Skip to content
paribhaasha

Skandha 10

Adhyaya 79

  1. Couplet 1

    ଏବେ ହୋ ଶୁଣ ନୃପମଣିଜରାସନ୍ଧର ବଧ ଶୁଣି

  2. Couplet 2

    କୃଷ୍ଣମହିମା ଅନୁଭବଆତ୍ମାକଳ୍ପିତ କାର୍ଯ୍ୟ ଲାଭ

  3. Couplet 3

    ଯୁଧିଷ୍ଠି ବୋଲେ ପ୍ରିୟମନେକୋମଳ ଗଭୀର ବଚନେ

  4. Couplet 4

    ବ୍ରହ୍ମା ଶଙ୍କର ଆଦି ଯେତେଦେବେ ଅଛନ୍ତି ଏ ଜଗତେ

  5. Couplet 5

    ତୋର ଦୁର୍ଲ୍ଲଭ ଆଜ୍ଞା ପାଇଶିରେ ବହନ୍ତି ତୋଷ ହୋଇ

  6. Couplet 6

    ଏମନ୍ତ ପ୍ରଭୁ ମହାବାହୁତୁ ଯେ ମୋହର ଆଜ୍ଞା ବହୁ

  7. Couplet 7

    ଏ ବଡ ବିଡମ୍ବନ କର୍ମତୁ ଆଦି ନିରଞ୍ଜନ ଧର୍ମ

  8. Couplet 8

    ଏକ ଅଦ୍ୱିତୀୟ ଅନନ୍ତପରମଆତ୍ମା ତୁ ଅଚ୍ୟୁତ

  9. Couplet 9

    ତୁ ସର୍ବଭୂତେ ଦେହ ବହିକର୍ମବନ୍ଧନ ତୋର କାହିଁ

  10. Couplet 10

    ପ୍ରବେଶ ହେଉ ସର୍ବଜନେଆଦିତ୍ୟ ଯେସନେ ଗଗନେ

  11. Couplet 11

    ଗୁଣ ଗ୍ରହଣେ ତୁ ଅଜିତଯେ ପ୍ରାଣୀ ତୋହର ଭକତ

  12. Couplet 12

    ତାହାଙ୍କ ଚିତ୍ତେ ନାହିଁ ଭ୍ରାନ୍ତିମୁହିଁ ମୋହର ନ ବୋଲନ୍ତି

  13. Couplet 13

    ଏ ତୋର ମାୟାର ବିକାରକେ ଜାଣିପାରେ ଦାମୋଦର

  14. Couplet 14

    ବୋଲନ୍ତି ଶୁକ ମହାଯତିଶୁଣ ରାଜନ କୁରୁପତି

  15. Couplet 15

    ଧର୍ମନନ୍ଦନ ଯଜ୍ଞକାଳେକହି ଗୋବିନ୍ଦ ପାଦତଳେ

  16. Couplet 16

    ସଙ୍ଗତେ ଘେନି ନରହରିରତ୍ୱିଜ ଚାରିବେଦୁଁ ବରି

  17. Couplet 17

    ଶ୍ରୀବେଦବ୍ୟାସ ଭରଦ୍ୱାଜସୁମନ୍ତୁ ଗଉତମ ଦ୍ୱିଜ

  18. Couplet 18

    ଅସିତ ବଶିଷ୍ଠ ଚ୍ୟବନକବଷ ମହାତେଜା କଣ୍ୱ

  19. Couplet 19

    ସୁପୁଣ୍ୟ ମଇତ୍ରେୟ ଋଷିଏ ଆଦି ଯେତେ ଭୃଗୁବଂଶୀ

  20. Couplet 20

    ଯେ ବିଶ୍ୱାମିତ୍ର ବାମଦେବସୁମିତି ଜୈମିନି ଅଥର୍ବ

  21. Couplet 21

    କ୍ରତୁ ପଇଳ ପରାଶରଗର୍ଗ ଗଉତମକୁମର

  22. Couplet 22

    ବୈଶମ୍ପାୟନ ମୁନିବରକଶ୍ୟପ ବ୍ରହ୍ମାଙ୍କ କୁମର

  23. Couplet 23

    ଧୌମ୍ୟ ଭାର୍ଗବ ପର୍ଶୁରାମଆସୁରି ବୀତିହୋତ୍ର ନାମ

  24. Couplet 24

    ମଧୁଛନ୍ଦା ଯେ ବୀରସେନଅକୃତବଣ ମୁନିଜନ

  25. Couplet 25

    ଅଣାଇ ନାନା ମୁନିଗଣଆଦରେ ପୁଜି ଭୀଷ୍ମଦ୍ରୋଣ

  26. Couplet 26

    କୃପ ସହିତେ କୁରୁନାଥସଙ୍ଗେ ଘେନାଇ ପୁତ୍ରଶତ

  27. Couplet 27

    ବିଦୁର ଆଦି ବନ୍ଧୁ ଯେତେମିଳିଳେ ଆଖଣ୍ତଳପ୍ରସ୍ଥେ

  28. Couplet 28

    ବ୍ରାହ୍ମଣ ଆଦି ଚାରିବର୍ଣ୍ଣଯଜ୍ଞ ଉତ୍ସବେ ଆଗମନ

  29. Couplet 29

    ଭୂମିରେ ଯେତେ ନୃପଗଣଯଜ୍ଞମଙ୍ଗଳେ ନିମନ୍ତ୍ରଣ

  30. Couplet 30

    ପ୍ରକୃତି ସଙ୍ଗତେ ମିଳିଲେଧର୍ମନନ୍ଦନ ଯଜ୍ଞକାଳେ

  31. Couplet 31

    ଉତ୍ତମ ଶୁଭଲଗ୍ନ ବେଳେବ୍ରାହ୍ମଣେ ସୁବର୍ଣ୍ଣଲଙ୍ଗଳେ

  32. Couplet 32

    କରନ୍ତି ଭୂମି କରଷଣଶୁଭେ ମଙ୍ଗଳେ ଉଚ୍ଚାରଣ

  33. Couplet 33

    ଯଥା ଉଚିତ ବେଦମନ୍ତ୍ରଦୀକ୍ଷିତ କଲେ ଧର୍ମସୂତେ

  34. Couplet 34

    ଶଙ୍ଖେ ଉଦକ କୁଶ କରେବିପ୍ରେ ବରିଲେ ମନ୍ତ୍ରସ୍ୱରେ

  35. Couplet 35

    ସର୍ବ ସୁବର୍ଣ୍ଣ ପରିଚ୍ଛଦକେ କହୁ ଯଜ୍ଞର ସମ୍ପଦ

  36. Couplet 36

    ପୂର୍ବେ ବରୁଣଯଜ୍ଞେ ଯେହ୍ନେଧରଣୀ ପୁରିଲା ସୁବର୍ଣ୍ଣେ

  37. Couplet 37

    ବାସବ ଆଦି ଦିଗପାଳେଭବ ବିରଞ୍ଚି ସିଦ୍ଧମେଳେ

  38. Couplet 38

    ଗନ୍ଧର୍ବ ବିଦ୍ୟାଧର ନାଗଯକ୍ଷ ରାକ୍ଷସ ଯେ ଉରଗ

  39. Couplet 39

    ଖଗ କିନ୍ନର ଯେ ଚାରଣପତ୍ନୀ ସହିତେ ରାଜାଗଣ

  40. Couplet 40

    ଧର୍ମନନ୍ଦନ ଯଜ୍ଞେ ଆସିସମ୍ପଦ ଦେଖି ପରଶଂସି

  41. Couplet 41

    କୃଷ୍ଣଭକତ ଯେତେ ନରକିବା ସମ୍ପଦ ତାଙ୍କୁ ଦୂର

  42. Couplet 42

    ନାନା ସମ୍ପଦ ସୁଖସୀମାଏ ସର୍ବ କୃଷ୍ଣର ମହିମା

  43. Couplet 43

    ରାଜାର ପୁରୋହିତ ଯେତେଶୁଦ୍ଧ ଶରୀରେ ବେଦମତେ

  44. Couplet 44

    ସେ ରାଜସୂୟ ଯଜ୍ଞ ବିଧିକରାଇ ସକଳ ସମୃଦ୍ଧି

  45. Couplet 45

    ବରୁଣଯଜ୍ଞେ ଦେବଗଣେଯେମନ୍ତେ ଥିଲେ ନିମନ୍ତ୍ରଣେ

  46. Couplet 46

    ଯଜ୍ଞ ଆରମ୍ଭ ପୂର୍ବଦିନେଧର୍ମନନ୍ଦନ ଶୁଦ୍ଧମନେ

  47. Couplet 47

    ଯାଜ୍ଞିକ ସଭାସଦ ଆଦିପାଦପୂଜନେ ଅର୍ଘ୍ୟବିଧି

  48. Couplet 48

    ଘେନି ମିଳିଲେ ସଭାତଳେବନ୍ଧୁବାନ୍ଧବ ଭ୍ରାତମେଳେ

  49. Couplet 49

    ରାଜୁସି ଯଜ୍ଞେ ମହାସଭାଅଛନ୍ତି ଶୁର ମୁନି ଦେବା

  50. Couplet 50

    ଧର୍ମନନ୍ଦନ ସଭା ଚାହିଁହୃଦୟ ମଧ୍ୟେ ବିଚାରଇ

  51. Couplet 51

    ଏ ଅର୍ଘ୍ୟ ଦେବି କାହା ପାଦେଭାଳଇ ସଂଶୟ ବିଷାଦେ

  52. Couplet 52

    ମୁହୁର୍ତ୍ତେ ରହି ଦୃଢଭାବତା ଦେଖି ବୋଲେ ସହଦେବ

  53. Couplet 53

    କରଅଞ୍ଚଳି ଶିରେ ଦେଇକହେ ରାଜନ ମୁଖ ଚାହିଁ

  54. Couplet 54

    ଜାଣଇ କୃଷ୍ଣର ମହିମାସର୍ବଜ୍ଞ ପଣେ ଏକସୀମା

  55. Couplet 55

    ଶୁଣ ରାଜନ ଚୁଡାମଣିମୋର ଉଚିତ ଧର୍ମବାଣୀ

  56. Couplet 56

    ଏ ମହାସଭା ମଧଗତେଅର୍ଘ୍ୟକୁ ପାତ୍ର ଜଗନ୍ନାଥେ

  57. Couplet 57

    ଦେଖ ଏ କୃଷ୍ଣର ଚରଣଅନାଦି ପରମ କାରଣ

  58. Couplet 58

    ଯେ ହରି ସର୍ବେଦେବମୟସର୍ବେ ଅଛନ୍ତି ଏହା ଦେହେ

  59. Couplet 59

    ଏ କୃଷ୍ଣ ଦେଶ କାଳ ପାତ୍ରଧନ ଜୀବନ ବେଦମନ୍ତ୍ର

  60. Couplet 60

    ଯଜ୍ଞପୁରୁଷ ଏହୁ ହରିଏହାର ଦେହେ ବିଶ୍ୱ ପୁରି

  61. Couplet 61

    ଯଜ୍ଞ ଆହୁତି ଭୋକ୍ତା ଏହୁଯଜ୍ଞର କର୍ତ୍ତା ମହାବାହୁ

  62. Couplet 62

    ଏଟି ଅନଳ ଦେବଗଣଏ ବେଦମନ୍ତ୍ର ଉଚ୍ଚାରଣ

  63. Couplet 63

    ଏହାର ଦେହେ ସାଂଖ୍ୟ ଯୋଗଏଟି ଭୁଞ୍ଜଇ ହବିର୍ଭାଗ

  64. Couplet 64

    ନିତ୍ୟେ ଏ ଏକ ନୋହେ ଦୁଇଏ ସର୍ବଜୀବ ଦେହେ ଥାଇ

  65. Couplet 65

    ଏ ମାୟା ସୃଷ୍ଟି ଆତ୍ମା ଏହିମାୟାପୁରୁଷ ଏ ବୋଲାଇ

  66. Couplet 66

    ଏହାରା ମାୟା ତିନିଗୁଣସୃଷ୍ଟି ପାଳନ ସଂହାରଣ

  67. Couplet 67

    କରଇ ଆତ୍ମଯୋଗ ବଳେଲୀଳା ବିହାର ମହୀତଳେ

  68. Couplet 68

    ବିବିଧ କର୍ମଦାତା ଏହିକର୍ମବିପାକ ଏ ଦିଅଇ

  69. Couplet 69

    ଏହାର ଭ୍ରୂଭଙ୍ଗିମା ଭାବେଜଗତ ପ୍ରକାଶ ସ୍ୱଭାବେ

  70. Couplet 70

    ଧର୍ମାର୍ଥ କାମ ମୋକ୍ଷସଙ୍ଗେଥାନ୍ତି ଏହାର ପାଦଯୁଗେ

  71. Couplet 71

    ଏଣୁ ଏ ମହାବିଷ୍ଣୁପାଦେଏ ଅର୍ଘ୍ୟ ଦିଅ ହେ ଆନନ୍ଦେ

  72. Couplet 72

    ସର୍ବଭୂତଙ୍କ ପିଣ୍ତ ପ୍ରାଣଏଣେଟି ହୋଇବ ତର୍ପଣ

  73. Couplet 73

    ଯେଣୁ ଏ ସର୍ବଭୂତଦେହୀଭେଦ ଅଭେଦ ଭାବ ନାହିଁ

  74. Couplet 74

    ଏହାର ପାଦେ ମହାଅର୍ଘ୍ୟଦେଇ ତୁ ଲଭ ଚଉବର୍ଗ

  75. Couplet 75

    କୃଷ୍ଣର ପାଦେ ଅର୍ଘ୍ୟ ଦେଲେବ୍ରହ୍ମାଣ୍ତ ପୂଜିବୁ ତୁ ଭଲେ

  76. Couplet 76

    ସର୍ବଜୀବଙ୍କ ଆତ୍ମାଭୂତପ୍ରଭୁ ଅନନ୍ତ ଦଇବତ

  77. Couplet 77

    କର୍ମର ଫଳ ଏହା ପାଦେଯେ ପ୍ରାଣୀ ସମର୍ପେ ଆନନ୍ଦେ

  78. Couplet 78

    ଏହାକୁ କର୍ମଫଳ ଦେଇଅନ୍ତେ ଅନନ୍ତଫଳ ପାଇ

  79. Couplet 79

    ଏମନ୍ତ କୃଷ୍ଣର ସ୍ୱଭାବଜାଣି କହିଲା ସହଦେବ

  80. Couplet 80

    ଶୁଣି ସହଦେବ ବଚନସଭାର ମଧ୍ୟେ ଯେତେ ଜନ

  81. Couplet 81

    ସର୍ବେ କରନ୍ତି ସାଧୁବାଣୀଧର୍ମନନ୍ଦନ ତାହା ଶୁଣି

  82. Couplet 82

    ପ୍ରଣମି ପ୍ରିୟଭାବେ ଭୋଳଗୋବିନ୍ଦପାଦେ ଅର୍ଘ୍ୟଜଳ

  83. Couplet 83

    ବେଦବଚନେ ରାଜା ଢାଳିପାଦଉଦକ ଶିରେ ବୋଳି

  84. Couplet 84

    ପତ୍ନୀ ସହିତେ ଭ୍ରାତାଗଣପୂଜିଲେ ଗୋବିନ୍ଦଚରଣ

  85. Couplet 85

    ବନ୍ଧୁ କୁଟୁମ୍ବ ଆଦି ଯେତେନମିଲେ କୃଷ୍ଣପାଦଗତେ

  86. Couplet 86

    ନାନାଭୂଷଣ ହସ୍ତେ ଘେନିଉତ୍ତମ ପୀତବସ୍ତ୍ର ବେନି

  87. Couplet 87

    ଆନନ୍ଦେ କୃଷ୍ଣପାଦେ ପୂଜିଅଶ୍ରୁପୂରିତ ଚକ୍ଷୁବୁଜି

  88. Couplet 88

    ରୋମପୁଲକ ସର୍ବେଦେହୀକୃଷ୍ଣଙ୍କୁ ନ ପାରନ୍ତି ଚାହିଁ

  89. Couplet 89

    ଏମନ୍ତେ ସଭାଜନେ ଚାହିଁକର ଅଞ୍ଜଳି ଶିରେ ଦେଇ

  90. Couplet 90

    ଶୁଭିଲା ଜୟ ଜୟ ବାଣୀନମ ଶବଦେ ସ୍ତୁତି ଭଣି

  91. Couplet 91

    ଦେବେ କରନ୍ତି ପୁଷ୍ପବୃଷ୍ଟିତା ଦେଖି ଶିଶୁପାଳ ଉଠି

  92. Couplet 92

    କୋପେ ଅଧର କାମୋଡଇଶୋଣିତ ନୟନେ ଅନାଇଁ

  93. Couplet 93

    ପ୍ରଚଣ୍ତ ଦମଘୋଷ ବଳାକୃଷ୍ଣର ନିକଟେ ମିଳିଲା

  94. Couplet 94

    କୃଷ୍ଣର ଗୁଣ କର୍ମ ତେଜକହଇ ତୋଳି ବେନିଭୂଜ

  95. Couplet 95

    ସଭାଜନଙ୍କୁ କୋପମନେବୋଲଇ ପୁରୁଷବଚନେ

  96. Couplet 96

    ଦେଖ ଏ ଦୁରାଶୟ କାଳଈଶ୍ୱର ଚେଷ୍ଟା ଅନ୍ତରାଳ

  97. Couplet 97

    ଏ ସତ୍ୟବତୀସୁତ ବାଣୀଭବିଷ୍ୟେ ଯାହା ପରିମାଣି

  98. Couplet 98

    ଧ୍ରୁବବଚନ ମହୀତଳେଭାଙ୍ଗିଲ ବାଳକର ବୋଲେ

  99. Couplet 99

    ସେ କଥା ହୋଇଲା ପ୍ରତ୍ୟକ୍ଷେଏ ସଭାଜନଙ୍କ ସମ୍ମୁଖେ

  100. Couplet 100

    ହେ ସଭାଜନେ ମୋ ବଚନଶ୍ରବଣେ ହୁଅ ସାବଧାନ

  101. Couplet 101

    ପାତ୍ର ଅପାତ୍ର ବେନିମତେକୁଶଳେ ଜାଣ ତ ସମସ୍ତେ

  102. Couplet 102

    ବାଳବଚନ କିମ୍ପା କରଏ ବଡ ଅନୀତି ତୁମ୍ଭର

  103. Couplet 103

    ସଭାରେ ବସି ମତିଭ୍ରମକେମନ୍ତେ କଲ ଏଡେ କର୍ମ

  104. Couplet 104

    ଦେଖ ଏ ସଭାମଧ୍ୟଗତେଉତ୍ତମପାତ୍ର ଛନ୍ତି କେତେ

  105. Couplet 105

    ତପସ୍ୱୀ ବିଦ୍ୟା ବ୍ରତଧରଜ୍ଞାନବିଧୃତ କଳେବର

  106. Couplet 106

    ଦେଖ ଉତ୍ତମ ଋଷିଗଣଦେବେ ପୂଜନ୍ତି ଯା ଚରଣ

  107. Couplet 107

    ଏ ଆଦି ଯେତେ ନୃପବରକେ କହୁ ଗୁଣ ତାହାଙ୍କର

  108. Couplet 108

    ଏ ମହାସଭା ପୂଜା ଏଡିବାଳବଚନେ ତୁମ୍ଭେ ହୁଡି

  109. Couplet 109

    ଏ ମହାସଭା ବ୍ରତ ବଳୀଅଜ୍ଞାନ ବେନିଭୁଜ ତୋଳି

  110. Couplet 110

    ଏ ସହଦେବ ଅନୁବାଦେନେଇ ଢାଳିଲ କାକ ପାଦେ

  111. Couplet 111

    ଏ ଯଜ୍ଞସଭା ପୁରୋଡାଶକେମନ୍ତେ କାକ କଲା ଗ୍ରାସ

  112. Couplet 112

    ଦେଖ ଏ ମନ୍ଦ ଗୋପଶିଶୁବ୍ରଜଗୋପାଳ କୁଳପାଂଶୁ

  113. Couplet 113

    ଏହାର ଗୁଣ କର୍ମ ନାହିଁକେମନ୍ତେ ବଳିଭୋଗ୍ୟ ହୋଇ

  114. Couplet 114

    ଏହାକୁ କେମନ୍ତେ ପୂଜିଲବେଦବଚନ ନ ମାନିଲ

  115. Couplet 115

    ଏ ନାହିଁ ଚାରିବର୍ଣ୍ଣ ମଧ୍ୟେଆଶ୍ରମ କୁଳ ଧର୍ମ ବାଦେ

  116. Couplet 116

    ଏ ଥାଇ ଆପଣାର ମତେସମସ୍ତେ ଜାଣନ୍ତି ଜଗତେ

  117. Couplet 117

    ଏହାର ଗୁଣ କିଛି ନାହିଁକେମନ୍ତେ ଅର୍ଘ୍ୟଯୋଗ୍ୟ ଏହି

  118. Couplet 118

    ପୂର୍ବେ ଯଯାତି ଶାପଫଳେନୃପଆସନ ନାହିଁ କୁଳେ

  119. Couplet 119

    ନିଶ୍ଚୟେ ନାହିଁ ଜାତି କୁଳନିତ୍ୟେ ଏ ମଧୁପାନେ ଭୋଳ

  120. Couplet 120

    ଏ ତ ନୁହଁଇ ତୁମ୍ଭ ଭଲକେମନ୍ତେ ଏହାକୁ ପୂଜିଲ

  121. Couplet 121

    ଦେଖ ଏ ପୁଣ୍ୟଭୂମି ଛାଡିଋଷି ବ୍ରାହ୍ମଣ ସଙ୍ଗ ଏଡି

  122. Couplet 122

    ସମୁଦ୍ର ମଧ୍ୟେ ଘର କରିକଷ୍ଟେ ଜୀବନ ଅଛି ଧରି

  123. Couplet 123

    ନିତ୍ୟେ ପିଡଇ ଜନ ପ୍ରଜାକେମନ୍ତେ ଏହା ପାଦେ ପୂଜା

  124. Couplet 124

    କେତେ କହିବା ଏହା ଗୁଣଏ ନୋହେ ତୁମ୍ଭର ପ୍ରମାଣ

  125. Couplet 125

    ଅଧିକେ ଦୋଷ ଗୁଣ ଯେତେଲୋକେ ଜାଣନ୍ତି ଏ ଜଗତେ

  126. Couplet 126

    ଏମନ୍ତ କହି ମନ୍ଦବାଣୀକୋପେ କମ୍ପଇ ଶିରଝୁଣି

  127. Couplet 127

    ନିନ୍ଦା ପୁରୁଷ ତାର ବାଣୀଗୋବିନ୍ଦ ସଭାମଧ୍ୟେ ଶୁଣି

  128. Couplet 128

    ଚାହିଁଲେ ହସିତ ବଦନେଶୃଗାଳ ବାକ୍ୟେ ସିଂହ ଯେହ୍ନେ

  129. Couplet 129

    ଏ ଦୁଷ୍ଟ ଶିଶୁପାଳବାଣୀସେ ମହାସଭାଜନେ ଶୁଣି

  130. Couplet 130

    ଦୁଃସହ ବଚନ ତାହାରଶୁଣି ଉଠିଲେ କୋପଭର

  131. Couplet 131

    ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେଗମିଲେ ଯେ ଯାହା ମନ୍ଦିରେ

  132. Couplet 132

    ଚଳନ୍ତି ଅତି କୋପ ବହିଶିଶୁପାଳକୁ ଗାଳି ଦେଇ

  133. Couplet 133

    ବୋଲନ୍ତି କୋପଭର ହୋଇଧର୍ମବଚନେ ମନ ଦେଇ

  134. Couplet 134

    ବିଷ୍ଣୁର ନିନ୍ଦା ଯହିଁ ଶୁଣିବିଷ୍ଣୁଭକତ ଯେତେ ପ୍ରାଣୀ

  135. Couplet 135

    ସେ ଠାବ ତେଜି ଯେ ନ ଯାନ୍ତିନିଶ୍ଚୟେ ନରକେ ପଡନ୍ତି

  136. Couplet 136

    ଏମନ୍ତେ ସଭାମଧ୍ୟେ ଗୋଳଶୁଭିଲା ଦିଗ ଅନ୍ତରାଳ

  137. Couplet 137

    ଶୁଣି ପାଣ୍ତବେ କୋପଭରିଧାଇଁଲେ କରେ ଶସ୍ତ୍ର ଧରି

  138. Couplet 138

    ମତ୍ସ୍ୟ କେକୟ ଯେ ସୃଞ୍ଜୟଶସ୍ତ୍ର ଆୟୁଧ ବର୍ମଦେହ

  139. Couplet 139

    ବୋଲନ୍ତି ମାର ଶିଶୁପାଳନିଶ୍ଚେ ପୁରିଲା ତାର କାଳ

  140. Couplet 140

    ଏମନ୍ତ ବୋଲି ମହାରୋଷେମିଳିଲେ ଶିଶୁପାଳ ପାଶେ

  141. Couplet 141

    ଦେଖି ସମ୍ଭ୍ରମେ ଶିଶୁପାଳସ୍ୱଭାବେ ଦୁଷ୍ଟ ମହାବଳ

  142. Couplet 142

    ଖଡଗ ଚର୍ମ କରେ ଧରିରହିଲା ସମର ଆବୋରି

  143. Couplet 143

    କୃଷ୍ଣର ପକ୍ଷ ଯେତେ ଜନତାହାଙ୍କୁ କରଇ ଭର୍ତ୍ସନ

  144. Couplet 144

    ରୋଷେ ଗର୍ଜଇ ଘୋରନାଦେଧର୍ମନନ୍ଦନ ସଭାମଧ୍ୟେ

  145. Couplet 145

    ଦେଖି ତାହାର ଦୁଷ୍ଟପଣଗୋବିନ୍ଦ ଆବୋରିଲେ ଋଣ

  146. Couplet 146

    ପାଣ୍ତବବଳ ପୃଷ୍ଠଭାଗେମିଳିଲେ ଶିଶୁପାଳ ଆଗେ

  147. Couplet 147

    ଦୁରନ୍ତ ଚକ୍ରେ ଦାମୋଦରଛେଦିଲେ ଶିଶୁପାଳ ଆଗେ

  148. Couplet 148

    ଶିର କମଳ ତାର କଟିପଡିଲା ମହୀତଳେ ଲୋଟି

  149. Couplet 149

    ଦେଖି ତାହାର ରତ୍ନଶିରଜନେ କରନ୍ତି ହାହାକାର

  150. Couplet 150

    ଶୁଭଇ ମୁଖରାବ ଗୋଳଶୁଣି ସମ୍ଭ୍ରମେ ମହୀପାଳ

  151. Couplet 151

    ଯେ ଶିଶୁପାଳ ପକ୍ଷେ ଥିଲେମରଣ ଡରେ ପଳାଇଲେ

  152. Couplet 152

    ଶିଶୁପାଳର ମୃତପିଣ୍ତଚକ୍ରେ ହୋଇଣ ବେନିଖଣ୍ତ

  153. Couplet 153

    ପଡିଲା ମହାସଭା ତଳେଶୁନ୍ୟେ ଦେଖନ୍ତି ଦିଗପାଳେ

  154. Couplet 154

    ତାର ଶରୀରୁ ଦିବ୍ୟଜ୍ୟୋତିଶିଶୁତପନ ପ୍ରାୟ କାନ୍ତି

  155. Couplet 155

    ପଶିଲା ଗୋବିନ୍ଦର ଦେହେଦେଖି ବିବୁଧେ କଲେ ଜୟେ

  156. Couplet 156

    ପୂର୍ବେ ସେ ବିଷ୍ଣୁଦ୍ୱାରପାଳବ୍ରାହ୍ମଣେ କରି ଅବହେଳ

  157. Couplet 157

    ବିଷ୍ଣୁଙ୍କୁ ଶତ୍ରୁପ୍ରାୟ ମଣିବ୍ରାହ୍ମଣ କରି ଅବହେଳ

  158. Couplet 158

    ଏ ମହୀତଳେ ତାଙ୍କ ଭ୍ରମବିଷ୍ଣୁଙ୍କୁ କରାଇଲେ ଜନ୍ମ

  159. Couplet 159

    ତୃତୀୟଜନ୍ମ ଭ୍ରାତମେଳେଭ୍ରମିଲା ଅବନୀମଣ୍ତଳେ

  160. Couplet 160

    କୃଷ୍ଣେ ବଇରୀଭାବ ଘେନିତିନିଜନମ ଭାଇବେନି

  161. Couplet 161

    ଆଦି ଅସୁର ମହାବପୁଜନ୍ମିଲା ହିରଣ୍ୟକଶିପୁ

  162. Couplet 162

    ଅନୁଜ ହିରଣ୍ୟାକ୍ଷ ବୀରପୁଣି ଜନ୍ମିଲା ସହୋଦର

  163. Couplet 163

    ବିଶ୍ରବାମୁନି ଘରେ ଯାଇପୁଣି ରାକ୍ଷସ ଜନ୍ମ ହୋଇ

  164. Couplet 164

    ରାବଣ କୁମ୍ଭକର୍ଣ୍ଣ ନାମସମରେ ନାହିଁ କେହି ସମ

  165. Couplet 165

    ପୁଣି ଜନ୍ମିଲେ ଚେବିଦେଶେକ୍ଷତ୍ରିୟ ଦମଘୋଷ ବଂଶେ

  166. Couplet 166

    ଦନ୍ତବିକଟ ଶିଶୁପାଳଘୋରସମରେ ମହାବଳ

  167. Couplet 167

    ପୂର୍ବେ ନୃସିଂହରୂପେ ହରିହିରଣ୍ୟକଶିପୁ ବିଦାରି

  168. Couplet 168

    ବରାହ ରୂପେ ହିରଣ୍ୟାକ୍ଷଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ

  169. Couplet 169

    ତେଜେ ପ୍ରଚଣ୍ତ ଘୋରତମପୁଣି ଜନ୍ମିଲେ ରଘୁରାମ

  170. Couplet 170

    ଜାନକୀଛଳେ ଧନୁର୍ଦ୍ଧରଛେଦିଲେ ବେନିଭାଇ ଶିର

  171. Couplet 171

    ଏବେ ବଇରୀ ଅନୁବନ୍ଧେଚକ୍ରେ ଛେଦିଲେ ବେନିକନ୍ଧେ

  172. Couplet 172

    ନିର୍ମଳରୂପେ ବେନିଭାଇପଶିଲେ କୃଷ୍ଣଦେହେ ଯାଇ

  173. Couplet 173

    ବ୍ରାହ୍ମଣ ଶାପୁଁ ମୋକ୍ଷ ହୋଇମିଳିଲେ ବିଷ୍ଣୁପୁରେ ଯାଇ

  174. Couplet 174

    ଭାବେ ଭଜିଲେ ନାରାୟଣଏବେ ହୋ ସାବଧାନେ ଶୁଣ

  175. Couplet 175

    ଭାବଟି ଜନ୍ମର କାରଣହୃଦେ ଯେ ଚିନ୍ତେ ନାରାୟଣ

  176. Couplet 176

    ଶିଶୁପାଳର ପ୍ରାଣ ନାଶଅବନୀମଣ୍ତଳ ଉଶ୍ୱାସ

  177. Couplet 177

    ନିର୍ମଳ ଦଶଦିଶ ଦିଶେଧର୍ମନନ୍ଦନ କୃଷ୍ଣପାଶେ

  178. Couplet 178

    ଋତ୍ୱିଜ ବିପ୍ରଗଣ ଯେତେଥିଲେ ଯେ ସଭା ଅନ୍ତର୍ଗତେ

  179. Couplet 179

    ଦକ୍ଷିଣା ଦେଇ ଧର୍ମସୂତଯଜ୍ଞର ଅନ୍ତେ ଅବଭୃଥ

  180. Couplet 180

    ସ୍ନାନ କରିଲେ ନୃପମେଳେସାନନ୍ଦେ ଭାଗିରଥୀ ଜଳେ

  181. Couplet 181

    ଏମନ୍ତେ ଯୁଧିଷ୍ଠିର ଯଜ୍ଞେସମ୍ପାଦି କୃଷ୍ଣ ଅନୁରାଗେ

  182. Couplet 182

    ହୋଇଲା ରାଜ୍ୟେ ଏକ ରାଜାସର୍ବନୃପତି କଲେ ପୂଜା

  183. Couplet 183

    ଏମନ୍ତେ କୃଷ୍ଣ ସ୍ନେହଭରେକେତେହେଁ ମାସ ତା ନବରେ

  184. Couplet 184

    ରହି ରଞ୍ଜିଲେ ତାଙ୍କ ମନପୁଣି ଦ୍ୱାରକା ଆଗମନ

  185. Couplet 185

    ନିଜ କୁଟୁମ୍ବ ସଙ୍ଗେ ଘେନିଯାଦବ ଯେତେକ ସଇନି

  186. Couplet 186

    ଗମନ୍ତେ ଶୋଭା ଦିଶେ ପଥଆନନ୍ଦେ ଦେବକୀର ସୁତ

  187. Couplet 187

    ନିଜ ଭୁବନେ ଗଲେ ହରିଶିଶୁପାଳକୁ ମୋକ୍ଷ କରି

  188. Couplet 188

    ସୁର ଅସୁର ନରଲୋକେଯଜ୍ଞେ ଯେ ଥିଲେ ଏକେଏକେ

  189. Couplet 189

    କୃଷ୍ଣମହିମା ସ୍ତୁତି କରିଆନନ୍ଦେ ଗଲେ ଯେଝାପୁରୀ

  190. Couplet 190

    ଅନ୍ଧନନ୍ଦନ ଦୁର୍ଯ୍ୟୋଧନଅଧିକେ କରି ଦୁଃଖମନ

  191. Couplet 191

    ରାଜସମ୍ପଦ ନ ସହିଲାନିଜ ହସ୍ତିନାପୁରେ ଗଲା

  192. Couplet 192

    ବଇରୀ ଅନୁବନ୍ଧ ଦେହେପାଣ୍ତବ ସମ୍ପଦ ନ ସହେ

  193. Couplet 193

    ଏ ମହାଯଜ୍ଞ ଯଶ ବାଣୀଯେ ଏହା ସାବଧାନେ ଶୁଣି

  194. Couplet 194

    କୃଷ୍ଣର ମହିମା ପ୍ରତ୍ୟକ୍ଷଜୟବିଜୟ ଶାପୁଁ ମୋକ୍ଷ

  195. Couplet 195

    ସକଳ ପାପୁଁ ସେ ତରନ୍ତିତୁଟଇ ଭବ ଭୟ ଭ୍ରାନ୍ତି

  196. Couplet 196

    କୃଷ୍ଣବିଷୟ ଭାଗବତକହଇ ଜଗନ୍ନାଥ ଦାସ