Skandha 10
Adhyaya 73
Couplet 1
କହନ୍ତି ବ୍ୟାସଙ୍କ ନନ୍ଦନଶୁଣ ହୋ ରାମର ବିକ୍ରମ
Couplet 2
ଥିଲା ଯେ ଦୁର୍ଯ୍ୟୋଧନ ରାଜାଲକ୍ଷ୍ମଣା ତାହାର ତନୁଜା
Couplet 3
ତାହାର ସ୍ୱୟମ୍ବର କାଳେକୃଷ୍ଣନନ୍ଦନ ଯାଇ ବଳେ
Couplet 4
ହରିଲା ଶାମ୍ବ ବଳବନ୍ତସୁନ୍ଦର ଜାମ୍ବବତୀସୁତ
Couplet 5
ଦେଖି କନ୍ୟାର ରୂପଗୁଣହରିଲା ସ୍ୱୟମ୍ବରୁ ପୁଣ
Couplet 6
ଲକ୍ଷେକ ରାଜା ଥିଲେ ଚାହିଁରଥେ ବସିଲା କନ୍ୟା ନେଇ
Couplet 7
ଯେମନ୍ତ ବିକ୍ରମ କୃଷ୍ଣରତେମନ୍ତ କଲା ଶାମ୍ବବୀର
Couplet 8
ଦେଖି ତାହାର ଦୁଷ୍ଟପଣକୋପେ କମ୍ପିଲା କୁରୁରାଣ
Couplet 9
ଦେଖ ଏ ଶ୍ରୀକୃଷ୍ଣରବଳାଆମ୍ଭର ମୁଖେ ଦେଲା କଳା
Couplet 10
ଆମ୍ଭଙ୍କୁ କରି ହୀନିମାନକୁଳୁ ହରିଲା କନ୍ୟାଧନ
Couplet 11
ଆମ୍ଭ ବିଚାରେ ଦେବା ନାହିଁଏମନ୍ତ କହି କୋପ ବହି
Couplet 12
ଏହାକୁ ବନ୍ଦୀକର ବଳେକି କରି ପାରିବେ ଗୋପାଳେ
Couplet 13
ଆମ୍ଭର ଦେଲା ରାଜପଣରାଜ୍ୟ ଭୁଞ୍ଜନ୍ତି ଯଦୁଗଣ
Couplet 14
ଏହାର ପାଇଁ ଯେବେଛଳେଯାଦବେ ଆସି ବାହୁବଳେ
Couplet 15
ଆମ୍ଭର ତୁଲେ ଯୁଦ୍ଧ କରିହେଳେ ସଂଗ୍ରାମେ ଯିବେ ହାରି
Couplet 16
ବିମୁଖେ ନ କରିବେ ରଣଯୋଗେ ଯେସନ ଇନ୍ଦ୍ରିଗଣ
Couplet 17
ଏମନ୍ତେ କରି ଏକମନଭୁରିଶ୍ରବାଦି ଶଲ୍ୟ କର୍ଣ୍ଣ
Couplet 18
ଯୁଯଜ୍ଞକେତୁ ଦୁର୍ଯ୍ୟୋଧନଆରାଧି ଅନ୍ଧର ବଚନ
Couplet 19
ଭୀଷ୍ମ ଦ୍ରୋଣଙ୍କ ଆଜ୍ଞା ପାଇସକଳ ବୀରେ ସଜ ହୋଇ
Couplet 20
ଏକ ଆରକେ ମହାଦମ୍ଭସମର କରଣେ ଆରମ୍ଭ
Couplet 21
କୃପ ଧାଇଁଲେ ମନଦୁଃଖେମିଳିଲେ ଶାମ୍ବର ସମ୍ମୁଖେ
Couplet 22
ଦେଖି ତାହାଙ୍କ ଦୁଷ୍ଟଚିତ୍ତକୃଷ୍ଣନନ୍ଦନ ବଳବନ୍ତ
Couplet 23
ନିଜ କୋଦଣ୍ତେ ଗୁଣ ଦେଇରହିଲା ସିଂହପ୍ରାୟ ହୋଇ
Couplet 24
ବେଗେ ମିଳିଲେ କୁରୁବଳଶୁଭଇ ମୁଖରାବ-ଗୋଳ
Couplet 25
ଡାକନ୍ତି ଧର ଧର ବାଣୀସିନ୍ଧୁଶବଦ ପ୍ରାୟ ମଣି
Couplet 26
ଶାମ୍ବକୁ ଜିଣିବାର ଆଶେବେଗେ ମିଳିଲେ ତାର ପାଶେ
Couplet 27
ରୁନ୍ଧିଲେ ଚାରିଦିଗ କୋଣେକର୍ଣ୍ଣ ସହିତେ ଘୋରରଣେ
Couplet 28
ସ୍ୱଭାବେ ସର୍ବେ ଧନୁର୍ଦ୍ଧରଶର ବରଷା ମହାଘୋର
Couplet 29
କରି ରୁନ୍ଧିଲେ ଦଶଦିଶେତା ଦେଖି ଶାମ୍ବ ମହାରୋଷେ
Couplet 30
କୋପେଣ କମ୍ପଇ ଶରୀରନିର୍ଭୟେ କୃଷ୍ଣରକୁମର
Couplet 31
ଛାଗଳ ପଲ ମଧ୍ୟେ ଥାଇକେଶରୀ ଯେମନ୍ତେ ଦିଶଇ
Couplet 32
ଶାମ୍ବ କରନ୍ତେ ଗୁଣଘୋଷଶବଦେ କମ୍ପେ ଦଶଦିଶ
Couplet 33
କର୍ଣ୍ଣ ସହିତେ ଷଡ଼ରଥୀଶାମ୍ବକୁ ବାଣ ବରଷନ୍ତି
Couplet 34
ଦେଖି କୁପିତ କୃଷ୍ଣସୁତବାଣ ବରଷେ ଅବିରତ
Couplet 35
କର୍ଣ୍ଣକୁ ପାଞ୍ଚବାଣ ବିନ୍ଧିରଥ ସାରଥି ଅଶ୍ୱ ଛେଦି
Couplet 36
ଷଡ଼ରଥୀଙ୍କି ଏହିମତେବାଣ ବିନ୍ଧିଲା ଅପ୍ରମିତେ
Couplet 37
ଦେଖି ତାହାର କ୍ଷତ୍ରିପଣକୁରୁଏ କଲେ ଘୋରରଣ
Couplet 38
ସାଧୁଶବଦ ଉଚ୍ଚନାଦେଶୁଭିଲା କୁରୁବଳ ମଧ୍ୟେ
Couplet 39
ଶାମ୍ବ ଉପରେ କୁରୁବୀରେତୀକ୍ଷ୍ଣ ନାରାଚ କୋପଭରେ
Couplet 40
ବିନ୍ଧି ସାରଥି କଲେ ନାଶଛେଦିଲେ ଅଶ୍ୱଙ୍କର ପାଶ
Couplet 41
ରଥକୁ କଲେ ଖଣ୍ତ ଖଣ୍ତଛେଦିଲେ ହସ୍ତର କୋଦଣ୍ତ
Couplet 42
ବିରଥ କରି ତାକୁ ବଳେବନ୍ଧନ କଲେ ଅବହେଳେ
Couplet 43
କନ୍ୟା ସହିତେ ତାକୁ ଧରିମିଳିଲେ ହସ୍ତିନାନଗରୀ
Couplet 44
କଷ୍ଟରେ କୃଷ୍ଣସୁତ ଜିଣିସମରେ ଜୟପ୍ରାୟ ମଣି
Couplet 45
ହୋଇଲେ ନିର୍ଭୟ ନିଶ୍ଚିନ୍ତଏବେ ହୋ ଶୁଣ ନରନାଥ
Couplet 46
ବ୍ରହ୍ମନନ୍ଦନ ତାହା ଜାଣିରାମ-ବିକ୍ରମ ପରିମାଣି
Couplet 47
ମିଳିଲେ ଦ୍ୱାରକାଭୁବନେରାମ-ଗୋବିନ୍ଦ ସନ୍ନିଧାନେ
Couplet 48
ଉଗ୍ରସେନର ସଭାମଧ୍ୟେନାରଦ କହେ ମନଖେେଦେ
Couplet 49
ଶୁଣ ହୋ ଭୋଜ ନୃପବରକୁରୁସଭାର ଅବିଚାର
Couplet 50
ତାହାର କନ୍ୟା-ସ୍ୱୟମ୍ବରେଶାମ୍ବ ଯେ ଗଲା ତାର ପୁରେ
Couplet 51
କନ୍ୟା ବରିଲା ଇଚ୍ଛାମତେଦେଖି କୌରବେ କୋପଚିତ୍ତେ
Couplet 52
କୂଟ ସଂଗ୍ରାମେ ତାକୁ ଧରିରଖିଲେ ହସ୍ତିନାନଗରୀ
Couplet 53
ଏମନ୍ତ କହି କୃଷ୍ଣଆଗେନାରଦ ଗଲେ ଶୂନ୍ୟମାର୍ଗେ
Couplet 54
ନାରଦବାକ୍ୟ କର୍ଣ୍ଣେ ଶୁଣିସମରେ ସଜ ଚକ୍ରପାଣି
Couplet 55
ପୁତ୍ରବନ୍ଧନ ଶୁଣି ରୋଷେଦାରୁକ ରାଇଲେ ବିଶ୍ୱାସେ
Couplet 56
ବୋଇଲେ ରଥ ସାଜ ବେଗେତା ଶୁଣି ସାଜିଲେ ଯାଦବେ
Couplet 57
ଉଗ୍ରସେନର ଆଜ୍ଞା ପାଇବୀରେ ଚଳିଲେ ସଜ ହୋଇ
Couplet 58
କେ କହୁ କୃଷ୍ଣର ସଇନିଚଳନ୍ତେ କମ୍ପଇ ମେଦିନୀ
Couplet 59
ବାଜଇ ବୀରତୂରମାନରଥେ ବିଜୟ ଭଗବାନ
Couplet 60
ଦେଖିଣ ଗୋବିନ୍ଦ ଆଗମବୋଲନ୍ତି ପ୍ରଭୁ ବଳରାମ
Couplet 61
ଏ ତ ନୁହଇ ଭଲ କଥାବନ୍ଧୁରେ ବିରୋଧ ବ୍ୟବସ୍ଥା
Couplet 62
ସେ ଯେବେ ନ ଜାଣି ଆଚରିଆମ୍ଭେ କେମନ୍ତେ ବାଦ କରି
Couplet 63
ତୁମ୍ଭେ ନ ମନେରୋଷମୁହିଁ ଯେ ତାଙ୍କର ବିଶ୍ୱାସ
Couplet 64
ଆଜ ହସ୍ତିନା ଯିବି ମୁହିଁଉଭୟକୁଳ ଭାବ ବହି
Couplet 65
ତୁମ୍ଭେ ନ କର ଆଗମନଶୁଣି ରହିଲେ ଭଗବାନ
Couplet 66
ଏମନ୍ତେ ପ୍ରଭୁ ବଳରାମଯାଦବବଳ କରି ସାମ
Couplet 67
ଉଗ୍ରସେନକୁ ବୋଧ କରିହସ୍ତିନା ବିଜେ ହଳଧାରୀ
Couplet 68
କୁରୁଯାଦବ ହିତ ଅର୍ଥେବେଗେ ଚଳିଲେ ହଳହସ୍ତେ
Couplet 69
ଆନନ୍ଦେ ରେବତୀରମଣକଳି-କଳୁଷ-ନିବାରଣ
Couplet 70
କୁଳବୃଦ୍ଧଙ୍କୁ ରାଇ ବେଗେଉତ୍ତମବିପ୍ର ଘେନି ସଙ୍ଗେ
Couplet 71
ରଥେ ବସିଲେ ତୋଷମନେନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେହ୍ନେ
Couplet 72
ମିଳିଲେ ହସ୍ତିନାଭୁବନେଦୁର୍ଯ୍ୟୋଧନର ଉପବନେ
Couplet 73
ରାମ ଆଦେଶେ ମନ୍ତ୍ରୀବରଉଦ୍ଧବ ଗଲା କୁରୁପୁର
Couplet 74
ଦୁର୍ଯ୍ୟୋଧନର ସଭାମଧ୍ୟେନମିଲା ଧୃତରାଷ୍ଟ୍ର ପାଦେ
Couplet 75
ଭୀଷ୍ମ-ଦ୍ରୋଣଙ୍କ ପାଦେ ନମିବୋଲେ ସୁହୃଦଭାବ ଘେନି
Couplet 76
ଦୁର୍ଯ୍ୟୋଧନଙ୍କୁ କରି ଶମକହିଲା ରାମର ଆଗମ
Couplet 77
ଶୁଣି ରାମର ଆଗମନଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ
Couplet 78
ସଭାରୁ ଉଠି ଧାତିକାରେମିଳିଲେ ରାମର ଛାମୁରେ
Couplet 79
ବନ୍ଧୁସ୍ୱଭାବପଣେ ହେଜିରାମଙ୍କୁ ଷଡ଼ଅର୍ଘ୍ୟେ ପୂଜି
Couplet 80
କହିଣ ମଧୁର ବଚନଆନନ୍ଦ କଲେ ରାମ ମନ
Couplet 81
କୁରୁଙ୍କ ମଧ୍ୟେ ଧୀରମତିରାମ ମହିମା ସେ ଜାଣନ୍ତି
Couplet 82
ଭାବେ ନମିଲେ ରାମପାଦେବନ୍ଦୁ କୁଶଳ ପ୍ରୀତି ସଧେ
Couplet 83
ରାମହିଁ କଲେ ଯଥାବିଧିଯେ ବନ୍ଧୁକୁଶଳ ପ୍ରସିଦ୍ଧି
Couplet 84
କୁରୁଙ୍କ ମଧ୍ୟେ ହଳପାଣିକହନ୍ତି ପ୍ରିୟଭାବ ଘେନି
Couplet 85
ରାଜାଧିରାଜ ଉଗ୍ରସେନଯେମନ୍ତ ବୋଲିଛି ବଚନ
Couplet 86
ବେଗେ କରିବ ସେହିମତଆତ୍ମାକୁଳଶ ଯେବେ ଚିନ୍ତ
Couplet 87
ତୁମ୍ଭେ ଉତ୍ତମ ଶସ୍ତ୍ରଧାରୀଧର୍ମର ପଥ ନ ବିଚାରି
Couplet 88
କପଟଯୁଦ୍ଧେ କୃଷ୍ଣସୁତଧରି ମଣିଲ କୃତକୃତ୍ୟ
Couplet 89
ଏ ଅପରାଧ ଆମ୍ଭେ ସହିବନ୍ଧୁକୁଶଳ ମନେ ବହି
Couplet 90
ଏମନ୍ତ ଶୁଣି ରାମକଥାସ୍ୱଭାବେ ସର୍ବେ ମହାରଥା
Couplet 91
କୁରୁନନ୍ଦନ ଦୁର୍ଯ୍ୟୋଧନଆବର ଯେତେ ଦୁଷ୍ଟଜନ
Couplet 92
ଆତ୍ମାର ନିନ୍ଦାପ୍ରାୟ ବାଣୀବଳଦେବଙ୍କ ମୁଖୁଁ ଶୁଣି
Couplet 93
ବଦନ ଚାହିଁ ଏକେ ଏକେକୋପେ ବୋଲନ୍ତି ମନଦୁଃଖେ
Couplet 94
ଦେଖ ବିଚିତ୍ର କାଳଗତିଯାହା କହିଲେ ଯଦୁପତି
Couplet 95
ଚର୍ମପାଦୁକା ଗର୍ବ ବହିଶିରମୁକୁଟ ଶିଖେ ଯାଇ
Couplet 96
ଥିବାକୁ କରଇ ବିଚାରଏମନ୍ତ ଗର୍ବ ଏହାଙ୍କର
Couplet 97
ଏହାଙ୍କୁ ଆମ୍ଭେ ବନ୍ଧୁପଣେରାଜ୍ୟେ ସ୍ଥାପିଲୁ ରାଜାପଣେ
Couplet 98
ନୁହଁନ୍ତି ରାଜପଣେ ଯୋଗ୍ୟଆମ୍ଭର ଦେଲା ବଇଭୋଗ
Couplet 99
ଭୁଞ୍ଜି ମଣନ୍ତି ଆତ୍ମାଶିରୀଯେଣୁ ଉପେକ୍ଷା ଆମ୍ଭେ କରି
Couplet 100
ଏହାଙ୍କ ରାଜ୍ୟ ନେବା ବଳେଗର୍ବ ଯେ କଲେ ମତ୍ତଭୋଳେ
Couplet 101
ରାଜ୍ୟକୁ ନୁହଁନ୍ତି ଭାଜନସର୍ପକୁ ଯେହ୍ନେ କ୍ଷୀରପାନ
Couplet 102
କ୍ଷୀର-ସଂଯୋଗେ ବଢେ଼ ବିଷଦାତାକୁ କରେ ପ୍ରାଣେ ନାଶ
Couplet 103
ଆମ୍ଭର ଦେଲା ଅନ୍ନ ଖାଇସର୍ପର ପ୍ରାୟ ଗର୍ବ ବହି
Couplet 104
ଆମ୍ଭଙ୍କୁ ଆଜ୍ଞା ଏ ଦିଅନ୍ତିଅଳପ ପ୍ରାୟେକ ମଣନ୍ତି
Couplet 105
ଦେଖ ଆମ୍ଭର ତୁଲେ ବାଦେଇନ୍ଦ୍ର ନ ରହେ ରଣମଧ୍ୟେ
Couplet 106
ସିଂହ ସମ୍ମୁଖେ ଯେହ୍ନେ ମେଷତେହ୍ନେ ଛାଡ଼ଇ ସ୍ୱର୍ଗଦେଶ
Couplet 107
କହନ୍ତି ଶୁକମୁନିବରଶୁଣ ହେ କୁରୁଙ୍କ ବେଭାର
Couplet 108
ଉତ୍ତମଜନ ବନ୍ଧୁଜନେଗର୍ବ ବହିଲେ ଦୁଷ୍ଟମନେ
Couplet 109
ଏମନ୍ତ କୁରୁ ଦୁଷ୍ଟବାଣୀଶୁଣି କୋପିଲେ ହଳପାଣି
Couplet 110
କୋପେ ଯମର ପ୍ରାୟ ଦିଶିବୋଲନ୍ତି ପୁଣ ପୁଣ ହସି
Couplet 111
ଦେଖ ସଂସାର ବେଭାରସମ୍ପଦ ବଢ଼ଇ ଯାହାର
Couplet 112
ଅସାଧୁପଣ ଆଚରନ୍ତିଆତ୍ମାର ସୁଖ ନ ଇଚ୍ଛନ୍ତି
Couplet 113
ତାଙ୍କ ପ୍ରସଙ୍ଗେ ଦଣ୍ତ ହିତପଶୁଙ୍କୁ ଲଗୁଡ଼ ଯେମନ୍ତ
Couplet 114
ଏ ବଡ଼ ଖେଦ ମୋର ମନେଉଗ୍ରସେନର ଅପମାନେ
Couplet 115
ଯଦୁଙ୍କ ତୁଲେ ନାରାୟଣଏହାଙ୍କ ସଙ୍ଗେ ଇଚ୍ଛି ରଣ
Couplet 116
ସକଳ ସୈନ୍ୟ ତୁଲେ ସାଜିରଥ କୁଞ୍ଜର ନର ବାଜି
Couplet 117
ନଗରୁ ହୋଇଲେ ବାହାରମୁଁ ଏହା କରି ସୁବିଚାର
Couplet 118
ଏହାଙ୍କ ପ୍ରିୟଭାବ ବହିନିବାରି ଅଇଲି ଯେ ମୁହିଁ
Couplet 119
ତହିଁର ଫଳ ଏବେ ମୋତେଦଇବେ ଫଳିଲା ଉଚିତେ
Couplet 120
ଏ ଯେ ସ୍ୱଭାବେ ମନ୍ଦମତିକଳହରୁଚି ଖଳପ୍ରୀତି
Couplet 121
ଦେଖ ଅବଜ୍ଞା ମୋତେ କଲେଦୁଷ୍ଟବଚନ ନିନ୍ଦାବୋଲେ
Couplet 122
ଭୋଜ ଅନ୍ଧକ ବୃଷ୍ଣିବଂଶଯାହାର ପୁତ୍ର ବୀରକଂସ
Couplet 123
ଯାଦବକୁଳର ଈଶ୍ୱରକୃଷ୍ଣ ଯାହାର ଅନୁଚର
Couplet 124
ସେ କାହିଁ ରାଜପଣେ ସାଜେଦେବେ ଖଟନ୍ତି ଯା ସମାଜେ
Couplet 125
ବାସବ ଆଦି ଦିଗପାଳେସେବନ୍ତି ଯାର ପାଦତଳେ
Couplet 126
ସୁଧର୍ମାସଭା ଯାର ଦ୍ୱାରେପାରିଜାତକପୁଷ୍ପ ପୁରେ
Couplet 127
ମର୍ତ୍ତ୍ୟେ କରଇ ସ୍ୱର୍ଗଭୋଗସେ ନୋହେ ରାଜପଣେ ଯୋଗ୍ୟ
Couplet 128
ପଦ୍ମସମ୍ଭବା କମଳିନୀସ୍ୱଭାବେ ଜଗତଜନନୀ
Couplet 129
ସେ ଯାର ସେବଇ ଚରଣେସେ କାହିଁ ଯୋଗ୍ୟ ରାଜ ପଣେ
Couplet 130
ଯାହାର ପାଦପଦ୍ମରଜଅଖିଳଦେବଙ୍କ ସମାଜ
Couplet 131
ପବିତ୍ର କରେ ମୁନି ତୀର୍ଥଯେଣୁ ସେ ତୀର୍ଥଙ୍କର ତୀର୍ଥ
Couplet 132
ବ୍ରହ୍ମାଶଙ୍କର ଆଦି ମୁହିଁଯାହାର ଅଂଶେ ଦେହବହି
Couplet 133
ଲକ୍ଷ୍ମୀ ସହିତେ ଆଜ୍ଞା ବହିତାହାର ନୃପାସନ କାହିଁ
Couplet 134
କୁରୁଙ୍କ ଭୋଗ ଆମ୍ଭେ ଖାଇଧରଣୀ ମଧ୍ୟେ ଦେହ ବହି
Couplet 135
ଆମ୍ଭେ ସକଳେ ଉପାନହକୁରୁ ବହନ୍ତି ଶିର ଦେହ
Couplet 136
କାହାର ବଳେ ଏହା ସହିରୁଧିର ମାଂସ ଦେହ ବହି
Couplet 137
ଦେଖ ଏ କୁରୁକୁଳ ମତସମ୍ପଦେ ହୋଇ ଅନାୟତ୍ତ
Couplet 138
ମାନୀ ଅଟନ୍ତି ଗର୍ବ ବହିକେ ଏହା ସହେ ପ୍ରଭୁ ହୋଇ
Couplet 139
ଆଜ କରିବି ପ୍ରତିଫଳଏମନ୍ତ ବୋଲି ତୀକ୍ଷ୍ଣ ହଳ
Couplet 140
ତକ୍ଷଣେ ଘେନି ବାମହସ୍ତେବୋଲନ୍ତି ରାମ କୋପଚିତ୍ତେ
Couplet 141
ଆଜ ମୁଁ ଏହାଙ୍କୁ ସଂହାରିସୁଖୀ କରିବି ବସୁନ୍ଧରୀ
Couplet 142
ତେବେ ସେ ଯିବି ନିଜପୁରସତ୍ୟବଚନ ଏ ମୋହର
Couplet 143
ଏମନ୍ତ ବୋଲି କୋପେ ଉଠିଦୃଢେ ଧଇଲେ ହଳମୁଷ୍ଟି
Couplet 144
ରାମର କୋପ ଗୁରୁତରତେଜ କି ଦହେ ତିନିପୁର
Couplet 145
ଲଙ୍ଗଳେ ହସ୍ତିନା ଉପାଡ଼ିଶବଦ ଶୁଭେ ଘଡ଼ଘଡ଼ି
Couplet 146
ଦକ୍ଷିଣ କରେ ସଉନନ୍ଦଶୂନ୍ୟେ ଦେଖନ୍ତି ଦେବବୃନ୍ଦ
Couplet 147
ନଗର ଛାଡ଼ି ଗଙ୍ଗାଜଳେକୌରବେ ପଡ଼ନ୍ତୁ ପାତାଳେ
Couplet 148
ଏମନ୍ତ ବୋଲି ହଳଧାରୀହସ୍ତିନା ଉପାଡ଼ିଲେ ଧରି
Couplet 149
ସମୁଦ୍ରେ ନାବପ୍ରାୟ ହୋଇହସ୍ତିନାନଗର କମ୍ପଇ
Couplet 150
ପଡ଼ିବା ପ୍ରାୟ ଗଙ୍ଗାଜଳେଦେଖିଣ କୌରବେ ବିକଳେ
Couplet 151
କୁଟୁମ୍ବ ତୁଲେ ଉଚ୍ଚନାଦେଶରଣ ଗଲେ ରାମପାଦେ
Couplet 152
ଡ଼ାକନ୍ତି ଜୀବନ ବିକଳେଭୋ ରାମ ରଖ ପାଦତଳେ
Couplet 153
ଆମ୍ଭେ ତ ସ୍ୱଭାବେ ନିରେଖତୋର କୁମର ବଧୁ ରଖ
Couplet 154
କୁମର ତୁଲେ କନ୍ୟା ନେଇରାମଚରଣ ତଳେ ଯାଇ
Couplet 155
ଏ କନ୍ୟା ଦେଇ ତୋ ଶରଣପଶିଲୁ ଅଭୟଚରଣ
Couplet 156
ହେ ରାମ ତୋହର ମହିମାବେଦ ନ ଜାଣେ ଆଦିସୀମା
Couplet 157
ମୂଢ ଅଜ୍ଞାନ ଆମ୍ଭେ ହେଉଁତୋ ଭାବ ଜାଣିବୁଟି କାହୁଁ
Couplet 158
ଆମ୍ଭେ କୌରବେ ଅପରାଧୀତୁ ନାଥ କରୁଣାବାରିଧି
Couplet 159
ସ୍ଥିତି-ପାଳନ-ଅନ୍ତ କରୁଯେଣୁ ତୁ ଶେଷରୂପ ଧରୁ
Couplet 160
ତୁ ଆଦିହେତୁ ନିର୍ବିଷୟନିର୍ଲେପ ଏକ ତୁ ଅବ୍ୟୟ
Couplet 161
ତୋହର କ୍ରୀଡ଼ାର କନ୍ଦୁକସ୍ୱଭାବେ ହୋନ୍ତି ତିନିଲୋକ
Couplet 162
ସହସ୍ର ସହସ୍ର ସଂଖ୍ୟାରେମହୀମଣ୍ତଳ ତୋର ଶିରେ
Couplet 163
ସୋରିଷ ପ୍ରାୟ ଅଛୁ ଧରିଲୀଳାମାତ୍ରକେ ବସୁନ୍ଧରୀ
Couplet 164
ପାଳନ କରି ପୁଣି ହରୁତେଣୁ ତୁ ଶେଷରୂପ ଧରୁ
Couplet 165
ଯେ କୋପ ତୋର ଦେହୁଁ ତାତଏକ ଅଖିଳ-ଶିକ୍ଷା-ଅର୍ଥ
Couplet 166
ହିଂସା ମତ୍ସର ନାହିଁ ଯେଣୁପାଳନ ହେତୁ ତୋର ତେଣୁ
Couplet 167
ସୃଷ୍ଟି ପାଳନେ ବ୍ୟଗ୍ର ହେଉତୁ ନାଥ ସତ୍ତ୍ୱଗୁଣ ବହୁ
Couplet 168
ସଂସାର ମଧ୍ୟେ ତୋର ଲୀଳାଯେହ୍ନେ ବାଳୁତଜନ ଖେଳା
Couplet 169
ନମସ୍ତେ ସର୍ବଭୂତ ପ୍ରାଣଭକତବନ୍ଧୁ ସଙ୍କର୍ଷଣ
Couplet 170
ଜୀବର ଶକତି ଧାରଣତୋବିନୁ ନାହିଁ ଅନ୍ୟ ଜନ
Couplet 171
ଅବ୍ୟୟ ବୋଲାଉ ଜଗତେଭୋ ନାଥ ତୋର ଅନୁମତେ
Couplet 172
ତୁ ବିଶ୍ୱକର୍ମା ଜ୍ଞାନ ସାରଭୋ ନାଥ ତୋତେ ନମସ୍କାର
Couplet 173
ତୋହର ପାଦପଦ୍ମ ତଳେଶରଣ ପଶିଲୁ ନିଶ୍ଚଳେ
Couplet 174
ଶୁକ ବୋଲନ୍ତି ରାୟେ ଶୁଣଭକତବନ୍ଧୁ ସଙ୍କର୍ଷଣ
Couplet 175
କୁରୁଙ୍କ ଦୁଃଖ ଭୟ ଚାହିଁପ୍ରସନ୍ନ ଚିତ୍ତେ ଦୟା ବହି
Couplet 176
ହଳ ସଂହରି ହଳଧରବୋଇଲେ ନାହିଁ ତୁମ୍ଭ ଡର
Couplet 177
ନିର୍ଭୟ ହୋଇ କୁରୁଜନତକ୍ଷଣେ ରାଜା ଦୁର୍ଯ୍ୟୋଧନ
Couplet 178
କନ୍ୟା ସହିତେ କୃଷ୍ଣସୁତସମର୍ପି ରାମର ଆଗ୍ରତ
Couplet 179
ଅନେକ ଯଉତୁକ ଦେଲାଶୁଣ ହୋ ଅଭିମନ୍ୟୁ ବଳା
Couplet 180
ଅତି ସୁନ୍ଦର ମନୋହରଦେଲା ବାରଶତ କୁଞ୍ଜର
Couplet 181
ଅଶ୍ୱ ସେ ଦେଲାକ ଅୟୁତେଷଟସହସ୍ର ସ୍ୱର୍ଣ୍ଣରଥେ
Couplet 182
ରଥେ ଦିଶନ୍ତି ରବିତେଜପୁଣି ଆନନ୍ଦେ କୁରୁରାଜ
Couplet 183
ଦୁହିତା ହିତେ କୁରୁପତିସହସ୍ରେ ଦେଲାକ ଯୁବତୀ
Couplet 184
ଅମୂଲ୍ୟରତ୍ନ କଣ୍ଠେ ଭରିଦେଲା ସେବକୀ ସଜ କରି
Couplet 185
ଏମନ୍ତେ କନ୍ୟାଆଦି ଯେତେରାମ ଘେନାଇଁ ତୋଷଚିତ୍ତେ
Couplet 186
ଏ ଆଦି ଘେନି ହଳଧରଗମନ୍ତେ ସର୍ବ କୁରୁବୀର
Couplet 187
ରାମଙ୍କୁ କରି ପ୍ରଦକ୍ଷିଣମିଳିଲେ ହସ୍ତିନା ଭୁବନ
Couplet 188
ସଙ୍କରଷ ତୋଷଚିତ୍ତେଆନନ୍ଦେ ରାମର ଅଗ୍ରତେ
Couplet 189
କନ୍ୟା ସହିତେ କୃଷ୍ଣସୁତସଙ୍ଗେ ସମ୍ପଦ ଅପ୍ରମିତ
Couplet 190
ଦେଖି ହରଷ ସର୍ବଜନସଭାର ମଧ୍ୟେ ବଳରାମ
Couplet 191
କୁରୁଙ୍କ କୃତକର୍ମ କହିକୃଷ୍ଣର ପ୍ରିୟଭାବ ବହି
Couplet 192
କହନ୍ତି ବ୍ୟାସଙ୍କର ସୁତଶୁଣ ରାଜନ ପରୀକ୍ଷିତ
Couplet 193
ଅଦ୍ୟାପି ରାମର ଚରିତହସ୍ତିନାନଗରେ ବିଦିତ
Couplet 194
ରାମ-ବିକ୍ରମ-ଯଶ ଅଛିପୁର ଦକ୍ଷିଣଭାଗେ ଲକ୍ଷ୍ୟି
Couplet 195
ଉତ୍ତର ଭାଗ ନୀଚ ଦିଶେଯେହ୍ନେ ଜାହ୍ମବୀ ଜଳେ ମିଶେ
Couplet 196
ଏମନ୍ତେ ରାମର ମହିମାକେ କହିପାରେ ଅନ୍ତଃସୀମା
Couplet 197
ସେ ରାମ ପାଦେ ଦେଇ ଚିତ୍ତକହଇ ବିପ୍ର ଜଗନ୍ନାଥ