Skip to content
paribhaasha

Skandha 10

Adhyaya 77

  1. Couplet 1

    ଶୁକ ବୋଲନ୍ତି ଶୁଦ୍ଧମନେଇନ୍ଦ୍ରପ୍ରସ୍ଥରେ ଏକଦିନେ

  2. Couplet 2

    ସଭାରେ ମଧ୍ୟେ ଧର୍ମସୁତସଙ୍ଗତେ ଘେନି ଚାରିଭ୍ରାତ

  3. Couplet 3

    ସନ୍ନିଧେ ବ୍ରହ୍ମଋଷିଜନବ୍ରାହ୍ମଣ ଆଦି ଚାରିବର୍ଣ୍ଣ

  4. Couplet 4

    ବୃଦ୍ଧେ ଅଛନ୍ତି ଯେତେ ଭାବେସିଦ୍ଧାଦି ଗନ୍ଧର୍ବେ ଏ ସର୍ବେ

  5. Couplet 5

    ଏହାଙ୍କୁ କରି ସାବଧାନଚାହିଁଣ କୃଷ୍ଣର ବଦନ

  6. Couplet 6

    ସମ୍ଭ୍ରମେ ଯୋଡ଼ି ବେନିକରକୃଷ୍ଣଙ୍କୁ ବୋଲେ ନୃପବର

  7. Couplet 7

    ଭୋ ଦେବ ଶୁଣ ସାବଧାନେଯଜ୍ଞ ରାଜସୂୟ ବିଧାନେ

  8. Couplet 8

    ତୋର ବିଭୂତି ଦେବଗଣେପବିତ୍ର ପରମକାରଣେ

  9. Couplet 9

    ତାହାଙ୍କୁ ତୋର ପାଦଗତେପୂଜିବି ମହାଯଜ୍ଞମତେ

  10. Couplet 10

    ଏଣୁ ମୋହର ମନଖେଦକର ତୁ ଏ ଯଜ୍ଞ ସମ୍ପାଦ

  11. Couplet 11

    ତୋର ଚରଣ ଅବିରତେଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ

  12. Couplet 12

    ନିଶ୍ଚଳଚିତ୍ତେ କରି ଧ୍ୟାନମୁଖେ ଗୁଣନ୍ତି ତୋର ନାମ

  13. Couplet 13

    ସେବନ୍ତି ଉପବାସ ବ୍ରତେବେଦବଚନ ଶାସ୍ତ୍ରମତେ

  14. Couplet 14

    ସେ ତୋତେ କରନ୍ତି ପ୍ରଣାମତୁ ଅପବର୍ଗର କାରଣ

  15. Couplet 15

    ତୁ ଦେବଦେବ ନରହରିଯେ ତୋର ପାଦେ ସେବାକରି

  16. Couplet 16

    ସେବାର ଫଳେ ଯେତେ ଲାଭଉଭୟଲୋକ ଅନୁଭବ

  17. Couplet 17

    ଏ ସଭାଲୋକର ସମ୍ମୁଖେତୁ ଏବେ ଦେଖାଅ ପ୍ରତ୍ୟକ୍ଷେ

  18. Couplet 18

    ଯେ ତୋତେ ଭଜେ ଦୃଢଚିତ୍ତେଯେ ଅବା ନ ଭଜନ୍ତି ତୋତେ

  19. Couplet 19

    ଏ ବେନିଜନଙ୍କର ଗତିପ୍ରକାଶ କର ଦାଶରଥି

  20. Couplet 20

    କୁରୁ ସୃଞ୍ଜୟ ସଭା ମଧ୍ୟେଏ ଲୋକେ ଦେଖନ୍ତୁ ଆନନ୍ଦେ

  21. Couplet 21

    ତୁ ଯେ ନିର୍ଗୁଣ ବ୍ରହ୍ମସାରମିତ୍ର ଅଇରି ନାହିଁ ତୋର

  22. Couplet 22

    ଏ ସର୍ବଭୂତେ ତୋର ବାସଏଣୁ ବୋଲାଉ ସମଦୃଶ

  23. Couplet 23

    ସ୍ୱସୁଖ-ଅନୁଭବେ ପୂର୍ଣ୍ଣସେବକେ ହେଉ ସୁରଦ୍ରୁମ

  24. Couplet 24

    ସେବାର ଅନୁରୂପେ ହିତଏଣେ ତୋ ନାହିଁ ବିପରୀତ

  25. Couplet 25

    ଏମନ୍ତେ ଧର୍ମସୁତ ବାଣୀଗୋବିନ୍ଦ ସଭାମଧ୍ୟେ ଶୁଣି

  26. Couplet 26

    ଅଳପ ହସି ଭାବଗ୍ରାହୀବୋଲନ୍ତି ରାଜାମୁଖ ଚାହିଁ

  27. Couplet 27

    ଶୁଣ ହୋ ଶତ୍ରୁ-କରଷଣଏ ତୋର ଉତ୍ତମ ପ୍ରମାଣ

  28. Couplet 28

    ତୋହର ପୁଣ୍ୟଯଶ-ବାଣୀତିନିଭୁବନଲୋକେ ଶୁଣି

  29. Couplet 29

    କଲ୍ୟାଣବାଣୀ ରାତ୍ରି ଅନ୍ତେସୁଜନେ ସୁମରିବେ ନିତ୍ୟେ

  30. Couplet 30

    ଶୁଣ ଏ ଯଜ୍ଞର ମହିମାଅଧିକେ କି ଦେବା ଉପମା

  31. Couplet 31

    ଋଷି ଦେବତା ପିତୃଗଣଏ ପୁଣ୍ୟ ଯଜ୍ଞରେ ତର୍ପଣ

  32. Couplet 32

    ସୁହୃଦ ଆଦି ଯେତେ ଜନ୍ତୁଏଣେ ତାହାଙ୍କ ସୁଖ ହେତୁ

  33. Couplet 33

    ସମରେ ସର୍ବନୃପ ଜିଣିତୁ ବଶ କର ଏ ଧରଣୀ

  34. Couplet 34

    ସର୍ବସମ୍ଭାରେ ନୃପବରସୁଖେ ତୁ ମହାଯଜ୍ଞ କର

  35. Couplet 35

    ଏ ଯେ ତୋହର ଚାରିଭ୍ରାତଦିଗପାଳଙ୍କ ଅଂଶେ ଜାତ

  36. Couplet 36

    ମୁହିଁ ଦୁର୍ଜୟ ସୁରାସୁରେଭାବେ ଖଟଇ ତୋ ପୟରେ

  37. Couplet 37

    ଏବେ ହୋ ଶୁଣ ତୁ ରାଜନମୋର ସେବକ ଯେତେ ଜନ

  38. Couplet 38

    ତାହାଙ୍କୁ ଇହପରଲୋକେଥୋଇଣ ଥାଇ ନାନାସୁଖେ

  39. Couplet 39

    ତେଜ ଶଉର୍ଯ୍ୟ ଯଶ ଶିରୀନାନାବିଭୂତି ଆଦି କରି

  40. Couplet 40

    କେହି ନ ପାରେ ତାଙ୍କୁ ଜିଣିମୋର ଶରଣ ଯେତେ ପ୍ରାଣୀ

  41. Couplet 41

    ଦେବେ ନ ପୀଡ଼ନ୍ତି ଯାହାକୁକି ଭୟ ମନୁଷ୍ୟ ରାଜାକୁ

  42. Couplet 42

    ଭାବେ କହନ୍ତି ବ୍ୟାସସୁତଶୁଣ ସୁମନେ ପରୀକ୍ଷିତ

  43. Couplet 43

    ଏମନ୍ତେ କୃଷ୍ଣବାଣୀ ଶୁଣିଆନନ୍ଦମନେ ନୃପମଣି

  44. Couplet 44

    ଚାରିଦିଗକୁ ଚାରିଭାଇପେଷିଲେ କୃଷ୍ଣଆଜ୍ଞା ପାଇ

  45. Couplet 45

    ତକ୍ଷଣେ ବିଷ୍ଣୁ ତେଜରାଶିବେଗେ ତାହାଙ୍କ ଦେହେ ପଶି

  46. Couplet 46

    ଦିଶନ୍ତି ବିଷ୍ଣୁତେଜକାନ୍ତିଏବେ ହୋ ଶୁଣ ନରପତି

  47. Couplet 47

    ଦକ୍ଷିଣ ଦିଗେ ସହଦେବତକ୍ଷଣେ ପେଷିଲେ ମାଧବ

  48. Couplet 48

    ସୃଞ୍ଜୟବଳ ସଙ୍ଗେ ଦେଇବୋଲନ୍ତି ନକୁଳକୁ ଚାହିଁ

  49. Couplet 49

    ପଶ୍ଚିମ ଦିଗେ ତୁମ୍ଭେ ଚଳସଙ୍ଗେ ଘେନିଣ ମତ୍ସ୍ୟବଳ

  50. Couplet 50

    ଅର୍ଜୁନମୁଖ ଚାହିଁ ହରିବୋଲନ୍ତି କରେ କର ଧରି

  51. Couplet 51

    ଉତ୍ତରଦିଗେ ଯାଅ ତୁହିମୋହର ନିଜ ଭାବ ବହି

  52. Couplet 52

    କୈକୟବଳ ସଙ୍ଗେ ଘେନଆନନ୍ଦେ ଚଳ ହେ ଅର୍ଜ୍ଜୁନ

  53. Couplet 53

    ପୁଣି ଅନାଇଁ ବୃକୋଦରବୋଇଲେ ବ୍ରହ୍ମାଣ୍ତଠାକୁର

  54. Couplet 54

    ମଦ୍ର ରାଜନବଳ ସଙ୍ଗେଭୀମ ତୁ ଯାଅ ପୂର୍ବଦିଗେ

  55. Couplet 55

    ବୋଲନ୍ତି ପ୍ରଭୁ ନାରାୟଣରାଜାଙ୍କୁ କରି ନିମନ୍ତ୍ରଣ

  56. Couplet 56

    ବହନ ଆଣ ଚାରିଭାଇଯଜ୍ଞସମ୍ଭାର ସଙ୍ଗେ ଲଇ

  57. Couplet 57

    ଗୋବିନ୍ଦ ଆଜ୍ଞା ପରମାଣେଗଲେ ସେ ରାଜା ନିମନ୍ତ୍ରଣେ

  58. Couplet 58

    ବୋଲନ୍ତି ବ୍ୟାସଙ୍କ ନନ୍ଦନଶୁଣ ହୋ ପରୀକ୍ଷ ରାଜନ

  59. Couplet 59

    ରାଜାଙ୍କୁ ବିଷ୍ଣୁତେଜେ ଜିଣିଧନସମ୍ପଦ ବେଗେ ଆଣି

  60. Couplet 60

    ଧର୍ମନନ୍ଦନ ପାଶେ ଦେଲେକୃଷ୍ଣର ଛାମୁରେ କହିଲେ

  61. Couplet 61

    ଭୋ ନାଥ ଶୁଣିମା ଗୋବିନ୍ଦଘୋର ଦୁର୍ଜୟ ଜରାସନ୍ଧ

  62. Couplet 62

    ତାହାକୁ ନ ପାରିଲୁ ଜିଣିଶୁଣି ହସନ୍ତି ଚକ୍ରପାଣି

  63. Couplet 63

    ଦ୍ୱାରକାପୁରେ କଲୁ ବାସସେ ଦୈତ୍ୟ ନୋହିଲା ବିନାଶ

  64. Couplet 64

    ସବୁ ନୃପତି ବନ୍ଦୀ କରିତୁ କି ନ ଜାଣୁ ଚକ୍ରଧାରୀ

  65. Couplet 65

    ତୋର ବୁଦ୍ଧିରେ ନାଶ ଯିବତେବେ ସେ ମୋ ଯଜ୍ଞ ହୋଇବ

  66. Couplet 66

    ଶୁଣି ବୋଲନ୍ତି ଚକ୍ରପାଣିଏ କଥା ମୁହିଁ ଅଛି ଜାଣି

  67. Couplet 67

    ସେ ବନ୍ଦୀ ନୃପତିଙ୍କ ଚାରକହିଲା ମୋହର ଆଗର

  68. Couplet 68

    ଅବଶ୍ୟ ତାକୁ ସଂହାରିବିବନ୍ଦୀନୃପତି ଉଦ୍ଧରିବି

  69. Couplet 69

    ରାଜାଏ କରୁ ମନେ ଧ୍ୟାନତକ୍ଷଣେ ଜାଣି ଜନାର୍ଦ୍ଦନ

  70. Couplet 70

    ଉଦ୍ଧବ ବାକ୍ୟ ସୁମରଣକରି ଉଠିଲେ ନାରାୟଣ

  71. Couplet 71

    ଭୀମ ଅର୍ଜୁନ ତୁଲେ ହରିତକ୍ଷଣେ ବିପ୍ରରୂପ ଧରି

  72. Couplet 72

    ମିଳିଲେ ଯାଇ ଗିରିବରେଦୁର୍ଗମ ଜରାସନ୍ଧପୁରେ

  73. Couplet 73

    ଅତିଥିବେଶେ ତାର ଦ୍ୱାରେମିଳିଲେ ଭିକ୍ଷୁକ ବେଭାରେ

  74. Couplet 74

    ଗୃହସ୍ଥଧର୍ମ ଭିକ୍ଷୁପୂଜାବ୍ରହ୍ମଣ୍ୟ ଜରାସନ୍ଧ ରାଜା

  75. Couplet 75

    ଦ୍ୱର ସମୀପେ ଭଗବାନସୁସ୍ୱରେ କଲେ ସାମଗାନ

  76. Couplet 76

    କ୍ଷତ୍ରିୟକୁଳେ ଜାତ ହୋଇଛଦ୍ମେ ବ୍ରାହ୍ମଣ ରୂପ ବହି

  77. Couplet 77

    କୃଷ୍ଣର ବେଦନାଦ ଶୁଣିମନେ ବିଚାରେ ନୃପମଣି

  78. Couplet 78

    ଏତ ଅପୂର୍ବ ବିପ୍ରବରମିଳିଲେ ମୋହର ନବର

  79. Couplet 79

    ଆଜ ଜୀବନ ମୋର ଧନ୍ୟଉତ୍ତମ ବିପ୍ରେ ଦେବି ଦାନ

  80. Couplet 80

    ଏମନ୍ତ ମନେ ବିଚାରିଲାକୃଷ୍ଣର ନିକଟେ ମିଳିଲା

  81. Couplet 81

    ତାର ବଦନ ଚାହିଁ ହରିକହନ୍ତି ଅଞ୍ଜଳି ପ୍ରସାରି

  82. Couplet 82

    ଶୁଣ ଧାର୍ମିକ ନୃପବରଅନେକ ଦୂରେ ଆମ୍ଭ ଘର

  83. Couplet 83

    ତୋର ମହିମା ଶୁଣି କର୍ଣ୍ଣେଆମ୍ଭେ ଅଇଲୁ ପଥଶ୍ରମେ

  84. Couplet 84

    ତୋର କୁଶଳ ହେଉ ସୁଖେଯାହା ମାଗିବୁ ଆମ୍ଭେ ମୁଖେ

  85. Couplet 85

    ସନ୍ତୋଷେ ଦେବୁ ନୃପବରଏ ଧର୍ମେ ବିଳମ୍ବ ନ କର

  86. Couplet 86

    ତୁ ପୁଣ୍ୟବନ୍ତ ଶିରୋମଣିଆମ୍ଭେ ଅଇଲୁ ଯଶ ଶୁଣି

  87. Couplet 87

    ସଂସାର ଦୁଃଖର କାରଣତିତିକ୍ଷୁ ବୋଲାନ୍ତି ଯେ ଜନ

  88. Couplet 88

    ତାର ସଦୃଶ ନାହିଁ କେହିଦୁର୍ଲ୍ଲଭ ମାଗିଲେ ସେ ନେଇ

  89. Couplet 89

    ଅସାଧୁ ବୁଦ୍ଧି ଯେତେ ନରକିବା ଅକାର୍ଯ୍ୟ ତାହାଙ୍କର

  90. Couplet 90

    ଜାଣି ନ ଜାଣି ସୁଖଲାଭେକର୍ମ କରନ୍ତି ପଶୁ ଭାବେ

  91. Couplet 91

    ବିପାକେ ଫଳ ବିପରୀତବୋଲନ୍ତି ପ୍ରଭୁ ଜଗନ୍ନାଥ

  92. Couplet 92

    ନିର୍ମଳଜ୍ଞାନ ଯାର ଦେହୀଅଦେୟ ବସ୍ତୁ ତାର ନାହିଁ

  93. Couplet 93

    ପ୍ରାଣୀର ହିତେ ସର୍ବ ଦେଇତାହାକୁ ବୋଲି ପୁଣ୍ୟଦେହୀ

  94. Couplet 94

    ସମଦରଶୀ ଚିତ୍ତ ଯାରମିତ୍ର ଅଇରି ନାହିଁ ତାର

  95. Couplet 95

    ଯେ ପ୍ରାଣୀ ଅନିତ୍ୟ ଶରୀରେନିର୍ମଳଯଶ ଏ ସଂସାରେ

  96. Couplet 96

    ପୁଣ୍ୟପୁରୁଷେ ଯାହା ଗାଇତାହା ନ ସଞ୍ଚେ ଦେହ ବହି

  97. Couplet 97

    ନିଷ୍ଫଳ ତାହାର ଜୀବନନିନ୍ଦା କରନ୍ତି ସର୍ବଜନ

  98. Couplet 98

    ତା ସୁଖ ନାହିଁ ବେନିଲୋକେଜୀବନ ବହେ ଦୁଃଖଶୋକେ

  99. Couplet 99

    ପୁଣ୍ୟପୁରୁଷ ପୂର୍ବକାଳେଥିଲେ ଯେ ଏ ମହୀମଣ୍ତଳେ

  100. Couplet 100

    ଯେ ହରିଶ୍ଚନ୍ଦ୍ର ମହୀପତିଯେ ରନ୍ତିଦେବ ଉଞ୍ଚବୃତ୍ତି

  101. Couplet 101

    ଶିବିରାଜନ ଭାଗ୍ୟବନ୍ତବଳି ଯେ ବିରୋଚନସୁତ

  102. Couplet 102

    ବ୍ୟାଧକପୋତ ଆଦି ଯେତେଅଧ୍ରୁବ ଦେହେ ଧ୍ରୁବପଥେ

  103. Couplet 103

    ଗମିଲେ ପୁଣ୍ୟଫଳେ ସୁଖେଯଶ ରହିଲା ତିନିଲୋକେ

  104. Couplet 104

    ଏମନ୍ତେ କୃଷ୍ଣବାଣୀ ଶୁଣିବିପ୍ରଙ୍କୁ ଚାହିଁ ନୃପମଣି

  105. Couplet 105

    ସ୍ୱର ଆକୃତି ପରିମାଣେହସ୍ତକର୍କଶ ଧନୁଗୁଣେ

  106. Couplet 106

    ଦେଖି କରଇ ବିଚାରଣନିଶ୍ଚେ ଏ ନୁହଁଇ ବ୍ରାହ୍ମଣ

  107. Couplet 107

    ପୂର୍ବେ ଏହାଙ୍କୁ ଅଛି ଦେଖିଏମନ୍ତ ମନେ ଉପଲକ୍ଷ୍ୟି

  108. Couplet 108

    ପୁଣି ବିଚାରେ ଶୁଦ୍ଧଚିତ୍ତେଅତିଥି ଲଘିଂବି କେମନ୍ତେ

  109. Couplet 109

    ବ୍ରାହ୍ମଣ ରୂପେ ହୋଇ ଛନ୍ନଯେବେ କ୍ଷତ୍ରିୟ ମାଗେଦାନ

  110. Couplet 110

    ଏହାକୁ ନାହିଁ ମୋର ଭୀତିମୋହର ଦ୍ୱାରେ ଏ ଅତିଥି

  111. Couplet 111

    ଏହାଙ୍କୁ ନିଶ୍ଚେ ଦେବି ଦାନଯେବେ ମାଗିବେ ମୋ ଜୀବନ

  112. Couplet 112

    ବଳି ରାଜାର ଯଜ୍ଞକାଳେବିଷ୍ଣୁ ମିଳିଲେ ବିପ୍ରଛଳେ

  113. Couplet 113

    ତିନିଚରଣେ ମହୀ ଦେଲାତା ଯଶ ସଂସାରେ ରହିଲା

  114. Couplet 114

    ବିଷ୍ଣୁ ନାଶିଲେ ତାର ଦୁଃଖଭୁଞ୍ଜେ ଅଛିଦ୍ର ନିତ୍ୟସୁଖ

  115. Couplet 115

    ମନ୍ତ୍ରୀବଚନ ନ ଶୁଣିଲାଯେଣୁ ତା ପୂର୍ବଭାଗ୍ୟ ଥିଲା

  116. Couplet 116

    କ୍ଷତ୍ରିୟକୁଳେ ଜାତ ହୋଇବ୍ରାହ୍ମଣହିତ ଯେ ନ ବହି

  117. Couplet 117

    ଧନ ଜୀବନ ଧିକ ତାରନିର୍ମଳ ଯଶ ନାହିଁ ଯାର

  118. Couplet 118

    ଏମନ୍ତ କରି ଅନୁମାନବିପ୍ରଙ୍କୁ ବୋଲଇ ବଚନ

  119. Couplet 119

    ଭୋ ବିପ୍ରବରେ ମାଗ ଦାନଦେବଇଁ ସତ୍ୟ ମୋ ବଚନ

  120. Couplet 120

    ଏ ଧର୍ମେ ବିଳମ୍ବ ନ କରମାଗିଲେ ଦେବି ଆଜ ଶିର

  121. Couplet 121

    ଶୁଣି ତାହାର ସତ୍ୟବାଣୀବୋଲନ୍ତି ପ୍ରଭୁ ଚକ୍ରପାଣି

  122. Couplet 122

    ତୁ ପୁଣ୍ୟବନ୍ତ ନୃପମଣିଆମ୍ଭେ ତୋହର ଯଶ ଶୁଣି

  123. Couplet 123

    ଅଇଲୁ ଦୁଃଖ ଦୁରପଥଯେଣୁ ତୁ ପୁରୁଷ ମହତ

  124. Couplet 124

    ଆମ୍ଭଙ୍କୁ ଯୁଦ୍ଧ ଦିଅ ଦାନଆନରେ ନାହିଁ ପ୍ରୟୋଜନ

  125. Couplet 125

    ଶସ୍ତ୍ରସମରେ ନାହିଁ ସଧଆମ୍ଭଙ୍କୁ ଦିଅ ବାହୁଯୁଦ୍ଧ

  126. Couplet 126

    ଯେବେ ତୋ ଇଷ୍ଟଧର୍ମ ସତ୍ୟଆମ୍ଭେ କହିବୁ ଶୁଣ ତତ୍ତ୍ୱ

  127. Couplet 127

    କ୍ଷତ୍ରିୟ ଜନ୍ମ ଆମ୍ଭେ ତିନିଏବେ ତୁ ନ ପାରିଲୁ ଚିହ୍ନି

  128. Couplet 128

    ତା ଶୁଣି ଚକିତେ ରାଜନଚାହିଁ କରଇ ଅନୁମାନ

  129. Couplet 129

    କି ଏ ଗନ୍ଧର୍ବ ବିଦ୍ୟାଧରମନୁଷ୍ୟ ରାକ୍ଷସ କିନ୍ନର

  130. Couplet 130

    ବ୍ରାହ୍ମଣ କାହିଁ ଏତେ ତେଜକର୍କଶ ଧନୁର୍ଗୁଣେ ଭୁଜ

  131. Couplet 131

    ନିଶ୍ଚେ କ୍ଷତ୍ରିୟ ତିନିଜଣପୁଣି କହନ୍ତି ନାରାୟଣ

  132. Couplet 132

    ଦେଖ ଏ ବୀର ବୃକୋଦରବାମେଟି ଅଜୁନ ଏହାର

  133. Couplet 133

    ଏହାଙ୍କ ମାତୁଳଜ ଭ୍ରାତମୁଁ କୃଷ୍ଣ ବସୁେଦେବସୁତ

  134. Couplet 134

    ମୁଁ ତୋର ରିପୁ ମହାବଳଜିଣିଲି ସପ୍ତଦଶବେଳ

  135. Couplet 135

    ବେଳେ ଜିଣିଲୁ ବଳେ ତୁହିତା ଶୁଣି କୃଷ୍ଣ ମୁଖ ଚାହିଁ

  136. Couplet 136

    ଉଚ୍ଚେ ହସିଲା ଜରାସନ୍ଧବୋଲଇ ତୁରେ ବଡ଼ ମନ୍ଦ

  137. Couplet 137

    କୋପେ ବୋଲଇ କୃଷ୍ଣେ ଚାହିଁସତ୍ୟ ଯେ କରିଅଛି ମୁହିଁ

  138. Couplet 138

    ସଂଗ୍ରାମ ମୋହର ଉଚିତତୁ ପୁଣି ସଂଗ୍ରାମେ ନିସତ

  139. Couplet 139

    ପଳାଇ ଗଲୁ ମୋର ଭୟେଏବେ ଭଣ୍ତିଲୁ କୁଟଯମୋହେ

  140. Couplet 140

    ମଥୁରା ଛାଡି ଜଳେ ପଶିଏବେ ଛଳିଲୁ ମୋତେ ଆସି

  141. Couplet 141

    ସମୁଦ୍ରେ ପଶିଲୁ ଶରଣତୋହର ତୁଲେ କାହିଁ ରାଣ

  142. Couplet 142

    ଏ ଯେ ଅର୍ଜୁନ ସଖା ତୋରତୁଲ୍ୟ ବୟସ ନୋହେ ମୋର

  143. Couplet 143

    ଏହାର ଦେହେ ନାହିଁ ବଳଏ କାହିଁ ହେବ ମୋର ତୁଲ

  144. Couplet 144

    ମୋହର ତୁଲ୍ୟ ବଳୀ ଭୀମସେ ଜାଣେ ବାହୁଯୁଦ୍ଧ ଧର୍ମ

  145. Couplet 145

    ଏମନ୍ତ ବୋଲି କୋପଭରେବେଗେ ମିଳିଲା ନିଜପୁରେ

  146. Couplet 146

    ବୁଲାଇ ବେନିଗଦା ହସ୍ତେମିଳିଲା କୃଷ୍ଣର ଅଗ୍ରତେ

  147. Couplet 147

    ଗଦାଏ ଭୀମହସ୍ତେ ଦେଲାସମର କର ତୁ ବୋଇଲା

  148. Couplet 148

    ଆପଣେ ଗଦା ହସ୍ତେ ଧରିରଣେ ପଶିଲା ଆଗସରି

  149. Couplet 149

    ସମରେ ଭୀମ-ଜରାସନ୍ଧଶୂନ୍ୟେ ଦେଖନ୍ତି ଦେବବୃନ୍ଦ

  150. Couplet 150

    ଅନ୍ତରେ ନିଜ ଛଳ ଆଞ୍ଚିଗଦାସମରେ ପଞ୍ଚାପଞ୍ଚି

  151. Couplet 151

    ରଣେ ଦୁର୍ମଦ ବେନିବୀରଘୂରାଇ କରନ୍ତି ପ୍ରହାର

  152. Couplet 152

    ଶବଦ ଯେହ୍ନେ ଘଡଘଡିଶୁଭଇ ବେନିଦେହେ ପଡି

  153. Couplet 153

    ବାମ ଦକ୍ଷିଣେ ଗଦା ଚାଳିକୋପେ ପିଟନ୍ତି ଭୁଜତୋଳି

  154. Couplet 154

    ସମରେ ମତ୍ତଗଜ ପ୍ରାୟେଗଦା ପିଟନ୍ତି ବେନି ଦେହେ

  155. Couplet 155

    ଶୁଭଇ ଘଡଘଡି ନାଦଗଜେ ଯେସନେ ଗଜଯୁଦ୍ଧ

  156. Couplet 156

    ବଜ୍ରଶବଦେ ଦିଗ ପୁରେମାଗଧ ଭୀମର ସମରେ

  157. Couplet 157

    ଏମନ୍ତେ ବେନି ଗଦା ତୋଳିଅନ୍ୟୋନ୍ୟେ ପ୍ରହାରନ୍ତି ବଳୀ

  158. Couplet 158

    ପିଟନ୍ତି ଭୁଜଯୁଗେ ବେଗେଗଦାଏ ବାଜି ତାଙ୍କ ଅଙ୍ଗେ

  159. Couplet 159

    କଟୀ ଜଘନ ଊର କନ୍ଧେବଜ୍ରଶବଦ ଘୋରନାଦେ

  160. Couplet 160

    ଭାଜି ପଡିଲେ ଗଦାତଳେହସ୍ତୀ ସଂଗ୍ରାମେ ଯେହ୍ନେ ଡାଳେ

  161. Couplet 161

    ସେ ବେନିଗଦା ଯହୁଁ ଗଲାଅନେକ କୋପ ଉପୁଜିଲା

  162. Couplet 162

    ମୁଷ୍ଟି ଉଞ୍ଚାଇ ମହାକୋପେପ୍ରହାର କଲେ ଆପେ ଆପେ

  163. Couplet 163

    ଶୁଭଇ ବଜ୍ର ଘଡଘଡିପୁଣି ପ୍ରହାରେ ଆଗ ବଢି

  164. Couplet 164

    ଏମନ୍ତେ ବଢିଲା ସଂଗ୍ରାମଦଇବ ବେନିବୀରେ ସମ

  165. Couplet 165

    ନିରତେ ସମର ବଢିଲାସପତବିଂଶ ଦିନ ଗଲା

  166. Couplet 166

    ଏମନ୍ତେ ରଜନୀ ପ୍ରବେଶେକୃଷ୍ଣ ଯେ ଥିଲେ ଭୀମ ପାଶେ

  167. Couplet 167

    କୃଷ୍ଣବଦନ ଭୀମ ଚାହିଁକହିଲା ଆଙ୍ଗୁଳି ଦେଖାଇ

  168. Couplet 168

    ଏହାକୁ ନ ପାରିବି ମୁହିଁଉପାୟ ଥିଲେ କହ ତୁହି

  169. Couplet 169

    ଭୀମ ବଚନେ ନାରାୟଣଚିନ୍ତିଲେ ଜରାର ମରଣ

  170. Couplet 170

    ଜରାରାକ୍ଷସୀ ଜନ୍ମକାଳେସନ୍ଧାନ କଲା ବେନିଫାଳେ

  171. Couplet 171

    ବୋଇଲା ହୁଅ ତୁ ଅକ୍ଷୟକେ ଜାଣିପାରେ ଏ ଉପାୟ

  172. Couplet 172

    ତୋତେ କରିବ ବେନିଫାଳଖଣ୍ତେ କ୍ଷେପିବ ଅନ୍ତରାଳ

  173. Couplet 173

    ଖଣ୍ତେ ପଡିବ ସିନ୍ଧୁଜଳେଦହିବ ବଡବା ଅନଳେ

  174. Couplet 174

    ତେବେ ସେ ତୋହର ମରଣଏ କଥା ଜାଣି ନାରାୟଣ

  175. Couplet 175

    ଭୀମ ଶରୀରେ ନରହରିତକ୍ଷଣେ ନିଜ ତେଜ ଭରି

  176. Couplet 176

    ନିର୍ଭୟ କଲେ ତାର ମନଘୋର ଶବଦେ ଭୀମସେନ

  177. Couplet 177

    ଚାହିଁଲା କୃଷ୍ଣର ବଦନତକ୍ଷଣେ ପ୍ରଭୁ ଭଗବାନ

  178. Couplet 178

    ଶତ୍ରୁର ମରଣ ଉପାୟତୃଣ ଉପାଡି ଦେବରାୟ

  179. Couplet 179

    ଭୀମେ ଦେଖାଇ ନରହରିଚିରିଲେ ବେନିଫାଳ କରି

  180. Couplet 180

    ତକ୍ଷଣେ ଚାହିଁ ବୃକୋଦରଶବଦ କଲା ମହାଘୋର

  181. Couplet 181

    ଉତ୍ତାନେ ପଡିଥିଲା ଭୀମଦେହେ ବସିଲା ଗରୁତମ

  182. Couplet 182

    ଜରାକୁ ପକାଇଲା ତଳେତକ୍ଷଣେ ଉଠି ମହାବଳେ

  183. Couplet 183

    ବିଷ୍ଣୁର ତେଜେ ଘୋରନାଦକରି ଧଇଲା ବେନି ପାଦ

  184. Couplet 184

    ଆକର୍ଷି ପାଦେ ପାଦ ମୋଡିଆର ଚରଣ ହସ୍ତେ ତାଡି

  185. Couplet 185

    ଦେଖନ୍ତି ପ୍ରଭୁ ଦାମୋଦରବେଗେ ଫାଟିଲା ମଳଦ୍ୱାର

  186. Couplet 186

    ହୁଙ୍କାରନାଦେ ମହାବଳତକ୍ଷଣେ କଲା ବେନିଫାଳ

  187. Couplet 187

    ଦେବେ ତା ଦେଖନ୍ତି ପ୍ରତ୍ୟକ୍ଷେଖଣ୍ତେ ଫିଙ୍ଗିଲା ଅନ୍ତରୀକ୍ଷେ

  188. Couplet 188

    ଆର ଖଣ୍ତକ ଭୂମିଗତେପଡିଲା କୃଷ୍ଣର ଅଗ୍ରତେ

  189. Couplet 189

    ଗଜ ଯେସନେ ବୃକ୍ଷଡାଳଲୀଳାଏ କରେ ବେନିଫାଳ

  190. Couplet 190

    ଏକଇ ଚରଣ ବୃଷଣଜଘନ କଟୀ ପୃଷ୍ଠ ସ୍ତନ

  191. Couplet 191

    ଏକଇ ଭୁଜ ଅଂଶ ଧରିଯେହ୍ନେ କରତେ କାଷ୍ଠ ଚିରି

  192. Couplet 192

    ଏକଇ ନାସାପୁଟ କର୍ଣ୍ଣଚକ୍ଷୁ କପୋଳ ଦେଖି ଜନ

  193. Couplet 193

    ଶୁଭଇ ହାହାକାର ବାଣୀଭୀମ ଉଠିଲା ଶିରଝୁଣି

  194. Couplet 194

    ଜରାସନ୍ଧର ପାଦ ଧରିବୁଲାଇ ଅନ୍ତରାଳ କରି

  195. Couplet 195

    ବଡବାନଳେ ପକାଇଲାଏମନ୍ତେ ଶତ୍ରୁ ନାଶ ଗଲା

  196. Couplet 196

    ତକ୍ଷଣେ ପାର୍ଥ ଜଗନ୍ନାଥଧଇଲେ ବୃକୋଦର ହସ୍ତ

  197. Couplet 197

    ଜୟ ଶବଦେ ନରହରିଭୀମକୁ ଆଲିଙ୍ଗନ କରି

  198. Couplet 198

    ଜରାସନ୍ଧର ପୁତ୍ରେ ଆଣିନୃପ ଆସନେ ଚକ୍ରପାଣି

  199. Couplet 199

    ବସାଇ ନିଜ ଜନ ମଧ୍ୟେକୃଷ୍ଣ ସଞ୍ଚିଲେ ରାଜପଦେ

  200. Couplet 200

    ବନ୍ଧନେ ଯେତେକ ନୃପତିତାହାଙ୍କୁ ସୁମରି ଶ୍ରୀପତି

  201. Couplet 201

    ପର୍ବତକ୍ରୋଟ ମଧ୍ୟଗତେଗୋବିନ୍ଦ ଗଲେ ପାଦଗତେ

  202. Couplet 202

    ସେ ହରିଚରଣେ ବିଶ୍ୱାସଶରଣେ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 77 | Parbani by ParibhaAsha App