Skandha 10
Adhyaya 75
Couplet 1
ଏବେ ହୋ ଶୁଣ ନରପତିକୃଷ୍ଣର ଯେତେକ ଯୁବତୀ
Couplet 2
ରଜନୀ ପ୍ରଭାତ କଟେଗୃହୀତ ନିଜ ପତି କଣ୍ଠେ
Couplet 3
କୃଷ୍ଣର ବିରହେ କାତରଭାବେ ଅଧିକ ସ୍ନେହଭର
Couplet 4
କୁକ୍କୁଟନାଦ ଶୁଣ କର୍ଣ୍ଣେତାହାକୁ ଅତି ଦୁଃଖ ମନେ
Couplet 5
ଶପନ୍ତି ବିରହ ବିଷାଦେନିବିଡେ ଭିତି ସ୍ୱାମୀ ହୃଦେ
Couplet 6
କୋକିଳ ଆଦି ପକ୍ଷୀଗଣନାଦେ ବୋଧନ୍ତି ନାରାୟଣ
Couplet 7
ବନ୍ଦୀ ମାଗଧ ପ୍ରାୟ ହୋଇସେ ବିଶ୍ୱମ୍ବର ମନ ମୋହି
Couplet 8
ସ୍ୱଭାବେ ପାରିଜାତ ବନସୁଗନ୍ଧ ବହଇ ପବନ
Couplet 9
ସୁନ୍ଦର ନ ମଣେ ପ୍ରଭାତରୁକ୍ମିଣୀ କୃଷ୍ଣଭାବେ ଚିତ୍ତ
Couplet 10
କୃଷ୍ଣ-ଆଲିଙ୍ଗନ-ବିଷାଦେପଶିଲା ବେନିଭୁଜ ମଧ୍ୟେ
Couplet 11
ପ୍ରକାଶେ ଅରୁଣ କିରଣଶଯ୍ୟାରୁ ଉଠି ନାରାୟଣ
Couplet 12
ପବିତ୍ରଜଳେ ମୁଖ ଧୋଇଚିତ୍ତେ ପରମପଦ ଧ୍ୟାୟି
Couplet 13
ଆତ୍ମାକୁ ଆତ୍ମଜ୍ଞାନେ ଚିନ୍ତିଯେ ଏକ ନିତ୍ୟ ସ୍ୱୟଂଜ୍ୟୋତି
Couplet 14
ଅବ୍ୟୟସ୍ଥିତି ବିଶ୍ୱରୂପୀବ୍ରହ୍ମାଣ୍ତ ମଧ୍ୟେ ଅଛି ବ୍ୟାପି
Couplet 15
ରୂପ-ବର୍ଜିତ ନିରଞ୍ଜନକଳି-କଳୁଷ ନିବାରଣ
Couplet 16
ଏମନ୍ତ ବ୍ରହ୍ମ ଯାର ନାମତ୍ରିଗୁଣ ମୟା ହେତୁ ଧାମ
Couplet 17
ଜଗତ ଯାହାର ପ୍ରକାଶେନିର୍ପଣ ବିମ୍ବ ପ୍ରାୟ ଦିଶେ
Couplet 18
ଏମନ୍ତ ପ୍ରଭୁ ନରହରିନିର୍ମଳ ଜଳେ ସ୍ନାନ ସାରି
Couplet 19
କ୍ରିୟାକଳାପ ଯଥାବିଧିପବିତ୍ର ପୀତବସ୍ତ୍ର ପିନ୍ଧି
Couplet 20
ସନ୍ଧ୍ୟାତର୍ପଣ ଆଦି କର୍ମଅନଳ ପୂଜା ଗୃହଧର୍ମ
Couplet 21
ମଉନେ ବେଦମନ୍ତ୍ର ଜପିତର୍ପଣ ବିଧି ପାଶେ ସ୍ଥାପି
Couplet 22
ରବି ସମ୍ମୁଖେ ନନ୍ଦବଳାତର୍ପଣେ ତୋଷି ଆତ୍ମକଳା
Couplet 23
ଦେବତା ଋଷି ପିତୃଗଣେଗୋବିନ୍ଦ ପୂଜିଲେ ତର୍ପଣେ
Couplet 24
ବୃଦ୍ଧ-ବାଳକ ମୁଖେ ଦେଇବିପ୍ରଙ୍କୁ ଆସନେ ବସାଇ
Couplet 25
ସୁବର୍ଣ୍ଣଶୃଙ୍ଗୀ ଧେନୁ ହରିମଣ୍ତିଲେ ଅଳଙ୍କାର ଭରି
Couplet 26
ମୁକୁତାମାଳେ ପୁଷ୍ପପନ୍ତିସାଧୁ ସୁବସ୍ତ୍ର ରୂପବତୀ
Couplet 27
କ୍ଷୀରସମ୍ପନ୍ନା ପୀନସ୍ତନୀଦେହେ ମଣ୍ତିଲେ ବତ୍ସ ଘେନି
Couplet 28
ରଜତେ ମଣ୍ତି କ୍ଷୁର ଚାରିପାଟବସନେ ତିଳ ପୂରି
Couplet 29
ନିର୍ମଳ-କୃଷ୍ଣାଜିନ ସଙ୍ଗେବେଦବିହିତ ବିଧି ମାର୍ଗେ
Couplet 30
ବିପ୍ରଙ୍କୁ କରି ଅଳଙ୍କୃତଧେନୁ ଅର୍ପିଲେ ଯୂଥ ଯୂଥ
Couplet 31
ଏମନ୍ତେ କୃଷ୍ଣ ପ୍ରତିଦିନେବିପ୍ରେ ତୋଷନ୍ତି ଧେନୁଦାନେ
Couplet 32
ଗୋ-ବିପ୍ର-ବୃଦ୍ଧ-ଗୁରୁଗଣେଦେନ୍ତା ଆଦି ସର୍ବଜନେ
Couplet 33
ଯେତେ ବିଷୟ ଆତ୍ମାଭୂତତାହାଙ୍କୁ ନମି ଗୋପୀନାଥ
Couplet 34
ଜଗତଗୁରୁ ଭଗବାନମଙ୍ଗଳ ଦ୍ରବ୍ୟ ସ୍ପରଶନ
Couplet 35
ସ୍ୱଭାବେ ଜଗତସୁନ୍ଦରଭୂଷଣ ନାନା ଅଳଙ୍କାର
Couplet 36
ପୀତବସନେ ଅନୁପମଶ୍ରୀବତ୍ସ କଉସ୍ତୁଭଦାମ
Couplet 37
ଦିବ୍ୟକୁସୁମ ମାଳମାଳଶୋହେ ସୁନ୍ଦର ବକ୍ଷସ୍ଥଳ
Couplet 38
ଘୃତ୍ୟ ଦର୍ପଣେ ମୁଖ ଚାହିଁବିପ୍ର ଦେବତା କରେ ଛୁଇଁ
Couplet 39
ପ୍ରକୃତି ଅନ୍ତଃପୁର ବାସୀଧନେ ତାହାଙ୍କ ମନ ତୋଷି
Couplet 40
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେକୃଣ୍ଣ ପୂଜିଲେ ଅବଧାନେ
Couplet 41
ପ୍ରବୋଧ କରି ପୁରଜକନଆନନ୍ଦ କଲେ ଆତ୍ମମନ
Couplet 42
ତାମ୍ବୁଳ କୁସୁମ ସୁଗନ୍ଧବିଭାଗ କରି ଆଦିକନ୍ଦ
Couplet 43
ବିପ୍ରଙ୍କୁ ଦେଇ ଅଗ୍ରଭାଗଦାରା ପ୍ରକୃତି ଯେଝା ଭାଗ
Couplet 44
ସକଳ ଜନେ ସୁଖ ଦେଇଭୋଜନ କଲେ ଭାବଗ୍ରାହୀ
Couplet 45
ଯାତ୍ରା ଉତ୍ସବେ ପଦ୍ମମୁଖତକ୍ଷଣେ ମିଳିଲେ ଦାରୁକ
Couplet 46
ଅଦ୍ଭୁତ ରଥ ସଜ କରିରଥେ ଯୋଚିଲା ଅଶ୍ୱ ଚାରି
Couplet 47
ସୁଗ୍ରୀବ ଆଦି ଚାରିଯାନସୁନ୍ଦର ଗୋବିନ୍ଦ ବିମାନ
Couplet 48
କାଞ୍ଚନରଜ୍ଜୁ ଅଶ୍ୱ ଯୋଗେସାଜି ମିଳିଲା କୃଷ୍ଣ ଆଗେ
Couplet 49
ଦାରୁକ ହସ୍ତେ ହସ୍ତ ଦେଇରଥେ ବିଜୟ ଭାବଗ୍ରାହୀ
Couplet 50
ସାତ୍ୟକି ଉଦ୍ଧବ ବିଶ୍ୱାସେବସିଲେ କୃଷ୍ଣ ବେନି ପାଶେ
Couplet 51
କି ଅବା ଦେବା ପଟାନ୍ତରଶୁଣ ସୁମନେ ଶୋଭା କରେ
Couplet 52
ଉଦୟ ପର୍ବତ ଶିଖରେରବି ଯେସନେ ଶୋଭା କରେ
Couplet 53
ଯେତେକ ପୁର ବଧୂଜନହାସ୍ୟ କଟାକ୍ଷେ ଭଗବାନ
Couplet 54
ସ୍ନେହଲାଳସେ ଅପସରିପୁରୁ ବାହାର ନରହରି
Couplet 55
ଉଗ୍ରସେନର ସଭାମଧ୍ୟେଯାଇ ମିଳିଲେ ଆଦିକନ୍ଦେ
Couplet 56
ବେନିଜନଙ୍କ ହସ୍ତ ଧରିସଭାର ମଧ୍ୟେ ବିଜେ କରି
Couplet 57
ଉଗ୍ରସେନଙ୍କୁ ନିଉଛାଳିକରି ବସିଲେ ବନମାଳୀ
Couplet 58
ବାମ ଦକ୍ଷିଣେ ବେନି ବୀରମଧ୍ୟେ ବିଜୟ ଦାମୋଦର
Couplet 59
ଶୁଣ ରାଜନ କୁରୁବୀରଉଗ୍ରସେନର ସଭାଘର
Couplet 60
ଯାଦବବଳେ ଇନ୍ଦ୍ରସଭାକିରଣେ ଯେହ୍ନେ ରବିପ୍ରଭା
Couplet 61
କୃଷ୍ଣ ସୁଧର୍ମା ମଧ୍ୟସ୍ଥାନେବିଜୟ କାଞ୍ଚନ-ଆସନେ
Couplet 62
ମନୁଷ୍ୟ ସୁଧର୍ମା-ପ୍ରବେଶେତକ୍ଷଣେ ଷଡ଼ଉର୍ମ୍ମି ନାଶେ
Couplet 63
କୃଷ୍ଣର ତେଜେ ଇନ୍ଦ୍ରସଭାବିକାଶେ ଦଶଦିଗ-ପ୍ରଭା
Couplet 64
ଯଦୁବୀରଙ୍କ ମଧ୍ୟେ ବସିତାରା ମଣ୍ତଳେ ଯେହ୍ନେ ଶଶୀ
Couplet 65
ଯେ ଉପମନ୍ତ୍ରୀଗଣ ପାଶେନାନାପ୍ରବନ୍ଧ ପରିହାସେ
Couplet 66
କୃଷ୍ଣ ସମୀପେ ସୁଖେ ବସିକଥା ପ୍ରସ୍ତାବେ ମନ ତୋଷି
Couplet 67
ନଟ ନର୍ତ୍ତକୀ ଆଦି ଯେତେମିଳିଲେ ନାନା ବାଦ୍ୟହସ୍ତେ
Couplet 68
ନୃତ୍ୟ, ତାଣ୍ତବ ଗୀତ ସ୍ୱନେସୂତ ମାଗଧ ବନ୍ଦୀଜନେ
Couplet 69
କୃଷ୍ଣେ କରାଇ ସାବଧାନକରନ୍ତି ନୃତ୍ୟ ଗୀତ ମାନ
Couplet 70
ବ୍ରାହ୍ମଣେ ଶୁଦ୍ଧ ବେଦନାଦେଶାସ୍ତ୍ର ଆଗମ ଅନୁବନ୍ଧେ
Couplet 71
ପୁରାଣ ପ୍ରବନ୍ଧ ପ୍ରମାଣେପୂର୍ବେ ଯେ ଥିଲେ ରାଜାଗଣେ
Couplet 72
ତାହାଙ୍କ ପୁଣ୍ୟଯଶ ଗାଇକହନ୍ତି କୃଷ୍ଣମୁଖ ଚାହିଁ
Couplet 73
ଏବେ ହୋ ଶୁଣ ନରନାଥସଭାରେ ଯେତେ ରାଜଦୂତ
Couplet 74
କୃଷ୍ଣ ଆଦେଶେ ଦ୍ୱାରପାଳେପ୍ରବେଶ କଲେ ସଭାତଳେ
Couplet 75
ଅଦୃଷ୍ଟପୂର୍ବ ଶ୍ରେଷ୍ଠ ରୂପେମିଳିଲେ ଗୋବିନ୍ଦ ସମୀପେ
Couplet 76
ଦୂର ଆଗମେ ପଥଶ୍ରମୀସେ ଦୂତ କୃଷ୍ଣପାଦେ ନମି
Couplet 77
କରଅଞ୍ଜଳି ଦେଇ ମୁଣ୍ତେରାଜନିଯୋଗ କହେ ତୁଣ୍ତେ
Couplet 78
ଜରାସନ୍ଧର ବନ୍ଦୀଘରେନିବିଡ଼ ଦୁଃଖ ଶୋକଭରେ
Couplet 79
ତାହାର ଦିଗବିଜେ କାଳେଯେ ନ ନମିଲେ ପାଦତଳେ
Couplet 80
ତାହାଙ୍କୁ ନିଜ ଭୁଜବଳେବନ୍ଧନ କଲା ଏକମେଳେ
Couplet 81
ବେନି ଅୟୁତ ପରିମିତରାଜା ନିରୋଧେ ଜରାସୁତ
Couplet 82
ଅନେକ ଦୁଃଖଶୋକ ପାଇଦୂତର ହସ୍ତେ ଲେଖ ଦେଇ
Couplet 83
ହେ କୃଷ୍ଣ କୃଷ୍ଣ ମହାବାହୁଶରଣ ତୋର ପାଦେ ଯେହୁ
Couplet 84
ତାହାର ଦୁଃଖ କରୁ ନାଶତୁ ନାଥ ଭକତବିଶ୍ୱାସ
Couplet 85
ପ୍ରପନ୍ନଭୟ ନାଶୁ ଯେଣୁଆମ୍ଭେ ତୋ ପଦ୍ମପାଦେ ତେଣୁ
Couplet 86
ବିଭ୍ରମ ବୁଦ୍ଧି ଭବଭୟେଶରଣ ଗଲୁ ତୋର ପାୟେ
Couplet 87
ଭୋ ନାଥ ଶୁଣ ଭାବଗ୍ରାହୀଆମ୍ଭେ ଯେ ରାଜଭୋଗ ପାଇ
Couplet 88
ଶ୍ରୀମଦେ ବୁଦ୍ଧି କଲୁ ନାଶଏ ଭୂମି ଜୟ କରି ଆଶ
Couplet 89
ଏକ ଆରକେ ଯୁଦ୍ଧବଳେପ୍ରଜା ନାଶିଲୁ ମତ୍ତଭୋଳେ
Couplet 90
ଅତି ନିର୍ଦ୍ଦୟକର୍ମ କରିଅଗ୍ରେ ମରଣ ନ ବିଚାରି
Couplet 91
ଏ ଜୀବଲୋକେ ତୋ ସଂସାରେବିକର୍ମେ ରତ ନିରନ୍ତରେ
Couplet 92
ତୋହର ମାୟାଚକ୍ରେ ପଡ଼ିକୁଶଳ କର୍ମପଥ ହୁଡ଼ି
Couplet 93
ତାର ଜୀବନ ଆଶା ତୁହିନିମିଷେ ନାଶୁ ମାୟାବହି
Couplet 94
ଏଣୁ ତୋ ନାମ ଅନିମିଷନମସ୍ତେ ଅନାଦି ପୁରୁଷ
Couplet 95
ତୁ ଏ ଜଗତେ ମାୟାଧରନିଜ କଳାରେ ଅବତାର
Couplet 96
ଆଦିପୁରୁଷ ତୁ ଦୟାଳୁଖଳ ନିବାରି ସନ୍ଥ ପାଳୁ
Couplet 97
ଏ ଜରାସନ୍ଧ ଆଦି ଦୁଷ୍ଟଲୋକେ ଦିଅନ୍ତି ନାନା କଷ୍ଟ
Couplet 98
ଅବଜ୍ଞା କରି ତୋ ବଚନେଚଳନ୍ତି ନିଜ ଅଭିମାନେ
Couplet 99
କି ଅବା କର୍ମଫଳ ବଳେକଷ୍ଟ ଲଭୁଛୁଁ ଏ ଶୟଳେ
Couplet 100
ଜାଣି ନ ପାରୁ ଆମ୍ଭେ ଏହାଯେଣୁ ସକଳ ତୋର ମାୟା
Couplet 101
ସ୍ୱପ୍ନସଦୃଶ ନୃପସୁଖପର ଆୟତ୍ତେ ନିତ୍ୟେ ଦୁଃଖ
Couplet 102
ଏ ମୃତ୍ୟୁପିଣ୍ତେ ସ୍ନେହ ବହିଯେଣୁ ଆମ୍ଭର ଜ୍ଞାନ ନାହିଁ
Couplet 103
ତୁ ଆତ୍ମାରୂପୀ ନରହରିତୋ ପାଦ ଅନାଦର କରି
Couplet 104
ତୋତେ ନ ଚିହ୍ନି କ୍ଲେଶ ପାଇତୋହର ମାୟାଜଡେ଼ ଥାଇ
Couplet 105
ତୋର ଶରଣ ଚକ୍ରଧରପ୍ରଣତଜନ ଦୁଃଖ ହର
Couplet 106
ଏ ଜରାସନ୍ଧ ଧୂମକେତୁଆମ୍ଭର କର୍ମପାଶ-ହେତୁ
Couplet 107
ତାର ବନ୍ଧନୁ ରକ୍ଷାକରଭୋ ନାଥ ଶରଣ ତୋହର
Couplet 108
ଏ ଦୁରାଚାର ଅତି ଖଳଅୟୁତ-ମତ୍ତଗଜ-ବଳ
Couplet 109
ଏକ ଅନେକେ ଅଛି ଧରିପଶୁଙ୍କୁ ଯେସନେ କେଶରୀ
Couplet 110
ଏ ଜରାସନ୍ଧ ତୋର ମେଳେଯୁଦ୍ଧେ ନ ଜିଣି ବାହୁବଳେ
Couplet 111
ତେଇଶି ଅକ୍ଷୌହଣୀ ସାଜିସପତଦଶବାର ଭାଜି
Couplet 112
ତୋର ମାୟାରେ ଚକ୍ରପାଣିବେଳେ ଜିଣିଲା ପ୍ରାୟ ମଣି
Couplet 113
ଲୀଳାମନୁଷ୍ୟ ରୂପ ତୁହିତୋତେ ନ ଜାଣି ଗର୍ବ ବହି
Couplet 114
ତୋହର ପ୍ରଜା କଲା ନାଶଆମ୍ଭେ ନ ଜାଣୁ ତୋ ବିଶ୍ୱାସ
Couplet 115
ଯେ ତୋର ଇଚ୍ଛା ଏବେ କରଆମ୍ଭେ ତୋ ଚରଣେ କିଙ୍କର
Couplet 116
ଏମନ୍ତ ଦୁଃଖେ ନୃପବରେବନ୍ଧନ ମଗଧ ଦେଶରେ
Couplet 117
ଇଚ୍ଛନ୍ତି ତବ ଦରଶନଭୋ ନାଥ ହୋଇବା ପ୍ରସନ୍ନ
Couplet 118
ଆମ୍ଭେ ଦୁଃଖିତ ରାଜାଗଣତୋ ପାଦେ ପଶିଲୁ ଶରଣ
Couplet 119
ପରମଦୁଃଖୁଁ କର ତ୍ରାହିଭୋ ନାଥ ରଖ ଭାବଗ୍ରାହୀ
Couplet 120
ଏମନ୍ତ କହୁଁ ରାଜଦୂତଆସି ମିଳିଲେ ବ୍ରହ୍ମାସୁତ
Couplet 121
ଅତିସୁନ୍ଦର ରୂପକାନ୍ତିରବିକିରଣ ପ୍ରାୟ ଜ୍ୟୋତି
Couplet 122
ପିଙ୍ଗଳଜଟା ଶୋହେ ଶିରେମିଳିଲେ ଗୋବିନ୍ଦ ସଭାରେ
Couplet 123
ନାରଦେ ଦେଖି ଭଗବାନେତକ୍ଷଣେ ତେଜିଲେ ଆସନ
Couplet 124
ଈଶ୍ୱର ସର୍ବଲୋକ ନାଥନାରଦପାଦେ ପ୍ରଣମିତ
Couplet 125
ସଭାରେ ମଧ୍ୟେ ଲୋକଯେତେତାହାଙ୍କୁ ନମିଲେ ତୁରିତେ
Couplet 126
ଆନନ୍ଦେ କମଳାରମଣପୂଜିଲେ ନାରଦ ଚରଣ
Couplet 127
କନକ ଆସନେ ବସାଇକୋମଳେ ବାକ୍ୟେ ଭାବଗ୍ରାହୀ
Couplet 128
ନାରଦ ମନ କରି ତୋଷପ୍ରସନ୍ନେ ଭକତବିଶ୍ୱାସ
Couplet 129
ବୋଲନ୍ତି ଶୁଣ ବ୍ରହ୍ମାସୁତଆଜ ମୁଁ ଲଭିଲି ସୁକୃତ
Couplet 130
ଏ ତିନିପୁର ଲୋକ ଯେତେତାହାଙ୍କ କଲ୍ୟାଣ ନିମନ୍ତେ
Couplet 131
ତୋର ଭ୍ରମଣ ଏ ଜଗତେକୁଶଳ କହ ଶୁଦ୍ଧଚିତ୍ତେ
Couplet 132
ତୋହର ଗତି ତ୍ରିଭୁବନମିତ୍ର ଅଇରି ତୋର ସମ
Couplet 133
ଈଶ୍ୱର ନିର୍ମାଣ ଜଗତେନ ଘଟେ ତୋର ଅବିଦିତେ
Couplet 134
ବାରୁଣାବନ୍ତେ ପାଣ୍ତୁସୁତେଅଛନ୍ତି ଜନନୀ ସହିତେ
Couplet 135
କି ଅବା କରନ୍ତି ବିଚାରତୁମ୍ଭେ ସୁହୃଦ ତାହାଙ୍କର
Couplet 136
ମୋହର ମନ ତାଙ୍କ କାହିଁତେଣୁ ପୁଚ୍ଛଇ ଭାବ ରହି
Couplet 137
କୃଷ୍ଣ ବଚନ ବ୍ରହ୍ମାସୁତଶୁଣି ଯୋଡିଲେ ବେନି ହସ୍ତ
Couplet 138
ଭୋ ନାଥ ନିଜ ମାୟା ତୋରବ୍ରହ୍ମାଶଙ୍କରେ ଅଗୋଚର
Couplet 139
ବିଶ୍ୱେ ସର୍ଜ୍ଜିତ ଯେତେ ଜନମାୟାରେ ମୋହୁ ତାଙ୍କ ମନ
Couplet 140
ପ୍ରାଣୀଙ୍କ ଦେହେ ଥାଉ ତୁହିଅନଳ ପ୍ରାୟ ଗୋପ୍ୟ ହୋଇ
Couplet 141
ଅଦ୍ଭୂତ ନୁହଁଇନା ତୋତେତେଣୁ ଭାବଇ ମୁହିଁ ଚିତ୍ତେ
Couplet 142
ତୋହର ମହିମା କେ ଜାଣେଆଗମ ନିଗମ ପ୍ରମାଣେ
Couplet 143
ସ୍ୱମାୟାବଳେ ଏ ଜଗତସୃଜି ପାଳିଣ କରୁ ଅନ୍ତ
Couplet 144
ତୁ ସତ୍ୟ ଆତ୍ମାଶକ୍ତି ବଳେନିଜେ ପ୍ରକାଶୁ ଏ ଶୟଳେ
Couplet 145
ତୋ ଆତ୍ମାରୂପ ବିଲକ୍ଷଣଏଣୁ ନମଇଁ ତୋ ଚରଣ
Couplet 146
ଜୀବର ସଞ୍ଚରଣ -ପାଶଅନର୍ଥ -ଶରୀର-ପ୍ରକାଶ
Couplet 147
ଲୀଳାବତୀର ରୂପ ତୋରଦୀପ ଯେସନେ ଅନ୍ଧକାର
Couplet 148
ନାଶଇ ନିଜ ତେଜବଳେତେଣୁ ମୁଁ ତୋର ପାଦତଳେ
Couplet 149
ପଶିଲି ଛାଡି ମନ ଭ୍ରାନ୍ତିଯେଣୁ ତୁ ଅଗତିର ଗତି
Couplet 150
ତଥାପି ତୋହର ପ୍ରଶନଏ ନରଲୋକେ ବିଡମ୍ବନ
Couplet 151
ତଥାପି ଶୁଣ ଶୁଦ୍ଧଚେତାକହିବି ପାଣ୍ତବଙ୍କ କଥା
Couplet 152
ପିତୃଭଗିନୀସୁତ ତୋରଯେ ରାଜା ନାମ ଯୁଧିଷ୍ଠିର
Couplet 153
ବିଶ୍ୱାସୀ ଭକତ ସେ ତୋରଶୁଣ ତୁ ତାହାଙ୍କ ବିଚାର
Couplet 154
ଦୁସ୍ତର ରାଜସୂୟ ଯାଗେପୂଜିବେ ତୋର ପାଦଯୁଗେ
Couplet 155
ପରମଇଷ୍ଟ ତାର କାମଆଜ୍ଞା ତୁ ଦିଅ ଶୁଦ୍ଧଧାମ
Couplet 156
ସେ ରାଜସୂୟ ଯଜ୍ଞବରେଯେତେ ଏ ଲୋକ ତିନିପୁରେ
Couplet 157
ତୋ ରୂପ ଦେଖିବାର ସଧେଗଗନୁ ଆସିବେ ବିବୁଧେ
Couplet 158
ଯେତେ ରାଜନ ଯଶକାରୀତୋତେ ଦେଖିବେ ନରହରି
Couplet 159
ତୋ ନାମ ଶ୍ରବଣ କୀର୍ତ୍ତନନିଶ୍ଚଳ ଚିତ୍ତେ ଯୋଗ ଧ୍ୟାନ
Couplet 160
ପତିତଜନ ଶୁଦ୍ଧକରେଯେ ପ୍ରାଣୀ ଶରଣ ତୋହରେ
Couplet 161
ତୁ ବ୍ରହ୍ମ ପରମକାରଣକିବା ଅଧିକ ବିଚାରଣ
Couplet 162
ତୋର ସ୍ମୃତି ଶୃତିପଥନିର୍ମଳ କରଇ ଜଗତ
Couplet 163
ପାଦଉଦକ ପାପ ହରେଶରୀର ବାହ୍ୟ ଅଭ୍ୟନ୍ତରେ
Couplet 164
ବଚନ ଶାସ୍ତ୍ରମତେ ହୋଇବିଧି ନିଷେଧ ପଥ ଦୁଇ
Couplet 165
କାଳ ଅନଳ ଜଳେ ଭ୍ରମୀହତ ବିଭୂତି ମହାଶ୍ରମୀ
Couplet 166
ତୋହର ଚରଣ ସ୍ପରଶେଜୀବନ ବହୁ ସେ ଉଶ୍ୱାସେ
Couplet 167
ସେ ପାଦପଦ୍ମ ମହାବାହୁଆମ୍ଭଙ୍କୁ ଚଉବର୍ଗ ଦେଉ
Couplet 168
ଭୋ ନାଥ ଭୁବନମଙ୍ଗଳତୋହର ଯଶ ସୁନିର୍ମଳ
Couplet 169
ବିଖ୍ୟାତ ଏ ତିନିଭୁବନେଭଲେ ଜାଣନ୍ତି ସର୍ବଜନେ
Couplet 170
ସୁରଭୁବନେ ମନ୍ଦାକିନୀପୁଣି ସେ ନିଜ ରୂପ ଘେନି
Couplet 171
ପାତାଳପୁରେ ଭୋଗବତୀଗଙ୍ଗା ଏ ମଞ୍ଚପୁରେ ସ୍ଥିତି
Couplet 172
ତୋ ପାଦ ଜଳର ମହିମାକେ ଜାଣିପାରେ ଗୁଣସୀମା
Couplet 173
ପବିତ୍ର କରେ ବିଶ୍ୱଜନତୁ ନାଥ ଜଗତମୋହନ
Couplet 174
ଏମନ୍ତ ସଭା ଆତ୍ମପକ୍ଷେଗୋବିନ୍ଦ ବିଚାରି ପ୍ରତ୍ୟକ୍ଷେ
Couplet 175
ଜାଣିବା ପାଇଁ ସର୍ବଜନଉଦ୍ଧବେ ଚାହିଁ ଭଗବାନ
Couplet 176
କୋମଳ ବଚନ ଗଭୀରବୋଲନ୍ତି ପ୍ରଭୁ ଦାମୋଦର
Couplet 177
ଉଦ୍ଧବ ଶୁଣ ମୋ ଉତ୍ତରତୁ ମୋର ଚକ୍ଷୁ ମନ୍ତ୍ରବୀର
Couplet 178
ପ୍ରିୟ ସୁହୃଦ ତୁହି ସାରତୋତେ ମୁଁ ପୁଛଇ ବିଚାର
Couplet 179
ସଂଶୟ ପ୍ରସ୍ତାବଟି ଏହିମୁଁ କି କରିବି କହ ତୁହି
Couplet 180
ଏମନ୍ତ କୃଷ୍ଣ ବାକ୍ୟ ଶୁଣିଉଦ୍ଧବ ମନେ ମନେ ଗୁଣି
Couplet 181
ସର୍ବଜ୍ଞ ଜଗତଜୀବନଅଲଂଘ୍ୟ ଯାହାର ବଚନ
Couplet 182
ତାହାର ଆଜ୍ଞା ଶିରେ ବହିକହେ ଗୋବିନ୍ଦ ମୁଖ ଚାହିଁ
Couplet 183
ସେ ହରି ଚରଣ କମଳେମନ ମୋ ରହୁ ଧ୍ୟାନବଳେ
Couplet 184
ଅନାଥନାଥ ଜଗନ୍ନାଥସଂସାର ହିତେ ଭାଗବତ
Couplet 185
ସୁଜନପାଦ ହୃଦେ ଲଇଁକରିଣ ନୃତ୍ୟ ଗୀତ ଗାଇ
Couplet 186
କହଇ ଦାସ ଜଗନ୍ନାଥଗୀତବିନୋଦେ ଭାଗବତ