Skandha 10
Adhyaya 76
Couplet 1
ମୁନି କହନ୍ତି ଭାବ ବହିଆନନ୍ଦେ ରାଜାମୁଖ ଚାହିଁ
Couplet 2
ଏବେ ହୋ ପରୀକ୍ଷିତ ଶୁଣସୁଧର୍ମା ମଧ୍ୟେ ନାରାୟଣ
Couplet 3
ଉଦ୍ଧବେ ପଚାରିଲେ ଯାହାଶୁଣ ତୁ ଏକମନେ ତାହା
Couplet 4
ଉଦ୍ଧବ ଯଦୁସଭା ମଧ୍ୟେନାରଦ ବାକ୍ୟ ଅନୁବନ୍ଧେ
Couplet 5
ସଭାଜନଙ୍କ ମନ ଜାଣିଶ୍ରୀକୃଷ୍ଣ ମୁଖ ଚାହିଁ ଭଣି
Couplet 6
ରାଜାଙ୍କ ଦୂତର ବଚନକାର୍ଯ୍ୟ ହୋଇବ ସମାଧାନ
Couplet 7
ସର୍ବଜ୍ଞପଣ ଅଛି ତାରଯାଦବକୁଳ ମନ୍ତ୍ରୀବର
Couplet 8
ପବିତ୍ର ମଧୁର ବଚନହରଷ କରି ସର୍ବ ମନ
Couplet 9
କୃଷ୍ଣ ସମୀପେ ଯୋଡ଼ି କରବୋଲେ ଉଦ୍ଧବ ମନ୍ତ୍ରୀବର
Couplet 10
ଭୋ ନାଥ ଶୁଣ ଭଗବାନସଂସାର ହିତେ ତୋ ଜନମ
Couplet 11
ନାରଦମୁନି ଯାହା କହିତୁ ତାହା ଜାଣୁ ଭାବଗ୍ରାହୀ
Couplet 12
ପିତୃଭଗିନୀସୁତ କର୍ମଶରଣ ରକ୍ଷଣ ତୋର ଧର୍ମ
Couplet 13
ପଣ୍ତୁନନ୍ଦନ ଅନୁରାଗେଉତ୍ସବ ରାଜସୂୟ ଯାଗେ
Couplet 14
ହୋଇବ ଜରାସନ୍ଧ ହତଏ ବେନି କାର୍ଯ୍ୟ ମୋର ମତ
Couplet 15
ଏଣୁ ଆମ୍ଭର ବଡ଼ ଲାଭହୋଇବ ଶୁଣ ପଦ୍ମନାଭ
Couplet 16
ତୋହର ଯଶ ମଞ୍ଚେ ଥିବରାଜାଙ୍କ ଦୁଃଖ ନାଶ ଯିବ
Couplet 17
ଭୋ ନାଥ ଶୁଣ ନାରାୟଣଜରାସନ୍ଧର ବୀରପଣ
Couplet 18
ଦଶସହସ୍ର ମତ୍ତହସ୍ତୀବଳବହଇ ସେ ନୃପତି
Couplet 19
ଏଣୁ ବିଷମ କର୍ମ ତାରକ୍ଷତ୍ରିୟ ମଧ୍ୟେ ବଳିୟାର
Couplet 20
କେହି ନୁହଁନ୍ତି ଯୁଦ୍ଧେ ସମସମରେ ପାରେ ଅବା ଭୀମ
Couplet 21
ଅବଶ୍ୟ ଭୀମ ମାଲଯୁଦ୍ଧେମାରିବ ଘୋରରଣ ମଧ୍ୟେ
Couplet 22
ସୈନ୍ୟ ତେଇଶି ଅକ୍ଷୌହିଣୀକେ ପାରେ ରଣେ ତାକୁ ଜିଣି
Couplet 23
ଭିକ୍ଷୁକ ବ୍ରାହ୍ମଣ ବଚନସର୍ବଥା ନ କରଇ ଆନ
Couplet 24
ଏଣୁ ବ୍ରାହ୍ମଣ ବେଶ ହୋଇଭୀମ ଅର୍ଜୁନ ତୁଲେ ତୁହି
Couplet 25
ଭିକ୍ଷୁକ ରୂପେ ଯଜ୍ଞଦ୍ୱାରେମାଗିବୁ ବ୍ରାହ୍ମଣ ବେଭାରେ
Couplet 26
ସତ୍ୟ କରାଇ ଦାନକାଳେଭୀମ ମାରିବ ତାକୁ ବଳେ
Couplet 27
କେବଳ ସାକ୍ଷୀ ପ୍ରାୟ ହୋଇସମର ମଧ୍ୟେ ଥିବୁ ତୁହି
Couplet 28
ତୋର ମହିମା ନ ଜାଣନ୍ତିଶିବ-ବିରଞ୍ଚି-ପ୍ରଜାପତି
Couplet 29
ରାଜାଏ ବନ୍ଦୀମୋକ୍ଷ ହୋଇଆନନ୍ଦେ ନିଜ ପୁରେ ଯାଇ
Couplet 30
କାମିନୀ ମଧ୍ୟେ ତୋର ଯଶକହି ହୋଇବେ ମନେ ତୋଷ
Couplet 31
ଆତ୍ମାର ବନ୍ଦୀ ବିମୋକ୍ଷଣସେ ଜରାସନ୍ଧର ମରଣ
Couplet 32
ନନ୍ଦଗୋକୁଳେ ଗୋପୀଗଣଯେ ଯଶ କରନ୍ତି ଗାୟନ
Couplet 33
ଗଜ-କୁମ୍ଭୀର ମୋକ୍ଷ କଥାରାବଣ ବଧି ଆଣି ସୀତା
Couplet 34
କଂସର ବନ୍ଧନୁ ନିସ୍ତାରିତୋହର ତାତ ଗର୍ଭଧାରୀ
Couplet 35
ମୁନି ବ୍ରାହ୍ମଣ ଅନୁମତେଆମ୍ଭେ ତୋହର ବନ୍ଧୁ ଯେତେ
Couplet 36
ଯେସନେ ତୋରା ଯଶ ଗାଇଭଜନେ ତୋର ବହୁଁ ଦେହୀ
Couplet 37
ଭୋ ନାଥ ଜରାସନ୍ଧ ମଲେରାଜାଏ ନିସ୍ତରିବେ ଭଲେ
Couplet 38
ହୋଇବ ଯୁଧିଷ୍ଠିର ଯାଗଆମ୍ଭର ଥିବ ଯେବେ ଭାଗ୍ୟ
Couplet 39
ଏମନ୍ତ ଉଦ୍ଧବ ବଚନଶୁଣି ଗୋବିନ୍ଦ ତୋଷମନ
Couplet 40
ବ୍ରହ୍ମାନନ୍ଦନ ଯଦୁବୃନ୍ଦେଉଦ୍ଧବେ ଚାହିଁ ସାଧୁବାଦେ
Couplet 41
ସନ୍ତୋଷେ କରନ୍ତି କଲ୍ୟାଣଏବେ ହୋ ପରୀକ୍ଷିତ ଶୁଣ
Couplet 42
ତକ୍ଷଣେ ପ୍ରଭୁ ଦେବରାଜଇନ୍ଦ୍ରପ୍ରସ୍ଥକୁ ହେଲେ ସଜ
Couplet 43
ସାତ୍ୟକି ଦାରୁକ ବଦନହରଷେ ଚାହିଁ ଭଗବାନ
Couplet 44
ବୋଇଲେ ରଥ ସଜ କରଗୁରୁଙ୍କୁ କରି ନମସ୍କାର
Couplet 45
କୃଷ୍ଣର ଯେତେକ କାମିନୀସୁତ-ସମ୍ପଦ ସଙ୍ଗେ ଘେନି
Couplet 46
କୃଷ୍ଣବଚନେ ସଜ ହୋନ୍ତିବିବୁଧେ ଗଗନେ ଦେଖନ୍ତି
Couplet 47
ଦାରୁକ ସାଜି ଦେବରଥମିଳିଲା ଗୋବିନ୍ଦ ଅଗ୍ରତ
Couplet 48
ଗରୁଡ଼ଧ୍ୱଜ ରଥେ ହରିଶଙ୍ଖଶବଦେ ବିଜେକରି
Couplet 49
ତକ୍ଷଣେ ଚତୁରଙ୍ଗ ବଳଚଳନ୍ତେ ଶୁଭେ ମୁଖଗୋଳ
Couplet 50
ମୃଦଙ୍ଗ ଆଦି ବାଦ୍ୟଘୋଷକମ୍ପେ ଗଗନେ ଭୂମିଦେଶ
Couplet 51
ନରକୁଞ୍ଜର ଅଶ୍ୱରଥେସୁବର୍ଣ୍ଣ ଶିବିକା ସହିତେ
Couplet 52
ସକଳଜନ ଅନୁମତେସେବକ ସେବକୀ ସହିତେ
Couplet 53
କୃଷ୍ଣର ଅନୁପଥେ ଯାନ୍ତିଯେହ୍ନେ ଗଗନେ ତାରାପନ୍ତି
Couplet 54
କୋଳେ ବସାଇ ସୁତ ସୁତାକୃଷ୍ଣକାମିନୀ ପତିବ୍ରତା
Couplet 55
ଦିବ୍ୟବସନ ପରିଧାନକୁଙ୍କୁମ ସୁଗନ୍ଧ ଲେପନ
Couplet 56
ଖଡ଼ଗ ଚର୍ମ ଧନୁହସ୍ତେବୀରେ ଆବୋରି ଯୂଥେ ଯୂଥେ
Couplet 57
ଓଟ ମଇଁଷି ଗୋରୁ ନରଗର୍ଦ୍ଦଭ ଅଶ୍ୱ ଅଶ୍ୱତର
Couplet 58
ଯାନ ଶକଟେ କରି ଘରଚିତ୍ରବିଚିତ୍ର ତମ୍ବୁଦ୍ୱାର
Couplet 59
ହସ୍ତୀଙ୍କ ଉପରେ ଅମାରିଆନନ୍ଦେ ଯାନ୍ତି ପରିବାରୀ
Couplet 60
ଏ ଆଦି ସକଳ ସମ୍ଭାରଚଳନ୍ତେ ଶୋହେ ମଞ୍ଚପୁର
Couplet 61
ଗମନ୍ତି କୃଷ୍ଣର ସଇନିପ୍ରଳୟସିନ୍ଧୁ ପ୍ରାୟ ମଣି
Couplet 62
ଉତ୍ତମଧ୍ୱଜ ଛତ୍ରପାଟଚାମର କଳସ କିରୀଟ
Couplet 63
ବିବିଧ ଶସ୍ତ୍ରମାନ ସାଜେଝଲକି ରବିରଶ୍ମି ଗଞ୍ଜେ
Couplet 64
ଘୋର ଶବଦ ଘରଷଣେଜଳଧି ଯେହ୍ନେ ଉର୍ମିଗଣେ
Couplet 65
ବିଷମ କଲ୍ଲୋଳ ସଙ୍କୁଳବିରାଜେ ଯଦୁଭୋଜ-ବଳ
Couplet 66
କୃଷ୍ଣବଚନେ ବ୍ରହ୍ମାସୁତନିଜଭୁବନେ ଉପଗତ
Couplet 67
ହରିଚରଣେ ନମସ୍କାରିହୃଦେ ଗୋବିନ୍ଦ ଭାବ ଭରି
Couplet 68
ମୁକୁନ୍ଦ ଦରଶନ ଫଳେଚଞ୍ଚଳ ଇନ୍ଦ୍ରିୟ ନିଶ୍ଚଳେ
Couplet 69
ଗଗନମାର୍ଗେ ମୁନି ଗଲେଦୂତ ଯେ ଥିଲା କୃଷ୍ଣତୁଲେ
Couplet 70
ରାଜାଙ୍କ ଦୁଃଖ କଷ୍ଟ ଜାଣିଦୂତ ବଦନ ଚାହିଁ ଭଣି
Couplet 71
ହେ ଦୂତ କହ ଯାଇ ବେଗେବନ୍ଧନ ନୃପତିଙ୍କ ଆଗେ
Couplet 72
ଭୟ ନ କର ତୁମ୍ଭେ କେହିନାଶିବି ଜରାସନ୍ଧ ମୁହିଁ
Couplet 73
ଆଜ୍ଞା ପ୍ରମାଣେ ଦୂତ ଗଲାରାଜାଙ୍କୁ ସନ୍ଦେଶ କହିଲା
Couplet 74
ଦୂତବଚନ ଶୁଣି କର୍ଣ୍ଣେରାଜାଏ ନିବିଡ଼ ବନ୍ଧନେ
Couplet 75
ଛାଡ଼ିଲେ ଘୋରବନ୍ଧ ଦୁଃଖକୃଷ୍ଣଦରଶନେ ଉତ୍ସୁକ
Couplet 76
କୃଷ୍ଣଚରଣେ ମନ ଦେଇରାତ୍ର ଦିବସେ ପଥ ଚାହିଁ
Couplet 77
ଗୋବିନ୍ଦ ବସି ନିଜ ରଥେଗମନ କଲେ ରାଜପଥେ
Couplet 78
ଆନର୍ତ୍ତ ସଉବୀର ପୁରୀମରୁଭୁବନ ବେଗେ ତରି
Couplet 79
ତକ୍ଷଣେ କୁରୁକ୍ଷେତ୍ର ଜିଣିବନ ପର୍ବତ ତରଙ୍ଗିଣୀ
Couplet 80
ବିବିଧ ଗ୍ରାମ ପୁର ଘୋଷବନଗହନ ନାନା ଦେଶ
Couplet 81
ଦୃଷଦବତୀ ସରସ୍ୱତୀପଥେ ଲଂଘିଲେ ଯଦୁପତି
Couplet 82
ପାଞ୍ଚାଳ ମତ୍ସ୍ୟଦେଶ ଜିଣିଇନ୍ଦ୍ରପ୍ରସ୍ଥରେ ଚକ୍ରପାଣି
Couplet 83
ମିଳି କରନ୍ତି ଶଙ୍ଖନାଦଖଣ୍ତିଲା ସଂସାର ବିଷାଦ
Couplet 84
ଶଙ୍ଖଶବଦ ଶୁଣି କର୍ଣ୍ଣେଧର୍ମନନ୍ଦନ ତୋଷମନେ
Couplet 85
ଗୁରୁ ସୁହୃଦ ଘେନି ସଙ୍ଗେକୃଷ୍ଣଦର୍ଶନ ଅନୁରାଗେ
Couplet 86
ଗୀତଶବଦ ନାନାବାଦ୍ୟେବିପ୍ର-ମଙ୍ଗଳ-ବେଦନାଦେ
Couplet 87
କୁସୁମ ବୃଷ୍ଟି ପଥେ କରିମଙ୍ଗଳେ ଶୁଭେ ହରିହରି
Couplet 88
ମିଳିଲେ କୃଷ୍ଣ ପାଶେ ଯାଇକିବା ଉପମା ଦେବି ମୁହିଁ
Couplet 89
ପ୍ରାଣ ଆଗମେ ମୃତଦେହୀଯେହ୍ନେ ଉଠଇ ଜ୍ଞାନ ପାଇ
Couplet 90
ନିଶ୍ଚଳ ଚିତ୍ତେ କୃଷ୍ଣଦେଖିନିର୍ମଳ କଲେ ଚର୍ମଆଖ
Couplet 91
ଗୋବିନ୍ଦ ସ୍ନେହ ହୃଦେ ବହିଅନେକ ଦିନେ ଭେଟ ପାଇ
Couplet 92
ହୃଦେ ଲଗାଇ ପୁନଃ ପୁନଃନିବିଡେ଼ କଲେ ଆଲିଙ୍ଗନ
Couplet 93
କମଳା ଥାଇ ଯାର ଦେହେସେ ଦେହ ଛୁଇଁ ସ୍ନେହମୋହେ
Couplet 94
ନିର୍ମଳ ହୋଇ କମ୍ପେ ଦେହନୟନଯୁଗୁଁ ବହେ ଲୁହ
Couplet 95
ହରଷେ ତନୁ ପୁଲକିଲାଲୋକ ବେଭାର ପାସୋରିଲା
Couplet 96
ଭୀମସେନକୁ ନମସ୍କାରଯେମନ୍ତେ ସୁହୃଦ ବେଭାର
Couplet 97
ମାତୁଳପୁତ୍ର ପାଇ କୋଳେଆଣ୍ଟେ ଭିଡ଼ିଲେ ପ୍ରେମଭୋଳେ
Couplet 98
ଗୋବିନ୍ଦ ଅର୍ଜ୍ଜୁନକୁ କୋଳେବସାଇ ଅତି ସୁଖଭୋଳେ
Couplet 99
ନକୁଳ ସହଦେବ ଦୁଇକୃଷ୍ଣଚରଣେ ଶିର ଦେଇ
Couplet 100
ପ୍ରଣାମ କଲେ ଜଣେ ଜଣୋ ସଙ୍ଗେ ଅେକ ବିପ୍ରଗଣେ
Couplet 101
ତାହାଙ୍କ ପାଦେ ଦେଇ କରନମିଲେ ବ୍ରହ୍ମାଣ୍ତ ଠାକୁର
Couplet 102
କୁଳବୃଦ୍ଧଙ୍କ ମୁଖ ଚାହିଁକପାଳେ ବେନିକର ଦେଇ
Couplet 103
ଯେ ଯାହାମତେ ମାନ୍ୟ କରିଅର୍ଜ୍ଜୁନକର କରେ ଧରି
Couplet 104
କୁରୁ ସୃଞ୍ଜୟ କଇକେୟଗୋବିନ୍ଦ ଦେଖି ସ୍ନେହମୋହ
Couplet 105
ସୂତ ମାଗଧ ବନ୍ଦୀଜନଗନ୍ଧର୍ବ ଉପମନ୍ତ୍ରୀଗଣ
Couplet 106
ମୃଦଙ୍ଗ ଶଙ୍ଖ ଭେରୀନାଦବିବିଧ ବେଣୁ ବୀଣାବାଦ୍ୟ
Couplet 107
ବ୍ରାହ୍ମଣେ କୃଷ୍ଣମୁଖ ଚାହିଁସ୍ତୁତି କରନ୍ତି ବେଦ ଗାଇ
Couplet 108
ଗୋବିନ୍ଦ ଆଗେ ଆଗସରିନୃତ୍ୟ କରନ୍ତି ଅପସରୀ
Couplet 109
ସୁହୃଦଗଣେ ସ୍ତୁତିଭଣିପୁଣ୍ୟ ପୁରୁଷ ଶିଖାମଣି
Couplet 110
ଏମନ୍ତେ ପ୍ରଭୁ ବନମାଳୀଧର୍ମନନ୍ଦନ ପୁରେ ମିଳି
Couplet 111
କୁଞ୍ଜର-ମଦଗନ୍ଧ ପାଣିସିଞ୍ଚନ୍ତେ ସୁନ୍ଦର ଧରଣୀ
Couplet 112
ଚିତ୍ର-ପତାକା ଧ୍ୱଜ-ସ୍ତମ୍ଭପତ୍ର ତୋରଣା ପୂର୍ଣ୍ଣକୁମ୍ଭ
Couplet 113
ବିବିଧ ଅଳଙ୍କାର ଘେନିସୁନ୍ଦର ପୁରୁଷ କାମିନୀ
Couplet 114
ସେବନ୍ତି ନାନା ଉପହାରେଚଞ୍ଚଳଚିତ୍ତେ ପୁରଦ୍ୱାରେ
Couplet 115
ମାଣିକ୍ୟଦୀପ ଜଳାରନ୍ଧ୍ରେପ୍ରକାଶେ ନାନାପରିବନ୍ଧେ
Couplet 116
ଅଗୁରୁ ଧୂପ ଗନ୍ଧବାସେସେ ଧୂମ ମୋହେ ଦଶଦିଶେ
Couplet 117
ନାନା ପତାକା ଚାରିପାଶେସୁନ୍ଦର ସୁବର୍ଣ୍ଣ କଳସେ
Couplet 118
ରଜତଗିରି ଶୃଙ୍ଖ ପ୍ରାୟେଧର୍ମନନ୍ଦନପୁର ଶୋହେ
Couplet 119
ଆନନ୍ଦମନେ ହୃଷୀକେଶପାଣ୍ତବଭୁବନେ ପ୍ରବେଶ
Couplet 120
କୃଷ୍ଣଆଗମ କର୍ଣ୍ଣେ ଶୁଣିସେ ପୁରେ ଯେତେକ ତରୁଣୀ
Couplet 121
ଜନଲୋଚନ ପାନପାତ୍ରଭାବେ ତୃଷିତ ବେନିନେତ୍ର
Couplet 122
ଦେଖିବା ଅର୍ଥେ ଭାବସୁଖେଧାଇଁଲେ ଆନନ୍ଦ ଉତ୍ସୁକେ
Couplet 123
କେଶବସନ ଅସମ୍ଭାଳେଚରଣ ନ ଚଳେ ନିଶ୍ଚଳେ
Couplet 124
ଭୋଳେ ତେଜିଲେ ଘରଦ୍ୱାରଶଯ୍ୟାରେ ଛାଡ଼ି ନିଜ ବର
Couplet 125
କୃଷ୍ଣଙ୍କୁ ଦେଖିବାରେ ସଧେଧାଇଁଲେ ରାଜପଥ ମଧ୍ୟେ
Couplet 126
ଶୁଭଇ ମୁଖରାବ ଗୋଳଯେସନେ ସମୁଦ୍ର ଉଲ୍ଲୋଳ
Couplet 127
ନାନାସୁବାକ୍ୟେ ଦିଗ ପୂରେକେ ଯାଇ ଉଠେ ବୃକ୍ଷପରେ
Couplet 128
ଜଗତି ଅଟ୍ଟାଳୀ ପାଚେରୀଆରୋହି ଲଜ୍ଜା ଦୂର କରି
Couplet 129
ନିଜ ଯୁବତୀଗଣ ସାଥେକୃଷ୍ଣଙ୍କୁ ଦେଖି ଦିବ୍ୟରଥେ
Couplet 130
ପୁଷ୍ପବରଷି ସ୍ତୁତି ଭଣିଗୁରୁଗଉରବ ନ ଗଣି
Couplet 131
କୃଷ୍ଣ ସୁନ୍ଦରରୂପ ଦେଖିନିର୍ମଳ କଲେ ଚର୍ମ ଆଖି
Couplet 132
ଅନ୍ତରେ ଆଲିଙ୍ଗନ ଦେଇନୟନେ ସ୍ୱାଗତ ଜଣାଇ
Couplet 133
କୃଷ୍ଣକାମିନୀ ମଧ୍ୟେ ବସିତାରାମଣ୍ତଳେ ଯେହ୍ନେ ଶଶୀ
Couplet 134
ବୋଲନ୍ତି ଏକୁ ଆରେ ଚାହିଁକି ପୁଣ୍ୟ କଲେ ଏ ଗୋ ସହି
Couplet 135
ଦେଖ ଏ ପୁରୁଷଉତ୍ତମରୂପେ ଗଞ୍ଜଇ କୋଟି କାମ
Couplet 136
ସୁରଙ୍ଗମୁଖେ ମନ୍ଦହାସେଜୀବନବାନ୍ଧେ କାମପାଶେ
Couplet 137
ସୁରେଖ ଦେଖ ଭୁରୂଭଙ୍ଗଲୋଚନ ବିସ୍ତାରେ ଅନଙ୍ଗ
Couplet 138
ଏମନ୍ତ ଭାବୁଁ ନାରୀମାନେଆସି ମିଳିଲେ ପୁରଜନେ
Couplet 139
ମଙ୍ଗଳ ଦ୍ରବ୍ୟ ଭୁଜଦଣ୍ତେକୃଷ୍ଣେ ଦଖନ୍ତି ନୟନେ
Couplet 140
କୃଷ୍ଣଙ୍କୁ ନମି ଅଶ୍ରୁମୁଖେତରିଲେ ଭବବନ୍ଧଦୁଃଖେ
Couplet 141
ରାଜାର ଅନ୍ତଃପୁର ଜନେକୃଷ୍ଣଙ୍କୁ ଦଖନ୍ତି ନୟନେ
Couplet 142
ଅଭିଗମନେ ଅନୁସରିକୃଷ୍ଣଙ୍କୁ ଅନ୍ତଃପୁରେ ଭରି
Couplet 143
ଉତ୍ସବ କେବା ପରିମାଣିକୃଷ୍ଣ ଆଗମ କୁନ୍ତୀ ଶୁଣି
Couplet 144
ଯେ ହରି ତ୍ରିଭୁବନନାଥଲୋକବେଭାରେ ଭ୍ରାତୃସୁତ
Couplet 145
ନିଜ ପଲ୍ୟଙ୍କୁ ଉଠି ବେଗେଦ୍ରୌପଦୀବଧୂ ଘେନି ସଙ୍ଗେ
Couplet 146
କୋଳେ ବସାଇ ଭଗବାନଆନନ୍ଦେ କଲେ ଆଲିଙ୍ଗନ
Couplet 147
ଗୋବିନ୍ଦେ ଆଣି ନିଜପୁରେଧର୍ମନନ୍ଦନ ସ୍ନେହଭରେ
Couplet 148
ଆନନ୍ଦସିନ୍ଧୁଜଳେ ବୁଡ଼ିପୂଜାର କର୍ମପଥ ହୁଡ଼ି
Couplet 149
ପିତୃଭଗିନୀ ଗୁରୁନାରୀଚରଣ ବନ୍ଦିଲେ ମୁରାରି
Couplet 150
ସୁଭଦ୍ରା ଦ୍ରୌପଦୀର ସଙ୍ଗେନମିଲା କୃଷ୍ଣପାଦଯୁଗେ
Couplet 151
ଦ୍ରୁପଦସୁତା ଶୁଦ୍ଧମନେତକ୍ଷଣେ କୁନ୍ତୀର ବଚନେ
Couplet 152
ପୂଜିଲା ଯଥା ଅନୁମତେଯେ ଯାହା ବିଧାନ ଯେମନ୍ତେ
Couplet 153
ରୁକ୍ମିଣୀ ସତ୍ୟଭାମା ସତୀଭଦ୍ରା କାଳିନ୍ଦୀ ଜାମ୍ବବତୀ
Couplet 154
ଲକ୍ଷଣା ସତ୍ୟା ମିତ୍ରବିନ୍ଦାଏ ଅଷ୍ଟକୃଷ୍ଣର ପ୍ରମଦା
Couplet 155
ଏ ଆଦି ଯେତେ କୃଷ୍ଣନାରୀପୂଜିଲେ ଅଳଙ୍କାର ଭରି
Couplet 156
ଏମନ୍ତେ ଧର୍ମର ନନ୍ଦନସୁଖେ ନିବେଶି ଜନାର୍ଦ୍ଦନ
Couplet 157
ସକଳଜନ ତୁଲେ ହରିନିତ୍ୟେ ନୂତନେ ପୂଜା କରି
Couplet 158
ପୂର୍ବେ ଅର୍ଜ୍ଜୁନ ତୁଲେ ହରିଖାଣ୍ତବବନ ଦାହ କରି
Couplet 159
ଅଗ୍ନିର କରି ଉପକାରରଖିଲେ ମୟଦୈତ୍ୟ ବୀର
Couplet 160
ତାର ନିର୍ମିତ ମାୟାସଭାକିବା ଉପମା ଦେବା ଅବା
Couplet 161
ସେ ସଭାମଧ୍ୟେ ହୃଷୀକେଶଭାବେ ରହିଲେ କେତେ ମାସ
Couplet 162
ଅର୍ଜ୍ଜୁନ ତୁଲେ ନାରାୟଣସଙ୍ଗତେ ଘେନି ବୀରଗଣ
Couplet 163
ରଥ ଆରୋହି ଭଗବାନନିତ୍ୟେ ଭ୍ରମନ୍ତି ଦେଶବନ
Couplet 164
ସେ ହରିଚରଣ ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ