Skandha 10
Adhyaya 69
Couplet 1
ଶୁଣ ରାଜନ ସାବଧାନେଦ୍ୱାରକାପୁରେ ଏକ ଦିନେ
Couplet 2
କୃଷ୍ଣ ରାଜନ ସାବଧାନେକହିବା ଏକେ ଏକେ କେତେ
Couplet 3
ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳିବନେ କରନ୍ତି ନାନା କେଳି
Couplet 4
ଅନେକବେଳ କ୍ରୀଡାକରିତୃଷିତେ ଲୋଡୁଛନ୍ତି ବାରି
Couplet 5
ଏମନ୍ତେ ଜଳପାନ ସଧେକୂପ ଦେଖିଲେ ବନମଧ୍ୟେ
Couplet 6
ସକଳେ କୂପପାଶେ ମିଳିଚାହାନ୍ତି ନୟନ ନିରୋଳି
Couplet 7
ତୃଣ ଗହଳ ଅନ୍ଧକାରେଅଦ୍ଭୁତ ଜନ୍ତୁ ତା ଭିତରେ
Couplet 8
ଦିଶଇ ପର୍ବତ ସୃଦଶଦେଖି ଚିହ୍ନିଲେ କୃକଲାଶ
Couplet 9
ବିସ୍ମିତେ ଏକ ଆରେ ଚାହିଁବୋଲନ୍ତି ଅଙ୍ଗୁଳି ଦେଖାଇ
Couplet 10
ଦଣ୍ତେ ବିଚାରି ଯତ୍ନକରିବୋଲନ୍ତି ଦେଖିବା ଉଦ୍ଧରି
Couplet 11
ଏତେ ବିଚାରି ଦୟା ବହିଲାଙ୍ଗୁଳେ ଦଉଡ଼ି ଲଗାଇ
Couplet 12
ତୃଣବକଳ ଚର୍ମପାଶିନିବିଡେ଼ ବାନ୍ଧିଲେ ଆକର୍ଷି
Couplet 13
ଟାଣନ୍ତି ଧରି ଜଣେ ଜଣନ ତଳେ ତାହାରି ଚରଣ
Couplet 14
ଦେଖି ଚକିତ କୃଷ୍ଣବାଳେସର୍ବେ ଟାଣିଲେ ଏକାବେଳେ
Couplet 15
ତିଳେ ନ ଚଳେ କୃକଲାଶଟାଣି ପାଇଲେ ସର୍ବେ ତ୍ରାସ
Couplet 16
ପୁଣି ଧରନ୍ତି ବାହୁବଳେଟାଣନ୍ତେ କେବେହେଁ ନ ଚଳେ
Couplet 17
ଏମନ୍ତେ ବହୁ କ୍ଲେଶ ପାଇଏକ ଆର କେ ମୁଖ ଚାହି
Couplet 18
ବୋଲନ୍ତି ଦେଖି ବିପରୀତଆମ୍ଭର ବଳବୀର୍ଯ୍ୟ ହତ
Couplet 19
ଟାଣନ୍ତେ ତିଳେ ନ ଚଳିଲାଲାଜ ତ ମରଣୁ ବଳିଲା
Couplet 20
ଶ୍ରୀକୃଷ୍ଣ ବୀର୍ଯ୍ୟେ ଆମ୍ଭ ଜନ୍ମଶୁଣି ହସିବେ ସର୍ବଜନ
Couplet 21
ରିପୁ ହସିବେ ଏହା ଶୁଣିକିବା ବୋଲିବେ ଚକ୍ରପାଣି
Couplet 22
ରୋହିଣୀସୁତ ଶୁଣି ଏହାଆମ୍ଭରେ ହୋଇବେ ନିର୍ଦ୍ଦୟା
Couplet 23
ପୁରେ ହସିବେ ବଧୂଜନେବସନ ଆଚ୍ଛାଦି ବଦନେ
Couplet 24
ନିରାଶେ କୃଷ୍ଣପାଶେ ଯାଇବୋଲନ୍ତି ଶିରେ କର ଦେଇ
Couplet 25
ଭୋ ଦେବ ଶୁଣ ସାବଧାନେଅଦ୍ଭୁତ କଥା ଘୋରବନେ
Couplet 26
ବନଗହ୍ନେ ଅନ୍ଧକୂପତା ମଧ୍ରେକୃକଲାଶ ରୂପ
Couplet 27
ପର୍ବତ ପ୍ରାୟ ତା ଶରୀରନ ଚଳେ ଅତି ଗରୁତର
Couplet 28
ଓଟାରି ନ ପାରିଲୁ ବଳେଟାଣନ୍ତେ ଚରଣ ନ ଚଳେ
Couplet 29
ଏ ବଡ ଲଜ୍ଜା ବିପରୀତଶୁଣି ହସିଲେ ଯଦୁନାଥ
Couplet 30
ବୋଲନ୍ତି ଚାଲ ଯିବା ବନେପୋଏ ଧାଇଁଲେ ତୋଷମନେ
Couplet 31
ଏମନ୍ତେ ଘୋରବନେ ଯାଇକୂପେ ଚାହିଁଲେ ଭାବଗ୍ରାହୀ
Couplet 32
ଦେଖିଲେ ଘୋର ଅନ୍ଧକାରନିର୍ଜଳ ତୃଣେ ମହାଘୋର
Couplet 33
ଅଦ୍ଭୁତ କୃକଲାଶ କାୟେଦିଶଇ ଗିରିଶୃଙ୍ଗ ପ୍ରାୟେ
Couplet 34
ଅଧୋବଦନ ଉର୍ଦ୍ଧ୍ୱଲାଞ୍ଜଦେଖି ଚକିତ ଦେବରାଜ
Couplet 35
ଦୟାସାଗର ଦେବହରିତା ଲାଞ୍ଜ ବାମକରେ ଧରି
Couplet 36
କୂପୁଁ ତୋଳିଲେ ଦାମୋଦରମାଳା ଯେସନେ ମାଳାକାର
Couplet 37
ତୋଳି ପକାନ୍ତେ ହୃଷୀକେଶପ୍ରାଣ ଛାଡିଲା କୃକଲାଶ
Couplet 38
ଯେଣୁ ଲାଗିଲା କୃଷ୍ଣକରଦିବ୍ୟସ୍ୱରୂପ ହେଲା ତାର
Couplet 39
ଉଦୟ ଗିରିଶିଖେ ଶଶୀଯେସନେ ଗଗନେ ପ୍ରକାଶି
Couplet 40
ଶୁଦ୍ଧସୁବର୍ଣ୍ଣ ଦେହ ଝଳିଜଳଦେ ଯେସନେ ବିଜୁଳି
Couplet 41
ଦିବ୍ୟବସନ ଗନ୍ଧମାଳଦେଖି ଚକିତ ନନ୍ଦବାଳ
Couplet 42
ତାହା ଜାଣନ୍ତି କୃଷ୍ଣ ଏକେବିଖ୍ୟାତ ଅର୍ଥେ ନରଲୋକେ
Couplet 43
ତାର ବଦନ ଚାହିଁ ହସିପୁଚନ୍ତି ପ୍ରଭୁ ବ୍ରହ୍ମରାଶି
Couplet 44
ତୁ ମହାଭାଗ ପୁଣ୍ୟଦେବୀଦେବତାପ୍ରାୟ ମୁଁ ମଣଇ
Couplet 45
କହ ତୁ କେବଣ ପୁରୁଷକିମ୍ପା ହୋଇଲୁ କୃକଲାଶ
Couplet 46
କି ପାପବଶୁଁ ଭୋଗ କରିଶରୀର ଅନ୍ଧକୂପେ ଭରି
Couplet 47
ଏ କୂପେ ଅଛୁ କେତେକାଳକହ ନ କରି ଅବହେଳ
Couplet 48
ତୁହି ତ ନୋହୁ ପାପୀଜନକହ ଏ କେବଣ ବିଧାନ
Couplet 49
ଶୁଣିତେ ଯୋଗ୍ୟ ଯେବେ ମୁହିଁକହ ନିର୍ଭୟ ଚିତ୍ତ ହୋଇ
Couplet 50
ଏମନ୍ତ କୃଷ୍ଣ ବାକ୍ୟ ଶୁଣିଆନନ୍ଦେ କହେ ନୃପମଣି
Couplet 51
ଶିରେ ମୁକୁଟ ରବିପ୍ରାୟେନମିଲା ଗୋବିନ୍ଦର ପାୟେ
Couplet 52
ଭୋ ନାଥ ନୃଗରାଜା ମୁହିଁଈକ୍ଷ୍ୱାକୁବଂଶେ ଜାତ ହୋଇ
Couplet 53
ଜଗତମଧ୍ୟେ ଯେତେ ଦାନୀତାହାଙ୍କ ମଧ୍ୟେ ମୁଁ ଅଗ୍ରଣୀ
Couplet 54
ତୁ ତାହା ଅଛୁ ଭଲେ ଜାଣିମୁଁ କି କହିବି ପରିମାଣି
Couplet 55
ସର୍ବଭୂତଙ୍କ ଆତ୍ମା ତୁହିଅଶେଷ ଜ୍ଞାନ ତୋର ତହିଁ
Couplet 56
ତୁ ନାଥ ଭଲେ ଏହା ଜାଣୁକେବଳ ମୋତେ ପରିମାଣୁ
Couplet 57
ତଥାପି ଆଜ୍ଞା ଘେନି ଶିରେକହିବି ତୋହର ଛାମୁରେ
Couplet 58
ଭୋ ନାଥ ଶୁଣ ମୋ ବଚନଅନେକ ଦେଲି ଗୋରୁଦାନ
Couplet 59
ସଂଖ୍ୟା କରିବି ମୁହିଁ କେତେଶୁଣ ଉପମା କହୁଁ ତୋତେ
Couplet 60
ଭୂମିରେ ଅଛି ଯେତେ ଧୂଳିଗଗନେ ଯେତେ ତାରାମାଳୀ
Couplet 61
ବରଷାଧାରା ଯେତେ ହୋଇଏହି ପ୍ରମାଣେ ଦେଲି ଗାଈ
Couplet 62
କ୍ଷୀର ସମ୍ପୂର୍ଣ୍ଣ ରୂପବନ୍ତୀସାଧି ତରୁଣ ବତ୍ସାବତୀ
Couplet 63
ସୁନ୍ଦର ସୁକପିଳ ବର୍ଣ୍ଣସୁବର୍ଣ୍ଣଶୃଙ୍ଗ ଗୁଣପୂର୍ଣ୍ଣ
Couplet 64
ଖୁରରେ ରଜତ ଖଞ୍ଜଣିଉଚିତ ଧନେ ତାହା କିଣି
Couplet 65
ଦୋହନ ଅର୍ଥେ କାଂସ୍ୟପାତ୍ରବସ୍ତ୍ର କୁସୁମମାଳା ଗାତ୍ର
Couplet 66
ଗନ୍ଧଚନ୍ଦନ ମାଳ ସାଜିଡେ଼ର୍ଘ୍ୟେ ବିପ୍ରପାଦ ପୂଜି
Couplet 67
ବରିଲି ଯେମନ୍ତ ବ୍ରାହ୍ମଣଭୋ ନାଥ ସାବଧାନେ ଶୁଣ
Couplet 68
ଯୁବା ସୁଗୁଣ ସାଧୁଶୀଳଦରିଦ୍ର କୁଟମ୍ବଗହଳ
Couplet 69
ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷାବେଦାଧ୍ୟୟନେ ମନ୍ତ୍ର ଶିକ୍ଷା
Couplet 70
ଏମନ୍ତ ବିପ୍ରେ ସାବଧାନସୁପୁଣ୍ୟକାଳେ ଦେଲି ଦାନ
Couplet 71
ଅଧିକ ଦାମ ଦେଲି ଯେତେଶୁଣ କହିବା ତୋ ଅଗ୍ରତେ
Couplet 72
ଗୋ ଚର୍ମମାପେ ଭୂମିଦାନଶୁଣ ସୁବର୍ଣ୍ଣ ଆୟତନ
Couplet 73
ଗଜ ତୁରଗ କନ୍ୟାଦାସୀତିଳ ପର୍ବତ ଧାନ୍ୟରାଶି
Couplet 74
ଭୋଗ୍ୟସମ୍ପୂର୍ଣ୍ଣ ସୁଖଶଯ୍ୟାବସ୍ତ୍ରଭୂଷଣ ବଳିଭୋଜା
Couplet 75
ଯଜ୍ଞେ ସୁବର୍ଣ୍ଣରଥ ଯେତେସଂଖ୍ୟାରେ କହିବି ମୁଁ ତୋତେ
Couplet 76
ଦେବମନ୍ଦିରେ ଜଳ ଅନ୍ନସୁମିଷ୍ଟ ପବିତ୍ର ଭୋଜନ
Couplet 77
ଏମନ୍ତେ ନାନା ଦାନ କରିକିଞ୍ଚିତେ ପାପ ମୁଁ ଆଚରି
Couplet 78
ବ୍ରାହ୍ମର ଦାମ ନେଲା ଗାଈଫିଟି ପଶିଲା ଗୋଷ୍ଠେ ଯାଇ
Couplet 79
ଅଜ୍ଞାନେ ନ ଜାଣି ପ୍ରଭାତେଦାନ ମୁଁ ଦେଲି ବିପ୍ରହସ୍ତେ
Couplet 80
ବ୍ରାହ୍ମଣ ଧେନୁ ଘେନି ଯାନ୍ତେବିପ୍ର ଦେଖିଲା ରାଜପଥେ
Couplet 81
ତା ନିଜ ଧେନୁ ଚିହ୍ନି ବଳେତକ୍ଷଣେ ଧଇଲା ଲାଙ୍ଗୁଳେ
Couplet 82
ବୋଇଲା ମୋର ଧେନୁ ଏହିହଜିଲା ଲୋଡୁଅଛି ମୁହିଁ
Couplet 83
ଶୁଣି ବ୍ରାହ୍ମଣ କୋପମନେବୋଲଇ ପରୁଷ ବଚନେ
Couplet 84
ପ୍ରତ୍ୟକ୍ଷେ ଘେନିଅଛି ଦାନଦେଖ ତୁ ଫେଡ଼ିଣ ନୟନ
Couplet 85
ଜଳ ତୁଳସୀ କୁଶ ହସ୍ତେତିଳ ହିଁ ଦେଖ ତୁ ପ୍ରତ୍ୟକ୍ଷେ
Couplet 86
ଏ ଧେନୁ କେମନ୍ତେ ତୋହରଶୁଣି ବୋଲଇ ବିପ୍ରବର
Couplet 87
ଧେନୁ ଶରୀରେ ମୋର ଲେଖତୋହର ଚକ୍ଷୁ ଥିଲେ ଦେଖ
Couplet 88
ଏମନ୍ତ କହି ଶୃଙ୍ଗ ଧରିଘେନି ଚଳିଲା ନିଜପୁରୀ
Couplet 89
ବ୍ରାହ୍ମଣ ଧରେ ଲାଞ୍ଜେ ଧେନୁଏମନ୍ତେ ଉପୁଜିଲା ମନ୍ୟୁ
Couplet 90
କଳି ଭିଆଇ ପଥ ମଧ୍ୟେପ୍ରହାର କଲେ ହସ୍ତପାଦେ
Couplet 91
ଏମନ୍ତ ଉଚ୍ଚବାଚ ହୋଇମିଳିଲେ ମୋର ପୁରେ ଯାଇ
Couplet 92
ବ୍ରାହ୍ମଣ ମୋର ମୁଖ ଚାହିଁବୋଲଇ କୋପଭର ହୋଇ
Couplet 93
ତୁ ମୋର ହସ୍ତେ ଧେନୁ ଦେଇଏବେ ହରିଲୁ କିସ ପାଇଁ
Couplet 94
ଉତ୍ସର୍ଗ-ଦାନ ଯେହୁ ହରେଅନ୍ତେ ନରକ ଭୋଗ କରେ
Couplet 95
ଯେ ବିପ୍ର ପ୍ରତିଗ୍ରହ ତ୍ୟାଗେସେହି ପଡ଼ଇ ଦୁଃଖଭାଗେ
Couplet 96
ଏମନ୍ତ ବିପ୍ର-ବାକ୍ୟ ଶୁଣିବଜ୍ର ପଡ଼ିଲା ଶିରେ ମଣି
Couplet 97
ମନେ ପାଇଲି ମହାଭୟକାତରେ କମ୍ପେ ମୋର କାୟ
Couplet 98
ଉଭୟ ସଙ୍କଟେ ମୁଁ ପଡ଼ିକରଯୁଗଳ ଶିରେ ଯୋଡି
Couplet 99
ବେନି ବିପ୍ରଙ୍କ ପାଦତଳେପ୍ରବୋଧ କଲି ନାନାମତେ
Couplet 100
ସଙ୍କଳ୍ପ ଲକ୍ଷେଧେନୁ କରିବୋଇଲି ବିପ୍ର ପାଦ ଧରି
Couplet 101
ଭୋ ବିପ୍ର ଲକ୍ଷେ ଧେନୁ ନେଇଏ ଧେନୁ ଗୋଟି ଦିଅ ତୁହି
Couplet 102
ତୁ ମୋତେ ଅନୁଗ୍ରହ କରଉଭୟ-ସଙ୍କଟୁ ଉଦ୍ଧର
Couplet 103
ନ ଜାଣି କଲି ଏଡେ଼ କର୍ମଭୋ ବିପ୍ର ରଖ ମୋର ଧର୍ମ
Couplet 104
ନକର ମନେ ଆନ ବୁଦ୍ଧିଦକ୍ଷିଣା ଦେବି ହେମ-ନିଧି
Couplet 105
ନରକପଥୁଁ ରଖ ମୋତେଏ ଧେନୁ ଦିଅ ତୋଷଚିତ୍ତେ
Couplet 106
ଶୁଣି ବୋଲଇ ପ୍ରତିଗ୍ରାହୀଲକ୍ଷକେ ମୋର କାର୍ଯ୍ୟ ନାହିଁ
Couplet 107
ଏମନ୍ତ ବୋଲି ବିପ୍ର ଗଲାଆନ ଯେ ପ୍ରତିଗ୍ରାହୀ ଥିଲା
Couplet 108
ଅୟୁତେ ଦେଲି ତାକୁ ଧେନୁତା ଦେଖି ବିପ୍ର କଲା ମନ୍ୟୁ
Couplet 109
ବୋଇଲି ଲକ୍ଷେ ନିଅ ତୁହିଶୁଣି କୋପିଲା ମୋତେ ଚାହିଁ
Couplet 110
ବୋଇଲା ପରୁଷ ବଚନେନିନ୍ଦା ତୁ କଲୁ ମହାଜନେ
Couplet 111
କୋପେ ଚଳିଲା ନିଜ ଘରେନିତ୍ୟେ ଆସଇ ମୋର ପୁରେ
Couplet 112
ପ୍ରତିଦିବସେ ବୋଧ କରିବୋଲଇ ବିପ୍ରପାଦ ଧରି
Couplet 113
କୋପେ ନ ଶୁଣେ ମୋ ବଚନଏମନ୍ତେ ଗଲା କେତେଦିନ
Couplet 114
ଭୋ ନାଥ ଶୁଣ ଜନାର୍ଦ୍ଦନକାଳେ ମୁଁ ଛାଡିଲି ଜୀବନ
Couplet 115
ମରଣକାଳେ ଯମଦୂତେମିଳିଲେ ମୋହର ଅଗ୍ରତେ
Couplet 116
ବନ୍ଧନ କରି ମୋର ଦେହୀଯମ ନିକଟେ ଦେଲେ ନେଇ
Couplet 117
ତକ୍ଷଣେ ରବିର ନନ୍ଦନଅନେକ କଲା ସନମାନ
Couplet 118
ପୁଣ୍ୟ-ପାତକ ବିଚାରିଲାଆନନ୍ଦେ ମୋତେ ଆଜ୍ଞା ଦେଲା
Couplet 119
ଶୁଣ ରାଜନ ପୁଣ୍ୟବନ୍ତକେ କରୁ ତୋର ପୁଣ୍ୟ ଅନ୍ତ
Couplet 120
କିଞ୍ଚିତ ପାପ ଅଛି ତୋରଯେ ଇଚ୍ଛା ଆଗେ ଭୋଗ କର
Couplet 121
ଶୁଭ-ଅଶୁଭ ଫଳ ଦୁଇନିଶ୍ଚୟ ଭୋଗ ସେ କରଇ
Couplet 122
ବ୍ରହ୍ମା-ଶଙ୍କର ଦେହ ଧରିଅନ୍ୟଥା ନ ପାରନ୍ତି କରି
Couplet 123
ଏମନ୍ତ ଯମବାକ୍ୟ ଶୁଣିଆପଣା ଚିତ୍ତେ ପରିମାଣି
Couplet 124
ଅନେକ ଅଛି ପୁଣ୍ୟ ରାଶିକିଞ୍ଚିତେ ପାତକ ପ୍ରକାଶି
Couplet 125
ଆଗ ଭୁଞ୍ଜିବି ପାପଭାରଏ ଦୁଃଖ ଘୋର ଭୟଙ୍କର
Couplet 126
ପଛେ ଭୁଞ୍ଜିବି ପୁଣ୍ୟ ମୁହିଁଯମ ବୋଇଲେ ଦୂତେ ରାଇ
Couplet 127
ବ୍ରହ୍ମସ୍ୱ-ସାପ ମହାଘୋରଏହାକୁ କୃକଲାଶ କର
Couplet 128
ବନ-ଗହନ ଅନ୍ଧକୂପେଅନେକ କାଳ ଥାଉ ପାପେ
Couplet 129
ଏମନ୍ତ ବୋଲୁଁ ବୋଲୁଁ ଯମଲଭିଲି କୃକଲାଶ ଜନ୍ମ
Couplet 130
ଆତ୍ମା-ସଂଯୋଗ କାଳେ ମୁହିଁଡାକିଲି କର ମୋତେ ତ୍ରାହି
Couplet 131
ତା ଶୁଣି ଯମ ଦୟା କଲାଡାକିଲି କର ମୋତେ ତ୍ରାହି
Couplet 132
ଏ ପାପଅନ୍ତେ ମହୀପାଳଭେଟିବୁ ମଦନଗୋପାଳ
Couplet 133
ସେ କୃଷ୍ଣ-କର ଲାଗି ତୁହିତକ୍ଷଣେ ଦିବ୍ୟତନୁ ବହି
Couplet 134
ସ୍ୱର୍ଗେ ବସିବୁ ପୁଣ୍ୟବଳେନିଜ ସୁକୃତ-ତପଫଳେ
Couplet 135
ଭୋନାଥ ତୋର ଆଜ୍ଞାବଳେକହିଲି ପଦ୍ମପାଦ ତଳେ
Couplet 136
ବିପ୍ରସେବକ ସମ ମତିତୋହର ପାଦେ ଚିତ୍ତବୃତ୍ତି
Couplet 137
ଏଣୁ ତୋହର ଦରଶନନିରତେ ଚିନ୍ତଇ ମୋ ମନ
Couplet 138
ଜାତି ସୁମରି ଦୁଃଖ ସହିଏ ଅନ୍ଧ ରୂପେ ପଡ଼ିଲଇଁ
Couplet 139
ଏବେ ଦେଖିଲି ତୋ ଶ୍ରୀମୁଖଖଣ୍ତିଲି ଜନ୍ମବନ୍ଧ-ଦୁଃଖ
Couplet 140
ଏ ପାପୁଁ ଉଦ୍ଧରିଲୁ ମୋତେକି ପୂଣ୍ୟେ ଦେଖିଲି ମୁଁ ତୋତେ
Couplet 141
ଭୋ ନାଥ ଚରଣ ତୋହରଯୋଗେଶ୍ୱରଙ୍କୁ ଅଗୋଚର
Couplet 142
ନିଜ ଅର୍ଜିତ ଦୃଢ଼ବନ୍ଧେପାପ-ପଟଳ-ଚକ୍ଷୁ ଅନ୍ଧେ
Couplet 143
ମୁଁ ଅନ୍ଧକୂପ ମଧ୍ୟେ ଥାଇଅନେକକାଳ ଦୁଃଖ ସହି
Couplet 144
ପାଇଲି ତବ ଦରଶନଭୋ ନାଥ ରଖ ଭଗବାନ
Couplet 145
ଯାର ଦର୍ଶନେ ବନ୍ଧ ମୋକ୍ଷସେ ମୋତେ ହୋଇଲା ପ୍ରତ୍ୟକ୍ଷ
Couplet 146
ତୁ ଦେବଦେବ ଜଗନ୍ନାଥସୁହୃଦ ଆତ୍ମା ଦଇବତ
Couplet 147
ଗୋବିନ୍ଦ ପୁରୁଷ-ପୁରାଣତୁ ହୃଷୀକେଶ ନାରାୟଣ
Couplet 148
ଅବ୍ୟୟ ଅଚ୍ୟୁତ ପ୍ରକାଶତୋର ଚରିତ ପୁଣ୍ୟଯଶ
Couplet 149
ଏବେ ତୁ ଆଜ୍ଞାଦିଅ ମୋତେନିଶ୍ଚିନ୍ତେ ଯିବି ପୁଣ୍ୟପଥେ
Couplet 150
ଯହିଁ ମୁଁ ଥିବି ବହିତୋର ଶରଣ ଭାବଗ୍ରାହୀ
Couplet 151
ତୋ ପାଦେ ମୋର ମନଥିବଯାହା ନ ପାନ୍ତି ବ୍ରହ୍ମା-ଶିବ
Couplet 152
ନମସ୍ତେ ସର୍ବଭୂତ-ଦେହୀବ୍ରହ୍ମ ଅନନ୍ତଶକ୍ତି ତୁହି
Couplet 153
ଶ୍ରୀକୃଷ୍ଣ ବସୁଦେବସୁତତୁ ଯୋଗେଶ୍ୱର ଯୋଗତତ୍ତ୍ୱ
Couplet 154
ଏମନ୍ତ କହି ନୃଗରାଜାକୃଷ୍ଣଚରଣେ କଲା ପୂଜା
Couplet 155
କିରୀଟ ଅଛି ଶିର ମଧ୍ୟେନମିଲା କୃଷ୍ଣ ପଦ୍ମପାଦେ
Couplet 156
ତକ୍ଷଣେ ବସି ଦିବ୍ୟରଥେବିଜୟ କଲା ଶୂନ୍ୟପଥେ
Couplet 157
ଦେଖନ୍ତି ଦିଗପାଳେ ମିଳିଜଳଦେ ଯେସନେ ବିଜୁଳି
Couplet 158
ରାଜା ମିଳିଲା ସ୍ୱର୍ଗପୁରେଗୋବିନ୍ଦ ଅନ୍ଧକୂପ ଦ୍ୱାରେ
Couplet 159
ସ୍ୱଜନ ଚାହିଁ ଜନାର୍ଦ୍ଦନବୋଲନ୍ତି ନିଗମ ବଚନ
Couplet 160
କ୍ଷତ୍ରୀୟ-ଶିକ୍ଷା ଧର୍ମବାଣୀଯେ ଧର୍ମଶାସ୍ତ୍ର ପରିମାଣି
Couplet 161
ବିପ୍ର-ବତ୍ସଳ ଦାମୋଦରବୋଲନ୍ତି ଶୁଣ ସର୍ବବୀର
Couplet 162
ଦେଖ ଦୁର୍ଜୟ ବ୍ରହ୍ମଧନଅନଳେ ନୁହଇ ଦହନ
Couplet 163
ରାଜ୍ୟଈଶ୍ୱର ରାଜା ହୋଇକେ ପାର କରେ ତାହା ଖାଇ
Couplet 164
ଗରଳ ହଳାହଳ ବିଷମୁଁ ତାହା ମଣଇ ଉଶ୍ୱାସ
Couplet 165
ଯାହାର ପ୍ରତିକାର ଥାଇତାର ଭକ୍ଷଣେ ଭୟ ନାହିଁ
Couplet 166
ବ୍ରହ୍ମସ୍ୱ ମହାବିଷ ହୋଇତାହାର ପ୍ରତିକାର ନାହିଁ
Couplet 167
ବିଷ ଭକ୍ଷିଲେ ଜଣେ ମରେବ୍ରହ୍ମସ୍ୱ ବଂଶନାଶ କରେ
Couplet 168
ଯେ ବନ ଦହଇ ଅନଳରକ୍ଷା କରଇ ତହିଁ ଜଳ
Couplet 169
ବ୍ରହ୍ମସ୍ୱ-ଅଗ୍ନି ଏ ସଂସାରେସମୁଳେ ବଂଶ ନାଶ କରେ
Couplet 170
ବ୍ରହ୍ମସ୍ୱ-ଅଗ୍ନି ତେଜ ଯେତେକେ ଲଘିଂ ପାରିବ ଜଗତେ
Couplet 171
ବାହ୍ମଣଧନ ଯେତୁ ଗ୍ରାସେତିନିପୁରୁଷ ତାର ନାଶେ
Couplet 172
ତାତ ଜନନୀ ବେନିବଂଶଉଭୟକୁଳ କରେ ନାଶ
Couplet 173
ଆତ୍ମା ସହିତେ କରେ ନାଶାଏ କଥା ଦେବରେ ପ୍ରକାଶ
Couplet 174
ବ୍ରାହ୍ମଣଧନ ଯେହୁ ହରେପଡେ଼ ନରକ ତମଘୋରେ
Couplet 175
କ୍ଷତ୍ରିୟ ରାଜପଣ ପାଇଆତ୍ମାର ଗତି ନ ଜାଣଇ
Couplet 176
ବ୍ରାହ୍ମଣଧନ ସ୍ୱାଦୁ ମଣିବଳେ ହରନ୍ତି ଯେତେ ପ୍ରାଣୀ
Couplet 177
ନିରତେ ସୁଖ ପ୍ରାୟ ମଣିପଢ଼ନ୍ତି ତମ-ତରଙ୍ଗିଣୀ
Couplet 178
ଅନ୍ନ ନ ପାଇ ବିପ୍ରଜନବିକଳେ କରନ୍ତି ରୋଦନ
Couplet 179
ବିପ୍ରରୋଦନ ଲୁହ ପଡ଼ିଭୂମିରେ ଯେତେ ରେଣୁ ଜଡ଼ି
Couplet 180
ତାବତ କଳ୍ପ ମହାଘୋରେନରକେ ପଡଇ ନିର୍ଭରେ
Couplet 181
ସେ ନିରଙ୍କୁ ହୋଇ ନର୍କେଅନ୍ତେ ପଡ଼ଇ କୁମ୍ଭୀପାକେ
Couplet 182
ସ୍ୱଦତ୍ତ-ପରଦତ୍ତ-ବୃତ୍ତିଯେ ଅଜ୍ଞାନେ ହରନ୍ତି
Couplet 183
ଷାଠିଏ-ସହସ୍ର-ବରଷବିଷ୍ଠାନେ କୃମି ରୂପେ ବାସ
Couplet 184
ମୋହର ବଂଶେ ଯେତେ ଜନବଳେ ହରିବେ ବିପ୍ରଧନ
Couplet 185
ତାହାର ନାହିଁ ଭଲ ଗତିହସି ବୋଲନ୍ତି ଶିରୀପତି
Couplet 186
ମୋହର ବଂଶେ ଯେତେ ଜନବିପ୍ରେ ନ କର ଅପମାନ
Couplet 187
ବ୍ରାହ୍ମଣେ କଲେ ଅପରାଧବେଗେ ବନ୍ଦିବ ତାଙ୍କ ପାଦ
Couplet 188
ମାରନ୍ତେ ଶନ୍ତିରେ ସହିବକେବେହେଁ କୋପ ନ କରିବ
Couplet 189
ବିପ୍ର ଗ୍ରାସିବ ଲୋଭେ ଯାହାସାତ୍ତ୍ୱିକମତେ ଦେବ ତାହା
Couplet 190
ମୁହିଁ ଯେମନ୍ତ ବିପ୍ରପାଦେସର୍ବଦା ନମଇଁ ଆନନ୍ଦେ
Couplet 191
ତୁମ୍ଭେ ନମିଦ ସେହିମତେନୋହିଲେ ଦଣ୍ତ ମୋର ହସ୍ତେ
Couplet 192
ଅପହରଣେ ବିପ୍ରଧାନନିଶ୍ଚୟେ ନରକେ ପତନ
Couplet 193
ଅଜ୍ଞାନେ ନୃଗରାଜା ହରିଏତେ ନରକ ଭୋଗ କରି
Couplet 194
ଯେଣୁ ତାହାର ପୂଣ୍ୟ ଥିଲାମୋହର ହସ୍ତେ ସେ ଲାଗିଲା
Couplet 195
ଦେଖିଲ ତୁମ୍ଭେ ମୋର ଆଗେକହି ଚଳିଲା ସ୍ୱର୍ଗମାର୍ଗେ
Couplet 196
ଏମନ୍ତ କହି ନିଜ ଜନେମୁକୁନ୍ଦ ମିଳିଲେ ସଦନେ
Couplet 197
ଯାହାର ନାମ ପାପବନଶ୍ରବଣେ କରଇ ଦହନ
Couplet 198
ଶୁଣ ହୋ ଅଭିମନ୍ୟୁବାଳସାଧୁଙ୍କ ଦରଶନ ଫଳ
Couplet 199
ନୃଗ ନରକୁ ପାର ହେଲାଦେବଭବନେ ଭୋଗ କଲା
Couplet 200
ସାଧୁଙ୍କ ମୁଖ ଦରଶନଯେ କରେ ଶ୍ରବଣ କୀର୍ତ୍ତନ
Couplet 201
ସ୍ତୁତିବଚନ ଅଙ୍ଗସଙ୍ଗପବିତ୍ରକରେ ନିଜ ଅଙ୍ଗ
Couplet 202
ଲଭେ କୋଟିଏ ତୀର୍ଥଫଳଯେ କରେ ସାଧୁସଙ୍ଗେ ମେଳ
Couplet 203
ତୁ ଏହା ଜାଣି ସାଧୁମେଳେଏ କାଳ ବଞ୍ଚ ସୁଖଭୋଳେ
Couplet 204
ବ୍ରାହ୍ମଣଧନ ତୁ ନ ହରଅମୃତେ ଯେବେ ତୋର
Couplet 205
ବୋଲଇ ବିପ୍ର ଜଗନ୍ନାଥନିବେଶି କୃଷ୍ଣପାଦେ ଚିତ୍ତ
Couplet 206
ଭବଜଳଧି ମଧ୍ୟେ ଥାଇଭାବ ଅଭାବ ନ ଜାଣଇ
Couplet 207
ସୁଜନେ କୃଷ୍ଣପାଦେ ରସକହଇ ଜଗନ୍ନାଥ ଦାସ