Skip to content
paribhaasha

Skandha 10

Adhyaya 70

  1. Couplet 1

    ଏବେ ହୋ ଶୁଣ କୁରୁବୀରଦ୍ୱାରକାପୁରେ ହଳଧର

  2. Couplet 2

    ସୁହୃଦ ଦରଶନ ସଧେବିଜୟ ତାଳଧ୍ୱଜ ମଧ୍ୟେ

  3. Couplet 3

    ନିଜ ସେବକ ସଙ୍ଗମେଳେମିଳିଲେ ନନ୍ଦର ଗୋକୁଳେ

  4. Couplet 4

    ରାମର ଆଗମନ ଶୁଣିଗୋପାଳେ ଗୋପର ତରୁଣୀ

  5. Couplet 5

    ମିଳିଲେ ରାମର ଛାମୁରେମଙ୍ଗଳଦ୍ରବ୍ୟ ଘେନି କରେ

  6. Couplet 6

    ଆନନ୍ଦେ ରୋହିଣୀନନ୍ଦନଗୋପଙ୍କୁ କଲେ ଆଲିଙ୍ଗନ

  7. Couplet 7

    ଗୋପି ମିଳିଲେ ଭାବଭରିରାମଚରଣ ହୃଦେ ଧରି

  8. Couplet 8

    ଶିର-ବଦନେ ଚାପି ପାଦଛାଡିଲେ ଚିର ମନଖେଦ

  9. Couplet 9

    ହରଷେ ରେବତୀରମଣବନ୍ଦିଲେ ନନ୍ଦନଚରଣ

  10. Couplet 10

    ଯଶୋଦା ପାଦତଳେ ପଡ଼ିଶୋକବଦନେ କରଯୋଡି

  11. Couplet 11

    ନନ୍ଦଯଶୋ ସୁଖଭୋଳେରାମଙ୍କୁ ବସାଇଲେ କୋଳେ

  12. Couplet 12

    ଚିରବିଚ୍ଛେଦେ ହୃଦେ ଜାକିଅଶ୍ରୁପୂରିତ ବେନି ଆଖି

  13. Couplet 13

    ବଦନୁ ନ ସ୍ପୁରେ ବଚନନିବିଡେ କଲେ ଆଲିଙ୍ଗନ

  14. Couplet 14

    ବୋଲନ୍ତି ଶୋକଭର ହୋଇଜଗଦୀଶ୍ୱର ତୁମ୍ଭେ ଦୁଇ

  15. Couplet 15

    ନିରାଶ କଲ ମୋର ଘରମୁଁ ଏବେ ଶରଣ ତୁମ୍ଭର

  16. Couplet 16

    ଗୋପନଗର ବୃଦ୍ଧ ଜଣେମିଳିଲେ ରାମ ସନ୍ନିଧାନେ

  17. Couplet 17

    ରାମ ନମିଲେ ଜଣେ ଜଣେଗୋପାଳବୃଦ୍ଧଙ୍କ ଚରଣେ

  18. Couplet 18

    ତୁଲ୍ୟବୟସ ଗୋପଜନେସଙ୍ଗେ ଯେ ଥିଲେ ବୃନ୍ଦାବନେ

  19. Couplet 19

    ରାମଙ୍କୁ ଦେଖି ସ୍ନେହଭରେକୋଳ କରନ୍ତି ସୁଖଭୋଳେ

  20. Couplet 20

    ସ୍ନେହବନ୍ଧନେ ବନ୍ଧୁସଙ୍ଗେରାମ ଯେ ଥିଲେ ନାନାରଙ୍ଗେ

  21. Couplet 21

    ନିବିଡେ଼ ଭିଡ଼ି କୋଳ କଲେଆନନ୍ଦସାଗରେ ବୁଡ଼ିଲେ

  22. Couplet 22

    ଏମନ୍ତେ ଜଣେ ଜଣେ କୋଳକରି ବସିଲେ ଏକମେଳ

  23. Couplet 23

    କ୍ଷୀର-ପାୟସ-ମଧୁରସେରାମଙ୍କୁ ଭୁଞ୍ଜାଇ ହରଷେ

  24. Couplet 24

    ବିଶ୍ରାମ କରାଇ ଗୋପାଳେବସି ପୁଛନ୍ତି ଏକମେଳେ

  25. Couplet 25

    ନେତ୍ରେ ପୂରିତ ଅଶ୍ରୁଜଳପୁଛନ୍ତି ବନ୍ଧୁଙ୍କ କୁଶଳ

  26. Couplet 26

    କୃଷ୍ଣଚରଣେ ମନ ଦେଇସମ୍ଭ୍ରମେ ନ ପାରନ୍ତି କହି

  27. Couplet 27

    ବିଷୟସୁଖ ନ ଜାଣନ୍ତିକୃଷ୍ଣକୁଶଳ ପଚାରନ୍ତି

  28. Couplet 28

    ହେ ରାମ କମଳଲୋଚନକହ ତୁ ଯାଉ ଖେଦମନ

  29. Couplet 29

    କୃଷ୍ଣ ଯେ ଗଲେ ମଧୁବନତାର ସଙ୍ଗତେ ଆମ୍ଭ ମନ

  30. Couplet 30

    ବନ୍ଦୀ ହୋଇଲା ପ୍ରେମଭୋଳେଏବେ ନ ଦେଖୁ ଚର୍ମଡୋଳେ

  31. Couplet 31

    ପୁତ୍ର କଳତ୍ର ଧନ ପାଇଆମ୍ଭ ସ୍ମରଣ ତାର କାହିଁ

  32. Couplet 32

    ଆମ୍ଭର ଭାଗ୍ୟେ ମଲା କଂସନିଶ୍ଚିନ୍ତ ହେଲା ଯଦୁବଂଶ

  33. Couplet 33

    ସକଳ ରିପୁବଳ ମାରିଦ୍ୱାରକାପୁରେ ବିଜେ କରି

  34. Couplet 34

    ସୁଖେ ଅଛନ୍ତି ଯଦୁନାଥଏଣୁଟି ଆମ୍ଭେ ଭାଗ୍ୟବନ୍ତ

  35. Couplet 35

    ଗୋପୀଏ ରାମଙ୍କୁ ଅନାଇଁବୋଲନ୍ତି ସ୍ନେହଭର ହୋଇ

  36. Couplet 36

    ହେ ରାମ କହ କୃଷ୍ଣକଥାଯେଣେ ଛାଡ଼ିବ ମନୁ ବ୍ୟଥା

  37. Couplet 37

    ଭଲେ କି ଛନ୍ତି ପଦ୍ମନାଭମଥୁରାନାରୀଙ୍କ ବଲ୍ଲଭ

  38. Couplet 38

    ମାତା ଯଶୋଦା ନନ୍ଦ ପିତାଏହାଙ୍କୁ କରେଟିକି ଚିନ୍ତା

  39. Couplet 39

    ଆମ୍ଭେ ତାହାଙ୍କୁ ଭଲେ ଜାଣିସୁହୃଦ୍ପଣେ ପରିମାଣି

  40. Couplet 40

    ତାହାର ଅର୍ଥେ ଆମ୍ଭ ଦୁଃଖକହିବୁ ଶୁଣ ଚନ୍ଦ୍ରମୁଖ

  41. Couplet 41

    ମାତା ପିଅର ଭ୍ରାତୃଗଣପତି ତନୟ ଗୁରୁଜନ

  42. Couplet 42

    ତାର ଆନନ୍ଦେ ଆମ୍ଭେ ଛାଡ଼ିନିରତେ ପ୍ରିୟଭାବେ ବୁଡ଼ି

  43. Couplet 43

    ସକଳ ଛାଡ଼ି ତା ବିଶ୍ୱାସହୋଇଲୁ କଲା ସେ ନିରାଶ

  44. Couplet 44

    କ୍ଷଣକେ ଛାଡ଼ି ଆମ୍ଭ ଭାବନିର୍ଦ୍ଦୟ ହୋଇଲେ ମାଧବ

  45. Couplet 45

    ମଥୁରାପୁର ବଧୂଜନମଧୂରେ କହନ୍ତି ବଚନ

  46. Couplet 46

    କ୍ଷଣସୁହୃଦ କୂଟମତିକେମନ୍ତେ ବିଶ୍ୱାସ କରନ୍ତି

  47. Couplet 47

    ତାହାର ଆତ୍ମା ତାର ନୋହେଭକତଜନ ତାକୁ ମୋହେ

  48. Couplet 48

    କୃତଘ୍ନଭାବ ଦୁଷ୍ଟମତିମଥୁରାନାରୀ ନ ଜାଣନ୍ତି

  49. Couplet 49

    ତାହାର ବିଚିତ୍ରବଚନସସ୍ମିତ ଅନଙ୍ଗବର୍ଦ୍ଧନ

  50. Couplet 50

    ଦେଖିଲେ ହୋଏ ମୋହଗତଅନଙ୍ଗବାଣେ ଜଡ଼ି ଚିତ୍ତ

  51. Couplet 51

    କେତେ କହିବୁ ତାର ଗୁଣବୋଲନ୍ତି ସଖୀଜନେ ଶୁଣ

  52. Couplet 52

    ତାହାର କଥା କିମ୍ପା କହଶୁଣନ୍ତେ ଦହେ ପ୍ରାଣ ଦେହ

  53. Couplet 53

    ଆମ୍ଭେ ଯେ ନାହୁଁ ତାର ସଙ୍ଗେଏତେ ଦିବସ ନାନାରଙ୍ଗେ

  54. Couplet 54

    ସେ ଯେ ଆମ୍ଭର ସଙ୍ଗେ ନାହିଁକାଳ କି ଅଛି ସ୍ଥିର ହୋଇ

  55. Couplet 55

    ଏମନ୍ତ ସ୍ନେହଭର ହୋଇକୃଷ୍ଣର ରୂପେ ମନ ଦେଇ

  56. Couplet 56

    କୃଷ୍ଣର ହସିତବଦନମୋହ୍ନ ଗଭୀର ବଚନ

  57. Couplet 57

    କଟାକ୍ଷଦୃଷ୍ଟି ଚିତ୍ରଗତିପ୍ରେମ ଆଲିଙ୍ଗନ ସୁରତି

  58. Couplet 58

    କାନ୍ଦନ୍ତି କୃଷ୍ଣଭାବ ବହିସଙ୍କରଷଣ ତାହା ଚାହିଁ

  59. Couplet 59

    କୃଷ୍ଣର ଯଶକଥାମାନକହି ତୋଷିଲେ ତାଙ୍କ ମନ

  60. Couplet 60

    ନାନା ବିଶ୍ୱାସବାକ୍ୟେ ରାମଗୋପୀଙ୍କ ଚିତ୍ତ କଲେ ସାମ

  61. Couplet 61

    ସେ ରାମ ଗୋପୀଙ୍କ ବିଶ୍ୱାସଗୋପେ ରହିଲେ ବେନିମାସ

  62. Couplet 62

    ମଧୁମାଧବ ମାସ ବେନିଗୋପୀଙ୍କ ପ୍ରିୟଭାବ ଘେନି

  63. Couplet 63

    ସେ ରାମ ଯୋଗମାୟା ବଳେଗୋପକାମିନୀ ସଙ୍ଗେ ମେଳେ

  64. Couplet 64

    ନିତ୍ୟେ ରଜନୀକାଳ ବେଳେଗୋପକାମିନୀ ସଙ୍ଗେ ଖେଳେ

  65. Couplet 65

    ବିସ୍ତାରି ଯୋଗମାୟା ଗତିଯମୁନାକୂଳେ ଯଦୁପତି

  66. Couplet 66

    ଚନ୍ଦ୍ରକିରଣ ବୃନ୍ଦାବନସୁଗନ୍ଧ ବହଇ ପବନ

  67. Couplet 67

    କାମିନୀଗଣ ମଧ୍ୟେ ବସିତାରାମଣ୍ତଳେ ଯେହ୍ନେ ଶଶୀ

  68. Couplet 68

    ଏମନ୍ତେ ପରୀକ୍ଷିତ ଶୁଣଜଳଧିପତି ଯେ ବରୁଣ

  69. Couplet 69

    ବାରୁଣୀ ନାମେ ତା ନନ୍ଦିନୀରାମର ପ୍ରିୟଭାବ ଘେନି

  70. Couplet 70

    ବରୁଣ-ବିଶ୍ୱାସ ବଚନେବେଗେ ମିଳିଲା ବୃନ୍ଦାବନେ

  71. Couplet 71

    ବୃକ୍ଷକ୍ରୋଟରୁ ସୁଧାରୂପେବହିଲା ରାମର ସମୀପେ

  72. Couplet 72

    ତାର ସୁଗନ୍ଧେ ବନ ବାସେରାମ ମିଳିଲେ ଦେଖି ପାଶେ

  73. Couplet 73

    ଗୋପୀ ସହିତେ ବଳରାମଆନନ୍ଦେ କଲେ ମଧୁପାନ

  74. Couplet 74

    ବାରୁଣୀପାନେ ଭୋଳ ହୋଇଗୋପୀଏ ରାମ ଯଶ ଗାଇ

  75. Couplet 75

    ନାନା କୌତୁକେ ସେ କାନନେରାମଙ୍କୁ ସେବି ଶୁଦ୍ଧମନେ

  76. Couplet 76

    ବୁଲନ୍ତି ରାମ ବୃକ୍ଷତଳେବାରୁଣୀପାନେ ମତ୍ତଭୋଳେ

  77. Couplet 77

    ମଦ୍ୟେ ମୁଦ୍ରିତ ବେନି ଆଖିମତ୍ତକୁଞ୍ଜର ପ୍ରାୟ ଲକ୍ଷ୍ୟ

  78. Couplet 78

    ଶୋଭିତ ଶ୍ରବଣେ କୁଣ୍ତଳହୃଦେ ଲମ୍ବଇ ବନମାଳ

  79. Couplet 79

    ମୁଖକମଳେ ମନ୍ଦହାସଝାଳେ ଜଡ଼ିତ ନୀଳବାସ

  80. Couplet 80

    ରବିକିରଣେ ଶ୍ରମ ପାଇବୋଲନ୍ତି ଯମୁନାକୁ ଚାହିଁ

  81. Couplet 81

    ଆସ କାଳିନ୍ଦୀ ମୋର ପାଶଶକଳ ଶ୍ରମ କର ନାଶ

  82. Couplet 82

    ତୋ ଜଳେ କରି ଅବଗାହଶ୍ରମ ନ ରହୁ ମୋର ଦେହ

  83. Couplet 83

    ଯମୁନା ରାମବାଣୀ ଶୁଣିମଦିରାମତ୍ତ ପ୍ରାୟ ମଣି

  84. Couplet 84

    ଅବଜ୍ଞା କରି ରାମବାଣୀତରଳେ ବହେ ତରଙ୍ଗିଣୀ

  85. Couplet 85

    ତା ଦେଖି ରାମ କୋପଭରେତୀକ୍ଷ୍ଣ ଲଙ୍ଗଳ ଧରି କରେ

  86. Couplet 86

    କାଳିନ୍ଦୀ ମଧ୍ୟେ ହଳ ସ୍ଥାପିକୋପେ ବୋଲନ୍ତି ବିଶ୍ୱରୂପୀ

  87. Couplet 87

    ରେ ପାପୀ ଏଡେ଼ ଗର୍ବ ତୋରଅବଜ୍ଞା କଲୁ ବାକ୍ୟ ମୋର

  88. Couplet 88

    ତୁ ମୋତେ କରୁ ଅବହେଳଆଜ ପାଇବୁ ପ୍ରତିଫଳ

  89. Couplet 89

    ଲଙ୍ଗଳ ଅଗ୍ରେ ତୋତେ ଧରିକାଟିବି ଶତଖଣ୍ତ କରି

  90. Couplet 90

    ନିଶ୍ଚେ ମରିବୁ ଆଜ ତୁହିଆଜ୍ଞା ଭାଙ୍ଗିଲୁ ଗର୍ବ ବହି

  91. Couplet 91

    ଏମନ୍ତ ରାମବାକ୍ୟ ଶୁଣିଭୟେ ବୋଲଇ ତରଙ୍ଗିଣୀ

  92. Couplet 92

    ଲହରୀ ବ୍ୟାଜେ ବେନିକରେମିଳିଲା ରାମର ପୟରେ

  93. Couplet 93

    କମଳ ଉପହାର ମୁଖେରାମଙ୍କୁ ବୋଲେ ଭୟଦୁଃଖେ

  94. Couplet 94

    ହେ ରାମ ରାମ ମହାଭୁଜମୁହିଁ ନ ଜାଣେ ତୋର ତେଜ

  95. Couplet 95

    ତୋହର ଏକ ଅଂଶେ ମହୀମୁକୁଟ ଶିରେ ଅଛି ହୋଇ

  96. Couplet 96

    ଜଗତପତି ମହୀଧରଭୋ ନାଥ ଶରଣ ମୁଁ ତୋର

  97. Couplet 97

    ତୋର ମହିମା ଭଗବାନନ ଜାଣି କଲି ଅବଜ୍ଞାନ

  98. Couplet 98

    ପଶିଲି ତୋହରେ ଶରଣେସୁନ୍ଦର ଅଭୟଚରଣେ

  99. Couplet 99

    ତୁ ନାଥ ଭକତବତ୍ସଳଶରଣ ରଖ ଆଦିମୂଳ

  100. Couplet 100

    ଏମନ୍ତ ନଦୀବାକ୍ୟ ଶୁଣିହଳ ସଂହରି ହଳପାଣି

  101. Couplet 101

    ସକଳ ଗୋପନାରୀ ମେଳେପଶିଲେ ଯମୁନାର ଜଳେ

  102. Couplet 102

    କରିଣୀଯୂଥେ ଗଜବରଯେହ୍ନେ ଦିଶଇ ମନୋହର

  103. Couplet 103

    ନିଶ୍ଚିନ୍ତେ ଜଳକ୍ରୀଡ଼ା ସାରିକୂଳେ ମିଳିଲେ ହଳଧାରୀ

  104. Couplet 104

    ତକ୍ଷଣେ ରବିର ନନ୍ଦିନୀନିର୍ମଳ ନୀଳବସ୍ତ୍ର ଘେନି

  105. Couplet 105

    ରାମର କରେ ଦେଲା ଆଣିଭୂଷଣ ନାନାରତ୍ନମଣି

  106. Couplet 106

    ନୀଳକମଳମାଳ ଗଳେଦେଇ ନମିଲା ପାଦତଳେ

  107. Couplet 107

    ନୀଳବସନ ଅନୁପମଆନନ୍ଦେ ପିନ୍ଧି ବଳରାମ

  108. Couplet 108

    ଭୂଷଣ ନାନାରତ୍ନକୁଳହୃଦେ ଲମ୍ବାଇ ବନମାଳ

  109. Couplet 109

    ଗନ୍ଧ ଚନ୍ଦନ ଲେପି ଦେହେଦିଶିଲେ ଇନ୍ଦ୍ରହସ୍ତୀ ପ୍ରାୟେ

  110. Couplet 110

    ଶୁମ ହେ ଅଭିମନ୍ୟୁସୁତଯମୁନାକୂଳେ ରାମକୃତ୍ୟ

  111. Couplet 111

    ଅଦ୍ୟାପି ବୃନ୍ଦାବନ ଦେଶେଯମୁନା ବକ୍ରେ ବହି ଆସେ

  112. Couplet 112

    ଅନନ୍ତବଳୀ ବଳରାମତାର ଚରିତ ଅନୁପମ

  113. Couplet 113

    ଯମୁନାତଟେ ବୃନ୍ଦାବନେଏବେ ତୁ ଶୁଣ ସାବଧାନେ

  114. Couplet 114

    ଏମନ୍ତ କରି କ୍ରୀଡ଼ାରସରାମ ରହିଲେ ବେନିମାସ

  115. Couplet 115

    ଯେତେ ରଜନୀ ବେନିମାସେଗୋପୀଏ ବୃନ୍ଦାବନ ଦେଶେ

  116. Couplet 116

    ରାମର ପ୍ରିୟଭାବେ ମିଶିଜାଣନ୍ତି ଗଲା ଏକ ନିଶି

  117. Couplet 117

    ସେ ରାମ ପାଦପଦ୍ମତଳେସୁଜନେ ଚିନ୍ତ ଧ୍ୟାନବେଳେ

  118. Couplet 118

    ଅନନ୍ତ ଚରିତ ଅମୃତକହଇ ବିପ୍ର ଜଗନ୍ନାଥ