Skip to content
paribhaasha

Skandha 10

Adhyaya 78

  1. Couplet 1

    ଶୁକ ବୋଲନ୍ତି ରାୟେ ଶୁଣରିପୁ ସଂହାରି ନାରାୟଣ

  2. Couplet 2

    ଗିରିକନ୍ଦରେ ବନମାଳୀରାଜା ନିରୋଧସ୍ଥାନେ ମିଳି

  3. Couplet 3

    ଜରା-ବନ୍ଧନ ଦୁଃଖ ସହିଯେତେ ନୃପ୍ତି ଥିଲେ ତହିଁ

  4. Couplet 4

    ଶୁଣ ହେ ଅଭିମନ୍ୟୁ ସୁତବେନିଅୟୁତ ଅଷ୍ଟଶତ

  5. Couplet 5

    ଦିଗବିଜୟେ ଜରାସୁରଲୀଳାଏ ଜିଣି ନୃପବର

  6. Couplet 6

    ବନ୍ଧନ କରିଅଛି ବଳେସର୍ବନୃପତି ଏକମେଳେ

  7. Couplet 7

    ମଳିନ ବସ୍ତ୍ର ପରିଧାନେକ୍ଷୁଧାର୍ତ୍ତେ ଦୁଃଖିତ ବଦନ

  8. Couplet 8

    ତୃଷାରେ କମ୍ପଇ ଶରୀରବନ୍ଦୀଭୂବନ ଅନ୍ଧକାର

  9. Couplet 9

    ଦ୍ୱାରକୁ ଚାହାନ୍ତି ନିରୋଳିବିଜୟ କଲେ ବନମାଳୀ

  10. Couplet 10

    ପୂର୍ବ ପର୍ବତେ ରବି ଯେହ୍ନେକିରଣ ପ୍ରକାଶେ ଗଗନେ

  11. Couplet 11

    ଶରୀର ଶ୍ୟାମଘନ ପ୍ରାୟେପୀତବସନ ଜନ ମୋହେ

  12. Couplet 12

    ଶ୍ରୀବତ୍ସ ଚିହ୍ନ ହୃଦେ ସାଜେରତ୍ନମେଖଳା କଟୀ ମାଝେ

  13. Couplet 13

    ଆଜାନୁଲମ୍ବେ ଚାରି କରଶଙ୍ଖ କମଳ ଚକ୍ରଧର

  14. Couplet 14

    ପଦ୍ମର ପ୍ରଭା ପ୍ରାୟ ହୋଇରଙ୍ଗନୟନ ବିରାଜଇ

  15. Couplet 15

    ସୁନ୍ଦର ଶ୍ରୀମୁଖ ମଣ୍ତଳଶ୍ରବଣେ ମକରକୁଣ୍ତଳ

  16. Couplet 16

    ହାର କିରୀଟ ରତ୍ନମୟେକରେ କଙ୍କଣ ଜନ ମୋହେ

  17. Couplet 17

    କଣ୍ଠେ ବିରାଜେ ରତ୍ନମଣିରବି କିରଣ ପ୍ରାୟ ଜାଣି

  18. Couplet 18

    ହୃଦେ ଲମ୍ବଇ ବନମାଳମଦନମୋହନ ଗୋପାଳ

  19. Couplet 19

    ଦେଖି ସକଳ ନୃପମଣିଅମୃତନିଧି ପ୍ରାୟ ମଣି

  20. Couplet 20

    ପିଇବା ପ୍ରାୟ ଚକ୍ଷୁଦ୍ୱାରେକି ଅବା ଲିହିବେ ଜିହ୍ୱାରେ

  21. Couplet 21

    ଆଘ୍ରାଣ କରି ନାସାରନ୍ଧ୍ରେହୃଦେ ଭିଡିବେ ବାହୁବନ୍ଧେ

  22. Couplet 22

    ଏମନ୍ତ ଭାବେ ନୃପବରେନମିଲେ ଶ୍ରୀକୃଷ୍ଣ ପୟରେ

  23. Couplet 23

    କିରୀଟ ସହିତରେ କରିପ୍ରଣାମ କଲେ ପାଦ ଧରି

  24. Couplet 24

    ଲଭିଲେ କୃଷ୍ଣ ଦରଶନହତ ହୋଇଲା ଦୁଃଖ ଶ୍ରମ

  25. Couplet 25

    କରଅଞ୍ଜଳି ଶିରେ ଦେଇବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି

  26. Couplet 26

    ନମସ୍ତେ ଦେବଦେବବରପ୍ରପନ୍ନଜନ ଦୁଃଖହର

  27. Couplet 27

    ଅବ୍ୟୟପୁରୁଷଉତ୍ତମଶରଣଜନଙ୍କ ଜୀବନ

  28. Couplet 28

    ଘୋର ସଂସାରେ ଅଧୋମୁଖେଆମ୍ଭେ ଭ୍ରମିଲୁ ଅତି ଦୁଃଖେ

  29. Couplet 29

    ଅନାଥନାଥ ତୋ ମହିମାଆମ୍ଭେ ନ ଜାଣୁ ଗୁଣସୀମା

  30. Couplet 30

    ତୋହର ଗତି ଚକ୍ରଧରନ ଜାଣେ ଶିବ ବେଦବର

  31. Couplet 31

    ଏଣୁରୁ ଦୁର୍ଲ୍ଲଭ ସଂସାରେଶୁଣ କହିବୁ ତୋ ଛାମୁରେ

  32. Couplet 32

    ଏ ଯେ ମାଗଧ ଜରାସନ୍ଧଏହାକୁ ନ ବୋଲିବା ମନ୍ଦ

  33. Couplet 33

    ତୋହର ଅନୁଗ୍ରହେ ହରିଆମ୍ଭଙ୍କୁ ବଳେ ବନ୍ଦୀ କରି

  34. Couplet 34

    ଥୋଇଲା ଧରି ଏ ପର୍ବତେତୋ ମୁଖ ଦେଖିବାର ଅର୍ଥେ

  35. Couplet 35

    ଏ ଆମ୍ଭ ରାଜ୍ୟଭ୍ରଷ୍ଟ କଲାଯେଣୁ ତୋହର ଆଜ୍ଞା ଥିଲା

  36. Couplet 36

    ଯେ ରାଜମଦେ ମତ୍ତ ହୋଇତାହାର ଶ୍ରେୟ ଲାଭ କାହିଁ

  37. Couplet 37

    ତୋର ମାୟାରେ ହୋଇ ରତମିଥ୍ୟା ସମ୍ପଦ ମଣେ ସତ୍ୟ

  38. Couplet 38

    ଅଜ୍ଞାନମତେ ହୋଇ ଭୋଳମୃଗତୃଷ୍ଣାକୁ ମଣେ ଜଳ

  39. Couplet 39

    ନିବିଡ ମାୟାର ବିକାରେବସ୍ତୁ ବିଚାରେ ଅବସ୍ତୁରେ

  40. Couplet 40

    ଆମ୍ଭେ ସକଳେ ନୃପଦେହେଶ୍ରୀମଦେ ନଷ୍ଟ ବୁଦ୍ଧି ମୋହେ

  41. Couplet 41

    ଏ ଭୂମି ଜିଣିବାର ଆଶେଘୋରସଂକଟ ରଣ ତ୍ରାସେ

  42. Couplet 42

    ଏକ ଆରକେ ରିପୁପଣେପ୍ରଜା ନାଶିଲୁ ଅକାରଣେ

  43. Couplet 43

    ଅତି ନିର୍ଦ୍ଦୟକର୍ମ କଲୁତୋର ମହିମା ପାସୋରିଲୁ

  44. Couplet 44

    ନିକଟେ ନ ଦେଖି ମରଣବୁଦ୍ଧି ଦୁର୍ମଦ କରଷଣ

  45. Couplet 45

    ତୁ ପୁଣି କାଳରୁପେ ହରିବଳେ ହରିଲୁ ଆମ୍ଭ ଶିରୀ

  46. Couplet 46

    ଯେଣୁ ତୋହର ଅନୁଗ୍ରହଆମ୍ଭର ଗଲା ଦୁଃଖ ମୋହ

  47. Couplet 47

    ଏବେ ସୁମରି ତୋ ଶରଣେପଶିଲୁ ଅଭୟ ଚରଣେ

  48. Couplet 48

    ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟଏଣେ ଆମ୍ଭର ନାହିଁ କାର୍ଯ୍ୟ

  49. Couplet 49

    ଏ ଛିଦ୍ର ଜଳଘଟ ପ୍ରାୟନିତି ପତନ ଏହି କାୟ

  50. Couplet 50

    ସର୍ବରୋଗର ମୂଳଭୂମିସଦା ଅନିତ୍ୟେ ପଥଶ୍ରମୀ

  51. Couplet 51

    ଏଣେ ଆମ୍ଭର ନାହିଁ କାର୍ଯ୍ୟଶୁଣିବା ପ୍ରଭୁ ଦେବରାଜ

  52. Couplet 52

    କର୍ମକରଣ ଯଜ୍ଞମେଳେକର୍ଣ୍ଣରୋଚନ କ୍ରିୟାଫଳେ

  53. Couplet 53

    ଏଣେ ଆମ୍ଭର କାର୍ଯ୍ୟ ନାହିଁଏମନ୍ତ ଆଜ୍ଞା ଦିଅ ତୁହି

  54. Couplet 54

    ତୋ ପାଦପଦ୍ମେ ଅବିରତନିରତେ ଥିବ ଆମ୍ଭ ଚିତ୍ତ

  55. Couplet 55

    ତୋର ସ୍ମରଣେ ଆମ୍ଭ ମନଦଣ୍ତେ ନଛାଡୁ ଭଗବାନ

  56. Couplet 56

    ସଂସାର ଭ୍ରମଣ ଆମ୍ଭରବେଗେ ନିବାର ଚକ୍ରଧର

  57. Couplet 57

    ଶ୍ରୀକୃଷ୍ଣ ବାସୁଦେବ ହରିପରମ ଆତ୍ମା ତୁ ମୁରାରି

  58. Couplet 58

    ପ୍ରଣତଜନ କ୍ଳେଶ ହରିନମୋ ଗୋବିନ୍ଦ ଦାମୋଦର

  59. Couplet 59

    ଏମନ୍ତେ ପ୍ରଭୁ ଚକ୍ରପାଣିରାଜାଙ୍କ ସ୍ତୁତିବାକ୍ୟ ଶୁଣି

  60. Couplet 60

    ଶରଣ୍ୟ କରୁଣାସାଗରକୋମଳବଚନ ଗଭୀର

  61. Couplet 61

    ରାଜାଙ୍କ ମୁଖ ଚାହିଁ ହସିବୋଲନ୍ତି ପ୍ରଭୁ ବ୍ରହ୍ମରାଶି

  62. Couplet 62

    ତୁମ୍ଭର ଚିତ୍ତ ସୁନିଶ୍ଚଳେଆଜହୁଁ ମୋ ପାଦକମଳେ

  63. Couplet 63

    ହେଉ ବୋଇଲେ ଭଗବାନଏ ମୋର ନିଶ୍ଚିତ ବଚନ

  64. Couplet 64

    ତୁମ୍ଭେ କହିଲେ ସତ୍ୟବାଣୀମୁହିଁ ସନ୍ତୋଷ ତାହା ଶୁଣି

  65. Couplet 65

    ମନୁଷ୍ୟ ମଧ୍ୟେ ଥାଇ ଯେତେସମ୍ପଦ ଅଇଶ୍ୱର୍ଯ୍ୟ ମତ୍ତେ

  66. Couplet 66

    ଗର୍ବ ଯେ ବହନ୍ତି ମନରେନିଶ୍ଚେ ମୁଁ ନାଶଇ ତାହାରେ

  67. Couplet 67

    ସହସ୍ରାର୍ଜୁନ ନାମେ ରାଜାନୃପ ନହୁଷ ମହାତେଜା

  68. Couplet 68

    ଅଙ୍ଗନୃପତିସୁତ ବେଣନାରକାସୁର ଦଶାନନ

  69. Couplet 69

    ଦେବ ଦାନବ କୁଳେ ଜାତଥିଲେ ଯେ ଅଇଶ୍ୱର୍ଯ୍ୟ ମତ୍ତ

  70. Couplet 70

    ତାହାଙ୍କୁ କଲି ସ୍ଥାନଭ୍ରଷ୍ଟଯେଣୁ ହୋଇଲେ ବୁଦ୍ଧିନଷ୍ଟ

  71. Couplet 71

    ତୁମ୍ଭେ ସକଳ ଏହା ଜାଣିଏ ଦେହ ମିଥ୍ୟା ପ୍ରାୟ ମଣି

  72. Couplet 72

    ଯଜ୍ଞେ ପୂଜିବ ମୋ ଚରଣପାଳିବ ନିଜ ପ୍ରଜାଗଣ

  73. Couplet 73

    ଧର୍ମସେବନ ରାତ୍ରଦିନେନିରତେ ହୋଇ ଅବଧାନେ

  74. Couplet 74

    ଦୁର୍ଗତି ବିଭବ ବିମୁଖେଜନ୍ମ ସଞ୍ଚିତ ଦୁଃଖସୁଖେ

  75. Couplet 75

    କର୍ମକଷଣ ହାନି ଲାଭଗତ-ଆଗତେ ସମଭାବ

  76. Couplet 76

    ଏତେ ଗହନେ ତୁମ୍ଭେ ଥାଇମୋର ଚରଣେ ଚିତ୍ତ ଦେଇ

  77. Couplet 77

    ମାୟାସଂସାରେ ପଡି ଭ୍ରମକେବେ ହେଁ ନୋହୁ ତୁମ୍ଭ ମନ

  78. Couplet 78

    ଏ ଦେହ ଆଦି ମୋର ଯେତେନ ଲାଗୁ ତୁମ୍ଭ ଶୁଦ୍ଧ ଚିତ୍ତେ

  79. Couplet 79

    ନିରତେ ହେଉ ଆତ୍ମଜ୍ଞାନନିଶ୍ଚଳଚିତ୍ତେ ମୋର ଧ୍ୟାନ

  80. Couplet 80

    ପବିତ୍ର ହୋଇ ବ୍ରହ୍ମପଥେପଶିବ ମୋର ଦେହେ ଅନ୍ତେ

  81. Couplet 81

    କହନ୍ତି ବ୍ୟାସଙ୍କର ସୁତଏବେ ହୋ ଶୁଣ ପରୀକ୍ଷିତ

  82. Couplet 82

    ଭକତବନ୍ଧୁ ଭଗବାନରାଜାଙ୍କୁ କହି ଦିବ୍ୟଜ୍ଞାନ

  83. Couplet 83

    ତାହାଙ୍କ ଅଭିଷେକ ଅର୍ଥେନାରୀପୁରୁଷ ଶତେ ଶତେ

  84. Couplet 84

    ମାର୍ଜନା କରି ସର୍ବରାଜାଗୋବିନ୍ଦ କରାଇଲେ ପୂଜା

  85. Couplet 85

    ଜରାସନ୍ଧର ପୁତ୍ର ହସ୍ତେଭାବେ ଗୋବିନ୍ଦ ଅନୁମତେ

  86. Couplet 86

    ରାଜଉଚିତେ ଅଳଙ୍କାରପୁଷ୍ପ ଚନ୍ଦନ ବସ୍ତ୍ରସାର

  87. Couplet 87

    ରତ୍ନମୁକୁଟ ଶିରେ ଖଞ୍ଜିଉତ୍ତମ ଅନ୍ନ ଜଳ ଭୁଞ୍ଜି

  88. Couplet 88

    ନାନାପ୍ରକାରେ ରାଜଭୋଗତାମ୍ବୁଳ କର୍ପୂର ସଂଯୋଗ

  89. Couplet 89

    କର୍ଣ୍ଣେ କୁଣ୍ତଳ ସମସରିହାର କେୟୁର ହୃଦେ ଭରି

  90. Couplet 90

    ବନ୍ଧନ ଦୁଃଖୁଁ ପାର ହୋଇକିବା ଉପମା ଦେବି ମୁହିଁ

  91. Couplet 91

    ବରଷାକାଳ ଅନ୍ତେ ଯେହ୍ନେଗ୍ରହେ ବିରାଜନ୍ତି ଗଗନେ

  92. Couplet 92

    ବସାଇ ରତ୍ନମୟ ଯାନେଗୋବିନ୍ଦ କୋମଳ ବଚନେ

  93. Couplet 93

    ବୋଇଲେ ନିଜପୁରେ ଯିବଯଜ୍ଞର ଆରମ୍ଭେ ଆସିବ

  94. Couplet 94

    ଅନେକ ସୈନ୍ୟ ବଳ ଦେଇପେଷିଲେ ପ୍ରଭୁ ଭାବଗ୍ରାହୀ

  95. Couplet 95

    ଏମନ୍ତେ କୃଷ୍ଣ ପରସାଦୁରାଜାଏ ବଞ୍ଚିଲେ ପ୍ରମାଦୁ

  96. Couplet 96

    କୃଷ୍ଣର ପାଦେ ଦେଇ ମନଗଲେ ସେ ଯେ ଯାହା ଭୁବନ

  97. Couplet 97

    ଗୋବିନ୍ଦ ଆଜ୍ଞା ଘେନି ଶିରେସୁଖେ ରହିଲେ ନିଜ ପୁରେ

  98. Couplet 98

    ଏମନ୍ତେ ଜରାସନ୍ଧ ମାରିଭୀମଅର୍ଜୁନ ତୁଲେ ହରି

  99. Couplet 99

    ଜରାନନ୍ଦନ ସହଦେବଆନନ୍ଦେ ପୂଜିଲେ ମାଧବ

  100. Couplet 100

    ତାହାକୁ ପ୍ରଭୁ ଭଗବାନଅନେକ କଲେ ସନମାନ

  101. Couplet 101

    ସେ ରାଜ୍ୟେ ତାକୁ ରାଜା କରିକହନ୍ତି ଅନୁଗ୍ରହ ହରି

  102. Couplet 102

    ତୋର ପିଅର ଦୁଷ୍ଟମତିନୃପତିଗଣେ ଦେଲା ଶାସ୍ତି

  103. Couplet 103

    ବହୁତଜନେ ହିଂସା କରିକେମନ୍ତେ ଥିବ ଦେହ ଧରି

  104. Couplet 104

    ଏ ମୋର ଧର୍ମର ସଂସାରଏଥେ ଯେ କରେ ଅବିଚାର

  105. Couplet 105

    ମୁଁ ତାହା ନ ପାରଇ ସହିଧର୍ମ ଧାରଣେ ମୋର ଦେହୀ

  106. Couplet 106

    ତୋର ପିଅର ନାଶ ଗଲାପୃଥିବୀ ଉଶ୍ୱାସ ହୋଇଲା

  107. Couplet 107

    ଏଥକୁ ନ କର ବିଚାରସୁଖେ ତୁ ନିଜ ରାଜ୍ୟ କର

  108. Couplet 108

    ମୋର ଚରଣେ ଚିତ୍ତ ଦେଇସୁଖେ ତୁ ପାଳ ନିଜ ମହୀ

  109. Couplet 109

    ଯାଗ ଆରମ୍ଭ କାଳେ ଯାଇମିଳିବୁ ମୋର ଆଜ୍ଞା ବହି

  110. Couplet 110

    ଏମନ୍ତ କୃଷ୍ଣମୁଖୁଁ ଶୁଣିହରଷ ହୋଇ ନୃପମଣି

  111. Couplet 111

    କୃଷ୍ଣର ପଦ୍ମପାଦେ ପଡିଉଠି ବୋଲଇ କରଯୋଡି

  112. Couplet 112

    ଭୋ ନାଥ ହୋଇଲି ନିସ୍ତାରଭାରାନିବାରେ ଅବତାର

  113. Couplet 113

    ଈଶ୍ୱର ସଂସାର କାରଣମୁଁ ତୋର ଚରଣେ ଶରଣ

  114. Couplet 114

    ତୁ ମୋତେ କଲୁ ଅନୁଗ୍ରହଫିଟିଲା ମନର ସନ୍ଦେହ

  115. Couplet 115

    ଭୀମ ଅର୍ଜୁନ କୃଷ୍ଣ ତୁଲେସାଷ୍ଟାଙ୍ଗେ ପୁଜି ସୁଖ ଭୋଳେ

  116. Couplet 116

    ଅନେକ ଧନରତ୍ନ ଦେଲାଦିବ୍ୟବିମାନ ସମର୍ପିଲା

  117. Couplet 117

    କୃଷ୍ଣର ପାଦେ ଚିତ୍ତ ଦେଇହୃଦେ ପରମ ସୁଖ ପାଇ

  118. Couplet 118

    କୃଷ୍ଣଙ୍କୁ ମାଗି ଅନୁଯାନମିଳିଲା ଆପଣା ଭୁବନ

  119. Couplet 119

    ଭୀମ ଅର୍ଜୁନ ବନମାଳୀବିମାନେ ବସି ହଂସକେଳି

  120. Couplet 120

    ପବନବେଗେ ରଥ ଚଳିଇନ୍ଦ୍ରପ୍ରସ୍ଥରେ ଯାଇ ମିଳି

  121. Couplet 121

    ଶଙ୍ଖ ବଜାନ୍ତେ ଭଗବାନହରଷ ହେଲେ ବନ୍ଧୁଜନ

  122. Couplet 122

    ଖଳଜନଙ୍କ ମନେ ଦୁଃଖହେଲେ ନିବେଶି ପଦ୍ମମୁଖ

  123. Couplet 123

    ଇନ୍ଦ୍ରପ୍ରସ୍ଥରେ ରାଜାଗଣଶୁଣିଲେ ମାଗଧ ମରଣ

  124. Couplet 124

    ନିଶ୍ଚିନ୍ତେ ଧର୍ମସୁତ କାର୍ଯ୍ୟସୁଖେ ସଞ୍ଚିଲେ ଦେବରାଜ

  125. Couplet 125

    ହରଷେ ଧର୍ମର କୁମରସଙ୍ଗତେ ଘେନି ସହୋଦର

  126. Couplet 126

    ବନ୍ଧୁବାନ୍ଧବ ପ୍ରଜାଜନକୃଷ୍ଣଙ୍କୁ ଭାବେ କଲେ ମାନ୍ୟ

  127. Couplet 127

    ଭୀମ ଅର୍ଜୁନ ନାରାୟଣବନ୍ଦିଲେ ଯୁଧିଷ୍ଠି ଚରଣ

  128. Couplet 128

    ଯେମନ୍ତେ ଜରା ନାଶ ଗଲାସଂକ୍ଷେପି କହି ନନ୍ଦବଳା

  129. Couplet 129

    ବସିଲେ ଧର୍ମସୁତ ପାଶେଶୁଣି ନୃପତି ମନତୋଷେ

  130. Couplet 130

    ପୁଲକ କଲେ ରୋମରାଜିବାକ୍ୟ ନ ସ୍ପୁରେ ଚକ୍ଷୁବୁଜି

  131. Couplet 131

    ସେ ହରି ଚରଣ ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ

Odia Bhagabata skandha 10 adhyaya 78 | Parbani by ParibhaAsha App