Skip to content
paribhaasha

Skandha 10

Adhyaya 87

  1. Couplet 1

    ଏମନ୍ତେ ହରିପାଦ ଧ୍ୟାୟିପରୀକ୍ଷ ଆଗେ ଶୁକ କହି

  2. Couplet 2

    ଗୋବିନ୍ଦ ମିତ୍ର ଅଙ୍ଗସଙ୍ଗେବିବିଧ କଥା ଭାବରଙ୍ଗେ

  3. Couplet 3

    ଯେ ହରି ସର୍ବଭୂତଗାମୀପରମବ୍ରହ୍ମ ଅନ୍ତର୍ଯ୍ୟାମୀ

  4. Couplet 4

    ମିତ୍ରବତ୍ସଳ ଚାହିଁ ହସିବୋଲନ୍ତି ପ୍ରଭୁ ବ୍ରହ୍ମରାଶି

  5. Couplet 5

    ବିପ୍ରବତ୍ସଳ ଚକ୍ରପାଣିଯାର କଟାକ୍ଷେ କମଳିନୀ

  6. Couplet 6

    ମିତ୍ରର ସର୍ବଅଙ୍ଗ ଚାହିଁହସି ବୋଲନ୍ତି ଭାବଗ୍ରାହୀ

  7. Couplet 7

    ଭୋ ମିତ୍ର ମୋର ପ୍ରାଣସଖାକିସ ଆଣିଛ ମୋତେ ଦେଖା

  8. Couplet 8

    ମୋର ଭକତପ୍ରାଣୀ ଯେବେମୋତେ ପୂଜଇ ପ୍ରେମଭାବେ

  9. Couplet 9

    ସେ ଅଣୁମାତ୍ରେ ଯେବେ ଦେଇପର୍ବତ ପ୍ରାୟ ମୁଁ ମଣଇ

  10. Couplet 10

    ଯେ ମୋର ଭାବ ନ ଜାଣନ୍ତିପର୍ବତ ପ୍ରାୟ ଧନ ଦ୍ୟନ୍ତି

  11. Couplet 11

    ସେ ମୋତେ ଦିଶେ ତୁଚ୍ଛପ୍ରାୟବୋଲନ୍ତି ପ୍ରଭୁ ଦେବରାୟ

  12. Couplet 12

    ପତ୍ର କୁସୁମ ଫଳ ପାଣିଯେ ମୋତେ ଭାବେ ଦ୍ୟନ୍ତି ଆଣି

  13. Couplet 13

    ତାର ଭକତି ଭାବେ ଲଇଁହସ୍ତ ପ୍ରସାରି ମୁଁ ଭଞ୍ଜଇ

  14. Couplet 14

    ଏମନ୍ତ କହି ରମାକାନ୍ତଭାବେ ପାତିଲେ ବେନିହସ୍ତ

  15. Couplet 15

    ଦେଖି ଚକିତ ବିପ୍ରବରଅନ୍ତରେ କରଇ ବିଚାର

  16. Couplet 16

    ମୋର ଅର୍ଜିତ କର୍ମଫଳଆଣିଛି ପୃଥକ ତଣ୍ତୁଳ

  17. Couplet 17

    କେମନ୍ତେ ଦେବି କୃଷ୍ଣକରେହସିବେ ନାରୀ ଅନ୍ତଃପୁରେ

  18. Couplet 18

    ଏମନ୍ତ ଭାଳି ଲଜ୍ଜା ଦୁଃଖେବିପ୍ର ରହିଲା ଅଧୋମୁଖେ

  19. Couplet 19

    ତା ଦେଖି କମଳାର ବରହୃଦରେ କରନ୍ତି ବିଚାରେ

  20. Couplet 20

    ଏ ବିପ୍ର ପତ୍ନୀର ବଚନେମିଳିଲା ମୋହର ଭୁବନେ

  21. Couplet 21

    ଦରିଦ୍ରପଣେ ଦୁଃଖ ପାଇଅର୍ଜିଲା କର୍ମ ନ ଜାଣଇ

  22. Couplet 22

    ଏହାର ପୂର୍ବଜନ୍ମ ଯେତେନିଷ୍କାମେ ଭଜିଅଛି ମୋତେ

  23. Couplet 23

    ସକାମେ ମୋତେ ନ ଭଜଇଏବେ ପାଇବ ଭୋଗ କାହିଁ

  24. Couplet 24

    ପତ୍ନୀବଚନେ ଭୋଗ ଚିନ୍ତେଯେବେ ମିଳିଲା ମୋ ଅଗ୍ରତେ

  25. Couplet 25

    ପତିବ୍ରତାର ସୁଖ ଅର୍ଥେମୋହର ମିତ୍ରପଣ ହିତେ

  26. Couplet 26

    ଦେବି ସମ୍ପଦ ସର୍ବଭାବବ୍ରହ୍ମାଣ୍ତ ମଧ୍ୟେ ଯେ ଦୁର୍ଲ୍ଲଭ

  27. Couplet 27

    ଏତେ ବିଚାରି ନରହରିବିପ୍ରର ଛିନ୍ନବସ୍ତ୍ର ଧରି

  28. Couplet 28

    କି ବସ୍ତୁ ବୋଲି ଆଦିମୂଳଘେନିଲେ ପୃଥକତଣ୍ତୁଳ

  29. Couplet 29

    ଛିଣ୍ତା କବଟା ମଧ୍ୟୁଁ ଫେଇକୃଷ୍ଣ ବୋଲନ୍ତି କରେ ଲଇଁ

  30. Couplet 30

    ଭୋ ମିତ୍ର ତୁମ୍ଭ ଉପହାରଏ ମୋର ପ୍ରାଣ-ପ୍ରୀତିକର

  31. Couplet 31

    ତୁମ୍ଭର ପୃଥୁକତଣ୍ତୁଳଅଶେଷ ଭୁବନମଙ୍ଗଳ

  32. Couplet 32

    ମୋହର ଜୀବନ ସହିତେତୃପତ କଲ ଆଜ ମୋତେ

  33. Couplet 33

    ଏମନ୍ତ କହି ରହରିବେନି ଲୋଚନୁ ବହେ ବାରି

  34. Couplet 34

    ଗୋବିନ୍ଦ ମିତ୍ର ପ୍ରୀତିଅର୍ଥେପୃଥୁତଣ୍ତୁଳ ବେନି ହସ୍ତେ

  35. Couplet 35

    କମଳା ଚାହେଁ ସ୍ଥିରଦୃଷ୍ଟିତୁଣ୍ତେ ଭରିଲେ ଏକ ମୁଷ୍ଟି

  36. Couplet 36

    ସନ୍ତୋଷେ ଭୁଞ୍ଜି ଦାମୋଦରଦ୍ୱିତୀୟ ମୁଷ୍ଟି ଘେନି କର

  37. Couplet 37

    ତୁଣ୍ତେ ଭରନ୍ତେ ଗୋପୀନାଥଲକ୍ଷ୍ମୀ ଧଇଲେ ବେଗେ ହସ୍ତ

  38. Couplet 38

    ବୋଲନ୍ତି ଜଗତଜନନୀପୃଥୁକ ମୁଷ୍ଟି କରେ ଘେନି

  39. Couplet 39

    ଭୋ ବିଶ୍ୱନାଥ ଭଗବାନଏ ମୁଷ୍ଟି ନ କର ଭୋଜନ

  40. Couplet 40

    ତୋର ସନ୍ତୋଷେ ନାରାୟଣଉଭୟ ଲୋକର କାରଣ

  41. Couplet 41

    ମୁଷ୍ଟିକେ ଦେଲୁ ସର୍ବସୁଖକେବଳ ମାତ୍ର ମୋତେ ରଖ

  42. Couplet 42

    ମୁଁ ତୋର ଚରଣକମଳେଯେମନ୍ତେ ସେବଇଁ ନିଶ୍ଚଳେ

  43. Couplet 43

    ଏମନ୍ତ କହି ଅନୁବାଦେପଶିଲା ଗୋବିନ୍ଦର ହୃଦେ

  44. Couplet 44

    ଏମନ୍ତେ ରବି ଅସ୍ତ ଗଲାଶୁଣ ହୋ ଅଭିମନ୍ୟୁବାଳା

  45. Couplet 45

    ଗୋବିନ୍ଦ ତୁଲେ ବିପ୍ର ତୋଷେଭୋଜନ କଲେ ଷଡ଼ରସେ

  46. Couplet 46

    ରତ୍ନପଲ୍ୟଙ୍କେ କୃଷ୍ଣମେଳେରଜନୀ ବଞ୍ଚେ ସୁଖଭୋଳେ

  47. Couplet 47

    ଅଙ୍ଗନିବେଶି କୃଷ୍ଣଦେହେମଣିଲା ସ୍ୱର୍ଗଭୋଗ ପ୍ରାୟେ

  48. Couplet 48

    ଏମନ୍ତେ ପାହିଲା ରଜନୀଗୋବିନ୍ଦ ଝୀନବସ୍ତ୍ର ଘେନି

  49. Couplet 49

    ବିପ୍ରେ କରାଇ ଅବଧାନପାଲଟି ପିନ୍ଧାଇ ବସନ

  50. Couplet 50

    ଆନନ୍ଦେ ଆଲିଙ୍ଗନ କରିଭାବେ ବ୍ରାହ୍ମଣ ପାଦ ଧରି

  51. Couplet 51

    ଅନୁଗମନ କିଛି ଦୂରେବିପ୍ର ପେଷିଲେ ନିଜପୁରେ

  52. Couplet 52

    କୃଷ୍ଣ ବାହୁଡେ ନିଜପୁରଏବେ ହୋ ଶୁଣ ନୃପବର

  53. Couplet 53

    ବିଶ୍ୱକର୍ମାକୁ କୃଷ୍ଣ ରାଇଧୀରେ କହନ୍ତି ମୁଖ ଚାହିଁ

  54. Couplet 54

    ବେଗେ ତୁ ଯାଅ ବିପ୍ରଘରଉତ୍ତମ କରିଦେବୁ ପୁର

  55. Couplet 55

    ଦେବଦାନବେ ଅଗୋଚରଏମନ୍ତେ ହୋଇବ ସୁନ୍ଦର

  56. Couplet 56

    ନାନାରତନ ଧନ ଜନବେଗେ ତୁ ଭିଆଅ ଏମାନ

  57. Couplet 57

    ଆଜ୍ଞା ପ୍ରମାଣେ ଚଳିଗଲାଦିବ୍ୟଭୁବନ ଭିଆଇଲା

  58. Couplet 58

    ରଥ ତୁରଗ ପରିବାରୀତୋଟା ପୋଖରୀ ମନୋହରୀ

  59. Couplet 59

    ଏମନ୍ତ କରି ସେ ନିର୍ମାଣଶୁନ୍ୟେ ଗମିଲା ତତ୍କ୍ଷଣ

  60. Couplet 60

    ଏବେ ହୋ ଶୁଣ କୁରୁବୀରବିପ୍ର ଚଳଇ ନିଜ ଘର

  61. Couplet 61

    ବିପ୍ର ଗମନ୍ତେ ନିଜସ୍ଥାନେଭାଳଇ କୃଷ୍ଣଗୁଣ ମନେ

  62. Couplet 62

    କିଛି ନ ଦେଲେ ନାରାୟଣଲାଜେ ନ ମାଗିଲା ବ୍ରାହ୍ମଣ

  63. Couplet 63

    ପଥେ ଗମଇ ଧୀରପାଦେକୃଷ୍ଣ ଦରଶନ ଆନନ୍ଦେ

  64. Couplet 64

    ଲଜ୍ଜା ଜଡିତ ଅଧୋମୁଖେପଥେ ବିଚାରେ ମନଦୁଃଖେ

  65. Couplet 65

    ଏ ମୋ ଅର୍ଜିତ କର୍ମଗୁଣବିପ୍ରବତ୍ସଳ ନାରାୟଣ

  66. Couplet 66

    ଅତି ଦରିଦ୍ର ମୁଁ ପାମରସେ କୃଷ୍ଣ କରୁଣା ସାଗର

  67. Couplet 67

    କମଳା ସେବେ ଯାର ପାଦେସେ ହୃଦେ ପରମଆନନ୍ଦେ

  68. Couplet 68

    ଲଗାଇ ମୋତେ ତୋଷମନନିବିଡେ କଲେ ଆଲିଙ୍ଗନ

  69. Couplet 69

    ଅତି ଦରିଦ୍ର ପାପୀ ମୁହିଁକୋଟି ବ୍ରହ୍ମାଣ୍ତନାଥ କାହିଁ

  70. Couplet 70

    ବ୍ରାହ୍ମଣ ବୋଲି ଦୟାକଲେଶ୍ରୀଭୁଜେ ଆଲିଙ୍ଗନ ଦେଲେ

  71. Couplet 71

    ଲକ୍ଷ୍ମୀ-ପଲ୍ୟଙ୍କେ ମୋତେ ନେଇଭାଇର ପ୍ରାୟ ସ୍ଥାନ ଦେଇ

  72. Couplet 72

    ଚାମର ଧରି ନିଜ କରେଲକ୍ଷ୍ମୀ ବିଞ୍ଚିଲେ ମୋତେ ଧୀରେ

  73. Couplet 73

    ମିତ୍ର ସୁହୃଦ ବନ୍ଧୁବର୍ଗେମୋତେ ପୂଜିଲେ ଷଡଅର୍ଘେ

  74. Couplet 74

    ଯେ ହରି ସଂସାର ଦୁର୍ଲ୍ଲଭସେ ମୋତେ ହୋଇଲେ ସୁଲଭ

  75. Couplet 75

    ବିପ୍ର ଦେବତା ସେ ଯୁକତେଏଣୁ ପୂଜିଲେ କୃଷ୍ଣ ମୋତେ

  76. Couplet 76

    ଭୂମି ଗଗନ ରସାତଳସ୍ୱର୍ଗାପବର୍ଗ ବେନି ଫଳ

  77. Couplet 77

    ସର୍ବସମ୍ପଦର କାରଣଯାହାର ଅଭୟଚରଣ

  78. Couplet 78

    ସେ ମୋର ମିତ୍ର ନରହରିହୃଦରେ ଏମନ୍ତ ବିଚାରି

  79. Couplet 79

    ଦୁଃଖୀ ଦରିଦ୍ର ଏ ବ୍ରାହ୍ମଣଏହାକୁ ଯେବେ ଦେବା ଧନ

  80. Couplet 80

    ଧନ ପ୍ରାପତେ ମତ୍ତ ହୋଇମୋତେ ସ୍ମରିବ ଆର କାହିଁ

  81. Couplet 81

    ତାହାର ମୋତେ ବଡ ଦୟାମୁଁ ପାପୀ ନ ଜାଣଇ ଏହା

  82. Couplet 82

    ଧନ ସମ୍ପଦ ଯେତେ ଜନମତ୍ତଗରବ ଅନୁକ୍ଷଣ

  83. Couplet 83

    ଧନ ସମ୍ପଦେ ବଢେ ଆଶସେ କାହିଁ କୃଷ୍ଣରେ ବିଶ୍ୱାସ

  84. Couplet 84

    ଏଣୁ ନ ଦେଲେ ମୋତେ ଧନଧନ୍ୟ ସେ ମୋହର ଜୀବନ

  85. Couplet 85

    ମନରେ ଏମନ୍ତ ବିଚାରିବିପ୍ର ମିଳିଲା ନିଜପୁରୀ

  86. Couplet 86

    ଦେଖଇ ଆପଣା ମନ୍ଦିରକି ଅବା ଦେବା ପଟାନ୍ତର

  87. Couplet 87

    ରବି ଅନଳ ଚନ୍ଦ୍ରକାନ୍ତିବୈଦୁର୍ଯ୍ୟମାନ ଝଟକନ୍ତି

  88. Couplet 88

    ନାନା ବିଚିତ୍ର ଉପବନହଂସ ମୟୁର ପିକ ସ୍ୱନ

  89. Couplet 89

    ବିବିଧ ଜଳାଶୟ ରାଶିପୁଷ୍ପସୁଗନ୍ଧ ବାୟୁ ମିଶି

  90. Couplet 90

    କହ୍ଲାର ଉତ୍ପଳ କୁମୁଦପବନ କରଇ ଆମୋଦ

  91. Couplet 91

    ନାରୀ ପୁରୁଷ ନାନାରଙ୍ଗେବିବିଧ ଅଳଙ୍କାର ଅଙ୍ଗେ

  92. Couplet 92

    ଏମନ୍ତ ଦେଖି ବିପ୍ରବରହୃଦରେ କରଇ ବିଚାର

  93. Couplet 93

    ଏ କି କାହାର ଦିବ୍ୟପୁରଅବନୀ ମଧ୍ୟେ ଅଗୋଚର

  94. Couplet 94

    ମୋର କୁଟୁମ୍ବ ଏହି ସ୍ଥାନେଛାଡି ଗଲି ଯେ ବିଦ୍ୟମାନେ

  95. Couplet 95

    ଦରିଦ୍ରପତ୍ନୀ ଗଲା କାହିଁକି ଅବା ପଥ ହୁଡିଲଇଁ

  96. Couplet 96

    ଭ୍ରମେ ମିଳିଲି ଅନ୍ୟ ସ୍ଥାନେଏମନ୍ତ ବିଚାରଇ ମନେ

  97. Couplet 97

    ଭୟେ ବୁଜଇ ଚକ୍ଷୁ ବେନିପୁଣି ଭାଳଇ ମନେ ଗୁଣି

  98. Couplet 98

    ଚିହ୍ନିଲା ଲୋକ ନାହିଁ ଜଣେପୁଛିବି କେବଣ କାରଣେ

  99. Couplet 99

    ମୁହିଁ ଯେ ଗଲି ସାତଦିନକେ କଲା ଏମନ୍ତ ଭୁବନ

  100. Couplet 100

    ମୋର ବ୍ରାହ୍ମଣୀ କେଣେ ଗଲାଏଡେ ଅନୀତି କେହୁ କଲା

  101. Couplet 101

    ଏତେ ବିଚାରି ଦ୍ୱିଜବରସ୍ଥକିତେ ଚାହଁଇ ନବର

  102. Couplet 102

    ଏମନ୍ତେ ଶୁଣି ନୃପବରବ୍ରାହ୍ମଣୀ ନବରୁ ବାହାର

  103. Couplet 103

    ଅମରପ୍ରଭା ନରନାରୀବିବିଧ ପାତ୍ର କରେ ଧରି

  104. Couplet 104

    ସୁସ୍ୱର ଦିବ୍ୟଗୀତ ନାଦଅଦ୍ଭୂତ ଅଖିଳ ସମ୍ପଦ

  105. Couplet 105

    ଆଗେ ଶତେକ ପରିବାରୀକରେ ଚାମର ଛନ୍ତି ଧରି

  106. Couplet 106

    ମଙ୍ଗଳଗୀତ ନାଦ ବାଣୀମଧ୍ୟେ ବିଜୟ ତା ଘରଣୀ

  107. Couplet 107

    ରୂପେ କି ଦେବା ପଟାନ୍ତରଅପୂର୍ବ ବେଶ ମନୋହର

  108. Couplet 108

    କରନ୍ତି ଜୟ ଜୟ ଧ୍ୱନିଏମନ୍ତେ ବିପ୍ରର କାମିନୀ

  109. Couplet 109

    ପତି ଆଗମନେ ଆନନ୍ଦସଙ୍ଗେ ସୁନ୍ଦରୀ ସଖୀବୃନ୍ଦ

  110. Couplet 110

    ଭୁବନୁ ହୋଇଲା ବାହାରରୂପେ ମୋହଇ ସୁର ନର

  111. Couplet 111

    କମଳା ଯେହ୍ନେ ହରିପୁରେବ୍ରାହ୍ମଣୀ ଶୋହେ ସେ ପ୍ରକାରେ

  112. Couplet 112

    ବିପ୍ରକାମିନୀ ପତିବ୍ରତାଜଗତେ ଯାର ପୁଣ୍ୟକଥା

  113. Couplet 113

    ନୟନେ ଅଶ୍ରୁଜଳ ପୂରିସ୍ୱାମୀଚରଣ କରେ ଧରି

  114. Couplet 114

    ଭାବେ ନମଇ ପୁଣ ପୁଣମନରେ କଲା ଆଲିଙ୍ଗନ

  115. Couplet 115

    ଅନେକମତେ ପୂଜାକରିମନେ ଚିନ୍ତଇ ନରହରି

  116. Couplet 116

    ବ୍ରାହ୍ମଣ ନିଜ ନାରୀ ଚାହିଁଚକିତମନେ ବିଚାରଇ

  117. Couplet 117

    ସୁନ୍ଦର ନିବିଡ ସୁଶ୍ରୋଣୀକିଏ ଗଗନ ବିଳାସିନୀ

  118. Couplet 118

    ରମ୍ଭା ମେନକା ଅପସରୀସେମାନେ ନୁହନ୍ତି ନା ସରି

  119. Couplet 119

    ଅଦ୍ଭୂତ ରୂପକାନ୍ତି ସାଜେସୁନ୍ଦରୀ ଦାସିଗଣ ମାଝେ

  120. Couplet 120

    ଏମନ୍ତେ ସ୍ୱାମୀକର ଧରିଗୃହେ ପଶିଲା ବିପ୍ରନାରୀ

  121. Couplet 121

    ସ୍ତମ୍ଭେ ଦିଶନ୍ତି ରତ୍ନରାଶିଇନ୍ଦ୍ରଭୂବନ ପ୍ରାୟ ଦିଶି

  122. Couplet 122

    ଗୋକ୍ଷୀର ଫେନ ପ୍ରାୟ କାନ୍ତିଶଯ୍ୟା ପଲଙ୍କେ ବିରାଜନ୍ତି

  123. Couplet 123

    ରତ୍ନପଲଙ୍କେ ହେମଦଣ୍ତେନିର୍ମିତ ହସ୍ତୀତନ୍ତ ମଣ୍ତେ

  124. Couplet 124

    ଶ୍ୱେତଚାମର ରତ୍ନପନ୍ତିମୁକୁତାମାଳ ବିରାଜନ୍ତି

  125. Couplet 125

    ନାନା ଆସନ ରତ୍ନମୟମୁକୁତାମାଳ ବିରାଜନ୍ତି

  126. Couplet 126

    ବିବିଧ ଚନ୍ଦ୍ରାତାପ ଲମ୍ବେଯାହା ଭିଆଣ ଦେବରାୟ

  127. Couplet 127

    ସ୍ପଟିକ କାନ୍ଥେ ଦୀପପନ୍ତିନିର୍ମଳ ରତ୍ନ ବିରାଜନ୍ତି

  128. Couplet 128

    ପାନ -ଭୋଜନ ଅପ୍ରମିତବ୍ରାହ୍ମଣ ଦେଖିଲା ଅଦ୍ଭୂତ

  129. Couplet 129

    ନୃତ୍ୟ ଗାୟନ ନାନାସ୍ଥାନେବିପ୍ରଭୋଜନ ଆଚମନେ

  130. Couplet 130

    ଦେବତା ପୂଜା ମହୋତ୍ସବପୁର ମଣ୍ତିତ ସର୍ବଠାବ

  131. Couplet 131

    ସର୍ବସମ୍ପଦ ଏକଠୁଳେଦେଖଇ ନୟନ ନିଶ୍ଚଳେ

  132. Couplet 132

    ମନେ ଚିନ୍ତଇ ଯୋଗବଳେଏ କର୍ମ ନାହିଁ ରବିତଳେ

  133. Couplet 133

    ଏମନ୍ତ ସମ୍ପଦ ମୋହରନିଶ୍ଚୟ ଦେଲେ ଦାମୋଦର

  134. Couplet 134

    କୃଷ୍ଣର ପୁରେ ମୁଁ ଯେ ଥିଲିଏଡେ ସମ୍ପଦ ନ ଦେଖିଲି

  135. Couplet 135

    ପରମାନନ୍ଦର ମହିମାନିଗମ ନ ଜାଣଇ ସୀମା

  136. Couplet 136

    ମାଗିଲେ ନିଷ୍ଠୁର ଭଜଇଭକତେ ଆଚମ୍ବିତ ଦେଇ

  137. Couplet 137

    କାଳ ନିୟମ ଯାର ନାହିଁଗଗନ-ଘନ ପ୍ରାୟ ଦେଇ

  138. Couplet 138

    ମୋହର ମିତ୍ର ଯଦୁପତିବେଦ ନ ଜାଣେ ଯାର ଗତି

  139. Couplet 139

    ଅଭାବେ ଦେଲେ କୃଷ୍ଣ ଚିତ୍ତକିଞ୍ଚିତେ ମଣଇ ବହୁତ

  140. Couplet 140

    ଅଳପ ଦେଲେ ଭାବ ଘେନିବହୁତ ଘେନେ ଅନ୍ତର୍ଯ୍ୟାମୀ

  141. Couplet 141

    ପୃଥୁକମୁଷ୍ଟି ଦେଲି ମୁହିଁଭାବେ ଘେନିଲେ ଭାବଗ୍ରାହୀ

  142. Couplet 142

    ମୁଷ୍ଟିଏ ଖାଇ ତୋଷଚିତ୍ତଲକ୍ଷ୍ମୀ ଧଇଲେ ବେଗେ ହସ୍ତ

  143. Couplet 143

    ତେଣୁ ଏ ସମ୍ପଦ ମୋହରଏତେ ବିଚାରି ବିପ୍ରବର

  144. Couplet 144

    ବୋଲଇ ହୋଇ କୃତକୃତ୍ୟକପାଳେ ଦେଇ ବେନି ହସ୍ତ

  145. Couplet 145

    କୃଷ୍ଣଚରଣେ ମୋର ଚିତ୍ତନିଶ୍ଚଳେ ରହୁ ଅବିରତ

  146. Couplet 146

    ମିତ୍ର ସୁହୃଦ ଦାସପଣେଖଟିବି ଅଭୟ ଚରଣେ

  147. Couplet 147

    ଅଶେଷ ଯୋନି ମଧ୍ୟେ ଜାତହୋଇ ଖଟିବି ଅବିରତ

  148. Couplet 148

    ତାର ଭକତିପଥ ଦ୍ୱାରବ୍ରହ୍ମାଶଙ୍କରେ ଅଗୋଚର

  149. Couplet 149

    ମୋର ଭକତିଭାବ ଘେନିଏ ଧନ ଦେଲେ ଚକ୍ରପାଣି

  150. Couplet 150

    ଏମନ୍ତ ଭାଳି ବିପ୍ର ଚିତ୍ତେସମ୍ପଦେ ରହିଲା ନିଶ୍ଚିନ୍ତେ

  151. Couplet 151

    ଭ୍ରମର ପ୍ରାୟ ଭୋଗ କରିଅନ୍ତେ ପାଇଳା ନରହରି

  152. Couplet 152

    ଶୁଣ ପରୀକ୍ଷ ଦଣ୍ତଧରବିପ୍ର ଭକତ ଦାମୋଦର

  153. Couplet 153

    ଏହା ଯେ କରନ୍ତି ଶ୍ରବଣଖଣ୍ତନ୍ତି କର୍ମର ବନ୍ଧନ

  154. Couplet 154

    ସେ ହରି ଚରଣକମଳେମୋ ମନ ରହୁ ସୁନିଶ୍ଚଳେ

  155. Couplet 155

    କୃଷ୍ଣଚରଣେ କରି ଆଶକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 87 | Parbani by ParibhaAsha App