Skip to content
paribhaasha

Skandha 10

Adhyaya 80

  1. Couplet 1

    ବୋଲନ୍ତି ରାଜା ପରୀକ୍ଷିତଶୁକଚରଣେ ଦେଇ ହସ୍ତ

  2. Couplet 2

    ଭୋ ମୁନି କୃଷ୍ଣର ଚରିତଶୁଣି ହୋଇଲି କୃତକୃତ୍ୟ

  3. Couplet 3

    ଏ ମହାଯଜ୍ଞେ ଯେତେ ଥିଲେକୃଷ୍ଣ ମହିମା ସେ ଦେଖିଲେ

  4. Couplet 4

    ଆନନ୍ଦେ ଗଲେ ନିଜପୁରପ୍ରଶଂସି ଧର୍ମର କୁମର

  5. Couplet 5

    ଅନ୍ଧନନ୍ଦନ ଦୁର୍ଯ୍ୟୋଧନସେ କିମ୍ପା ହେଲା ଦୁଃଖମନ

  6. Couplet 6

    ଏଣେ ସଂଶୟ ମୋର ଚିତ୍ତଭୋ ମୁନି କହିବା ତଦନ୍ତ

  7. Couplet 7

    ଏମନ୍ତେ ରାଜାବାଣୀ ଶୁଣିଶୁକ କହନ୍ତି ମନେ ଗୁଣି

  8. Couplet 8

    ବୋଲନ୍ତି ଶୁକ କୁରୁବୀରତୋ ପିତାମହ ଯୁଧିଷ୍ଠିର

  9. Couplet 9

    ବନ୍ଧୁବାନ୍ଧବ ତା ଭୁବନେଯଜ୍ଞସଭାର ପ୍ରୟୋଜନେ

  10. Couplet 10

    ଯେ ଯାହାମତେ କାର୍ଯ୍ୟକଲେଧର୍ମନନ୍ଦନ କୃଷ୍ଣ ବୋଲେ

  11. Couplet 11

    ଯାଗର ପାକଶାଳେ ଭୀମଧନେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ

  12. Couplet 12

    ସଭାଜନଙ୍କ ପୂଜାଭାବଅର୍ଥ ସାଧନେ ସହଦେବ

  13. Couplet 13

    ନକୁଳ ଦ୍ରବ୍ୟ ସମ୍ପାଦନେଦେବକୀନନ୍ଦନ ବଚନେ

  14. Couplet 14

    ଗନ୍ଧଚନ୍ଦନ ପୁଷ୍ପଦାନେଅର୍ଜୁନ ଥିଲା ସାବଧାନେ

  15. Couplet 15

    ବିପ୍ରଚରଣ ସମାର୍ଜନକରନ୍ତି ନନ୍ଦରନନ୍ଦନ

  16. Couplet 16

    ଦୃପଦରାଜାର ନନ୍ଦିନୀସେ ଯଜ୍ଞେ ଅନ୍ନ-ପଋଷୁଣୀ

  17. Couplet 17

    ଦାନେ ଅଧୀପ ବୀରକର୍ଣ୍ଣଧନେ ତୋଷିଲା ବିପ୍ରମନ

  18. Couplet 18

    ବିକର୍ଣ୍ଣ ବୀର ଯୁଯୁଧାନବିଦୁର ହାର୍ଦ୍ଧିକ୍ୟନନ୍ଦନ

  19. Couplet 19

    ଭୃଶୁବା ବାହ୍ଲୀକନନ୍ଦନଏ ଆଦି ବୀର ସନ୍ତର୍ଦ୍ଧନ

  20. Couplet 20

    ଧର୍ମନନ୍ଦନ ଅନୁବାଦେଯଜ୍ଞର ନାନାକର୍ମ ସାଧ୍ୟେ

  21. Couplet 21

    ପଣ୍ତୁକୁମର ପ୍ରିୟମତେଥିଲେ ସନ୍ତୋଷଭାବ ଚିତ୍ତେ

  22. Couplet 22

    ଯାଜ୍ଞିକ ଆଦି ସଭାସଦସୁମ୍ରି ବାନ୍ଧବ ସୁହୃଦ

  23. Couplet 23

    ଇଷ୍ଟକୁଟୁମ୍ବ ଆଦି ଯେତେଦକ୍ଷିଣା ପୂଜା ଯେଝାମତେ

  24. Couplet 24

    ରାଜୁସିଯଜ୍ଞସଭା ମଧ୍ୟେମଧୁସୁଦନ ପଦ୍ମପାଦେ

  25. Couplet 25

    ଶିଶୁପାଳର ପଞ୍ଚପ୍ରାଣନିଶ୍ଚିନ୍ତେ ପଶିଲା ଶରଣ

  26. Couplet 26

    ଏମନ୍ତେ ମହାଯଜ୍ଞ ସାରିଧର୍ମନନ୍ଦନ ଦଣ୍ତଧାରୀ

  27. Couplet 27

    ଉତ୍ସବ ବାଦ୍ୟନାଦ ମେଳେଯଜ୍ଞସ୍ନାହାନ ଗଙ୍ଗାଜଳେ

  28. Couplet 28

    ମିଳିଲେ ମଙ୍ଗଳ ସମ୍ପଦେଶଙ୍ଖଶବଦ ବେଦନାଦେ

  29. Couplet 29

    ଦେବ ଗନ୍ଧର୍ବ ପିତୃଗଣକରନ୍ତି ପୁଷ୍ପ ବରଷଣ

  30. Couplet 30

    ଯହିଁ ବିଜୟ ନରନାରୀନାନାଭୂଷଣ ଅଙ୍ଗେ ଭରି

  31. Couplet 31

    ଗନ୍ଧଚନ୍ଦନ ଗଙ୍ଗାଜଳେଦେହେ ସିଞ୍ଚନ୍ତି ଭୁଜବଳେ

  32. Couplet 32

    କ୍ରୀଡନ୍ତି ନାନାରସଭାବେସୁପୁଣ୍ୟବାଦେ ଜନସର୍ବେ

  33. Couplet 33

    ତଇଳ ଘୃତ ଗନ୍ଧୋଦକହରିଦ୍ରା କୁଙ୍କୁମ ଶଶାଙ୍କ

  34. Couplet 34

    ପୁରୁଷେ ନାରୀଙ୍କର ମୁଖେଲେପି ସିଞ୍ଚନ୍ତି ମନସୁଖେ

  35. Couplet 35

    ରାଜକାମିନୀ ନାନାରଥେବିଜୟ କଲେ ରାଜପଥେ

  36. Couplet 36

    ପାଶେ ଆବୃତ ଶୂରବରେବେଗେ ମିଳିଲେ ଗଙ୍ଗାତୀରେ

  37. Couplet 37

    ଦେବକାମିନୀ ପ୍ରାୟ ମିଳିକରନ୍ତି ଗଙ୍ଗାଜଳେ କେଳି

  38. Couplet 38

    କୃଷ୍ଣକାମିନୀ ପରିହାସେସିଞ୍ଚନ୍ତି ନୀର ମୁଖ କେଶେ

  39. Couplet 39

    ସଲ୍ଲଜେ ହରଷେ ହସନ୍ତିଯେହ୍ନେ ଗଗନେ ତାରାପନ୍ତି

  40. Couplet 40

    ଭୀମ ଅର୍ଜୁନ ଆଦି ଯେତେସର୍ବକାମିନୀ ମଧ୍ୟଗତେ

  41. Couplet 41

    ଜଳ ସିଞ୍ଚନ୍ତି ବେନିହସ୍ତେଝୀନବସନ ଉର ଗାତ୍ରେ

  42. Couplet 42

    ପ୍ରକାଶେ ଜାନୁ କଟୀ ସ୍ତନଓଦାବସନେ କି ସୁବର୍ଣ୍ଣ

  43. Couplet 43

    ଦେଖି କାମିନୀ ଦୁଷ୍ଟଜନେଅନଙ୍ଗବାଣେ ମନଛନ୍ନେ

  44. Couplet 44

    ବଦନେ ମନ୍ଦହାସ ଦେଖିମୋହେ ବୁଜିଲେ ବେନି ଆଖି

  45. Couplet 45

    ଏମନ୍ତେ ଅବଭୃଥ ସ୍ନାନଆନନ୍ଦେ କରି ସର୍ବଜନ

  46. Couplet 46

    କୂଳେ ବିଜୟ ମହାରାଜଉଦୟରବି ଜିଣି ତେଜ

  47. Couplet 47

    ନାନା ଭୂଷଣେ ଅଳଙ୍କୃତରଥେ ଆରୋହି ଧର୍ମସୂତ

  48. Couplet 48

    ପାଶେ ଆବୃତ ନାରୀଜନେକ୍ରିୟା କଳାପେ ଯଜ୍ଞ ଯେହ୍ନେ

  49. Couplet 49

    ଦ୍ରୌପଦୀ ଘେନି ରାଜା କୋଳେସ୍ନାହାନ କରି ଗଙ୍ଗାଜଳେ

  50. Couplet 50

    ବାଜଇ ବୀରତୁର ଭେରୀଗଙ୍ଗାରେ ଅଭିଷେକ କରି

  51. Couplet 51

    ଦୁନ୍ଦୁଭି ଶୁଭଇ ଆକାଶେସୁଗନ୍ଧ କୁସୁମ ବରଷେ

  52. Couplet 52

    ବ୍ରାହ୍ମଣ ଆଦି ଚାରିବର୍ଣ୍ଣଅଗ୍ରତେ ଚତୁର୍ଥ ଆଶ୍ରମ

  53. Couplet 53

    ରାଜାର ଅବଭୃଥ କାଳେସ୍ନାହାନ କରି ଗଙ୍ଗାଜଳେ

  54. Couplet 54

    ନିର୍ମଳ କଲେ ଦେହ ମନଯେ ଜଳେ କଳୁଷହଦନ

  55. Couplet 55

    ବିଶେଷେ ଚାହିଁ କୃଷ୍ଣମୁଖଛାଡିଲେ ଭବବନ୍ଧ ଦୁଃଖ

  56. Couplet 56

    ଉତ୍ତମ ବସ୍ତ୍ର ଆଦି ଧନଅଣାଇ ପଣ୍ତୁର ନନ୍ଦନ

  57. Couplet 57

    ଯଜ୍ଞେ ବରଣ ବ୍ରହ୍ମା ଆଦିଯେ ଅବା ଥିଲେ ମନ୍ତ୍ରବାଦୀ

  58. Couplet 58

    ଜ୍ଞାତି ବାନ୍ଧବ ନୃପଗଣେମିତ୍ର ସୁହୃଦ ଯେବା ଅନ୍ୟେ

  59. Couplet 59

    କୃଷ୍ଣବଚନେ ପୂଜା କରିମନ ତୋଷିଲେ ଦଣ୍ତଧାରୀ

  60. Couplet 60

    ମଣି କୁଣ୍ତଳ ପାଗ ଶିରେନାନାଭୂଷଣ ରତ୍ନହାରେ

  61. Couplet 61

    ନାରୀପୁରୁଷେ ବିରାଜନ୍ତଯେହ୍ନେ ଗଗନେ ତାରାପନ୍ତି

  62. Couplet 62

    କୃଷ୍ଣ ପାଣ୍ତବ ଅନୁଯାନେଗଲେ ସେ ଯେ ଯାହା ଭୁବନେ

  63. Couplet 63

    ଯେ ରାଜା ଗୋବିନ୍ଦର ଦାସସେ ମହାଯଜ୍ଞେ ତାର ଯଶ

  64. Couplet 64

    ଆନନ୍ଦେ ମୁଖେ ମୁଖ ଚାହିଁପଥେ ଚଳନ୍ତି ଗୀତ ଗାଇ

  65. Couplet 65

    ପୁଣି ସନ୍ତୋଷ ନୋହେ ମନମନୁଷ୍ୟେ ଯେହ୍ନେ ସୁଧାପାନ

  66. Couplet 66

    ରତ୍ୱିକ ଆଦି ମନ୍ତ୍ରବାଦୀଅନେକ ରାଜଋଷି ଆଦି

  67. Couplet 67

    ଧର୍ମନନ୍ଦନ ବନ୍ଧୁଗଣେପ୍ରିୟବଚନେ ଜଣେ ଜଣେ

  68. Couplet 68

    ଦେବକୀନନ୍ଦନ ସଙ୍ଗତେଭାବେ ରହିଲେ ଦିନାକେତେ

  69. Couplet 69

    ତକ୍ଷଣେ ପ୍ରଭୁ ଭଗବାନପାଶେ ବସାଇ ଉଗ୍ରସେନ

  70. Couplet 70

    ପ୍ରଦ୍ୟୁମ୍ନ ଆଦି ଯେତେ ସୁତକୁଟୁମ୍ବ ସୁହୃଦ ସହିତ

  71. Couplet 71

    ମେଲାଣି ଦେଇ ନିଜପୁରେକୃଷ୍ଣ ରହିଲେ ରାଜାଘରେ

  72. Couplet 72

    ଏମନ୍ତେ ପଣ୍ତୁର ନନ୍ଦନଦୁସ୍ତର-ମନୋରଥ-ପୂର୍ଣ୍ଣ

  73. Couplet 73

    କୃଷ୍ଣଚରଣ ଭେଳା କଲେଯଜ୍ଞ ଜଳଧି ନିସ୍ତରିଲେ

  74. Couplet 74

    ଏମନ୍ତେ ଶୁଣ ହେ ରାଜନଦିନେକ ରାଜା ଦୁର୍ଯ୍ୟୋଧନ

  75. Couplet 75

    ଧର୍ମନନ୍ଦନ ଅନ୍ତଃପୁରେପଶିଲା ବାନ୍ଧବ ବେଭାରେ

  76. Couplet 76

    ଦେଖି ସମ୍ପଦ ଅଗୋଚରଉପନା ନାହିଁ ତିନିପୁର

  77. Couplet 77

    ଯଜ୍ଞେ ଗୋବିନ୍ଦର ମହିମାକେ କହିପାରେ ଗୁଣସୀମା

  78. Couplet 78

    ଯାହାର ଧ୍ୟାନ କୃଷ୍ଣପାଦେକେଅନ୍ତ କରୁ ତା ସମ୍ପଦେ

  79. Couplet 79

    ନର ଅସୁର ସୁର ଶିରୀଯାର ଭୁବନେ ଅଛି ପୁରି

  80. Couplet 80

    ବ୍ରହ୍ମା ସଞ୍ଚିତ ଭୋଗ ଯେତେନାନାପ୍ରକାରେ ଅପ୍ରମିତେ

  81. Couplet 81

    ଦ୍ରୁପଦ ରାଜାର ନନ୍ଦୀନୀସର୍ବସମ୍ପଦ ସଙ୍ଗେ ଘେନି

  82. Couplet 82

    ସେବଇ ଯୁଧିଷ୍ଠିର ପାଦେକୃଷ୍ଣପ୍ରସନ୍ନେ ଅପ୍ରମାଦେ

  83. Couplet 83

    ତା ଦେଖି ଅନ୍ଧରନନ୍ଦନଅନ୍ତରେ ଦହଇ ଜୀବନ

  84. Couplet 84

    ଯହିଁ ଗୋବିନ୍ଦ ନାରୀଗଣେବଳୟ ନୁପୂର କଙ୍କଣେ

  85. Couplet 85

    ଚାଲନ୍ତେ ନୂପୁର ବାଜେଣୀକଟୀରେ ରତ୍ନ ଓଡ଼ିଆଣୀ

  86. Couplet 86

    କୁଚ-କୁଙ୍କୁମେ ଶୋଣହାରକର୍ଣ୍ଣେ କୁଣ୍ତଳ ରତ୍ନସାର

  87. Couplet 87

    ଏମନ୍ତ ଦେଖି ତା ଭୁବନଅନ୍ଧନନ୍ଦନ ଦୁର୍ଯ୍ୟୋଧନ

  88. Couplet 88

    ବାହୁଡି ହରଷ ବିଷାଦେପୁଣି ମିଳିଲା ସଭାମଧ୍ୟେ

  89. Couplet 89

    ମୟନିର୍ମିତ ମାୟାସଭାକି ଅବା ପଟାନ୍ତର ଦେବା

  90. Couplet 90

    ଯହିଁ ବିଜୟ ଦାମୋଦରସ୍ୱଭାବେ କାଳଚକ୍ରଧର

  91. Couplet 91

    ଚକ୍ଷୁ ଚଳନ୍ତେ ବିଶ୍ୱଚଳେତାହାର ଜନ୍ମ ମହୀତଳେ

  92. Couplet 92

    ଭାବ ଅଭାବ ମତ ବେନିକହନ୍ତି ହସ୍ତେ ବେତ୍ର ଘେନି

  93. Couplet 93

    ସେ ସଭାମଧ୍ୟେ ଧର୍ମସୂତସଙ୍ଗେ ଅଛନ୍ତି ଚାରିଭ୍ରାତ

  94. Couplet 94

    କାଞ୍ଚନ ଆସନେ ବିଜୟେଦିଶେ ଆକାଶେ ଇନ୍ଦ୍ର ପ୍ରାୟେ

  95. Couplet 95

    ବ୍ରହ୍ମାଙ୍କ ସଭା ପ୍ରାୟ ଦିଶିସୂତ-ମାଗଧେ ପରଶଂସି

  96. Couplet 96

    ଏମନ୍ତେ ମିଳି ଅନ୍ଧସୁତସଙ୍ଗେ ଅଛନ୍ତି ଶତେ ଭ୍ରାତ

  97. Couplet 97

    ରତ୍ନମୁକୁଟ ଅଛି ଶିରେହସ୍ତନିବେଶି ମନ୍ତ୍ରୀ କରେ

  98. Couplet 98

    ରୋଷେ କମ୍ପଇ ତା ଶରୀରଏମନ୍ତେ ଶୁଣ ନୃପବର

  99. Couplet 99

    ମୟନିର୍ମିତ ମାୟାସଭାଯହିଁ ଭ୍ରମନ୍ତି ଶୂର ଦେବା

  100. Couplet 100

    କୃଷ୍ଣ ମହିମା ଅନ୍ତରାଳକ୍ଷଣକେ ଦିଶେ ଜଳସ୍ଥଳ

  101. Couplet 101

    ସ୍ଥଳକୁ ଜଳ ପ୍ରାୟ ମଣିବସ୍ତ୍ର ତୋଳିଲା କରେ ଆଣି

  102. Couplet 102

    ଜଳକୁ ସ୍ଥଳ ପ୍ରାୟ ବୁଝିକୋପେ ପଶିଲା ଚକ୍ଷୁବୁଜି

  103. Couplet 103

    ଜଳେ ହୋଇଲା ସ୍ଥଳ ଭ୍ରାନ୍ତିମୟ-ମାୟାରେ ମୋହଗତି

  104. Couplet 104

    ଜଳେ ପଡନ୍ତି କୁରୁପତିତା ଦେଖି ହସିଲା ମାରୁତି

  105. Couplet 105

    ଦ୍ରୌପଦୀ ଆଦି ଯେତେ ନାରୀସର୍ବେ ହସିଲେ ହାସ୍ୟ କରି

  106. Couplet 106

    ଯେତେ ନୃପତି ଥିଲେ ବସିମୁଖେ ବସନ ଦେଇ ହସି

  107. Couplet 107

    ଚକ୍ଷୁ ଚାଳିଣ ଚକ୍ରଧରଠାରିଲେ ସର୍ବେ ହାସ୍ୟ କର

  108. Couplet 108

    ଏମନ୍ତେ ସର୍ବ ସଭାଜନେହସିଲେ ବିକୃତ ବଦନେ

  109. Couplet 109

    ଦେହ ସମ୍ଭାଳି କୁରୁନାଥଉଠିଲା ଧରି ଭ୍ରାତହସ୍ତ

  110. Couplet 110

    ଅଧୋବଦନେ କୋପକରିଦୁଃଶାସନର କର ଧରି

  111. Couplet 111

    ଜନେ କରନ୍ତି ହାହାକାରହସ୍ତିନା ଗଲା ନୃପବର

  112. Couplet 112

    ତା ଦେଖି ଧର୍ମର ନନ୍ଦନସମ୍ଭ୍ରମେ କଲେ ଦୁଃଖମନ

  113. Couplet 113

    ପଣ୍ତୁନନ୍ଦନ ଭାବ ଘେନିଗୋବିନ୍ଦ ଜାଣି ହେଲେ ତୁନି

  114. Couplet 114

    ଅଶେଷ ଅବନୀର ଭାରଯେ ହରି କରିବେ ସଂହାର

  115. Couplet 115

    ଯାହାର ମାୟାରେ ମୋହିତହୋଇଛି ଅଶେଷ ଜଗତ

  116. Couplet 116

    ବ୍ରହ୍ମାଶଙ୍କରେ ଅଗୋଚରଏ ପୁଣି ମନୁଷ୍ୟ ମାତର

  117. Couplet 117

    ଶୁଣ ପରୀକ୍ଷ ଶୁଦ୍ଧଚିତ୍ତେତୁ ଯାହା ପଚାରିଲୁ ମୋତେ

  118. Couplet 118

    ରାଜସୂୟଯଜ୍ଞେ ବରଣଦୁର୍ଯ୍ୟୋଧନର ଦୁଷ୍ଟପଣ

  119. Couplet 119

    ବୋଲଇ ଦାସ ଜଗନ୍ନାଥକୃଷ୍ଣରଚିତ ଭାଗବନ

  120. Couplet 120

    ରାଜୁସିଯଜ୍ଞ କଥା ଶୁଣିସଂସାରୁ ତର ସର୍ବପ୍ରାଣୀ

  121. Couplet 121

    ଗୋବିନ୍ଦ ପାଦେ କର ଭାବଯେବେ ଏ ସଂସାରୁ ତରିବ

  122. Couplet 122

    ଜଗତହିତେ କୃଷ୍ଣବାଣୀଗୀତେ ମୁଁ ବଖାଣିଲି ଆଣି

  123. Couplet 123

    ଏଣେ ନିଶ୍ଚଳ କର ଚିତ୍ତମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ

Odia Bhagabata skandha 10 adhyaya 80 | Parbani by ParibhaAsha App