Skip to content
paribhaasha

Skandha 10

Adhyaya 83

  1. Couplet 1

    ବୋଲନ୍ତି ବ୍ୟାସଙ୍କ ନନ୍ଦନରାଜନ ପୁଅ ସାବଧାନ

  2. Couplet 2

    ମଲେ ଯେ ଶାଲ୍ୱ ଶିଶୁପାଳଯୁଦ୍ଧେ ପୌଣ୍ତ୍ରକ ମହାବଳ

  3. Couplet 3

    ଏହାର ସଖା ଦନ୍ତବକ୍ରକୃଷ୍ଣେ ସାଜିଲା ରିପୁଚକ୍ର

  4. Couplet 4

    ସୁହୃଦ୍ଧର୍ମ ପରଲୋକେଦେଖାଇ ଯୁଦ୍ଧେ ଗଲା ଏକେ

  5. Couplet 5

    ଏକାକୀ ଧାଏଁ କୋପ କରିଦକ୍ଷିଣଭୂଜେ ଗଦା ଧରି

  6. Couplet 6

    ଧରଣୀ କମ୍ପେ ପାଦଭରେମିଳିଲା କୃଷ୍ଣର ଛାମୁରେ

  7. Couplet 7

    ଦେଖି ତାହାର ମହାକାୟସତ୍ୱରେ ପ୍ରଭୁ ଦେବରାୟ

  8. Couplet 8

    ରଥୁଁ ଓହ୍ଲାଇ ପାଦେ ଗମିଧାଇଁଲେ କରେ ଗଦା ଘେନି

  9. Couplet 9

    ସମୁଦ୍ର ଯେହ୍ନେ ଲଙ୍ଘେ ତୀରକୃଷ୍ଣ ମିଳିଲେ ତା ଛାମୁର

  10. Couplet 10

    କୃଷ୍ଣଙ୍କୁ ଦେଖି ଗଦା ତୋଳିକୋପେ ବୋଲଇ ମହାବଳୀ

  11. Couplet 11

    ଆଜ ମୋହର ଭାଗ୍ୟରାଶିତୁ ମୋର ଦୃଷ୍ଟିପଥେ ଆସି

  12. Couplet 12

    ପଡିଲୁ ଆଜ ଯିବୁ କାହିଁରେ ଦୁଷ୍ଟ ମୁଖ ତୋ ନ ଚାହିଁ

  13. Couplet 13

    ମୋର ମାତୁଳସୁତ ତୁହିସ୍ୱଭାବେ ଅଟୁ ମିତ୍ରଦ୍ରୋହୀ

  14. Couplet 14

    ଧିକ ତୋହର ଶସ୍ତ୍ରଦୀକ୍ଷାମୋର ମରଣେ ତୋର ଇଚ୍ଛା

  15. Couplet 15

    ଏ ବଜ୍ରକଳ୍ପ ଗଦାଘାତେଆଜ ପେଷିବି ଯମପଥେ

  16. Couplet 16

    ତୋହର ତୁଲେ କରି ଋଣଆଜ ଶୁଝିବି ଭାତୃଋଣ

  17. Couplet 17

    ତୁ ବନ୍ଧୁ ରିପୁ ମୋ ବଇରୀମୁଁ ଆଜ ଋଣେ ତୋତେ ମାରି

  18. Couplet 18

    ନିଶ୍ଚିନ୍ତେ ହୋଇବି ଆନନ୍ଦବ୍ୟାଧିକି ଯେସନେ ଔଷଧ

  19. Couplet 19

    ରୋଗ ନ ମଲେ ଦେହ ମରେବ୍ୟାଧି ଚିକିତ୍ସା ଯେ ନ କରେ

  20. Couplet 20

    ଏମନ୍ତେ କଟୁବାକ୍ୟ ବୋଲିଦକ୍ଷିଣଭୁଜେ ଗଦାତୋଳି

  21. Couplet 21

    ପିଟିଲା ଗୋବିନ୍ଦର ମୁଣ୍ତେଘୋରଶବଦ କରି ତୁଣ୍ତେ

  22. Couplet 22

    ଗଦା ପ୍ରହାରେ ଋଣ ମଧ୍ୟେଗୋବିନ୍ଦ ନ ଚଳିଲେ ପାଦେ

  23. Couplet 23

    ବିଷମ-ଗଦାଘାତ ସହିତକ୍ଷଣେ ପ୍ରଭୁ ଭାବଗ୍ରାହୀ

  24. Couplet 24

    କଉମୋଦକୀ ଗଦା ବେଗେକୋପେ ବୁଲାଇ ଶୂନ୍ୟମାର୍ଗେ

  25. Couplet 25

    ହୁଙ୍କାର କରି ବାହୁବଳେପିଟିଲେ ତାର ବକ୍ଷସ୍ଥଳେ

  26. Couplet 26

    ଗଦା ପ୍ରହାରେ ହୃଦଫାଟିପଡିଲା ମହୀତଳେ ଲୋଟି

  27. Couplet 27

    ମୁଖରୁ ଗଳଇ ରୁଧିରଜନେ କରନ୍ତି ହାହାକାର

  28. Couplet 28

    ପ୍ରସାରି କେଶ-ପାଦ-କରରଣେ ପଡିଲା ମହାବୀର

  29. Couplet 29

    ତାର ଶରୀରୁ ପୁଣ୍ୟତେଜଯେହ୍ନେ ଉଦିତ ଗ୍ରହରାଦ

  30. Couplet 30

    ପଶିଲା କୃଷ୍ଣଦେହ ମଧ୍ୟେଗଗନେ ଦେଖନ୍ତି ବିବୁଧେ

  31. Couplet 31

    ଧର୍ମନନ୍ଦନ ସଭାମଧ୍ୟେଯେସନେ ଶିଶୁପାଳ ବଧେ

  32. Couplet 32

    ଦେଖିଣ ଦନ୍ତବକ୍ର ହତତାହାର ଭ୍ରାତ ବିଦୁରଥ

  33. Couplet 33

    ଭ୍ରାତୃମରଣ ଶୋକେ ତାପିରୋଷେ ଦଶନେ ଓଷ୍ଠ ଚାପି

  34. Couplet 34

    ଖଡଗ ଚର୍ମ କରେ ଧରିକୃଷ୍ଣଙ୍କୁ ସମରେ ଆବୋରି

  35. Couplet 35

    ନିଷ୍ଠୁର ବାକ୍ୟ କହେ ତୁଣ୍ତେବଜ୍ର ପ୍ରହାର ଯେହ୍ନେ ମୁଣ୍ତେ

  36. Couplet 36

    ଦେଖି ତାହାର ବ୍ୟଗ୍ରଗତିଚକ୍ରପ୍ରହାରେ ଯଦୁପତି

  37. Couplet 37

    ବେଗେ ଛେଦିଲେ ତା କପାଳବିରାଜେ କିରୀଟ କୁଣ୍ତଳ

  38. Couplet 38

    ଶିର ପଡିଲା ଭୂମିମଧ୍ୟେପ୍ରାଣ ପଶିଲା କୃଷ୍ଣହୃଦେ

  39. Couplet 39

    ଏମନ୍ତେ ଶାଲ୍ଫ ଶିଶୁପାଳସଂହାରି ମଦନଗୋପାଳ

  40. Couplet 40

    ଦନ୍ତବିକଟ ବିଦୁରଥକୃଷ୍ଣର ହସ୍ତେ ହୋଇ ହତ

  41. Couplet 41

    ପଶିଲେ ଅଭୟଚରଣେଯେ ଅବା ମଲେ କୃଷ୍ଣରଣେ

  42. Couplet 42

    ମୁନି କରନ୍ତି ଜୟବାଣୀପୁଷ୍ପବରଷି ସ୍ତୁତି ଭଣି

  43. Couplet 43

    ଦେବେ ଯେ ଶୂନ୍ୟମାର୍ଗେ ଥିଲେଶ୍ରୀଅଙ୍ଗେ ପୁଷ୍ପ ବରଷିଲେ

  44. Couplet 44

    ଦୁନ୍ଦୁଭି ବାଜେ ସୁରଲୋକେନାରୀ ନାଚନ୍ତି କଉତୁକେ

  45. Couplet 45

    ଯକ୍ଷ କିନ୍ନର ବିଦ୍ୟାଧରେଗନ୍ଧର୍ବେ ଗାବନ୍ତି ସୁସ୍ୱରେ

  46. Couplet 46

    କୃଷ୍ଣବିଜୟ କଉତୁକେଆନନ୍ଦେ ସୁର- ନରଲୋକେ

  47. Couplet 47

    ଯାଦବବଳ ସଙ୍ଗେ ହରିପ୍ରବେଶ ଦ୍ୱାରକାନଗରୀ

  48. Couplet 48

    ସେ ହରିଚରଣ ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ

Odia Bhagabata skandha 10 adhyaya 83 | Parbani by ParibhaAsha App