Skip to content
paribhaasha

Skandha 10

Adhyaya 72

  1. Couplet 1

    ଶୁକଚରଣେ ଦେଇ ଚିତ୍ତଭାବେ ବୋଲଇ ପରୀକ୍ଷିତ

  2. Couplet 2

    ଭୋ ମୁନି ପ୍ରଭୁ କାମପାଳସୁନ୍ଦର ବୀରବାହୁ ବଳ

  3. Couplet 3

    ଯମୁନା ଆକର୍ଷଣ କରିବନେ ରମିଲେ ଗୋପନାରୀ

  4. Couplet 4

    ତୁମ୍ଭ ବଦନୁ ସୁଧାବାଣୀକୃଷ୍ଣ ଚରିତ କର୍ଣ୍ଣେ ଶୁଣି

  5. Couplet 5

    ନିର୍ମଳ କଲି ପ୍ରାଣ ଦେହରାମ ବିକ୍ରମ ମୋତେ କହ

  6. Couplet 6

    ଅନନ୍ତ ଅପ୍ରମେୟ ତେଜଯେଣୁ ସେ କୃଷ୍ଣର ଅଗ୍ରଜ

  7. Couplet 7

    କହନ୍ତି ବ୍ୟାସଙ୍କର ସୁତଶୁଣ ହୋ ରାମର ଚରିତ

  8. Couplet 8

    ନାରକା ପୃଥିବୀର ବଳାସଂଗ୍ରାମେ କୃଷ୍ଣହାତେ ମଲା

  9. Couplet 9

    ତାର ସୁହୃଦ ସଖା ଯେତେରାଜ୍ୟେ ଅଛନ୍ତି ନାନାମତେ

  10. Couplet 10

    ତାର ମରଣ ଶୁଣି କର୍ଣ୍ଣେବାନରେ ଥିଲା ଘୋରବନେ

  11. Couplet 11

    ପ୍ରଚଣ୍ତ ଦ୍ୱିବିଦ ବାନରଦେବମାନବେ ଅଗୋଚର

  12. Couplet 12

    ବାଳୀ ସୁଗ୍ରୀବ ମନ୍ତ୍ରୀ ସେହିମଇନ୍ଦ ତାର ଜ୍ୟେଷ୍ଠ ଭାଇ

  13. Couplet 13

    ଶୁଝିବା ଅର୍ଥେ ମିତ୍ରଋଣଇଚ୍ଛଇ କୃଷ୍ଣତୁଲେ ଋଣ

  14. Couplet 14

    ତାର ସମରେ ନାହିଁ ବୀରପର୍ବତୁଁ ହୋଇଲା ବାହାର

  15. Couplet 15

    ଦେଖି ପାଇଲେ ଦେବେ ତ୍ରାସକରଇ ଜନପ୍ରଜା ନାଶ

  16. Couplet 16

    ଗ୍ରାମ-ପାଟଣା-ପୁରେ ଯାଇଲାଙ୍ଗୁଳେ ଅନଳ ଲଗାଇ

  17. Couplet 17

    ଦୁର୍ଗମ ବନ ଦେଶ ଗ୍ରାମକରଇ ବାନର ଦହନ

  18. Couplet 18

    ଧାମଇଁ ଶିଳା ବୃକ୍ଷ ଘେନିଶବଦେ କମ୍ପଇ ମେଦିନୀ

  19. Couplet 19

    ପ୍ରଚଣ୍ତ-ଘୋରନାଦ କରିଭାଙ୍ଗଇ ପୁର ଗ୍ରାମ ଗିରି

  20. Couplet 20

    ମିଳିଲା ଦ୍ୱାରକାନଗରୀଲୋଡ଼ଇ ମିତ୍ର ଶତ୍ରୁ ମାରି

  21. Couplet 21

    ପ୍ରଚଣ୍ତ-ଘୋରନାଦ କରିକୃଷ୍ଣଙ୍କୁ ଲୋଡେ଼ ଅନୁସରି

  22. Couplet 22

    କୃଷ୍ଣ ମାରିବି ଭୁଜବଳେମିତ୍ର ତୋଷିବି ଗଙ୍ଗାଜଳେ

  23. Couplet 23

    ସମୁଦ୍ରଜଳ କୋପାନଳେଫିଙ୍ଗଇ ବେନିଭୁଜବଳେ

  24. Couplet 24

    ସମୁଦ୍ରକୁଳେ ଗ୍ରାମ ଯେତେଜଳେ ଭାସିଲେ ଅପ୍ରମିତେ

  25. Couplet 25

    ଅୟୁତେ ମତ୍ତଗଜ ବଳଫିଙ୍ଗଇ ରାତ୍ରଦିନେ ଜଳ

  26. Couplet 26

    ଭାଙ୍ଗଇ ଫଳପୁଷ୍ପ ଦ୍ରୁମନାଶିଲା ମୁନିଙ୍କ ଆଶ୍ରମ

  27. Couplet 27

    ମୁନିଙ୍କ ଯଜ୍ଞକୁଣ୍ତେ ଯାଇଅନଳ ଦେଖି ରୋଷ ବହି

  28. Couplet 28

    ଭାଙ୍ଗଇ ଯଜ୍ଞର ମଣ୍ତଳଅନଳେ କ୍ଷେପେ ମୂତ୍ର ମଳ

  29. Couplet 29

    ସ୍ତିରୀ ପୁରୁଷ ବଳେ ଧରିଗିରିକନ୍ଦର ମଧ୍ୟେ ଭରି

  30. Couplet 30

    ଦ୍ୱାର ରୁନ୍ଧଇ ଶିଳା ଦେଇକୁମ୍ଭାରକୀଟ ପ୍ରାୟ ହୋଇ

  31. Couplet 31

    ଏମନ୍ତେ ଦେଶ ନାଶ କରିଦୂଷଣ କରେ କୁଳସ୍ତିରୀ

  32. Couplet 32

    ରଜନୀକାଳେ ଏକ ଦିନେରୈବତଗିରି ଘୋରବନେ

  33. Couplet 33

    ସୁସ୍ୱରଗୀତ କର୍ଣ୍ଣେ ଶୁଣିକୋପେ ଧାଇଁଲା ବୀରମଣି

  34. Couplet 34

    ଗିରିଶିଖରେ ବେଗେ ଉଠିଚାହଁଇ ସ୍ଥିରକରି ଦୃଷ୍ଟି

  35. Couplet 35

    କାମିନୀଗଣ ମଧ୍ୟେ ରାମଯଦୁସୁନ୍ଦର ଅନୁପମ

  36. Couplet 36

    ବିବିଧ ଅଳଙ୍କାର ଶୋହେକୁସୁମମାଳା ମନ ମୋହେ

  37. Couplet 37

    ବାରୁଣୀପାନେ ମତ୍ତ ହୋଇକାମିନୀ ସଙ୍ଗେ ଗୀତ ଗାଇ

  38. Couplet 38

    ମଦ୍ୟେ ଅରୁଣ ଚକ୍ଷୁ ଦୁଇକି ପଟାନ୍ତର ଦେବି ମୁହିଁ

  39. Couplet 39

    କରିଣୀଯୂଥ ମଧ୍ୟେ ପଶିମତ୍ତକୁଞ୍ଜର ପ୍ରାୟ ଦିଶି

  40. Couplet 40

    ଦୁଷ୍ଟବାନର ବାହୁବଳେବୃକ୍ଷେ ଉଠିଲା କୋପାନଳେ

  41. Couplet 41

    ଡାଳେ କମ୍ପାଇ ତାର ପାଦକରଇ କିଳିକିଳା ନାଦ

  42. Couplet 42

    ତଦନ୍ତେ ବୃକ୍ଷଶିଖେ ଯାଇଗର୍ଜଇ ଦଶନ ଦେଖାଇ

  43. Couplet 43

    ଦେଖି ତାହାର ଦୁଷ୍ଟପଣଭୟେ ଚାହିଁଲେ ସ୍ତିରୀଗଣ

  44. Couplet 44

    କରାଳ ତାର ମୁଖ ଦେଶଦେଖି କାମିନୀ କଲେ ହାସ

  45. Couplet 45

    ଦେଖି ବାନର କୋପମନେଭ୍ରୂକୁଟୀ କୁଟୀଳ ନୟନେ

  46. Couplet 46

    କପି ସ୍ୱଭାବେ କରି ନାଦନାରୀଙ୍କି ଦେଖାଇଲା ଗୁଦ

  47. Couplet 47

    ଏମନ୍ତ ତାର ଦୁଷ୍ଟପଣଦେଖିଲେ ରେବତୀରମଣ

  48. Couplet 48

    ପାଷାଣ ଖଣ୍ତ ଧରି କରେଫିଙ୍ଗିଲେ ବାନର ଉପରେ

  49. Couplet 49

    ଦେଖି ବାନର କୋପ ବହିଡେଇଁ ପଡ଼ିଲା ମଧ୍ୟେ ଯାଇ

  50. Couplet 50

    ବାରୁଣୀକୁମ୍ଭ ଘେନି କରେପିଟିଲା ରାମର ଉପରେ

  51. Couplet 51

    ରାମଙ୍କୁ ଚାହିଁ କୋପମନଘୂରାଇ ଅରୁଣଲୋଚନ

  52. Couplet 52

    ଲାଙ୍ଗୁଳ ନିଜ ମୁଖେ ଭରିରାମର ବସ୍ତ୍ର କରେ ଧରି

  53. Couplet 53

    ତକ୍ଷଣେ କଲା ବେନିଫାଳବାନର ତେଜେ ଅନର୍ଗଳ

  54. Couplet 54

    କଦର୍ଥ କରି ହଳଧରମଦ୍ୟକଳସ କଲା ଚୂର

  55. Couplet 55

    ରାମଙ୍କୁ ମଣି ତୁଚ୍ଛ ପ୍ରାୟେଓଷ୍ଠ କାମୋଡ଼ି କୋପେ ଚାହେଁ

  56. Couplet 56

    ଦୁଷ୍କର କର୍ମ ଦେଖି ତାରଜାଣିଲେ ରୋହିଣୀକୁମର

  57. Couplet 57

    ଅନେକ ପ୍ରାଣୀ କରି ନାଶଆସି ମିଳିଲା ମୋର ପାଶ

  58. Couplet 58

    ଏ ଦୁଷ୍ଟ କପି ପ୍ରାଣେ ଥିଲେଆଉ କି ପ୍ରାଣୀ ଥିବେ ଭଲେ

  59. Couplet 59

    ଏମନ୍ତ ହୃଦରେ ବିଚାରିହଳମୂଷଳ କରେ ଧରି

  60. Couplet 60

    କୋପିତ ରୋହିଣୀନନ୍ଦନରିପୁମାରଣେ ସାବଧାନ

  61. Couplet 61

    ଦେଖି ବାନର କୋପ କଲାହୁଙ୍କାରେ ବୃକ୍ଷ ଉପାଡିଲା

  62. Couplet 62

    କରେ ବୁଲାଇ କୋପଭରେପିଟିଲା ରାମର ଉପରେ

  63. Couplet 63

    ମୁଣ୍ତେ ପଡ଼ନ୍ତେ ମହାଦ୍ରୁମଅଚଳ ପ୍ରାୟ ରହି ରାମ

  64. Couplet 64

    ମୁଷଳଘାତେ ମହାବୀରତାହାର ବୃକ୍ଷ କଲେ ଚୂର

  65. Couplet 65

    ପୁଣି ଘୂରାଇ ବାହୁଦଣ୍ତେପିଟିଲେ ଦୁଷ୍ଟକପି ମୁଣ୍ତେ

  66. Couplet 66

    ଘୋର ପ୍ରହାରେ ଶିର ଫାଟିରୁଧିର ଗଳେ ଦନ୍ତପାଟି

  67. Couplet 67

    ରୁଧିରଧାର ତା ଶରୀରେକିବା ଉପମା ଦେବା ତାରେ

  68. Couplet 68

    ପର୍ବତୁଁ ଯେହ୍ନେ ଗେରୁ ଗଳେରଙ୍ଗ ବିରାଜେ ବୃଷ୍ଟିକାଳେ

  69. Couplet 69

    ପୁଣି ମୁଷଳେ ବେଗେ ମାରିଦେଖି ବାନର କୋପ କରି

  70. Couplet 70

    ତେଡେ଼ ପ୍ରହାର ନ ଗଣଇପୁଣ ଘେନିଲା ବୃକ୍ଷ ଦୁଇ

  71. Couplet 71

    ସକ୍ରୋଧ ବଳେ ବୃକ୍ଷ ଧରିରାମର ଉପରେ ପ୍ରହାରି

  72. Couplet 72

    ବୃକ୍ଷ ପଡ଼ନ୍ତେ ହଳଧରମୁଷଳେ କଲେ ଶତେଚୂର

  73. Couplet 73

    ପୁଣି ଉପାଡ଼ି ବୃକ୍ଷ ଦୁଇକୋପେ ଧାଇଁଲା ନାଦ ଦେଇ

  74. Couplet 74

    ରାମ ମୁଷଳେ ଚୂର୍ଣ୍ଣ କରିଦେଖି ବାନର କୋପଭରି

  75. Couplet 75

    ପୁଣି ଉପାଡ଼ି ବୃକ୍ଷଶ୍ରେଣୀପିଟଇ ବଜ୍ରାଘାତ ଜାଣି

  76. Couplet 76

    ଏମନ୍ତେ ପୁଣ ପୁଣ ପିଟିବୃକ୍ଷେ ପଡ଼ିଲେ ମହୀଲୋଟି

  77. Couplet 77

    ପୁଣିହିଁ କପି କୋପମନନିବୃକ୍ଷ କଲା ଘୋରବନ

  78. Couplet 78

    ବୃକ୍ଷ ନପାଇ କୋପଭରେପାଷାଣ ତୋଳି ବେନି କରେ

  79. Couplet 79

    ସନ୍ତତେ କଲା ଘୋର ବୃଷ୍ଟିଧାମଇଁ ତୋଳି ବେନି ମୁଷ୍ଟି

  80. Couplet 80

    ପ୍ରହାର କରି ରାମହୃଦେପୁଣି ଗର୍ଜଇ ଘୋରନାଦେ

  81. Couplet 81

    ହଳମୂଷଳ ଘେନି କରେତକ୍ଷଣେ ରାମ କୋପଭରେ

  82. Couplet 82

    ପାଷାଣ ବୃଷ୍ଟି କଲେ ଚୂରଲୀଳା ମାତ୍ରକେ ହଳଧର

  83. Couplet 83

    ପାଷାଣ ବୃଷ୍ଟି ନାଶ ଗଲାଦେଖି ବାନର କୋପ କଲା

  84. Couplet 84

    କୋପେ ବାନର ବିଶ୍ୱକାୟେମୁଷ୍ଟି ତୋଳିଲା ବଜ୍ରପ୍ରାୟେ

  85. Couplet 85

    ପିଟିଲା ହଳଧର ହୃଦେଲାଙ୍ଗୁଳ ଚାଳି ଘୋରନାଦେ

  86. Couplet 86

    ରାମ ତାହାର ଗର୍ବ ଦେଖିମଦ୍ୟେ ଅରୁଣ ବେନି ଆଖି

  87. Couplet 87

    ହଳମୁଷଳ ଏକାବେଳେଶୂନ୍ୟେ ବୁଲାଇ କୋପଭରେ

  88. Couplet 88

    ପ୍ରହାର କଲେ ତାର ଶିରତକ୍ଷଣେ ହେଲା ଶତେ ଚୂର

  89. Couplet 89

    ରୁଧିର ବହେ ଶତଧାରଜୀବନ ଛାଡ଼ିଲା ବାନର

  90. Couplet 90

    ଭୂମିରେ ପଡ଼ି ତା ଶରୀରଶବଦ କଲା ମହାଘୋର

  91. Couplet 91

    ଗିରି କମ୍ପିଲା ମହାଭୟେଜଳେ ପବନେ ନାବ ପ୍ରାୟେ

  92. Couplet 92

    ଏମନ୍ତେ ବାନର ବିନାଶିସାଧୁଶବଦ ଶୂନ୍ୟେ ଘୋଷି

  93. Couplet 93

    ଦେଖି ଗଗନେ ଦେବଗଣବନ୍ଦିଲେ ରାମର ଚରଣ

  94. Couplet 94

    ଜୟଶବଦ ଶୂନ୍ୟେ ପୂରିନମୋ ଶବଦେ ସ୍ତୁତି କରି

  95. Couplet 95

    ଦୁନ୍ଦୁଭି ବାଇଲେ ଆକାଶେତ୍ରିଦଶେ ମନର ହରଷେ

  96. Couplet 96

    ଆନନ୍ଦ ହୋଇ ସୁରକୁଳପୁଷ୍ପ ବରଷିଲେ ଗହଳ

  97. Couplet 97

    ସାଧୁଶବଦେ ନାଦ କରିରଙ୍ଗେ ନାଚନ୍ତି ଅପସରୀ

  98. Couplet 98

    ପୁରେ ପ୍ରବେଶ ହଳଧରଶୋହେ ସୁନ୍ଦର ଯଦୁପୁର

  99. Couplet 99

    ସେ ରାମଚରଣେ ବିଶ୍ୱାସକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 72 | Parbani by ParibhaAsha App