Skip to content
paribhaasha

Skandha 10

Adhyaya 92

  1. Couplet 1

    ଶୁକ ସନ୍ନିଧ୍ୟେ ଯୋଡିହସ୍ତଆନନ୍ଦେ ବୋଲେ ପରୀକ୍ଷିତ

  2. Couplet 2

    ରାମ ଗୋବିନ୍ଦଙ୍କ ଭଗିନୀସୁଭଦ୍ରା ନାମେଣ କାମିନୀ

  3. Couplet 3

    କେମନ୍ତେ ଅର୍ଜୁନ ତା ପାଇସେ ଯେ ମୋହର ପିତାମହୀ

  4. Couplet 4

    କୁହନ୍ତି ବ୍ୟାସଙ୍କର ସୁତଶୁଣ ରାଜନ ପରୀକ୍ଷିତ

  5. Couplet 5

    ଅର୍ଜୁନ ତୀର୍ଥଯାତ୍ରା ଛଳେଭ୍ରମଇଁ ଅବନୀମଣ୍ତଳେ

  6. Couplet 6

    ପ୍ରଭାସତୀର୍ଥେ ଏକଦିନେଅର୍ଜୁନ ରହି ତୋଷମନେ

  7. Couplet 7

    ଶୁଣିଲା ଦ୍ୱାରକାର ବାଣୀନିଜ ମାତୁଳର ନନ୍ଦିନୀ

  8. Couplet 8

    ସଙ୍କରଷଣ ଅନୁମତେଦୁର୍ଯ୍ୟୋଧନଙ୍କୁ ଦେବା ଅର୍ଥେ

  9. Couplet 9

    କାହାରି ନାହିଁ ସନମତଶୁଣି ବିଚାରେ ମନେ ପାର୍ଥ

  10. Couplet 10

    ସୁଭଦ୍ରା ଲଭିବାର ଆଶେତକ୍ଷଣେ ବ୍ରହ୍ମଚାରୀ ବେଶେ

  11. Couplet 11

    ମାୟାତ୍ରିତଣ୍ତୀ ରୂପ ଧରିମିଳିଲା ଦ୍ୱାରକାନଗରୀ

  12. Couplet 12

    ଆପଣା କାର୍ଯ୍ୟ ସିଦ୍ଧି ଆଶେରହି ବରଷା ଚାରିମାସେ

  13. Couplet 13

    ଯାଦବେ ନିତ୍ୟେ ଅନ୍ନ ଦ୍ୟନ୍ତିଏ କଥା ରାମ ନ ଜାଣନ୍ତି

  14. Couplet 14

    ଦିନେକ କୃଷ୍ଣ ହଳପାଣିଅତିଥି ନିଜ ଘରେ ଆଣି

  15. Couplet 15

    ଶରଧା ଚିତ୍ତେ ଭିକ୍ଷା ଦେଲେହରଷେ ଅର୍ଜୁନ ଭୁଞ୍ଜିଲେ

  16. Couplet 16

    ଅନ୍ନ ଭୋଜନେ ବୀରମଣିଦେଖି ବସୁଦେବ ଦୁଲଣୀ

  17. Couplet 17

    ବୀରମୋହିନୀ ରୂପ ତାରଭୁବନେ ନାହିଁ ପଟାନ୍ତର

  18. Couplet 18

    ଅପାଙ୍ଗ ଲୋଚନେ ଅନାଇଁହୃଦେ ଅନଙ୍ଗ ଭାବ ବହି

  19. Couplet 19

    ସ୍ୱଭାବେ ଅର୍ଜୁନ ସୁନ୍ଦରରୂପେ କାମିନୀ ମନୋହର

  20. Couplet 20

    ସୁଭଦ୍ରା ଦେଖି ତା ବଦନସମ୍ଭ୍ରମେ ପୀଡିତ ମଦନ

  21. Couplet 21

    ଏକେ ତ କୃଷ୍ଣର ଭଗିନୀରୂପେ ମୋହଇ ପୁର ତିନି

  22. Couplet 22

    ସବ୍ରୀଡହାସେ ମୁଖ ଶୋହେକଟାକ୍ଷେ ମୁନିଜନ ମୋହେ

  23. Couplet 23

    ଅର୍ଜୁନ ଦେଖି ଅଭିରାମଚିତ୍ତ ମୋହିତ କୋଟିକାମ

  24. Couplet 24

    ସୁଭଦ୍ରାରୂପେ ମନ ଦେଇଅର୍ଜୁନ ବସି ବିଚାରଇ

  25. Couplet 25

    କେମନ୍ତେ ଲଭିବି ଏ ନାରୀନିରେତେ ଛିଦ୍ର ଅନୁସରି

  26. Couplet 26

    ଏମନ୍ତେ ଦେବଯାତ୍ରା କାଳେବନ୍ଧୁବାନ୍ଧବ ଜ୍ଞାତିମେଳେ

  27. Couplet 27

    ଉତ୍ତମରଥେ କନ୍ୟା ଘେନିମଙ୍ଗଳକରଣେ କାମିନୀ

  28. Couplet 28

    ଦ୍ୱାରକାପୁର ଦୁର୍ଗ ମଧ୍ୟେଚଳନ୍ତି ନୃତ୍ୟ ଗୀତ ବାଦ୍ୟେ

  29. Couplet 29

    ପିତାମାତାଙ୍କ ଶୁଦ୍ଧଚିତ୍ତେକୃଷ୍ଣର ଭାବ ଅନୁମତେ

  30. Couplet 30

    ଅର୍ଜୁନ ଦେବଯାତ୍ରା ଛଳେକନ୍ୟା ହରିଲା ବାହୁବଳେ

  31. Couplet 31

    ଆପଣେ ନିଜ ରଥେ ବସିଧନୁ ଟଙ୍କାରେ ଗୁଣ ଘୋଷି

  32. Couplet 32

    କନ୍ୟା ଆବୋରି ଥିଲେ ଯେତେନାନା ଆୟୁଧ ଧରି ହସ୍ତେ

  33. Couplet 33

    ତାହାଙ୍କ ଗର୍ବ ନାଶ କରିସ୍ୱଭାଗ ଯେସନେ କେଶରୀ

  34. Couplet 34

    ପଶୁଙ୍କ ମଧ୍ୟୁ ହରେ ଯେହ୍ନେତା ଦେଖି ରାମ କୋପମନେ

  35. Couplet 35

    ଯେହ୍ନେ ପୂର୍ଣ୍ଣିମା ନିଶାକାଳେସମୁଦ୍ର ଉଛୁଳେ ଉଲ୍ଲୋଳେ

  36. Couplet 36

    ରାମର କୋପ ଦେଖି ହରିବାନ୍ଧବ ସଙ୍ଗତେ ବିଚାରି

  37. Couplet 37

    ବୃଦ୍ଧଙ୍କ ସଙ୍ଗେ ବିଚାରିଲେରାମର କୋପ ଶାନ୍ତି କଲେ

  38. Couplet 38

    କୃଷ୍ଣ ବଚନେ ହଳପାଣିଅନେକ ରତ୍ନବସ୍ତ୍ର ଆଣି

  39. Couplet 39

    ବରକନ୍ୟାର ବିଭାକାଳେଅନେକ ଯଉତୁକ ଦେଲେ

  40. Couplet 40

    ଅମୂଲ୍ୟରତ୍ନ ବସ୍ତ୍ର ଧନଅଶ୍ୱ କୁଞ୍ଜର ଦାସୀଜନ

  41. Couplet 41

    ଘେନି ଆନନ୍ଦେ କନ୍ୟା ବରମଙ୍ଗଳେ ଗଲେ ନିଜ ପୁର

  42. Couplet 42

    ବନ୍ଧୁବାନ୍ଧବ ଯେତେଜନଗଲେ ସେ ଯେ ଯାହା ଭୂବନ

  43. Couplet 43

    କହନ୍ତି ବ୍ୟାସଙ୍କର ସୁତକୃଷ୍ଣମଙ୍ଗଳ ଭାଗବତ

  44. Couplet 44

    କୃଷ୍ଣର ସଖା ପୂର୍ବକାଳେଥିଲା ଯେ ବିଦେହମଣ୍ତଳେ

  45. Couplet 45

    କୃଷ୍ଣର ଅତି ପ୍ରିୟଭାବନାମ ତାହାର ଶୁତଦେବ

  46. Couplet 46

    ଏକାନ୍ତ ହରିଭାବ ଭୋଳେସମ୍ପୁର୍ଣ୍ଣ ହୃଦୟ ନିଶ୍ଚଳେ

  47. Couplet 47

    ଯୋଗେ ଇନ୍ଦ୍ରିୟ ବଳ ଜିଣିଜଗତଆତ୍ମା ପରିମାଣି

  48. Couplet 48

    ମିଥିଳାପୁରେ ଗୃହାଶ୍ରମୀବ୍ରାହ୍ମଣଭାବେ ନିତ୍ୟକର୍ମୀ

  49. Couplet 49

    ଧନ ଅର୍ଜନେ ନାହିଁ ଚିତ୍ତକେବଳ ପ୍ରାଣ ବୃତ୍ତି ମାତ୍ର

  50. Couplet 50

    ଅଧର୍ମମାର୍ଗେ ମନେ ଭୀତିକ୍ରିୟାକଳାପ କରେ ନିତି

  51. Couplet 51

    ଏମନ୍ତେ ବହୁଳାଶ୍ୱ ନାମମିଥିଳାନଗରେ ରାଜନ

  52. Couplet 52

    ସେ ବେନିଜନ ହରିଭାବେଜିତଇନ୍ଦ୍ରିୟ ସେ ସ୍ୱଭାବେ

  53. Couplet 53

    ତାହାଙ୍କ ଭାବ ଘେନି ହୃଦେଗୋବିନ୍ଦ ପରମଆନନ୍ଦେ

  54. Couplet 54

    ଭକତଭାବେ ବଶ ହରିଉଦ୍ଧବ ସଙ୍ଗେ ଦଇତ୍ୟାରି

  55. Couplet 55

    ଦାରୁକ ରଥ କଲା ଆଣିମୁନିଙ୍କ ସଙ୍ଗେ ଚକ୍ରପାଣି

  56. Couplet 56

    ରଥ ଆରୋହି ହୃଷୀକେଶମିଥିଳାନଗରେ ପ୍ରବେଶ

  57. Couplet 57

    ନାରଦ ବାମଦେବ ଅତ୍ରିବ୍ୟାସ ପରଶୁରାମ ଯତି

  58. Couplet 58

    ଅସିତ କେବଳ ଅରୁଣିଦେବଙ୍କଗୁରୁ ଶୁକମୁନି

  59. Couplet 59

    କଣ୍ୱ ମଇତ୍ରେୟ ଚ୍ୟବନଏ ଆଦି ବ୍ରହ୍ମଋଷିଗଣ

  60. Couplet 60

    ମିଳିଲେ ସକଳେ ହେଁ ଆସିଦେଖି ଗୋବିନ୍ଦ ରୂପରାଶି

  61. Couplet 61

    ଶୁଣି ଗୋବିନ୍ଦ ଆଗମନମିଥିଳାପଥେ ଯେତେ ଜନ

  62. Couplet 62

    ବିବିଧ ଅର୍ଘ୍ୟପାତ୍ର କରେମିଳିଲେ କୃଷ୍ଣର ଛାମୁରେ

  63. Couplet 63

    ଆଦିତ୍ୟ ଉଦୟ ନିକଟେଯେହ୍ନେ ବ୍ରାହ୍ମଣେ ଜଳଘାଟେ

  64. Couplet 64

    ତେହ୍ନେ ଦିଶନ୍ତି ଶୀରିବସ୍ତ୍ରଅନନ୍ତ ରୂପ କି ପ୍ରତ୍ୟକ୍ଷ

  65. Couplet 65

    ଧନୁତୁଣୀର କମ୍ବୁ ଚକ୍ରଗଦା କମଳ ପଦ୍ମନେତ୍ର

  66. Couplet 66

    ଦେଖିଣ ଆନନ୍ଦ ସବୁରିମଙ୍ଗଳ ଶବଦ ଉତାରି

  67. Couplet 67

    ଆନର୍ତ୍ତ ଧନ୍ୱ ଯେ ଜାଙ୍ଗଳକୁରୁ କଙ୍କ ମତ୍ସ୍ୟ ପାଞ୍ଚାଳ

  68. Couplet 68

    କୈକୟ ମଧୁ କୁନ୍ତୀ ଆଦିକୋଶଳଦେଶ ଯେ ପ୍ରସିଦ୍ଧି

  69. Couplet 69

    ଏ ଆଦି ଯେତେ ଜନପଦେକୃଷ୍ଣର ବଦନ ଆନନ୍ଦେ

  70. Couplet 70

    ପିବନ୍ତି ଚକ୍ଷୁରନ୍ଦ୍ରେ ଭରିଅଶେଷ ତପେ ନରନାରୀ

  71. Couplet 71

    ତାହାଙ୍କ ତପସିଦ୍ଧ କରିଭକତବନ୍ଧୁ ନରହରି

  72. Couplet 72

    ଦିଗପୂରିତ ନିଜ ଯଶତାହାଙ୍କ ମୁଖୁଁ ହୃଷୀକେଶ

  73. Couplet 73

    ଅଶୁଭନାଶନ ମଙ୍ଗଳଶୁଣି ସାନନ୍ଦ ନନ୍ଦବାଳ

  74. Couplet 74

    ସର୍ବକୁଶଳ ସ୍ନେହଭରେପ୍ରବେଶ ମିଥିଳାନଗରେ

  75. Couplet 75

    ମିଥିଳାପୁର ନରନାରୀକୃଷ୍ଣ ଆଗମ ଅନୁସରି

  76. Couplet 76

    ମଙ୍ଗଳ ଦ୍ରବ୍ୟ ଘେନି କରେମିଳିଲେ କୃଷ୍ଣର ଛାମୁରେ

  77. Couplet 77

    ଗୋବିନ୍ଦମୁଖ ଦେଖି ଜନେପ୍ରଫୁଲ୍ଲ ନିଶ୍ଚଳ ନୟନେ

  78. Couplet 78

    କରଅଞ୍ଜଳି ଦେଇ ଶିରେରୋମପୁଲକ କଳେବରେ

  79. Couplet 79

    ସକଳେ ମୁନିଗଣ ମେଳେନମିଲେ କୃଷ୍ଣ ପାଦତଳେ

  80. Couplet 80

    ଜନକ ଶ୍ରୁତଦେବ ବେନିହୃଦେ ଗୋବିନ୍ଦ ଭାବ ଘେନି

  81. Couplet 81

    ବୋଲନ୍ତି ଆମ୍ଭ ଅନୁଗ୍ରହେବିଜୟ କଲେ ଦେବରାୟେ

  82. Couplet 82

    ଏମନ୍ତେ ପରମ ଆନନ୍ଦେପ୍ରଣାମ କଲେ କୃଷ୍ଣପାଦେ

  83. Couplet 83

    ମୁନି ସମେତେ ନାରାୟଣଅତିଥି କଲେ ନିମନ୍ତ୍ରଣ

  84. Couplet 84

    କୃଷ୍ଣଙ୍କୁ ଆସନେ ବସାଇପୂଜିଲେ ଷଡଅର୍ଘ୍ୟ ଦେଇ

  85. Couplet 85

    ସେ ବେନିଜନଙ୍କର ମନଜାଣନ୍ତି ଜଗତଜୀବନ

  86. Couplet 86

    ଭାବରେ ବନ୍ଧୁ ଦାମୋଦରମନରେ କରନ୍ତି ବିଚାର

  87. Couplet 87

    ଦୁହିଁଙ୍କ ଘରେ ମୁହିଁ ରହିଚିତ୍ତ ଆନନ୍ଦେ ବୋଧ ଦେଇ

  88. Couplet 88

    ତେବେ ମୁଁ ଯିବି ନିଜ ପୁରଏତେ ବିଚାରି ଚକ୍ରଧର

  89. Couplet 89

    ଜନକ ଗୃହେ ଭଗବାନମୁନିଙ୍କି ଘେନି ଆଗମନ

  90. Couplet 90

    ଆନନ୍ଦମନେ ମହାରାଜାମୁନିଙ୍କି କଲେ ପାଦପୂଜା

  91. Couplet 91

    ହରଷୁ ତନୁ ରୋମମୂଳନୟନୁ ବହେ ଅଶ୍ରୁଜଳ

  92. Couplet 92

    ପଖାଳି ମୁନିଙ୍କର ପାଦଆନନ୍ଦେ କଣ୍ଠ ଗଦଗଦ

  93. Couplet 93

    ବିଶ୍ୱପବିତ୍ର ପାଦଜଳକୁଟୁମ୍ବ ସଙ୍ଗେ ଘେନି ଶିର

  94. Couplet 94

    ମୁନିଙ୍କ ଚରଣ ସମୀପେପୁଷ୍ପଚନ୍ଦନ ଧୂପ ଦୀପେ

  95. Couplet 95

    ଅର୍ଘ୍ୟ ଗୋ ବୃଷ ଆଦି ଦେଇମଧୁର ସ୍ୱରେ ବାକ୍ୟ କହି

  96. Couplet 96

    ଆତ୍ମଦରଶୀ ମୁନିଗଣେଆନନ୍ଦେ ବସିଲେ ଆସନେ

  97. Couplet 97

    କୃଷ୍ଣଙ୍କୁ ପଲ୍ୟଙ୍କେ ବସାଇବେନିଚରଣ କୋଳେ ଲଇଁ

  98. Couplet 98

    ପାଦମର୍ଦ୍ଦଇ ମନସୁଖେକହେ କୋମଳ ବାଣୀ ମୁଖେ

  99. Couplet 99

    ଭୋ ନାଥ ସର୍ବପ୍ରାଣୀଙ୍କରତୁ ଆତ୍ମାସାକ୍ଷୀ ଦାମୋଦର

  100. Couplet 100

    ତୋର ଚରଣ ଚକ୍ଷୁଦ୍ୱାରେଦେଖିଲି ମନୁଷ୍ୟ ଶରୀରେ

  101. Couplet 101

    ତୋହର କର୍ମ ଶୁଣି କର୍ଣ୍ଣେପ୍ରତ୍ୟେକ୍ଷ ଦେଖିଲି ନୟନେ

  102. Couplet 102

    ତୋ ପାଦରଜ ଜଗନ୍ନାତାଲଭିବା ପାଇଁ କରେ ଚିନ୍ତା

  103. Couplet 103

    ଏହା ଯେ ଚିତ୍ତେ ଭଲେ ଜାଣିସଂସାରୁ ତରଇ ସେ ପ୍ରାଣୀ

  104. Couplet 104

    ସମଦରଶୀ ଚିତ୍ତ ଯାରଶାନ୍ତ ନିଷ୍କାମ ମୁନିଙ୍କର

  105. Couplet 105

    ମରଣେ ଦେଉ ଆତ୍ମପଦଆଗମ ନିଗମେ ପ୍ରସିଦ୍ଧ

  106. Couplet 106

    ସଂସାର ପ୍ରାଣୀଙ୍କର ମଧ୍ୟେତୁ ନାଥ ଭୂମିଭାରା ସାଧ୍ୟେ

  107. Couplet 107

    ଯାଦବବଂଶେ ହୋଇ ଜାତତୋ ଯଶ ଜଗତେ ବିଦିତ

  108. Couplet 108

    ତୋ ପାଦରେଣୁ ପାପ ନାଶେନିର୍ମଳ ସୁଜ୍ଞାନ ପ୍ରକାଶେ

  109. Couplet 109

    ନମସ୍ତେ ପ୍ରଭୁ ଭଗବାନତୁ କୃଷ୍ଣ ବଇକୁଣ୍ଠଧାମ

  110. Couplet 110

    ତୁ ନର ନାରାୟଣ ରୂପୀଅଶେଷ ପ୍ରାଣୀ ହିତେ ତପୀ

  111. Couplet 111

    ଭୋ ନାଥ ଘେନି ମୁନିଜନମୋ ଗୃହେ ରହ କିଛିଦିନ

  112. Couplet 112

    ତୋ ପାଦରଜେ ମୋର କୁଳପବିତ୍ର ହେଉ ଆଦିମୂଳ

  113. Couplet 113

    ଏମନ୍ତ ରାଜା ବାକ୍ୟ ଶୁଣିମନ ଆନନ୍ଦେ ଚକ୍ରପାଣି

  114. Couplet 114

    ମିଥିଳା ନରନାରୀଙ୍କରପ୍ରୀତି କାରଣେ ଚକ୍ରଧର

  115. Couplet 115

    ରହିଲେ କେତେଦିନ ତହିଁଜନକ ପ୍ରିୟଭାବ ବହି

  116. Couplet 116

    ଆନନ୍ଦମନେ ହୃଶୀକେଶଶ୍ରୁତଦେବ ଗୃହେ ପ୍ରବେଶ

  117. Couplet 117

    ସ୍ୱଗୃହେ ଗୋବିନ୍ଦ ଆଗମେଦେଖି ଶ୍ରୁତଦେବ ବିଭ୍ରମେ

  118. Couplet 118

    ନମି ଗୋବିନ୍ଦେ ଶୁଦ୍ଧଚିତ୍ତେଭତ୍ତରୀ ତୋଳି ବେନି ହସ୍ତେ

  119. Couplet 119

    ଭାବେ ସୁମନେ ନୃତ୍ୟ କରିଆନନ୍ଦେ ବୋଲେ ହରିହରି

  120. Couplet 120

    ଶ୍ରୀକୃଷ୍ଣ ପାଦପଦ୍ମ ବେନିପୂଜିଲା ପ୍ରିୟଭାବ ଘେନି

  121. Couplet 121

    ସଙ୍ଗତେ ଘେନି ନିଜ ନାରୀଶ୍ରୀକୃଷ୍ଣପାଦ କରେ ଧରି

  122. Couplet 122

    ପଖାଳି ଶୀତଳ ଉଦକେଉଦକ ଘେନିଲା ମସ୍ତକେ

  123. Couplet 123

    ଜଳ ସିଞ୍ଚିଲା ନେଇ ଘରେଯେ ଜଳେ ମେନୋରଥ ପୂରେ

  124. Couplet 124

    ସକଳ ଫଳ ଥାଇ ଯହିଁସେ ପାଦ ପୂଜେ ଭାବ ବହି

  125. Couplet 125

    ସୁଗନ୍ଧତୃଣ ବାସ ଜଳେଶ୍ୟାମତୁଳସୀ ପଦ୍ମତଳେ

  126. Couplet 126

    ଯେ ଅବା ଥିଲା ତା ମନ୍ଦିରେଅର୍ପିଲା ସର୍ବ ଉପହାରେ

  127. Couplet 127

    ବିତର୍କେ ବିଚାରଇ ଚିତ୍ତେପୂର୍ବେ ମୁଁ ପୁଣ୍ୟ କଲି କେତେ

  128. Couplet 128

    ସେ ପୁଣ୍ୟେ ଲଭିଲି ଏ ଗତିମୋର ମନ୍ଦିରେ ଯଦୁପତି

  129. Couplet 129

    ଯାହାର ପାଦରଜ-ନୀରସକଳ ତୀର୍ଥଙ୍କର ଘର

  130. Couplet 130

    ଆତ୍ମାନିକେତ ମୁନିମେଳେଗୋବିନ୍ଦ ମୋ ଗୃହମଣ୍ତଳେ

  131. Couplet 131

    ଏମନ୍ତେ କୃଷ୍ଣଙ୍କୁ ବସାଇକରଅଞ୍ଜଳି ଶିରେ ଦେଇ

  132. Couplet 132

    ସୁତ କଳତ୍ର ବନ୍ଧୁ ଘେନିଚାପଇ କୃଷ୍ଣପାଦ ବେନି

  133. Couplet 133

    ବୋଲଇ କୋମଳ ବଚନପାଦପଙ୍କଜେ ଦେଇ ମନ

  134. Couplet 134

    ଆଜ ଯେ ଧନ୍ୟ ମୋର ବଂଶଦେଖିଲି ପରମପୁରୁଷ

  135. Couplet 135

    ଯେ ହରି ଜଗତ ଭିଆଇଖେଳଇ ସର୍ବରୁପ ହୋଇ

  136. Couplet 136

    ନିଦ୍ରିତ ପୁରୁଷ ଯେମନ୍ତେସ୍ୱପ୍ନ ଦେଖଇ ନାନମତେ

  137. Couplet 137

    ଚିଆଇଁ ପୁଣି ଚିତ୍ତେ ଧ୍ୟାୟେସେ କଥା ମଣେ ସତ୍ୟ ପ୍ରାୟେ

  138. Couplet 138

    ତୋ ନାମ ଶୁଣନ୍ତି ଯେ କର୍ଣ୍ଣେନିରତେ ଗୁଣନ୍ତି ବଦନେ

  139. Couplet 139

    ନିଶ୍ଚଳ ଧ୍ୟାନେ ମନେ ଚିନ୍ତିତୋର ପ୍ରତିମା ଯେ ପୂଜନ୍ତି

  140. Couplet 140

    ବିଷୟସଙ୍ଗ ଦୂର କରିତୋତେ ଭାବନ୍ତି ହୃଦେ ଧରି

  141. Couplet 141

    ତାହାଙ୍କ ହୃଦେ ତୁ ଗୋବିନ୍ଦପ୍ରକାଶୁ ଜଳେ ଯେହ୍ନେ ଚନ୍ଦ୍ର

  142. Couplet 142

    କର୍ମେ ଚଞ୍ଚଳ ଯାର ଚିତ୍ତତାହାକୁ ଦୂର ତୁ ଅଚ୍ୟୁତ

  143. Couplet 143

    ହୃଦରେ ଥାଇ ଦୂର ହେଉତୋତେ ପାଇବେ ସେ ବା କାହୁଁ

  144. Couplet 144

    ତୋ ଗୁଣ ଯେହୁ ଗୁଣେ ରଟେତୁ ଥାଉ ତାହାର ନିକଟେ

  145. Couplet 145

    ଆତ୍ମାର ଶକ୍ତି ଅଗୋଚରଭୋ ନାଥ ମହିମା ତୋହର

  146. Couplet 146

    ନମସ୍ତେ ପ୍ରଭୁ ନିରଞ୍ଜନଅଧ୍ୟାତ୍ମଜ୍ଞାନୀଙ୍କ ଜୀବନ

  147. Couplet 147

    ଅଜ୍ଞାନୀ ଦେହବନ୍ତଙ୍କରମୃତ୍ୟୁ ସ୍ୱରୁପ ତୁ ନିକର

  148. Couplet 148

    ସ୍ୱଭାବେ ଦେହ ତୋର ନାହିଁମାୟାରେ ବହୁ ସର୍ବଦେହୀ

  149. Couplet 149

    କାରଣ ସଙ୍ଗେ ଅକାରଣଉଭୟଲିଙ୍ଗ ତୁ ଧାରଣ

  150. Couplet 150

    ମାୟା ଆବୃତେ ରୁଦ୍ଧଦୃଷ୍ଟିଏଣୁ ତୋ ନାନା ରୂପ ସୃଷ୍ଟି

  151. Couplet 151

    ମୁଁ ତୋର ଭୃତ୍ୟଙ୍କ କିଙ୍କରସୁହୃଦ କୋଟିକେ ଅନ୍ତର

  152. Couplet 152

    ମୁଁ ତୋର କି କରିବି ସେବାବିଚାରି ମୋତେ ଆଜ୍ଞା ଦେବା

  153. Couplet 153

    ଦୃଷ୍ଟିଗୋଚର ଯାର ତୁହିତାହାର କ୍ଳେଶ ଆଉ କାହିଁ

  154. Couplet 154

    କହନ୍ତି ଶୁକ ମହାମୁନିଶ୍ରୁତ ଦେବର ବାକ୍ୟ ଶୁଣି

  155. Couplet 155

    ପ୍ରାଣୀଙ୍କକ ଆରତଭଞ୍ଜନହରଷେ ପ୍ରଭୁ ଭଗବାନ

  156. Couplet 156

    ବ୍ରାହ୍ମଣ ହସ୍ତ କରେ ଧରିହସି ବୋଲନ୍ତି ନରହରି

  157. Couplet 157

    ତୋତେ ପ୍ରସନ୍ନ ମନ ମୋରତେଣୁ ଅଇଲି ତୋର ଘର

  158. Couplet 158

    ଏ ମୁନିଜନଙ୍କ ମହିମାକେ କହିପାରେ ଗୁଣସୀମା

  159. Couplet 159

    ଏହାଙ୍କ ପାଦରଜ ଶିରେଘେନି ସଂସାରୁ ପ୍ରାଣୀ ତରେ

  160. Couplet 160

    ଦେବତାକ୍ଷେତ୍ର ତୀର୍ଥଜନେଦର୍ଶନ-ସ୍ପପର୍ଶ-ଅର୍ଚ୍ଚନେ

  161. Couplet 161

    ଶୁଦ୍ଧ କରନ୍ତି ଚିରକାଳେଯେ ଯାହା କର୍ମ ଫଳାଫଳେ

  162. Couplet 162

    ସାଧୁଙ୍କ ଦରଶନ ମାତ୍ରେଦୁରିତ ନ ରହଇ ଗାତ୍ରେ

  163. Couplet 163

    ସକଳ ପ୍ରାଣୀ ମଧ୍ୟେ ସାରବ୍ରାହ୍ମଣ ଶରୀର ଯାହାର

  164. Couplet 164

    ସନ୍ତୋଷ ତପ ବିଦ୍ୟାଫଳେକ୍ରିୟା କଳାପ ଯୋଗବଳେ

  165. Couplet 165

    ବ୍ରାହ୍ମଣ ସର୍ବଦେବମୟସେ ମୋର ଦେହଟି ନିଶ୍ଚୟ

  166. Couplet 166

    ଚତୁରଭୁଜ ମୋର ଦେହୀଏହା ମୁଁ ପ୍ରିୟ ନ ମଣଇଁ

  167. Couplet 167

    ବ୍ରାହ୍ମଣଜନ ପ୍ରିୟ ମୋରହସି ବୋଲନ୍ତି ଚକ୍ରଧର

  168. Couplet 168

    ବ୍ରାହ୍ମଣ ଗୁରୁ ଚାରିବର୍ଣ୍ଣେମୋହର ସ୍ୱରୂପ ଅଭିନ୍ନେ

  169. Couplet 169

    ତାହା ନ ଜାଣି ମୂଢଜନେପ୍ରତିମା ପୂଜେ ଦୃଢମନେ

  170. Couplet 170

    ଏ ଚରାଚର ବିଶ୍ୱ ମଧ୍ୟେଦେଖନ୍ତି ଯେ ମୋତେ ଅଭେଦେ

  171. Couplet 171

    ଏ ବିପ୍ରବରେ ଶ୍ରଦ୍ଧା ବହିସ୍ୱଧର୍ମଭାବେ ପୂଜ ତୁହି

  172. Couplet 172

    ଏହାଙ୍କୁ ସେବା କର ନିତ୍ୟେମୋ ଭାବ ପାଇବୁ ଯେମନ୍ତେ

  173. Couplet 173

    ବିପ୍ରସେବନେ ମୋତେ ପାଇଅନ୍ୟଥା କୋଟି ଯଜ୍ଞେ ନୋହି

  174. Couplet 174

    ଶୁକ କହନ୍ତି ଶୁଦ୍ଧମନେଏମନ୍ତ ବିଷ୍ଣୁର ବଚନେ

  175. Couplet 175

    ବିପ୍ରଙ୍କୁ ପୂଜି ନିତିନିତିଲଭିଲେ ଅପବର୍ଗ ଗତି

  176. Couplet 176

    ଏମନ୍ତେ ପ୍ରଭୁ ଭଗବାନମିଥିଳା ରହି କେତେଦିନ

  177. Couplet 177

    ତାହାଙ୍କୁ ନିଜ ଜ୍ଞାନ ଦେଇଦ୍ୱାରକା ବିଜେ ଭାବଗ୍ରାହୀ

  178. Couplet 178

    ସେ ହରିପାଦେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ

  179. Couplet 179

    ସୁଜନେ କୃଷ୍ଣପାଦେ ସେବସଂସାର-ସାଗରୁ ତରିବ

Odia Bhagabata skandha 10 adhyaya 92 | Parbani by ParibhaAsha App