Skip to content
paribhaasha

Skandha 10

Adhyaya 89

  1. Couplet 1

    କହନ୍ତି ବ୍ୟାସଙ୍କର ସୁତଶୁଣ ସୁମନେ ପରୀକ୍ଷିତ

  2. Couplet 2

    ଅଖିଳଜନଗୁରୁ ହରିବ୍ରଜକାମିନୀ ବୋଧ କରି

  3. Couplet 3

    ଧର୍ମନନ୍ଦନ ତୁଲେ ଯେତେସୁହୃଦ ବାନ୍ଧବ ସମେତେ

  4. Couplet 4

    ତାହାଙ୍କୁ ଚାହିଁ ନନ୍ଦବାଳହରଷେ ପୁଚ୍ଛନ୍ତି କୁଶଳ

  5. Couplet 5

    ଭୋ ରାଜା ଶୁଣ ମୋ ବଚନକୁଶଳ କହ ସର୍ବଜନ

  6. Couplet 6

    କୃଷ୍ଣବଚନ ଶୁଣି କର୍ଣ୍ଣେଆନନ୍ଦ ମନେ ବନ୍ଧୁଜନେ

  7. Couplet 7

    କୃଷ୍ଣର ପାଦପଦ୍ମ ଚାହିଁତାହାଙ୍କ ଦେହେ ପାପ ନାହିଁ

  8. Couplet 8

    ବୋଲନ୍ତି ସ୍ନେହ ଗଦଗଦେଚିତ୍ତ ନିବେଶି ପଦ୍ମପାଦେ

  9. Couplet 9

    ଭୋ ନାଥ ଶୁଣ ହୃଷୀକେଶତୋ ପାଦପଦ୍ମ ମଧୁରସ

  10. Couplet 10

    ମହତ ମୁଖୁଁ ଝରେ ନିତିଯେ କର୍ଣ୍ଣପୁଟରେ ପିବନ୍ତି

  11. Couplet 11

    ନିତ୍ୟେ ପିବନ୍ତି ମୋଦଭରିତେଣେ ଅଜ୍ଞାନମାର୍ଗ ହରି

  12. Couplet 12

    ତାର ଅଶୁଭ ଫଳ କାହିଁପୁଣି ବୋଲନ୍ତି କୃଷ୍ଣେ ଚାହିଁ

  13. Couplet 13

    ଭୋ ନାଥ ଶୁଣ ପୂର୍ଣ୍ଣକାମନିର୍ମଳ ତୋର ଆତ୍ମଧାମ

  14. Couplet 14

    ମାୟା ଅଙ୍କୁର ପରକାଶଯାର ସ୍ମରଣେ ଯାଇ ନାଶ

  15. Couplet 15

    ଆନନ୍ଦ ସୁଖସିନ୍ଧୁ ନାବଅଖଣ୍ତ ଅକୁଣ୍ଠିତ ଭାବ

  16. Couplet 16

    ନିଗମେ ଯେବେ ବିନଶନ୍ତିକାଳ ସର୍ଜିତ ମାୟାକୃତି

  17. Couplet 17

    ସ୍ୱରୂପେ ଥାଇ ଜନହିତେତୁ ଦେହ ବହୁ ଏ ଜଗତେ

  18. Couplet 18

    ନିଜ ପରମହଂସ ଗତିଆମ୍ଭର ତୋର ପାଦ ମତି

  19. Couplet 19

    ବୋଲନ୍ତି ବ୍ୟାସଙ୍କ ନନ୍ଦନଶୁଣ ହେ ପରୀକ୍ଷ ରାଜନ

  20. Couplet 20

    ସମସ୍ତେ କୃଷ୍ଣମୁଖ ଚାହିଁସ୍ତୁତି କରନ୍ତି ଭାବରହି

  21. Couplet 21

    ଏମନ୍ତ ଜନେ ସ୍ତୁତି ଭଣିଉତ୍ତମ ଯଶ ଶିଖାମଣି

  22. Couplet 22

    ସମୀପେ ଦେଖି ନରହରିବୃଷ୍ଟି ଅନ୍ଧକ କୁରୁନାରୀ

  23. Couplet 23

    ଆନନ୍ଦେ ବସି ମନସୁଖେକହନ୍ତି କୃଷ୍ଣକଥା ମୁଖେ

  24. Couplet 24

    ଏକ ଆରକେ ମୁଖ ଚାହିଁତ୍ରୈଲୋକ୍ୟ ତରେ ଯାହା ଗାଇ

  25. Couplet 25

    କୃଷ୍ଣକାମିନୀଗଣ ଚାହିଁହରଷେ ଦ୍ରୌପଦୀ ବୋଲଇ

  26. Couplet 26

    ହେ ବଇଦର୍ଭି ରୂପଶୀଳେହେ ଜାମ୍ବବତୀ କଉଶଲ୍ୟେ

  27. Couplet 27

    ହେ ସତ୍ୟଭାମା ରବିସୁତେଶୈବ୍ୟା ଲକ୍ଷଣା ଆଦି ଯେତେ

  28. Couplet 28

    ଭଦ୍ରା ରୋହିଣୀ ଆଦି କରିଷୋଳସହସ୍ର ଯେତେ ନାରୀ

  29. Couplet 29

    କେମନ୍ତେ କୃଷ୍ଣଙ୍କୁ ବରିଲଏ ମାୟାବନ୍ଧୁ ନିସ୍ତାରିଲ

  30. Couplet 30

    କେବଣ ତପ ପୂର୍ବେ ଦାହିକୃଷ୍ଣଙ୍କୁ ସ୍ୱାମୀ ପଣେ ପାଇ

  31. Couplet 31

    କହ ଶ୍ରବଣେ ଇଚ୍ଛା ମୋରକେମନ୍ତେ କୃଷ୍ଣ ତୁମ୍ଭ ବର

  32. Couplet 32

    ଏକଇ ପୁରୁଷ ଗୋବିନ୍ଦଅନେକ ନାରୀ ଯେ ଆନନ୍ଦ

  33. Couplet 33

    କେମନ୍ତେ ମନାଇଲ ହରିକହ ଉଚିତ ଭାବ ଭରି

  34. Couplet 34

    ଏମନ୍ତେ ଦ୍ରୌପଦୀ ବଚନେରୁକ୍ମିଣୀ କହେ ତୋଷମନେ

  35. Couplet 35

    ରୁକ୍ମୀ ଯେ ମୋର ଜ୍ୟୈଷ୍ଠଭାଇଶିଶୁପାଳକୁ ଦେବାପାଇଁ

  36. Couplet 36

    ମଙ୍ଗଳ ଲଗ୍ନେ ବର ବରିରାଜାଏ ନାନା ଶସ୍ତ୍ର ଧରି

  37. Couplet 37

    ମୋତେ ଆବୋରି ରାଜପଥେଅନେକ ଗଜ ଅଶ୍ୱ ରଥେ

  38. Couplet 38

    ମୋହର ସ୍ୱୟମ୍ବର ଶୁଣିଅଇଲେ ପ୍ରଭୁ ଚକ୍ରପାଣି

  39. Couplet 39

    ମୋତେ ହରିଲେ ଏକା ରଥେସିଂହ ଯେସନେ ମେଷୟୁଥେ

  40. Couplet 40

    ତାର ଶ୍ରୀଯୁତ ପଦ୍ମପାଦେଚିତ୍ତ ମୋ ସେବୁ ଅପ୍ରମାଦେ

  41. Couplet 41

    କହି ହରଷ କୃଷ୍ଣବାମାତଦନ୍ତେ କଲେ ସତ୍ୟଭାମା

  42. Couplet 42

    ମୋହର ପିତା ଶତ୍ରାଜିତସୂର୍ଯ୍ୟଙ୍କ ରୁଲେ ହେଲେ ମିତ

  43. Couplet 43

    ସନ୍ତୋଷେ ପ୍ରଭୁ ଦିନମଣିଦେଲେ ସେ ସ୍ୟମନ୍ତକ ମଣି

  44. Couplet 44

    ଏକଇ ଦିନେ ପିତା ମୋରଗଳାରେ ଖଞ୍ଜିଣ ବାହାର

  45. Couplet 45

    ସଭାର ମଧ୍ୟେ ଚକ୍ରପାଣିମାଗିଲେ ସାମନ୍ତକ ମଣି

  46. Couplet 46

    ପିତା ମୋ ନ ଦେଲା ତାହାଙ୍କୁପ୍ରସେନ ନେଲା ବନସ୍ତକୁ

  47. Couplet 47

    ମୃଗୟା ବିନୋଦେ ଗମନଚଢିଣ ଥିଲା ହୟଯାନ

  48. Couplet 48

    ବନେ ତା ସିଂହ କଲା ହତନ ଦେଖି ତାତ ସାନଭ୍ରାତ

  49. Couplet 49

    ମନେ ଭାଳଇ ପୁଣ ପୁଣିକୃଷ୍ଣ ଯେ ମାଗିଥିଲେ ମଣି

  50. Couplet 50

    ମୁଁ ଯେ ନ ଦେଲି ଲୋଭବଶେତେଣୁ ଗୋବିନ୍ଦ ଅବିଶ୍ୱାସେ

  51. Couplet 51

    ମୋ ଭ୍ରାତ ବନେ ସଂହାରିଲାଏମନ୍ତ ଅପବାଦ ଦେଲା

  52. Couplet 52

    ସେ ଅପବାଦ ମାର୍ଜିବାରେକୃଷ୍ଣ ମିଳିଲେ ବନଘୋରେ

  53. Couplet 53

    ବନ୍ଧୁବାନ୍ଧବେ ବନେ ମିଳିଦେଖି ପ୍ରସେନ ମୃତ୍ୟୁସ୍ଥଳୀ

  54. Couplet 54

    ସିଂହର ଦନ୍ତ ନଖଘାତେଦେଖି ସମସ୍ତେ ସ୍ତମ୍ଭୀଭୂତେ

  55. Couplet 55

    ଜାଣିଲେ ରକ୍ଷ ସିଂହ ମାରିସେ ମଣି ନେଲା ନିଜପୂରୀ

  56. Couplet 56

    ତା ଦେଖି କୃଷ୍ଣ ବିଳେ ପଶିଜାମ୍ବବ ତୁଲେ ହୃଷୀକେଶୀ

  57. Couplet 57

    ରକ୍ଷକୁ ମାଲଯୁଦ୍ଧେ ଜିଣିଆଣିଲେ ସାମନ୍ତ୍ୟକ ମଣି

  58. Couplet 58

    ସେ ମଣି ପିତା କଣ୍ଠେ ନେଇକୃଷ୍ଣ ସନ୍ତୋଷମନେ ଦେଇ

  59. Couplet 59

    ପିତା ମୋ କଣ୍ଠେ ନେଇକୃଷ୍ଣ ସନ୍ତୋଷମନେ ଦେଇ

  60. Couplet 60

    ଏଣୁ ମୁଁ କୃଷ୍ଣର ଯୁବତୀତା ଶୁଣି ବୋଲେ ଜାମ୍ବବତୀ

  61. Couplet 61

    ଏ ମଣି ହେତୁ ନରହରିମୋ ତାତ ତୁଲେ ଯୁଦ୍ଧକରି

  62. Couplet 62

    ତ୍ରିନବଦିନ ମହାଘୋରଯୁଦ୍ଧେ ହାରିଲା ପିତା ମୋର

  63. Couplet 63

    ଗାଢ ପ୍ରହାରେ ତନୁ କ୍ଷୀଣପ୍ରତ୍ୟେକ୍ଷ ଜାଣି ବିଷ୍ଣୁଚିହ୍ନ

  64. Couplet 64

    ଜାଣିଲା ଏ ମୋ ନିଜ ନାଥରଘୁନନ୍ଦନ ସୀତାକାନ୍ତ

  65. Couplet 65

    ପୂର୍ବର କଥା ମନେ ଗୁଣିଚିହ୍ନିଲା ପ୍ରଭୁ ଚକ୍ରପାଣି

  66. Couplet 66

    ମଥୁରା ଜନମ ମୁରାରିମୋ ମନକଥା ଜାଣିକରି

  67. Couplet 67

    ଅଇଲେ ଯୁଦ୍ଧଦେବା ଅର୍ଥେମୁଁ ଏବେ ପରମକୃତାର୍ଥେ

  68. Couplet 68

    କୋପସଂହାରି ଗୁଣମଣିଅନେକ ସ୍ତୁତିବାକ୍ୟ ଭଣି

  69. Couplet 69

    ପଡିଲା କୃଷ୍ଣପଦ୍ମପାଦେଆନନ୍ଦେ ଶୋକ ଗଦଗଦେ

  70. Couplet 70

    ନିଜ ଅପରାଧ ବିଚାରିମଣି ମୋହର କଣ୍ଠେ ଭରି

  71. Couplet 71

    ଗୋବିନ୍ଦପାଦେ ଦେଲା ଆଣିଏଣୁ ମୁଁ କୃଷ୍ଣର ଘରଣୀ

  72. Couplet 72

    ଏ କଥା ଜଗତେ ପ୍ରସିଦ୍ଧିତା ଶୁଣି ବୋଲଇ କାଳିନ୍ଦୀ

  73. Couplet 73

    ଶୁଣ ଗୋ ସଖୀ କଥା ମୋରପିତା ମୋହର ଦିନକର

  74. Couplet 74

    ବୋଇଲେ ତପକର ଯାଇପାଇବୁତ୍ରୈଲୋକ୍ୟଗୋସାଇଁ

  75. Couplet 75

    ପିତାବଚନେ ଘୋରବନେତପ କରଇ ଶୁଦ୍ଧମନେ

  76. Couplet 76

    ଅଭୟପାଦ ସେବା ଆଶେତା ଜାଣି କୃଷ୍ଣ ମୋର ପାଶେ

  77. Couplet 77

    ଅର୍ଜୁନେ ପେଷି ମୋତେ ଆଣିବିଭା ହୋଇଲେ ଚକ୍ରପାଣି

  78. Couplet 78

    ପିତାବଚନ ଶିରେ ଘେନିତେଣୁ ମୁଁ କୃଷ୍ଣର କାମିନୀ

  79. Couplet 79

    ଏଣୁ ମୋ ବର ଚକ୍ରପାଣିମିତ୍ରବିନ୍ଦା ବୋଲେ ତା ଶୁଣି

  80. Couplet 80

    ଶୁଣ ଗୋ ଦ୍ରୁପଦକୁମାରୀମୋ ପିତା ସ୍ୱୟମ୍ବର କରି

  81. Couplet 81

    ଅନେକ ଥିଲେ ରାଜାଗଣେକେତେ କହିବି ଜଣେ ଜଣେ

  82. Couplet 82

    ଏମନ୍ତ ଜାଣି ଗୋପୀନାଥେଯାଇ ମିଳିଲେ ଏକାରଥେ

  83. Couplet 83

    ଗୋବିନ୍ଦ ଆସି ନୃପମେଳେସମରେ ଜିଣି ବାହୁବଳେ

  84. Couplet 84

    ମୋତେ ହରିଲେ ଏକାରଥେସିଂହ ଯେସନେ ଶ୍ୱାନଯୁଥେ

  85. Couplet 85

    ହରଇ ନିଜ ଭାଗ ବଳେମୋ ଭାତୃଗଣ ମୋର ଛଳେ

  86. Couplet 86

    କୃଷ୍ଣର ତୁଲେ କଲେ ରଣତାହାଙ୍କୁ ଜିଣି ତ‌ତ‌୍‌କ୍ଷଣ

  87. Couplet 87

    ମୋତେ ଆଣିଲେ ଶ୍ରୀନିବାସତାର ଚରଣେ ସେବା ଆଶ

  88. Couplet 88

    ସେ ପଦ୍ମପାଦେ ମୋର ସେବାହେଉ ଏମନ୍ତ ଆଜ୍ଞା ଦେବା

  89. Couplet 89

    ମିତ୍ରବିନ୍ଦାର ଏ ବଚନେସତ୍ୟା ବୋଲଇ ତୋଷମନେ

  90. Couplet 90

    ମୋ ପିତା ଭୁବନେ ପ୍ରଚଣ୍ତଥିଲେ ଯେ ଦୃଷ୍ଟ ସାତଷଣ୍ଢ

  91. Couplet 91

    ଅତି ସୁତୀକ୍ଷଣ ଶୃଙ୍ଗ ଖୁରଦେଖି ଡରନ୍ତି ମହାବୀର

  92. Couplet 92

    ତାହାଙ୍କୁ ନିଜ ପୁରେ ଥୋଇଘୋଷଣ ଚଉଦିଗେ ଦେଇ

  93. Couplet 93

    ରାଜାଙ୍କ ବଳ ପରୀକ୍ଷାର୍ଥେମଧ୍ୟେ ସଞ୍ଚିତ କରି ମୋତେ

  94. Couplet 94

    ଏ ସାତଷଣ୍ଢ ବାହୁବଳେଯେ ବାନ୍ଧିପାରେ ଏକାବେଳେ

  95. Couplet 95

    ଏ କନ୍ୟା ହୋଇବ ତାହାରସତ୍ୟବଚନ ଏ ମୋହର

  96. Couplet 96

    ତା ଶୁଣି ନୃପତିକୁମରେମିଳିଲେ ମୋ ପିତା ନଗରେ

  97. Couplet 97

    ଦେଖି ସପତଷଣ୍ଢ ରୂପଭୟେ ଭାଜିଲେ ସର୍ବ ନୃପ

  98. Couplet 98

    ଏମନ୍ତେ ପ୍ରଭୁ ବନମାଳୀବେଗେ ମୋ ପିତା ପୁରେ ମିଳି

  99. Couplet 99

    ସେ ସାତଷଣ୍ଢ ବାହୁବଳେବନ୍ଧନ କଲେ ଏକାବେଳେ

  100. Couplet 100

    ଛାଗବାଳକ ରାଜପଥେବାଳକେ ବାନ୍ଧନ୍ତି ଯେମନ୍ତେ

  101. Couplet 101

    ଏମନ୍ତେ ବୃକ୍ଷ ବନ୍ଦୀ କରିମୋତେ ଲଭିଲେ ନରହରି

  102. Couplet 102

    ପଥେ ସମରେ ରାଜା ଜିଣିଦ୍ୱାରକା ନେଲେ ଚକ୍ରପାଣି

  103. Couplet 103

    ସେ ହରି ଅଭୟ ଚରଣେମୋ ଚିତ୍ତ ରହୁ ଅନୁକ୍ଷଣେ

  104. Couplet 104

    ଯାର ସ୍ମରଣେ ନାହିଁ ବାଧାତା ଶୁଣି ବୋଲଇ ଯେ ଭଦ୍ରା

  105. Couplet 105

    କୃଷ୍ଣ ମୋ ମାତୁଳକୁମରପିତା ବରିଲା ତାଙ୍କୁ ବର

  106. Couplet 106

    କୃଷ୍ଣଙ୍କୁ ଆଣି ନିଜପୁରେବିବାହ ଦେଲା ସୁହୃଦରେ

  107. Couplet 107

    ଶୁଣ ଦ୍ରୌପଦୀ ମନଦେଇମୋହର ଚିତ୍ତ କୃଷ୍ଣ ତହିଁ

  108. Couplet 108

    ବଳ ଅକ୍ଷୌହିଣୀ ସଙ୍ଗତେସଖୀ ସମେତ ଦେଲା ମୋତେ

  109. Couplet 109

    ସେ ହରିପାଦେ ମୋର କର୍ମେସ୍ମରଣ ହେଉ ଜନ୍ମେ ଜନ୍ମେ

  110. Couplet 110

    ଏ ଭବଜଳେ ମୋର ଜନ୍ମଅର୍ଜିତକର୍ମେ ପଥଶ୍ରମ

  111. Couplet 111

    ସେ କୃଷ୍ଣପାଦେ ସେବା ହେଉଏ ମୋର ମାୟାଭ୍ରମ ଯାଉ

  112. Couplet 112

    ଏମନ୍ତେ ଶୁଣି ସର୍ବବାଣୀଲକ୍ଷଣା କହେ ମନେ ଗୁଣି

  113. Couplet 113

    ଶୁଣ ଗୋ ଧର୍ମସୁତରାଣିଲକ୍ଷଣା କହେ ମନେ ଗୁଣି

  114. Couplet 114

    ନାରଦମୁନି ଶୁଦ୍ଧଚେତାକୃଷ୍ଣର ଜନ୍ମଧର୍ମକଥା

  115. Couplet 115

    ନିତ୍ୟେ କହନ୍ତି ମୋର ପାଶେତା ଶୁଣି ମନ ମୋ ବିଶ୍ୱାସେ

  116. Couplet 116

    ମୁକୁନ୍ଦପାଦେ ଲୋଭ କରିଯେ ପାଦ ଲକ୍ଷ୍ମୀ ଅଛି ଧରି

  117. Couplet 117

    ଲୋକପାଳଙ୍କୁ ତେଜି ଦୂରେସେବଇ ଶ୍ରୀକୃଷ୍ଣ ପୟରେ

  118. Couplet 118

    ତା ପାଦେ ଭଜିଲା ମୋ ଚିତକ୍ଷଣକ୍ଷଣକେ ମୋହଗତ

  119. Couplet 119

    ମନବଚନ କୃଷ୍ଣପାଦେକଣ୍ଠ ମୋ ଶୋକ ଗଦଗଦେ

  120. Couplet 120

    ମୋର ପିଅର ବୃହତସେନତକ୍ଷଣେ ଜାଣିଲା ମୋ ମନ

  121. Couplet 121

    ସ୍ୱଭାବେ ଦୁହିତାବତ୍ସଳପୁଣ୍ୟପବିତ୍ର ଯାର କୂଳ

  122. Couplet 122

    ଉପାୟ କଲା ମୋର ଅର୍ଥେଶୁଣ କହିବି ତୋଷଚିତ୍ତେ

  123. Couplet 123

    ଭୋ ଦେବି ତୋର ସ୍ୱୟମ୍ବରେଯେମନ୍ତେ ଦ୍ରୁପଦନଗରେ

  124. Couplet 124

    ଲାଖ ଭିଆଣ ପାର୍ଥଛଳେମତ୍ସ୍ୟ ସଂକାଶ କୁମ୍ଭଜଳେ

  125. Couplet 125

    ବସ୍ତ୍ର ଆଚ୍ଛାଦି ଅଷ୍ଟଦିଶେଧନୁ ସ୍ଥାପିଲା କୁମ୍ଭପାଶେ

  126. Couplet 126

    ତା ଶୁଣି ନୃପତିକୁମରେମିଳିଲେ ମୋ ପିତା ନଗରେ

  127. Couplet 127

    ଜାଣନ୍ତି ଅସ୍ତ୍ରଶସ୍ତ୍ର ତତ୍ତ୍ୱସ୍ୱଗୁରୁ ତୁଲେ ଉପଗତ

  128. Couplet 128

    ଚାରିଦିଗରୁ ଲକ୍ଷେ ରାଜାଦେଖି ମୋ ପିତା କଲା ପୂଜା

  129. Couplet 129

    ପୂଜିଲା ନାନା ଉପହାରେଯାହାକୁ ଯେମନ୍ତ ବେଭାରେ

  130. Couplet 130

    ସକଳେ ମିଳି ଲାଖତଳେଧନୁସନ୍ଧାନ ବାହୁବଳେ

  131. Couplet 131

    କେ ଧନୁ ନ ପାରନ୍ତି ତୋଳିକା ମୁଖୁଁ ରୁଧୁର ନିକିଳି

  132. Couplet 132

    କେ ଗୁଣ ଦେଇ ନ ପାରନ୍ତିକେ ହୁଡି ଭୂମିରେ ପଡନ୍ତି

  133. Couplet 133

    କେ ଧନୁହୁଳେ ଗୁଣ ତାଡିପଡିଲେ ଧନୁହୃଦେ ମାଡି

  134. Couplet 134

    ମାଗଧ ଆଦି ବୀର ଯେତେଧନୁସାଧନ ଗୁରୁମତେ

  135. Couplet 135

    ଥିଲେ ଯେ ଭୀମ ଦୁର୍ଯ୍ୟୋଧନରବିନନ୍ଦନ ବୀରକର୍ଣ୍ଣ

  136. Couplet 136

    ମୀନର ନ ଦେଖିଲେ ସ୍ଥାନତା ଦେଖି ଉଠିଲା ଅର୍ଜୁନ

  137. Couplet 137

    ଧନୁ ଆମଞ୍ଚି ଦୃଢମୁଷ୍ଟିଉର୍ଦ୍ଧ୍ୱନାରାଚ ଅଧୋଦୃଷ୍ଟି

  138. Couplet 138

    ମତ୍ସ୍ୟ ଆଭାସ ଦେଖି ଜଳେବାଣ ଛାଡିଲା ଅନ୍ତରାଳେ

  139. Couplet 139

    ମତ୍ସ୍ୟରେ ଲାଗି ବାଣ ଗଲାଲାଜେ ଅର୍ଜ୍ଜୁନ ବାହୁଡିଲା

  140. Couplet 140

    ଏମନ୍ତେ ସକଳ ରାଜନଲାଜେ ନିବୃତ୍ତ ଅପମାନ

  141. Couplet 141

    ମାନୀଙ୍କ ମାନଭଙ୍ଗ ଡରେକେହି ନଗଲେ ଧନୁଘରେ

  142. Couplet 142

    ଏମନ୍ତେ କମଳଲୋଚନଧନୁମନ୍ଦିରେ ଆଗମନ

  143. Couplet 143

    ଲୀଳାଏ ବାମ କରେ ଧରିଗୁଣ ଟଙ୍କାର ନାଦ କରି

  144. Couplet 144

    ନାରାଚ ତୋଳି ଧନୁ ଧରିଅଧୋବଦନେ ବନମାଳୀ

  145. Couplet 145

    ମତ୍ସ୍ୟକୁ ଚାହିଁ କୁମ୍ଭଜଣେବାଣ ଛାଡିଲେ ବାହୁବଳେ

  146. Couplet 146

    ନାରାଚ ତେଜେ ମୀନ ଗୋଟିତଳେ ପଡିଲା ଚକ୍ଷୁଫୁଟି

  147. Couplet 147

    ମୁହୂର୍ତ୍ତ ଅଭିଜିତ କାଳେବିବୁଧେ ଗଗନ ମଣ୍ତଳେ

  148. Couplet 148

    ଦୁନ୍ଦୁଭି-ବାଦ୍ୟ-ନାଦ କଲେଜୟ ଶବଦ ମହୀତଳେ

  149. Couplet 149

    ହରଷ ଭୋଳେ ସୁରଗଣକରନ୍ତି ପୁଷ୍ପବରଷଣ

  150. Couplet 150

    ଶୁଣ ପାଞ୍ଚାଳି ଶୁଦ୍ଧଚିତ୍ତେମୁଁ ତହିଁ ମିଳିଲି ଯେମନ୍ତେ

  151. Couplet 151

    ଗଭୀର ନୁପୁର ଶବଦେମଞ୍ଜୁ କୋମଳ ବେନିପାଦେ

  152. Couplet 152

    କରେ ନିର୍ମଳ ରତ୍ନମାଳମୋହ୍ନ ଭୁବନମଣ୍ତଳ

  153. Couplet 153

    ନବୀନ ପାଟବସ୍ତ୍ର ପିନ୍ଧିକବରୀଭାରେ ପୁଷ୍ପ ବାନ୍ଧି

  154. Couplet 154

    ଅଳପ ଲାଜେ ମନ୍ଦହାସେମୁଖ ଶୋଭିତ ରଙ୍ଗରସେ

  155. Couplet 155

    ନିକଟେ ଦେଖି ବନମାଳୀଲଜ୍ଜା ଛାଡିଲି ମୁଖ ତୋଳି

  156. Couplet 156

    ନୀଳକୁନ୍ତଳ ମୋ କପୋଳେରତ୍ନକୁଣ୍ତଳ ଗଣ୍ତସ୍ଥଳେ

  157. Couplet 157

    ସସ୍ମିତହାସ ମୁଖେ ସାଜେକଟାକ୍ଷ ଲୋଚନ ବିରାଜେ

  158. Couplet 158

    ଦେଖନ୍ତି ସକଳ ରାଜନେନିର୍ମଳ ନିଶ୍ଚଳ ଲୋଚନେ

  159. Couplet 159

    ଭୋ ସଖି ଦୂର କଲି ଲାଜଧୀରେ ମୁଁ ତୋଳି ବେନିଭୁଜ

  160. Couplet 160

    କୃଷ୍ଣର ଦେହେ ଚିତ୍ତ ମୋରରଙ୍ଗେ ଦେଖନ୍ତି ସୁରନର

  161. Couplet 161

    ଶଙ୍ଖ ଶବଦ ଜୟନାଦେମାଳା ମୁଁ ଦେଲି କୃଷ୍ଣହୃଦେ

  162. Couplet 162

    ମୃଦଙ୍ଗ ପଟହ ଶବଦେଦୁନ୍ଦୁଭି ଆଦି ବାଦ୍ୟନାଦେ

  163. Couplet 163

    ରଙ୍ଗେ ନାଚନ୍ତି ନାରୀଗଣେଗୀତ ସୁସ୍ୱର ବାଦ୍ୟସ୍ୱନେ

  164. Couplet 164

    ଏମନ୍ତେ କୃଷ୍ଣଙ୍କୁ ମୁଁ ବରିରାଜାଏ ଦେଖି ଯୁଦ୍ଧ କରି

  165. Couplet 165

    ମୋ ରୂପେ ହୋଇ ଅସମ୍ଭାଳଯୁଦ୍ଧ ଆରମ୍ଭି କଲେ ଗୋଳ

  166. Couplet 166

    ତା ଦେଖି ପ୍ରଭୁ ବନମାଳୀନନ୍ଦିଘୋଷରେ ମୋତେ ତୋଳି

  167. Couplet 167

    ରଥେ ଚତୁର ଅଶ୍ୱଯୁତଶାରଙ୍ଗଧନୁ ଧରି ହସ୍ତ

  168. Couplet 168

    ସନ୍ନିଧେ ଦେଖି ରଣସଜରଥେ ହୋଇଲେ ଚର୍ତୁଭୂଜ

  169. Couplet 169

    ରତ୍ନବିମାନେ ଜନ ମୋହେଦାରୁକ ବିଷ୍ଣୁ ତେଜେ ବାହେ

  170. Couplet 170

    ଦେଖନ୍ତି ସର୍ବ ରାଜାଗଣରଣେ ମିଳିଲେ ନାରାୟଣ

  171. Couplet 171

    ଶୁଣ ପାଞ୍ଚାଳି ଏକମନେମୃଗଙ୍କ ମଧ୍ୟେ ସିଂହ ଯେହ୍ନେ

  172. Couplet 172

    ଅନେକ ରାଜା ରାଜପଥେରୁନ୍ଧିଲେ ଅତି ବଳବନ୍ତେ

  173. Couplet 173

    ସଜ୍ଜିତ ହୋଇ ଧନୁ ଧରିରହିଲେ କୃଷ୍ଣଙ୍କୁ ଆବୋରି

  174. Couplet 174

    ସିଂହକୁ ଯେହ୍ନେ ଶ୍ୱାନଯୁଥଆବୋରି ଚଉଦିଗ ପଥ

  175. Couplet 175

    କୃଷ୍ଣ ସାରଙ୍ଗଧନୁ ବାଣେରଣେ ପଡିଲେ ରାଜାଗଣେ

  176. Couplet 176

    ବାହୁଚରଣ କନ୍ଧ ଛାଡିପଡିଲେ ରଣଭୂମି ମାଡି

  177. Couplet 177

    ଥୋକାଏ ପ୍ରାଣରକ୍ଷା ଆଶେପଳାଇଗଲେ ନିଜ ଦେଶେ

  178. Couplet 178

    ସମରେ ଜିଣି ବନମାଳୀବିଜୟ କଲେ କୁଶସ୍ଥଳୀ

  179. Couplet 179

    ଅତି ସୁନ୍ଦର ଅଳଙ୍କୃତଧ୍ୱଜ ପତାକା ନାନା ଚିତ୍ର

  180. Couplet 180

    ନାନା ତୋରଣ ଗୃହେ ଶୋହେଦେଖନ୍ତେ ଜନମନ ମୋହେ

  181. Couplet 181

    ଯେ କୁଶସ୍ଥଳୀ ଦିବ୍ୟଭୂମିଯହିଁ ବିଜୟ ଅନ୍ତର୍ଯ୍ୟାମୀ

  182. Couplet 182

    ପିତା ମୋହର ବିଭାକାଳେବନ୍ଧୁବାନ୍ଧବ ଜ୍ଞାତିମେଳେ

  183. Couplet 183

    ପୂଜିଲା ନାନା ଉପହାରେଶଯ୍ୟା ଆସନ ଅଳଙ୍କାରେ

  184. Couplet 184

    ଅନେକ ଦାସ ଦାସୀ ଧନବାଜି କୁଞ୍ଜର ବହୁ ସୈନ୍ୟ

  185. Couplet 185

    ବିବିଧ ଅସ୍ତ୍ରଶସ୍ତ୍ର ଆଣିଦେଲାକ ସର୍ବ ପରିମାଣି

  186. Couplet 186

    କୃଷ୍ଣଙ୍କୁ ଯଉତୁକ ଦେଲାଅନେକ ଭକ୍ତିଭାବ କଲା

  187. Couplet 187

    ଯେ ହରି ନିଜ ତେଜ ଧାମମହାମହିମ ପୂର୍ଣ୍ଣକାମ

  188. Couplet 188

    ସେ ହରି ପଦ୍ମପାଦ ତଳେମୋ ନିଜ ସଖୀ ସଙ୍ଗମେଳେ

  189. Couplet 189

    ତାହାର ଗୃହଦାସୀ ସଙ୍ଗେନିବୃତ୍ତ ଚିତ୍ତ ଅନୁରାଗେ

  190. Couplet 190

    ତପସ୍ୟା ଫଳୁଁ ଚିତ୍ତ ରହୁସେ ପାଦ ସେବି ଦିନ ଯାଉ

  191. Couplet 191

    ଏମନ୍ତେ ଲକ୍ଷଣା ବଚନେଷୋଳସହସ୍ର ନାରୀଜନେ

  192. Couplet 192

    ଶତେ ଅଧିକ ସେ ସ୍ୱଭାବେହସି କହନ୍ତି ପ୍ରିୟଭାବେ

  193. Couplet 193

    ଭୂମିନନ୍ଦନ ମହାବୀରଦୁର୍ଜୟ ନାରକା ଅସୁର

  194. Couplet 194

    ଦିଗବିଜୟେ ବୀରମଣିଅନେକ ରାଜକନ୍ୟା ଆଣି

  195. Couplet 195

    ନିଜ ଭୁବନେ ଥିଲା ଭରିସମରେ କୃଷ୍ଣ ତାକୁ ମାରି

  196. Couplet 196

    ଆମ୍ଭଙ୍କୁ ବନ୍ଦିମୋକ୍ଷ କରିଆଣିଲେ ପ୍ରଭୁ ଦଇତ୍ୟାରି

  197. Couplet 197

    ଘୋର ସଂସାର ମାୟାବନ୍ଧଧ୍ୟାନେ ଛେଦଇ ଯାର ପାଦ

  198. Couplet 198

    ସେ ହରି ଆମ୍ଭ ଚିତ୍ତ ଜାଣିଉଦ୍ଧରି ନିଜପୁରେ ଆଣି

  199. Couplet 199

    ଆମ୍ଭେ ହୋଇଲୁ ତାର ଦାସୀଅଭୟ-ପଦ୍ମପାଦେ ଆସି

  200. Couplet 200

    ସ୍ୱଭାବେ ଆତ୍ମାରାମ ସେହିତାହାର ଆଦିଅନ୍ତ ନାହିଁ

  201. Couplet 201

    ନିତ୍ୟେ ଚିନ୍ତଉଁ ସର୍ବନାରୀଗୋବିନ୍ଦ ପାଦେ ମନ ଧରି

  202. Couplet 202

    ସେ ପ୍ରଭୁ ଜଗତଜୀବନପଶିଲୁ ତାହାରେ ଶରଣ

  203. Couplet 203

    ଶୁଣ ସାଧବି ଆମ୍ଭ ବାଣୀଚିତ୍ତେ ଏମନ୍ତ ପରିମାଣି

  204. Couplet 204

    ସକଳ ରାମରାଜ୍ୟ ଭୋଗଅଣିମା ଆଦି ସିଦ୍ଧିଯୋଗ

  205. Couplet 205

    ଇନ୍ଦ୍ର କି ବ୍ରହ୍ମପଦ ଅବାକୈବଲ୍ୟ ବଇକୁଣ୍ଠ କିବା

  206. Couplet 206

    ଏଣେ ଆମ୍ଭର ନାହିଁ ଇଚ୍ଛାଅଭୟ ପାଦପଦ୍ମେ ବାଞ୍ଛା

  207. Couplet 207

    ଶ୍ରୀକୃଷ୍ଣ ପାଦପଦ୍ମ ଧୂଳିକୁଚ କୁଙ୍କୁମେ ଲକ୍ଷ୍ମୀ ବୋଳି

  208. Couplet 208

    ତେଣୁ ସୁଗନ୍ଧ ଅତି ସ୍ପୁରେନିତ୍ୟେ ବହିଁବୁଁ ତାହା ଶିରେ

  209. Couplet 209

    ଯା ପାଦ-ସରସିଜ ତିନିବାଞ୍ଛନ୍ତି ଗୋପାଳ ଯୁବତୀ

  210. Couplet 210

    ପୁଲିନ ତୃଣ ଗୁଳ୍ମ ଜାତିଗାବ ଗୋପାଳେ ଯାହା ଚିନ୍ତି

  211. Couplet 211

    ସେ ପଦ୍ମପାଦ ଆମ୍ଭ ଚିତ୍ତେସ୍ମରଣ ହେଉ ଅବିରତେ

  212. Couplet 212

    କୃଷ୍ଣ ମହିମା ଅଗୋଚରମୁଁ କୀଟ କୋଟିକେ ଅନ୍ତର

  213. Couplet 213

    ଏଣୁ ହୋଇଲି ଅପରାଧୀଯେହ୍ନେ ଗଗନେ ଲାଖ ବିନ୍ଧି

  214. Couplet 214

    ସୁଜନେ ଶୁଣ ପରିହସମୁଁ ତୁମ୍ଭ ଚରଣରେ ଦାସ

  215. Couplet 215

    ଏଣେ ସୁଜନେ ମନ ଦେଇଭେଟିବ ପ୍ରଭୁ ଭାବଗ୍ରାହୀ

  216. Couplet 216

    ବୋଲଇ ଦାସ ଜଗନ୍ନାଥଗୀତବିନୋଦେ ଭାଗବତ

Odia Bhagabata skandha 10 adhyaya 89 | Parbani by ParibhaAsha App