପ୍ରାଣ ତରନ୍ତି ସୁଖ ଭୋଳେ

  146. Couplet 146

    ତାଙ୍କ ଜୀବନ ଅକାରଣଭୋ ନାଥ ଶୁଣ ନାରାୟଣ

  147. Couplet 147

    କର୍ମକାରକ ଯନ୍ତ୍ର ବଳେଭାତିଏ ଗର୍ଜୁଥାନ୍ତି ଶାଳେ

  148. Couplet 148

    ଛାଡିଲେ ନଥାଇ ପବନତେମନ୍ତ ତାହାଙ୍କ ଜୀବନ

  149. Couplet 149

    ମହତ ଅହଙ୍କାର ମନଗଗନ ଆବର ପବନ

  150. Couplet 150

    ଜଳ ଅନଳ ସଙ୍ଗେ ମହୀତୋ ଅନୁଗ୍ରହେ ଜଡ ହୋଇ

  151. Couplet 151

    ବ୍ରହ୍ମାଣ୍ତ ହୋଏ ଦେହଧାରୀତୁ ନାଥ ଜୀବରୂପ ଧରି

  152. Couplet 152

    ପଞ୍ଚଶରୀରେ ତୋର ବାସଯାହାକୁ ବୋଲି ପଞ୍ଚକୋଷ

  153. Couplet 153

    ଅନ୍ନ ଯେ ପ୍ରାଣ ଆର ମନବିଜ୍ଞାନ ଆନନ୍ଦ ଏ ନାମ

  154. Couplet 154

    ଏ ପଞ୍ଚପୁରେ ତୁ ଯେ ପଶିଜ୍ୟୋତିସ୍ୱରୂପ ପରକାଶି

  155. Couplet 155

    ଏହାଙ୍କୁ ତୁଲେ ଲଗ୍ନ ନୋହୁଯେଣୁ ନିର୍ଲେପ ରୂପ ବହୁ

  156. Couplet 156

    ଏଣୁ ତୋ ଚରଣ କମଳେଯେ ନ ଭଜନ୍ତି ସୁଖଭୋଳେ

  157. Couplet 157

    ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭସେ ପ୍ରାଣୀ ଲଭେ ପରାଭାବ

  158. Couplet 158

    ଉଦର ପଞ୍ଚମରେ ସ୍ତୁତିବେଦେ ବାସୁଦେବ ବୋଲନ୍ତି

  159. Couplet 159

    ଶୁଣ ହେ ପରମ କାରଣଋଷିଙ୍କ ମାର୍ଗ ବିଚାରଣ

  160. Couplet 160

    ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତିସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି

  161. Couplet 161

    ଗୁରୁଙ୍କ ଉପଦେଶ ଶୁଣିଉଦରେ ବ୍ରହ୍ମ ପରିମାଣି

  162. Couplet 162

    କୁମ୍ଭକ କର୍ମେ ବାୟୁ ପୁରିନାଭିଚକ୍ରକୁ ଧ୍ୟାନ କରି

  163. Couplet 163

    ଉଦର ଚକ୍ରେ ଦୃଷ୍ଟିସ୍ଥିରେଚିନ୍ତତି ପବନ ନିଶ୍ଚଳେ

  164. Couplet 164

    ଚକ୍ର ପବନେ ସୂକ୍ଷ୍ମ ରେଣୁନୟନେ ଆଚ୍ଛାଦଇ ତେଣୁ

  165. Couplet 165

    ତାହାକୁ ଅନ୍ଧ ବୋଲି ଜାଣିସେ ତୋତେ କାହିଁ ପରିମାଣି

  166. Couplet 166

    ସେ ନାଭିଚକ୍ର ଉର୍ଦ୍ଧ୍ୱଗତେଦଶ ଅଙ୍ଗୁଳି ପରିମିତେ

  167. Couplet 167

    ସହସ୍ର ସଂଖ୍ୟା ଦ୍ୱିସପ୍ତତିନାଡୀଏ ଅଧ ଉର୍ଦ୍ଧ୍ୱେଛନ୍ତି

  168. Couplet 168

    ଏହାଙ୍କ ଦେହେ ପ୍ରାଣ ବହେଦେହ ଆବୋରି ବସ୍ତ୍ର ପ୍ରାୟେ

  169. Couplet 169

    ଏ ନାଡୀମାନଙ୍କର ମୂଳନାମ ତା ହୃଦୟ କମଳ

  170. Couplet 170

    ଆରୁଣି ବଂଶେ ଯେତେ ମୁନିତାହାଙ୍କ ଗୁରୁ ଶିକ୍ଷା ଘେନି

  171. Couplet 171

    ସେ ତୋତେ ସୂକ୍ଷ୍ମରୂପେ ଚିନ୍ତିହୃଦୟେ ଧ୍ୟାନ ସେ କରନ୍ତି

  172. Couplet 172

    ଭୋ ନାଥ ସୂକ୍ଷ୍ମର ମହିମାଆମ୍ଭେ କରିବୁ ଗୁଣ ସୀମା

  173. Couplet 173

    ତୀକ୍ଷ୍ମ ଶସ୍ତ୍ରରେ ବାଳ ଅଗ୍ରଚିରି କରିବ ଦଶଭାଗ

  174. Couplet 174

    ତାହାକୁ ପୁଣି ସହସ୍ରକେଚିରି ଗଣିବ ଏକେ ଏକେ

  175. Couplet 175

    ତହିଁର ଏକ ଭାଗ ସମସୂକ୍ଷ୍ମ ବୋଲାଇ ତାର ନାମ

  176. Couplet 176

    ତହିଁ ଯାହାର ମନ ରହେତା ତହୁଁ ଅଧିକ ବୋଲାଏ

  177. Couplet 177

    ଏ ଦୁଇ ଚକ୍ର ଭେଦ କଲେସୁଷୁମ୍ନା ରନ୍ଧ୍ରେ ଯୋଗବଳେ

  178. Couplet 178

    ମୃଣାଳସୂତ୍ର ରନ୍ଧ୍ର ପଥେମନ ପବନ ଉର୍ଦ୍ଧ୍ୱଗତେ

  179. Couplet 179

    ଶିର କମଳେ ଯେବେ ମିଶେତୋ ରୂପ ତାହାକୁ ପ୍ରକାଶେ

  180. Couplet 180

    ଛାଡଇ ଭବ ଭୟ ଭ୍ରାନ୍ତିସେ ଯମ ମୁଖେ ନ ପଡନ୍ତି

  181. Couplet 181

    ସ୍ୱକୃତ ବିଚିତ୍ର ସଷ୍ଟମବେଦେ ବୋଲନ୍ତି ଗୁଣଗ୍ରାମ

  182. Couplet 182

    ତୋର ସଞ୍ଚିଲା ନାନା ଯୋନିତୁ ତହିଁ ଜୀବରୂପ ଘେନି

  183. Couplet 183

    ବାସନା ବଳେ ଉଚ୍ଚ ନୀଚ୍ଚଏଣୁଟି ତୋ ରୂପ ପ୍ରପଞ୍ଚ

  184. Couplet 184

    ଅଣୁ ପ୍ରମାଣେ ସୂକ୍ଷ୍ମ ସ୍ଥୂଳେରୂପ ପ୍ରକାଶୁ ମାୟା ବଳେ

  185. Couplet 185

    କାଷ୍ଠ ପ୍ରମାଣେ ଅଗ୍ନି ଯେହ୍ନେଜ୍ୟୋତି ପ୍ରକାଶେ ସ୍ଥୂଳେ ଶୂନ୍ୟେ

  186. Couplet 186

    ଏ ନାନା ଜ୍ୟୋତି ଯେତେବେଳେବିନାଶ ହୋନ୍ତି କର୍ମ ବଳେ

  187. Couplet 187

    ତୁ ଏକା ରହୁ ଅବସାନେଘଟ ବିନାଶେ ଚନ୍ଦ୍ର ଯେହ୍ନେ

  188. Couplet 188

    ଏମନ୍ତ କରି ଅନୁମାନଯାର ପ୍ରକାଶେ ଦିବ୍ୟଜ୍ଞାନ

  189. Couplet 189

    ଚୈତନ୍ୟ ସତ୍ୟ ତାହାଙ୍କରସେ ତୋତେ କରନ୍ତି ବିଚାର

  190. Couplet 190

    ତୋର ବିହାର ଆତ୍ମ ସୁଖେପ୍ରକାଶ ଇହ ପରଲୋକେ

  191. Couplet 191

    ମିଥ୍ୟା ପ୍ରକାଶ ଏହା ଜାଣିଆତ୍ମାସ୍ୱରୂପ ପରିମାଣି

  192. Couplet 192

    ଏ ସର୍ବ ଛାଡି ତୋ ଶରଣେପଶନ୍ତି ଅଭୟ ଚରଣେ

  193. Couplet 193

    ତୋ ରୂପ ଏକରସେ ରସିପରମ କ୍ଷେମ ଧାମେ ମିଶି

  194. Couplet 194

    ସ୍ୱକୃତ ସ୍ତୁତି ସପତମେବିଷ୍ଣୁଙ୍କୁ ବୋଲନ୍ତି ନିଗମେ

  195. Couplet 195

    ଅନନ୍ତ ପ୍ରଭୁ ହେ ଅଚ୍ୟୁତତୋର ସଂଚିଲା ଏ ଜଗତ

  196. Couplet 196

    ମାୟାରେ ଭିଆଇ ବ୍ରହ୍ମାଣ୍ତଅଶେଷ ରୂପେ କରୁ ପିଣ୍ତ

  197. Couplet 197

    ପୁଣି ଏ ପ୍ରପଞ୍ଚେ ପ୍ରକାଶବାସନା ଅନ୍ତେ ହୋଇ ନାଶ

  198. Couplet 198

    କର୍ମ ନଥିଲେ ଜୀବ କାହୁଁତୁହି ସେ ଅବଶେଷେ ରହୁ

  199. Couplet 199

    ପ୍ରାଣୀର ବାହ୍ୟ ଅନ୍ତେ ଥାଉସ୍ୱଭାବେ ପଞ୍ଚକୋଷ ବହୁ

  200. Couplet 200

    ଘଟକୁ ଥୋଇ ଯେହ୍ନେ ନୀରପୁରଇ ଭିତର ବାହାର

  201. Couplet 201

    ଅଶେଷ ଦେହେ ନାରାୟଣଏ ପିଣ୍ତ ତୋହର ଭିଆଣ

  202. Couplet 202

    ଏ ପିଣ୍ତ ବାହ୍ୟ ଅଭ୍ୟନ୍ତରେତୋ ତହୁଁ କେ ଅଛି ଅପରେ

  203. Couplet 203

    ସ୍ୱକର୍ମେ ଯେତେ ଦେହ ଜାତତୋ ଅଂଶ ତାର ମଧ୍ୟଗତ

  204. Couplet 204

    କର୍ମରେ ଯେ ଫଳ ଉପୁଜେତୋ ଅଂଶ ଦେହ ମଧ୍ୟେ ଭୁଞ୍ଜେ

  205. Couplet 205

    ଜୀବର ଏହି ଗତି ଜାଣିତୋ ପାଦେ ଭଜନ୍ତି ଯେ ପ୍ରାଣୀ

  206. Couplet 206

    ଜୀବର ବଳ ଅଳ୍ପ ପ୍ରାୟେସକଳ ଶକ୍ତି ତୋର ପ୍ରାୟେ

  207. Couplet 207

    ତେଣୁ ସକଳ ତ୍ୟାଗ କରିତୋ ପାଦ ଚିନ୍ତେ ବ୍ରହ୍ମଚାରୀ

  208. Couplet 208

    ବେଦରୁ ଯେତେ କର୍ମ ଫଳେସେ ଥାନ୍ତି ତୋ ଚରଣ ତଳେ

  209. Couplet 209

    ଏଣୁ ତୋ ପାଦେ ଯାର ଆଶନ ଲାଗେ ଭବ-ବନ୍ଧ-ପ୍ରାସ

  210. Couplet 210

    ବେଦଙ୍କ ସ୍ତୁତି ଯେ ଅଷ୍ଟମବୋଲନ୍ତି ଯେ ଦୁରବଗମ

  211. Couplet 211

    କେହି ତା ତତ୍ତ୍ୱ ନ ଜାଣଇତାହା ତୁ ଜଣାଇବା ପାଇଁ

  212. Couplet 212

    ନାନା ଯୋନିରେ ରୂପ ତୋରତୁ ଏକ ବାହାର ଭିତର

  213. Couplet 213

    ଅମୃତସିନ୍ଧୁ ତୋର ନାମଅବଗାହନେ ନାଶେ ଶ୍ରମ

  214. Couplet 214

    ପରମଜ୍ଞାନୀ ତାହା ଜାଣିତୋ ନାମ ଜଳେ ପରମାଣି

  215. Couplet 215

    ନିରେତ ଅବଗାହ କରିଶ୍ରମ ଛାଡନ୍ତି ନାମ ଧରି

  216. Couplet 216

    ସଂସାର ମତେ ବେଦ ଧର୍ମସାଧି ଲଭନ୍ତି ପ୍ରାଣୀ ଶ୍ରମ

  217. Couplet 217

    ତୋ ନାମ ସୁଧାଜଳେ ବୁଡିଜ୍ଞାନ ସାଧନା ଶ୍ରମ ଛାଡି

  218. Couplet 218

    ମୋକ୍ଷକୁ ନ କରି ସେ ଇଚ୍ଛାତୋ ନାମ ତତ୍ତ୍ୱେ କରି ଦୀକ୍ଷା

  219. Couplet 219

    ତୋ ନାମ ସ୍ୱର୍ଗ-ଅପବର୍ଗତେଣୁ ଛାଡିଲେ ଜ୍ଞାନମାର୍ଗ

  220. Couplet 220

    ଭକ୍ତିରେ ତୋ ନାମ ଆବୋରିବେଗେ ତରିଲେ ଭବବାରି

  221. Couplet 221

    ତୋ ନାମ ସୁଧା ସିନ୍ଧୁଜଳେହଂସର ପ୍ରାୟ ଜ୍ଞାନୀ ଭୋଳେ

  222. Couplet 222

    ବୁଡି ଉଠନ୍ତି ପୁଣ ପୁଣିତୋ ନାମ ଉଚ୍ଚସ୍ୱରେ ଭଣି

  223. Couplet 223

    ନିତ୍ୟେ ସୁମରି ତୋ ଚରଣତାହାଙ୍କୁ ନ ଲାଗେ ମରଣ

  224. Couplet 224

    ସଂସାର ଛାଡି ସୁଖଭୋଳେଯେ ତାଇ ତାଙ୍କ ସଙ୍ଗ ମେଳେ

  225. Couplet 225

    ତୋତେ ଜାଣନ୍ତି ସତସଙ୍ଗେନ ଲାଗେ ଭବଦୁଃଖ ଅଙ୍ଗେ

  226. Couplet 226

    ତ୍ୱପନୁପଥ ଯେ ନବମକୃଷ୍ଣଙ୍କୁ ବୋଲନ୍ତି ନିଗମ

  227. Couplet 227

    ଶୁଣ ହେ କମଳାର ବରଯେତେ ଏ ଜନ୍ତୁଙ୍କ ଶରୀର

  228. Couplet 228

    ତୋହର ଅନୁପଥ ଏହିଯେଣୁ ଏହାଙ୍କ ପଥେ ତୁହି

  229. Couplet 229

    ଜୀବ ପରମ ରୂପ ଧରିତୋ ଭୋଗ କ୍ରୀଡା ଅନୁସରି

  230. Couplet 230

    ଏଣୁ ତୋ ଅନୁପଥ ଏହିକୁଲାୟ ନାମ ଏ ବୋଲାଇ

  231. Couplet 231

    ତୁ ନୋହୁ ଲଗ୍ନ ଏ ଶରୀରେନଳିନୀ ଥାଇ ଯେହ୍ନେ ନୀରେ

  232. Couplet 232

    ତୋର ମହିମା ଯେ ନ ଜାଣିଦେହକୁ ସତ୍ୟ ପ୍ରାୟ ମଣି

  233. Couplet 233

    ପ୍ରିୟ ସୁହୃଦ ବନ୍ଧୁ ପ୍ରାୟେପ୍ରୀତି କରନ୍ତି ମୃତ ଦେହେ

  234. Couplet 234

    ତୋତେ ନ ଭଜେ ସୁଖଭୋଳେବାଳକ ଯେହ୍ନେ ମାତା କୋଳେ

  235. Couplet 235

    ମାତାର ପ୍ରାୟ ହିତ ତୁହିଅଜ୍ଞାନ ତୋତେ ନ ଜାଣଇ

  236. Couplet 236

    ତୁ ଆତ୍ମାହିତ ପ୍ରିୟବନ୍ଧୁନିର୍ବାଣଦାତା ସୁଖସିନ୍ଧୁ

  237. Couplet 237

    ଏ ବୀପରୀତ କିବା କହିଦେହ ଘେନିଣ ଭ୍ରମେ ମହୀ

  238. Couplet 238

    ଦେହକୁ ମଣିଥାଇ ସତ୍ୟଅନିତ୍ୟ ଜଳବିମ୍ବ ବତ

  239. Couplet 239

    ଏଣେ ଯାହାର ପ୍ରୀତି ହୋଇଅସାଧୁଜନ ମଧ୍ୟେ ସେହି

  240. Couplet 240

    ଉତ୍ତମ ନାବ ଥାଉଁ କୂଳେସେ ଯେ ନ ତରେ ଭବଜଳେ

  241. Couplet 241

    କୁଦେହ ଘେନି ଭବେ ଭ୍ରମିଜନ୍ମ ମରଣ ପଥେ ଶ୍ରମି

  242. Couplet 242

    ତାହାକୁ ବୋଲି ଆତ୍ମାହତନିଷ୍ଫଳ ତାହାଙ୍କ ଜୀବନ

  243. Couplet 243

    ନିଭୃତ ମରୁତ୍ ଦଶ ସ୍ତୁତିନିଗମେ ନିର୍ଭରେ ବୋଲନ୍ତି

  244. Couplet 244

    ଅଷ୍ଟାଙ୍ଗଯୋଗେ ମୁନିଜନେବସି ନିର୍ଜନ ଘୋର ବନେ

  245. Couplet 245

    ଇନ୍ଦ୍ରିୟଗଣ କରି ବନ୍ଦୀମନ ପବନ ହୃଦେ ଛନ୍ଦି

  246. Couplet 246

    ଯାହା ଲଭିବା ଅର୍ଥେ ଚିତ୍ତେଚିନ୍ତା କରନ୍ତି ଅବିରତେ

  247. Couplet 247

    ଯେ ତୋତେ ଶତ୍ରୁପଣେ ଚିନ୍ତିସେ ପୁଣି ତୋ ଦେହେ ପଶନ୍ତି

  248. Couplet 248

    ଭୋ ନାଥ ତୋର ଯେତେ ଗଣଆଉ କହିବୁଁ କିଛି ଶୁଣ

  249. Couplet 249

    ଗୋପନଗରେ ନାରୀଜନେକୁବୁଜୀ ଆଦି ମଧୁବନେ

  250. Couplet 250

    ସେ ତୋରେ ପରିଗ୍ରହ ହୋଇଚୁମ୍ବନ ଆଲିଙ୍ଗନ ଦେଇ

  251. Couplet 251

    ଭୋ ନାଥ ତୋର ବେନିକରଉରଗଇନ୍ଦ୍ର ପଟାନ୍ତର

  252. Couplet 252

    ସେ ଭୁଜେ ଆଲିଙ୍ଗନ ପାଇମନ ବଚନ ତୋତେ ଦେଇ

  253. Couplet 253

    କାମିନୀ ରୂପେ ଭାବବୋଳେସେ ତୋତେ ଭଜିଲେ ନିଶ୍ଚଳେ

  254. Couplet 254

    ଆମ୍ଭେ ସକଳ ବେଦବୃନ୍ଦେଭାବେ ପଶିବୁଁ ସେହି ପାଦେ

  255. Couplet 255

    ଯେଣୁ ତୋ ରିପୁ ମିତ୍ର ନାହିଁସମଦରଶୀ ତେଣୁ ତୁହି

  256. Couplet 256

    ପ୍ରପଞ୍ଚେ ଉଚ୍ଚ ନୀଚ ଯୋନିତୁ ବହୁ ଲୀଳାଭାବ ଘେନି

  257. Couplet 257

    ଏ ଯେ ତୋହର ପଦ୍ମପାଦସ୍ରବଇ ସୁଧାମକରନ୍ଦ

  258. Couplet 258

    ସେ ପାଦେ ଆମ୍ଭ ବୁଦ୍ଧି ମତିପ୍ରେମ ଭକ୍ତିରେ ଭଜୁ ନିଜି

  259. Couplet 259

    କ ଇହ ଏକାଦଶ ବାଣୀବେଦେ ବୋଲନ୍ତି ପରିମାଣି

  260. Couplet 260

    ତୁ ନାଥ କରୁଣାଜଳଧିସର୍ବବିଷୟ ପୂର୍ବସିଦ୍ଧି

  261. Couplet 261

    ତୋ ତହୁଁ ସୃଷ୍ଟି ଆଦିକାଳେପ୍ରାଣୀ ଉପୁଜେ ମାୟାବଳେ

  262. Couplet 262

    ଉପୁଜି ପ୍ରଳୟ ହୁଅନ୍ତିଏ ଘେନି ତୋତେ ନ ଜାଣନ୍ତି

  263. Couplet 263

    ତୋହର ନାହିଁ ମୋହ ଦ୍ୱନ୍ଦଏଣୁ ବୋଲାଉ ଆଦିକନ୍ଦ

  264. Couplet 264

    ବିଧାତା ଜାତ ତୋର ତହୁଁନିଗମ ଜାତ ଯାର ଦେହୁଁ

  265. Couplet 265

    ତୋ ତହୁଁ ଦେବାସୁର ଜାତତାପତ୍ରୟାଦି ଏ ଜଗତ

  266. Couplet 266

    ବ୍ରହ୍ମା ସୃଷ୍ଟିରେ ଜାତ ଯେତେଏ ଘେନି କେ ଜାଣିବ ତୋତେ

  267. Couplet 267

    ତୋହର ଆଶ୍ରେ ଏ ଜଗତସୃଷ୍ଟି ପ୍ରଳୟ ତୋର ମତ

  268. Couplet 268

    ସୃଷ୍ଟି ସଂହାରି ଯୋଗବଳେଶୟନ କରୁ ମହାଜଳେ

  269. Couplet 269

    ସେ କାଳେ ପ୍ରାଣୀ ଯେବେ ଥାନ୍ତେତୋ ରୂପ ନୟନେ ଦେଖନ୍ତେ

  270. Couplet 270

    ଅବନୀ ଆଦି ପଞ୍ଚଭୂତମହତ ଆଦି ତିନିତତ୍ତ୍ୱ

  271. Couplet 271

    ଅସତ୍ୟ ସତ୍ୟ ଏ ବୋଲାନ୍ତିଏ କାହୁଁ ତୋ ରୂପ ଜାଣନ୍ତି

  272. Couplet 272

    ତୋର ମହିମା ଜ୍ଞାନିଜନେଦୁର୍ଲ୍ଲଭ ଗଗନ ଯେସନେ

  273. Couplet 273

    ବ୍ରହ୍ମବିଚାରି ଶାସ୍ତ୍ରଭାବେବେଦ ବିଚାରି ତୋର ଲାଭେ

  274. Couplet 274

    ସକଳେ ଯାନ୍ତି ଉପହାସେଭକତ ରହେ ତୋର ପାଶେ

  275. Couplet 275

    ଜନି ଅସତ ଏ ଦ୍ୱାଦଶବେଦେ ବୋଲନ୍ତି ହରିଯଶ

  276. Couplet 276

    ବଇଶେଷିକ ଶାସ୍ତ୍ରପଥତୋତେ ବିଚାରେ ନାମମାତ୍ର

  277. Couplet 277

    ବିନାଶ ଏକବିଂଶ ଦୁଃଖମୋକ୍ଷ ବୋଲନ୍ତି ନୈୟାୟିକ

  278. Couplet 278

    ସତ ଅସତ ମାର୍ଗେ ଚିନ୍ତିମିଥ୍ୟା ଏ ଜଗତ ବୋଲନ୍ତି

  279. Couplet 279

    ବ୍ରହ୍ମ ଯେ ବିଦ୍ୟମାନ ସତ୍ୟବିଚାରେ ପାତଞ୍ଜଳି ମତ

  280. Couplet 280

    ସାଂଖ୍ୟଯୋଗୀଙ୍କ ବିଚାରଣାଜଗତ ଆତ୍ମକଳପଣା

  281. Couplet 281

    କର୍ମ ବେଭାର ମୀମାଂସକେଜଗତ ସତ୍ୟ ତାଙ୍କ ଲେଖେ

  282. Couplet 282

    ଏ ଭ୍ରାନ୍ତି ଶାସ୍ତ୍ରମାର୍ଗେ ଭ୍ରମିବିବାଦେ ହୋନ୍ତି ପରିଶ୍ରମୀ

  283. Couplet 283

    ଭ୍ରମେ ଭ୍ରମନ୍ତି ବହୁଶ୍ରମେକାହୁଁ ଜାଣିବେ ନିଜ ଭ୍ରମେ

  284. Couplet 284

    ଯେଣୁ ଏ ଜୀବ ଗୁଣମୟେଏଣୁ ବିଚାର ଭେଦ ରହେ

  285. Couplet 285

    ଅଜ୍ଞାନେ ତୋ ଭେଦ ବିଚାରିତୁ ସଙ୍ଗୀ ନୋହୁନା କାହାରି

  286. Couplet 286

    ସଦିବମନ ତ୍ରୟୋଦଶେଶ୍ରୁତି ବୋଲନ୍ତି ହୃଷୀକେଶେ

  287. Couplet 287

    ପ୍ରପଞ୍ଜ ତ୍ରିଗୁଣେ ଜଗତଜାଣିଲେ ନିଶ୍ଚେ ନୋହେ ସତ୍ୟ

  288. Couplet 288

    ମନ ବିଳାସ ମାତ୍ର ଏହିଅସତ୍ୟ ସତ୍ୟ ଆଭାସଇ

  289. Couplet 289

    ତୁ ଏଥ ଅଧିପତି ଯେଣୁଆଭାସେ ସତ୍ୟ ପ୍ରାୟ ତେଣୁ

  290. Couplet 290

    ଅସତ୍ୟ ସତ୍ୟ ପ୍ରାୟ ଦିଶିଛାୟା ଦର୍ପଣେ ଯେହ୍ନେ ଶଶୀ

  291. Couplet 291

    ଜୀବର ଜନ୍ମ ତୋର ତହିଁବ୍ୟାପିଛୁ ଜଗତକୁ ମୋହି

  292. Couplet 292

    କାରଣ କାର୍ଯ୍ୟ ନୋହେ ଭିନ୍ନଶୁଣ କହିବା ଅନୁମାନ

  293. Couplet 293

    ସୁବର୍ଣ୍ଣେ କାର୍ଯ୍ୟ ଯାର ପଡେକୁଣ୍ତଳ ଆଦି କମ ଗଢେ

  294. Couplet 294

    ପୁଣି ଅନଳେ ପାକ କଲେସୁବର୍ଣ୍ଣ ହୋଇ ଏକଠୁଳେ

  295. Couplet 295

    ନାମ ବିକାର ନାଶ ଯାନ୍ତିଏଣୁ ଜଗତେ ଭେଦ ଭ୍ରାନ୍ତି

  296. Couplet 296

    ଏ ଘେନି ଶାସ୍ତ୍ର ଅନୁମାନତୋ ତହୁଁ ସୃଷ୍ଟି ନୋହେ ଭିନ୍ନ

  297. Couplet 297

    ଚତୁରଦଶେ ତବପରିବେଦେ ବୋଲନ୍ତି ଶୁଣ ହରି

  298. Couplet 298

    ଯେଣୁ ତୋ ସର୍ବଭୂତେ ବାସଏ ଘେନି ପ୍ରାଣୀ ତୋ ବିଶ୍ୱାସ

  299. Couplet 299

    ଏହା ଯେ ଜାଣି ତୋତେ ଭାବେସେ ନ ପଡନ୍ତି ପରାଭବେ

  300. Couplet 300

    ଚରଣ ମୃତ୍ୟୁଶିରେ ଦ୍ୟନ୍ତିପରମପଦେ ସେ ପଶନ୍ତି

  301. Couplet 301

    ତୋ ଭାବ ନ ଜାଣନ୍ତି ଯେହୁତରିବେ ଭବସିନ୍ଧୁ କାହୁଁ

  302. Couplet 302

    ପଣ୍ତିତପଣେ ଶାସ୍ତ୍ରବାଦେଭାବ ନକରି ତୋର ପାଦେ

  303. Couplet 303

    ସ୍ୱକର୍ମପାଶେ ପାଦ ଛନ୍ଦିବେଦବଚନେ ହୋନ୍ତି ବନ୍ଦୀ

  304. Couplet 304

    ପଶୁପାଳଙ୍କ ଘରେ ଯେହ୍ନେବନ୍ଧନେ ଥାନ୍ତି ପଶୁମାନେ

  305. Couplet 305

    ତେସନ ଏ ଭବବନ୍ଧନେଜୀବ-ବନ୍ଦୀ ବେଦବଚନେ

  306. Couplet 306

    ଏଣୁ ସଂସାରେ ଯେତେ ଜନ୍ତୁତୋ ବାକ୍ୟବନ୍ଧ କରି ହେତୁ

  307. Couplet 307

    ଏ ଘେନି ତୋ ପାଦକମଳେଯେ ଭାବ କରେ ପ୍ରୀତି ଭୋଳେ

  308. Couplet 308

    ସଂସାର ତାରି ସେ ତରନ୍ତିମରଣେ ନାହିଁ ତାଙ୍କ ଭ୍ରାନ୍ତି

  309. Couplet 309

    ତୋତେ ନ ଜାଣି ଧର୍ମ ଚିନ୍ତିଯଜ୍ଞ ଦାନ ତୀର୍ଥେ ଭଜନ୍ତି

  310. Couplet 310

    ଆତ୍ମାକୁ ନିସ୍ତାରି ନପାରେତା ବୋଲେ ସଂସାର କି ତରେ

  311. Couplet 311

    ତୋର ବିମୁଖ ଶାସ୍ତ୍ରେ ଭ୍ରମିଜନ୍ମମରଣେ ପଥଶ୍ରମୀ

  312. Couplet 312

    ତ୍ୱମକରଣ ପଞ୍ଚଦଶେବେଦେ ବୋଲନ୍ତି ଉପଦେଶେ

  313. Couplet 313

    ଭୋ ନାଥ ତୋହର ଜଗତେକର୍ମ କରନ୍ତି ପ୍ରାଣୀ ଯେତେ

  314. Couplet 314

    ତୁ ତାହା ନ କରୁ ଗ୍ରହଣଏଣୁ ତୋ ନାମ ଅକାରଣ

  315. Couplet 315

    କର୍ମକରଣ ତୋର ନାହିଁସ୍ୱଭାବେ ନିରଞ୍ଜନ ତୁହି

  316. Couplet 316

    ତଥାପି ସର୍ବ ଜନ୍ତୁ ଦେହେତୋ ଅଂଶ ଅଛି ଜୀବ ପ୍ରାୟେ

  317. Couplet 317

    ପ୍ରାଣୀର ରସନା ଲୋଚନଶ୍ରବଣ ନାସା ଚର୍ମ ଘେନ

  318. Couplet 318

    ଜ୍ଞାନଇନ୍ଦ୍ରିୟ ଏ ବୋଲାନ୍ତିମନର ସଙ୍ଗେ ବିହରନ୍ତି

  319. Couplet 319

    ପାଦ ବଚନ ଭୁଜ ଲିଙ୍ଗମୂଳକମଳ ଦ୍ୱାର ସଙ୍ଗ

  320. Couplet 320

    କର୍ମଇନ୍ଦ୍ରିୟ ଏ ବୋଲାନ୍ତିକର୍ମକରଣେ ଥାନ୍ତି ନିତି

  321. Couplet 321

    ଅଗ୍ନି ବାସବ ଲକ୍ଷ୍ମୀକାନ୍ତମିତ୍ରାବରୁଣ ପ୍ରଜାନାଥ

  322. Couplet 322

    ଏ ପଞ୍ଚଦେବ ବସି ରଥେତୋତେ ସେବନ୍ତି ଅବିରତେ

  323. Couplet 323

    ତୁ ନାଥ ଭୂତଆତ୍ମାଦେହୀଏହାଙ୍କ ଶକ୍ତି ବହୁ ତୁହି

  324. Couplet 324

    ବାସବ ଆଦି ବେଦଧାମବହନ୍ତି ଅନିମିଷ ନାମ

  325. Couplet 325

    ବିଧାତା ଆଦି ସର୍ବଦେବାତୋର ଚରଣେ ତାଙ୍କ ସେବା

  326. Couplet 326

    ମାନବେ ତାହାଙ୍କୁ ସେବନ୍ତିତାହାଙ୍କ ବଳି ସେ ଭୁଞ୍ଜନ୍ତି

  327. Couplet 327

    ଅଜର ଅମର ନିର୍ଭୟେତଥାପି ତୋର ପଦ୍ମପାୟେ

  328. Couplet 328

    ପୂଜନ୍ତି ଅତି ଭୟମନେଖଣ୍ତମଣ୍ତଳପତି ଯେହ୍ନେ

  329. Couplet 329

    ପ୍ରଜାଙ୍କ ତହୁଁ କର ଦ୍ୟନ୍ତିରାଜାଙ୍କ ଚରଣେ ସେବନ୍ତି

  330. Couplet 330

    ଅଧିକ ଧକ ମାନ ଦ୍ୟନ୍ତିନିରତେ ଚରଣେ ଖଟନ୍ତି

  331. Couplet 331

    ଏମନ୍ତେ ଦେବେ ତୋର ପାଶେଖଟନ୍ତି ଭକତି ବିଶ୍ୱାସେ

  332. Couplet 332

    ଷୋଡଶ ସ୍ତୁତି ସ୍ଥିରଚରଶୁଣ ହେ ବ୍ରହ୍ମାଣ୍ତଠାକୁର

  333. Couplet 333

    ତୋହର କ୍ରୀଡା ନାନାରଙ୍ଗେଇଚ୍ଛାରେ ମାୟା ଘେନି ସଙ୍ଗେ

  334. Couplet 334

    ଦର୍ପଣ ଘେନି ଯେହ୍ନେ ହସ୍ତଚାହିଁଲେ ଛାୟା ହୋଏ ଜାତ

  335. Couplet 335

    ସ୍ତାବର ଆଦି ଏ ଜଗତେତୋ ତହିଁ ଜୀବ ସେହିମତେ

  336. Couplet 336

    ତୁ ପୁଣି ତାଙ୍କ ମଧ୍ୟେ ଥାଉକର୍ମକରଣେ ଶିକ୍ଷା ଦେଉ

  337. Couplet 337

    ସେ କର୍ମଫଳେ ନୋହୁ ସଙ୍ଗଦର୍ପଣେ ଯେହ୍ନେ ଛାୟା ଅଙ୍ଗ

  338. Couplet 338

    ଦେହ ବେଭାର କରୁଥାଇସେ ଯେହ୍ନେ ତାକୁ ନ ଲାଗଇ

  339. Couplet 339

    ମାୟାକୁ ଥାଉ ଅତି ଦୂରେଆଦିତ୍ୟ ଯେସନେ ଅମ୍ବରେ

  340. Couplet 340

    ମାୟା ବିସ୍ତାରି ମାୟାକାରୀଯେହ୍ନେ ସଂସାର ମନ ହରି

  341. Couplet 341

    ମୋହନ କରେ ସଂସାରକୁସେ ଯେହ୍ନେ ନ ଲାଗେ ତାହାକୁ

  342. Couplet 342

    ଏମନ୍ତ ତୋହର ମହିମାକେ ଜାଣି ପାରେ ଗୁଣ ସୀମା

  343. Couplet 343

    ଜଗତେ ହେଉ ସାକ୍ଷୀରୂପମନ୍ଦିରେ ଯେସନେ ପ୍ରଦୀପ

  344. Couplet 344

    ଏ ସର୍ବଜୀବ କ୍ରୀଡା ଅନ୍ତେପଶନ୍ତି ତୋର ଗର୍ଭବତେ

  345. Couplet 345

    ପୁଣି ଯେମନ୍ତେ ଜାତ ହୋନ୍ତିଶୁଣ କହିବା ତାଙ୍କ ଗତି

  346. Couplet 346

    ଦେହକୁ ପାଇ ମାୟା ଗ୍ରସ୍ତେକର୍ମ କରନ୍ତି ଅବିରତେ

  347. Couplet 347

    ତେଣୁ ସେ ଜନ୍ମ ମୃତ ହୋନ୍ତିବାସନାରଜ୍ଜୁ ବନ୍ଧେ ଥାନ୍ତି

  348. Couplet 348

    କର୍ମ ତାହାଙ୍କୁ ସୃଷ୍ଟିକାଳେଧରଇ ନିଜ ଭୁଜବଳେ

  349. Couplet 349

    ଅଶେଷ ଯୋନି ମଧ୍ୟେ ଭରିବିହରେ ନାନାରୂପ ଧରି

  350. Couplet 350

    ଦେହକୁ ଧରି କର୍ମବଳେଭୁଞ୍ଜନ୍ତି ଦୁଃଖସୁଖ ଫଳେ

  351. Couplet 351

    ତୋ ଦେହେ ପ୍ରାଣୀ ଏ ଜଗତେମିଳନ୍ତି କର୍ମର ଆୟତ୍ତେ

  352. Couplet 352

    ତୋହର ରିପୁ ମିତ୍ର ନାହିଁଏ ଘେନି କର୍ମ ନ ଲାଗଇ

  353. Couplet 353

    କର୍ମେ ପ୍ରପଞ୍ଚ ଏ ଜଗତଏହାର ଫଳ ବୀପରିତ

  354. Couplet 354

    ଦୁଃଖୀ ଦରିଦ୍ର ବ୍ୟାଧିବନ୍ତଥୋକାଏ ସୁଖୀ ଧନବନ୍ତ

  355. Couplet 355

    ଏ ଦୁଃଖସୁଖ ତୋର ନାହିଁକର୍ମକରତା ସେ ଭୁଞ୍ଜଇ

  356. Couplet 356

    ଗଗନେ ଯେତେ ଦିଗ ପୂରୀଶୂନ୍ୟ ରୂପେ ସର୍ବ ଆବୋରି

  357. Couplet 357

    ଏଣୁ ନ ଜାଣେ ତୋତେ ପ୍ରାଣୀମନ ବଚନେ ପରିମାଣି

  358. Couplet 358

    ଅପରିମିତ ସପ୍ତଦଶବେଦେ କହନ୍ତି ଜ୍ଞାନରସ

  359. Couplet 359

    ନାନା ଯୋନିରେ ଜୀବ ଯେତେଅନନ୍ତ ହୋନ୍ତି ଅପ୍ରମିତେ

  360. Couplet 360

    କର୍ମ ସରିଲେ ପୁଣ ଯାନ୍ତିଏଣୁ ଏ ଅଧ୍ରୁବ ବୋଲାନ୍ତି

  361. Couplet 361

    ତୋ ତହୁଁ ଯେବେ ଏ ନୁହଁନ୍ତିଇଚ୍ଛାରେ ସର୍ବ ଆବୋରନ୍ତି

  362. Couplet 362

    ଏହାଙ୍କ ଦଣ୍ତକ ତୁ ଯେବେତୋ ତହୁଁ ଦଣ୍ତ କେ ପାଇବେ

  363. Couplet 363

    ଏମନ୍ତେ ନ ଘଟେ ବିଚାରସକଳ ଜୀବ ତୋ ଶରୀର

  364. Couplet 364

    ତୁ ଥାଉ ଏହାଙ୍କ ଜୀବନେଅନଳ କାଷ୍ଠ ସଙ୍ଗେ ଯେହ୍ନେ

  365. Couplet 365

    ତୋତେ ଜାଣଇ ଯେବା କହେଅଜ୍ଞାନୀ ମିଥ୍ୟାଭାବ ବହେ

  366. Couplet 366

    ଉପାଧି ଲିଙ୍ଗ ଏ ଶରୀରଜନ୍ମ ମରଣ ହୋଏ ତୋର

  367. Couplet 367

    ତା ମଲେ ନ ମରେ ଜୀବନଘଟ ବିଯୋଗେ ଯେହ୍ନେ ଶୂନ୍ୟ

  368. Couplet 368

    ତେଣୁ ତୋ ଅଂଶ ଏହି ଜୀବସେ କାହିଁ ତୋତେ ବା ଜାଣିବ

  369. Couplet 369

    ଅଷ୍ଟାଦଶରେ ନ ଘଟତବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ

  370. Couplet 370

    ପ୍ରକୃତି ପୁରୁଷ ଏ ବେନିଜଗତ ପିଅର ଜନନୀ

  371. Couplet 371

    ସ୍ୱଭାବେ ଅଜ ନାମ ବହିଯେଣୁ ଏହାଙ୍କ ଜନ୍ମ ନାହିଁ

  372. Couplet 372

    କେବେ ହେଁ ନୁହନ୍ତି ଏ ଭିନ୍ନଏଣୁ ନ ଘଟେ ଅନୁମାନ

  373. Couplet 373

    ଏହାଙ୍କ ତହୁଁ ଜାତ ଜୀବଜଳୁ ଯେସନେ ଜଳବିମ୍ବ

  374. Couplet 374

    ନିଶ୍ଚଳ ଜଳବାୟୁ ଯୋଗେଯେମନ୍ତେ ଉଚ୍ଛୁଳେ ତରଙ୍ଗେ

  375. Couplet 375

    ବେନି ତରଙ୍ଗ ଅଙ୍ଗଘାତେବିମ୍ବ ଉପୁଜନ୍ତି ଯେମନ୍ତେ

  376. Couplet 376

    ଜଳେ ପବନେ ସେ ନଥାନ୍ତିବେନି ସଂଯୋଗେ ଜାତ ହୋନ୍ତି

  377. Couplet 377

    ବିବିଧ ନାମ ରୂପ ବହିକ୍ରୀଡନ୍ତି ଜଳମଧ୍ୟେ ଥାଇ

  378. Couplet 378

    କର୍ମର ଅନ୍ତେ ତୋ ଶରୀରେପଶନ୍ତି ଯେମନ୍ତ ବେଭାରେ

  379. Couplet 379

    ସକଳ ନଦୀଜଳ ବେଗେଯେମନ୍ତେ ପଶନ୍ତି ଅର୍ଣ୍ଣବେ

  380. Couplet 380

    ମଧୁକରଙ୍କ ଗୃହବାସେଯେହ୍ନେ ପଶନ୍ତି ପୁଷ୍ପରସେ

  381. Couplet 381

    ଊନବିଂଶତି ନୃଷୁତବବେଦେ କହନ୍ତି ବିଷ୍ଣୁଭାବ

  382. Couplet 382

    ତୋ ମାୟା ଭ୍ରମ ଜୀବ ଦେହେତେଣୁ ଅଜ୍ଞାନେ ଥାନ୍ତି ମୋହେ

  383. Couplet 383

    ଏଣୁ ପଣ୍ତିତେ ଏହା ଜାଣିତୋ ଭାବ ମନେ ପରିମାଣି

  384. Couplet 384

    ତୋ ପାଦପଦ୍ମ ମଧୁ ଲୋଭେପଶିଲେ ଉନମତ୍ତ ଭାବେ

  385. Couplet 385

    ତାହାଙ୍କୁ ନାହିଁ କାଳଡରତୋ ପଦ୍ମପାଦେ ଆଶା ଯାର

  386. Couplet 386

    ତ୍ରିନେମିକାଳ ତୋ ଭ୍ରୁଭଙ୍ଗରୂପ ଅରୂର ଯାର ଅଙ୍ଗ

  387. Couplet 387

    ହିମ ଶୀତଳ ଘର୍ମ ବୃଷ୍ଟିଏ ଆଦି ଯେତେ ନାନା ରିଷ୍ଟି

  388. Couplet 388

    ତାହାକୁ ନ ଲାଗନ୍ତି କେହିତୋ ନାମ ଯାର ହୃଦେ ଥାଇ

  389. Couplet 389

    ବିଜିତ ହୃଷୀକ ବିଂଶତିବେଦେ ବୋଲନ୍ତି ଦିବ୍ୟ ସ୍ତୁତି

  390. Couplet 390

    ମୁନିଏ ଯୋଗ ଧ୍ୟାନ ସାଧିମନ ପବନ ହୃଦେ ରୁନ୍ଧି

  391. Couplet 391

    ଯେତେ ସେ କରନ୍ତି ଉପାୟେମନତରଙ୍ଗ ସ୍ଥିର ନୋହେ

  392. Couplet 392

    ସ୍ୱଭାବେ ଅଦମ୍ୟ ସେ ଯେଣୁରୁନ୍ଧି ନ ପାରେ ପ୍ରାଣୀ ତେଣୁ

  393. Couplet 393

    ନାନା ପ୍ରକାରେ ଖେଦ ପାଇମନ ନ ପାରନ୍ତି ରୁହାଇ

  394. Couplet 394

    ଗୁରୁପାଦେ ଆଶ୍ରେ ନକରିସାଧନା ଶ୍ରମେ ଯାନ୍ତି ମରି

  395. Couplet 395

    ବୋଇତେ ବସି ବଣିଜାରେଯେସନେ ଭାସନ୍ତି ସାଗରେ

  396. Couplet 396

    ନାନାପ୍ରକାରେ ବାହୁଥାନ୍ତିକେବେହେଁ କୂଳେ ନ ଲାଗନ୍ତି

  397. Couplet 397

    ଯାବତ ନାହିଁ କର୍ଣ୍ଣଧାରକାହିଁ ଲଭିବେ ସିନ୍ଧୁପାର

  398. Couplet 398

    ପବନ ରୁନ୍ଧି ଇନ୍ଦ୍ରି ଜିଣିଗୁରୁ ଉପଦେଶ ନ ମଣି

  399. Couplet 399

    ଚଞ୍ଚଳ ମନ କାହୁଁ ସ୍ଥିରଯାବତ ସଂଶୟ ଶରୀର

  400. Couplet 400

    ନିଶ୍ଚଳ ନିର୍ମଳ ତୋ ପାଦେତୋ ରୂପ ଗୁଣ ଅନୁବାଦେ

  401. Couplet 401

    ନିତ୍ୟେ ଯେ ଚିନ୍ତେ ଧ୍ୟାନବଳେତା ମନ ରହଇ ନିଶ୍ଚଳେ

  402. Couplet 402

    ସ୍ୱଜନସୁତ ଏକବିଂଶେବେଦେ ବୋଲନ୍ତି ବିଷ୍ଣୁପାଶେ

  403. Couplet 403

    ସ୍ୱଜନ ସୁତ ଦାରା ଧରଗୃହ ମେଦିନୀ ସୁଖାସନ

  404. Couplet 404

    ତୋ ପାଦ ହୃଦେ ଯାର ଥାଇଏଣେ ପ୍ରୟୋଜନ ନାହିଁ

  405. Couplet 405

    ତୋତେ ଯେ ନ ଭଜନ୍ତି ଚିତ୍ତେତାହାଙ୍କ ମନ ଅବିରତେ

  406. Couplet 406

    ଲୋଭ ଲାଳସେ ମୋହେ ଜଡିବିପଦପଦେ ଥାନ୍ତି ପଡି

  407. Couplet 407

    ସକଳ ଦୁଃଖ ଯହିଁ ଥାନ୍ତିଅମୃତ ପ୍ରାୟ ତା ମଣନ୍ତି

  408. Couplet 408

    ସକଳ ସୁଖ ତୋର ପାଦେତହିଁ ଯେ ବିଶ୍ରମେ ଆନନ୍ଦେ

  409. Couplet 409

    ଏ ମାୟା ତାକୁ ତୁଚ୍ଛ ହୋଏପର୍ବତଶିଖ ଭୂମି ପ୍ରାୟେ

  410. Couplet 410

    ତୋ ପାଦ ଆଶ୍ରେ ଯେ ନ କରିମୈଥୁନ ସୁଖ ମନେ ଧରି

  411. Couplet 411

    ତେଣୁ ଏ ସଂସାର ସାଗରେବୁଡନ୍ତି ଦୁଃଖ ମହାଘୋରେ

  412. Couplet 412

    କ୍ଷଣେ ହେଁ ନ ପାରନ୍ତି ତରିତୋ ବିଶ୍ୱମାୟାକୁ ଆବୋରି

  413. Couplet 413

    ସଂସାର ଅସାର ପ୍ରତ୍ୟକ୍ଷେସାର ଯେସନେ ରମ୍ଭାବୃକ୍ଷେ

  414. Couplet 414

    ତୋ ନାମ ସଂସାରରେ ସାରନ ଭଜି କେ ହୋଇବ ପାର

  415. Couplet 415

    ଭୁବିପୁରୁପୁଣ୍ୟ ଦ୍ୱାବିଂଶେବେଦେ କହନ୍ତି ମହାତୋଷେ

  416. Couplet 416

    ଭୂମିରେ ଯେତେ ତୀର୍ଥ ଅଛନ୍ତିମୁନିଏଁ ତହିଁ ବିଶ୍ରାମନ୍ତି

  417. Couplet 417

    ମଦ ମତ୍ସର ଅହଙ୍କାରହୃଦୟେ ନାହିଁ ତାହାଙ୍କର

  418. Couplet 418

    ତୋ ପାଦ ହୃଦୟେ ବହନ୍ତିସଂସାରେ ନାହିଁ ତାଙ୍କ ଭୀତି

  419. Couplet 419

    ତାଙ୍କ ଚରଣ -ନୀର ସଙ୍ଗେପାପ ନ ରହେ ପ୍ରାଣୀ ଅଙ୍ଗେ

  420. Couplet 420

    ସୁପୁଣ୍ୟତୀର୍ଥ ସାଧୁ ସଙ୍ଗେନିତ୍ୟେ ଭ୍ରମନ୍ତି ଅନୁରାଗେ

  421. Couplet 421

    ଏଣୁ ତୋ ପାଦ ଆଶ୍ରେ କରିଯେ ପ୍ରାଣୀ ଚିତ୍ତ ସ୍ଥିର କରି

  422. Couplet 422

    ପରମଆତ୍ମା ସୁଖସୀମାଶୁଣିମା ତାହାଙ୍କ ମହିମା

  423. Couplet 423

    ବିବେକ ଶାନ୍ତି କ୍ଷମା ଧୀରଏ ଚାରି ପୁରୁଷଙ୍କ ସାର

  424. Couplet 424

    ଏହା ହରଇ ଗୃହଦ୍ୱନ୍ଦ୍ୱଅଜ୍ଞାନୀଜନଙ୍କ ଆନନ୍ଦ

  425. Couplet 425

    ଯେ ତୋତେ ଚିନ୍ତେ ଅବିରତେଗୃହ ନ ଲାଗେ ତାର ଚିତ୍ତେ

  426. Couplet 426

    ତାଙ୍କ ମହିମା ଏ ବ୍ରହ୍ମାଣ୍ତେକେ କହିପାରେ ଏକ ତୁଣ୍ତେ

  427. Couplet 427

    ତ୍ରୟବିଂଶତି ସତ ଇଦଂଯାହା କହିଲେ ତିନି ବେଦ

  428. Couplet 428

    ଭୋ ଦେବ ପରମପୁରୁଷସଂସାର ତୋ ତହୁଁ ପ୍ରକାଶ

  429. Couplet 429

    ଏ ସତ୍ୟ ନୋହେ ସତ୍ୟବାଦେବିଚାର ତର୍କ ଅନୁବାଦେ

  430. Couplet 430

    କାର୍ଯ୍ୟ କାରଣ ପ୍ରାୟ ଯେଣୁକହିବା ଅନୁମାନେ ତେଣୁ

  431. Couplet 431

    ମୁକୁତା ସିପେ କରି ଭ୍ରାନ୍ତିରଜତ ପ୍ରାୟ ତା ମଣନ୍ତି

  432. Couplet 432

    ପୁଣି ବିଚାରେ ସେ ଯେମନ୍ତମୁକୁତା ସିପ ହୋଏ ସତ୍ୟ

  433. Couplet 433

    ମାୟା ପ୍ରକାଶ ତୋ ବ୍ରହ୍ମାଣ୍ତେସର୍ପ ଯେସନେ ରଜ୍ଜୁଖଣ୍ତେ

  434. Couplet 434

    କାର୍ଯ୍ୟ କାରଣ ମାୟାଲକ୍ଷିତୁ ପରମାତ୍ମା ଏତେ ସାକ୍ଷୀ

  435. Couplet 435

    ସାକ୍ଷୀ ସ୍ୱରୂପେ ରହେ ଆତ୍ମାଏହା ତ ମାନନ୍ତି ମହାତ୍ମା

  436. Couplet 436

    ସ୍ୱର୍ଗାଦିଫଳ ବେଦ କହିଏ ଘେନି ପ୍ରାଣୀ କର୍ମଦାହି

  437. Couplet 437

    ଏଣୁ ସଂସାର ସତ୍ୟ ଦିଶେକର୍ମ ସାଧନ୍ତି ମନତୋଷେ

  438. Couplet 438

    ଭବପ୍ରବଞ୍ଚ ବ୍ୟବହାରେଚିତ୍ତ ବୁଡାଇଥାନ୍ତି ଧୀରେ

  439. Couplet 439

    ବେଦବାଦୀଏ ତାଙ୍କ ମନଶିକ୍ଷା ଦେଇ ବେଦ ବଚନ

  440. Couplet 440

    କର୍ମର ଫଳ ସତ୍ୟ ପ୍ରାୟେବିଷୟ ତାପ ଭ୍ରମେ ମୋହେ

  441. Couplet 441

    ଏ ଘେନି କର୍ମ କରି ଦେହେଭ୍ରମନ୍ତି ତବ ମାୟାମୋହେ

  442. Couplet 442

    ପୂର୍ବ ଲୋକଙ୍କ କର୍ମ ଦେଖିଅପର ଲୋକେ ତାହା ଶିଖି

  443. Couplet 443

    ଭୋ ନାଥ ବେଦ ତୋ ବଚନପୁଷ୍ପର ପ୍ରାୟ ଅନୁମାନ

  444. Couplet 444

    ପୁଷ୍ପରେ ଥାଇ ସର୍ବଗନ୍ଧଭ୍ରମର ଲଭେ ମକରନ୍ଦ

  445. Couplet 445

    ବେଦବଚନେ ପୁଷ୍ପ ପ୍ରାୟେକର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ

  446. Couplet 446

    ସର୍ବେ ବୋଲନ୍ତି ସାଧୁ ସାଧୁକେହି ନ ଲଭେ ପୁଷ୍ପମଧୁ

  447. Couplet 447

    ପ୍ରାଣୀଙ୍କି କର୍ମ ସେ କରାଏଅନ୍ଧକୁ ଅନ୍ଧ ଯେହ୍ନେ ବାହେ

  448. Couplet 448

    ନ ଯଦିଦ ଯେ ଚତୁର୍ବିଂଶଶୁଣ କହିବା ତା ଉଦ୍ଦେଶ୍ୟ

  449. Couplet 449

    ଏ ସୃଷ୍ଟି ପୂର୍ବେ ଥିଲା କାହିଁପୁଣି ଏ ଅନ୍ତେ ଥିବ କାହିଁ

  450. Couplet 450

    ଏଣୁ ଏହାର ସତ୍ତା ନାହିଁଶାସ୍ତ୍ର ମାର୍ଗରେ ଏହା କହି

  451. Couplet 451

    ତୋ ତହୁଁ ବିରାଟ ପୁରୁଷଏ ମିଥ୍ୟା ସଂସାରେ ପ୍ରକାଶ

  452. Couplet 452

    ବ୍ରହ୍ମ ନିର୍ମାତା ଏକ ତୁହିତୋ ଅଙ୍ଗେ ସତ୍ୟ ଆଭାସଇ

  453. Couplet 453

    ଏ ନାନା ଦ୍ରବ୍ୟମାନ ଯେତେଆମ୍ଭେ ଜାଣିଲୁ ଏବେ ତଥ୍ୟେ

  454. Couplet 454

    ମୃତ୍ତିକା ଆଦି ଧାତୁ ଯେତେଏ ଯେତେ ଘଟ ବସ୍ତ୍ର ପାତ୍ରେ

  455. Couplet 455

    ଜଗତ ତୁଲେ ଏ ଶୟନପୁଣ କହିବୁ ଅନୁମାନ

  456. Couplet 456

    ଯାହାର ତହୁଁ ସେ ଘଟନବିଚାରେ ତହୁଁ ନୋହେ ଆନ

  457. Couplet 457

    ନାମ ମାତ୍ରକେ ଭେଦ ରହେଏ ଅନୁମାନ ବେଦ କହେ

  458. Couplet 458

    କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତିଅନ୍ତେ କାରଣେ ସେ ମିଶନ୍ତି

  459. Couplet 459

    ଜଗତ କାରଣ ଯେ ତୁହିକାର୍ଯ୍ୟ ଭିନ୍ନ ପ୍ରାୟ ଦିଶଇ

  460. Couplet 460

    ତୁ ସତ୍ୟ ଭବମଧ୍ୟେ ହରିକେ ତୋ ମହିମା କହିପାରି

  461. Couplet 461

    ମନ ବିଳାସ ମାତ୍ର ଏହିଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ

  462. Couplet 462

    ସଯଦ ପଞ୍ଚବିଂଶ ସ୍ତୁତିବେଦ କହନ୍ତି ଭାବ ଚିନ୍ତି

  463. Couplet 463

    ତୁ ମହାମହିମ ଅନନ୍ତଆଗମ ନିମନ୍ତେ ତୋ ଅନ୍ତ

  464. Couplet 464

    କେହି ନ ଜାଣେ ଅନୁମାନେନିର୍ମଳ ଚିତ୍ତେ ଶୁଦ୍ଧଜ୍ଞାନେ

  465. Couplet 465

    ମିଥ୍ୟା ପ୍ରପଞ୍ଚ ଏ ଜଗତେଜୀବ କି ଜାଣିପାରେ ଚିତ୍ତେ

  466. Couplet 466

    ବେଦବଚନେ ମିତ୍ୟେ ଭ୍ରମିଜନ୍ମମରଣ ପଥେ ଶ୍ରମୀ

  467. Couplet 467

    ଜୀବକୁ ମାୟାବଳେ ଧରିକ୍ରୀଡଇ ସଂସାରେ ବିହରି

  468. Couplet 468

    ଗୁଣ ଇନ୍ଦ୍ରିୟ ଦେହମେଳେଭ୍ରମେ ତୋ ମାୟା ଯୋଗବଳେ

  469. Couplet 469

    ଦେହାଦି ଧର୍ମ ଯେ ଭଜନ୍ତିସେ କାହିଁ ତୋ ଭାବ ଜାଣନ୍ତି

  470. Couplet 470

    ଅପେତଭଗ ସେ ବୋଲାଇତେଣୁ ସଂସାର ନ ଛାଡଇ

  471. Couplet 471

    ତାପେ ତାପିତ ଏ ଶୟଳେମରଇ ଅନ୍ତେ କର୍ମବଳେ

  472. Couplet 472

    ପୁରୁଣା ଚର୍ମ ଯେହ୍ନେ ସର୍ପେଛାଡଇ ପାଇ ନିଜ ରୂପ

  473. Couplet 473

    ଏ ମାୟା ଯେବେ ଛାଡୁ ତୁହିଜୀବ ସ୍ୱରୂପେ ବିରାଜଇ

  474. Couplet 474

    ଅପରିମିତଭଗ ଯେଣୁନିତ୍ୟେ ପ୍ରାପତ ସୁଖ ତେଣୁ

  475. Couplet 475

    ଯଦିନସମୁ ଷଡବିଂଶେନିଗମେ ବୋଲନ୍ତି ହରଷେ

  476. Couplet 476

    ଅଶେଷ ବାସନା ଦଉଡିସେ ଅଜଗର ରୂପେ ଜଡି

  477. Couplet 477

    ତହୁଁ ସଞ୍ଚରେ କାମବୃକ୍ଷପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ

  478. Couplet 478

    ଜୀବ ତା ସୁଖେ ଭୋଗ କରେପଶୁ ଯେସନେ ପତ୍ର ଚରେ

  479. Couplet 479

    ସେ କାମବୃକ୍ଷ ଅବିରତେସୁଖେ ବଢଇ ହୃଦଗତେ

  480. Couplet 480

    ତାହାକୁ ବଳେ ଛଳେ ଭିଡିକେହି ନ ପାରନ୍ତି ଉପାଡି

  481. Couplet 481

    ବୁଲନ୍ତି ନାନା ତପଫଳେଯୋଗ ସମାଧି ତୀର୍ଥ ଛଳେ

  482. Couplet 482

    ଅତି କଠୋରେ ସେ ଭ୍ରମନ୍ତିହୃଦରୁ ନ ତୁଟଇ ଭ୍ରାନ୍ତି

  483. Couplet 483

    ବିବିଧମତେ ଦୁଃଖ ପାଇତାହାଙ୍କୁ ଅତି ଦୂର ତୁହି

  484. Couplet 484

    ନିତ୍ୟେ ସେ କାମଭୋଗ ଚିନ୍ତିଏ ଘେନି ତୋତେ ପାସୋରନ୍ତି

  485. Couplet 485

    ଅସାଧୁପଣ ତାହାଙ୍କରଶୁଣ ହେ କମଳାରବର

  486. Couplet 486

    ଅମୂଲ୍ୟମଣି କଣ୍ଠେ ଧରିମନ ବିଷୟ ଜଡେ ଭରି

  487. Couplet 487

    ଯାବତ ସୁମରଣ ନାହିଁପ୍ରାପତ ନୋହେ କଣ୍ଠେ ଥାଇ

  488. Couplet 488

    ମଣିର ପ୍ରାୟ କଣ୍ଠତଟେତୁ ଥାଉ ପ୍ରାଣୀଙ୍କ ନିକଟେ

  489. Couplet 489

    ନିତ୍ୟେ ତୋ ମାୟା ମୋହ ଚିନ୍ତିଏ ଘେନି ତୋତେ ନ ଜାଣନ୍ତି

  490. Couplet 490

    ଯୋଗୀ ବୋଲାଇ ଜ୍ଞାନପଥେବିଷୟରସ ଅବିରତେ

  491. Couplet 491

    ନିରତେ ଇନ୍ଦ୍ରିୟ ପୋଷଣେଧନ ସଞ୍ଚୟ କରଷଣେ

  492. Couplet 492

    ଉଭୟ ଲୋକ ତାର ନାହିଁତୋତେ ପାଇବେ ଅବା କାହିଁ

  493. Couplet 493

    ଯାବତ ତୋ ଚରଣ ତଳେଚିତ୍ତ ନ ରହଇ ନିଶ୍ଚଳେ

  494. Couplet 494

    ସପ୍ତବିଂଶେ ତ୍ୱଦବଗମୀବେଦେ ବୋଲନ୍ତି ଶୁଣ ସ୍ୱାମୀ

  495. Couplet 495

    ଭୋ ନାଥ ତୋତେ ଯେ ଜାଣନ୍ତିତାଙ୍କ ମହିମା କେବା ଚିନ୍ତି

  496. Couplet 496

    ପ୍ରାଣୀଙ୍କ ଚିତ୍ତ ତୋ ଚରଣେଆଶ୍ରିତ ଥାଇ ଅନୁକ୍ଷଣେ

  497. Couplet 497

    ଯେ ଯାହା କର୍ମଫଳ ଘେନିଫଳଇ ଦୁଃଖ ସୁଖ ବେନି

  498. Couplet 498

    ଏ ବେନିଫଳଙ୍କର ରସନିଶ୍ଚେ ନ ଜାଣେ ତୋର ଦାସ

  499. Couplet 499

    ଦେହାଭିମାନୀ ପ୍ରାଣୀଙ୍କରବିଧି ନିଷେଧ ଅନୁଚର

  500. Couplet 500

    ତାହାଙ୍କ ନିନ୍ଦା ସ୍ତୁତି ବାଣୀତୋର ସେବକ ତାହା ଶୁଣି

  501. Couplet 501

    ଚିତ୍ତେ ନ କରନ୍ତି ବିଚାରଏମନ୍ତ ମହିମା ତୁମର

  502. Couplet 502

    ଯୁଗାନୁଯୁଗ ତୋ ଶରୀରମତ୍ସ୍ୟାଦି ନାନା ଅବତାର

  503. Couplet 503

    ତୋହର ଗୁଣ କର୍ମ ଯେତେଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ

  504. Couplet 504

    ତୁଣ୍ତେ ଭାଷନ୍ତି ଅନୁକ୍ଷଣେଚିନ୍ତନ୍ତି ତୋହର ଚରଣେ

  505. Couplet 505

    ତୁ ନାଥ ଅପବର୍ଗ ଗତିଅନ୍ତେ ତୋ ଚରଣେ ପଶନ୍ତି

  506. Couplet 506

    ଅଷ୍ଟବିଂଶତି ପୂର୍ଣ୍ଣସୁତିବୋଲନ୍ତି ଦ୍ୟୁପତୟ ଶ୍ରୁତି

  507. Couplet 507

    ବେଦେ ବୋଲନ୍ତି ହେ ଅନନ୍ତନିତ୍ୟେ ତୋହର ଆଦିଅନ୍ତ

  508. Couplet 508

    ମନ ବଚନ ବହୁ ଚିନ୍ତିବ୍ରହ୍ମାଦି ଦେବେ ନ ଜାଣନ୍ତି

  509. Couplet 509

    ତୋ ରୂପ ତୁହି ନ ପ୍ରମାଣୁକେ ତାହା ଦେହ ବହି ଜାଣୁ

  510. Couplet 510

    ତୁ ଅବା ବୋଲୁ ମୋ ମହିମାମୁଁ କିମ୍ବା ନ ଜାଣଇ ସୀମା

  511. Couplet 511

    ସର୍ବଜ୍ଞପଣ କି ମୋ ନାହିଁକହିବୁଁ ଶୁଣ ଭାବଗ୍ରାହୀ

  512. Couplet 512

    ସ୍ୱଭାବେ ଶୂନ୍ୟ ଅପ୍ରମିତକେ ଜାଣେ ତୋର ଆଦି ଅନ୍ତ

  513. Couplet 513

    ଉଦୟ ଅସ୍ତ ନାହିଁ ଯାରଏଣୁ ତୁ ତୋତେ ଅଗୋଚର

  514. Couplet 514

    ଏଣୁ ଆମ୍ଭର ଅନୁମତେସର୍ବଜ୍ଞ ବୋଲିବୁ କେମନ୍ତେ

  515. Couplet 515

    ଶଶାର ମୁଣ୍ତେ ଶୃଙ୍ଗ ଜାତବନ୍ଧ୍ୟା କି ପ୍ରସବିବ ସୁତ

  516. Couplet 516

    ଏ ବେନି ନ ଜାଣନ୍ତି ଯେହୁସର୍ବଜ୍ଞ ବୋଲାଇବେ କାହୁଁ

  517. Couplet 517

    ତୋ ଆଦି ଅନ୍ତ ମଧ୍ୟ ତୁହିକହିବୁଁ ଶୁଣ ମନଦେଇ

  518. Couplet 518

    ଏକ ଆରକେ ଦଶଗୁଣବ୍ରହ୍ମାଣ୍ତ ସପ୍ତ ଆବରଣ

  519. Couplet 519

    ଏମନ୍ତେ ଅଶେଷ ବ୍ରହ୍ମାଣ୍ତଆଶ୍ରେ କରନ୍ତି ତୋର ପିଣ୍ତ

  520. Couplet 520

    ଭ୍ରମନ୍ତି କାଳଚକ୍ର ବଳେଧୂଳି ଯେସନେ ଅନ୍ତରାଳେ

  521. Couplet 521

    ସେ ରେଣୁ ମଧ୍ୟେ ପ୍ରାଣୀ ଥାଇତୋ ରୂପ ପ୍ରମାଣିବ କାହିଁ

  522. Couplet 522

    ବେନ୍ଦେ ବୋଲନ୍ତି ବିଶ୍ୱମଧ୍ୟେଆମ୍ଭେ ହୋ ଭ୍ରମୁ ମାୟାବନ୍ଧେ

  523. Couplet 523

    ତୋର ମହିମା ଅଛି ଯେତେଆମ୍ଭେ ତା ଜାଣିବୁ କେମନ୍ତେ

  524. Couplet 524

    ସଗୁଣ ନିର୍ଗୁଣର ସୀମାଭୋ ନାଥ ତୋହର ମହିମା

  525. Couplet 525

    ବିଧିନିଷେଧ ବାଦ କରିତୋର ମହିମା କେ ବିଚାରି

  526. Couplet 526

    ବିଧି ନିଷେଧ ହିଁ ନ ଜାଣେପ୍ରଣମେ ତୋହର ଚରଣେ

  527. Couplet 527

    ବେଦେ ବୋଲନ୍ତି ଆମ୍ଭ ଚିତ୍ତେତୋର ମହିମା ଅନୁମତେ

  528. Couplet 528

    ସୃଷ୍ଟି ସଂହାରି ତୋ ଶରଣେପଶିଲୁଁ ଅଭୟ ଚରଣେ

  529. Couplet 529

    ନିରତେ ତୋର ପଦ୍ମପାଦେଥିବୁଁ ସର୍ବଦା ସୁଖ ସଧେ

  530. Couplet 530

    ଏମନ୍ତେ ବେଦଙ୍କ ବଚନଶୁଣି ବୋଲନ୍ତି ନାରାୟଣ

  531. Couplet 531

    ଏମନ୍ତେ ବ୍ରହ୍ମାର ନନ୍ଦନସନନ୍ଦ ତହୁଁ ଆତ୍ମଜ୍ଞାନ

  532. Couplet 532

    ଶୁଣି ସାନନ୍ଦ ତିନି ଭାଇଚରଣଯୁଗେ ଶିର ଦେଇ

  533. Couplet 533

    ପୂଜିଲେ ସନନ୍ଦ ଚରଣକହନ୍ତି ପ୍ରଭୁ ନାରାୟଣ

  534. Couplet 534

    ଶୁଣ ନାରଦ ମୁନିଙ୍କରସେ ଚାରି ବ୍ରହ୍ମାର କୁମର

  535. Couplet 535

    ବ୍ରହ୍ମ ସମାଧି ସଙ୍ଗ ପାଇନିରତେ ଆତ୍ମାନନ୍ଦ ଧ୍ୟାୟି

  536. Couplet 536

    ଆଗମ ପୁରାଣ ବଖାଣିଉପନିଷଦେ ବ୍ରହ୍ମ ଜାଣି

  537. Couplet 537

    ତୁ ବିପ୍ରବର ଜ୍ଞାନବଳେନିରତେ ଭ୍ରମି ଭୂମଣ୍ତଳେ

  538. Couplet 538

    ନିର୍ମଳ ଚିତ୍ତେ ଜ୍ଞାନ ଜାଣୁଜୀବନ ମୁକତି ପ୍ରମାଣୁ

  539. Couplet 539

    ଏ ତତ୍ତ୍ୱଜ୍ଞାନେ ଯାର ଚିତ୍ତଆନନ୍ଦ ବଢେ ଅବିରତ

  540. Couplet 540

    ସଂସାର ବାସନାରୁ ତରେନ ବୁଡେ ଭବ ମହାଘୋରେ

  541. Couplet 541

    କହିଲେ ନରନାରାୟଣପ୍ରସ୍ତାବେ ବ୍ରହ୍ମର କାରଣ

  542. Couplet 542

    ଏ ଦୁଇଜନଙ୍କ ସମ୍ବାଦଯେତେ କହିଲେ ତିନି ବେଦ

  543. Couplet 543

    ଶୁକ କହନ୍ତି ଅନୁରାଗେବେଦ ଉପନିଷଦ ଭାଗେ

  544. Couplet 544

    ଶୁଣି ସାନନ୍ଦ ମୁନିବରନମିଲେ ବିଷ୍ଣୁର ପୟର

  545. Couplet 545

    ଗୋବିନ୍ଦ ଯଶ ଗାଇ ତୁଣ୍ତେଆନନ୍ଦେ ଗଲେ ସେ ବ୍ରହ୍ମାଣ୍ତେ

  546. Couplet 546

    ଶୁଣ ହୋ ଅଭିମନ୍ୟୁସୁତମୋ ଜନ୍ମ କର୍ମର ଚରିତ

  547. Couplet 547

    ଯଜ୍ଞର ଅର୍ଥେ ପରାଶରଅଗ୍ନିମନ୍ଥନେ ତତପର

  548. Couplet 548

    ମନ୍ତ୍ର ଉଚ୍ଚାରନ୍ତି ଆନନ୍ଦେଏମନ୍ତେ ଅଗ୍ନିକୁଣ୍ତ ମଧ୍ୟେ

  549. Couplet 549

    ଅରଣି ଯୋଗେ କାମଚିତ୍ତପଡିଲା ବ୍ୟାସଙ୍କର ରେତ

  550. Couplet 550

    ସେ ବୀର୍ଯ୍ୟ ଅଙ୍କୁରୁ ମୁଁ ଜାତତେଣୁ ମୁଁ ଅଯୋନି ସମ୍ଭୂତ

  551. Couplet 551

    ଏ ଘେନି ବ୍ୟାସ ମୋର ତାତତାଙ୍କ ଆଶ୍ରମେ ଉପଗତ

  552. Couplet 552

    ନାରଦ ଋଷି ଆଗମନଦେଖି ପରାଶର ନନ୍ଦନ

  553. Couplet 553

    ଆସନୁ ଉଠି କିଛି ଦୂରେଅଭିଗମନ ତତପରେ

  554. Couplet 554

    ଉତ୍ତମ ଆସନେ ବସାଇପାଦ ପୂଜିଲେ ଅର୍ଘ୍ୟ ଦେଇ

  555. Couplet 555

    ବ୍ୟାସଙ୍କୁ କହିଲେ ନାରଦନର ନାରାୟଣ ସମ୍ବାଦ

  556. Couplet 556

    ତୁ ଯାହା ପଚାରିଲୁ ମୋତେବ୍ରହ୍ମ ସମ୍ବାଦ ଭାବଚିତ୍ତେ

  557. Couplet 557

    ବୋଲୁ ଯେ ନିର୍ବିକାର ବ୍ରହ୍ମକେମନ୍ତେ ଜାଣନ୍ତି ନିଗମ

  558. Couplet 558

    ତାହା ତ କହିଲି ମୁଁ ତୋତେଏବେ ହୋ ଶୁଣ ଏକଚିତ୍ତେ

  559. Couplet 559

    ଯେ ହରି ଜଗତ ଭିଆଇଆଦ୍ୟନ୍ତ ସାକ୍ଷୀରୂପ ହୋଇ

  560. Couplet 560

    ପ୍ରକୃତି ପୁରୁଷହୁଁ ଦୂରବ୍ରହ୍ମାଣ୍ତ ଯାର ଖେଳଘର

  561. Couplet 561

    ବ୍ରହ୍ମାଣ୍ତେ ପଶି ଆତ୍ମାଅଂଶେଜୀବକୁ ପାଳଇ ଆଶ୍ୱାସେ

  562. Couplet 562

    ନିଜ ସେବକେ ମୋକ୍ଷ ଦେଇନିତ୍ୟେ ଭକତ ପାଶେ ଥାଇ

  563. Couplet 563

    ତୋ ରୂପ ଜୀବରେ ନିରେଖିମାୟା ଛାଡଇ ତାହା ଦେଖି

  564. Couplet 564

    ତୁ ଯେ ବୋଇଲୁ ଏ ଜଗତେଜୀବନମୁକ୍ତ ଛନ୍ତି ଯେତେ

  565. Couplet 565

    ଶରୀରବନ୍ଧ ତାଙ୍କ ଦେଖିମାୟା କେମନ୍ତେ ତା ଉପେକ୍ଷି

  566. Couplet 566

    ଶୁଣ ଯାହାକୁ କୃଷ୍ଣ ଦୟାତାହାକୁ ନ ଲାଗଇ ମାୟା

  567. Couplet 567

    ଆତ୍ମାର ଜ୍ଞାନ ନିତ୍ୟେ ବଢେଦେହାଦି ଧର୍ମକୁ ସେ ଛାଡେ

  568. Couplet 568

    ଯେମନ୍ତେ ନିଦ୍ରାଗତଦେହାଦି ଧର୍ମ ନ ଲାଗଇ

  569. Couplet 569

    ଆତ୍ମାରେ ଜଗତ ଦେଖଇଦେହାଦି ଧର୍ମ ନ ଲାଗଇ

  570. Couplet 570

    ସମସ୍ତ ପ୍ରାଣୀ ଦୃଷ୍ଟି ତାକୁତା ଦୃଷ୍ଟି ନ ଥାଇ ଦେହକୁ

  571. Couplet 571

    ସେ ହରି ନିରଞ୍ଜନ ରୂପକେବଳ ସାକ୍ଷୀ ଏ ସ୍ୱରୂପ

  572. Couplet 572

    ଅଭୟଦାତାର ଚରଣନିରତେ କର ସୁମରଣ

  573. Couplet 573

    ଯା ରୂପ ନିରନ୍ତର ଲୋଡିମନ ବଚନ ହିଁ ବାହୁଡି

  574. Couplet 574

    ଅଧିକ କି କହିବି ମୁହିଁପରୀକ୍ଷ ଭାଗ୍ୟବନ୍ତ ତୁହି

  575. Couplet 575

    ବୋଲଇ ଦାସ ଜଗନ୍ନାଥବେଦ ସମ୍ବାଦେ ଭାଗବତ