Skandha 10
Adhyaya 81
Couplet 1
ଆନନ୍ଦମନେ ବ୍ୟାସଚୁତବୋଲନ୍ତି ଶୁଣ ପରୀକ୍ଷିତ
Couplet 2
ଅଦ୍ଭୂତ କୃଷ୍ଣକର୍ମବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 3
କ୍ରୀଡା ମନୁଷ୍ୟେ ଅବତାରଦେବମାନବେ ଅଗୋଚର
Couplet 4
ଯେମନ୍ତେ ପ୍ରଭୁ ଜଗନ୍ନାଥଶାଳ୍ୱରାଜାଙ୍କୁ କଲେ ହତ
Couplet 5
ଧର୍ମନନ୍ଦନ ଯଜ୍ଞକାଳେଶିଶୁପାଳକୁ ସଂହାରିଲେ
Couplet 6
ତାହାର ସଖା ଶାଲ୍ୱ ନାମମିତ୍ର ମରଣେ ବହେ ତମ
Couplet 7
ପୂର୍ବେ ରୁକ୍ମିଣୀବିଭାକାଳେଥିଲା ସେ ନୃପତିଙ୍କ ମେଳେ
Couplet 8
କୃଷ୍ଣଙ୍କୁ ହାରି ଯୁଦ୍ଧକାଳେମାଗଧ ଆଦି ରାଜାମେଳେ
Couplet 9
ସେ ଦିନୁ ଅଭିମାନେ ଗଲାକୃଷ୍ଣର ମରଣ ଇଚ୍ଛିଲା
Couplet 10
ଏବେ ଶୁଣିଲା ମିତ୍ରବଧହୃଦରେ ବହେ ଗୁରୁକ୍ରୋଧ
Couplet 11
କୃଷ୍ଣ ଅଛନ୍ତି ଇନ୍ଦ୍ରପ୍ରସ୍ଥେଥୋକାଏ ବଳ ଅଛି ସାଥେ
Couplet 12
ଏ ଛିଦ୍ରକଥାମାନ ଜାଣିସଇନି ସାଜି ନୃପମଣି
Couplet 13
ନିଜ କାର୍ମୁକ ଧରି କରେବୋଲଇ ସ୍ପୁରିତ ଅଧରେ
Couplet 14
ଯାଦବ ବିହୀନ ଧରଣୀକରିବି ସତ୍ୟ ମୋର ବାଣୀ
Couplet 15
ତୁମ୍ଭେ ସକଳ ନୃପବରଦେଖିବ ପୌରୁଷ ମୋହର
Couplet 16
ଏମନ୍ତେ ମୂଢ ଗର୍ବ ବହିମିଳିଲା ଘୋରବନେ ଯାଇ
Couplet 17
ଭବାନୀକାନ୍ଧେ ଦେଇ କରବୋଇଲେ ବେଗେ ମାଗ ବର
Couplet 18
ଶୁଣି ନୃପତି ଜ୍ଞାନ ପାଇକପାଳେ ବେନିକର ଦେଇ
Couplet 19
ବୋଲଇ ଶୁଣ ବିଶ୍ୱନାଥତୋର ସଞ୍ଚିତ ଏ ଜଗତ
Couplet 20
ବିବୁଧ ଅସୁର ମନୁଷ୍ୟଗନ୍ଧର୍ବ କିନ୍ନର ରାକ୍ଷସ
Couplet 21
ଏ ଆଦି ଯେତେ ଦିଗପାଳେଭୂମି ପାତାଳ ଅନ୍ତରାଳେ
Couplet 22
କେହି ନ ପାରୁ ମୋତେ ଜିଣିଏ ବର ଦିଅ ଶୁଳପାଣି
Couplet 23
ମାୟାବିମାନ ଦିଅ ମୋତେସେ ପୁଣି ମୋହର ଆୟତ୍ତେ
Couplet 24
ରୂପ ଅରୂପ ସ୍ଥୁଳ ସୁକ୍ଷ୍ମେଅଣୁ ପ୍ରମାଣେ ଅନ୍ତରୀକ୍ଷେ
Couplet 25
ଯହିଁ କଳ୍ପିବ ମୋର ମନସେ ପୁରେ ପଶିବ ବିମାନ
Couplet 26
ଦୃଶ୍ୟ ଅଦୃଶ୍ୟ ମହାଘୋରବୃଷ୍ଟି ଯାଦବେ ଭୟଙ୍କର
Couplet 27
ଏ ବର ଦିଅ ବିଶ୍ୱନାଥଶୁଣି ସନ୍ତୋଷ ଉମାକାନ୍ତ
Couplet 28
ମୟଦାନବେ ସୁମରଣକରନ୍ତି ଅମ୍ବିକାରମଣ
Couplet 29
ଚିନ୍ତା କରନ୍ତେ ମହେଶ୍ୱରଜାଣିଲା ମାୟାବୀ ଅସୁର
Couplet 30
ତକ୍ଷଣେ ପରପୁରଞ୍ଜୟବେଗେ ମିଳିଲା ବୀରମୟ
Couplet 31
ନଦୀପୁଲିନେ ଘୋରବନେନମିଲା ଇଶ୍ୱର ଚରଣେ
Couplet 32
ପ୍ରସନ୍ନେ ପ୍ରଭୁ ଉମାକାନ୍ତବୋଇଲେ ଧରି ତାର ହସ୍ତ
Couplet 33
ମାୟାବିମାନ ବେଗେ କରଦେବଦାନବେ ଅଗୋଚର
Couplet 34
ଏହାର ମନ ଅନୁମତେକହି ଚଳିଲେ ଶୂନ୍ୟପଥେ
Couplet 35
ତକ୍ଷଣେ ରୁଦ୍ରଆଜ୍ଞା ପାଇଅଦ୍ଭୂତ ବିମାନ ଭିଆଇ
Couplet 36
ତାହାର ନାମ ସୌଭପୁରନିର୍ମିତ ଲୌହମୟ ସାର
Couplet 37
ଆନନ୍ଦେ ପ୍ରଜାପତିବଳାଶାଳ୍ୱ ସମ୍ମୁଖେ ଆଣି ଦେଲା
Couplet 38
ସେ ମାୟାରଥ କାମରୂପୀପ୍ରକାଶେ ଘୋରତମ ବ୍ୟାପୀ
Couplet 39
କେହି ନ ପାରେ ତାହା ଜାଣିଏମନ୍ତେ ଶୁଣ ନୃପମଣି
Couplet 40
ବସିଲା ଯାଇ ମାୟାରଥେଗମିଲା ନିଜପୁର ପଥେ
Couplet 41
ଈଶ୍ୱରବରେ ପାଇ ରଥନିଜ ଭୁବନେ ଉପଗତ
Couplet 42
କୃଷ୍ଣବଇର ଭାବ ଗୁଣିସାଜିଲା ନିଜ ଅକ୍ଷୌହିଣୀ
Couplet 43
କୋପେ ବସିଲା ମାୟାରଥେଗମିଲା ଦ୍ୱାରାବତୀ ପଥେ
Couplet 44
ରଜନୀ ମଧ୍ୟେ ନରପତିବଳେ ରୁନ୍ଧିଲା ଦ୍ୱାରାବତୀ
Couplet 45
ଭାଙ୍ଗଇ ବନ ଉପବନଗ୍ରାମ ପାଟଣା ପୁରମାନ
Couplet 46
ଦ୍ୱାର ଅଟ୍ଟାଳୀ କ୍ରୀଡାପୁରଅନଳେ କଲା ଭସ୍ମସାର
Couplet 47
ଶର ବରଷଇ ଗହଳଯେହ୍ନେ ଗଗନୁ ବୃଷ୍ଟିଜଳ
Couplet 48
ଦ୍ରୁମ ପାଷାଣ ବଜ୍ର ବାରିସର୍ପ ଖର୍ପର ଆଦିକରି
Couplet 49
ପ୍ରଚଣ୍ତେ ବହେ ଚକ୍ରବାତଧୂଳିରେ ଦଶଦିଗ ଗ୍ରସ୍ତ
Couplet 50
ଏମନ୍ତେ ମାୟାରଥେ ବୀରକୃଷ୍ଣନଗର କଲା ଚୁର
Couplet 51
ଅସୁର ତେଜେ ଯଦୁପୁରୀତକ୍ଷଣେ ହେଲା ହତଶିରୀ
Couplet 52
ପୂର୍ବେ ଅନ୍ଧକ ଯୁଦ୍ଧକାଳେଯେହ୍ନେ ଅଦ୍ଭୂତ ମହୀତଳେ
Couplet 53
ଘୋରଗହନ ଅନ୍ଧକାରତା ଦେଖି ରୁକ୍ମିଣୀକୁମର
Couplet 54
ବିମାନେ ବସି ମହାବଳୀଡାକଇ ବେନିଭୁଜ ତୋଳି
Couplet 55
ଭୟ ନ କର ତୁମ୍ଭେ କେହିଏ ମାୟା ସଂହାରିବି ମୁହିଁ
Couplet 56
ଏମନ୍ତ କହି ରାଜପଥେବେଗେ ଧାଇଁଲେ ଏକା ରଥେ
Couplet 57
ଦେଖି ତାହାର ବୀରପଣଋଣେ ମିଳିଲେ ଯଦୁଗଣ
Couplet 58
ସାତ୍ୟକି ଚାରୁଦେଷ୍ଣ ଶାମ୍ବଅକ୍ରୁର ଯଦୁଙ୍କ ଉତ୍ତମ
Couplet 59
ଭୋଜ ଅନ୍ଧକ ବୀରଚନ୍ଦ୍ରମିଳିଲେ ସର୍ବ ଯଦୁବୃନ୍ଦ
Couplet 60
ଅଜେୟ ହାର୍ଦ୍ଧିକ୍ୟନନ୍ଦନଶୁକ ସାରଣ ଭାନୁମାନ
Couplet 61
ଗଦ ସଙ୍କରଷଣ ଆଦିଯାଦବ ମଧ୍ୟେ ଯେ ପ୍ରସିଦ୍ଧି
Couplet 62
ଏ ଆଦି ଯେତେ ଧନୁର୍ଦ୍ଧରଦୁର୍ଜୟ କୃଷ୍ଣର କୁମର
Couplet 63
ରଥେ ବିଜ ପନ୍ତି ପନ୍ତିଘୋଟକ କୁଞ୍ଜର ପଦାତି
Couplet 64
ଶାଳ୍ୱ ସହିତେ ଯଦୁବଳଶୁଭେଇ ମୁଖରାବ ଗୋଳ
Couplet 65
କୋପେ କରନ୍ତି ଗୁଣଘୋଷଶବଦେ କମ୍ପେ ଦଶଦିଶ
Couplet 66
ଉଭାରି କରନ୍ତି ସମରଘୋର ଗହନ ଅନ୍ଧକାର
Couplet 67
ଅମୃତ ଅର୍ଥେ ଭୁଜବଳେଦେବ ଅସୁର ପୂର୍ବକାଳେ
Couplet 68
ତେମନ୍ତ ହୋଇଲାକ ଋଣଅଦ୍ଭୂତ ରୋମହରଷଣ
Couplet 69
ଶାଲ୍ୱର ମାୟାଗତି ଯେତେନାନାପ୍ରପଞ୍ଚ ଅପ୍ରମିତେ
Couplet 70
ପ୍ରକାଶି ଥିଲା ଶୂନ୍ୟମଧ୍ୟେଶାଳ୍ୱ ଯାଦବ ଘୋରଯୁଦ୍ଧେ
Couplet 71
ରୁକ୍ମିଣୀସୁତ ଦେଖି ତାହାଶସ୍ତ୍ରେ ଛେଦିଲା ତାର ମାୟା
Couplet 72
ରଜନୀଅନ୍ତେ ରବିତ୍ରାସଯେହ୍ନେ ଅନ୍ଧାର କରେ ନାଶ
Couplet 73
ସୁବର୍ଣ୍ଣପୁଚ୍ଛ ଲୌହମୁଖବିଚିତ୍ର ସୁରଙ୍ଗ ସୁରେଖ
Couplet 74
ଗୁଣେ ବସାଇ ମହାରୋଷେବାଣ ବିନ୍ଧିଲା ପଞ୍ଚବିଂଶେ
Couplet 75
ଶାଳ୍ୱର ସେନାପତି ଅଙ୍ଗେଅଶ୍ୱ ବିମାନ ଧ୍ୱଜ ସଙ୍ଗେ
Couplet 76
ତକ୍ଷଣେ କରି ହତପ୍ରାଣପୁଣ ବିନ୍ଧିଲା ଗରୁଟାଣ
Couplet 77
ଶାଲ୍ୟ ଉପରେ କୃଷ୍ଣବଳାଶତେ ନାରାଚ ବରଷିଲା
Couplet 78
ଅପରେ ସଇନି ଯେତେକେତାହାଙ୍କୁ ପେଷେ ଏକ ଏକ
Couplet 79
ରଥୀ ସାରଥୀଙ୍କ ଉପରେଦଶ ନାରାଚ କୋପଭରେ
Couplet 80
ଅଶ୍ୱକୁ ବିନ୍ଧି ତିନିଶରଶବଦ କଲା ମହାଘୋର
Couplet 81
ରୁକ୍ମିଣୀସୁତ କର୍ମ ଦେଖିସକଳେ ସଂଗ୍ରାମ ଉପେକ୍ଷି
Couplet 82
ପର ଅପର ବୀରଶ୍ରେଣୀକରନ୍ତି ସାଧୁ ସାଧୁ ବାଣୀ
Couplet 83
ମୟନିର୍ମିତ ମାୟାରଥତାର ମହିମା ଅପ୍ରମିତ
Couplet 84
ନିଜ ସୈନ୍ୟଙ୍କୁ ଦିଶେ ଏକରିପୁଙ୍କୁ ଦିଶଇ ଅନେକ
Couplet 85
ଭିତରେ ଦିଶେ ଅନ୍ଧକାରଦେବମାନବେ ଅଗୋଚର
Couplet 86
ସମ୍ମୁଖେ ଦିଶେ ମହୀତଳେଚାହିଁଲେ ଉଡେ ଅନ୍ତରାଳେ
Couplet 87
ପର୍ବତଶିଖେ କ୍ଷଣେ ଥାଇକ୍ଷଣକେ ସମୁଦ୍ରେ ବୁଡଇ
Couplet 88
ପୁଣି ଗଗନ ଅତିକ୍ରମେଅଲାତଚକ୍ର ପ୍ରାୟେ ଭ୍ରମେ
Couplet 89
ଏମନ୍ତେ ଦେଖି ତା ବିମାନକ୍ଷଣକେ କୃଷ୍ଣର ନନ୍ଦନ
Couplet 90
ଉତ୍ତାରି କୋଦଣ୍ତ ବିହନକୋପେ ବିନ୍ଧିଲା ତୀକ୍ଷଣବାଣ
Couplet 91
ଧାବନ୍ତେ ଶୁଭେ ମୁଖରାବକ୍ଷଣେ ନ ରହେ ଏକ ଠାବ
Couplet 92
ପବନ ଯୋଗେ ଯେହ୍ନେ ମେଘଧାମନ୍ତି ଅତି ଉଦବେଗ
Couplet 93
ଯହିଁ ଦେଖନ୍ତି ତାର ରଥକୃଷ୍ଣକୁମରେ ଯୁଥ ଯୁଥ
Couplet 94
ଧନୁ ଆମଞ୍ଚି ପୁଣ ପୁଣକରନ୍ତି ଶର ବରଷଣ
Couplet 95
ଅଗ୍ନି ଆଦିତ୍ୟ ପ୍ରାୟ ଦିଶିପଡନ୍ତି ରିପୁବଳେ ଗ୍ରାସି
Couplet 96
ବାଣଶବଦ ବଜ୍ରପ୍ରାୟେଭେଦିଲା ଅସୁରଙ୍କ କାୟେ
Couplet 97
ରୁଧିର ବୃଷ୍ଟି ରଣମଧ୍ୟେଯେସନେ ଦେବାସୁର ଯୁଦ୍ଧେ
Couplet 98
ଯଦୁବୀରଙ୍କ ବାଣଘାୟେରଥେ ପଡିଲା ଶାଲ୍ୱ ମୋହେ
Couplet 99
ମାୟାବିମାନ ଶୂନ୍ୟପଥେକୃଷ୍ଣକୁମରେ ଭୂମିଗତେ
Couplet 100
ଉଭୟବଳୁଁ ଶରବୃଷ୍ଟିରୁଧିର ଗଳେ ତନୁ ଫୁଟି
Couplet 101
କ୍ଷତ୍ରିୟଧର୍ମ ମହାଘୋରକେହି ନ ଛାଡନ୍ତି ସମର
Couplet 102
ଉଭୟଲୋକେ ଜୟ ଇଚ୍ଛାସାୟକଗୁଣେ ବାଣ ଦୀକ୍ଷା
Couplet 103
ଦ୍ୟୁମନ ନାମେ ମହାବଳୀରୁକ୍ମିଣୀସୁତ ପାଶେ ମିଳି
Couplet 104
ପୂର୍ବେ ପ୍ରଦ୍ୟୁମ୍ନ ବାଣଘାତେପଡି ଯେ ଥିଲା ମୋହଗତେ
Couplet 105
ଶାଳ୍ୱର ମନ୍ତ୍ରୀ ସେ ଯୁକତେବିଷମ ଲୌହଗଦା ହସ୍ତେ
Couplet 106
ଚନ୍ଦ୍ରସମୀପେ ଯେହ୍ନେ ରାହୁହୁଙ୍କାରେ ତୋଳି ବେନିବାହୁ
Couplet 107
ରୁକ୍ମିଣୀସୁତ ବକ୍ଷସ୍ଥଳେପ୍ରହାର କଲା ଭୁଜବଳେ
Couplet 108
ଗର୍ଜଇ କରି ମହାରୋଷଶବଦେ କମ୍ପେ ଦଶଦିଶ
Couplet 109
ଗଦାପ୍ରହାରେ କୃଷ୍ଣବାଳାବିମାନେ ପଡି ମୋହଗଲା
Couplet 110
ଦେଖି ତାହାର ମୋହଗତତକ୍ଷଣେ ଦାରୁକର ସୁତ
Couplet 111
ସଂଗ୍ରାମ ଛାଡି ରଥ ବାହିଯୁଦ୍ଧର ଧର୍ମ ସେ ଜାଣଇ
Couplet 112
ସଂଗ୍ରାମ ହୁଡି ପଳାଇଲାକେତେକ ଦୂରେ ବିଶ୍ରାମିଲା
Couplet 113
ପ୍ରଦ୍ୟୁମ୍ନ ପଡିଥିଲା ମୋହେଶୀତପବନ ଲାଗି ଦେହେ
Couplet 114
ତକ୍ଷଣେ ପାଇଲା ଜୀବନଚାହିଁଲା ସାରଥୀ ବଦନ
Couplet 115
ବୋଲଇ କୋପଭର ହୋଇଏମନ୍ତ ଦେଖିଲା ତ ନାହିଁ
Couplet 116
ଅସାଧୁକର୍ମା କିମ୍ପା କଲୁସଂଗ୍ରାମ ଛାଡି ପଳାଇଲୁ
Couplet 117
ଯାଦବକୁଳେ ହୋଇ ଜାତସଂଗ୍ରାମେ ନପୁଂସକ ହୋଇ
Couplet 118
ଚୁ ଦୁରାଚାର ମତିଭ୍ରମନ ଜାଣି କଲୁ ଏଡେ କର୍ମ
Couplet 119
ତୋର ସାରଥିପଣେ ମୁହିଁସଂଗ୍ରାମେ ନପୁଂସକ ହୋଇ
Couplet 120
ସଂଗ୍ରାମେ ପଳାଉ ନିରେଖତୋର ଜୀବନ ହେଉ ଧିକ
Couplet 121
କେମନ୍ତେ କୃଷ୍ଣପାଶେ ଯାଇବଦନ ଦେଖାଇବି ମୁହିଁ
Couplet 122
ରାମର ବଦନ କେମନ୍ତେଚାହିଁବି ସଂଗ୍ରାମ ନିସତେ
Couplet 123
କିବା କହିବି କୃଷ୍ଣପାଶେପଳାଇ ଜୀବନର ଆଶେ
Couplet 124
ସଂଗ୍ରାମେ ମୋର ବୀରପଣଶୁଣି ହସିବେ ଶତ୍ରୁଗଣ
Couplet 125
ପୁରେ ହସିବେ ବଧୁଜନେବସନ ଆଚ୍ଛାଦି ବଦନେ
Couplet 126
ତୁ ଧିକ ମୋହର ସାରଥୀଭଜିଲୁ ନପୁସକ ଗତି
Couplet 127
କିମ୍ପା ଛାଡିଲୁ ରଣଭୂଇଁଅର୍ଦ୍ଧଯୋଜନେ ରଥବାହି
Couplet 128
କହ ନ କର ମନେ ଭ୍ରାନ୍ତିତା ଶୁଣି ବୋଲଇ ସାରଥୀ
Couplet 129
ଶୁଣ ହୋ କୃଷ୍ଣର କୁମରସଂଗ୍ରାମ ଧର୍ମ ଏ ମୋହର
Couplet 130
ରଥୀର ମୋହ ଯେବେ ଦେଖିସାରଥୀ ସଂଗ୍ରାମ ଉପେକ୍ଷି
Couplet 131
କେତେହେଁ ଦୂରେ ରଥ ଧରିରଥୀ ଜୀବନ ସ୍ଥିର କରି
Couplet 132
ପୁଣ ସମରେ ବାହେ ରଥଏ ଧର୍ମ ସାରଥୀଙ୍କ ମତ
Couplet 133
ଏହା ଯେ ନ ଜାଣି ରହନ୍ତିରଥୀ ସାରଥୀ ନାଶଯାନ୍ତି
Couplet 134
ସ୍ୱର୍ଗେ ବସଇ ରଥୀ ଏକେସାରଥୀ ପଡଇ ନରକେ
Couplet 135
ଏଣୁ ମୁଁ କଲି ନିଜ ଧର୍ମଯେଣୁ ତୁ ଗଦାଘାତେ ଭ୍ରମ
Couplet 136
କହଇ ବିପ୍ର ଜଗନ୍ନାଥସାରଥୀ ବାକ୍ୟେ କୃଷ୍ଣସୁତ
Couplet 137
ବୋଲଇ ବାହ ବେଗେ ରଥଆଜ ନାଶିବି ରିପୁଯୁଥ