Skip to content
paribhaasha

Skandha 10

Adhyaya 84

  1. Couplet 1

    ଶୁଣ ହୋ ଅଭିମନ୍ୟୁସୁତକୃଷ୍ଣଚରିତ ଭାଗବତ

  2. Couplet 2

    ଏମନ୍ତେ ପ୍ରଭୁ ନରହରିମନୁଷ୍ୟରୂପେ ଅବତରି

  3. Couplet 3

    ସ୍ୱଭାବେ ମାୟା ଅପ୍ରମିତସେ କାହୁଁ ହେବେ ପରାଜିତ

  4. Couplet 4

    ତାହାଙ୍କୁ ପୀଡନ୍ତି ଅସୁରେବିନାଶ ହୁଅନ୍ତି ସମରେ

  5. Couplet 5

    ପଶୁଦୁଷ୍ଟଙ୍କର ଏ ମତଏ ନୋହେ ପୁଣି ପରମାର୍ଥ

  6. Couplet 6

    ଏବେ ହୋ ଶୁଣ ନୃପମଣିଦ୍ୱାରକାପୁରେ ହଳପାଣି

  7. Couplet 7

    କୁରୁପାଣ୍ତବ ଘୋରତମଶୁଣିଲେ ଯୁଦ୍ଧର ଉଦ୍ୟମ

  8. Couplet 8

    ମଧ୍ୟସ୍ଥ ପଣେ ହଳପତିତୀର୍ଥ ଗମନ ବ୍ୟାଜମତ

  9. Couplet 9

    ପିତାମାତାଙ୍କୁ ଆଜ୍ଞା ମାଗିଗୁରୁପୁତ୍ରଙ୍କ ପାଦେ ଲାଗି

  10. Couplet 10

    ସାଧୁଜନଙ୍କୁ ସଙ୍ଗ କରିବିଜୟ କଲେ ହଳଧାରୀ

  11. Couplet 11

    ଯାଇ ମିଳିଲେ କୁରୁକ୍ଷେତ୍ରେପର୍ଶୁରାମର କୀର୍ତ୍ତି ଯେତେ

  12. Couplet 12

    ସ୍ନାହାନ ସାରି ରାମ ହ୍ରଦେଦେବତା ପିତୃଙ୍କୁ ଆନନ୍ଦେ

  13. Couplet 13

    ଜଳତର୍ପଣେ ତୋଷି ମନବ୍ରାହ୍ମଣେ ଦେଇ ମହାଦାନ

  14. Couplet 14

    ଗମନ୍ତି ସରସ୍ୱତୀତୀରେସଙ୍ଗେ ସକଳ ବିପ୍ରବରେ

  15. Couplet 15

    ପୃଥୁଉଦକ ବିନ୍ଦୁସରଏ ବେନି ତୀର୍ଥେ ହଳଧର

  16. Couplet 16

    ପିତୃଦେବତା ବିପ୍ରେ ପୁଜିତ୍ରିତକୂପକୁ ପୁଣ ଭଜି

  17. Couplet 17

    ସୁଦରଶନ ସୁବିଶାଳଏ ବେନିତୀର୍ଥେ କାମପାଳ

  18. Couplet 18

    ଆନନ୍ଦେ ସାରି ନିତ୍ୟକର୍ମବ୍ରହ୍ମତୀର୍ଥରେ ଆଗମନ

  19. Couplet 19

    ପୁଣି ମିଳିଲେ ଚକ୍ରତୀର୍ଥେସୁପ୍ରାଚୀ ସରସ୍ୱତୀ ପଥେ

  20. Couplet 20

    ଯମୁନାସ୍ନାନ ସାରି ଧୀରେଆସି ମିଳିଲେ ଗଙ୍ଗାତୀରେ

  21. Couplet 21

    ତହୁଁ ଚଳିଲେ ଶୁଦ୍ଧମନେମିଳିଲେ ନୈମିଷଅରଣ୍ୟେ

  22. Couplet 22

    ଷଷ୍ଟିସହସ୍ର ବ୍ରହ୍ମଋଷିଯଜ୍ଞ କରନ୍ତି ତହିଁ ବସି

  23. Couplet 23

    ରାମଙ୍କୁ ମୁନିଜନେ ଦେଖିତକ୍ଷଣେ ଆସନ ଉପେକ୍ଷି

  24. Couplet 24

    ପୋଛୋଟି ଗଲେ କିଛି ଦୂରେପୂଜିଲେ ଅତିଥି ବେଭାରେ

  25. Couplet 25

    ଏମନ୍ତେ ଆଣି ତୋଷମନେରାମଙ୍କୁ ବସାଇ ଆସନେ

  26. Couplet 26

    ସ୍ତୁତି କରନ୍ତି ମୁନିଗଣଏମନ୍ତେ ରୋମହରଷଣ

  27. Couplet 27

    ବ୍ୟାସଙ୍କ ଶିଷ୍ୟ ସେ ଯୁକତେଆସନେ ରାମଙ୍କ ଅଗ୍ରତେ

  28. Couplet 28

    ବସି କହନ୍ତି କୃଷ୍ଣକଥାଦେଖି ପାଇଲେ ରାମ ବ୍ୟଥା

  29. Couplet 29

    ମନେ ଭାଳନ୍ତି କୋପଚିତ୍ତେଏ ତ ଅବଜ୍ଞା କଲା ମୋତେ

  30. Couplet 30

    ଏ ଶୂଦ୍ର ହୋଇ ବିପ୍ରମଧ୍ୟେଧର୍ମାଦି ଶିକ୍ଷା ଅନୁବାଦେ

  31. Couplet 31

    ଗୁରୁଙ୍କ ପ୍ରାୟ ଗର୍ବ କଲାମୋତେ ଆସନ ନ ତେଜିଲା

  32. Couplet 32

    କେମନ୍ତେ ଧର୍ମ ବିପ୍ରଜନେକହେ ଅନୁବାଦ ବଚନେ

  33. Couplet 33

    ଏ ବଡ ମୋତେ ବୀପରୀତସ୍ୱଭାବେ ପ୍ରତିଲୋମ ଜାତ

  34. Couplet 34

    ଯେଣୁ ଏ ବ୍ୟାସଙ୍କର ଶିଷ୍ୟଜାଣଇ ଅତୀତ ଭବିଷ୍ୟ

  35. Couplet 35

    ପୁରାଣ ଇତିହାସ ଆଦିଏ ସର୍ବଶାସ୍ତ୍ର ଧର୍ମବାଦୀ

  36. Couplet 36

    କେବଳ ଆତ୍ମାକୁ ନ ଜାଣେଅବିନୀତ ଏ ପରମାଣେ

  37. Couplet 37

    ଦମ୍ଭେ ଏ ପଣ୍ତିତ ବୋଲାଇମୋତେ ନ ଗଣେ ଗର୍ବ ବହି

  38. Couplet 38

    ଦଷ୍ଟ ଦାମ୍ଭିକ ଦୁରାଚାରସ୍ୱଭାବେ ଗର୍ବ ଅହଙ୍କାର

  39. Couplet 39

    ଏହାର ଧର୍ମବିଦ୍ୟା ଯେତେନିଶ୍ଚେ ନୁହଇଁ ଗୁଣଅର୍ଥେ

  40. Couplet 40

    ଏହାଙ୍କୁ ଦଣ୍ତିବାର ଅର୍ଥେମୋ ଅବତାର ଏ ଜଗତେ

  41. Couplet 41

    ଏମନ୍ତ ହୃଦରେ ବିଚାରିଅନନ୍ତବଳ ଆଗସରି

  42. Couplet 42

    ଯେ ରାମ ଆତ୍ମାଗୁଣେ ରତବିଧାତା ଫଳ ବିପରୀତ

  43. Couplet 43

    ହସ୍ତେ ଯେ ଥିଲା କୁଶମୁଷ୍ଟିତାମସଗୁଣେ କୋପଦୃଷ୍ଟି

  44. Couplet 44

    କୁଶକୁ ଘେନି ଅତି କୋପେମିଳିଲେ ତାହାର ସମୀପେ

  45. Couplet 45

    କୋପେ ପ୍ରଚଣ୍ତ ଗୁରୁତରକୁଶେ ଛେଦିଲେ ତାର ଶିର

  46. Couplet 46

    ହା ହା ଶବଦେ ବିପ୍ରଜନେରାମଙ୍କୁ ଚାହିଁ ଖେଦମନେ

  47. Couplet 47

    ସଙ୍କରଷଣମୁଖ ଚାହିଁବୋଲନ୍ତି ଶିରେ କର ଦେଇ

  48. Couplet 48

    ଭୋ ନାଥ ଜଗତ କାରଣଏ ବଡ ପାପ ଆଚରଣ

  49. Couplet 49

    ଆଗମ ନିଗମ ଏ ବାଦପ୍ରତ୍ୟେକ୍ଷ କଲୁ ବ୍ରହ୍ମବଧ

  50. Couplet 50

    ଭୋ ନାଥ ମହାଯଜ୍ଞ ଅର୍ଥେଏହାଙ୍କୁ ଅଣାଇ ସମସ୍ତେ

  51. Couplet 51

    ବ୍ରହ୍ମା ଆସନେ ବସାଇଲୁବଳ ଆୟୁଷ ବିସ୍ତାରିଲୁ

  52. Couplet 52

    ସ୍ଥାପିଲୁ କରି ଅଭିମତଯାବତ ଯଜ୍ଞ ସମାପ୍ତ

  53. Couplet 53

    ତୁ ଯେବେ କଲୁ ଏଡେ କର୍ମଏବେ ଆଚର ଦୀକ୍ଷାଧର୍ମ

  54. Couplet 54

    ତୁ ଯୋଗେଶ୍ୱର ଭଗବାନପାଳ ତୁ ନିଗମବଚନ

  55. Couplet 55

    ଲୋକ ସଂଗ୍ରହ ତୁମ୍ଭେ କରଏ ବ୍ରହ୍ମବଧ ପ୍ରତିକାର

  56. Couplet 56

    ଶୁଣି ଚକିତ ହଳଧରବୋଲନ୍ତି ଯୋଡି ବେନିକର

  57. Couplet 57

    ନମସ୍ତେ ବ୍ରହ୍ମଋଷିଗଣକହ ହେ ଏହାର କାରଣ

  58. Couplet 58

    ଲୋକେ ବେଭାରେ ଯଥାବିଧିପ୍ରଥମକଳ୍ପେ ଯେ ପ୍ରସିଦ୍ଧି

  59. Couplet 59

    କହ କି କରିବି ଉପାୟଯେମନ୍ତେ ହତ୍ୟା ଯିବ କ୍ଷୟ

  60. Couplet 60

    ମୁଁ ପୁଣି ତୁମ୍ଭ ଯଜ୍ଞଅର୍ଥେସାଧିବି ନିଜ ଯୋଗମତେ

  61. Couplet 61

    ଏହାଙ୍କୁ ଜିଆଇବୀ ମୁହିଁବଳ ଶଉର୍ଯ୍ୟ ବୁଦ୍ଧି ଦେଇ

  62. Couplet 62

    ସ୍ଥାପିବି ଏ ମୋହର ସତ୍ୟଯାବତ ଯଜ୍ଞ ସମାପତ

  63. Couplet 63

    ଏମନ୍ତେ ରାମବାକ୍ୟ ଶୁଣିବିପ୍ରେ ବୋଲନ୍ତି ମନେ ଗୁଣି

  64. Couplet 64

    ଭୋ ନାଥ ଶୁଣ ହଳଧରଏ ସତ୍ୟବଚନ ଆମ୍ଭର

  65. Couplet 65

    ମରଣେ ନୋହିବ ଏ ଗ୍ରସ୍ତତୁମ୍ଭର ବଚନ ଯେମନ୍ତ

  66. Couplet 66

    ଯଜ୍ଞେ ଏ ଥିବ ଆମ୍ଭ ମେଳେଧର୍ମସଂଶୟ ପ୍ରଶ୍ନକାଳେ

  67. Couplet 67

    ବିପ୍ରଙ୍କ ବାକ୍ୟ ସାଧୁବାଣୀରାମ ବୋଲନ୍ତି ତାହା ଶୁଣି

  68. Couplet 68

    ଆତ୍ମାରୁ ଆତ୍ମାର ସମ୍ଭୂତଏ ବେଦବାକ୍ୟ ଅନୁମତ

  69. Couplet 69

    ଏହାର ପୁତ୍ରକୁ ବସାଇବଳ ଆୟୁଷ ଜ୍ଞାନ ଦେଇ

  70. Couplet 70

    ପିତାହୁଁ ହେଉ ଗୁଣାକରଏମନ୍ତ କହି ହଳଧର

  71. Couplet 71

    ତାର ପୁତ୍ରକୁ ସାବଧାନେବସାଇ ବ୍ରହ୍ମାର ଆସନେ

  72. Couplet 72

    ବୋଇଲେ ହୁଅ ଜ୍ଞାନସିଦ୍ଧିତାତୁଁ ଅନେକ ହେଉ ବୃଦ୍ଧି

  73. Couplet 73

    ଏମନ୍ତେ ସ୍ଥାପି ତାର ସୁତବୋଲନ୍ତି ରେବତୀର କାନ୍ତ

  74. Couplet 74

    ଏବେ କରିବି କିସ କହବିଚାରି ମୋତେ ଆଜ୍ଞା ଦିଅ

  75. Couplet 75

    ଶୁଣି ଆନନ୍ଦ ମୁନିଗଣବୋଲନ୍ତି ଶୁଣ ସଙ୍କର୍ଷଣ

  76. Couplet 76

    ଇଲ୍ୱଳ ନାମେ ମହାସୁରବଲ୍ୱଳ ତାହାର କୁମର

  77. Couplet 77

    ନିତ୍ୟେ ପାର୍ବଣ ଯୋଗେ ଆସେଆମ୍ଭର ଯଜ୍ଞକର୍ମ ନାଶେ

  78. Couplet 78

    ସେ ଦୁରାଚାର ନାଶ ଗଲେଯଜ୍ଞ କରିବୁ ଆମ୍ଭେ ଭଲେ

  79. Couplet 79

    ଶଶୀ-ପ୍ରଳୟ-ନିଶି-ଜାଣିସଙ୍ଗେ ଅସୁର ବଳ ଆଣି

  80. Couplet 80

    ରାତ୍ରେ ମିଳଇ ଯଜ୍ଞଶାଳେରାକ୍ଷସ ମାୟା ଯୋଗବଳେ

  81. Couplet 81

    ପୂଯ ଶୋଣିତ ମଳ ମୂତ୍ରକୁଣ୍ତେ ବରଷେ ଅପ୍ରମିତ

  82. Couplet 82

    ତାହାକୁ କରି ପ୍ରାଣେ ହତଆମ୍ଭକୁ କରାଅ ନିଶ୍ଚିନ୍ତ

  83. Couplet 83

    ଭାରତ ମଧ୍ୟେ ଯେତେ ପୂରୀଦକ୍ଷିଣ ପ୍ରଦିକ୍ଷଣ କରି

  84. Couplet 84

    ଏମନ୍ତେ ଦ୍ୱାଦଶ ଯେ ମାସଭ୍ରମିବ ପୁର ଗ୍ରାମ ଦେଶ

  85. Couplet 85

    ଏମନ୍ତେ ହତ୍ୟା ଯିବ ନାଶନିର୍ମଳେ ନିଜପୁରେ ପଶ

  86. Couplet 86

    ବୋଲଇ ବିପ୍ର ଜଗନ୍ନାଥତା ଶୁଣି ରାମ କୃତ୍ୟକୃତ୍ୟ

  87. Couplet 87

    ଅସୁର ଆଗମନ ଚାହିଁଯଜ୍ଞେ ରହିଲେ ତୋଷ ହୋଇ