Skip to content
paribhaasha

Skandha 10

Adhyaya 88

  1. Couplet 1

    ପ୍ରେମ ଆନନ୍ଦେ ମୁନିବରବୋଲନ୍ତି ଶୁଣ କୁରୁବୀର

  2. Couplet 2

    ଧରଣୀଭାରା ନିବାରଣଅନାଦିପରମ କାରଣ

  3. Couplet 3

    ଅନନ୍ତ ତୁଲେ ନରହରିମନୁଷ୍ୟ ରୂପେ ଅବତରି

  4. Couplet 4

    ଆନନ୍ଦେ ଦ୍ୱାରାବତୀ ପୁରେବିହରେ ନରକଳେବରେ

  5. Couplet 5

    ଜ୍ୟୋତିଷବିଦ୍ୟା ଅନୁମାନେବିଚାରି ଋଷିଙ୍କ ବଚନେ

  6. Couplet 6

    ଜ୍ୟୋତିଷେ କୃଷ୍ଣ ପାଶେ ଯାଇକହିଲେ ଶିରେ କର ଦେଇ

  7. Couplet 7

    ଭୋ ନାଥ ଶୁଣ ସାବଧାନେମକର ପଞ୍ଚଦଶ ଦିନେ

  8. Couplet 8

    ତୃତୀୟ ମୁହୂର୍ତ୍ତ ପ୍ରବେଶେସିଂହିକାସୁତ ରବି ଗ୍ରାସେ

  9. Couplet 9

    ଦିବସେ ପ୍ରକାଶିବ ନିଶିପ୍ରଳୟକାଳ ପ୍ରାୟ ଦିଶି

  10. Couplet 10

    ଏମନ୍ତେ ଦଇବଜ୍ଞ ବାଣୀଗୋବିନ୍ଦ ସାବଧାନେ ଶୁଣି

  11. Couplet 11

    ଘୋଷଣ ଦେଲେ ନିଜପୁରେତୀର୍ଥଗମନ ଅନୁସାରେ

  12. Couplet 12

    ତ୍ରେତୟାଯୁଗେ ଭୃଗୁରାମରାଜାଙ୍କୁ ବହି ଘୋରତମ

  13. Couplet 13

    ଦିଗବିଜୟେ ପର୍ଶୁପାଣିରାଜାଙ୍କୁ କୁରୁକ୍ଷେେତ୍ର ଆଣି

  14. Couplet 14

    କୋପେ ଛେଦିଲେ ତାଙ୍କ ମୁଣ୍ତରୁଧିରେ କରି ସାତକୁଣ୍ତ

  15. Couplet 15

    ରୁଧିରକୁଣ୍ତ ସ୍ନାନ କରିପିତାଙ୍କୁ ତର୍ପଣେ ଉଦ୍ଧରି

  16. Couplet 16

    ତେଣୁ ହୋଇଲା ତୀର୍ଥକଳ୍ପସ୍ନାନେ ହରଇ ସର୍ବପାପ

  17. Couplet 17

    ଏମନ୍ତେ ଜନେ ରାମତୀର୍ଥେସ୍ନାହାନ ଦାନ ଯେଝାମତେ

  18. Couplet 18

    କରନ୍ତି ନିଗମ ବେଭାରଏବେ ହୋ ଶୁଣ କୁରୁବୀର

  19. Couplet 19

    ଭାରତଭୂମି ପ୍ରଜା ଯେତେପୁତ୍ର କଳତ୍ର ଧନ ଯୁତେ

  20. Couplet 20

    ରାଜା ପରଜା ନରନାରୀସଞ୍ଚପି କେ ତା କହିପାରି

  21. Couplet 21

    ଏମନ୍ତେ ଚାରିଦିଗୁଁ ଯେତେପ୍ରବେଶ ହେଲେ କୁରୁକ୍ଷେତ୍ରେ

  22. Couplet 22

    ଜ୍ଞାନ ଅଜ୍ଞାନ ପାପ ଯେତେସ୍ନାନେ ଖଣ୍ତିବେ ରାହୁଗ୍ରସ୍ତେ

  23. Couplet 23

    ସୁତୀର୍ଥେ ସ୍ନାନ ଦାନ ଫଳେପାପୁଁ ତରିବେ ପୁଣ୍ୟବଳେ

  24. Couplet 24

    ଏତେ ବିଚାରି ପୁଣ୍ୟଧ୍ୟାୟିମିଳିଲେ କୁରୁକ୍ଷେତ୍ରେ ଯାଇ

  25. Couplet 25

    ଗୋବିନ୍ଦ ନନ୍ଦିଘୋଷ ରଥେବସି ଚଳିଲେ ରାଜପଥେ

  26. Couplet 26

    ଶ୍ରୀକୃଷ୍ଣ ଯାନ୍ତେ କୁରୁକ୍ଷେତ୍ରେସଜ ହୋଇଲେ ଜ୍ଞାତି ଗୋତ୍ରେ

  27. Couplet 27

    ଦେବକୀ ବସୁଦେବ ଘେନିକୃଷ୍ଣର ଯେତେକ କାମିନୀ

  28. Couplet 28

    ପ୍ରଦ୍ୟୁମ୍ନ ଶାମ୍ବ କୃଷ୍ଣସୁତେଶୁକ ସାରଣର ସହିତେ

  29. Couplet 29

    କୃତବର୍ମା ଯେ ଅନିରୁଦ୍ଧପୁର ରଖନ୍ତି ଯେତେ ଯୋଧ

  30. Couplet 30

    ଉଗ୍ରସେନର ଯେତେ ବଳସଜ ହୋଇଲେ କାମପାଳ

  31. Couplet 31

    ଏମନ୍ତେ ଗଲେ ଯଦୁଯୁଥେଆରୋହି ଅଶ୍ୱ ଗଜ ରଥେ

  32. Couplet 32

    ନିଜ କାମିନୀ ଘେନି ସାଥେଗମିଲେ କୁରୁକ୍ଷେେତ୍ର ପଥେ

  33. Couplet 33

    ଇନ୍ଦ୍ରର ସଙ୍ଗେ ଦେବବୃନ୍ଦେଯେମନ୍ତେ ଗମନ୍ତି ଆନନ୍ଦେ

  34. Couplet 34

    ଗଗନେ ଗ୍ରସ୍ତ ଦିବାକରଦିବସେ ଦିଶିଲା ଅନ୍ଧାର

  35. Couplet 35

    ଗଗନେ ଦେଖି ରବିଗ୍ରାସସକଳେ ହୋଇଲେ ହରଷ

  36. Couplet 36

    ଏମନ୍ତେ ରାହୁ ଗ୍ରାସ କାଳେରାଜା ପରଜା ପୁଣ୍ୟଜଳେ

  37. Couplet 37

    କରନ୍ତି ସ୍ନାନ ଦାନ ବିଧିବେଦବଚନେ ଯେ ପ୍ରସିଦ୍ଧି

  38. Couplet 38

    ଗୋବିନ୍ଦ ଉପବାସ ଛଳେହରଷେ ପଶି ତୀର୍ଥଜଳେ

  39. Couplet 39

    ବିପ୍ରଙ୍କୁ ବରି ଭଗବାନଦେଲେ ସବତ୍ସା ଧେନୁଦାନ

  40. Couplet 40

    ବିବିଧ ଅଳଙ୍କାର ଭରିକୋଟିଏ ଧେନୁ ଦାନ କରି

  41. Couplet 41

    ଅନ୍ନ ସୁବର୍ଣ୍ଣ ବସ୍ତ୍ର ଦାନଆନନ୍ଦ ମନେ ଭଗବାନ

  42. Couplet 42

    ବିବିଧ ମତେ ଦାନ ଦେଇତୀରେ ବସିଲେ କୃଷ୍ଣ ଯାଇ

  43. Couplet 43

    ଯାଦବ ଭୋଜ ସେହିମତେସ୍ନାହାନ କଲେ ଯଥୋଚିତେ

  44. Couplet 44

    ଭୋଜନ ସାରି ସଙ୍ଗମେଳେବସିଲେ ନାନା ବୃକ୍ଷତଳେ

  45. Couplet 45

    ଦେବକୀଦେବୀ ବସୁଦେବବସିଲେ ରାମ ପଦ୍ନନାଭ

  46. Couplet 46

    ଏ ଆଦି କହିବି ମୁଁ କେତେକୃଷ୍ଣର ପତ୍ନୀ ସୁତ ଯେତେ

  47. Couplet 47

    ବୃକ୍ଷଙ୍କ ମୂଳେ ବିରାଜନ୍ତିଗଗନେ ଯେହ୍ନେ ତାରାପନ୍ତି

  48. Couplet 48

    ଏମନ୍ତେ ରାମହ୍ରଦତଟେରାମ ଗୋବିନ୍ଦର ନିକଟେ

  49. Couplet 49

    କୃଷ୍ଣର ଦର୍ଶନେ ଆନନ୍ଦଆସି ମିଳିଲେ ବନ୍ଧୁବୃନ୍ଦ

  50. Couplet 50

    ମତ୍ସ୍ୟ ଉଶୀନର କୋଶଳବିଦର୍ଭ ଆଦି କୁରୁବଳ

  51. Couplet 51

    ସୃଞ୍ଜୟ କାମ୍ବୋଜ କୈକୟଆନର୍ତ୍ତ କୁନ୍ତୀ ମଦ୍ରରାୟ

  52. Couplet 52

    କହିବି ଏକେ ଏକେ କେତେକେରଳ ଆଦି ରାଜା ଯେତେ

  53. Couplet 53

    ସୁହୃଦବନ୍ଧୁ ମିତ୍ରଜନଅପରେ ଅନେକ ରାଜନ

  54. Couplet 54

    ନନ୍ଦ ଯଶୋଦା ଆଦି କରିଗୋପରେ ଯେତେ ନରନାରୀ

  55. Couplet 55

    ଗୋପୀଏ କୃଷ୍ଣରୁପ ଦେଖିଅଶ୍ରୁ ଗଳଇ ବେନି ଆଖି

  56. Couplet 56

    ଫୁଟିଲା ପଦ୍ମପ୍ରାୟ ନେତ୍ରନୀଳ କୁନ୍ତଳ ହୃଦ ଗାତ୍ର

  57. Couplet 57

    କି ଅବା ଦେବା ପଟାନ୍ତରଯାହା ରମିଲେ ଦାମୋଦର

  58. Couplet 58

    ଲୋଚନେ କରି ମନେ ଧ୍ୟାନଅନ୍ତର କଲେ ଆଲିଙ୍ଗନ

  59. Couplet 59

    ପୁଲକେ ଅଙ୍ଗେ ରୋମରାଜିପ୍ରେମ ଆନନ୍ଦେ ଚକ୍ଷୁବୁଜି

  60. Couplet 60

    କଣ୍ଠକୁଣ୍ଠିତ ମଞ୍ଜୁବାଣୀତା ଦେଖି କୃଷ୍ଣର ତରୁଣୀ

  61. Couplet 61

    ସୁହୃଦଭାବେ ଏକମେଳେକରନ୍ତି ଜଣେ ଜଣେ କୋଳେ

  62. Couplet 62

    ମୁଖେ ବିସ୍ମିତ ମନ୍ଦହାସେଦୃଢେ ଯନ୍ତ୍ରିତ ସ୍ନେହପାଶେ

  63. Couplet 63

    ନିବିଡେ କୁଙ୍କୁମ ଲେପନଭାବେ ଲଗାଇ ସ୍ତନେ ସ୍ତନ

  64. Couplet 64

    ଭୁଜେ କରନ୍ତି କୋଳେକୋଳେଅଶ୍ରୁପୁରିତ ବେନିଡୋଳ

  65. Couplet 65

    କୃଷ୍ଣକାମିନୀ ଗୋପନାରୀସେନେହ ଭାବ ମନେ ଧରି

  66. Couplet 66

    କହନ୍ତି କୃଷ୍ଣ କଥାମାନସୁମରି କରନ୍ତି ରୋଦନ

  67. Couplet 67

    ଗୋପିଙ୍କୀ ବୋଧି କୃଷ୍ଣନାରୀକଥା ପ୍ରବନ୍ଧେ ମନ ହରି

  68. Couplet 68

    ସମସ୍ତେ ହୋଇଲେ ହରଷକୃଷ୍ଣର ଭାବ ମଧୁରସ

  69. Couplet 69

    ଏହି ପ୍ରକାରେ ବଧୁଜନେଯେ ବିଧି ଯଥା ଅନୁମାନେ

  70. Couplet 70

    ଆଶିଷ ବଚନ୍ତେ କରନ୍ତିକୁଳ କୁଶଳ ପଚାରନ୍ତି

  71. Couplet 71

    ଏକ ଆରକେ ବହି ବ୍ୟଥାଆନନ୍ଦେ କହେ କୃଷ୍ଣକଥା

  72. Couplet 72

    କୃଷ୍ଣଭକତି ହୃଦେ ଘେନିମିଳିଲେ ପାଣ୍ତବ ଜନନୀ

  73. Couplet 73

    ଭ୍ରାତ ଭଗିନୀଜନ ମଧ୍ୟେପୁତ୍ର ପଉତ୍ର ଅନୁବନ୍ଧେ

  74. Couplet 74

    ପିତା ଜନନୀ ମୁଖ ଚାହିଁଭାତୃକାମିନୀ ମଧ୍ୟେ ଥାଇ

  75. Couplet 75

    ଅନାଇଁ ଗୋବିନ୍ଦ ଶ୍ରୀମୁଖଛାଡିଲା କଷ୍ଟ ଦୁଃଖ ଶୋକ

  76. Couplet 76

    ବସୁଦେବର ମୁଖ ଚାହିଁବୋଲଇ ଶୋକଭର ହୋଇ

  77. Couplet 77

    ହେ ଭ୍ରାତ ଏ ମୋହର ଜନ୍ମମନୁଷ୍ୟ ମଧ୍ୟେ ହୀନକର୍ମ

  78. Couplet 78

    ଯେତେ ଆପଦ ମୋତେ ହୋଇମୋ ତହୁଁ ଆନ କେବା ସହି

  79. Couplet 79

    ତେଡେ ଆପଦେ ନ ସୁମରଅଭାଗୀ ଜୀବନ ମୋହର

  80. Couplet 80

    ସୁହୃଦ ଜ୍ଞାତି ପୁତ୍ର ଭାଇପିତା ଜନନୀ ଯାର ଥାଇ

  81. Couplet 81

    ଆପଦେ ନ କରନ୍ତି ଚିନ୍ତାତାହାକୁ ବାମଟି ବିଧାତା

  82. Couplet 82

    ଏମନ୍ତ କର୍ମ ମୋର ଭାବତା ଶୁଣି ବୋଲେ ବସୁଦେବ

  83. Couplet 83

    ଶୁଣ ଗୋ ମାତ ମୋ ବଚନଆମ୍ଭଙ୍କୁ ନ କର ନିନ୍ଦନ

  84. Couplet 84

    ଦେଖ ସଂସାରେ ଯେତେ ଲୋକଈଶ୍ୱର କ୍ରୀଡାର କନ୍ଦୁକ

  85. Couplet 85

    ଈଶ୍ୱର ଯନ୍ତ୍ର ମଧ୍ୟେ ପଡିକାର୍ଯ୍ୟ କାରଣେ ପଥ ହୁଡି

  86. Couplet 86

    ଈଶ୍ୱର ଆଜ୍ଞା ଅନୁମତେପ୍ରାଣୀ ଭାଜନ୍ତି ନାନାପଥେ

  87. Couplet 87

    କଂସ ପ୍ରତାପେ ଆମ୍ଭେ ତାପୀବୁଲିଲୁ ବନ ଦେଶବ୍ୟାପୀ

  88. Couplet 88

    ପୁଣି ମିଳିଲୁ ନିଜଦେଶେଏସର୍ବ ଈଶ୍ୱର ଆଦେଶେ

  89. Couplet 89

    କହନ୍ତି ବସୁଦେବ ସ୍ନେହେସଂସାରବନ୍ଧ ମାୟାମୋହେ

  90. Couplet 90

    ଶୁଣି ପ୍ରବୋଧ ପଣ୍ତୁରାଣୀଭାବବଚନେ ହେଲା ତୁନି

  91. Couplet 91

    କହନ୍ତି ବ୍ୟାସଙ୍କ ନନ୍ଦନଶ୍ରୀବାସୁଦେବ ଉଗ୍ରସେନ

  92. Couplet 92

    ଯାଦବେ ମାନ ଗଉରବେପୂଜିଲେ ନୃପତିଙ୍କି ଭାବେ

  93. Couplet 93

    ରାଜାଏ କୃଷ୍ଣ ଦରଶନେହରଷେ ପୂଜିଲେ ସୁମନେ

  94. Couplet 94

    ଶୁଣ ବିରାଟସୁତାସୁତଗୋବିନ୍ଦ ସମୀପେ ଆଗତ

  95. Couplet 95

    ଜାହ୍ନବୀସୁତ ଦ୍ରୋଣଗୁରୁଅମ୍ବିକାପୁତ୍ର ମହାମେରୁ

  96. Couplet 96

    ଗାନ୍ଧାରୀ ଘେନି ପୁତ୍ରଶତଦ୍ରୌପଦୀ ସମୀପେ ଆଗତ

  97. Couplet 97

    ଶକୁନି ସଞ୍ଜୟ ବିଦୁରଏ ଆଦି ଯେତେ ନୃପବର

  98. Couplet 98

    ବିରାଟ ତୁଲେ କୁନ୍ତୀଭୋଜଭୀଷ୍ମକ ନଗ୍ନଜିତ ରାଜ

  99. Couplet 99

    ଦ୍ରୁପଦ ପୁରୁଜିତ ବେନିଶଲ୍ୟ ଯେ ଧୃଷ୍ଟକେତୁ ଘେନି

  100. Couplet 100

    କାଶୀନୃପତି ଦମଘୋଷବିଶାଳା ମିଥିଳାର ଈଶ

  101. Couplet 101

    ମଦ୍ରକ କଇକେୟ ଭାନୁସଙ୍ଗେ ନୃପତି ଯୁଧାମନ୍ୟୁ

  102. Couplet 102

    ସୁଶର୍ମା ବାହ୍ଲୀକର ମେଳେମିଳିଲେ ଯୁଧିଷ୍ଠିର ତୁଲେ

  103. Couplet 103

    ଷୋଳସହସ୍ର ଶତେ ନାରୀଅଷ୍ଟ ଅଧିକ ଆଦି କରି

  104. Couplet 104

    ଦେଖି ବିସ୍ମୟେ ନୃପଗଣେନମିଲେ କୃଷ୍ଣର ଚରଣେ

  105. Couplet 105

    ରାମଗୋବିନ୍ଦ ତୋଷମନେରାଜାଙ୍କୁ ବସାଇ ଆସନେ

  106. Couplet 106

    ନାନା ପ୍ରକାରେ ପୂଜାବିଧିପୂଜିଲେ ବେଭାର ପ୍ରସିଦ୍ଧି

  107. Couplet 107

    ଆନନ୍ଦେ ସର୍ବ ନୃପବରଯଦୁଙ୍କୁ ବୋଲନ୍ତି ମଧୁର

  108. Couplet 108

    ହେ ଭୋଜପତି ଦୁମ୍ଭ ଜନ୍ମସଂସାର ମଧ୍ୟେ ବଡ ଧନ୍ୟ

  109. Couplet 109

    ଯେ ହରି ଯୋଗୀଙ୍କି ଦୁର୍ଲ୍ଲଭତୁମ୍ଭଙ୍କୁ ହୋଇଲେ ସୁଲଭ

  110. Couplet 110

    ଦୃଷ୍ଟିଗୋଚର କୃଷ୍ଣ ଦେଖିନିର୍ମଳ କଲ ଚର୍ମଆଖି

  111. Couplet 111

    ଯାର ବିଶ୍ରୁତି ଶ୍ରୁତିସ୍ତୁତପବିତ୍ର କରଇ ଜଗତ

  112. Couplet 112

    ପାଦଉଦକ ସୁରଧୁନୀପବିତ୍ର କରେ ପୁର ତିନି

  113. Couplet 113

    ସକଳଶାସ୍ତ୍ର ଯାର ବାଣୀଜଗତ ତରେ ଯାହା ଶୁଣି

  114. Couplet 114

    କାଳଅନଳେ ଏ ଧରଣୀଭାବେ ଭର୍ଜିତ ପ୍ରାୟ ମଣି

  115. Couplet 115

    ଯାହାର ଚରଣ ସ୍ପରଶେଜୀବନ ପାଇ ଭାରା ନାଶେ

  116. Couplet 116

    ଏମନ୍ତ ପ୍ରଭୁ ମହାବାହୁଆମ୍ଭଙ୍କୁ ଚଉବର୍ଗ ଦେଉ

  117. Couplet 117

    ସେ ହରି ନିତ୍ୟେ ତୁମ୍ଭ ପାଶେନରକପଥ-ଗୃହବାସେ

  118. Couplet 118

    ତାର ଦର୍ଶନ ହାସ୍ୟରସଅନୁଗମନ ପରିହାସ

  119. Couplet 119

    ଯୋନି ସମ୍ବନ୍ଧେ ପିଣ୍ତଦାନନାନା ସମ୍ବନ୍ଧେ ଅନୁଧ୍ୟାନ

  120. Couplet 120

    ଏହା ପାଇଲ ତପ ଦାହିସ୍ୱର୍ଗାପବର୍ଗେ ବାଞ୍ଛା ନାହିଁ

  121. Couplet 121

    ଏମନ୍ତେ ରାଜାଙ୍କ ବଚନଶୁଣି ହରଷ ଉଗ୍ରସେନ

  122. Couplet 122

    କହନ୍ତି ବ୍ୟାସଙ୍କର ବଳାନନ୍ଦ ଯେ କୁରୁକ୍ଷେେତ୍ର ଥିଲା

  123. Couplet 123

    ନିଜ ଗୋକୁଳ ସଙ୍ଗତରେମିଳିଲା ଶ୍ରୀକୃଷ୍ଣ ଛାମୁରେ

  124. Couplet 124

    ଶକଟ ସାଜି ନାନାମତେଅନେକ ପରଜା ସଙ୍ଗତେ

  125. Couplet 125

    ନନ୍ଦକୁ ଦେଖି ଯଦୁଗଣଆସନ ତେଜିଲେ ତକ୍ଷଣ

  126. Couplet 126

    ପିଣ୍ତ ଯେସନେ ପ୍ରାଣ ପାଇଉଠି ଆନନ୍ଦେ ସମ୍ଭାଷଇ

  127. Couplet 127

    ଚିତଦରଶନ କାତରେହୃଦେ ଭିଡନ୍ତି ସ୍ନେହଭରେ

  128. Couplet 128

    ଆନନ୍ଦେ ଉଠି ବସୁଦେବନନ୍ଦର ମିତ୍ର ପ୍ରିୟଭାବ

  129. Couplet 129

    କଂସର କୃତକ୍ଳେଶ ଯେତେସର୍ବ ସୁମରି ଶୋକଚିତ୍ତେ

  130. Couplet 130

    କୃଷ୍ଣଙ୍କୁ ଘେନି ରାତ୍ରକାଳେଯେମନ୍ତେ ଥୋଇଲା ଗୋକୁଳେ

  131. Couplet 131

    ତାହା ସୁମରି ଅତି ସ୍ନେହେଚିତ୍ତଜଡିତ ମାୟାମୋହେ

  132. Couplet 132

    ପାଶେ ଯେ ଥିଲେ ରାମହରିନନ୍ଦ ଯଶୋଦା ପାଦ ଧରି

  133. Couplet 133

    ନମିଲେ ଅତି ସୁଖଭୋଳେବସିଲେ ବେନିଜନ କୋଳେ

  134. Couplet 134

    ହୃଦରେ କରି ଆଲିଙ୍ଗନବଦନୁ ନ ସ୍ପୁରେ ବଚନ

  135. Couplet 135

    ଯଶୋଦା ବେନି ଭୁଜେ ଧରିହୃଦେ ଲଗାଇ ନରହରି

  136. Couplet 136

    ପ୍ରାଣହୁଁ ଅତି ସ୍ନେହ ଭରିନିବିଡେ ଆଲିଙ୍ଗନ କରି

  137. Couplet 137

    ପରମାନନ୍ଦ ଲଭି ସୁଖବେଗେ ହୁଡିଲା ମନଦୁଃଖ

  138. Couplet 138

    ନନ୍ଦ ରାମଙ୍କୁ କରି କୋଳନୟନୁ ବହେ ଅଶ୍ରୁଜଳ

  139. Couplet 139

    ହୃଦେ ନିରୋପି ଦିବ୍ୟଜ୍ଞାନଛାଡିଲା ଦୁଃଖ ଶୋକମାନ

  140. Couplet 140

    ଦେବକୀ ରୋହିଣୀ ଆନନ୍ଦେଭାବେ ଲଗାଇ ହୃଦହୃଦେ

  141. Couplet 141

    ନିର୍ଭରେ ଆଲିଙ୍ଗନ କରିମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ

  142. Couplet 142

    ବିପଦକାଳେ ମିତ୍ରଗୁଣଶୋକେ ସୁମରି ପୁଣ ପୁଣ

  143. Couplet 143

    ବୋଲନ୍ତି ଯଶୋଦାକୁ ଚାହିଁକିସ ଉପମା ଦେବି ମୁହିଁ

  144. Couplet 144

    ଇନ୍ଦ୍ରସମ୍ପଦ ସୁଖ ଭୁଞ୍ଜିକେ ପାରୁ ତୁମ୍ଭ ଋଣ ଶୁଝି

  145. Couplet 145

    ବେନି ବାଳକ ତୁମ୍ଭ ଘରେପ୍ରାଣ ପୋଷିଲେ କଂସ ଡରେ

  146. Couplet 146

    ରାମଗୋବିନ୍ଦ ଭାଇ ବେନିତୁମ୍ଭେ ଯେ ପିଅର ଜନନୀ

  147. Couplet 147

    ପାଳିଲ ପୁତ୍ରହୁଁ ଅଧିକେତୁମ୍ଭେ ଯେ ଧନ୍ୟ ବେନିଲୋକେ

  148. Couplet 148

    ପୋଷିଲ ପୁତ୍ରଭାବ ଘେନିଅନ୍ଧ ଯେସନେ ଚକ୍ଷୁବେନି

  149. Couplet 149

    କି ଆର ସଂସାର ବେଭାରତୁମ୍ଭର ନାହିଁ ପରାପର

  150. Couplet 150

    ଏମନ୍ତେ ଯଶୋଦାର ତୁଲେଦେବକୀ ରୋହିଣୀ ବସିଲେ

  151. Couplet 151

    ଶୁଣ ରାଜନ ଚୁଡାମଣିଆନନ୍ଦେ ଗୋପର ତରୁଣୀ

  152. Couplet 152

    କୃଷ୍ଣଙ୍କୁ ଦେଖି ସୁଖଭୋଳେନିରୋପି ନୟନେ ନିଶ୍ଚଳେ

  153. Couplet 153

    ଲଜ୍ଜା ଉପେକ୍ଷି ଗୋପୀବୃନ୍ଦଚିରଦରଶନେ ଆନନ୍ଦ

  154. Couplet 154

    କୃଷ୍ଣର ବଦନ ଦେଖନ୍ତିଚକ୍ଷୁ ନିମିଷେ ନ ଚାଳନ୍ତି

  155. Couplet 155

    ଚାହାନ୍ତି କୃଷ୍ଣ ସର୍ବଅଙ୍ଗଅଗ୍ନିକି ଯେସନେ ପତଙ୍ଗ

  156. Couplet 156

    କୃଷ୍ଣର ରୂପ ପ୍ରିୟଭାବେହୃଦେ ଭରିଲେ ଦୃଷ୍ଟିମାର୍ଗେ

  157. Couplet 157

    ଆନନ୍ଦ ରୂପ ଭଗବାନଅନ୍ତରେ କଲେ ଆଲିଙ୍ଗନ

  158. Couplet 158

    ଲଭିଲେ ନିଜ ପ୍ରିୟଭାବଯେ ହରି ଯୋଗିଙ୍କି ଦୁର୍ଲ୍ଲଭ

  159. Couplet 159

    ଗୋପୀଙ୍କ ଭାବ ଦେଖି ହରିଅନନ୍ତମାୟା ଯୋଗ କରି

  160. Couplet 160

    କେହି ନ ଦେଖେ ରୂପ ଡୋଳେମିଳିଲେ ଗୋପୀଙ୍କର ମେଳେ

  161. Couplet 161

    ପଚାରି ଗୋପୀଙ୍କ କୁଶଳକରନ୍ତି ଜଣେ ଜଣେ କୋଳ

  162. Couplet 162

    ବୋଲନ୍ତି ଜଗତମୋହନକୋମଳ ଗଭୀର ବଚନ

  163. Couplet 163

    ଶୁଣ ଗୋ ସଖୀଜନେ ମୋରମୁଁ ଯେ ରହିଲି ମଧୁପୁର

  164. Couplet 164

    ଅଇଲି ନିଜ କର୍ମ ଆଶେଭାରା ନିବାରଣ ବିଶ୍ୱାସେ

  165. Couplet 165

    ଅନେକ ଦିନୁଁ ନାହିଁ ଦେଖାମୁହିଁ ତୁମ୍ଭର ନିଜ ସଖା

  166. Couplet 166

    ଈଶ୍ୱର ମାୟାରେ ସଂସାରସଂଯୋଗ ବିଯୋଗ ବେଭାର

  167. Couplet 167

    ପବନ ଯେହ୍ନେ ମେଘମାଳାଧରଣୀ ରେଣୁ ତୃଣ ତୁଳା

  168. Couplet 168

    କରଇ ସଂଯୋଗ ବିଯୋଗଏମନ୍ତ ଈଶ୍ୱରର ଯୋଗ

  169. Couplet 169

    ମୋହରେ ଭାବ ଯେ କରନ୍ତିମୋ ତହୁଁ ଭିନ୍ନ ସେ ନୁହନ୍ତି

  170. Couplet 170

    ତୁମ୍ଭର ଭାଗ୍ୟ ଏ ସଂସାରେଭାବେ ଭଜିଲ ମୋ ପୟରେ

  171. Couplet 171

    ମୁହିଁ ସକଳ ପ୍ରାଣୀଙ୍କରଆବୋରି ଭିତର ବାହାର

  172. Couplet 172

    କରଇ ସୃଷ୍ଟି ଆଦିଅନ୍ତଯେହ୍ନେ ଜଡିତ ପଞ୍ଚଭୂତ

  173. Couplet 173

    ଉଭୟ ମହିମା ମୋହରଜ୍ଞାନୀଜନଙ୍କୁ ଅଗୋଚର

  174. Couplet 174

    ଏମନ୍ତେ ପ୍ରଭୁ ଭଗବାନଗୋପିଙ୍କି କହି ତତ୍ତ୍ୱଜ୍ଞାନ

  175. Couplet 175

    ଗୋପୀଏ କୃଷ୍ଣର ବଚନଶୁଣି ପାଇଲେ ଦିବ୍ୟଜ୍ଞାନ

  176. Couplet 176

    ନିର୍ଲୋଭ କୃଷ୍ଣ ରୂପ ଚାହିଁବୋଲନ୍ତି ଶିରେ କର ଦେଇ

  177. Couplet 177

    ଭୋ ନାଥ ଶୁଣ ପଦ୍ମନାଭଲଭିଲୁ ତୋ ଚରଣେ ଭାବ

  178. Couplet 178

    ତୋର ଚରଣ ହେ ଅନନ୍ତଯୋଗୀଙ୍କ ହୃଦପଦ୍ମେସ୍ଥିତ

  179. Couplet 179

    ଅଜ୍ଞାନ ମାୟାର ପ୍ରବୋଧଭୋ ନାଥ ତୋର ପଦ୍ମପାଦ

  180. Couplet 180

    ସଂସାର ଅନ୍ଧକାର କୂପେପ୍ରାଣୀଯନ୍ତ୍ରିତ ତିନିତାପେ

  181. Couplet 181

    ତୋ ପଦ୍ମପାଦ ଚକ୍ରପାଣିତାହାଙ୍କ ତରିବା ନିଶୁଣି

  182. Couplet 182

    ଗୋପୀଏ କୃଷ୍ଣପାଦ ଧରିବୋଲନ୍ତି ତରିଲୁ ମୁରାରି

  183. Couplet 183

    ଆମ୍ଭର ତୋ ଚରଣେ ମନଏ ବର ଦେବୁ ନାରାୟଣ

  184. Couplet 184

    ଏମନ୍ତ ଗୋପୀଙ୍କ ବଚନଶୁଣି ସନ୍ତୋଷ ଭଗବାନ

  185. Couplet 185

    ହସି ବୋଲନ୍ତି ଦାମୋଦରପୂର୍ବହୁଁ ଦେଅଛୁ ବର

  186. Couplet 186

    ତୁମ୍ଭର ମୋ ଚରଣେ ମନନିଶ୍ଚେ ପାଇବ ମୋର ସ୍ଥାନ

  187. Couplet 187

    ଏମନ୍ତେ ଗୋପିଙ୍କି ନିସ୍ତାରିନିଜ ଆସନେ ବିଜେ କରି

  188. Couplet 188

    ସେ ହରି ଚରଣକମଳେମୋ ମନ ରହୁ ଧ୍ୟାନବଳେ

  189. Couplet 189

    ସୁଜନେ ଚିନ୍ତ ଦୃଢମନେଗୋପୀଙ୍କ ପ୍ରାୟ ଶୁଦ୍ଧଧ୍ୟାନେ

  190. Couplet 190

    ପାଇବ ପରମକାରଣତାରିବେ ପ୍ରଭୁ ନାରାୟଣ

  191. Couplet 191

    ଗୋପୀଙ୍କ ପ୍ରାୟ ଭାବେ ଧ୍ୟାୟିସକଳ କର୍ମେ ଭାବଗ୍ରାହୀ

  192. Couplet 192

    ପାଇ ନ ପାଇ କଲି ଆଶବୋଲଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 88 | Parbani by ParibhaAsha App