Skandha 10
Adhyaya 85
Couplet 1
ଶୁକ କହନ୍ତି ରାଜା ଆଗେରାକ୍ଷସ ମିଳି ଯଜ୍ଞଭାଗେ
Couplet 2
ଶଶୀପାର୍ବଣ ରାତ୍ରକାଳେପ୍ରଚଣ୍ତ ବାତ ସଙ୍ଗ ମେଳେ
Couplet 3
ଧୂଳି ପୁରିଲା ଦଶଦିଶେକୁତ୍ସିତ ଯୂପ ଗନ୍ଧବାସେ
Couplet 4
ବଲ୍ୱଳବୀର ମହାରୋଷେଆଚ୍ଛାଦି ଅମେଧ୍ୟ ବରଷେ
Couplet 5
ଯଜ୍ଞନାଶନେ ମହାବୀରମାୟା ପ୍ରକାଶେ ଅନ୍ଧକାର
Couplet 6
ଭୟେ ଚାହାନ୍ତି ବ୍ରହ୍ମମୁନିମିଳିଲା ହସ୍ତେ ଶୂଳ ଘେନି
Couplet 7
ଘୋର ପ୍ରଚଣ୍ତ ମହାକାୟେଓଷ୍ଠ କାମୋଡି କୋପେ ଚାହେଁ
Couplet 8
ତାର ବଦନ ଚାରିପାଶେଅନଳଖଣ୍ତ ପ୍ରାୟ ଦିଶେ
Couplet 9
ତପତତମ୍ବା ପ୍ରାୟ ଦାଢିବଦନୁ ଶୁଭେ ଘୋରରଡି
Couplet 10
ବିକଟଦନ୍ତ ତାର ମୁଖେଭ୍ରୁକୁଟି କୁଟିଳ ସୁରେଖେ
Couplet 11
ଦେଖି ତାହାର ଦୁଷ୍ଟମତିହଳ ସୁମରି ହଳପତି
Couplet 12
ହସ୍ତ ପାତିଲେ ଶୂନ୍ୟମାର୍ଗେହଳ ମିଳିଲା ଆସି ବେଗେ
Couplet 13
ଘୋରଦାନବ ନିବାରଣେମୁଷଳ ମିଳିଲା ତକ୍ଷଣେ
Couplet 14
ଗଗନେ ଦେଖି ତା ଶରୀରଲଙ୍ଗଳ ଅଗ୍ରେ ନୀଳାମ୍ବର
Couplet 15
ଆକର୍ଷି ଆଣି ଯଜ୍ଞଦାଣ୍ତେମୁଷଳ ପ୍ରହାରିଲେ ମୁଣ୍ତେ
Couplet 16
ତକ୍ଷଣେ ହୋଇ ଖଣ୍ତ ଖଣ୍ତତଳେ ପଡିଲା ମୃତପିଣ୍ତ
Couplet 17
ରୁଧିର ଗଳେ ତା ବଦନେପ୍ରାଣ ଛାଡିଲା ଘୋରସ୍ୱନେ
Couplet 18
ଶବଦ ଦଶଦିଗେ ପୁରିବାସବ ବଜ୍ରେ ଯେହ୍ନେ ଗିରି
Couplet 19
ଅବନୀ ହୋଇଲା ଉଶ୍ୱାସବ୍ରାହ୍ମଣେ ମିଳି ରାମ ପାଶ
Couplet 20
କଲ୍ୟାଣ କରନ୍ତି ଆନନ୍ଦେନିଗମ ବାକ୍ୟ ଅନୁବାଦେ
Couplet 21
ପୁଷ୍ପ ବରଷି ସ୍ତୁତି ଭଣିସୁନ୍ଦର ଦିଶଇ ଧରଣୀ
Couplet 22
ରାମେ ପୁଜିଲେ ମହାଜନେବୃତ୍ତ ବିନାଶେ ଇନ୍ଦ୍ରେଯେହ୍ନେ
Couplet 23
ନାନା କୁସୁମେ ପରିମଳହୃଦେ ଲମ୍ବାଇ ବନମାଳ
Couplet 24
ନୀଳଦୂକୁଳ ରତ୍ନମଣିପୂଜିଲେ ହରଷରେ ଘେନି
Couplet 25
ବ୍ରାହ୍ମଣେ ହୋଇ ଅନୁଜ୍ଞାତହରଷେ ରୋହିଣୀର ସୁତ
Couplet 26
ଚଳିଲେ ତୀର୍ଥର କାରଣେମିଳିଲେ କଉଶିକୀ ସ୍ଥାନେ
Couplet 27
ତକ୍ଷଣେ କଉଶିକୀ ଜଳେସ୍ନାନ ସାରିଲେ ବିପ୍ରମେଳେ
Couplet 28
ପିତୃତର୍ପଣ ସାରି ତୀରେମିଳିଲେ ମାନସରୋବରେ
Couplet 29
ସରଯୂ ଅନୁସ୍ରୋତେ ଚଳିବେଣୀ-ପ୍ରୟାଗେ ଯାଇ ମିଳି
Couplet 30
ଗଙ୍ଗା ଯମୁନାର ସଙ୍ଗମେପ୍ରୟାଗ ତୀର୍ଥେ ଶୁଦ୍ଧମନେ
Couplet 31
ରାମ ସାରିଲେ ନିତ୍ୟକର୍ମପିତୃଦେବଙ୍କୁ ଜଳଦାନ
Couplet 32
ପୁଲହାଶ୍ରମ ତହୁଁ ଗଲେଋଷି ବ୍ରାହ୍ମଣଙ୍କର ତୁଲେ
Couplet 33
ସୁଖେ ଗମନ ଯଦୁପତିମିଳିଲେ ଗଣ୍ତକୀ ଗୋମତୀ
Couplet 34
ବିପାଶା ଶୋଣନଦୀ ଜିଣିଗୟା ଗମିଲେ ହଳପାଣି
Couplet 35
ପିଣ୍ତେ ଉଦ୍ଧରି ପିତୃଗଣତହୁଁ ଚଳିଲେ ତୋଷମନ
Couplet 36
ତହୁଁ କେତେ ହେଁ ଦିନେ ହଳୀଗଙ୍ଗାସାଗରେ ଯାଇ ମିଳି
Couplet 37
ସ୍ନାନ ସାରିଣ କାମପାଳପ୍ରବେଶ ହେଲେ ନୀଳାଚଳ
Couplet 38
ସମୁଦ୍ରେ ସାରିଲେ ସ୍ନାହାନତହୁଁ ଚଳିଲେ ତୋଷମନ
Couplet 39
ମିଳିଲେ ମହେନ୍ଦ୍ର ଆଶ୍ରମେତହିଁ ଭେଟିଲେ ପର୍ଶୁରାମେ
Couplet 40
ତାହାଙ୍କୁ କରି ନମସ୍କାରଗମନ କଲେ ହଳଧର
Couplet 41
ସପତ ଗୋଦାବରୀ ବେଣୀପମ୍ପା ଯେ ଭୀମରଥୀ ଜିଣି
Couplet 42
କାର୍ତ୍ତିକେୟଙ୍କୁ ଦେଖିବାରେମିଳିଲେ ଯାଇ ଶ୍ରୀଶଇଳେ
Couplet 43
ରୁଦ୍ରଙ୍କୁ କରି ନମସ୍କାରଦ୍ରାବିଡେ ଗଲେ ହଳଧର
Couplet 44
ବେଙ୍କଟପ୍ରଭୁ ଦରଶନଆନନ୍ଦେ ରୋହିଣୀ ନନ୍ଦନ
Couplet 45
କରି ଚଳିଲେ ତପନିଷ୍ଠୀପୁଣି ମିଳିଲେ କାମକୋଟୀ
Couplet 46
କାଞ୍ଚିକାବେରୀ ତହୁଁଗଲେଯୋଗୀଜନଙ୍କ ସଙ୍ଗମେଳେ
Couplet 47
ଶ୍ରୀରଙ୍ଗତୀର୍ଥ ତହିଁ କରିନିତ୍ୟ ସଂସ୍ଥିତ ଯହିଁ ହରି
Couplet 48
ଋଷଭଗିରି ବିଷ୍ଣୁସ୍ଥାନତହୁଁ ଚଳିଲେ ମଧୁବନ
Couplet 49
ଦକ୍ଷିଣପଥେ ଅପ୍ରମାଦେତହୁଁ ଚଳିଲେ ସେତୁବନ୍ଧେ
Couplet 50
ଦୁରିତ ଦହେ ଦରଶନେଶ୍ରୀରାମେ ପୂଜି ତୋଷମନେ
Couplet 51
ରଘୁନାଥଙ୍କ ପ୍ରୀତୀ ଅର୍ଥେଧେନୁ ଉତ୍ସର୍ଗିଲେ ଅୟୁତେ
Couplet 52
ତହୁଁ ଆନନ୍ଦେ କାମପାଳମିଳିଲେ ପୁଣ୍ୟ କୃତମାଳ
Couplet 53
ତହୁଁ ଚଳିଲେ ତାମ୍ରପର୍ଣ୍ଣୀସଙ୍ଗେ ଅନେକ ବିପ୍ର ଘେନି
Couplet 54
ମଳୟ କୁଳାଚଳ ଦେଶେମିଳିଲେ ଅଗସ୍ତିଙ୍କ ପାଶେ
Couplet 55
ଚରଣେ କରି ନମସ୍କାରଆଶିଷ ଘେନି ତାହାଙ୍କର
Couplet 56
ଦକ୍ଷିଣସିନ୍ଧୁତୀରେ ମିଳିରାମ ଦେଖିଲେ ଭଦ୍ରକାଳୀ
Couplet 57
ଦୁର୍ଗା ନିକଟୁ କୁମ୍ଭମାସେରାମ ଚଳିଲେ ମନତୋଷେ
Couplet 58
ଉତ୍ତମ ପଞ୍ଚଅପସରତହୁଁ ଚଳିଲେ ହଳଧର
Couplet 59
ଯହିଁ ଗୋବିନ୍ଦ ସନ୍ନିହିତଧେନୁ ଉତ୍ସର୍ଗିଲେ ଅୟୁତ
Couplet 60
ତହୁଁ ଆନନ୍ଦେ ବଳରାମକେରଳ ନଗରେ ଆଗମ
Couplet 61
ତ୍ରିଗର୍ତ୍ତଦେଶ ତହୁଁ ଦେଖିରାମ ମିଳିଲେ ଜ୍ୱାଳାମୁଖୀ
Couplet 62
ଗୋକର୍ଣ୍ଣତୀର୍ଥ ମହାସ୍ଥାନଯହିଁ ଧୂର୍ଜ୍ଜଟି ସନ୍ନିଧାନ
Couplet 63
ତହୁଁ ଭେଟିଲେ ଆର୍ଯ୍ୟାଦେବୀବ୍ୟାସନନ୍ଦିନୀ ପାଦେ ସେବି
Couplet 64
ତାପ୍ତୀ ପୟୋଷ୍ଣୀ ବିନ୍ଧ୍ୟା ସେବିଦଣ୍ତକାରଣ୍ୟ ପୁଣ୍ୟଭୁବି
Couplet 65
ତହୁଁ ଗମନ ରେବାତୀରେପ୍ରବେଶ ମାହିଷ୍ମତୀପୁରେ
Couplet 66
ସ୍ନାହାନ ସାରି ମନୁତୀର୍ଥେଧେନୁ ଉତ୍ସର୍ଗ ଶିବ ଅର୍ଥେ
Couplet 67
ସନ୍ତୋଷେ ରୋହିଣୀ ନନ୍ଦନପୁଣି ପ୍ରଭାସେ ଆଗମନ
Couplet 68
ବନ୍ଦିଲେ ବିପ୍ରଙ୍କ ଚରଣଶୁକ ବୋଲନ୍ତି ରାୟ ଶୁଣ
Couplet 69
କୁରୁପାଣ୍ତବ ଯୁଦ୍ଧ ବାଣୀବିପ୍ରଙ୍କ ମୁଖୁ ରାମ ଶୁଣି
Couplet 70
ଅନେକ ରାଜା ଗଲେ ନାଶବଳାକ୍ଷୌହିଣୀ ଅଷ୍ଟାଦଶ
Couplet 71
ଶୁଣି ସାନନ୍ଦ ହଳଧରବୋଇଲେ ଗଲା ଭୂମିଭାର
Couplet 72
ସୁଜନେ ନାହିଁ ଦୁଷ୍ଟବାଧାଯୁଦ୍ଧ ହୋଇଲା ଶେଷ ଗଦା
Couplet 73
ଶେଷେ ଯୁଝନ୍ତି ବେନିଜନଦୁର୍ଜୟ ଭୀମ ଦୁର୍ଯ୍ୟୋଧନ
Couplet 74
ବିଷମ ଶୁଣି ଗଦାଯୁଦ୍ଧରାମ ମିଳିଲେ ରଣମଧ୍ୟ
Couplet 75
ରାମଙ୍କୁ ଦେଖି ଧର୍ମସୁତସଙ୍ଗେ ଅଛନ୍ତି ତିନିଭ୍ରାତ
Couplet 76
କୃଷ୍ଣ ଅଛନ୍ତି ତାଙ୍କ ମେଳେତା ଦେଖି ରାମ ସୁଖଭୋଳେ
Couplet 77
କୃଷ୍ଣଙ୍କୁ ଆଲିଙ୍ଗନ କରିଧର୍ମନନ୍ଦନ କର ଧରି
Couplet 78
ଗୋବିନ୍ଦ ରାମପାଦେ ନମିକିଛି ନ ବୋଲି ହେଲେ ତୁନି
Couplet 79
ରାମ ଚାହିଁଲେ ବେନିବୀରଗଦାସମରେ ମହାଘୋର
Couplet 80
ବାରିବା ଅର୍ଥେ ବିଚାରିଲେଜାଣି ଗୋବିନ୍ଦ ମାୟା କଲେ
Couplet 81
ଦେଖି ମଣ୍ତଳ ଗଦାଗତିବୋଲନ୍ତି ରେବତୀର ପତି
Couplet 82
ଶୁଣ ହୋ ଦୁର୍ଯ୍ୟୋଧନ ଭୀମଗଦାସମରେ ଦୁହେଁ ସମ
Couplet 83
ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନବଳେ ଅଧିକ ଭୀମସେନ
Couplet 84
ଏ ଗଦାରଣେ ଫଳ ନାହିଁସଂଗ୍ରାମ ଛାଡ ଦୁଇଭାଇ
Couplet 85
ଗଦା ପ୍ରହାରେ ଦୃଢମତିରାମର ବାକ୍ୟ ନ ଶୁଣନ୍ତି
Couplet 86
ବଇରୀ ବଧ ସୁମରନ୍ତିଘୋର ଶବଦେ ପ୍ରହାରନ୍ତି
Couplet 87
ରାମ ଦେଖିଲେ ତାଙ୍କ ଗତିଆନନ୍ଦମନେ ଦ୍ୱାରାବତୀ
Couplet 88
ମିଳିଲେ ରୋହିଣୀ ନନ୍ଦନଦେଖି ଆନନ୍ଦ ଉଗ୍ରସେନ
Couplet 89
ବନ୍ଧୁ ବାନ୍ଧବ ପୁତ୍ର ବଳକରନ୍ତି ଜଣେ ଜଣେ କୋଳ
Couplet 90
ଏମନ୍ତେ ରହି ଦିନାକେତେମିଳିଲେ ନଇମିଷ ତୀର୍ଥେ
Couplet 91
ଯଜ୍ଞେ ଯେ ଥିଲେ ମୁନିଜନେତକ୍ଷଣେ ରାମର ବଚନେ
Couplet 92
ରାମଙ୍କୁ କରାଇଲେ ଯାଗନିବୃତ କ୍ରିୟା ଅନୁରାଗ
Couplet 93
ସନ୍ତୋଷେ ରୋହିଣୀନନ୍ଦନମୁନିଙ୍କି ଦେଲେ ଦିବ୍ୟଜ୍ଞାନ
Couplet 94
ଯାହାର ମାୟାବଳେ ବିଶ୍ୱରବିର ପ୍ରାୟ ଦୃଶ୍ୟାଦୃଶ୍ୟ
Couplet 95
ସଙ୍ଗତେ ଘେନି ନିଜ ନାରୀସେ ଅବଭୃଥ ସ୍ନାନ କରି
Couplet 96
ସୁହୃଦ ବନ୍ଧୁ ମଧ୍ୟେ ଥାଇଶଶାଙ୍କ ପ୍ରାୟ ବିରାଜଇ
Couplet 97
ଏ ଆଦି ଯେତେ କର୍ମ ଗୁଣରାଜନ ଏକମନେ ଶୁଣ
Couplet 98
ମାୟା ମନୁଷ୍ୟ ଅବତାରକେ କହୁ ମହିମା ତାହାର
Couplet 99
ଏ ରାମକର୍ମ ଯେ ଶୁଣନ୍ତିମାୟାମୋହରେ ନ ପଡନ୍ତି
Couplet 100
ଉଭୟ ସନ୍ଧ୍ୟାକାଳେ ଶୁଣିକୃଷ୍ଣସେବକ ଯେତେ ପ୍ରାଣୀ
Couplet 101
ଲଭନ୍ତି ଭକତି ତତ୍ତ୍ୱକହଇ ବିପ୍ର ଜଗନ୍ନାଥ