Skandha 10
Adhyaya 90
Couplet 1
ଶୁକ ବୋଲନ୍ତି ଶୁଦ୍ଧମନେହରଷେ ରାଜା ସନ୍ନିଧ୍ୟାନେ
Couplet 2
ଶୁଣ ସୁମନେ ଶୁଦ୍ଧଚେତାକୃଷ୍ଣ ମଙ୍ଗଳ ଗୁଣଗାଥା
Couplet 3
କୃଷ୍ଣର ଅଷ୍ଟପାଟରାଣୀତାହାଙ୍କ ମୁଖୁଁ ବାକ୍ୟ ଶୁଣି
Couplet 4
କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀମାଧବୀ ସୁଭଦ୍ରା କାମିନୀ
Couplet 5
ଅପରେ ରାଜପତ୍ନୀ ଯେତେବ୍ରଜକାମିନୀଗଣ ସାଥେ
Couplet 6
କୃଷ୍ଣମହିମା ଶୁଣି କର୍ଣ୍ଣେଅପରେ ଯେତେ ବଧୂଜନେ
Couplet 7
ପରମାନନ୍ଦ ବିଷ୍ଣୁଭାବେପ୍ରେମ ଅନୁବନ୍ଧ ସ୍ୱଭାବେ
Couplet 8
ଆନନ୍ଦେ ତନୁ ପୁଲକିତଲୋଚନ କୋଣେ ଅଶ୍ରୁଜାତ
Couplet 9
ଏକ ଆରେକ ମୁଖ ଚାହିଁକୃଷ୍ଣ ମହିମା ଗୁଣ ଗାଇ
Couplet 10
ସୁଖସାଗରେ ନିମଜ୍ଜିଲେଏମନ୍ତେ ବିପ୍ରେ ବିଜେ କଲେ
Couplet 11
ଦେଖିବା ଅର୍ଥେ ରାମ ହରିଅନେକ ଦୂରୁଁ ଆଶା କରି
Couplet 12
ବ୍ୟାସ ସହିତେ ବ୍ରହ୍ମାସୂତଚ୍ୟବନ ଦେବଳ ଅସିତ
Couplet 13
ବିଶ୍ୱାମିତ୍ର ଯେ ମହାମୁନିସଙ୍ଗତେ ଶତାନନ୍ଦ ଘେନି
Couplet 14
ଭରଦ୍ୱାଜ ଯେ ଗଉତମମିଳିଲେ ଶ୍ରୀପରଶୁରାମ
Couplet 15
ବଶିଷ୍ଠ ଶିଷ୍ୟଙ୍କ ସହିତେଗାଲବ ଆଦି ଭୃଗୁ ଯେତେ
Couplet 16
ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରିମୃକଣ୍ତୁସୁତ ବୃହସ୍ପତି
Couplet 17
ବ୍ରହ୍ମାର ସୁତ ଦ୍ୱିତ ତ୍ରିତଏକତ୍ର ଅଙ୍ଗିରା ସହିତ
Couplet 18
ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନିଅପରେ ବାମଦେବ ଘେନି
Couplet 19
ଋଷିଙ୍କି ଦେଖି କିଛି ଦୂରେବେଗେ ଉଠିଲେ ନୃପବରେ
Couplet 20
ପାଣ୍ତବେ ରାମକୃଷ୍ଣ ତୁଲେବିପ୍ରଙ୍କ ପାଦେ ପ୍ରଣମିଲେ
Couplet 21
ବିଶ୍ୱବନ୍ଦିତ ମୁନିଗଣକୃଷ୍ଣ ନମନ୍ତି ପୁଣ ପୁଣ
Couplet 22
ରାମ ସହିତେ ଦାମୋଦରପୂଜିଲେ ବିପ୍ରଙ୍କ ପୟର
Couplet 23
ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେଆନନ୍ଦେ ଗନ୍ଧ ଧୂପ ଦେଲେ
Couplet 24
ସୁଖେ ବସାଇ ମୁନିଗଣଧର୍ମପାଳନ ନାରାୟଣ
Couplet 25
ଯେମନ୍ତେ ସଭାଲୋକେ ଶୁଣିଉଚ୍ଚବଚନେ ଚକ୍ରପାଣି
Couplet 26
ବୋଲନ୍ତି ପ୍ରଭୁ ଭଗବାନଆଜ ଜୀବନ ମୋର ଧନ୍ୟ
Couplet 27
ଯେ ଫଳ ଅତି ତପ ଦାହିଆଜ ଲଭିଲି ତାହା ମୁହିଁ
Couplet 28
ଯୋଗେଶ୍ୱରଙ୍କ ଦରଶନଦେବଙ୍କୁ ଦୁର୍ଲଭ ଏ ଜାଣ
Couplet 29
ଏ ଜନ ମଧ୍ୟେ ଯାର ଜହ୍ନଅଳ୍ପ ତପସ୍ୟା ପୁଣ୍ୟହୀନ
Couplet 30
ଏହାଙ୍କ ଦରଶନ ପାଇନିର୍ମଳ ନ କରଇ ଦେହୀ
Couplet 31
ଏହାଙ୍କ ମୁଖ ଦରଶନପ୍ରଣାମ ପୁଚ୍ଛା ସ୍ପରଶନ
Couplet 32
ଆବର ପାଦପୂଜା କରିପ୍ରାଣୀ ତରନ୍ତି ଭବବାରି
Couplet 33
ତୀର୍ଥ ପୂରିତ ପୁଣ୍ୟଜଳେଯେତେ ଦେବତା ଭୂମିତଳେ
Couplet 34
ପାଷାଣ ମୃତ୍ତିକା ଭିଆଣେଆଗମ ନିଗମ ପ୍ରମାଣେ
Couplet 35
ଅନେକ କାଳେ ଏ ତାରନ୍ତିସେବା ଉଚିତେ ଫଳ ଦ୍ୟନ୍ତି
Couplet 36
ସାଧୁଙ୍କୁ ଦେଖି ଦୃଷ୍ଟିପଥେପାପ ନ ରହେ ଅନ୍ତର୍ଗତେ
Couplet 37
ଅନଳ ରବି ନିଶାକରନକ୍ଷତ୍ର ମହୀ ସର୍ବ ନୀର
Couplet 38
ଶୂନ୍ୟ ପବନ ବାକ୍ୟ ମନଏ ଆଦି ବିଷୟ ପ୍ରଧାନ
Couplet 39
ଏହାଙ୍କୁ ସେବନ୍ତି ଯେ ନିତ୍ୟେଶାସ୍ତ୍ର ପୁରାଣ ବେଦମତେ
Couplet 40
ତାହାର ପାପ ନ ଛାଡଇସେବା ଉଚିତେ ଫଳ ପାଇ
Couplet 41
ସାଧୁଙ୍କ ଜ୍ଞାନବାଣୀ ଶୁଣିମୁହୂର୍ତ୍ତେ ସେବନ୍ତି ଯେ ପ୍ରାଣୀ
Couplet 42
ସକଳ ପାପୁଁ ସେ ନିସ୍ତରେନିର୍ମଳ ବାହ୍ୟ ଅଭ୍ୟନ୍ତରେ
Couplet 43
ତ୍ରିଧାତୁରୂପ ଏ ଶରୀରନିତ୍ୟେ ମରଣ ଅଧିକାର
Couplet 44
ଏ ଦେହ ଆତ୍ମା ବୁଦ୍ଧି ଯାରକଳତ୍ର ଆଦି ବୋଲେ ମୋର
Couplet 45
ମାଟି ପାଷାଣ ଦାରୁଖଣ୍ତଏଣେ ନିର୍ମିତ ଦେବପିଣ୍ତ
Couplet 46
ତହିଁ ଯାହାର ପୂଜାବିଧିଜଳେ ଯାହାର ତୀର୍ଥବୁଦ୍ଧି
Couplet 47
ସାଧବେ ନ କରେ ଆଦରତାହାକୁ ବୋଲିଟି ଗୋଖର
Couplet 48
ଶୁକ କହନ୍ତି ମୁନିଜନେଏମନ୍ତେ କୃଷ୍ଣର ବଚନେ
Couplet 49
ଶୁଣି ସମ୍ଭ୍ରମେ ଋଷିଜନଚିତ୍ତେ ମଣିଲେ ବୁଦ୍ଧିଚ୍ଛନ୍ନ
Couplet 50
ଦୁରଧିଗମ୍ୟ ବାକ୍ୟ ଶୁଣିଚଞ୍ଚଳ ଚିତ୍ତେ ହୋଇ ତୁନି
Couplet 51
ଈଶ୍ୱର ବାକ୍ୟ ଅବଧାନେଚିତ୍ତେ ବିଚାରି ଦୃଢମନେ
Couplet 52
ଜନ ସଂଗ୍ରହ ଅର୍ଥେ ଧ୍ୟାୟିହସି ବୋଲନ୍ତି କୃଷ୍ଣ ଚାହିଁ
Couplet 53
ବ୍ରହ୍ମାଦି ଯେତେ ପ୍ରଜାପତିଏ ବିଶ୍ୱସଂସାର ସର୍ଜନ୍ତି
Couplet 54
ତାଙ୍କ ଈଶ୍ୱର ଅଟୁ ତୁହିବିଷ୍ଣୁର ମାୟାତନ୍ତ୍ରେ ମୋହି
Couplet 55
ଭ୍ରମୁଁ ସଂସାରଚକ୍ରେ ପଡିନିଜ ନିସ୍ତାର ପଥ ହୁଡି
Couplet 56
ବିଚିତ୍ର ବିଷ୍ଣୁର ଚେଷ୍ଟିତଯେଣୁ ଭ୍ରମାନ୍ତି ଏ ଜଗତ
Couplet 57
ସ୍ୱଭାବେ ନିର୍ବିକଳ୍ପ ହରିଆତ୍ମରେ ଆତ୍ମମାୟା କରି
Couplet 58
ଏ ବିଶ୍ୱ ସର୍ଜଇ ପାଳଇପ୍ରଳୟକାଳେ ସଂହାରଇ
Couplet 59
ଏ ପୁଣି କର୍ମେ ବଦ୍ଧ ନୋହେମାୟାର ବଳେ ବିଶ୍ୱ ମୋହେ
Couplet 60
ମୃତ୍ତିକା ଯେସନେ ବିକାରେବହୁତ ନାମ ରୂପ ଧରେ
Couplet 61
ତେସନ ଈଶ୍ୱର ରଚିତମାୟାବିଡମ୍ବେ ବିପରୀତ
Couplet 62
ପୁଣି ଗୋବିନ୍ଦ ମୁଖ ଚାହିଁବୋଲନ୍ତି ଶିରେ କର ଦେଇ
Couplet 63
ତୋର ମହିମା ଏହିମତଯେଣୁ ତୋ ସର୍ଜନା ଜଗତ
Couplet 64
ତଥାପି ଖଳ ନିବାରଣସୁଜନ ଧର୍ମ ସମ୍ପାଦନ
Couplet 65
ନିର୍ମଳ ଦେହେ ବିଶ୍ୱବ୍ୟାପୀଲୀଳାଏ ବେଦପଥ ସ୍ଥାପି
Couplet 66
ଯେ ସନାତନ ବର୍ଣ୍ଣାଶ୍ରମତୁ ରଖୁ ଏହାଙ୍କର ଧର୍ମ
Couplet 67
ଯେଣୁ ତୁ ପରମପୁରୁଷଏ ଜନ ମଧ୍ୟେ ତୋର ଯଶ
Couplet 68
ଯେ ବ୍ରହ୍ମ ଅନାଦିକରଣସେ ତୋର ହୃଦୟ ପ୍ରମାଣ
Couplet 69
ସ୍ୱାଧ୍ୟାୟ ତପ ପ୍ରାଣାୟମେଯାହାକୁ ଲଭି ଅତିଶ୍ରମେ
Couplet 70
ସେ ତୋର ତହୁଁ ଆତଯାତଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ
Couplet 71
ତୁ ସର୍ବଶାସ୍ତ୍ରଙ୍କ ଜନନୀତେଣୁ ତୁ ଆତ୍ମମାୟା ଘେନି
Couplet 72
ବ୍ରହ୍ମକୁଳକୁ ରକ୍ଷା କରୁତୁ ନାଥ ଆତ୍ମା ଜ୍ଞାନଗୁରୁ
Couplet 73
ବ୍ରହ୍ମଣ୍ୟବର ତୋର ନାମତୁ ଜାଣୁ ତୋର ନିଜ ଧାମ
Couplet 74
ଆଜ ସଫଳ ଆମ୍ଭ ଜନ୍ମତପ ସମାଧି ବିଦ୍ୟା କର୍ମ
Couplet 75
ଏ ଦୃଷ୍ଟି ଶ୍ରବଣର ଲାଭତୋ ସଙ୍ଗେ ବାକ୍ୟ ପ୍ରିୟଭାବ
Couplet 76
ଜୀବନ ମୋକ୍ଷ ତୋ ନିକଟେଲଭିଲୁଁ ପୁଣ୍ୟତୀର୍ଥେ ତଟେ
Couplet 77
ବଚନ ତୋତେ ନ ଜାଣଇମନ ପାଇବ ଅବା କାହିଁ
Couplet 78
ଏମନ୍ତେ କୃଷ୍ଣ ରୂପେ ତୋରନମସ୍ତେ ପ୍ରଭୁ ଦାମୋଦର
Couplet 79
ସୁଯୋଗ ମାୟାଚ୍ଛନ୍ନ ତୁହିମାୟାମନୁଷ୍ୟ ରୂପ ବହି
Couplet 80
ତୁ ପରମାତ୍ମା ନାରାୟଣନମସ୍ତେ ପରମକାରଣ
Couplet 81
ତୋର ସୁହୃଦ ରାଜା ଯେତେସ୍ୱଜନ ବାନ୍ଧବ ସହିତେ
Couplet 82
ଭୋଜ ଯାଦବ ବୃଷ୍ଟି ବଂଶେତୁ ଯେ ପ୍ରକାଶି ଅଛୁ ଅଂଶେ
Couplet 83
ତୋହର ଅଙ୍ଗ ସଙ୍ଗେ ଥାଇଏ ତୋତେ ଜାଣିଲେଟି ନାହିଁ
Couplet 84
ତୁ ଆତ୍ମା ପରମୀଶ୍ୱରମାୟାପଟଳେ ଅଗୋଚର
Couplet 85
ଯେହ୍ନେ ପୁରୁଷ ନିଦ୍ରାଭୋଳେଶୟନ ଶରୀର ନିଶ୍ଚଳେ
Couplet 86
ଅଜ୍ଞାନ ଭାବ ମାୟାତୁଲେଆତ୍ମାକୁ ନ ଜାଣଇ ଭଲେ
Couplet 87
ତୋର ମାୟାରେ ଛନ୍ନ ହୋଇତୋତେ ଜାଣିବେ ଅବା କାହିଁ
Couplet 88
ଭୋ ନାଥ ତୋହର ଚରଣଆଜ ଦେଖିଲୁଁ ନାରାୟଣ
Couplet 89
ଯେ ପାଦ ସର୍ବପାପ ନାଶେଯୋଗୀଙ୍କ ହୃଦୟେ ପ୍ରକାଶେ
Couplet 90
ଅଶେଷ ତୀର୍ଥଫଳ ସେହିଯେ ଭଜିପାରେ ଦେହ ବହି
Couplet 91
ଉତ୍ତମ ଭକ୍ତି ଯୋଗବଳେଅନ୍ତର ବାହାର ନିଶ୍ଚଳେ
Couplet 92
ନିରୋପି ପଦ୍ମପାଦେ ମତିସେ ତୋତେ ପାଇବେ ଶ୍ରୀପତି
Couplet 93
ତୋର ଭଜନେ ଆମ୍ଭ ଦେହଆମ୍ଭଙ୍କୁ କର ଅନୁଗ୍ରହ
Couplet 94
କୃଷ୍ଣଙ୍କୁ ମାଗିଣ ମେଲାଣିହରଷମନେ ସର୍ବମୁନି
Couplet 95
ଯୁଧିଷ୍ଠି ବଦନକୁ ଚାହିଁଧୃତରାଷ୍ଟଙ୍କ ଆଗେ କହି
Couplet 96
ନିଜ ଆଶ୍ରମକୁ ଗମନକଳ୍ପିଲା ଋଷିଙ୍କର ମନ
Couplet 97
ରାମ ଗୋବିନ୍ଦଙ୍କ ସମ୍ମୁଖେଥିଲା ଯେ ବସୁଦେବ ସୁଖେ
Couplet 98
ଅନୁଗମନ ପ୍ରଶ୍ନ ଆଶେମିଳିଲା ମୁନିଙ୍କର ପାଶେ
Couplet 99
ପ୍ରଣାମ କରି ତାଙ୍କ ପାୟେସାନନ୍ଦ ଚିତ୍ତେ ବାକ୍ୟ କହେ
Couplet 100
ନମସ୍ତେ ସର୍ବ ମୁନିବରଶୁଣିମା ବଚନ ମୋହର
Couplet 101
କି କର୍ମ କର୍ମଫଳ ନାଶେନିର୍ମଳ ଜ୍ଞାନ ସୁପ୍ରକାଶେ
Couplet 102
ଜ୍ଞାନେ ଅଜ୍ଞାନେ କର୍ମ କରିବୃଦ୍ଧ ବୟସେ ତା ସୁମରି
Couplet 103
ତହିଁ କି ପ୍ରାୟଶ୍ଚିତ କଲେକର୍ମ ନାଶଇଟିକି ଭଲେ
Couplet 104
ଶୁଣି ବସୁଦେବ ବଚନବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ
Couplet 105
ହେ ମୁନିଗଣେ ଶୁଣ ଧୀରେଏ ବସୁଦେବର ବିଚାରେ
Couplet 106
ଚିତ୍ର ନୁହଁଇ ଏ ପ୍ରଶନଗୋବିନ୍ଦ ଯାହାର ନନ୍ଦନ
Couplet 107
କୃଷ୍ଣଙ୍କୁ ପୁତ୍ରପ୍ରାୟ ମଣିଏମନ୍ତ ପ୍ରଶ୍ନ କଲା ଆଣି
Couplet 108
ଆତ୍ମାର ଗତି ତ ଜାଣଇଏହାଙ୍କୁ ବିଷ୍ଣୁମାୟା ମୋହି
Couplet 109
ନିକଟେ ଥିଲେ ଅନାଦରଏହିଟି ସଂସାର ବେଭାର
Couplet 110
ଗଙ୍ଗା ନିକଟେ ଯେତେ ଜନେଅତି ପରଚେ ଅପମାନେ
Couplet 111
ଆତ୍ମାର ଗତି ଶୁଦ୍ଧି ଅର୍ଥେଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ
Couplet 112
ଯାହାର ଆତ୍ମା ଅନୁଭବକାଳେ ନୁହଁଇ ପରାଭବ
Couplet 113
ଏହାର ସୁତ ଏ ଅନନ୍ତତଥାପି ବିଷ୍ଣୁମାୟାଗ୍ରସ୍ତ
Couplet 114
ଶୁଣ ହେ କୃଷ୍ଣର ମହିମାକେ କହିପାରେ ଗୁଣସୀମା
Couplet 115
କର୍ମ କଷଣ ପରିତାପଗୁଣପ୍ରବାହ ତ୍ରୟତାପ
Couplet 116
ଏଣେ ନ ଲାଗେ ଯାର ଦେହଏଣୁ ଈଶ୍ୱର ଅଦ୍ୱିତୀୟ
Couplet 117
ପ୍ରାଣ ଇନ୍ଦ୍ରିୟ ତିନିଗୁଣଯେଣୁ ଏ ଶରୀର ଭିଆଣ
Couplet 118
ଏଣେ ଆଚ୍ଛନ୍ନ ପ୍ରାୟ ଦିଶେଆଦିତ୍ୟ ଯେସନେ ଆକାଶେ
Couplet 119
ହିମ ପରାମ ମେଘେ ଛନ୍ନଏଣୁ ମୋହିତ ପ୍ରାଣୀ ମନ
Couplet 120
ଏମନ୍ତେ ସର୍ବ ମୁନିଜନଚାହିଁ ବସୁଦେବ ବଦନ
Couplet 121
ଶୁଣନ୍ତି ସର୍ବ ରାଜାମାନେରାମ ଗୋବିନ୍ଦ ସନ୍ନିଧାନେ
Couplet 122
ବୋଲନ୍ତି ଶୁଣ ବସୁଦେବଏ ସାଧୁଜନଙ୍କ ସ୍ୱଭାବ
Couplet 123
ଅଶେଷ ଯଜ୍ଞର କାରଣଅନାଦି ପ୍ରଭୁ ନାରାୟଣ
Couplet 124
ତାହାଙ୍କୁ ଯଜ୍ଞମାର୍ଗେ ପୂଜିତେବେ ଯେ ଚଉବର୍ଗ ଅର୍ଜି
Couplet 125
ଚଞ୍ଚଳଚିତ୍ତ ଶାନ୍ତି ଅର୍ଥେଶାସ୍ତ୍ରଲୋଚନେ ଧର୍ମପଥେ
Couplet 126
ସୁଗମ ମାର୍ଗେ କବିଜେନେଦେଖାଇଛନ୍ତି ବିଦ୍ୟମାନେ
Couplet 127
ଏ ଯଜ୍ଞ ଆତ୍ମାସୁଖ ଦେଇଗୃହସ୍ଥାଶ୍ରମ ଧର୍ମ ଏହି
Couplet 128
ଶ୍ରଦ୍ଧା ସହିତେ ଶୁଦ୍ଧଚିତ୍ତେପୁଷ୍କଳ ଧନେ ବେଦମତେ
Couplet 129
ଯଜ୍ଞପୁରୁଷ ପୂଜା କରିହେଳେ ତରନ୍ତି ଭବବାରି
Couplet 130
ବିତ୍ତ ଅଛନ୍ତି ଯଜ୍ଞଦାନେଗୃହକରଣେ ସୁତ ଧନେ
Couplet 131
ନିବର୍ତ୍ତାଏ ଯେ ଜ୍ଞାନବନ୍ତସର୍ବସଂକଳ୍ପ କାଳଗ୍ରସ୍ତ
Couplet 132
ବିଚାରି ସକଳ ତେଜଇଗ୍ରାମ୍ୟ ଭୋଗକୁ ନ ଇଚ୍ଛଇ
Couplet 133
ଏମନ୍ତ ଜାଣି ଦିବ୍ୟଜ୍ଞାନେକାଳେ ତେଜନ୍ତି ସୁଜ୍ଞଜନେ
Couplet 134
ବିପ୍ର କ୍ଷତ୍ରିୟ ବୈଶ୍ୟଜନଏ ତିନି ମଧ୍ୟେ ଯେତେ ଜନ
Couplet 135
ଦେବତା ଋଷି ପିତୃଙ୍କରସ୍ୱଭାବେ ରଣୀ ଏ ଶରୀର
Couplet 136
ଏହା ନ ଶୁଝି ଧର୍ମ ଛାଡିମଲେ ନରକେ ଥାନ୍ତି ପଡି
Couplet 137
ନିର୍ମଳ ଧନେ ଯଜ୍ଞ କଲେଦେବତା ଋଣ ଶୁଝି ଭଲେ
Couplet 138
ବିଦ୍ୟାପଠନେ ଋଷିଗଣନିଶ୍ଚେ ଶୁଝନ୍ତି ଜ୍ଞାନିଜନ
Couplet 139
ପୁତ୍ର ପଉତ୍ର ଜାତ କଲେପିତୃଙ୍କ ଋଣ ଶୁଝି ଭଲେ
Couplet 140
ତୁ ଏବେ ବେନି ଋଣ ଅଛି ତୋରତୁ ଏବେ ସୁଖେ ଯାଗ କର
Couplet 141
ଏ ତିନି ରଣୁ ତୁ ନିସ୍ତରିସୁଖେ ବିହର ଯଦୁପୁରୀ
Couplet 142
ଶୁଣ ସୁମନେ ଯଦୁବୀରନିର୍ମଳ ବଚନ ଆମ୍ଭର
Couplet 143
ପରମ ଭକ୍ତିଭାବ ଭରିପୂର୍ବେ ପୂଜିଲୁ ନରହରି
Couplet 144
ଅନାଦିପ୍ରଭୁ ଜଗନ୍ନାଥତୋହର ପୁତ୍ର ରୂପେ ଜାତ
Couplet 145
ବୋଲନ୍ତି ଶୁକ ମହାମୁନିବ୍ରହ୍ମାନନ୍ଦନ ବାକ୍ୟ ଶୁଣି
Couplet 146
ସମ୍ଭ୍ରମ ଚିତ୍ତେ ଶୁରବାଳାଋଷିଙ୍କି ଋତ୍ୱିଜେ ବରିଲା
Couplet 147
ପ୍ରଣାମ କରି ତାଙ୍କ ପାଦେଯଜ୍ଞ ଆରମ୍ଭିଲା ଆନନ୍ଦେ
Couplet 148
ବେଦବଚନେ ମୁନିଜନକରନ୍ତି ଯଜ୍ଞର ବିଧାନ
Couplet 149
ଆନନ୍ଦେ ବସି କୁରୁକ୍ଷେତ୍ରେଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ
Couplet 150
ଉତ୍ତମକାଳେ ବେଦମତେରାମ ଗୋବିନ୍ଦଙ୍କ ଅଗ୍ରତେ
Couplet 151
ଦୀକ୍ଷିତ ହୋଇ ବୃଷ୍ଟିବୀରଭୂଷିତ ନାନା ଅଳଙ୍କାର
Couplet 152
ଦେବକୀ ଆଦି ଯେତେ ନାରୀବସୁଦେବର ତୁଲେ ବରି
Couplet 153
ରାଜାଙ୍କୁ ଅଳଙ୍କୃତ କଲେପତ୍ନୀ ସହିତେ ଯଜ୍ଞକାଳେ
Couplet 154
ରାଜକାମିନୀ ନିଜେ ମଧ୍ୟସୁବାସ ଲେପନ୍ତି ଆନନ୍ଦେ
Couplet 155
ମଙ୍ଗଳ ଦ୍ରବ୍ୟ କରେ ଲଇଁମିଳିଲେ ଯଜ୍ଞଶାଳେ ଯାଇ
Couplet 156
ନାନା ଶବଦ ବାଦ୍ୟନାଦେନର୍ତ୍ତକୀ ନାଚନ୍ତି ଆନନ୍ଦେ
Couplet 157
ସୂତ ମାଗଧ ସ୍ତୁତି ଭଣିକିନ୍ନରୀ ଗୀତନାଦ ବାଣୀ
Couplet 158
କୋମଳ ସୁସଙ୍ଗୀତ ନାଦେଗାଇଲେ ଗନ୍ଧର୍ବେ ଆନନ୍ଦେ
Couplet 159
ଋତ୍ୱିଜେ ଉତ୍ତମ ଆସନେବସି ମଙ୍ଗଳ ବେଦସ୍ୱନେ
Couplet 160
ବସୁଦେବକୁ ମଧ୍ୟେ କରିସଙ୍ଗେ ବସାଇ ତାର ନାରୀ
Couplet 161
ବିବିଧ ଅଳଙ୍କାର ବେଶେବସୁଦେବର ବାମପାଶେ
Couplet 162
ବସିଲେ ଅଷ୍ଟାଦଶ ନାରୀସୁବର୍ଣ୍ଣ କୁମ୍ଭେ ତୀର୍ଥବାରି
Couplet 163
ପଲ୍ଲବେ ତୋଳି ଜଳକଣାମୁନିଏ କରନ୍ତି ମାର୍ଜନା
Couplet 164
ସ୍ୱଭାବେ ଅଗ୍ନିଷ୍ଟୋମ ସଭାମଧ୍ୟେ କି ପଟାନ୍ତର ଦେବା
Couplet 165
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀତେମନ୍ତ ବସୁଦେବ ଦିଶି
Couplet 166
ବସୁଦେବର ନାରୀଗଣେନାନା ଭୂଷଣ ଆଭରଣେ
Couplet 167
ଦିଶନ୍ତି ରୂପ ଅନୁପମଆବୃତ କୃଷ୍ଣମୃଗଚର୍ମ
Couplet 168
ବସୁଦେବର ବିପ୍ରଜନେପୀତବସନ ପରିଧାନେ
Couplet 169
ସଭାଜନଙ୍କ ମଧ୍ୟେ ଥାଇକିବା ଉପମା ଦେବି ମୁହିଁ
Couplet 170
ସ୍ୱର୍ଗେ ବାସବଯଜ୍ଞକାଳେମୁନିଏ ବୃନ୍ଦାରକ ମେଳେ
Couplet 171
ଯେମନ୍ତେ ଥିଲେ ପନ୍ତି ପନ୍ତିଋତ୍ୱିଜେ ତେମନ୍ତ ଦିଶନ୍ତି
Couplet 172
ରାମ ଗୋବିନ୍ଦ ସେହିମତେସଭାଜନଙ୍କ ମଧ୍ୟଗତେ
Couplet 173
ବନ୍ଧୁବାନ୍ଧବ ଜ୍ଞାତି ମେଳେନିଜ କାମିନୀ ସୁତ ତୁଲେ
Couplet 174
ନିଜ ବିଭୂତି ସଙ୍ଗେ ଘେନିବିଜୟେ ଆନନ୍ଦ ମେଦିନୀ
Couplet 175
ରାମ ଗୋବିନ୍ଦ ସଭାମେଳେବସୁଦେବ ସେ ଯଜ୍ଞକାଳେ
Couplet 176
ବିଶେଷେ କୃଷ୍ଣର ପିଅରଉତ୍ତମ ଜ୍ଞାନ କ୍ରିୟାସାର
Couplet 177
ପୂଜିଲା ଅଗ୍ନିହୋତ୍ର ମନ୍ତ୍ରେଯେମନ୍ତେ ପ୍ରାକୃତ-ବୈକୃତେ
Couplet 178
ଏମନ୍ତେ ଯଜ୍ଞ ସମାପତେଦକ୍ଷିଣା ଦେଲେ ବେଦମତେ
Couplet 179
ବିପ୍ରଙ୍କୁ ଦେଇ ଅଳଙ୍କାରଆନନ୍ଦମନେ ଯଦୁବୀର
Couplet 180
ଗୋ ଭୂମି କନ୍ୟା ମହାଧନବିପ୍ରଙ୍କୁ ଦେଲେ ତୋଷମନ
Couplet 181
ଯଜ୍ଞସମ୍ପଦ କାମପୂର୍ଣକରନ୍ତି ଅବଭୃଥ ସ୍ନାନ
Couplet 182
ନାନା ସୁବାଦ୍ୟେ ବେଦନାଦେସ୍ନାନ ସାରିଲେ ରାମହ୍ରଦେ
Couplet 183
ବସୁଦେବର ନାରୀମାନେବିବିଧ ଅଳଙ୍କାର ଧନେ
Couplet 184
ଗୋ ଭୂମି ଅନ୍ନ ବସ୍ତ୍ର ତୁଲେଆଚାର୍ଯ୍ୟ ଆଦି ବିପ୍ରେ ଦେଲେ
Couplet 185
ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେଅନ୍ନ ବସନ ନାନାମତେ
Couplet 186
ପୂଜି ସନ୍ତୋଷ କଲେ ମନଅପରେ ଯେତେ ବନ୍ଧୁଜନ
Couplet 187
ଦାରା ତନୟ ପରିମାଣିସନ୍ତୋଷେ ଦେଲେ ମନ ଜାଣି
Couplet 188
ବିଦର୍ଭ କୋଶଳ ସହିତେକୁରୁ ସୃଞ୍ଜୟ ଆଦି ଯେତେ
Couplet 189
ସଭାରେ ଯେତେ ଋଷି ଥିଲେସୁର ମାନବ ଭୃତ୍ୟ ମେଳେ
Couplet 190
ପିତୃ ଚାରଣ ଆଦି ଜନକୃଷ୍ଣଙ୍କୁ ମାଗି ଅନୁଯାନ
Couplet 191
ନିଜ ଭୁବନେ ସର୍ବେ ଗଲେଏମନ୍ତେ ଯେତେ ବନ୍ଧୁ ଥିଲେ
Couplet 192
ଆନନ୍ଦେ ଯେତେ ରାଜବଂଶୀଚଳନ୍ତି ଯଜ୍ଞକୁ ପ୍ରଶଂସି
Couplet 193
ବିଦୁର ଧୃତରାଷ୍ଟ୍ର ବେନିପାଣ୍ତବ ଭୀଷ୍ଣ ଦ୍ରୋଣ ଘେନି
Couplet 194
ନକୁଳ ସହଦେବ ବେନିକୁନ୍ତୀ ଯେ ପାଣ୍ତବଜୟନ୍ତୀ
Couplet 195
ବ୍ୟାସ ନାରଦ ମହାମୁନିଆନନ୍ଦେ ପ୍ରିୟଭାବ ଘେନି
Couplet 196
ସୁହୃଦ ସମୂହେ ବାନ୍ଧବପ୍ରିୟ ବଚନେ ବସୁଦେବ
Couplet 197
ବନ୍ଧୁଙ୍କୁ ଆଲିଙ୍ଗନ କରେଅତ୍ୟନ୍ତ ପ୍ରୀତିଭାବଭରେ
Couplet 198
ବିଚ୍ଛେଦ ବିରହ କାତରେଗଲେ ସେ ଯେ ଯାହାର ପୁରେ
Couplet 199
ନନ୍ଦଙ୍କୁ ଗୋପାଳଙ୍କ ତୁଲେପୂଜିଲା ବସୁଦେବ ଭଲେ
Couplet 200
ରାମ ଗୋବିନ୍ଦ ଉଗ୍ରସେନନନ୍ଦଙ୍କୁ କଲେ ସନମାନ
Couplet 201
ସୁଭାଗ୍ୟବନ୍ତ ବସୁଦେବତରିଲା ମାୟାବନ୍ଧ ଭାବ
Couplet 202
ବନ୍ଧୁ ସୁହୃଦ ଭାବ ଭରିଆନନ୍ଦେ ନନ୍ଦ କର ଧରି
Couplet 203
ବୋଲଇ ବସୁଦେବ ସ୍ନେହେଭୁଜେ ଆବୋରି ଦେହେ ଦେହେ
Couplet 204
ଭୋ ମିତ୍ର ଦେଖ ଏ ଜଗତଈଶ୍ୱରତନ୍ତ୍ରେ ମୋହଗତ
Couplet 205
ଅତି ସୁହୃଦେ ସ୍ନେହ ପାଶିସୁରଯୋଗୀଙ୍କ ଚିତ୍ତ ଗ୍ରାସି
Couplet 206
ତୁମ୍ଭେ ଯେ ମିତ୍ରସ୍ନେହ ରଙ୍ଗେଭାବେ ମିଳିଲ ମୋର ସଙ୍ଗେ
Couplet 207
ମିତ୍ର ସୁପ୍ରୀତି ଫଳ ଯେତେମୁଁ ତେଣେ ନୋହିଲି ସମର୍ଥେ
Couplet 208
ପର ଆୟତ୍ତ ପୂର୍ବକାଳଏଣୁ ମୋ ହୋଇଲା ନିଷ୍ଫଳ
Couplet 209
ତୁମ୍ଭ ବିଷୟେ ମିତ୍ରପଣନ କରି ଲଭିଲି କଷଣ
Couplet 210
ଏବେ ଶ୍ରୀମଦେ ଅନ୍ଧ ହୋଇମିତ୍ରଭାବକୁ ନ ଦେଖଇ
Couplet 211
ଆତ୍ମାର ହିତ ଇଚ୍ଛା ଯାରରାଜସମ୍ପଦ ନୋହୁ ତାର
Couplet 212
ରାଜସମ୍ପଦେ ଅନ୍ଧ ହୋଇବନ୍ଧୁ ସ୍ୱଜନ ନ ଦେଖଇ
Couplet 213
ଏମନ୍ତେ ମିତ୍ରଭାବ ଚିତ୍ତେରୋଦନ କଲା ମୋହଗ୍ରସ୍ତେ
Couplet 214
ସୁମରି ନନ୍ଦ ମିତ୍ରପଣଲୋତକ ପୂରେ ଘନ ଘନ
Couplet 215
ମିତ୍ରର ପ୍ରିୟଭାବେ ନନ୍ଦସଙ୍ଗତେ ଘେନି ଗୋପବୃନ୍ଦ
Couplet 216
ରାମ ଗୋବିନ୍ଦ ସଙ୍ଗ ପାଇଅନେକ ସ୍ନେହଭାବି ବହି
Couplet 217
ହୋଇଣ ହରଷ ବିଷାଦମନରେ ବିଚାରଇ ନନ୍ଦ
Couplet 218
ଆଜ ରହିବି ଅନୁକୂଳେକାଲି ମୁଁ ଯିବି ପ୍ରାତଃକାଳେ
Couplet 219
ଯଦୁଙ୍କ ଅତି ମାନ୍ୟବଶେନନ୍ଦ ରହିଲା ସେ ବିଶ୍ୱାସେ
Couplet 220
ରାମ ଗୋବିନ୍ଦ ଧରି କୋଳେଦିନ ହରିଲେ ରସଭୋଳେ
Couplet 221
ଗୋପୀ ଗୋପାଳ ଆଦି କରିକୃଷ୍ଣମୋହନେ ଦିନ ହରି
Couplet 222
ନାନା ବିନୋଦ କ୍ରୀଡାରାସଏମନ୍ତେ ଗଲା ତିନିମାସ
Couplet 223
ବ୍ରଜ ସହିତେ ବନ୍ଧୁଜନେପୂଜିଲେ ବସନ ଭୂଷଣେ
Couplet 224
ନନ୍ଦକୁ ବସୁଦେବ ଯେତେବିଚାରି ଉଗ୍ରସେନ ମତେ
Couplet 225
ଉଦ୍ଧବ ଆଦି ବନ୍ଧୁ ଯେତେରାମ ଗୋବିନ୍ଦ ଅନୁମତେ
Couplet 226
ଆଦରେ ଦେଲେ ଯେତେ ଧନନନ୍ଦ ଘେନାଇ ତୋଷମନ
Couplet 227
କେତେହେଁ ଦୂର ନନ୍ଦ ତୁଲେରାମ ଗୋବିନ୍ଦ ସୁଖଭୋଳେ
Couplet 228
ଯଶୋଦା ଆଦି ବ୍ରଜନାରୀସବୁରି ମନ ଗୃହେ ଦେଲେ
Couplet 229
ଗୋବିନ୍ଦ ମାୟାଯୋଗବଳେସବୁରି ମନ ଗୃହେ ଦେଲେ
Couplet 230
ସମସ୍ତେ ହୋଇଣ ହରଷଚଳିଲେ ନିଜ ଗୃହବାସ
Couplet 231
ଯାଦବେ ସ୍ନେହଭରେ ଗଲେପୁଣି ବାହୁଡାବିଜେ କଲେ
Couplet 232
ଗୋପୀ ଗୋପାଳ ମନକୃଷ୍ଣ ଚରଣେ କରି ଲୀନ
Couplet 233
ସମ୍ଭାଳି ନ ପାରନ୍ତି ଭଲେଗୋବିନ୍ଦ ଚରଣେ ନିଶ୍ଚଳେ
Couplet 234
ଏମନ୍ତେ ଗଲେ ଗୋପପୁରଶୁଣ ପରୀକ୍ଷା ନୃପବର
Couplet 235
ବାନ୍ଧବେ ଯାନ୍ତେ ନିଜ ପୁରେଯାଦବେ ଗୋବିନ୍ଦ ବିଚାରେ
Couplet 236
ବରଷା ଆଗମନ ଜାଣିରୋହିଣୀସୁତ ଚକ୍ରପାଣି
Couplet 237
ବନ୍ଧୁ ବାନ୍ଧବ ଘେନି ତୁଲେଦ୍ୱାରକାପୁରେ ବିଜେ କଲେ
Couplet 238
ଯାଦବେ ନିଜ ପୁରେ ଯାଇକୁଳବୃଦ୍ଧଙ୍କ ପାଶେ ଥାଇ
Couplet 239
ବସୁଦେବର ଯଜ୍ଞକର୍ମବନ୍ଧୁବାନ୍ଧବ ଆଗମନ
Couplet 240
କହନ୍ତି ହର୍ଷିତ ବଦନଶୁଣି ସାନନ୍ଦ ସର୍ବଜନ
Couplet 241
ବୋଲଇ ଦାସ ଜଗନ୍ନାଥରବିଗ୍ରହଣେ ଗୋପୀନାଥ
Couplet 242
ସୁପୁଣ୍ୟତୀର୍ଥେ ଯାହା କଲେସୁଜନେ ସୁମର ତା ଭଲେ
Couplet 243
ତୁଟିବ ଭବବନ୍ଧ ଭ୍ରମନ ଲାଗେ ତାପତ୍ରୟଶ୍ରମ
Couplet 244
ଏ ଭାବେ ରସ ନିରନ୍ତରେନ ବୁଡ ସଂସାର-ସାଗର