Skandha 10
Adhyaya 82
Couplet 1
ଶୁକ କହନ୍ତି ରାଜା ଆଗେକୃଷ୍ଣନନ୍ଦନ ଅତିବେଗେ
Couplet 2
ତୃଷିତେ ରଥୁଁ ଅବତରିସନ୍ତୋଷେ ଜଳପାନ କରି
Couplet 3
କର-ଚରଣ- କଳେବରେଜଳ ସିଞ୍ଚିଲା ସୁଖଭରେ
Couplet 4
କବଚ ଭରି କଳେବରେଧନୁ ଧଇଲା ବାମକରେ
Couplet 5
ମୀନକେତନେ ବିଜେ କଲାସାରଥୀ ମୁଖକୁ ଚାହିଁଲା
Couplet 6
ବୋଲେ ସାରଥୀ ମୁଖ ଚାହିଁବେଗେ ତୁ ଚଳ ରଥ ବାହି
Couplet 7
ଦ୍ୟୁମାନ ମୁଖେ ରଥ କରତା ତୁଲେ ସମର ମୋହର
Couplet 8
ଶୁଣି ଦାରୁକସୁତ ବେଗେମିଳିଲା ଦ୍ୟୁମାନର ଲାଗେ
Couplet 9
ଅସୁରମାୟା ଅପ୍ରମିତଅସୁରବଳ କରେ ହତ
Couplet 10
ରୁକ୍ମିଣୀସୁତ ଦେଖି ରୋଷେହୁଙ୍କାର କରି ଗୁଣ ଘୋଷେ
Couplet 11
ସନ୍ଧାନ କଲା ଅଷ୍ଟଶରକେ କହୁ ମହିମା ତାହାର
Couplet 12
ରଥ ତୁରକ ଚାରିବାଣେଛିଡି ପଡିଲେ ଘୋରରଣେ
Couplet 13
ସାରଥୀ ଏକବାଣେ ମଲାବେନି ନାରାଚେ ଧ୍ୱଜ ଗଲା
Couplet 14
ଏକା ନାରାଚେ ଛେଦି ଶିରବିମାନ କଲା ଶତେ ଚୁର
Couplet 15
ଗଦ ସାତ୍ୟକି ଶାମ୍ବ ଆଦିତୀକ୍ଷ୍ମ ନାରାଚ ବେଗେ ବିନ୍ଧି
Couplet 16
ଶାଲ୍ୱସଇନି କଲେ ନାଶନାରାଚେ ନ ଦିଶେ ଆକାଶ
Couplet 17
ଶିର ଛିଡିଲା ଭୁଜବଳେପଡିଲା ବାରାନିଧି ଜଳେ
Couplet 18
ଏମନ୍ତେ ଶାଲ୍ୱ ଯଦୁବୀରେଋଣ ବଢିଲା ଏକୁଆରେ
Couplet 19
ଯୁଦ୍ଧ କରନ୍ତେ କୃଷ୍ଣବାଳାତ୍ରିନବରାତ୍ର ହେଲେ ଗଲା
Couplet 20
ଏବେ ହୋ ଶୁଣ ପରୀକ୍ଷିତଇନ୍ଦ୍ରପ୍ରସ୍ଥରେ ଯଦୁନାଥ
Couplet 21
ଥିଲେ ରାଜୁସିଯଜ୍ଞକାଳେଚକ୍ରେ ସଂହାରି ଶିଶୁପାଳେ
Couplet 22
ତାହାର ଭ୍ରାତ ଶାଲ୍ୱବୀରଯଦୁଙ୍କ ସଙ୍ଗତେ ସମର
Couplet 23
ତାହା ଜାଣିଲେ ଭାବଗ୍ରାହୀଏମନ୍ତେ ଇନ୍ଦ୍ରପ୍ରସ୍ଥେ ଥାଇ
Couplet 24
ଦ୍ୱାରକାଯିବା ସଜ ହୋଇପଣ୍ତୁନନ୍ଦ ଆଗେ କହି
Couplet 25
ଗୁରୁ ବୃଦ୍ଧଙ୍କୁ ଆଜ୍ଞା ମାଗିପିତୃଭଗିନୀପାଦେ ଲାଗି
Couplet 26
ମୁନିଙ୍କି କରି ନମସ୍କାରଗୋବିନ୍ଦ ହୋଇଲେ ବାହାର
Couplet 27
ଦେଖିଲେ ଅନ୍ଧକାର ଦିଶନିର୍ଘାତେ କମ୍ପଇ ଆକାଶ
Couplet 28
ଭୂମି ଗଗନ ଅନ୍ତରୀକ୍ଷେଉତ୍ପାତ ଦିଶଇ ପ୍ରତ୍ୟକ୍ଷେ
Couplet 29
ଘୋର ନିର୍ଘାତ ରିଷ୍ଟ ଚାହିଁମନେ ଭାଳନ୍ତି ଭାବଗ୍ରାହୀ
Couplet 30
ଧର୍ମନନ୍ଦନପୁରେ ମୁହିଁନିଶ୍ଚିନ୍ତେ ଅଛି ଭାବବହି
Couplet 31
ବନ୍ଧୁବାନ୍ଧବ ମୋର ସଙ୍ଗେସୁଖେ ବଞ୍ଚନ୍ତି ନାନାରଙ୍ଗେ
Couplet 32
ଦୁଷ୍ଟସ୍ୱଭାବେ ମହାବଳମୁଁ ଯେ ନାଶିଲି ଶିଶୁପାଳ
Couplet 33
ତାହାର ପକ୍ଷ ରାଜା ଯେତେସକଳ ମିଳି କୋପଚିତ୍ତେ
Couplet 34
ନିଶ୍ଚେ ନାଶିଲେ ମୋର ପୁରତେଣୁ ଏ ରିଷ୍ଟ ମହାଘୋର
Couplet 35
ଶ୍ରୀକୃଷ୍ଣ ଏମନ୍ତ ବିଚାରିବେଗେ ମିଳିଲେ ନିଜପୁରୀ
Couplet 36
ଦେଖିଲେ ପ୍ରଜାଙ୍କ କଷଣପୁତ୍ରେ କରନ୍ତି ଘୋରରଣ
Couplet 37
ନିଜ କୁଟୁମ୍ବ ରକ୍ଷା କରିପୁରେ ରହିଲେ ହଳଧାରୀ
Couplet 38
ରାମଙ୍କୁ ରଖି ନିଜପୁରେଗୋବିନ୍ଦ ସାଜିଲେ ସମରେ
Couplet 39
ଦାରୁକେ ରାଇ ବନମାଳୀବୋଲନ୍ତି ବେନିଭୂଜ ତୋଳି
Couplet 40
ତୁ ଯେବେ ସାରଥୀ ମୋହରଶାଲ୍ୱ ନିକଟେ ରଥ କରି
Couplet 41
ଚିତ୍ତେ ନ କର ତୁହି ହ୍ରାସଜାଣ ତୁ ଶାଲ୍ୱ ଗଲା ନାଶ
Couplet 42
ଏମନ୍ତେ କୃଷ୍ଣଆଜ୍ଞା ପାଇଦାରୁକ ବେଗେ ରଥ ବାହି
Couplet 43
ଗରୁଡ ବସେ ରଥ ଶିଖେସ୍ୱର୍ଗେ ଦେଖନ୍ତି ବୃନ୍ଦାରକେ
Couplet 44
ଉଭୟବଳ ମଧ୍ୟେ ରଥଶାଲ୍ୱ ଦେଖିଲା ଯଦୁନାଥ
Couplet 45
ସ୍ୱଭାବେ ହୀନବଳ- ପ୍ରାଣମାୟା ପ୍ରକାଶେ ଗରୁଟାଣ
Couplet 46
ଦେଖି ଦାରୁକ ଦାମୋଦରକୋପେ ଗର୍ଜଇ ମହାବୀର
Couplet 47
ଶକ୍ତିଏ ଥିଲା ତାର ହସ୍ତେକୋପେ ବୁଲାଇ ଶୂନ୍ୟପଥେ
Couplet 48
ରବିକିରଣ ପ୍ରାୟ ଦିଶିକୃଷ୍ଣ ଉପରେ ଦେଲା ପେଷି
Couplet 49
ଶକ୍ତିଶବଦେ ଦିଗ ପୁରଦେଖି ଗୋବିନ୍ଦ ଧନୁ ଧରି
Couplet 50
ତୀକ୍ଷ୍ନ ନାଚାଚେ ଦାମୋଦରଶକତି କଲେ ଶତେ ଚୁର
Couplet 51
ଆକାଶେ ଭ୍ରମେ ମାୟାରଥଶାଲ୍ୱ ସେ ବିମାନେ ଗୁପତ
Couplet 52
ଦେହ ନ ଦିଶେ ଅନ୍ଧକାରେଚାହିଁ ଗୋବିନ୍ଦ କୋପଭରେ
Couplet 53
ଶର ବରଷେ ଯଦୁନାଥଗଗନେ ଯେହ୍ନେ ଛାୟାକାନ୍ତ
Couplet 54
ତାପଇ ନିଜ ରଶ୍ମିଜାଳେକୃଷ୍ଣନାରାଚ ଅନ୍ତରାଳେ
Couplet 55
ନିମିଷମାତ୍ରେ କୋଟି କୋଟିବିଷ୍ଣୁନାରାଚ ଶୁନ୍ୟେ ଘୋଟି
Couplet 56
ଦେଖି ଚକିତ ମହାବୀରଲ୍ୟୈହ ଧନୁଏ ଧରି କର
Couplet 57
ମାୟା ପ୍ରକାଶି ଗରୁଟାଣକୋପେ ବିନ୍ଧିଲା ତୀକ୍ଷ୍ମବାଣ
Couplet 58
ତକ୍ଷଣେ କୃଷ୍ଣବାମ ମୁଷ୍ଟିଧନୁସହିତେ ଗଲା ଫୁଟି
Couplet 59
ହସ୍ତୁ ପଡିଲା ଧନୁ ତଳେଦେଖି ଚକିତ ଦିଗପାଳେ
Couplet 60
କରନ୍ତି ହାହାକାରା ବାଣୀଶାଲ୍ୱ ବୋଲଇ ତାହା ଶୁଣି
Couplet 61
ରେ ମୂଢ ଶୁଣ ମୋର ବାଣୀମୋ ମିତ ବରିଲା ରୁକ୍ମିଣୀ
Couplet 62
ମଙ୍ଗଳ ଶୁଭଲଗ୍ନ ବେଳେସେ କନ୍ୟା ନେଇଅଛୁ ବଳେ
Couplet 63
ସଭାର ମଧ୍ୟେ ଅବିଶ୍ୱାସଶିଶୁପାଳକୁ କଲୁ ନାଶ
Couplet 64
ଏବେ ପଡିଲୁ ମୋର ମୁଖେସମର କର ଆତ୍ମା ସୁଖେ
Couplet 65
ଦେଖ ମୋ ନାରାଚ ପ୍ରଚଣ୍ତଏଥେ କାଟିବି ତୋର ମୁଣ୍ତ
Couplet 66
ଅଜେୟ ବୋଲାଉ ଜଗତେଆଜ ପଡିଲୁ ମୋ ଅଗ୍ରତେ
Couplet 67
ଏମନ୍ତ ତାର ବାକ୍ୟ ଶୁଣିହସି ବୋଲନ୍ତି ଚକ୍ରପାଣି
Couplet 68
ଶୁଣ ମୋ ଶାଲ୍ୱ ମହାବୀରଏ କଥା ଉଚିତ ତୋହର
Couplet 69
ତୋ ପଞ୍ଚପ୍ରାଣ କଣ୍ଠତଟେଯମକୁ ନ ଦେଖୁ ନିକଟେ
Couplet 70
ମରଣକାଳେ ଯେହ୍ନେ ପ୍ରାଣୀଗୁରୁଗଉରବ ନ ଗଣି
Couplet 71
ପ୍ରଳାପ କରେ ରୋଗତାପେକୃତାନ୍ତ ସେବକ ସମୀପେ
Couplet 72
ଯେ ଯାହା ବୀରପଣ ବଳେଲୋକେ ଦେଖନ୍ତି ଯୁଦ୍ଧକାଳେ
Couplet 73
ଆତ୍ମପ୍ରଶଂସା ଯେ କରନ୍ତିସେ ପ୍ରାଣୀ ନରକେ ପଡନ୍ତି
Couplet 74
ଏମନ୍ତ କହୁଁ କହୁଁ ହରିଦକ୍ଷିଣଭୂଜେ ଗଦା କରି
Couplet 75
ଉଠି ତାହାର ରଥ ଦଣ୍ତେଗଦା ପ୍ରହାର କଲେ ମୁଣ୍ତେ
Couplet 76
ଶବଦ ଶୁଭେ ମହାଘୋରବଦନୁ ଗଳାଇ ରୁଧିର
Couplet 77
ଦେଖନ୍ତି ପ୍ରଭୁ ଭଗବାନଶାଲ୍ୱ ହୋଇଲା ଅନ୍ତର୍ଦ୍ଧାନ
Couplet 78
କୃଷ୍ଣ ଚାହାନ୍ତି ଦଶଦିଶେବିଷମମାୟା ପରକାଶେ
Couplet 79
ଏମନ୍ତେ ଗଲା ଦଣ୍ତଚାରିମାୟାପୁରୁଷ ରୂପ ଧରି
Couplet 80
ବେଗେ ମିଳିଲା କୃଷ୍ଣପାଶେଚରଣେ ନମଇଁ ବିଶ୍ୱାସେ
Couplet 81
ବୋଲଇ ଶିରେ ଦେଇ ହସ୍ତଦେବକୀଦେବୀର ମୁଁ ଦୂତ
Couplet 82
କଣ୍ଠକୁଣ୍ଠିତେ ବାକ୍ୟ କହେବେନି ଲୋଚନୁ ଅଶ୍ରୁ ବହେ
Couplet 83
ହେ କୃଷ୍ଣ କୃଷ୍ଣ ମହାଭୁଜମହାପୁରୁଷ ବିଶ୍ୱତେଜ
Couplet 84
ଆଜ ରଜନୀ ଅର୍ଦ୍ଧନିଶିଶାଲ୍ୱ ଦ୍ୱାରକାପୁରେ ପଶି
Couplet 85
ଯୁଦ୍ଧେ ଯାଦବବଳ ମାରିବସୁଦେବଙ୍କୁ ନେଲା ଧରି
Couplet 86
ପୁରେ କାନ୍ଦନ୍ତି ବଧୁଜନେପଶୁଙ୍କୁ ପଶୁମାର ଯେହ୍ନେ
Couplet 87
ପିତୃବତ୍ସଳ ନାଥ ତୁହିକହିଲି ମୋର ଦୋଷ ନାହିଁ
Couplet 88
ଏମନ୍ତେ ଦୂତବାକ୍ୟ ଶୁଣିମନୁଷ୍ୟ - ମୋହେ ଚକ୍ରପାଣି
Couplet 89
ପିତାର ସ୍ନେହପାଶେ ଗ୍ରସ୍ତବିଭ୍ରମଚିତ୍ତେ ମୋହଗତ
Couplet 90
ଇତରଜନ ପ୍ରାୟ ଭାଳିମନେ ଚିନ୍ତିଲେ ବନମାଳୀ
Couplet 91
ଏ ତ ବିଷମ ବିପରୀତଦେବକୀ ପେଷିଛନ୍ତି ଦୂତ
Couplet 92
ଯହିଁ ରକ୍ଷକ ହଳଧରଦେବଦାନବେ ଅଗୋଚର
Couplet 93
ତାହାଙ୍କୁ ଜିଣିଲା କେମନ୍ତେବିହି ହୋଇଲା ବାମ ମୋତେ
Couplet 94
ଏ ଶାଲ୍ୱ କୀଟ ପ୍ରାୟ ମୋତେରାମଙ୍କୁ ଜିଣିଲା କେମନ୍ତେ
Couplet 95
ଏତେ ବିଚାରି ନରହରିଭାଳନ୍ତି ହସ୍ତେ ଗଦା ଧରି
Couplet 96
ଦିଗେ ଦିଶନ୍ତି ଧୂମମେୟଭୂମି ପ୍ରଚଣ୍ତ ଘୋରବାୟେ
Couplet 97
ଦେଖନ୍ତି ପ୍ରଭୁ ଭଗବାନଗଗନେ ପ୍ରକାଶେ ବିମାନ
Couplet 98
ରବିକିରଣ ପ୍ରାୟ ଦିଶେଶାଲ୍ୱ ମିଳିଲା କୃଷ୍ଣ ପାଶେ
Couplet 99
ବସୁଦେବର କେଶ ଧରିଝିଙ୍କଇ ଘୋରନାଦ କରି
Couplet 100
କୃଷ୍ଣଙ୍କୁ ଚାହିଁ ମହାରୋଷେବୋଲଇ ବଚନ ପରୁଷେ
Couplet 101
ଦେଖ ଏ ତୋ ପିତା ଅଧମଯାହାର ବୀର୍ଯ୍ୟେ ତୁ ଜନମ
Couplet 102
ଏହାର ଅର୍ଥେ ଦେହ ବହୁଶ୍ରୀବାସୁଦେବ ତୁ ବୋଲାଉ
Couplet 103
ତୁ ଯେବେ ବୋଲାଉ ସମର୍ଥଆଜ ମରୁଣୁ ରତ ତାତ
Couplet 104
ଏମନ୍ତେ କରଇ ଭର୍ତ୍ସନଦୁଃସହ ନିଷ୍ଠୁର ବଚନ
Couplet 105
ଆକର୍ଷି ବସୁଦେବ ଆଣିତୀକ୍ଷ୍ମ ଖଡଗେ ଶିର ହାଣି
Couplet 106
କୃଷ୍ଣ କୋଳକୁ ଫିଙ୍ଗି ଦେଲାବିମାନେ ଗଗନେ ପଶିଲା
Couplet 107
ପିତାବଦନ ଦେଖି ହରିମୁହୂର୍ତ୍ତେ ମାତ୍ର ଶୋକ କରି
Couplet 108
ସ୍ୱଜନ ଅନୁଷଙ୍ଗ ଦୋଷେନିଜ ପ୍ରକୃତି ମାୟା ଗ୍ରାସେ
Couplet 109
ଶୁଦ୍ଧ ସ୍ୱଭାବେ ନିରଞ୍ଜନସ୍ୱୟଂ ପ୍ରକାଶ ଠୁଳ ଶୂନ୍ୟ
Couplet 110
ଜଗତପତି ଜ୍ଞାନଗୁରୁକେବା ମହିମା ଅନ୍ତଃ କରୁ
Couplet 111
ତକ୍ଷଣେ ପ୍ରଭୁ ଭଗବାନନିଜ ସ୍ୱଭାବେ ଅବଧାନ
Couplet 112
ଜ୍ଞାନପ୍ରକାଶେ ମାୟା ନାଶସୁଜ୍ଞାନ ଗୋବିନ୍ଦେ ପ୍ରକାଶ
Couplet 113
ଜାଣିଲେ ମୟ-ମାୟାବଳେଶାଲ୍ୱ ଯୁଝଇ ମୋର ତୁଲେ
Couplet 114
ଏମନ୍ତ ଭାଳି କୃଷ୍ଣ ଚାହିଁଦେଖିଲେ ରଥେ କେହି ନାହିଁ
Couplet 115
ନ ଦିଶେ ପିତା ଛିନ୍ନଶିରଦୂତ ହିଁ ହୋଇଲା ଅନ୍ତର
Couplet 116
ସ୍ୱପ୍ନେ ଯେସନେ ନିଦ୍ରାବୋଧେଶ୍ରୀକୃଷ୍ଣ ଚାହାନ୍ତି ଆନନ୍ଦେ
Couplet 117
ଘୋର ଅନ୍ଧାରେ ମୟଯାନଗଗନେ ଦେଖି ଭଗବାନ
Couplet 118
ରିପୁମାରଣେ ସାବଧାନଶୁଣ ହୋ ପରୀକ୍ଷ ରାଜନ
Couplet 119
ବେଦବଚନେ ଋଷିଗଣେପୂଜନ୍ତି ଯାହାର ଚରଣେ
Couplet 120
ସ୍ମରଣ କରି ନାମ ହୃଦେତରନ୍ତି ସଂସାର ପ୍ରମାଦେ
Couplet 121
ତାହାର କାହିଁ ଶୋକ ମୋହଅଜ୍ଞାନେ ଜାତ ସ୍ନେହଭୟ
Couplet 122
ଲୀଳା ପ୍ରକାରେ ଅନୁମାନେଅବିଦ୍ୟା ବିରୋଧ ବଚନେ
Couplet 123
ଅଖଣ୍ତ ବିଜ୍ଞାନ ଯାହାରଜ୍ଞାନ ଅଜ୍ଞାନର ଈଶ୍ୱର
Couplet 124
ଯା ପାଦପଦ୍ମ ସେବା ଫଳେନିର୍ମଳଆତ୍ମା ଜ୍ଞାନବଳେ
Couplet 125
ଅଜ୍ଞାନ ଅବିଦ୍ୟା ନାଶନ୍ତିଜନ୍ମ ମରଣେ ନାହିଁ ଭ୍ରାନ୍ତି
Couplet 126
ଲଭନ୍ତି ଆତ୍ମାନନ୍ଦ ହରିସକଳ ବିଷାଦ ପାସୋରି
Couplet 127
ଯାର ସେବକ ଏ ଜଗତେମୋହ ନଯାନ୍ତି ମାୟାଗ୍ରସ୍ତେ
Couplet 128
ତାହାର ମାୟାମୋହ କାହିଁଏବେ ହୋ ଶୁଣ ମନଦେଇ
Couplet 129
ଶାଲ୍ୱ ଗଗନପଥେ ଥାଇକୃଷ୍ଣଙ୍କୁ ବାଣ ବରଷଇ
Couplet 130
ଦେଖି ତାହାର ରଥ ଶୁନ୍ୟେଗୋବିନ୍ଦ ତୀକ୍ଷ୍ମବାଣ ମୁନେ
Couplet 131
ତାହାର ଶସ୍ତ୍ର କଲେ ନାଶତମ ଯେସନେ ରବିତ୍ରାସ
Couplet 132
ଚର୍ମ ଖଡଗ ଧନୁଦଣ୍ତତକ୍ଷଣେ କଲେ ଖଣ୍ତ ଖଣ୍ତ
Couplet 133
ତାହାର ଶିରୋମଣି ହରିଗଦା ପ୍ରହାରେ ରଥ ଚୁରି
Couplet 134
ଗୋବିନ୍ଦ ହସ୍ତେ ଗଦା ବେଗେମାୟାବିମାନ ଶୂନ୍ୟମାର୍ଗେ
Couplet 135
ଭାଙ୍ଗି ହୋଇଲା ଶତେଖଣ୍ତଶବଦ ଶୁଭଇ ପ୍ରଚଣ୍ତ
Couplet 136
ଆକାଶେ ଦେଖନ୍ତି ବିବୁଧେବୁଡିଲା ସିନ୍ଧୁଜଳ ମଧ୍ୟେ
Couplet 137
ବିମାନୁଁ ପଡି ଅନ୍ତରାଳେଶାଲ୍ୱ ମିଳିଲା ମହୀତଳେ
Couplet 138
ଦକ୍ଷିଣକରେ ଗଦା ଘେନିଧାମନ୍ତେ କମ୍ପଇ ମେଦିନୀ
Couplet 139
ଦେଖି ଗୋବିନ୍ଦ ଆଗସରିଅଭେଦ ବାଣ କରେ ଧରି
Couplet 140
ଗଦା ସହିତେ ତାର କରଦୁରୁ ଛେଦିଲେ ଦାମୋଦର
Couplet 141
ଶାଲ୍ୱର ପ୍ରାଣ ନାଶିବାରେସୁଦରଶନ ଧରି କରେ
Couplet 142
ପ୍ରଳୟରବି ପ୍ରାୟ ତେଜେଶୋହେ ଶ୍ରୀକୃଷ୍ଣ ଦକ୍ଷଭୁଜେ
Couplet 143
ଯାହାର ତେଜେ କମ୍ପେ ମହୀକି ପଟାନ୍ତର ଦେବି ମୁହିଁ
Couplet 144
ଉଦୟଗିରି ସୂର୍ଯ୍ୟଯୋଗେଯେହ୍ନେ ବିରାଜେ ପୂର୍ବଦିଗେ
Couplet 145
ଚକ୍ର ପ୍ରହାରି ଦାମୋଦରଦୁରୁ ଛେଦିଲେ ତାର ଶିର
Couplet 146
ଶିର ପଡିଲା ମହୀତଳେବିରାଜେ କିରୀଟ କୁଣ୍ତଳେ
Couplet 147
ବାସବ ବଜ୍ରେ ବୃତ୍ତ୍ର ଯେହ୍ନେହାହା ଶବଦ କଲେ ଶୂନ୍ୟେ
Couplet 148
ଶାଲ୍ୱ ଜୀବନ ତେଜରାଶିତକ୍ଷଣେ କୃଷ୍ଣଦେହେ ପଶି
Couplet 149
ବିଜୁଳି ଯେହ୍ନେ ନୀଳମେଘେଦେବେ ଦେଖନ୍ତି ଶୂନ୍ୟମାର୍ଗେ
Couplet 150
ଏମନ୍ତେ ଶାଲ୍ୱ ନାଶ ଗଲାଅବନୀ ଉଶ୍ୱାସ ହୋଇଲା
Couplet 151
ବାଜଇ ଦୁନ୍ଦୁଭି ଶବଦନାଚନ୍ତି ଅପସରାବୃନ୍ଦ
Couplet 152
ତାହାର ସଖା ଦନ୍ତବକ୍ରଗୋବିନ୍ଦେ ହୋଇ ରିପୁଚକ୍ର
Couplet 153
ମିଳିଲା ଶ୍ରୀକୃଷ୍ଣ ଅଗ୍ରତହୃଦେ ସୁମରି ଭାତୃହତ
Couplet 154
କହଇ ବିପ୍ର ଜଗନ୍ନାଥକୃଷ୍ଣଚରିତ ଭାଗବତ
Couplet 155
ଭାରା ହରଣେ କୃଷ୍ଣ କଥାଶୁଣନ୍ତେ ହରେ ଭବବ୍ୟଥା