Skandha 10
Adhyaya 71
Couplet 1
ଆନନ୍ଦମନେ ବ୍ୟାସସୁତବୋଲନ୍ତି ଶୁଣ ପରୀକ୍ଷିତ
Couplet 2
ଗୋପେ ଯେ ଗଲେ ହଳହସ୍ତଏବେ ହୋ ଶୁଣ ଭାଗବତ
Couplet 3
ପୌଣ୍ତ୍ରକ ନାମେ ନୃପବରକରୁଷ ଦେଶେ ତାର ଘର
Couplet 4
କୃଷ୍ଣର ଜନ୍ମକର୍ମବାଣୀଶୁଣି ନିରତେ ମନେ ଗୁଣି
Couplet 5
ନିର୍ଗୁଣବ୍ରହ୍ମ ଯେବେ ଅଂଶେଜନ୍ମ ହୋଇଲେ ଯଦୁବଂଶେ
Couplet 6
କେମନ୍ତେ ଦେଖିବି ଲୋଚନେନିତ୍ୟେ ଭାବଇ ଶୁଦ୍ଧମନେ
Couplet 7
ଏତେ ବିଚାରି ହୃଷ୍ଟମନଶରୀରେ ବହେ କୃଷ୍ଣଚିହ୍ନ
Couplet 8
ନିଜଜନଙ୍କୁ ପାଶେ ରାଇବୋଲଇ ବିଶ୍ୱାସ କରାଇ
Couplet 9
ଅଟଇ ମୁହିଁ ବାସୁଦେବମୋର ଚରଣେ ତୁମ୍ଭେ ସେବ
Couplet 10
ତୁମ୍ଭେ ତ ପ୍ରଜାଜନେ ମୋରଦେଖ ମୋହର କଳେବର
Couplet 11
ମୁହଁଟି ଦେବ ଜନାର୍ଦ୍ଦନଦେଖ ମୋହର ବର୍ଣ୍ଣ ଚିହ୍ନ
Couplet 12
ଏମନ୍ତ ପ୍ରଜାଗଣେ କହିକୃଷ୍ଣର ପ୍ରାୟ ସଜ ହୋଇ
Couplet 13
ବହଇ କୃଷ୍ଣର ସ୍ୱଭାବବୋଲଇ ମୁହିଁ ବାସୁଦେବ
Couplet 14
ଯେ ମୋତେ ନ ବୋଲିବ ହରିତାହାକୁ ପକାଇବି ମାରି
Couplet 15
ଧନ ସମ୍ପଦ ଦେବି ବଳେତା ଶୁଣି ପ୍ରଜାଏ ବିକଳେ
Couplet 16
ବୋଲନ୍ତି ତୁ ସେ ନାରାୟଣଅନାଦି ପରମକାରଣ
Couplet 17
ତୋହର ଅଂଶେ ସୁରଦେବାତୋର ଚରଣେ ଆମ୍ଭ ସେବା
Couplet 18
ଏମନ୍ତେ ପ୍ରଜା ତାର ପୁରେବିଶ୍ୱାସେ ସେବନ୍ତି ପୟରେ
Couplet 19
ନାମ ଜପନ୍ତି ତାର ନିତିନିରତେ ଚରଣେ ସେବନ୍ତି
Couplet 20
ଏମନ୍ତେ କେତେଦିନ ଗଲାପୌଣ୍ତ୍ରକ ମନେ ବିଚାରିଲା
Couplet 21
ନିଶ୍ଚୟେ ମୁହିଁ ଜଗଦୀଶସକଳ ଦେହରେ ପ୍ରକାଶ
Couplet 22
ଏତେ ବିଚାରି ଦୂତେ ରାଇତାହାର ହସ୍ତେ ଲେଖ ଦେଇ
Couplet 23
ବୋଲଇ ଯାଅ ଯଦୁପୁରକହିବୁ କୃଷ୍ଣର ଛାମୁର
Couplet 24
ଜଗତେ ମୋର ଅବତାରନାଶିବି ଅବନୀର ଭାର
Couplet 25
ମୁଁ ବ୍ରହ୍ମ ପରମକାରଣଅନାଦି ପୁରୁଷ ପୁରାଣ
Couplet 26
ମୋହର ଅଛି ଚାରି କରମୁହଁଟି ଶଙ୍ଗଚକ୍ରଧର
Couplet 27
ଗଦା କମଳ କରେ ଘେନିଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି
Couplet 28
ପୀତବସନ ବନମାଳକର୍ଣ୍ଣେ ମୋ ମକରକୁଣ୍ତଳ
Couplet 29
କିରୀଟ ବଳୟ କଙ୍କଣବିଜୟ ଗରୁଡ଼ ଆସନ
Couplet 30
ମୋ ତହୁଁ ପରେ ନାହିଁ କେହିମୁହିଁ ସକଳଜୀବ-ଦେହୀ
Couplet 31
ପ୍ରାଣୀଙ୍କି ଦୟା ବହି ଚିତ୍ତେମୋହର ଜନ୍ମ ଏ ଜଗତେ
Couplet 32
ନାଶିବି ଅବନୀର ଭାରତୁ ବେଗେ ଛାଡ଼ ଚିହ୍ନ ମୋର
Couplet 33
ମିଛେ ହେଁ ବୋଲୁ କୃଷ୍ଣ ମୁହିଁତୋ କଥା ଭଲେ ମୁଁ ଜାଣଇ
Couplet 34
ଏବେ ତୁ ମୋର ଚିହ୍ନ ଛାଡ଼ିମୋହର ପାଦେ କରଯୋଡ଼ି
Couplet 35
ଶରଣ ପଶ ଆସି ବେଗେତୋର ଜୀବନ ମୋର ଭାଗେ
Couplet 36
ଯେବେ ନ ପଶିବୁ ଶରଣମୋହର ତୁଲେ କର ଗଣ
Couplet 37
ଜିଣିଲେ ବାସୁଦେବ ତୁହିତୁ ମଲେ ବାସୁଦେବ ମୁହିଁ
Couplet 38
ଏମନ୍ତ କହି ଦୂତ ଆଗେବୋଲେ ଦ୍ୱାରକା ଯାଅ ବେଗେ
Couplet 39
ତାହାର ଆଜ୍ଞା ଘେନି ଶିରେଦୂତ ମିଳିଲା ଯଦୁପୁରେ
Couplet 40
କୃଷ୍ଣର ସଭାମଧ୍ୟେ ଯାଇକହିଲା ଶିରେ କର ଦେଇ
Couplet 41
ଲେଖପ୍ରମାଣେ ତାର ବାଣୀଗୋବିନ୍ଦ ସଭାମଧ୍ୟେ ଶୁଣି
Couplet 42
ଅଳପ ହସି ଭଗବାନଦୂତ ବଚନେ ଅବଧାନ
Couplet 43
ଶୁଣି ହସିଲେ ଉଗ୍ରସେନସଭାର ମଧ୍ୟେ ଯେତେ ଜନ
Couplet 44
ଏକ ଆରକେ ମୁଖ ଚାହିଁହସିଲେ କରତାଳି ଦେଇ
Couplet 45
ଦୂତକୁ ଚାହିଁ ଚକ୍ରପାଣିବୋଲନ୍ତି ପରିହାସ ବାଣୀ
Couplet 46
ରେ ଦୂତ ଶୁଣ ମୋ ବଚନମୋହର ବାସୁଦେବ ଚିହ୍ନ
Couplet 47
ମୂଢ଼ବଚନ ଉପଲକ୍ଷ୍ୟନିଶ୍ଚେ ଛାଡ଼ିବି ତାକୁ ଦେଖି
Couplet 48
ମୋହର ଚିହ୍ନ-ବେଶ ବହିବୀରଶୟନେ ଥିବ ଶୋଇ
Couplet 49
କଙ୍କ ଶୃଗାଳ ଗୃଧ୍ର ଶ୍ୱାନପଶିବ ତାହାରେ ଶରଣ
Couplet 50
କୃଷ୍ଣବଚନେ ଦୂତ ଗଲାପୌଣ୍ତ୍ରକ ଆଗରେ କହିଲା
Couplet 51
ଦାରୁକେ ରାଇ ଦାମୋଦରବୋଇଲେ ରଥ ସଜ କର
Couplet 52
ତକ୍ଷଣେ ସାଜି ନନ୍ଦିଘୋଷମିଳିଲା ଗୋବିନ୍ଦର ପାଶ
Couplet 53
ରଥେ ବିଜୟ ନରହରିଶଙ୍ଖ-ଶବଦେ ଦିଗ ପୂରି
Couplet 54
କରୁଷଦେଶେ ବନମାଳୀନିମିଷମାତ୍ରେ ଯାଇ ମିଳି
Couplet 55
କୃଷ୍ଣର ଆଗମନ ଶୁଣିପୋଣ୍ତ୍ରକ ବେନି ଅକ୍ଷୌହିଣୀ
Couplet 56
ସାଜି ମିଳିଲା କୃଷ୍ଣପାଶେସଂଗ୍ରାମେ ଜିଣିବାର ଆଶେ
Couplet 57
ତାହାର ମିତ୍ର କାଶୀରାଜସେହୁ ତାହାର ତୁଲେ ସଜ
Couplet 58
କୃଷ୍ଣର ତୁଲେ ରଣ ଜାଣିସାଜିଲା ତିନି ଅକ୍ଷୌହିଣୀ
Couplet 59
କୃଷ୍ଣଙ୍କୁ ଦେଖି ମହାରୋଷେବେଗେ ରୁନ୍ଧିଲା ଚଉପାଶେ
Couplet 60
କୃଷ୍ଣ ଚାହାଁନ୍ତି ରଣମଧ୍ୟେପୌଣ୍ତ୍ରକ ଦେଖିବାର ସଧେ
Couplet 61
ବାଜଇ ବୀରତୂରମାନରଣେ ପୌଣ୍ତ୍ରକ ଆଗମନ
Couplet 62
କୃଷ୍ଣ ଦେଖିଲେ ତାର ରଥରତ୍ନଭୂଷଣ ଅପ୍ରମିତ
Couplet 63
ରଥ ଉପରେ ପକ୍ଷୀରାଜଧ୍ୱଜପତାକା ମଧ୍ୟେ ସଜ
Couplet 64
ବିମାନମଧ୍ୟେ ତା ଶରୀରଦେଖିଲେ କମଳାର ବର
Couplet 65
ବିସ୍ତାର ଶୋହେ ଭୁଜ ଚାରିଶଙ୍ଗ କମଳ ଗଦା ଧରି
Couplet 66
ସାରଙ୍ଗଧନୁ ଅଛି କରେଶ୍ରୀବତ୍ସଚିହ୍ନ ହୃହୟରେ
Couplet 67
କଣ୍ଠେ ଲମ୍ବଇ ରତ୍ନମଣିରବିକିରଣ ପ୍ରାୟ ଜାଣି
Couplet 68
ହୃଦେ ଲମ୍ବଇ ବନମାଳଶ୍ରବଣେ ମକର କୁଣ୍ତଳ
Couplet 69
ପୀତବସନ ଦେହେ ଝଳିନୀଳଜୀମୂତେ କି ବିଜୁଳି
Couplet 70
ଅମୂଲ୍ୟ କିରୀଟ ବିରାଳେରତ୍ନମେଖଳା କଟି ସାଜେ
Couplet 71
ତାର କପଟବେଶ ଦେଖିଆତ୍ମାର ପ୍ରାୟ ଉପଲକ୍ଷ୍ୟି
Couplet 72
ନଟର ପ୍ରାୟ ବେଶ ଧରିଦେଖି ହସିଲେ ନରହରି
Couplet 73
କୃଷ୍ଣଙ୍କୁ ଦେଖି ରିପୁଗଣଉଭାରି କଲେ ଘୋରରଣ
Couplet 74
ଶୂଳ ପରିଘ ଗଦା ଋଷ୍ଟିପାଶ ତୋମର ଲୌହଯଷ୍ଟି
Couplet 75
ଅସି କୁଠାର ପର୍ଶୁ ଯେତେପ୍ରହାର କଲେ ଅପ୍ରମିତେ
Couplet 76
ପୌଣ୍ତ୍ରକ କାଶୀରାଜାବଳଦେଖିଲେ ମଦନଗୋପାଳ
Couplet 77
ପଦାତି ରଥ ଗଜ ବାଜିଏମନ୍ତେ ଚତୁରଙ୍ଗ ସାଜି
Couplet 78
ଏମନ୍ତେ ଚତୁରଙ୍ଗବଳଲାଗିଲା ରଣରଙ୍ଗ ଗୋଳ
Couplet 79
ଗଦା ଖଡ଼ଗ ଚକ୍ର ବାଣକୋପେ ପ୍ରହାରି ନାରାୟଣ
Couplet 80
ବେଗେ ନାଶିଲେ ରିପୁବଳଯେସନେ ଯୁଗାନ୍ତଅନଳ
Couplet 81
ରୁଦ୍ରନୟନୁ ଜାତ ହୋଇତିନି ଭୁବନ ଯେହ୍ନେ ଦହି
Couplet 82
କୃଷ୍ଣ ସଂଗ୍ରାମେ ରଣ ଭୂଇଁକି ପଟାନ୍ତର ଦେବି ମୁହିଁ
Couplet 83
ଗଜ ତୁରଗ ରଥ ଖରଉଷ୍ଟ୍ର ପଦାତି ମହାଘୋର
Couplet 84
ଚକ୍ର ପ୍ରହାରଣେ ଖଣ୍ତିତଜଳଧି ସଦୃଶେ ଶୋଣିତ
Couplet 85
ଉଛୁଳି ବହେ ରଣମଧ୍ୟେଗଗନେ ଦେଖନ୍ତି ବିବୁଧେ
Couplet 86
ବ୍ରହ୍ମାଦିବସ ଅନ୍ତେ ମହୀପ୍ରଳୟଜଳେ ହତ ହୋଇ
Couplet 87
ଈଶ୍ୱରକ୍ରୀଡ଼ାସ୍ଥାନେ ପ୍ରାୟେରକତେ ରଣଭୂମି ଶୋହେ
Couplet 88
ପୌଣ୍ତ୍ରକ ଅଛି ଏକା ରଥେଉଭାରି ଗୋବିନ୍ଦ ଅଗ୍ରତେ
Couplet 89
ସମରେ ତାର ମୁଖ ଚାହିଁହସି ବୋଲନ୍ତି ଭାବଗ୍ରାହୀ
Couplet 90
ଆହେ ପୌଣ୍ତ୍ରକ ତୋର ଦୂତମୋ ଆଗେ କହିଲା ଯେମନ୍ତ
Couplet 91
ତୋହର ଚିହ୍ନ ବର୍ଣ୍ଣମାନହୁଡ଼ିଲି ସମ୍ଭାଳ ବହନ
Couplet 92
ମିଛେ ମୁଁ ଧରି ତୋର ବେଶବିଷ୍ଣୁ ବୋଲାଏ ମର୍ତ୍ତ୍ୟଦେଶ
Couplet 93
ଯେବେ ହାରିବି ତୋତେ ରଣେଛାଡ଼ି ପଶିବି ତୋ ଶରଣେ
Couplet 94
ଏମନ୍ତ କହି ଦାମୋଦରବେଗେ ବିନ୍ଧିଲେ ତୀକ୍ଷ୍ଣ ଶର
Couplet 95
ବିରଥ କରି ତାର ଶିରଚକ୍ରେ ଛେଦିଲେ ଚକ୍ରଧର
Couplet 96
ବାସବବଜ୍ରେ ହତ ହୋଇପର୍ବତ ଯେମନ୍ତ ଦିଶଇ
Couplet 97
କାଶୀରାଜାର ଦେଖି ରଥବେଗେ ମିଳିଲେ ଗୋପୀନାଥ
Couplet 98
ନିଜ କୋଦଣ୍ତେ ଦେଇ ଗୁଣସନ୍ଧାନ କଲେ ତୀକ୍ଷ୍ଣ ବାଣ
Couplet 99
କାଶୀରାଜାର ଶିର କାଟିନାରାଚ ଗଲା ଶୂନ୍ୟେ ଘୋଟି
Couplet 100
ନିଜ କୋଦଣ୍ତେ ଦେଇ ଗୁଣସନ୍ଧାନ କଲେ ତୀକ୍ଷ୍ଣ ବାଣ
Couplet 101
ରାଜାର ଦ୍ୱାରେ ଦେଖି ମୁଣ୍ତଲୋକେ ହୋଇଲେ ବେଗେ ରୁଣଜ୍ଞତ
Couplet 102
ପବନବଳେ ଛିଡ଼ି ପାଶଯେହ୍ନେ ଦିଶଇ ପଦ୍ମକୋଷ
Couplet 103
ଏମନ୍ତେ ଶୁଣ ଦଣ୍ତଧାରୀପଞ୍ଚ ଅକ୍ଷୌହିଣୀ ସଂହାରି
Couplet 104
ପୌଣ୍ତ୍ରକ କାଶୀରାଜା ତୁଲେରଣେ ଗୋବିନ୍ଦ ସଂହାରିଲେ
Couplet 105
ଦେଖି ଆନନ୍ଦ ଦେବଗଣେରିପୁ ନିବାରି ଘୋରରଣେ
Couplet 106
ଦ୍ୱାରକା ବିଜେ ଲକ୍ଷ୍ମୀକାନ୍ତଏବେ ହୋ ଶୁଣ ନରନାଥ
Couplet 107
ପୌଣ୍ତ୍ରକ ଗୋବିନ୍ଦର ଭାବନିରତେ କରି ଅନୁଭବ
Couplet 108
ମରଣେ ଚାହିଁ ପଦ୍ମମୁଖଲଭିଲା ଆତ୍ମଗତି ସୁଖ
Couplet 109
କାଶୀରାଜାର ଶିର ଦେଖିଜନେ ବୋଲନ୍ତି ଉପଲକ୍ଷ୍ୟି
Couplet 110
ଏହୁ କାହାର ଦେଖ ଶିରଛିଡ଼ି ପଡ଼ିଲା ରାଜଦ୍ୱାର
Couplet 111
ଏମନ୍ତେ କରନ୍ତେ ବିଚାରଚିହ୍ନିଲେ କାଶୀରାଜା ଶିର
Couplet 112
ସମରେ କୃଷ୍ଣ କଲେ ନାଶଜାଣି ପାଇଲେ ମନେ ତ୍ରାସ
Couplet 113
ତାହାର ଯେତେକ ତରୁଣୀସ୍ୱାମୀମରଣ କଥା ଶୁଣି
Couplet 114
ବନ୍ଧୁ ବାନ୍ଧବ ଜନେ ମିଳିକାନ୍ଦନ୍ତେ ଭୁବନ ଉଛୁଳି
Couplet 115
କାନ୍ଦନ୍ତି ନାଥ ନାଥ ବାଣୀଗୋଳ ପ୍ରଳୟ ପ୍ରାୟ ମଣି
Couplet 116
ତାର କୁମର ସୁଦକ୍ଷିଣଶୋକ ନିବାରି ସର୍ବଜନ
Couplet 117
ପିତାର ପ୍ରେତକ୍ରିୟା ସାରିସଙ୍କଳ୍ପ କଲା କୋପଭରି
Couplet 118
ପିତୃବଇରୀ ଯେବେ ମାରିତେବେ ମୁଁ ଥିବି ଦେହ ଧରି
Couplet 119
ଏମନ୍ତେ ମନ ସ୍ଥିର କରିସେବିଲା ଶଙ୍କର-ଗଉରି
Couplet 120
ସମାଧି କରି ଯୋଗବଳେତୋଷିଲା ଶିବଙ୍କୁ ନିଶ୍ଚଳେ
Couplet 121
ପ୍ରସନ୍ନ ହୋଇ ଶୂଳଧରବୋଇଲେ ଦେବି ମାଗ ବର
Couplet 122
ଭଗ୍ନ-ସମାଧି ସୁଦକ୍ଷିଣବନ୍ଦିଲା ଈଶ୍ୱରଚରଣ
Couplet 123
ବୋଲଇ ଶିରେ ଦେଇ କରପିତୃବଇରୀ ଅଛି ମୋର
Couplet 124
ତାହାକୁ କରିବି ମୁଁ ହତଏ ବର ଦିଅ ଉମାକାନ୍ତ
Couplet 125
ଶୁଣି ବୋଇଲେ ଦେବହରତୁ ଏବେ ଅଗ୍ନିସେବା କର
Couplet 126
ବିପ୍ରବଚନ ମନେ ଧରିନାନାସମିଧ ମିଶ୍ର କରି
Couplet 127
ଆଗମଶାସ୍ତ୍ରର ବିଧାନେଅନଳ ପୂଜ ଏକମନେ
Couplet 128
ଋତ୍ୱିଜ କରିଣ ବରଣମାରଣେ ବେଦ ଅଥର୍ବଣ
Couplet 129
ଆଭିଚାରିକ ବେଦନାଦେଆହୁତି ଦେବୁ କୁଣ୍ତ ମଧ୍ୟେ
Couplet 130
ଅଗ୍ନିପୁରୁଷ ଜାତ ହେବତେବେ ତୋ କାମନା ପୂରିବ
Couplet 131
ମରିବ ରିପୁ ସେ ତୋହରବ୍ରାହ୍ମଣେ ସେବା ନାହିଁ ଯାର
Couplet 132
ଏମନ୍ତେ ରୁଦ୍ରବାକ୍ୟ ଶୁଣିଯଜ୍ଞ ଆରମ୍ଭେ ନୃପମଣି
Couplet 133
ଅନଳେ ଅଭିଚାର ମତେଆହୁତି ଦେଲା ଅପ୍ରମିତେ
Couplet 134
କୁବୁଦ୍ଧିପଣ ଦେଖ ତାରକୃଷ୍ଣଙ୍କୁ ଚିନ୍ତେ ଅଭିଚାର
Couplet 135
ଅଗ୍ନିପୁରୁଷ କୁଣ୍ତମଧ୍ୟେଜାତ ହୋଇଲେ ଘୋରନାଦେ
Couplet 136
ଅତିଭୀଷଣ ରୂପବନ୍ତତା ରୂପ ଶୁଣ ନରନାଥ
Couplet 137
ତପତତମ୍ବା ପ୍ରାୟ ଶିଖାଶ୍ମଶ୍ରୁ ନାସିକା ପିଙ୍ଗରେଖା
Couplet 138
ଗ୍ରହରାଜର ତେଜ ତାରଲୋଚନ ବଚନ ଗଭୀର
Couplet 139
ଅଙ୍ଗାର ଉଦ୍ଗାରଇ ତୁଣ୍ତେବିକଟ ଦଶନ ପ୍ରଚଣ୍ତେ
Couplet 140
ଭ୍ରୂକୁଟୀ କୁଟୀଳ କଠୋରତୁଣ୍ତ ଗଭୀର ଅନ୍ଧକାର
Couplet 141
ଜିହ୍ୱା ବୁଲାଇ ବେନିକଳେଯେସନେ ବିଜୁଳି ଚଞ୍ଚଳେ
Couplet 142
ଉଲଗ୍ନ ଶରୀର କରାଳହସ୍ତେ କମ୍ପଇ ତୀକ୍ଷ୍ଣ ଶୂଳ
Couplet 143
ଚଳଇ କରି ଘୋର ନାଦତାଳ ପ୍ରମାଣେ ବେନି ପାଦ
Couplet 144
କୋପେ ଧାଣଇଁ ଶୂଳହସ୍ତେଅବନୀ କମ୍ପେ ପାଦଘାତେ
Couplet 145
ପ୍ରମଥଭୂତଗଣ ସଙ୍ଗେଦ୍ୱାରକା ଗଲା ଅତିବେଗେ
Couplet 146
ତାହାର ତେଜ ଦେହେ ଦିଶସଧୂମେ ପୂରିଲା ଆକାଶ
Couplet 147
ଏମନ୍ତେ ବହ୍ନିର ଆଗମଧୂମ ପୂରିତ ମହାତମ
Couplet 148
ଦ୍ୱାରକାପୁରେ ଯେତେ ଜନଭୟେ କମ୍ପନ୍ତି ଛନଛନ
Couplet 149
ଭୟେ ଭାଜିଲେ ଚାରିଦିଗେବନ ଦହନେ ଯେହ୍ନେ ମୃଗେ
Couplet 150
ପଶା ଖେଳନ୍ତି ଭଗବାନଏମନ୍ତେ ମିଳି ସର୍ବଜନ
Couplet 151
ବୋଲନ୍ତି କୃଷ୍ଣମୁଖ ଚାହିଁଭୋ ନାଥ କର ଜନେ ତ୍ରାହି
Couplet 152
ତ୍ରୈଲୋକ୍ୟନାଥ ତୋର ପୁରଅନଳ ଦହ୍ନୁ ଉଦ୍ଧର
Couplet 153
ଏମନ୍ତେ ସ୍ୱଜନ ବିକଳଦେଖି ବୋଲନ୍ତି ଆଦିମୂଳ
Couplet 154
ଶରଣ ବନ୍ଧୁ ବନମାଳୀବୋଲନ୍ତି ବେନିଭୁଜ ତୋଳି
Couplet 155
ଭୟ ନ କର ତୁମ୍ଭେ କେହିଅନଳ ସଂହାରିବି ମୁହିଁ
Couplet 156
ଯେ ହରି ଅଶେଷ ଶରୀରେବିଦିତ ଅନ୍ତର ବାହାରେ
Couplet 157
ସ୍ୱଜନ ଶୁଭାଶୁଭ ଜାଣେଏମନ୍ତ ନିଗମ ବଖାଣେ
Couplet 158
ରୁଦ୍ରଅନଳ କୃଷ୍ଣ ଜାଣିଚକ୍ରେ ସୁମରି ଚକ୍ରପାଣି
Couplet 159
ଚକ୍ର ଗୋବିନ୍ଦ ପାଶେ ଥିଲାକୃଷ୍ଣର ମନ ସେ ଜାଣିଲା
Couplet 160
କୋଟି-ଆଦିତ୍ୟ-ତେଜ ନାଶେପ୍ରଳୟ ଅନଳ ପ୍ରକାଶେ
Couplet 161
ଭୂମି ଗଗନ ତେଜ ବ୍ୟାପିକୃଷ୍ଣର ତେଜ ବିଶ୍ୱରୂପୀ
Couplet 162
ସେ କୃଦ୍ୟାଅଗ୍ନି ଅଙ୍ଗେ ପଡ଼ିଶବଦ ଶୁଭେ ଘଡ଼ଘଡ଼ି
Couplet 163
ଚକ୍ର ସଂଯୋଗେ ଅଗ୍ନି ନାଶଭସ୍ମ ଉଡ଼ିଲା ଦଶଦିଶ
Couplet 164
ଘୋର ଅନଳ ନାଶି ଖରେଚକ୍ର ମିଳିଲା କାଶୀପୁରେ
Couplet 165
ଯଜ୍ଞଶାଳରେ ଯାଇ ମିଳିକୋଟି ଆଦିତ୍ୟ ପ୍ରାୟ ଝଳି
Couplet 166
ରତ୍ୱିଜ ସଙ୍ଗେ ସୁଦକ୍ଷିଣଦହନ କଲା ତତକ୍ଷଣ
Couplet 167
ପ୍ରଚଣ୍ତ ତେଜ ମହାଘୋରକୋପେ ଦହିଲା କାଶୀପୁର
Couplet 168
ନରକୁଞ୍ଜର ଅଶ୍ୱ ରଥଭସ୍ମ ହୋଇଲେ ଯୂଥ ଯୂଥ
Couplet 169
ସକଳଗୁଣ କାଶୀପୁରେକିବା ଉପମା ଦେବା ତାରେ
Couplet 170
ଦହନ କରି ସେହୁ ପୁରକୃଷ୍ଣର ତେଜ ମହାଘୋର
Couplet 171
ଦେଖି ଅଖିଳ ଜନ ତ୍ରାସେପୁଣି ମିଳିଲା କୃଷ୍ଣପାଶେ
Couplet 172
ବୋଲନ୍ତି ଶୁକ ମୁନିବରଶୁଣ ସୁମନେ କୁରୁବୀର
Couplet 173
କୃଷ୍ଣ-ବିକ୍ରମ-ରସ ବାଣୀଯେ ଏହା ଜନମଧ୍ୟେ ଭଣି
Couplet 174
ଯେ ଅବା ଶ୍ରବଣେ ଶୁଣନ୍ତିସକଳ ପାପୁଁ ସେ ତରନ୍ତି
Couplet 175
ସୁଜନେ ଶୁଣ କୃଷ୍ଣରସଭଣଇ ଜଗନ୍ନାଥ ଦାସ