Skip to content
paribhaasha

Skandha 10

Adhyaya 86

  1. Couplet 1

    ଶୁକ ଚରଣେ ଦେଇ ଶିରବୋଲେ ପରୀକ୍ଷ ନୃପବର

  2. Couplet 2

    ଭୋ ମୁନି ଅନନ୍ତ ଚରିତଶୁଣି ହୋଇଲି କୃତକୃତ୍ୟ

  3. Couplet 3

    ମହାତ୍ମା ଅନନ୍ତର ବାଣୀଆତ୍ମା ପବିତ୍ର କଲି ଶୁଣି

  4. Couplet 4

    ଅପରେ କର୍ମ କଲେ ଯେତେଅନନ୍ତ ବଳ ଅପ୍ରମିତେ

  5. Couplet 5

    ମାୟାମନୁଷ୍ୟ ରୂପ ଧରିଦେବେ ଅଦ୍ଭୂତ କର୍ମ କରି

  6. Couplet 6

    ଅଧର୍ମ ନାଶି ଧର୍ମରକ୍ଷାପୁରାଇ ସାଧୁ ମନବାଞ୍ଛା

  7. Couplet 7

    ହରିଲେ ଧରଣୀର ଭାରବ୍ରହ୍ମାଶଙ୍କରେ ଅଗୋଚର

  8. Couplet 8

    ଆବର କର୍ମ କଲେ ଯେତେଭୋ ମୁନି କହ ମୋ ଅଗ୍ରତେ

  9. Couplet 9

    କୃଷ୍ଣଚରିତ ଅବିରତଶୁଣି କେ ନୋହେ ତୋଷଚିତ୍ତ

  10. Couplet 10

    କାମ୍ୟ ସଙ୍କଳ୍ପେ ମୂଢକନବିଷ୍ଣୁମାୟାରେ ହୋଇ ଛନ୍ନ

  11. Couplet 11

    ଯନ୍ତ୍ରିତ ହୋଇ ମାୟାପାଶଦୁର୍ଲ୍ଲଭଜନ୍ମ କରେ ନାଶ

  12. Couplet 12

    କୃଷ୍ଣର ଗୁଣ ଶୁଦ୍ଧମନେନିରତେ ଗୁଣେ ଯେ ବଚନେ

  13. Couplet 13

    ତାହାକୁ ବୋଲି ବାକ୍ୟସାରଅନ୍ୟ ପ୍ରଳାପ ଅନ୍ଧକାର

  14. Couplet 14

    ଯେ ହସ୍ତ କରେ ବିଷ୍ଣୁକର୍ମତାହାକୁ ବୋଲି ହସ୍ତଧର୍ମ

  15. Couplet 15

    ସ୍ଥାବର ଜଙ୍ଗମରେ ହରିଅନ୍ତର ବାହ୍ୟେ ଛନ୍ତି ପୂରି

  16. Couplet 16

    ଏ ଭାବେ କରଇ ଯେ ଧ୍ୟାନତାହାକୁ ବୋଲି ଶୁଦ୍ଧମନ

  17. Couplet 17

    କୃଷ୍ଣର ଗୁଣ କର୍ମ ବାଣୀଯେ କର୍ଣ୍ଣେ ନିରନ୍ତରେ ଶୁଣି

  18. Couplet 18

    ତାହାକୁ କର୍ଣ୍ଣବୋଲି ଲେଖିଅନ୍ୟଥା ଭୂମିବିଳ ଲକ୍ଷ୍ୟ

  19. Couplet 19

    ସ୍ଥାବର ଆଦି ଯେତେ ଦେହୀଏହାଙ୍କ ମଧ୍ୟେ ବିଷ୍ଣୁ ଥାଇ

  20. Couplet 20

    ଯେ ଜାଣି କରେ ନମସ୍କାରନିଶ୍ଚେ ତାହାକୁ ବୋଲି ଶିର

  21. Couplet 21

    କୃଷ୍ଣର ରୂପ ଯେ ଲୋଚନନିରତେ କରେ ଦରଶନ

  22. Couplet 22

    ତାହାକୁ ବୋଲି ଚକ୍ଷୁ ଏକାଅନ୍ୟ ସେ ମୟୂରଚନ୍ଦ୍ରିକା

  23. Couplet 23

    ବିଷ୍ଣୁ ସେବକ ଯେତେ ଲୋକତାହାଙ୍କ ଚରଣଉଦକ

  24. Couplet 24

    ଯାହାଙ୍କ ଶରୀରେ ଲାଗଇସେ ପ୍ରାଣୀ ଧନ୍ୟ ଦେହ ବହି

  25. Couplet 25

    ଏମନ୍ତ ଶୁଣି ରାଜା ମୁଖେଶୁକ ଲୋଚନ ବୁଜି ସୁଖେ

  26. Couplet 26

    କୃଷ୍ଣଚରଣେ ମନ ଦେଇକହନ୍ତି ରାଜାମୁଖ ଚାହିଁ

  27. Couplet 27

    ଶୁଣ ହୋ ଅଭିମନ୍ୟୁବଳାପୂର୍ବେ ଦରିଦ୍ର ବିପ୍ରେ ଥିଲା

  28. Couplet 28

    ବିଦ୍ୟାପଠନେ ଗୁରୁଘରେଗୋବିନ୍ଦ ଅବନ୍ତୀନଗରେ

  29. Couplet 29

    ତାହାର ସଙ୍ଗେ ହେଲେ ମିତ୍ରଏ କଥା ଇହଲୋକେ ଚିତ୍ର

  30. Couplet 30

    ସେ ବିପ୍ର ବେଦବିଦ୍ୟା ମଧ୍ୟେଉତ୍ତମ ଇନ୍ଦ୍ରିଗଣ ସାଧ୍ୟେ

  31. Couplet 31

    ଗୃହସ୍ଥ ଆଶ୍ରମେ ବସଇସ୍ୱଧର୍ମେ ଯେତେ ଧନପାଇ

  32. Couplet 32

    ସେ ଧନେ ପୋଷଇ ଜୀବନନିରତେ କୃଷ୍ଣପାଦେ ମନ

  33. Couplet 33

    କୁତ୍ସିତବସ୍ତ୍ର ପରିଧାନକ୍ଷୁଧାରେ ଶରୀର ତା କ୍ଷୀଣ

  34. Couplet 34

    ତାର କାମିନୀ ପତିବ୍ରତାନିରତେ ସ୍ୱାମୀ ପାଦେ ଚିନ୍ତା

  35. Couplet 35

    ଏମନ୍ତେ ମହାଦୁଃଖ ସହିବୋଲେ ସ୍ୱାମୀର ମୁଖ ଚାହିଁ

  36. Couplet 36

    ଭୋ ନାଥ ସଂସାରର ସାରଦୁର୍ଲ୍ଲଭ ମନୁଷ୍ୟଶରୀର

  37. Couplet 37

    ପୂର୍ବେ ସଞ୍ଚିଲା ପୁଣ୍ୟ ନାହିଁଦରିଦ୍ରପଣେ ଦେହ ବହି

  38. Couplet 38

    ଆହାରେ ହୋଇଲୁଁ ନିରାଶଧିକ ଆମ୍ଭର ଗୃହବାସ

  39. Couplet 39

    ପୂର୍ବେ ନ ଦେଲୁ ବିପ୍ରହସ୍ତେଏବେ ପାଇବୁ କେଉଁମତେ

  40. Couplet 40

    ହୋଇଲୁଁ ଦରିଦ୍ର ଜୀବନଭୋ ନାଥ ଶୁଣ ମୋ ବଚନ

  41. Couplet 41

    ତୁମ୍ଭେ ଯେ ବୋଲୁଥାଅ ନିତ୍ୟେମୁଁ ମିତ୍ର କୃଷ୍ଣର ସଙ୍ଗତେ

  42. Couplet 42

    ସେ ହରି ବ୍ରାହ୍ମଣବତ୍ସଳକରୁଣାସିନ୍ଧୁ ଆଦିମୂଳ

  43. Couplet 43

    ଅନାଥଜନ ନିସ୍ତାରଣଶରଣ ପରମ କାରଣ

  44. Couplet 44

    ସାଧୁଜନଙ୍କର ସେ ଗତିନିଶ୍ଚିନ୍ତେ ଛନ୍ତି ଦ୍ୱାରାବତୀ

  45. Couplet 45

    ତାଙ୍କ ନିକଟେ ତୁମ୍ଭେ ଯାଅଆମ୍ଭ ଦରିଦ୍ରପଣ କହ

  46. Couplet 46

    ମିତ୍ରକାମିନୀ ଦୁଃଖ ଶୁଣିଦୟାସାଗର ଚକ୍ରପାଣି

  47. Couplet 47

    ଅନେକ ଧନ ତୁମ୍ଭ ହସ୍ତେଦେବେ ସେ ମିତ୍ରଭାବ ଅର୍ଥେ

  48. Couplet 48

    ତାହାଙ୍କ ପଦ୍ମପାଦେ ଚିତ୍ତଯେ ପ୍ରାଣୀ ଚିନ୍ତେ ଅବିରତ

  49. Couplet 49

    ତାହାଙ୍କୁ ଆତ୍ମାପଦ ଦ୍ୟନ୍ତିଏ ତଥ୍ୟ ବେଦେ କହିଛନ୍ତି

  50. Couplet 50

    ଯେ ଅବା ଭୋଗଅର୍ଥେ ସେବେଧର୍ମାଦି ଚତୁବର୍ଗ ଲଭେ

  51. Couplet 51

    ଏମନ୍ତ ମହିମା ତାଙ୍କରଭୋ ନାଥ ବିଳମ୍ବ ନ କର

  52. Couplet 52

    ଏମନ୍ତ ଶୁଣି ତା ବଚନବ୍ରାହ୍ମଣ ବିଚାରିଇ ମନ

  53. Couplet 53

    ଏ ତ ପରମ ଭାଗ୍ୟ ମୋରଦେଖିବି ଶରଣସୋଦର

  54. Couplet 54

    ବଡ ପରମଲାଭ ମୋରଜନ୍ମ ମରଣ ଯିବ ଦୂର

  55. Couplet 55

    ବ୍ରାହ୍ମଣବତ୍ସଳ ଅନନ୍ତସ୍ୱଭାବେ ମୁହିଁ ତାଙ୍କ ମିତ୍ର

  56. Couplet 56

    ପ୍ରାଣୀର ଭାବ ସେ ଜାଣନ୍ତିଯେଣୁ ସକଳ ହୃଦେ ଥାନ୍ତି

  57. Couplet 57

    କମଳା ସେବେ ଯା ଚରଣମୁଁ ତାରେ ପଶିବି ଶରଣ

  58. Couplet 58

    ପତ୍ନୀବଚନେ ମୋ ଗମନଗୋବିନ୍ଦ ଦେବେ ମୋତେ ଧନ

  59. Couplet 59

    ମିତ୍ର ଅଇରି ନାହିଁ ଯାରଭାବକୁ ବଶ ଆତ୍ମା ତାର

  60. Couplet 60

    ଏମନ୍ତ କରି ଅନୁମାନପତ୍ନୀକି ବୋଲଇ ବଚନ

  61. Couplet 61

    ମିତ୍ରଭୂବନ ଯିବି ମୁହିଁଭେଟିବି କିବା ଦ୍ରବ୍ୟ ଦେଇ

  62. Couplet 62

    ବନ୍ଧୁସୁହୃଦ ଗୃହଗତେଯେ ପ୍ରାଣୀ ଗମେ ଶୂନ୍ୟହସ୍ତେ

  63. Couplet 63

    ଭାବ ନ ରହେ ବେନି ମଧ୍ୟେନିନ୍ଦିତ ଶାସ୍ତ୍ର ଅନୁବାଦେ

  64. Couplet 64

    ଯେ ଅବା ଅଛି ମୋର ଘରେଆଣ କଲ୍ୟାଣି ଉପହାରେ

  65. Couplet 65

    ଯିବଇଁ ମିତ୍ର ଦରଶନେଏମନ୍ତେ ସ୍ୱାମୀର ବଚନେ

  66. Couplet 66

    ବିପ୍ରଘରଣୀ ଭିକ୍ଷାକରିପୃଥୁତଣ୍ତୁଳ ମୁଷ୍ଟି ଚାରି

  67. Couplet 67

    ଚିରାବସନେ ବାନ୍ଧି ଧୀରେତକ୍ଷଣେ ଦେଲା ସ୍ୱାମୀ କରେ

  68. Couplet 68

    ପୃଥୁକ ଘେନି ଉପାୟେନଚଳିଲା ଦ୍ୱାରକାଭୁବନ

  69. Couplet 69

    ବିପ୍ର ଚିନ୍ତଇ ପଥେ ଯାନ୍ତେକୃଷ୍ଣଙ୍କୁ ଭେଟିବି କେମନ୍ତେ

  70. Couplet 70

    ଦାରିଦ୍ର୍ୟ ଦୁଃଖ ଏ ମୋହରଯେ ହରି ବ୍ରହ୍ମାଣ୍ତଠାକୁର

  71. Couplet 71

    ଜାଣନ୍ତି ସକଳ ବେଦନାପ୍ରାଣୀଙ୍କ ହୃଦୟଭାବନା

  72. Couplet 72

    ସେ ପ୍ରଭୁ ସଂସାରଈଶ୍ୱରମୁହିଁ ଦରିଦ୍ର ଦୁରାଚାର

  73. Couplet 73

    ଯାଦବ ଭୋଜ ବୃଷ୍ଟି କରିବସି ଯେ ଥିବେ ଦେବହରି

  74. Couplet 74

    କେମନ୍ତେ ଦେବଇଁ ମୁଁ ଏହାକିସ ବୋଲିବେ ଚଉବାହା

  75. Couplet 75

    ସଭାରେ ଯେତେ ଲୋକ ଥିବେଦେଖିଣ କି ଅବା ବୋଲିବେ

  76. Couplet 76

    ଏମନ୍ତ ବିଚାରଇ ମନେପଥେ ଗମଇ ସାବଧାନେ

  77. Couplet 77

    କଣ୍ଟକ ତୃଣ ଲତା ଗୁଳ୍ମପାଷାଣ ପର୍ବତ ଦୁର୍ଗମ

  78. Couplet 78

    ଏମନ୍ତେ ଯାଇ କେତେ ଦୂରେପ୍ରବେଶ ହେଲା ବନଘୋର

  79. Couplet 79

    ଘୋର ଗହନ ବନ ଜିଣିଗମଇ ଦିବସ ରଜନୀ

  80. Couplet 80

    ଅନେକ ପାଇ ପଥଶ୍ରମମିଳିଲା ଦ୍ୱାରକାଭୁବନ

  81. Couplet 81

    ବୃଷ୍ଟି ଅନ୍ଧକ ଯଦୁପୁରକି ଅବା ଦେବା ପଟାନ୍ତର

  82. Couplet 82

    ଯହିଁ ଗୋବିନ୍ଦ ଗୃହାଶ୍ରମୀଷୋଳସହସ୍ର ନାରୀ ରମି

  83. Couplet 83

    ସେ ପୁରେ ବିପ୍ର ପରବେଶେଜୀବ ଯେସନେ ବ୍ରହ୍ମେ ମିଶେ

  84. Couplet 84

    ମିଳିଲା ରୁକ୍ମିଣୀ ମନ୍ଦିରଯହିଁ ବିଜୟ ଚକ୍ରଧର

  85. Couplet 85

    ବିପ୍ର ମିଳିଲା ସେ ଭୁବନେଭକତ ବନ୍ଧୁ ଦରଶନେ

  86. Couplet 86

    ଗୋବିନ୍ଦ ବିପ୍ର ମୁଖ ଦେଖିଉଠିଲେ ଆସନ ଉପେକ୍ଷି

  87. Couplet 87

    ପ୍ରିୟାର ସଙ୍ଗ ଛାଡ଼ି ହରିବିପ୍ରକୁ ଆଲିଙ୍ଗନ କରି

  88. Couplet 88

    ଭକତବନ୍ଧୁ ଦାମୋଦରହୃଦେ ଲଗାଇ ବିପ୍ରବର

  89. Couplet 89

    ଆନନ୍ଦେ ପୁଣ ପୁଣ କୋଳନୟନୁ ବହେ ଅଶ୍ରୁଜଳ

  90. Couplet 90

    ପଲ୍ୟଙ୍କେ ମିତ୍ରକୁ ବସାଇଚରଣ ଶୁଦ୍ଧଜଳେ ଧୋଇ

  91. Couplet 91

    ଶେଷ ଉଦକ ଶିରେ ଲଇଁନମିଲେ ବ୍ରହ୍ମାଣ୍ତ ଗୋସାଇଁ

  92. Couplet 92

    ଯା ପାଦଜଳ ଗଙ୍ଗାନଦୀପବିତ୍ର ଜଗତେ ପ୍ରସିଦ୍ଧି

  93. Couplet 93

    ଯା ନାମ ସର୍ବପାପ ହରେସେ ବିପ୍ରପାଦ ବହେ ଶିରେ

  94. Couplet 94

    ଶ୍ରୀକରେ ଘେନି ଚତୁଃସମସୌରଭ ଗନ୍ଧେ ମନୋରମ

  95. Couplet 95

    ଆନନ୍ଦେ ବିପ୍ରଅଙ୍ଗେ ବୋଳିଭକତବନ୍ଧୁ ବନମାଳୀ

  96. Couplet 96

    ଅଗୁରୁ ଧୂପ ଥୋଇ ପାଶେପାଦ ପୋଛନ୍ତି ପୀତବାସେ

  97. Couplet 97

    କର୍ପୂର ବାସେ ଦୀପପନ୍ତିଆନନ୍ଦେ ଜାଳି ଯଦୁପତି

  98. Couplet 98

    ଚରଣ ପୂଜି ଷଡ଼ଅର୍ଘ୍ୟେତାମ୍ବୁଳ ଦେଲେ ଅନୁରାଗେ

  99. Couplet 99

    କୁତ୍ସିତ ବସ୍ତ୍ର ଦ୍ୱିଜବରଦୁଃଖେ ମଳିନ କଳେବର

  100. Couplet 100

    କୁତ୍ସିତ ବସ୍ତ୍ର ଦ୍ୱିଜବରଦୁଃଖେ ମଳିନ କଳେବର

  101. Couplet 101

    କ୍ଷୁଧା ଅନଳେ କମ୍ପେ କାୟେଶିରା ଦିଶଇ ସର୍ବଦେହେ

  102. Couplet 102

    ଦିବ୍ୟଚାମର କରେ ଘେନିବିଞ୍ଚନ୍ତି ଭୀଷ୍ମକନନ୍ଦିନୀ

  103. Couplet 103

    କୃଷ୍ଣର ଅନ୍ତଃପୁର ନାରୀବିପ୍ରଙ୍କୁ ଦେଖନ୍ତି ଉଭାରି

  104. Couplet 104

    କୃଷ୍ଣର ସେବା ଅନୁମାନେଦେଖନ୍ତି ବିସ୍ମିତ ବଦନେ

  105. Couplet 105

    ଏକ ଆରେକ ମୁଖ ଚାହିଁବୋଲନ୍ତି ଗାଲେ ହସ୍ତ ଦେଇ

  106. Couplet 106

    ଦେଖ ଏହାର ତପଫଳଯାର ସେବକ ନନ୍ଦବାଳ

  107. Couplet 107

    ଏମନ୍ତ ନାହିଁ ନା ଦେଖିଲାପୂର୍ବେ ଏ କେତେ ପୁଣ୍ୟ କଲା

  108. Couplet 108

    ରୂପ ଦିଶଇ ବିପରୀତକେଶ ଖାଙ୍କର ଅବଧୂତ

  109. Couplet 109

    ଦେଖ ଏ ଅଧମ ନିର୍ଦ୍ଧନଇହ ସଂସାରେ କ୍ରିୟାହୀନ

  110. Couplet 110

    ଏହାର ଦେହେ ନନ୍ଦବଳାଶ୍ରୀଭୁଜେ ଆଲିଙ୍ଗନ କଲା

  111. Couplet 111

    ଲକ୍ଷ୍ମୀର ସଙ୍ଗ ସ୍ନେହ ତେଜିଆନନ୍ଦେ ବେନିଚକ୍ଷୁ ବୁଜି

  112. Couplet 112

    ଆନନ୍ଦେ ତୋଳି ବେନି ଭୁଜେଯେସନେ ବଳଭଦ୍ରେ ଭଜେ

  113. Couplet 113

    ଏମନ୍ତ ବୋଲୁଁ ପୁରଜନେଗୋବିନ୍ଦ ଗଭୀର ବଚନେ

  114. Couplet 114

    ଗୁରୁଭୁବନେ ବାଲ୍ୟକାଳେଥିଲେ ଯେ ବିଦ୍ୟାସଙ୍ଗ ମେଳେ

  115. Couplet 115

    ସେ କଥା ଗୋବିନ୍ଦ ସୁମରିକହନ୍ତି ମିତ୍ର ହସ୍ତ ଧରି

  116. Couplet 116

    ଲଳିତ ଗଦି ଦାମୋଦରବୋଲନ୍ତି ଶୁଣ ବିପ୍ରବର

  117. Couplet 117

    କାଷ୍ଠ ଆଣିବା ଦିନ ଯେତେଦୁଃଖ ପାଇଣ ଅଛୁଁ ମିତେ

  118. Couplet 118

    ସେ କଥା ଅଛିଟିକି ମନହସି ବୋଲନ୍ତି ଭଗବାନ

  119. Couplet 119

    ଗୁରୁଦକ୍ଷିଣା ଆମ୍ଭେ ଦେଇପୁରେ ଅଇଲୁ ବେନିଭାଇ

  120. Couplet 120

    ତୁମ୍ଭେ ଯେ ବିଦ୍ୟା ସମାପତେନିଜଭୁବନେ ଉପଗତେ

  121. Couplet 121

    ଉତ୍ତମକୁଳେ କନ୍ୟା ବରିବିଭା ହୋଇଲ ନିକି ନାରୀ

  122. Couplet 122

    ତାହା ମୁଁ ନ ମଣଇ ସତଦେଖି ତୁମ୍ଭର ଦୁଃଖ ଚିତ୍ତ

  123. Couplet 123

    ଗୃହକରେଣ କାମଭୋଗେତୁମ୍ଭର ମନ ବଇରାଗେ

  124. Couplet 124

    ନିରେଖ ପ୍ରାୟ ମୁଁ ମଣଇଁବୋଲନ୍ତି ପ୍ରଭୁ ଭାବଗ୍ରାହୀ

  125. Couplet 125

    ଥୋକାଏ ଲୋକ ଏ ସଂସାରେକର୍ମ ସାଧନ୍ତି ନିଜଘରେ

  126. Couplet 126

    କର୍ମେ ନୁହନ୍ତି ହତଚେତାସଂସାର ଗୃହେ ମୁହିଁ ଯଥା

  127. Couplet 127

    ଭୋ ମିତ୍ର ଗୁରୁଗୃହେ ଥାଇବିଦ୍ୟା ପଢିଲୁଁ ବେନିଭାଇ

  128. Couplet 128

    ତୁମ୍ଭର ସଙ୍ଗେ ଶିଶୁମେଳେଯେ ଅବା କଲୁଁ ବାଳକାଳେ

  129. Couplet 129

    ଗୁରୁ କହନ୍ତି ଜ୍ଞାନସାରଯେଣେ ନ ଲାଗେ ଏ ସଂସାର

  130. Couplet 130

    ଯେ ଗୁରୁ ପୁଣ୍ୟକର୍ମଫଳେଜନ୍ମ ଲଭିଲୁଁ ମହୀତଳେ

  131. Couplet 131

    ସେ ଆଦିଗୁରୁ ଜନ୍ମକର୍ତ୍ତାତହୁଁ ଅଧିକ ବିଦ୍ୟାଦାତା

  132. Couplet 132

    ତା ତହୁଁ ଶ୍ରେଷ୍ଠ ଜ୍ଞାନଗୁରୁମହିମା କେବା ଅନ୍ତ କରୁ

  133. Couplet 133

    ଆଶ୍ରମୀ ଜନ କାମଦାତାମୁଁ ଯେହ୍ନେ ଜ୍ଞାନଗୁରୁ କର୍ତ୍ତା

  134. Couplet 134

    ଯେ ପ୍ରାଣୀ ବର୍ଣ୍ଣାଶ୍ରମ ମଧ୍ୟେପଣ୍ତିତ ଶାସ୍ତ୍ର ଅନୁବାଦେ

  135. Couplet 135

    ମୋର ବଚନ ଉପଦେଶେସଂସାରୁ ତରନ୍ତି ବିଶ୍ୱାସେ

  136. Couplet 136

    ଯଜ୍ଞ ସମାଧି ତପ ଶାନ୍ତିଏ ମାର୍ଗେ ଯେ ମୋତେ ସେବନ୍ତି

  137. Couplet 137

    ତାହାଙ୍କୁ ଯେତେ ନାହିଁ ତୋଷଗୁରୁଭକତେ ମୋ ବିଶ୍ୱାସ

  138. Couplet 138

    ହେ ବିପ୍ର ଶୁଣ ମିତ୍ର ମୋରସ୍ମରଣ ଅଛିକି ତୁମ୍ଭର

  139. Couplet 139

    ଆ୍ରମ୍ଭେ ଯେ ଗୁରୁଗୃହେ ଥାଇଗୁରୁକାମିନୀ ଆଜ୍ଞା ପାଇ

  140. Couplet 140

    ଗୁରୁଙ୍କ ଅନ୍ନସିଦ୍ଧ ଅର୍ଥେଅରଣ୍ୟେ ପଶିଲୁ ସମସ୍ତେ

  141. Couplet 141

    ଶୁଖିଲା କାଷ୍ଠ ଆଣିବାରେମିଳିଲୁ ଘୋର ବନସ୍ତରେ

  142. Couplet 142

    ଏମନ୍ତେ ଅପଋତୁ କାଳେଗଗନେ ମିଳି ମେଘମାଳେ

  143. Couplet 143

    ଦିବସେ କଲେ ଅନ୍ଧକାରବାତ ବରଷା ମହାଘୋର

  144. Couplet 144

    ନିଷ୍ଠୁର ବଜ୍ରଘାତ ତ୍ରାସବନେ ନ ଦିଶେ ଦଶଦିଶ

  145. Couplet 145

    ତକ୍ଷଣେ ରବି ଅସ୍ତ ଗଲାଘୋର ତିମିର ପ୍ରକାଶିଲା

  146. Couplet 146

    ଶୁଖିଲା କାଷ୍ଠ ଘେନି କରେଆମ୍ଭେ ବୁଲିଲୁ ସ୍ଥାନ ଖୋଜି

  147. Couplet 147

    ଜଳେ ପୂରିଲା ବନଭୂଇଁସ୍ଥଳ ଗଭୀର ନ ଦିଶଇ

  148. Couplet 148

    ଜଳ ପବନ ଦେହେ ବାଜିଆମ୍ଭେ ବୁଲିଲୁ ବନଘୋରେ

  149. Couplet 149

    ଏକ ଆରକେ ହସ୍ତ ଧରିଦିଗ ନ ପାରୁ ସ୍ଥିର କରି

  150. Couplet 150

    କାତରେ ଉଠି ବୃକ୍ଷଡାଳେରାତ୍ରେ ବଞ୍ଚିଲୁ ସଙ୍ଗ ମେଳେ

  151. Couplet 151

    ଏମନ୍ତେ ରଜନୀ ପାହିଲାରବି କିରଣ ପ୍ରକାଶିଲା

  152. Couplet 152

    ଗୁରୁକାମିନୀ ଗୁରୁ ତୁଲେଆମ୍ଭଙ୍କୁ ଖୋଜି ପ୍ରାତଃକାଳେ

  153. Couplet 153

    ମିଳିଲେ ବନଭୂମି ଲାଗେସେ ପତିପତ୍ନୀ ଏକସଙ୍ଗେ

  154. Couplet 154

    ଡାକନ୍ତି ମୁଖେ ନାମ ଧରିଖୋଜନ୍ତି ଘୋରବନେ ହେରି

  155. Couplet 155

    ଶବଦ ଶୁଣି ଘୋର ବନେଆମ୍ଭେ ମିଳିଲୁ ତୋଷମନେ

  156. Couplet 156

    ଆତୁରେ ଶୁଖିଛି ବଦନଆମ୍ଭଙ୍କୁ ଦେଖି ତୋଷମନ

  157. Couplet 157

    ଆମ୍ଭର ଦୁଃଖ ମୁଖ ଚାହିଁଗୁରୁ ବୋଲନ୍ତି ତୋଷ ହୋଇ

  158. Couplet 158

    ହେ ଶିଷ୍ୟ ପୁତ୍ର ମୋର ଅର୍ଥେଅଇଲ ଗହନ ବନସ୍ତେ

  159. Couplet 159

    ଦୁର୍ଲ୍ଲଭ ପ୍ରାଣ ଏ ଜଗତେଏହା ନ ଗଣି ମୋର ଅର୍ଥେ

  160. Couplet 160

    ଦୁଃଖେ ଭ୍ରମିଲ ଘୋରବନେମୁଁ ଆଜ ହୋଇଲି ପ୍ରସନ୍ନ

  161. Couplet 161

    ଯେତେ ତୁମ୍ଭର ମନୋରଥମୋର କଲ୍ୟାଣେ ହେଉ ସାର୍ଥ

  162. Couplet 162

    ତୁମ୍ଭର ବିଦ୍ୟା ତିନିଲୋକେଅକ୍ଷୟ ହୋଇଥାଉ ସୁଖେ

  163. Couplet 163

    ଏମନ୍ତ କଲେ ସେ କଲ୍ୟାଣକୃଷ୍ଣ ବୋଲନ୍ତି ମିତ୍ର ଶୁଣ

  164. Couplet 164

    ଏମନ୍ତେ ନାନା କଉତୁକେବଞ୍ଚିଲୁ ଗୁରୁଗୃହେ ସୁଖେ

  165. Couplet 165

    ଗୁରୁପ୍ରସନ୍ନେ ବିଦ୍ୟା ଜାଣିବ୍ରାହ୍ମଣ ବୋଲେ ତାହା ଶୁଣି

  166. Couplet 166

    ତୁ ନାଥ ଦେବଙ୍କର ଗୁରୁବିପାକ ଫଳକୁ ବିଚାରୁ

  167. Couplet 167

    ଗୁରୁଭବନେ ତୋର ମେଳେମୁଁ ଯେ ବଞ୍ଚିଲି ବାଳକାଳେ

  168. Couplet 168

    ତୋ ସଙ୍ଗ ପାଇ ପୂର୍ଣ୍ଣକାମକାହୁଁ ଲାଗିବ ଭବଭ୍ରମ

  169. Couplet 169

    ଦେବଙ୍କ ସ୍ଥାନ ତୋ ଶରୀରତୁ ଆଦି ଧର୍ମ ନିରାକାର

  170. Couplet 170

    ସର୍ବସମ୍ଭବ ତୋ ଶରୀରେତୋ ସଙ୍ଗେ ଗୁରୁଙ୍କ ନବରେ

  171. Couplet 171

    ମୁଁ ଥିଲି ବୋଲିବ କେ ଜନଏ ବଡ଼ ଶାସ୍ତ୍ର ବିଡ଼ମ୍ବନ

  172. Couplet 172

    ପୂର୍ବ ବାସନା ପୁଣ୍ୟଫଳେଭେଟ ହୋଇଲା ଏହିଠାରେ

  173. Couplet 173

    କୃଷ୍ଣପ୍ରସନ୍ନେ ଭାଗବତକହଇ ବିପ୍ର ଜଗନ୍ନାଥ

Odia Bhagabata skandha 10 adhyaya 86 | Parbani by ParibhaAsha App