Skip to content
paribhaasha

Skandha 10

Adhyaya 91

  1. Couplet 1

    ଶୁକ ବୋଲନ୍ତି ତୋଷମନେଦ୍ୱାରକାପୁରେ ଏକ ଦିନେ

  2. Couplet 2

    ରାମ ଗୋବିନ୍ଦ ବେନିଭାଇତାତ ଜନନୀ ପାଶେ ଯାଇ

  3. Couplet 3

    ପ୍ରଣାମ କଲେ ବେନିପାଦେସ୍ନେହହରଷ ଗଦଗଦେ

  4. Couplet 4

    ଆନନ୍ଦ ବସୁଦେବ ହୋଇରାମ ଗୋବିନ୍ଦ ମୁଖ ଚାହିଁ

  5. Couplet 5

    ଆନନ୍ଦେ ତନୁ ପୁଲକିତକୋଳେ ବସାଇ ବେନିସୁତ

  6. Couplet 6

    ମୁନିଜନଙ୍କ ବାକ୍ୟ ଶୁଣିକୃଷ୍ଣମହିମା ପରିମାଣି

  7. Couplet 7

    ବୋଲଇ ଶଙ୍କିତ ବଚନେକୃଷ୍ଣ ମହିମା ଭାବି ମନେ

  8. Couplet 8

    ହେ କୃଷ୍ଣ କୃଷ୍ଣ ଭଗବାନସଙ୍କରଷଣ ସନାତନ

  9. Couplet 9

    ଆନନ୍ଦ ମୁକୁନ୍ଦ ମୁରାରିଯା ନାମେ ମୁନିଜନେ ତରି

  10. Couplet 10

    ନିଶ୍ଚେ ଜାଣିଲି ଏବେ ମୁହିଁସୃଷ୍ଟିକାରଣ ତୁମ୍ଭେ ଦୁଇ

  11. Couplet 11

    ପରମବ୍ରହ୍ମ ପରକାଶତୁମ୍ଭେ ଯେ ପ୍ରଧାନ ପୁରୁଷ

  12. Couplet 12

    ଯହିଁ ଯେମନ୍ତ ଯହୁଁ ଜାତଯାହାର ଯେ ଅବା ନିର୍ମିତ

  13. Couplet 13

    ଯେ ଅବା ଯେବେ ଯଥାଭାବେଯାହାର ପ୍ରୟୋଜନ ଲାଭେ

  14. Couplet 14

    ସମ୍ଭୂତ ହୋଇ ଏ ସଂସାରତୁମ୍ଭେ ସେ ପ୍ରଧାନ ଈଶ୍ୱର

  15. Couplet 15

    ତୁମ୍ଭର ସୃଷ୍ଟି ଏ ଜଗତସ୍ଥାବର ଆଦି ନାନାମତ

  16. Couplet 16

    ଏହାଙ୍କ ଦେହେ ତୁମ୍ଭେ ପଶିପ୍ରାଣୀଙ୍କ ଜୀବନ ଆଶ୍ୱାସି

  17. Couplet 17

    ପ୍ରାଣାଦି ପଞ୍ଚମହାଭୂତସୃଷ୍ଟି କରନ୍ତି ଆତଯାତ

  18. Couplet 18

    ତାହାଙ୍କ ଶକ୍ତି ତୁମ୍ଭେ ଧରିସଚେତ ଅଚେତ ବିଚାରି

  19. Couplet 19

    ବ୍ରହ୍ମାଣ୍ତ ତେଜ କାନ୍ତି ପ୍ରଭାଆବର ବଳ ନାନା ଶୋଭା

  20. Couplet 20

    ଚନ୍ଦ୍ରର କାନ୍ତି ରବିପ୍ରଭାତାରା ବିଜୁଳି ଅଗ୍ନି ଆଭା

  21. Couplet 21

    ଗିରି ସ୍ଥିରତା ଭୂମି ବାସଏ ସର୍ବ ତୁମ୍ଭର ପ୍ରକାଶ

  22. Couplet 22

    ଜଳରେ ତର୍ପଣ ଜୀବନଆବର ରସ ତୋ ଭିଆଣ

  23. Couplet 23

    ପବନ ଗତି ଚେଷ୍ଟା ବଳଦିଗଙ୍କ ମଧ୍ୟେ ଅନ୍ତରାଳ

  24. Couplet 24

    ଓଁକାର ନାଦ ବର୍ଣ୍ଣ ସ୍ୱରଆକୃତି ମଧ୍ୟେ ନାନାକାର

  25. Couplet 25

    ଇନ୍ଦ୍ରିୟ ମଧ୍ୟେ ତୁମ୍ଭେ ମନତୋ ଅନୁଗ୍ରହେ ଦେବଗଣ

  26. Couplet 26

    ବୁଦ୍ଧିର ବୋଧବୁଦ୍ଧି ତୁମ୍ଭେଜୀବର ଶକ୍ତି ତୁ ଆରମ୍ଭ

  27. Couplet 27

    ଭୂତଙ୍କ ମଧ୍ୟେ ଭୂତ ଆଦିଇନ୍ଦ୍ରିୟଗଣ ତେଜ ସିଦ୍ଧି

  28. Couplet 28

    ବିକଳ୍ପ ମଧ୍ୟେ ତୁ ବିକାରପ୍ରଧାନ ରୂପ ଜୀବଙ୍କର

  29. Couplet 29

    ବିନାଶୀଭୂତଙ୍କର ମଧ୍ୟତୁମ୍ଭେ ଅବିନାଶୀ ପ୍ରସିଦ୍ଧ

  30. Couplet 30

    ଦ୍ରବ୍ୟ ବିକାର ଦ୍ରବ୍ୟ ତୁମ୍ଭେତ୍ରିଗୁଣବୃତ୍ତିର ଆରମ୍ଭେ

  31. Couplet 31

    ଆତ୍ମା କଳ୍ପିତ ଏ ଶୟଳେତୁମ୍ଭର ଯୋଗମାୟା ବଳେ

  32. Couplet 32

    ଏ ଘେନି ଅନୁମାନ କଲେମାୟା ନ ଲାଗେ ତୁମ୍ଭ ତୁଲେ

  33. Couplet 33

    ନାନା ବିକାରଙ୍କ ପ୍ରମାଣେନ ଘଟେ ତୁମ୍ଭ ବିଚାରଣେ

  34. Couplet 34

    ଏ ଗୁଣ ପ୍ରବାହ ତୁମ୍ଭରଅଜ୍ଞାନଜନେ ଅଗୋଚର

  35. Couplet 35

    ଏଣୁ ସଂସାରେ କର୍ମବଳେପ୍ରାଣୀ ଭ୍ରମନ୍ତି ଅନ୍ତରାଳେ

  36. Couplet 36

    ଅନେକ ଭାଗ୍ୟେ ଏ ସଂସାରେମନୁଷ୍ୟରୂପ ପ୍ରାଣୀ ଧରେ

  37. Couplet 37

    ନିତ୍ୟ ସମର୍ଥ ଆତ୍ମାଭାବପ୍ରାଣୀଙ୍କ ମଧ୍ୟେ ଏ ଦୁର୍ଲଭ

  38. Couplet 38

    ତୁମ୍ଭ ମାୟାରେ ପ୍ରାଣୀ ମୋହିଆତ୍ମାର ଗତି ନ ଜାଣଇ

  39. Couplet 39

    ବୟସ ହରେ ପ୍ରମାଦରେନିବିଡ ସଂସାରେ ବେଭାରେ

  40. Couplet 40

    ମୁହିଁ ମୋହର ଏ ସଂସାରସୁତ କଳତ୍ର ଧନ ମୋର

  41. Couplet 41

    ଏମନ୍ତ ସ୍ନେହପାଶ ଦେଇବନ୍ଧନ କର ତୁମ୍ଭେ ଦୁଇ

  42. Couplet 42

    ପ୍ରଧାନପୁରୁଷ ଈଶ୍ୱରତୁମ୍ଭେ ଯେ ମୋହର କୁମର

  43. Couplet 43

    ଭୂମିର ଭାରା ନିବାରଣେମୋହର କୁଳ ନିସ୍ତାରଣେ

  44. Couplet 44

    ଏଣୁ ମୋହର ନୁହଁ ସୁତଏ ମାୟା ତୁମ୍ଭର ନିର୍ମିତ

  45. Couplet 45

    ସଂସାର-ସଙ୍କଟ-ନିସ୍ତାରତୁମ୍ଭର ଅଭୟ ପୟର

  46. Couplet 46

    ସେ ପାଦେ ପଶିଲି ଶରଣଏବେ ତୁ ରଖ ନାରାୟଣ

  47. Couplet 47

    ଆରତଜନ ବନ୍ଧୁ ତୁମେଏ ମାୟାସଂସାର ଆରମ୍ଭେ

  48. Couplet 48

    ଲୋଭ ଲାଳସା ମୋର ନୋହୁଏମନ୍ତ ଆଜ୍ଞା ମୋତେ ହେଉ

  49. Couplet 49

    ତୁ ନିରାକାର ନିରଞ୍ଜନପରମବ୍ରହ୍ମ ଭଗବାନ

  50. Couplet 50

    ତୋର ବିଷୟେ ପୁତ୍ରବୁଦ୍ଧିଭୋ ନାଥ ପକା ଏହା ଛେଦି

  51. Couplet 51

    ହେ କୃଷ୍ଣ ଶରଣ ସୋଦରତୁମ୍ଭେ ଯେ କରୁଣାସାଗର

  52. Couplet 52

    କଂସ ରାଜାର ବନ୍ଦୀଘରେରଜନୀ ଦ୍ୱିତୀୟ ପ୍ରହରେ

  53. Couplet 53

    ତୋହର ଜନ୍ମକାଳେ ମୋତେଯାହା କହିଲୁ ଦୟାଚିତ୍ତେ

  54. Couplet 54

    ବୋଇଲୁ ଜନ ଅନୁରାଗେମୋହର ଜନ୍ମ ଯୁଗେ ଯୁଗେ

  55. Couplet 55

    ଏଣୁ ତୁ ଧର୍ମରକ୍ଷା ଅର୍ଥେଶରୀର ବହୁ ନାନାମତେ

  56. Couplet 56

    ଗଗନେ ଯେହ୍ନେ ମେଘପନ୍ତିଉଭାରି ପୁଣି ଲୀନ ହୋନ୍ତି

  57. Couplet 57

    ଏମନ୍ତ ତୋ ମାୟାବିଭୂତିକେ ଜାଣିପାରେ ତୋର ଗତି

  58. Couplet 58

    କହନ୍ତି ଶୁକ ମହାମୁନିପିତାବଚନ କୃଷ୍ଣ ଶୁଣି

  59. Couplet 59

    ହସିଣ ଯୋଡି ବେନିକରକୋମଳ ବଚନ ମଧୁର

  60. Couplet 60

    ବୋଲନ୍ତି ପ୍ରଭୁ ଭଗବାନଭୋ ତାତ ସାଧୁ ତୋ ବଚନ

  61. Couplet 61

    ଆମ୍ଭେ ତୋହର ପୁତ୍ର ଦୁଇପୁତ୍ର ଉଦ୍ଦେଶ୍ୟ ଭାବ ବହି

  62. Couplet 62

    ତୁମ୍ଭେ କହିତ ତତ୍ତ୍ୱଜ୍ଞାନଏ କଥା ସର୍ବମତେ ସମ

  63. Couplet 63

    ମୁଁ ପୁତ୍ର ତୁମ୍ଭେ ମୋର ତାତଏ ଯେ ମୋହର ଜ୍ୟେଷ୍ଠଭ୍ରାତ

  64. Couplet 64

    ଦ୍ୱାରକାପୁର ଜନ ଯେତେସଚରାଚର ଏହି ମତେ

  65. Couplet 65

    ଈଶ୍ୱର ମାୟା ଏ ସଂସାରଏଣେ ଭ୍ରମନ୍ତି ସୁରନର

  66. Couplet 66

    ଏ ଆତ୍ମା ଏକ ସ୍ୱୟଂଜ୍ୟୋତିନିତ୍ୟ ନିର୍ଗୁଣ ଶୁଦ୍ଧକାନ୍ତି

  67. Couplet 67

    ଆତ୍ମାକଳ୍ପିତ ସୃଷ୍ଟି ମଧ୍ୟେଆତ୍ମା ପ୍ରବେଶ ଅନୁବାଦେ

  68. Couplet 68

    ନାନା ପ୍ରପଞ୍ଚ ବହୁରୂପେକ୍ରୀଡା କରାଇ ମୋହକଳ୍ପେ

  69. Couplet 69

    ଶୂନ୍ୟ ପବନ ଜ୍ୟୋତି ଜଳତାରେ ନିର୍ମିତ ଭୂମଣ୍ତଳ

  70. Couplet 70

    ଅଳ୍ପ ବିଶେଷ ନାନାମତେଈଶ୍ୱର ରୂପ ଏ ଜଗତେ

  71. Couplet 71

    ଶୁକ ବୋଲନ୍ତି ରାୟେ ଶୁଣଯାହା କହିଲେ ନାରାୟଣ

  72. Couplet 72

    ତା ଶୁଣି ବସୁଦେବ ଜ୍ଞାନନାନା ପ୍ରକାରେ ନୋହି ଛନ୍ନ

  73. Couplet 73

    ବିନଷ୍ଟ ଭେଦବୃଦ୍ଧି ଘେନିପ୍ରେମ ଆନନ୍ଦେ ହେଲା ତୁନି

  74. Couplet 74

    ଏବେ ହୋ ଶୁଣ କୁରୁରାୟଦେବକୀ ସର୍ବଦେବମୟ

  75. Couplet 75

    ଭାବେ ଗୋବିନ୍ଦ ମୁଖ ଚାହିଁବିସ୍ମିତ ମନେ ବିଚାରଇ

  76. Couplet 76

    ଗୁରୁଙ୍କ ପୁତ୍ର ମରିଥିଲାଏ ଯମଘରୁ ଆଣିଦେଲା

  77. Couplet 77

    ଏ କୃଷ୍ଣବାଦେ ମୋର ପୋଏକଂସ କଚାଡିଲା ନିର୍ଦ୍ଦୟେ

  78. Couplet 78

    ସୁମରି ପୁତ୍ରକଷ୍ଟ ମନେକାନ୍ଦଇ ଦୁଃଖିତ ବଦନେ

  79. Couplet 79

    ପୁଣି କ୍ଷଣକେ ସ୍ଥିର ହୋଇବୋଲଇ ରାମ କୃଷ୍ଣ ଚାହିଁ

  80. Couplet 80

    ଶୁଣ ହେ କୃଷ୍ଣ ହଳଧରମହାମହିମା ଯୋଗେଶ୍ୱର

  81. Couplet 81

    ମୁହିଁ ଜାଣଇ ତୁମ୍ଭ ଗତିସଂସାରେ ଯେତେ ପ୍ରଜାପତି

  82. Couplet 82

    ତୁମ୍ଭେ ତାହାଙ୍କର ଈଶ୍ୱରଆଦିପୁରୁଷ ନିରାକାର

  83. Couplet 83

    ଏ ଭୂମିତଳେ ରାଜା ଯେତେବିନଷ୍ଟମତି କାଳଗ୍ରସ୍ତେ

  84. Couplet 84

    ତାହାଙ୍କ ପାଦଭାରେ ମହୀତୋତେ ନମିଲା ଭାବଗ୍ରାହୀ

  85. Couplet 85

    ଏଣୁ ମୋ ଗଭୁଁ ତୁମ୍ଭେ ଜାତମାୟାମନୁଷ୍ୟ ବେନିଭ୍ରାତ

  86. Couplet 86

    ତୋହର ଅଂଶାଅଂଶ ଭାବେଏ ବିଶ୍ୱସଂସାର ସମ୍ଭବେ

  87. Couplet 87

    ସୃଷ୍ଟି ପାଳନ ଅନ୍ତ ହୋଇଏଣୁ ମୋ ଗତି ତୁମ୍ଭେ ଦୁଇ

  88. Couplet 88

    ବିଦ୍ୟାପାଠନ କାଳେ ପୁଣିଗୁରୁଙ୍କ ମଲାପୁତ୍ର ଆଣି

  89. Couplet 89

    ଗୁରୁଦକ୍ଷିଣା ଦେଇଅଛିଏହା ମୁଁ ଜାଣଇ ପ୍ରତ୍ୟକ୍ଷ

  90. Couplet 90

    ଏଣୁ ମୋହର ବାକ୍ୟ କରତୁମ୍ଭେ ଯେ ଭୁବନ ଈଶ୍ୱର

  91. Couplet 91

    କଂସ ମାଇଲା ଯେତେ ସୂତତୁମ୍ଭର ଜ୍ୟେଷ୍ଠ ଷଢଭ୍ରାତ

  92. Couplet 92

    ତାହାଙ୍କୁ ଲୋଚନେ ମୁଁ ଦେଖିଜୀବନ କରିବଇଁ ସୁଖୀ

  93. Couplet 93

    କହନ୍ତି ଶୁକ ମହାମୁନିଏମନ୍ତ ମାତା ବାକ୍ୟ ଶୁଣି

  94. Couplet 94

    ରାମ ଗୋବିନ୍ଦ ସଙ୍ଗମେଳେଦୁର୍ଗମ ଯୋଗମାୟା ବଳେ

  95. Couplet 95

    ସୁତଳେ ପଶି ବେନିଭାଇମିଳିଲେ ବଳି ଦ୍ୱାରେ ଯାଇ

  96. Couplet 96

    ସେ ଯେ ଅସୁର ନୃପମଣିକୃଷ୍ଣ ଆଗମ କଥା ଶୁଣି

  97. Couplet 97

    ନିକଟେ ମିଳି ତତକ୍ଷଣସଙ୍ଗତେ ଘେନି ପରଜନ

  98. Couplet 98

    ପୁତ୍ର ପଉତ୍ର ସଙ୍ଗେ ଘେନିନମିଲା ରାମ କୃଷ୍ଣ ବେନି

  99. Couplet 99

    ବସାଇ ସୁବର୍ଣ୍ଣ ଆସନେପୂଜିଲା ତାଙ୍କୁ ତୋଷମନେ

  100. Couplet 100

    ପଖାଳି ପଦ୍ମପାଦ ଦୁଇଶିରେ ଘେନିଲା ଜଳ ଦେଇ

  101. Couplet 101

    ଯେ ନୀର ବ୍ରହ୍ମଲୋକ ଆଦିପରମ ପବିତ୍ର ପ୍ରସିଦ୍ଧି

  102. Couplet 102

    ମଙ୍ଗଳ ଦ୍ରବ୍ୟମାନ ଘେନିପୂଜିଲା ରାମ କୃଷ୍ଣ ବେନି

  103. Couplet 103

    ଚକ୍ଷୁ ଆନନ୍ଦ ଜଳେ ପୂରେରୋମ ହରଷ କଳେବରେ

  104. Couplet 104

    କର ନିବେଶି କୃଷ୍ଣପାଦେକହଇ କଣ୍ଠ ଗଦଗଦେ

  105. Couplet 105

    ନମେ ଅନନ୍ତ ମହାଶୟସୃଷ୍ଟିକାରଣ ବ୍ରହ୍ମଦେହ

  106. Couplet 106

    ତୁ ବ୍ରହ୍ମ ପରମ କାରଣତୁ ସାଂଖ୍ୟଯୋଗ ବିସ୍ତାରଣ

  107. Couplet 107

    ତୁମ୍ଭର ଦରଶନ ଲାଭଜଗତେ ଯୋଗିଙ୍କୀ ଦୁର୍ଲ୍ଲଭ

  108. Couplet 108

    ଆମ୍ଭେ ସ୍ୱଭାବେ ରଜ ତମପାଇଲୁ ତୁମ୍ଭ ଦରଶନ

  109. Couplet 109

    ଦଇତ୍ୟ ଦାନବ ଗନ୍ଧର୍ବସିଦ୍ଧ ଚାରଣ ମହୋରଗ

  110. Couplet 110

    ଯକ୍ଷ ପିଶାଚ ଆଦି ଯେତେଭୂତ ପ୍ରମଥ ନାନାମତେ

  111. Couplet 111

    ବିଶୁଦ୍ଧସତ୍ତ୍ୱ ତୁ ଅଗାଧତୋ ପଥ କରନ୍ତି ବିରୋଧ

  112. Couplet 112

    ତୁ ଶାସ୍ତ୍ରଶରୀର ଅନନ୍ତଏଣେ ନ ଲଭି ଜ୍ଞାନତତ୍ତ୍ୱ

  113. Couplet 113

    ଏହାଙ୍କ ମାର୍ଗେ ଥାନ୍ତି ଯେତେସେ ତୋତେ ଲଭିବେ କେମନ୍ତେ

  114. Couplet 114

    ଏ ଆଦି ଯେ ତୋର ଚରଣେଯେବେ ଭଜନ୍ତି ଶତ୍ରୁପଣେ

  115. Couplet 115

    ଲଭନ୍ତି ତୋର ପଦ୍ମପାଦନାହିଁ ତାହାଙ୍କ ଶାସ୍ତ୍ରବାଦ

  116. Couplet 116

    ଯେ ଅବା ଶତ୍ରୁପଣେ ଥାଇତୋ ପାଦକମଳ ଭଜଇ

  117. Couplet 117

    ବଦ୍ଧବଇର ଭାବ ଚିନ୍ତିଭୋ ନାଥ ତୋତେ ସେ ଲଭନ୍ତି

  118. Couplet 118

    ଭକତି ଭାବେ ଯେ ଭଜନ୍ତିଯେ ଅବା କାମମାର୍ଗେ ଚିନ୍ତି

  119. Couplet 119

    ସେ ତୋତେ ନିକଟେ ଲଭନ୍ତିନରକେ ନାହିଁ ତାଙ୍କ ଭ୍ରାନ୍ତି

  120. Couplet 120

    ସତ୍ତ୍ୱପ୍ରଧାନ ଦେବଗଣେତୋର ନିକଟେ ଅନୁକ୍ଷଣେ

  121. Couplet 121

    ଏମନ୍ତ ତୋ ମାୟା ପ୍ରଭାବସେମାନେ ନ ପାଇଲେ ଠାବ

  122. Couplet 122

    ତୁ ନାଥ ଯୋଗିଙ୍କି ଦୁର୍ଲ୍ଲଭତୋତେ କେ ଜାଣେ ପଦ୍ମନାଭ

  123. Couplet 123

    ନିଶ୍ଚୟ କରି ତୋ ଶରୀରକେ ଜାଣିପାରେ ଯୋଗେଶ୍ୱର

  124. Couplet 124

    ତୋର ମହିମା ଯୋଗମାୟାଆମ୍ଭେ ଜାଣିବୁ କାହୁଁ ତାହା

  125. Couplet 125

    ଭୋ ନାଥ ଶୁଣ ନିରଞ୍ଜନତୁ ମୋତେ ହୋଇବା ପ୍ରସନ୍ନ

  126. Couplet 126

    ଗୃହାନ୍ଧକୂପେ ଥାଇ ନିତିତୋ ପାଦପଦ୍ମ ମୁଁ ନ ଚିନ୍ତି

  127. Couplet 127

    ସେ ପାଦପଦ୍ମ ଲଭିବାରେସନ୍ଥ ଯେସନେ ଆଶା କରେ

  128. Couplet 128

    ସଙ୍ଗେ ମୁଁ ଘେନି ସଖାଗଣସେବିବି ତୋହର ଚରଣ

  129. Couplet 129

    ତୋର ଆଗମ ମୋତେ କହନିଷ୍ପାପ କର ମୋର ଦେହ

  130. Couplet 130

    ତୋହର ଆଜ୍ଞା ଘେନି ଶିରେଘୋରସଂସାରୁ ପ୍ରାଣୀ ତରେ

  131. Couplet 131

    ବଳି ବଚନେ ଦାମୋଦରକୋମଳ ବଚନ ଗଭୀର

  132. Couplet 132

    ବୋଲନ୍ତି ଶୁଣ ନୃପମଣିପ୍ରଥମ ମନ୍ୱନ୍ତର ବାଣୀ

  133. Couplet 133

    ଛପୁତ୍ର ମରୀଚିର ଘରେଜନ୍ମିଲେ ଉର୍ଣ୍ଣାର ଉଦରେ

  134. Couplet 134

    ସ୍ୱଭାବେ ଦୁଷ୍ଟଭାବ ଘେନିନିର୍ଭୟେ ଭ୍ରମନ୍ତି ଅବନୀ

  135. Couplet 135

    ଦେବଳ ନାମେ ବ୍ରହ୍ମଋଷିତାହାଙ୍କ ତପୋବନେ ପଶି

  136. Couplet 136

    ତାହାଙ୍କ ରୂପ ଦେଖି ହସିଆକର୍ଷି ଗୃହମଧ୍ୟେ ପଶି

  137. Couplet 137

    ଦୁହିତା ଦେଖି ଗୃହମଧ୍ୟେଧଇଲେ ମଇଥୁନ ସଧେ

  138. Couplet 138

    ଦେଖି କୁପିତ ମୁନିବରବୋଇଲେ ଶୁଣ ଷଢବୀର

  139. Couplet 139

    ଅସୁର ଯୋନି ତୁମ୍ଭେ ପାଅଜନ୍ମି ତକ୍ଷଣେ କ୍ଷୟ ଯାଅ

  140. Couplet 140

    ଏଣୁ ସେ ଶାପ ଗୁରୁତରେହିରଣ୍ୟକଶିପୁ ମନ୍ଦିରେ

  141. Couplet 141

    ଜନ୍ମିଲେ ଯୋଗମାୟା ଭରେପୁଣି ହିଁ ଦେବକୀ ଉଦରେ

  142. Couplet 142

    ତାହାଙ୍କୁ ଜନ୍ମମାତ୍ରେ ଧରିକଂସ ମାଇଲା କୋପକରି

  143. Couplet 143

    ଏବେ ଦେବକୀ ଦେଖି ମୁଖତୁଟିବ ଭବବନ୍ଧ ଦୁଃଖ

  144. Couplet 144

    ନିତ୍ୟେହେଁ ଜନନୀ ମୋହରିକାନ୍ଦଇ ପୁତ୍ରଶୋକେ ଘାରି

  145. Couplet 145

    ଏହାଙ୍କୁ ତୋର ପୁରୁ ନେଇମାତା ନିକଟେ ଦେବି ମୁହିଁ

  146. Couplet 146

    ଜନନୀ ହୋଇବେ ଆନନ୍ଦଏହାଙ୍କ ଫିଟୁ ମାୟାବନ୍ଧ

  147. Couplet 147

    ବୋଲନ୍ତି ପ୍ରଭୁ ନାରାୟଣଷଡ ଭାଇଙ୍କ ନାମ ଶୁଣ

  148. Couplet 148

    ସ୍ମର ଉଦ୍ଗୀଥ ପରିଷ୍ୱଙ୍ଗଘୃଣି କ୍ଷୁଦ୍ରଭୃତ ପତଙ୍ଗ

  149. Couplet 149

    ମୋର ପ୍ରସାଦେ ଷଡ ଜଣପୁଣି ଲଭିବେ ମୋକ୍ଷସ୍ଥାନ

  150. Couplet 150

    ଏମନ୍ତ କୃଷ୍ଣମୁଖୁଁ ଶୁଣିବଳି ତାହାଙ୍କୁ ଦେଲା ଆଣି

  151. Couplet 151

    ତକ୍ଷଣେ ରାମ ଯଦୁପତିମିଳିଲେ ପୁର ଦ୍ୱାରାବତୀ

  152. Couplet 152

    ଦେବକୀ ପାଶେ ତାଙ୍କୁ ଦେଇପ୍ରଣାମ କଲେ ବେନିଭାଇ

  153. Couplet 153

    ତାହାଙ୍କୁ ଦେଖିଣ ଦେବକୀସ୍ନେହେ ଲୋତକପୂର୍ଣ୍ଣ ଆଖି

  154. Couplet 154

    କ୍ଷୀର ସ୍ରବଇ ପୟୋଧରେକୋଳେ ବସାଇ ସ୍ନେହଭରେ

  155. Couplet 155

    ଆଘ୍ରାଣ କରି ତାଙ୍କ ଶିରେସ୍ତନ ପିଆଇ ସ୍ନେହଭରେ

  156. Couplet 156

    କୃଷ୍ଣର ମାୟାରେ ମୋହିତଶୁଣ ରାଜନ ପରୀକ୍ଷିତ

  157. Couplet 157

    କୃଷ୍ଣ ଭକ୍ଷିତ ଶେଷ କ୍ଷୀରଭାବେ ପିଇଲେ ଷଡବୀର

  158. Couplet 158

    ଅମୃତସମ କ୍ଷୀର ପିଇକୃଷ୍ଣ-ଶ୍ରୀଅଙ୍ଗସଙ୍ଗ ପାଇ

  159. Couplet 159

    ଦେଖିଣ ରାମ କୃଷ୍ଣ ମୁଖଫିଟିଲା ଭବବନ୍ଧ ଦୁଃଖ

  160. Couplet 160

    ଆନନ୍ଦେ ଉଠି ଷଡ ଭାଇକୃଷ୍ଣର ପାଦେ ଶିର ଦେଇ

  161. Couplet 161

    ରାମର ପାଦରଜ ଘେନିବନ୍ଦିଲେ ପିଅର ଜନନୀ

  162. Couplet 162

    ଦେଖନ୍ତି ଦିଗପାଳେ ମିଳିଗଗନେ ଯେସନେ ବିଜୁଳି

  163. Couplet 163

    ଦିବ୍ୟ ଶରୀରେ ଷଡ ଜଣଗଗନମାର୍ଗେ ହେଲେ ଲୀନ

  164. Couplet 164

    ଦେବକୀ ଦେବୀ ତାହା ଦେଖିକୃଷ୍ଣ ମହିମା ଉପଲକ୍ଷି

  165. Couplet 165

    ମଲା ପୁତ୍ରଙ୍କୁ ଦେଲେ ଆଣିପରମାନନ୍ଦ ହଳପାଣି

  166. Couplet 166

    ଏମାୟା କୃଷ୍ଣର ଉପାୟଏତେ ବିଚାରି କଲା ଭୟ

  167. Couplet 167

    ଅଦ୍ଭୂତ କୃଷ୍ଣକର୍ମ ଦେଖିସଂଶୟେ ରହିଲା ଦେବକୀ

  168. Couplet 168

    ଶୁଣ ହୋ ଅଭିମନ୍ୟୁସୁତକୃଷ୍ଣର ମହିମା ଏମନ୍ତ

  169. Couplet 169

    ଏ ଆଦି ଯେତେ କୃଷ୍ଣଗୁଣଅଦ୍ଭୂତକର୍ମା ନାରାୟଣ

  170. Couplet 170

    ଏମନ୍ତେ କର୍ମ କଲେ ଯେତେଅନ୍ତ କରିବି ତାହା କେତେ

  171. Couplet 171

    ଶ୍ରୀକୃଷ୍ଣ ଲୀଳା ଭାଗବତଯେ ନର ଶୁଣେ ଅବିରତ

  172. Couplet 172

    ଯେ ଅବା ସାଧୁସଙ୍ଗ ମେଳେଆନନ୍ଦେ କହେ ସୁଖଭୋଳେ

  173. Couplet 173

    ଅଶେଷ ପାପବନ୍ଧୁ ତରିଅନ୍ତେ ଲଭଇ ନରହରି

  174. Couplet 174

    ସେ ହରିଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 91 | Parbani by ParibhaAsha App