Skandha 10
Adhyaya 74
Couplet 1
ଏବେ ହୋ ଶୁଣ ନରନାଥକୃଷ୍ଣଚରିତ ଭାଗବତ
Couplet 2
ବ୍ରହ୍ମାନନ୍ଦନ ଏକଦିନେବିଚାର କଲେ ବସି ମନେ
Couplet 3
ରଣେ ନାରକାସୁର ମାରିକୃଷ୍ଣ ଆଣିଲେ ଯେତେ ନାରୀ
Couplet 4
ଷୋଳସହସ୍ର ଏକଶତଗୃହେ ନିବେଶି ଏକମତ
Couplet 5
ଏକ ଅନେକ ନାରୀ ରମେଏତେ ବିଚାରି ମନଭ୍ରମେ
Couplet 6
କେମନ୍ତେ ରମଇଁ ଏକାନ୍ତେପୁତ୍ର ପଉତ୍ର ଅପ୍ରମିତେ
Couplet 7
ଏକେ ଅଏକ ନାରୀ ରମେଏତେ ବିଚାରି ମନଭ୍ରମେ
Couplet 8
ଦେଖିବି ବୋଲି କରି ସଧଦ୍ୱାରକା ମିଳିଲେ ନାରଦ
Couplet 9
ସ୍ୱଭାବେ ଗୋବିନ୍ଦର ପୁରକି ଅବା ଦେବା ପଟାନ୍ତର
Couplet 10
ପୁଷ୍ପିତ ଉପବନ ମଧ୍ୟେଭ୍ରମର ପକ୍ଷୀ କଳନାଦେ
Couplet 11
ନୀଳ କୁମୁଦ ପଦ୍ମସାରସୁଗନ୍ଧ କୁସୁମ କହ୍ଲାର
Couplet 12
ହଂସ ସାରସ ମଧ୍ୟେ ପଶିସୁନ୍ଦର ଜଳାଶୟେ ଭାସି
Couplet 13
ଶୁଭ୍ର ପ୍ରାସାଦ ନବଲକ୍ଷସ୍ପଟିକ ରଜତ ପ୍ରତ୍ୟକ୍ଷ
Couplet 14
ମହାମର୍କତ ତେଜ କାନ୍ତିରତ୍ନସୁବର୍ଣ୍ଣ ଝଟକନ୍ତି
Couplet 15
ଏକାନ୍ତ ମାର୍ଗ ଚତୁଷ୍ପଥହାଟ ପାଟଣା ସୁଶୋଭିତ
Couplet 16
ଦେବତା ଗୃହ ଯଜ୍ଞଶାଳଦିଶନ୍ତି ଯେହ୍ନେ ମେଘମାଳ
Couplet 17
ମାର୍ଗ ଅଗଣା ରାଜପଥମାର୍ଜିତ ଚନ୍ଦନେ ସିଞ୍ଚିତ
Couplet 18
ଚିତ୍ରପିତୁଳି କାନ୍ଥମାଝେଧ୍ୱଜ ପତାକା ତଥି ସାଜେ
Couplet 19
ଏଣୁ ନ ଲାଗେ ରବି ତେଜଯହିଁ ବିଜୟେ ଦେବରାଜ
Couplet 20
କେ କହୁ ପୁରଙ୍କର ଶୋଭାକିବା ଉପମା ତାକୁ ଦେବା
Couplet 21
କୃଷ୍ଣର ଅନ୍ତଃପୁର ଦ୍ୱାରେଦେବେ ଖଟନ୍ତି ନିରନ୍ତରେ
Couplet 22
ବିଶ୍ୱକର୍ମାର ଶିଳ୍ପୀପଣଯେପୁରେ ହୋଇଛି ପ୍ରମାଣ
Couplet 23
ଷୋଳସହସ୍ରଶତେ ନାରୀସେ ପୁରେ ଗୃହବାସ୍ତୁ କରି
Couplet 24
କୃଷ୍ଣ ସେବନ୍ତି ମନସୁଖେକେ କହୁ ତାଙ୍କ ପୁଣ୍ୟ ମୁଖେ
Couplet 25
ବ୍ରହ୍ମାନନ୍ଦନ ଏକସରେମିଳିଲେ କୃଷ୍ଣ-ଅନ୍ତଃପୁରେ
Couplet 26
ବିଦ୍ରୁମ ସ୍ତମ୍ଭମାନ ଶୋହେଚଳଇ ଇନ୍ଦ୍ରନୀଳ ପ୍ରାୟେ
Couplet 27
ଫଳକମାନ ବଇଦୂର୍ଯ୍ୟଖଞ୍ଜିତ ନାନା ମଣିପୁଞ୍ଜ
Couplet 28
ଏଣେ ଗଞ୍ଜଇ ସର୍ବଜ୍ୟୋତିତମେ ଯେସନେ ତାରାପନ୍ତି
Couplet 29
ମୁକୁତା ଦେମେ ଚନ୍ଦ୍ରାତପଯେ ବିଶ୍ୱକର୍ମାର ଶିଳିପ
Couplet 30
ଆସନ ପଲ୍ୟଙ୍କ ସହିତେନିର୍ମିତ କରି ବରଦନ୍ତେ
Couplet 31
ଖଚିତ ପଦ୍ମରାଗ ପନ୍ତିଦେଖନ୍ତେ ମନ ସେ ହରନ୍ତି
Couplet 32
କୃଷ୍ଣ କାମିନୀଙ୍କର ପାଶେସେବକୀ ସେବନ୍ତି ବିଶ୍ୱାସେ
Couplet 33
ତାହାଙ୍କ କଣ୍ଠେ ରତ୍ନମଣିରବିକିରଣ ପ୍ରାୟେ ଜାଣି
Couplet 34
ବିବିଧ ବସ୍ତ୍ର ପରିଧାନରୂପ ବୟସ ସୁଘଟଣ
Couplet 35
ବଳୟ କରେ ବିଭୂଷଣପାଦେ ନୂପୁର ରୁଣଝୁଣ
Couplet 36
ମଣିକୁଣ୍ତଳ ଶୋହେ କର୍ଣ୍ଣେକୃଷ୍ଣକାମିନୀ ଅବଧାନେ
Couplet 37
ଜଳନ୍ତି ରତ୍ନଦୀପ ପନ୍ତିନିବିଡ଼ତମ ସେ ହରନ୍ତି
Couplet 38
ଚିତ୍ର-ଜଗତି ଶିଖେ ଥାଇଅଗୁରୁ ଧୂପ ଧୂମ ଚାହିଁ
Couplet 39
ଜଳଦ ପ୍ରାୟ ମଣି ମନେନାଚନ୍ତି ନୀଳକଣ୍ଠଗଣେ
Couplet 40
ଏମନ୍ତ ପୁରେ କୃଷ୍ଣନାରୀସମାନ ବୟ-ବେଶଧାରୀ
Couplet 41
ସେବନ୍ତି କୃଷ୍ଣର ଚରଣେନିଜ ମନ୍ଦିରେ ଜଣେ ଜଣେ
Couplet 42
ଦାସୀ-ସହସ୍ର ମେଳେ ଥାଇସେବନ୍ତି ଭାବେ ଭାବଗ୍ରାହୀ
Couplet 43
ଏମନ୍ତେ ରୁକ୍ମିଣୀ ଭୁବନେନାରଦ ମୁନି ଶୁଦ୍ଧମନେ
Couplet 44
ମିଳିଲେ କୃଷ୍ଣପାଶେ ଯାଇଦେଖି ଉଠିଲେ ଭାବଗ୍ରାହୀ
Couplet 45
ଧାର୍ମିକ ବର ବ୍ରହ୍ମରାଶିଲକ୍ଷ୍ମୀ ପଲ୍ୟଙ୍କ ତଳେ ବସି
Couplet 46
କିରୀଟ ଶିରେ ଦେବହରିନମିଲେ ମୁନି ପାଦ ଧରି
Couplet 47
ନାରଦ ହସ୍ତେ ହସ୍ତ ଦେଇଆସନେ ବସାଇଲେ ନେଇ
Couplet 48
ମୁନି ଚରଣଯୁଗ ଧୋଇଶିରେ ଘେନିଲେ ଭାବଗ୍ରାହୀ
Couplet 49
ବ୍ରହ୍ମଣ୍ୟଦେବ ଯାର ନାମସକଳ ଗୁଣେ ଅନୁପମ
Couplet 50
ଯାହାର ଚରଣ ଉଦକହରଇ ସକଳ ପାତକ
Couplet 51
ପୁରାଣପୁରୁଷ ମୁରାରିବୋଲନ୍ତି ମୁନିପାଦ ଧରି
Couplet 52
ହସି ବୋଲନ୍ତି ମହାବାହୁନିଯୋଗ ଆଜ୍ଞା ମୋତେ ହେଉ
Couplet 53
ନାରଦ କୃଷ୍ଣ ମୁଖ ଚାହିଁବୋଲନ୍ତି ଶିରେ କର ଦେଇ
Couplet 54
ଭୋ ନାଥ ଶୁଣ ନାରାୟଣଅଖିଳ ବ୍ରହ୍ମାଣ୍ତ କାରଣ
Couplet 55
କସଳଜନେ ତୋର କୀର୍ତ୍ତିଖଳ-ଦଣ୍ତନେ ବକ୍ରଗତି
Couplet 56
ସାଧୁଙ୍କ ନିସ୍ତାର ନିମନ୍ତେତୋ ଅବତାର ଏ ଜଗତେ
Couplet 57
କ୍ଷିତି ରକ୍ଷଣେ ଚକ୍ରଧରତୋହର ଯେତେ ଅବତାର
Couplet 58
ନିଗମେ ତୋର ଯଶ ଗାଇଏହା ତ ଭଲେ ମୁଁ ଜାଣଇଁ
Couplet 59
ଦେଖିଲି ତୋ ଚରଣ ଯୁଗଯହୁଁ ଜନ୍ମଇ ଅପବର୍ଗ
Couplet 60
ଯେ ପାଦ ବହ୍ମା ବେଦବାଦୀଯାହା ଚିନ୍ତନ୍ତି ନିରବଧି
Couplet 61
ସଂସାର-କୂପ ମଧ୍ୟେ ପଡ଼ିଜନ୍ତୁଏ ମାୟାଜଳେ ବୁଡ଼ି
Couplet 62
ତାହାଙ୍କ ଧରିବା ନିଶୁଣିତୋ ପାଦପଦ୍ମ ଚକ୍ରପାଣି
Couplet 63
ସେ ପାଦ ଧ୍ୟାୟୀ ଏ ଜଗତେମୁଁ ଯେ ବୁଲଇ ଅବିରତେ
Couplet 64
ସେ ପାଦ ଚିନ୍ତା ମୋର ହୃଦେନିରତେ ଥାଉ ଅପ୍ରମାଦେ
Couplet 65
ତୋତେ ଅଇଲି ଦେଖି ମୁହିଁଏମନ୍ତେ ଶିରେ କର ଦେଇ
Couplet 66
ନାରଦ ଗଲେ ସ୍ନେହଭରେପୁଣି ମିଳିଲେ ଅନ୍ୟପୁରେ
Couplet 67
କୃଷ୍ଣର ମାୟା ଯୋଗମତବୁଝିବା ଅର୍ଥେ ବ୍ରହ୍ମାସୁତ
Couplet 68
ସତ୍ୟଭାମାର ପୁରେ ଯାଇମିଳିଲେ ବୀଣାବାଦ୍ୟ ବାଇ
Couplet 69
ଉଦ୍ଧବ ସଙ୍ଗେ ଯଦୁପତିପଶାଖେଳରେ ଦୃଢ଼ମତି
Couplet 70
ପ୍ରିୟାସହତେ ଦାମୋଦରଦେଖିଲେ ବ୍ରହ୍ମାର କୁମର
Couplet 71
ନାରଦ ଆଗମନ ଦେଖିଗୋବିନ୍ଦ ଆସନ ଉପେକ୍ଷି
Couplet 72
ପ୍ରିୟାସହତେ ନରହରିଉଦ୍ଧବ କରେ କର ଧରି
Couplet 73
ପୂଜିଲେ ନାରଦ ଚରଣବିପ୍ରଭକତ ନାରାୟଣ
Couplet 74
ଆସନ ଆଦି ଉପଚାରେଗୃହସ୍ଥ ଆଶ୍ରମ ବେଭାରେ
Couplet 75
ପୂଜି କପାଳେ ଯୋଡ଼ିକରପୁଚ୍ଛନ୍ତି ପ୍ରଭୁ ଦାମୋଦର
Couplet 76
କେଣେ ଆଗମନ ତୁମ୍ଭରପବିତ୍ର କଲ ମୋର ପୁର
Couplet 77
ତମ୍ଭେ ସକଳ ଗୁଣେ ପୂର୍ଣ୍ଣସ୍ୱଭାବେ ମୁହିଁ କ୍ଷୁଦ୍ର ଜନ
Couplet 78
କି ଅବା କରିବଇଁ ସେବାବିଚାରି ମୋତେ ଆଜ୍ଞା ଦେବା
Couplet 79
କହ କିମର୍ଥେ ଆଗମନପବିତ୍ର କର୍ମ ମୋର ଜନ୍ମ
Couplet 80
ସୁଫଳ ହେଉ ଆଜ୍ଞା ବହିବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 81
ଶୁଣି ନାରଦ ମହାମୁନିକିଛି ନ ବୋଲି ହେଲେ ତୁନି
Couplet 82
ତକ୍ଷଣେ ଉଠି ବ୍ରହ୍ମାସୁତଅନ୍ୟ ଭୁବନେ ଉପଗତ
Couplet 83
ତହିଁ ଦେକିଲେ ନରହରିବାଳକ କୋଳେ ଛନ୍ତି ଧରି
Couplet 84
ଶିଶୁ ଲାଳନେ ଭଗବାନଦେଖି ନାରଦ ଆଗମନ
Couplet 85
ସଂଭ୍ରମେ ପ୍ରଭୁ ଦେବରାଜାପୂର୍ବ ପ୍ରାୟେକ କଲେ ପୂଜା
Couplet 86
ନାରଦ ମୁନି ଶୁଖଭରେପୁଣି ମିଳିଲେ ଅନ୍ୟପୁରେ
Couplet 87
ତହିଁ ଦେଖିଲେ ଭଗବାନସ୍ନାହାନ ଅର୍ଥେ ଆଗମନ
Couplet 88
ପୁଣି ଦେଖିଲେ ଅନ୍ୟ ପୁରେକୃଷ୍ଣ ଅଛନ୍ତି ଯଜ୍ଞଘରେ
Couplet 89
ଅଗ୍ନି ପୂଜନ ପଞ୍ଚମୁଖେବ୍ରହ୍ମାନନ୍ଦନ ଦେଖି ସୁଖେ
Couplet 90
ଅନ୍ୟ ଭୁବନେ ପୁଣି ମିଳିଦେଖନ୍ତି ପ୍ରଭୁ ବନମାଳୀ
Couplet 91
ବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେଶେଷ ଭୁଞ୍ଜନ୍ତି ତୋଷମନେ
Couplet 92
ତକ୍ଷଣେ ଅନ୍ୟ ପୁରେ ପଶିକୃଷ୍ଣେ ଦେଖିଲେ ବ୍ରହ୍ମଋଷି
Couplet 93
ଗୋବିନ୍ଦ ସନ୍ଧ୍ୟା ଉପାସନେଗାୟତ୍ରୀ ଜପନ୍ତି ମଉନେ
Couplet 94
ଖଡ଼ଗ ଚର୍ମ ଧରି କରେଶର ସାଧନ୍ତି କେଉଁ ପୁରେ
Couplet 95
ଆରୋହୀ ଅଶ୍ୱ-ରଥ-ଗଜେନାନା ଭୁବନେ ନାନା ସଜେ
Couplet 96
ଏମନ୍ତ ଦେଖି ବ୍ରହ୍ମଋଷିପୁଣି ହିଁ ଅନ୍ୟ ପୁରେ ପଶି
Couplet 97
ତହିଁ ଦେଖିଲେ ଭଗବାନପଲ୍ୟଙ୍କ ଉପରେ ଶୟନ
Couplet 98
ଉପରେ ଚନ୍ଦ୍ରାତପ ଶୋହିସେବନ୍ତି ବାମାଗମେ ରହି
Couplet 99
ସ୍ତୁତି କରନ୍ତି ବନ୍ଦୀଜନେଦେଖି ଚଳିଲେ ତୋଷମନେ
Couplet 100
ଦେଖନ୍ତି ଅନ୍ୟ ପୁରେ ଯାଇଉଦ୍ଧବେ ନିକଟେ ବସାଇ
Couplet 101
ମନ୍ତ୍ରଣା ମନ୍ତ୍ରଗଣ ସଙ୍ଗେଦେଖି ନାରଦ ଭାବରଙ୍ଗେ
Couplet 102
ପୁଣି ମିଳିଲେ ଅନ୍ୟ ପୁରେଦେଖନ୍ତି ଜଳର ଭିତରେ
Couplet 103
ଦିବ୍ୟଯୁବତୀଗଣ ସଙ୍ଗେଜଳେ ଖେଳନ୍ତି ନାନାରଙ୍ଗେ
Couplet 104
ପୁଣି ମିଳିଲେ ଅନ୍ୟ ସ୍ଥାନେଗୋବିନ୍ଦ ବସି ତୋଷମନେ
Couplet 105
ଗୋରୁଙ୍କୁ କରି ଅଳଙ୍କାରପ୍ରସନ୍ନେ କମଳାର ବର
Couplet 106
ଉତ୍ତମ ବିପ୍ରେ ଗୋରୁଦାନକରନ୍ତି ପ୍ରଭୁ ଭଗବାନ
Couplet 107
ତକ୍ଷଣେ ବ୍ରହ୍ମାଙ୍କ କୁମରପୁଣି ମିଳିଲେ ଅନ୍ୟ ପୁର
Couplet 108
ତହିଁ ଦେଖିଲେ ନାରାୟଣମଙ୍ଗଳପୁରାଣ ଶ୍ରବଣ
Couplet 109
କେବଣଠାରେ ହାସ୍ୟମୁଖେହସି ଚାହାନ୍ତି ପ୍ରିୟା ସୁଖେ
Couplet 110
କେବଣଠାରେ ଚିନ୍ତି ଧର୍ମଅନ୍ୟ ଭବନେ ଅର୍ଥକାମ
Couplet 111
ଧ୍ୟାନ-ସମାଧି ଅନ୍ୟ ସ୍ଥାନେବ୍ରହ୍ମ ଚିନ୍ତନ୍ତି ସ୍ଥିରମନେ
Couplet 112
କେବଣଠାରେ ଗୁରୁପୂଜାସକାମ-ଭୋଗେ ପରିଚର୍ଯ୍ୟା
Couplet 113
କେବଣ ସ୍ଥାନେ ଯଦୁପତିସନ୍ଧି ବିଗ୍ରହ ରାଜନୀତି
Couplet 114
ଚିନ୍ତନ୍ତି ରାମ ଅନୁମତେଯେ ଅବା ଭକ୍ତଜତ ହିତେ
Couplet 115
କେବଣ ପୁରେ ନରହରିଦୁହିତ ଅଳଙ୍କାର ଭରି
Couplet 116
ଶ୍ୱଶୁରଭୁବନେ ପେଷନ୍ତିପୁତ୍ରର ପତ୍ନୀଙ୍କି ଅଣାନ୍ତି
Couplet 117
ଅନ୍ୟ ଭୁବନେ ନନ୍ଦବାଳପୁତ୍ରଦୁହିତାଙ୍କ ମଙ୍ଗଳ
Couplet 118
ବିଚାରି କରନ୍ତି ଉତ୍ସବନାରଦ ଦେଖି ନାନାଭାବ
Couplet 119
ଅଦ୍ଭୁତ କର୍ମ ନରଲୋକେଅନ୍ୟ ଭୁବନେ ମିଳି ସୁଖେ
Couplet 120
ତହିଁ ଦେଖିଲେ ନାରାୟଣଯଜ୍ଞେ ପୂଜନ୍ତି ଦେବଗଣ
Couplet 121
କେବଣପୁର ଜଳଦାନକୂପ-ତଡ଼ାଗେ ଅବଧାନ
Couplet 122
ମଣ୍ତପ ଦେବତାମନ୍ଦିରଯେ ଧର୍ମ ଗୃହସ୍ଥ ବେଭାର
Couplet 123
ପୁଣି ଦେଖନ୍ତି ଅନ୍ୟ ପୁରେକୃଷ୍ଣ ମୃଗୟା ଅନୁସରେ
Couplet 124
ଆରୋହି ଅଶ୍ୱ ସଇନ୍ଧବବନେ ମାରନ୍ତି ନାନା ଜୀବ
Couplet 125
ପବିତ୍ର ପଶୁ କରି ହତନିଜ ଭୁବନେ ଉପଗତ
Couplet 126
ଏମନ୍ତେ ପତ୍ନୀପୁର ଅନ୍ତେମଧ୍ୟେ ବୁଲନ୍ତି ବ୍ରହ୍ମାସୁତେ
Couplet 127
ପୁଣ ଦେଖିଲେ ଭଗବାନକପଟ ମାୟାରୂପେ ଛନ୍ନ
Couplet 128
ବୁଲନ୍ତି ନାରୀଙ୍କ ଭୁବନେସ୍ତିରୀଚରିତ ଅବଧାନେ
Couplet 129
ଦେଖି ନାରଦ ମହାଋଷିକୃଷ୍ଣବଦନ ଚାହିଁ ହସି
Couplet 130
ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନକୋମଳ ଶଂକିତ ବଚନ
Couplet 131
ଲୀଳା ମନୁଷ୍ୟ ଅବତାରଭୋ ନାଥ ଦେଖଲି ତୋହର
Couplet 132
ଯୋଗେଶ୍ୱରଙ୍କୁ ଅଗୋଚରଭୋ ନାଥ ମହିମା ତୋହର
Couplet 133
ଜଦଦୀଶ୍ୱର ତୁ ଜଗତେତୋ ପାଦପଦ୍ମ ସେବା ଅର୍ଥେ
Couplet 134
ତୋହର ଯଶ ଓ ଜଗତେମୁଁ ତାହା ଗାଇଣ ନିରତେ
Couplet 135
ଯେ ଯଶ ଅଖିଳ ପାବନିଗାଇ ବୁଲିବି ଦେହ ଘେନି
Couplet 136
ନାରଦ ବାକ୍ୟେ ତୋଷ ହୋଇବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 137
ଶୁଣ ନାରଦ ସାଧୁକଥାମୁହିଁ ଯେ ଧର୍ମର ବକତା
Couplet 138
ହର୍ତ୍ତା କରତା ମୁଁ ବୋଲାଇସ୍ୱକର୍ମ ଜଗତେ କରାଇ
Couplet 139
ଧର୍ମରକ୍ଷଣେ ମୁଁ ଜଗତେଶରୀର ଧରି ନାନାମତେ
Couplet 140
ବୁଲଇ ହୋଇ ରୂପଭେଦମନେ ନ କର ତୁମେ ଖେଦ
Couplet 141
କହନ୍ତି ଶୁକ ବ୍ରହ୍ମବେତ୍ତାଶୁଣ ରାଜନ କୃଷ୍ଣକଥା
Couplet 142
ଏମନ୍ତେ ଗୃହାଶ୍ରମ ଧର୍ମଗୋବିନ୍ଦ କଲେ ଯେତେ କର୍ମ
Couplet 143
ଏକ ଶରୀର ନରହରିସର୍ବକାମିନୀ ପୁରେ ପୁରୀ
Couplet 144
ଅନନ୍ତ ଯୋଗ ମାୟାରାଶିଦେଖି ସାନନ୍ଦ ବ୍ରହ୍ମଋଷି
Couplet 145
ଆନନ୍ଦେ ପାଇ କଉତୁକବିସ୍ମିତ ସୁଜ୍ଞାନି ବିବେକ
Couplet 146
କୃଷ୍ଣର ଗୃହମେଧିକର୍ମଯେ ନିତ୍ୟ ଧର୍ମ ଅର୍ଥ କାମ
Couplet 147
ଦେଖି ନାରଦ ମହାମୁନିପରମବ୍ରହ୍ମ ତତ୍ତ୍ୱଜ୍ଞାନୀ
Couplet 148
ତକ୍ଷଣେ କୃଷ୍ଣ ଆଜ୍ଞା ପାଇକୃଷ୍ଣ ମହିମା ମନେ ଧ୍ୟାୟି
Couplet 149
ଗଲେ ନାରଦ ବ୍ରହ୍ମଚାରୀଶୁଣ ପରୀକ୍ଷ ଦଣ୍ତଧାରୀ
Couplet 150
ଏମନ୍ତ ମନୁଷ୍ୟର କର୍ମଯେ ନିତ୍ୟ କାମ ଅର୍ଥ ଧର୍ମ
Couplet 151
ଏ ଅନୁପଥେ ଦେହ ବହିସଂସାର ହିତେ ଭାବଗ୍ରାହୀ
Couplet 152
ଷେଳସହଶ୍ର ନାରୀ ମଧ୍ୟେରମିଲେ ନାନା ଅନୁବନ୍ଧେ
Couplet 153
ସୃଷ୍ଟି ପାଳନ ସଂହାରଣଯେ ହରି ପରମ କାରଣ
Couplet 154
ଅଦ୍ଭୁତ କର୍ମ କଲେ ଯେତେଗୃହସ୍ଥ ଆଶ୍ରମ ଭକତେ
Couplet 155
ଯେ ଏହା ଶୁଣି ଭାବ ବହେଜଗତଜନ ମଧ୍ୟେ କହେ
Couplet 156
କୃଷ୍ଣଚରଣେ ଭକ୍ତିଭାବସେ ପ୍ରାଣୀ ଲଭେ ଅପବର୍ଗ
Couplet 157
କହଇ ଜଗନ୍ନାଥ ଦାସକୃଷ୍ଣ ମହିମା ସୁଧାରସ
Couplet 158
ଗୋବିନ୍ଦ ମାୟାଯୋଗ ବାଣୀଶୁଣି ସାନନ୍ଦ ନୃପମଣି