Skandha 10
Adhyaya 68
Couplet 1
ଶୁଣ ରାଜନ ଭାଗବତଦ୍ୱାରକାପୁରେ କାମସୁତ
Couplet 2
ନ ଦେଖି ଅତି ଶୋକଭରେଲୋଡ଼ନ୍ତି ଗ୍ରାମ ବନଘୋରେ
Couplet 3
ନ ଦେଖି ହୋଇଲେ ନିରାଶଏମନ୍ତେ ଗଲା ଚାରିମାସ
Couplet 4
ବହ୍ମାନନ୍ଦନ ଏକଦିନେମିଳିଲେ ଦ୍ୱାରକାଭୁବନେ
Couplet 5
ରାମଗୋବିନ୍ଦ ପାଶେ ବସିମୁନି କହନ୍ତି ମନ୍ଦେ ବସି
Couplet 6
ଶୁଣ ଗୋବିନ୍ଦ ହଳଧରତୁମ୍ଭର ପୁତ୍ରର କୁମର
Couplet 7
ଶୋଣିତପୁରେ କନ୍ୟାଛଳେବନ୍ଧନ ନିଜ କର୍ମଫଳେ
Couplet 8
ବଳୀର ପୁତ୍ର ବାଣାସୁରଦୁର୍ଜୟ ଦୁଷ୍ଟ ଦୁରାଚାର
Couplet 9
ତାର ସହସ୍ରଭୁଜ ବହିତା ସମ ରଣେ ବୀର ନାହିଁ
Couplet 10
ଈଶ୍ୱରବରେ ଭୁଜ ବହିତା ସମ ରଣେ ବୀର ନାହିଁ
Couplet 11
ଦେଖି ଡରନ୍ତି ସର୍ବଜନେଅଜେୟ ଏ ତିନିଭୁବନେ
Couplet 12
ଏମନ୍ତ କହି କୃଷ୍ଣଆଗେନାରଦ ଗଲେ ଶୂନ୍ୟମାର୍ଗେ
Couplet 13
କୃଷ୍ଣ ଆଦେଶେ ଉଗ୍ରସେନସାଜିଲେ ଯଦୁ ଭୋଜ ସୈନ୍ୟ
Couplet 14
ପ୍ରଦ୍ୟୁମ୍ନ ଯୁଯୁଧାନ ଗଦଶାମ୍ବ ସାରଣ ଉପନନ୍ଦ
Couplet 15
ଭଦ୍ର ସୁନନ୍ଦ ଆଦି ବେଗେସାଜିଲେ ରାମକୃଷ୍ଣ ସଙ୍ଗେ
Couplet 16
ଦ୍ୱାଦଶ ଅକ୍ଷୌହିଣୀ ଘେନିଶବଦେ କମ୍ପଇ ମେଦିନୀ
Couplet 17
ଶଙ୍ଖ ଶବଦେ ଦିଗ ପୂରିରୁନ୍ଧିଲେ ଶୋଣିତନଗରୀ
Couplet 18
ଦୁର୍ଜୟ ଯଦୁ ଭୋଜବୀରଭାଙ୍ଗିଲେ ବନ ଗ୍ରାମ ପୁର
Couplet 19
ପାଚେରୀ ଅଟ୍ଟାଳୀ ଗୋପୁରଭାଙ୍ଗିଣ ସର୍ବ କଲେ ଚୂର
Couplet 20
ଗହନ ଘୋରନାଦ ଶୁଣିବଳିନନ୍ଦନ ବୀରମଣି
Couplet 21
ଦୁଷ୍ଟସ୍ୱଭାବେ ମହାରୋଷେବେଗେ ମିଳିଲା ରୁଦ୍ର ପାଶେ
Couplet 22
ସମ୍ଭ୍ରମେ ରୁଦ୍ରପାଦେ ପଡ଼ିବୋଲଇ ବେନିକର ଯୋଡ଼ି
Couplet 23
ଭୋ ନାଥ ଅମ୍ବିକାରମଣମୋ ପୁରେ କନ୍ୟାର ଦୂଷଣ
Couplet 24
ନିର୍ଭୟେ ପ୍ରଦ୍ୟୁମ୍ନ କୁମରବଳେ ହରିଲା କନ୍ୟା ମୋର
Couplet 25
ବନ୍ଧନ କଲି ନାଗପାଶେତା ଶୁଣି କୃଷ୍ଣ ମହାରୋଷେ
Couplet 26
ବଳେ ମୋହର ପୁରେ ଆସିରାହୁ ଯେସନେ ଶଶୀ ଗ୍ରାସି
Couplet 27
ଭାଜିଲେ ମୋର ଗଡ଼ ଗ୍ରାମଶୁଣି ଶଙ୍କର ଗରୁତମ
Couplet 28
ବିଶେଷେ କନ୍ୟାର ଦୂଷଣଶୁଣି ସାଜିଲେ ରୁଦ୍ରଗଣ
Couplet 29
ତକ୍ଷଣେ ବଳିର ନନ୍ଦନମିଳିଲା ଆପଣା ଭୁବନ
Couplet 30
କୃଷ୍ଣର ବଳ ପରିମାଣିସାଜି ଦ୍ୱାଦଶ ଅକ୍ଷୌହିଣୀ
Couplet 31
ସଙ୍ଗତେ ଘେନି ମହାବୀରନଗରୁ ହୋଇଲା ବାହାର
Couplet 32
ଦେଖି ତାହାର ଆଗୁସାରତକ୍ଷଣେ ମିଳିଲେ ଶଙ୍କର
Couplet 33
ସଙ୍ଗେ କାର୍ତ୍ତିକ ଗଣପତିଆବର ଯେତେ ସେନାପତି
Couplet 34
ବୃଷଭ ପୃଷ୍ପେ ବସି ହରମିଳିଲେ ଯହିଁ ଚକ୍ରଧର
Couplet 35
ଶଙ୍କର ଗଣ ଅପ୍ରମିତରଣ ଆବୋରି ଯୂଥ ଯୂଥ
Couplet 36
ମାରନ୍ତି ନାନାଶସ୍ତ୍ର ଘେନିଶବଦେ କମ୍ପଇ ମେଦିନୀ
Couplet 37
ଶୂନ୍ୟେ ଦେଖନ୍ତି ଦିଗପାଳକୃଷ୍ଣଶଙ୍କର ରଣଗୋଳ
Couplet 38
ଦୁର୍ଲ୍ଲଭ ହରିହର ଗଣଶୁଣନ୍ତେ ରୋମହରଷଣ
Couplet 39
ଅଦ୍ଭୁତ ଶୁଭେ ଘୋରନାଦଶୁଣ ହୋ ସଂଗ୍ରାମ ପ୍ରମାଦ
Couplet 40
କୃଷ୍ଣଶଙ୍କର ରଣ ଘୋରକାର୍ତ୍ତିକେ ରୁକ୍ମିଣୀକୁମର
Couplet 41
ବାଣର ମନ୍ତ୍ରୀ ବେନିଜନନାମ କୁମ୍ଭାଣ୍ତ କୂପକର୍ଣ୍ଣ
Couplet 42
କୁମ୍ଭାଣ୍ତ କୂପକର୍ଣ୍ଣ ବୀରସଙ୍ଗେ ଯୁଝନ୍ତି ହଳଧର
Couplet 43
ବାଣକୁମର ଶାମ୍ବ ବେନିଯୁଦ୍ଧ କରନ୍ତି ଶସ୍ତ୍ର ଘେନି
Couplet 44
ସାତ୍ୟକି ବାଣ ତୁଲେ ରଣକେ କହୁ ଯୁଦ୍ଧ ଗରୁଟାଣ
Couplet 45
ସହସ୍ର ଭୁଜେ ବେନିଭୁଜଯେଣୁ ସାତ୍ୟକି ବିଷ୍ଣୁତେଜ
Couplet 46
ଦେଖି ଅଦ୍ଭୁତ ଘୋରଗଣଶୁନ୍ୟେ ମିଳିଲେ ଦେବଗଣ
Couplet 47
ବ୍ରହ୍ମାଙ୍କ ତୁଲେ ଆଖଣ୍ତଳସିଦ୍ଧଚାରଣ ଦିଗପାଳ
Couplet 48
ଗନ୍ଧର୍ବ ଅପସରା ଯକ୍ଷବିମାନେ ମିଳିଲେ ପ୍ରତ୍ୟକ୍ଷ
Couplet 49
ଗୋବିନ୍ଦ ଦେଖି ରୁଦ୍ରଗଣନିଜ କୋଦଣ୍ତେ ଦେଲେ ଗୁଣ
Couplet 50
ଭୂତ ପ୍ରମଥ ଗୁହ୍ୟଗଣଗ୍ରହ ଡାକିନୀ ଯାତୁଧାନ
Couplet 51
ବେତାଳ ଆଦି ବିନାୟକକୋଟରା ରେବତୀ ଅନ୍ତକ
Couplet 52
ଜ୍ୟେଷ୍ଠା ପୂତନା ଆଦି ଯେତେପ୍ରେତ ମାତୃକାଗଣ ଯୂଥେ
Couplet 53
ପିଶାଚ କୁଷ୍ମାଣ୍ତକ ବୀରବ୍ରହ୍ମରାକ୍ଷସ ମହାଘୋର
Couplet 54
ଏ ଆଦି କହିବି ମୁଁ କେତେରୁଦ୍ରର ବଳ ଛନ୍ତି ଯେତେ
Couplet 55
ସାରଙ୍ଗ ଧନୁର୍ବାଣ ବିନ୍ଧିନିମିଷ ମାେତ୍ର କୃଷ୍ଣ ଛେଦି
Couplet 56
ତା ଦେଖି ରୁଦ୍ର କୋପଭରେପିନାକ ଧନୁ ଧରି କରେ
Couplet 57
ତକ୍ଷଣେ ଦଶଦିଗ ରୁନ୍ଧିକୃଷ୍ଣ ଉପରେ ବାଣ ବିନ୍ଧି
Couplet 58
ରୁଦ୍ର ନାରାଚ ଦେଖି ହରିଗୁଣ ଟଙ୍କାରି ନାଦ କରି
Couplet 59
ବାଣକୁ ବାଣ ପରିତାଳକରନ୍ତି ମଦନଗୋପାଳ
Couplet 60
ତିଳପ୍ରମାଣ ଛେଦି କରିକାଟିଲେ ରୁଦ୍ରବାଣ ହରି
Couplet 61
ଲୀଳାମାତ୍ରକେ ବାଣ ଗଲାତା ଦେଖି ରୁଦ୍ର କୋପ କଲା
Couplet 62
ଦହିବା ପ୍ରାୟ ତିନିପୁରଗୁଣେ ବସାଇ ରୁଦ୍ରଶର
Couplet 63
ଆକର୍ଣ୍ଣଯାଏ ଟାଣି ଗୁଣଦେଖି ହସନ୍ତି ନାରାୟଣ
Couplet 64
ବ୍ରହ୍ମଅସ୍ତ୍ରରେ ତାହା ଛେଦିପର୍ବତବାଣ ରୁଦ୍ର ବିନ୍ଧି
Couplet 65
ବଜ୍ର ପ୍ରହାରି ଜଗନ୍ନାଥରୁଦ୍ରଶସ୍ତ୍ରକୁ କଲେ ହତ
Couplet 66
ହର ପେଷିଲେ ମେଘମାଳପବନଶରେ ନନ୍ଦବାଳ
Couplet 67
ମେଘସମୂହେ ବେଗେ ନାଶେଶଙ୍କର ଅନଳ ବରଷେ
Couplet 68
ଗୋବିନ୍ଦ ଜଳବୃଷ୍ଟି କରିତକ୍ଷଣେ ଅନଳ ନିବାରି
Couplet 69
ଦେଖି ଶଙ୍କର କୋପଚିତ୍ତେବେଗେ ବିନ୍ଧିଲେ ପାଶୁପତେ
Couplet 70
କୃଷ୍ଣ ପେଷିଲେ ଚକ୍ର ବେଗେପଡ଼ିଲା ପାଶୁପତ ଅଙ୍ଗେ
Couplet 71
ତକ୍ଷଣେ କଲା ଭସ୍ମସାରଯୁଦ୍ଧ ଦେଖନ୍ତି ସୁର ନର
Couplet 72
ରୁଦ୍ର ଶରୀରେ ଗୋପୀନାଥଜୃମ୍ଭଣ ଶସ୍ତ୍ର କଲେ ଘାତ
Couplet 73
ପୁଣି ମୋହନଶସ୍ତ୍ର ଧରିଶଙ୍କର ଦେହେ କୃଷ୍ଣ ମାରି
Couplet 74
ତକ୍ଷଣେ ଅମ୍ବିକାରମଣମୋହେ ପଡ଼ିଲେ ଘୋରରଣ
Couplet 75
ପଞ୍ଚପରାଣ କଣ୍ଠାଗ୍ରତତକ୍ଷଣେ ହୋଇଲେ ଅଚେତ
Couplet 76
ରୁଦ୍ରଙ୍କୁ କରାଇ ମୋହନଚାହିଁଲେ ଦେବକୀନନ୍ଦନ
Couplet 77
ବାଣାସୁରର ବଳ ଦେଖିଧନୁକୁ କଲେ ଅଧୋମୁଖୀ
Couplet 78
ଗଦାଖଡ଼ଗ ବାଣେ ହରିଦ୍ୱାଦଶ ଅକ୍ଷୌହିଣୀ ମାରି
Couplet 79
ଗୋବିନ୍ଦ କଲେ ଶଙ୍ଖଧ୍ୱନିଶବଦେ କମ୍ପିଲା ମେଦିନୀ
Couplet 80
କାର୍ତ୍ତିକ ପ୍ରଦ୍ୟୁମ୍ନର ତୁଲେଘୋରଶବଦେ ରଣ କଲେ
Couplet 81
ପ୍ରଦ୍ୟୁମ୍ନବାଣେ ହରବଳାମୟୁର ଘେନି ପଳାଇଲା
Couplet 82
କୁମ୍ଭାଣ୍ତ କୂପକର୍ଣ୍ଣ ବେନିରାମର ତୁଲେ ଧନୁ ଘେନି
Couplet 83
ଯୁଦ୍ଧ କରନ୍ତି ଗୁରୁତରଦେଖି କୋପିଲେ ହଳଧର
Couplet 84
ମୂଷଳ ଘେନି ବେଗେ ପିଟିପଡ଼ିଲେ ବେନିବୀର ଲୋଟି
Couplet 85
ସନ୍ନିଧ୍ୟେ ଯେତେ ବୀର ଥିଲେସମର ଛାଡି ପଳାଇଲେ
Couplet 86
ସାତ୍ୟକି ତୁଲେ ବାଣାସୁରନିବିଡେ଼ କରନ୍ତେ ସମର
Couplet 87
ଦେଖିଲା ନିଜ ସୈନ୍ୟ ନାହିଁସମ୍ଭ୍ରମେ ଦଶଦିଗ ଚାହିଁ
Couplet 88
ତା ଦେଖି ବଳିର କୁମରକୋପ ବଢ଼ିଲା ଗରୁତର
Couplet 89
ସାତ୍ୟକି ତୁଲେ ରଣ ଛାଡିଧାଇଁଲା ରଣଭୂମି ମାଡ଼ି
Couplet 90
କୃଷ୍ଣନିକଟେ ରଥ ନେଇରଖିଲା ଚାପେ ଗଣ ଦେଇ
Couplet 91
ଆକର୍ଷି ଧନ ପାଞ୍ଚଶତଅସୁର ବଳ ଅପ୍ରମିତ
Couplet 92
ଗୁଣକେ ବେନି ବେନି ବାଣକୋପେ ବିନ୍ଧିଲା ଗରୁଟାଣ
Couplet 93
ରଣ-ଦୁର୍ମଦ ଅତି ଖରେବିନ୍ଧିଲା ଗୋବିନ୍ଦ ଉପରେ
Couplet 94
ଦେଖି ତାହାର ବାଣବୃଷ୍ଟିଗୋବିନ୍ଦ କଲେ ଦୃଢ଼ମୁଷ୍ଠି
Couplet 95
ଏକାବେଳେକେ ଦେବରାଜବିନ୍ଧିଲେ ସହସ୍ର ନାରାଚ
Couplet 96
ଶରର ମୁଖେ ଶର ବାଜିଅସୁର ବାଣ ଗଲା ଭାଜି
Couplet 97
ତକ୍ଷଣେ ତିନିଶର ବିନ୍ଧିଅଶ୍ୱ ସାରଥି ରଥ ଛେଦି
Couplet 98
ବାଣ ହୋଇଲା ଭୂମିପାଦଗୋବିନ୍ଦ କଲେ ଶଙ୍ଖନାଦ
Couplet 99
ତାର ଜନନୀ ପୁରେ ଥିଲାପୁତ୍ରର ମରଣ ଜାଣିଲା
Couplet 100
ସିଦ୍ଧଯୋଗିନୀ ସେ ଯୁକତେସଂଗ୍ରାମେ ମିଳିଲା ତୁରିତେ
Couplet 101
କୃଷ୍ଣର ନିକଟ ହୋଇଲାଅତି ବିରୂପ ପ୍ରକାଶିଲା
Couplet 102
କେଶ ମୁକୁଳା ମୁଣ୍ତେ ଚାଲେବସ୍ତ୍ର ପଡ଼ିଲା ଫିଟି ତଳେ
Couplet 103
ବିବସ୍ତ୍ର ଦେଖି ତା ଶରୀରବିଷ୍ଣୁ ସୁମରି ଗଦାଧର
Couplet 104
ଅଧୋବଦନ ନାରାୟଣବିରଥ ହୋଇଥିଲା ବାଣ
Couplet 105
ବେଗେ ପଳାଇ ପୁରେ ପଶିଗୋପନେ ଜୀବନ ଆଶ୍ୱାସି
Couplet 106
ଭୁବନେ ହୋଇଲା ନିଶ୍ଚିନ୍ତଏମନ୍ତ ଶୁଣ ନରନାଥ
Couplet 107
ରୁଦ୍ର ଯେ ପଡ଼ିଥିଲେ ମୋହେଜ୍ଞାନ ପଶିଲା ନିଜ ଦେହେ
Couplet 108
ଉଠି ସମ୍ଭାଳି କଳେବରଶରୀରୁ ଜାତ କଲେ ଜ୍ୱର
Couplet 109
ବୋଇଲେ କୃଷ୍ଣେ ମାର ତୁହିତକ୍ଷଣେ ଶିବ ଆଜ୍ଞା ପାଇ
Couplet 110
ସ୍ୱଭାବେ ତ୍ରିଶିର ତ୍ରିପାଦଚଳନ୍ତେ କଲେ ଘୋର ନାଦ
Couplet 111
ଶବଦେ ଭୁବନ କମ୍ପିଲାକୃଷ୍ଣର ନିକଟେ ମିଳିଲା
Couplet 112
ଅଦ୍ଭୁତ ଦେଖି ରୂପ ତାରଅଳପ ହସି ଚକ୍ରଧର
Couplet 113
କୃଷ୍ଣ ଆଦେଶେ ବିଷ୍ଣୁଜ୍ୱରଶରୀରୁ ହୋଇଲା ବାହାର
Couplet 114
ଏ ବେନି ଜ୍ୱର ଏକମେଳେଶୂନ୍ୟେ ଦେଖନ୍ତି ଦିଗପାଳେ
Couplet 115
କେପେ ଯୁଝନ୍ତି ବେନି ଜ୍ୱରଶବଦେ କମ୍ପେ ତିନିପୁର
Couplet 116
ବଜ୍ର ଶବଦ ଘୋରନାଦେସମର କଲେ ବାହୁଯୁଦ୍ଧେ
Couplet 117
ବିଷ୍ଣୁର ଜ୍ୱର ମହାଘୋରଦେଖି ଭାଜିଲା ଶିବଜ୍ୱର
Couplet 118
ପଳାଇଗଲା ଅନ୍ତରୀକ୍ଷେଗୋଡାଏ ବିଷ୍ଣୁଜ୍ୱର ପଛେ
Couplet 119
ଭ୍ରମିଲା ଦଶଦିଶ ତ୍ରାସେକେହି ନୋହିଲେ ତା ବିଶ୍ୱାସେ
Couplet 120
ଚଉଦଭୁବନେ ବୁଲିଲାଶରଣ କେହି ନ ରଖିଲା
Couplet 121
କୃଷ୍ଣବଇରୀ କେ ବିଶ୍ୱାସଜୀବନେ ଅଛି ଯାର ଆଶ
Couplet 122
ନିରାଶେ ଶିବଜ୍ୱର ଧାଇଁମିଳିଲା କୃଷ୍ଣ ପାଶେ ଯାଇ
Couplet 123
ଭୟେ ରୋଦଇ ଘୋରନାଦେଶରଣ ଗଲା କୃଷ୍ଣ ପାଦେ
Couplet 124
ଆରତେ କୃଷ୍ଣ ପାଦେ ଯାଇକରଯୁଗଳ ଶିରେ ଦେଇ
Couplet 125
କତରେ ଯୋଡ଼ି ବେନିକରସ୍ତୁତିକରଇ ଶିବଜ୍ୱର
Couplet 126
ନମଇଁ ପ୍ରଭୁ ଭାବଗ୍ରାହୀଅନନ୍ତଶକ୍ତିମୟ ତୁହି
Couplet 127
ପରମପୁରୁଷ ତୁ ହରିଜଗତେ ଅତ୍ମାରୂପେ ପୂରି
Couplet 128
ତୋହର ନାହିଁ ଆଦିଅନ୍ତକେବଳ ଆତ୍ମଜ୍ଞାନେ ରତ
Couplet 129
ସୃଷ୍ଟିପାଳନ ସଂହାରଣତୁ ନାଥ ପରମକାରଣ
Couplet 130
ଯେ ନିର୍ବିକାର ବ୍ରହ୍ମତତ୍ତ୍ୱବେଦାନ୍ତେ ବୋଲନ୍ତି ପ୍ରଶସ୍ତ
Couplet 131
କାଳ ଦଇବ କର୍ମ ଜୀବଏମନ୍ତେ ପଞ୍ଚମେ ସ୍ୱଭାବ
Couplet 132
ତୁ ଭୂତ ସୂକ୍ଷ୍ମ କ୍ଷେତ୍ରଆତ୍ମାବିକାର ପଞ୍ଚ ତୋ ମହିମା
Couplet 133
ଏ ଦଶଇନ୍ଦ୍ରି ଏକକରିତୋ ମାୟା ବୀଜରୂପ ଧରି
Couplet 134
ଅଙ୍କୁରି ଫଳଇ ବ୍ରହ୍ମାଣ୍ତଏଣେ ବିଲଗ ତୋର ପିଣ୍ତ
Couplet 135
ଲୀଳାଏ ଉତପନ୍ନ ହେଉତୁ ନାଥ ଭାବେ ଦେହ ବହୁ
Couplet 136
ଦେବତା ସାଧୁ ଲୋକଧର୍ମଯଜ୍ଞାଦି ଯେତେ ଶୁଭକର୍ମ
Couplet 137
ଏ ଆଦି ଯେତେ ଧର୍ମହେତୁଏହାଙ୍କ ରକ୍ଷଣେ ତୁ ସେତୁ
Couplet 138
ସାଧୁ ହିଂସନ୍ତି ଯେତେ ପ୍ରାଣୀତାହାଙ୍କୁ ଦଣ୍ତୁ ଚକ୍ରପାଣି
Couplet 139
ଭୂମିର ଭାର ଖଣ୍ତିବାରେତୋହର ଜନ୍ମ ଏ ସଂସାରେ
Couplet 140
ତୋହର ତେଜେ ନିଜ ଜ୍ୱରଦୁଃସହ ଘୋର ଭୟଙ୍କର
Couplet 141
ତାହାର ମହାତେଜେ ମୁହିଁବ୍ରହ୍ମାଣ୍ତେ ଭ୍ରମି ଶ୍ରମ ପାଇ
Couplet 142
ପଶିଲି ତୋହରେ ଶରଣତୁ ମୋତେ ରଖ ନାରାୟଣ
Couplet 143
ଯାବତ ଜନ୍ତୁ ତୋର ପାଦେଶରଣ ନ ପଶେ ପ୍ରମାଦେ
Couplet 144
ତାବତ ତାପତ୍ରୟେ ଦୁଃଖୀକର୍ମବନ୍ଧନେ ଉପଲକ୍ଷ୍ୟି
Couplet 145
ଏମନ୍ତ ଜ୍ୱର ବାକ୍ୟଶୁଣିହସି ବୋଲନ୍ତି ଚକ୍ରପାଣି
Couplet 146
ତ୍ରିଶିର ଶୁଣ ମୋ ବଚନମୁଁ ତୋତେ ହୋଇଲି ପ୍ରସନ୍ନ
Couplet 147
ତୋତେ ମୋ ଜ୍ୱର ଭୟ ନାହିଁଶୁଣ ମୁଁ ପ୍ରସନ୍ନେ ବୋଲଇ
Couplet 148
ତୋହର ମୋହର ସମ୍ବାଦଶୁଣନ୍ତେ ଖଣ୍ତିବ ପ୍ରମାଦ
Couplet 149
ଜ୍ୱର ନ ଲାଗୁ ତା ଶରୀରସତ୍ୟବଚନ ଏ ମୋହର
Couplet 150
ଏମନ୍ତ କୃଷ୍ଣବାକ୍ୟ ଶୁଣିଜ୍ୱର ନମିଲା ଚକ୍ରପାଣି
Couplet 151
ଆନନ୍ଦେ ଗଲା ଶିବଜ୍ୱରଏବେ ହୋ ଶୁଣ ନୃପବର
Couplet 152
ବାଣ ଯେ ନିଜପୁରେ ଥିଲାପୁଣି ସଂଗ୍ରାମେ ବିଜେ କଲା
Couplet 153
ରଥେ ବସିଲା କୋପଭରେଅର୍ଦ୍ଧସହସ୍ର ଧନୁ କରେ
Couplet 154
ସହସ୍ରଭୁଜେ ମହାରୋଷେବାଣ ବରଷେ ଦଶଦିଶେ
Couplet 155
ଆୟୁଧ ନାନାରୂପେ ଧରିମିଳିଲା ଯହିଁ ନରହରି
Couplet 156
ବାଣ ବରଷେ ମହାଘୋରଯେହ୍ନେ ଗଗନେ ଜଳଧର
Couplet 157
ଦେଖି ତାହାର ବାଣବୃଷ୍ଟିକୃଷ୍ଣ ଚାହିଁଲେ ସ୍ଥିରଦୃଷ୍ଟି
Couplet 158
ସୁଦରଶନ ଘେନି ହସ୍ତେଆସନ୍ତେ ପ୍ରହାରିଲା ପଥେ
Couplet 159
ବାଣବରଷା ଅତିବେଗେକୋପେ ଛେଦିଲେ ଶୂନ୍ୟମାର୍ଗେ
Couplet 160
ବଜ୍ରଶବଦ ପ୍ରାୟ ସ୍ପୁରିକୋଟିତପନ ରୂପ ଧରି
Couplet 161
ପଡିଲା ବାଣାସୁର କନ୍ଧେଭୁଜଛେଦିଲା ଘୋରନାଦେ
Couplet 162
ବାମ-ଦକ୍ଷିଣେ ବେଗେ ପଡେ଼ବୃକ୍ଷରୁ ପତ୍ର ଯେହ୍ନେ ଝଡେ଼
Couplet 163
ବାଣର ଭୁଜ ନାଶ ଦେଖିଶଙ୍କର ସମର ଉପେକ୍ଷି
Couplet 164
ମିଳିଲେ ଗୋବିନ୍ଦ ନିକଟେଦେବେ ଦେଖନ୍ତି ଶୂନ୍ୟବାଟେ
Couplet 165
ଭକତବନ୍ଧୁ ସେ ଶଙ୍କରଶିରେ ନିବେଶି ବେନିକର
Couplet 166
ବୋଲନ୍ତି ଚକ୍ରାୟୁଦ ତୁହିତୁ ନାଥ ନୋହୁ ଭୂତଦେହୀ
Couplet 167
ତୁ ବ୍ରହ୍ମ ପୁରୁଷ ପୁରାଣଅଶେଷ-ପରମକାରଣ
Couplet 168
ପରମଜ୍ୟୋତି ରୂପ ତୋରଚର୍ମଲୋଚନେ ଆଗୋଚର
Couplet 169
ନିର୍ମଳଆତ୍ମା ଯୋଗୀଜନେତୋତେ ଭାବନ୍ତି ଶୁଦ୍ଧମନେ
Couplet 170
ତୁ ଆତ୍ମାରୂପେ ସର୍ବଦେହେତୋତେ ଦେଖନ୍ତି ପୁଣ୍ୟମୟେ
Couplet 171
ତୋହର ନାଭି ଅନ୍ତରୀକ୍ଷବଦନ ଅନଳ ପ୍ରତ୍ୟକ୍ଷ
Couplet 172
ଆପ ତୋହର ରେତସାରଗଗନ ଘେନି ତୋର ଶିର
Couplet 173
ଦିଗ ଯେ ତୋହର ଶ୍ରବଣମେଦିନୀ ପ୍ରକାଶ ଚରଣ
Couplet 174
ତୋହର ମନ ନିଶାକରରବି ତୋ ନୟନୁ ବାହାର
Couplet 175
ମୁଁ ତୋର ଆତ୍ମାର ନିକଟସପ୍ତ ସମୁଦ୍ର ତୋର ପେଟ
Couplet 176
ତୋହର ଭୁଜ ଆଖଣ୍ତଳତୋ ତନୁରୋମ ତରୁମାଳ
Couplet 177
ଜୀମୂତଗଣେ ତୋର କେଶବିରଞ୍ଚି ତୋ ବୁଦ୍ଧି ପ୍ରକାଶ
Couplet 178
ତୋର ବୃଷଣ ପ୍ରଜାପତିଏଣୁକେ ଜାଣେ ତୋର ଗତି
Couplet 179
ଧର୍ମ ତୋ ହୃଦୟୁ ପ୍ରକାଶଏଣୁ ତୁ ବିରାଟପୁରୁଷ
Couplet 180
ଜଗତେ ତୋର ଅବତାରଧର୍ମରକ୍ଷଣେ ଚକ୍ରଧର
Couplet 181
ଜଗତହିତେ ତୋର ଦେହୀତୋ ମାୟା ନ ଜାଣନ୍ତି କେହି
Couplet 182
ତୋ ଅନୁଭବ ଆମ୍ଭେ କେଉଁଆଜ୍ଞାରୁ ଭୁବନ ଭିଆଉଁ
Couplet 183
କରୁ ପାଳନ ସଂହାରଣତୋହର ଆଜ୍ଞା ପରମାଣ
Couplet 184
ଆଦିପୁରୁଷ ଏକ ତୁହିଦ୍ୱିତୀୟଭାବ ତୋର ନାହିଁ
Couplet 185
ଜ୍ଞାନ ପ୍ରକାଶ ଶୁଦ୍ଧଜ୍ୟୋତିହେତୁ ଅହେତୁ ତୁ ଶ୍ରୀପତି
Couplet 186
ପ୍ରକାଶ ହେଉ ଯଥାବିଧିତୋ ମାୟା ସକଳେ ପ୍ରସିଦ୍ଧ
Couplet 187
ସୂର୍ଯ୍ୟର ତହୁଁ ଛାୟା ଜାତଛାୟାରେ ଛନ୍ନ ଛାୟାକାନ୍ତ
Couplet 188
ଛାୟାର ମଧ୍ୟେ ନାନାରୂପତେସନେ ତୋର ମାକ୍ଷାକଳ୍ପ
Couplet 189
ତ୍ରିଗୁଣେ ନୋହୁ ତୁ ବିକାଶରବି ଯେସନେ ସ୍ୱପ୍ରକାଶ
Couplet 190
ଆତ୍ମାପ୍ରକାଶେ ଗୁଣ ନାଶେଆଦିତ୍ୟ ଯେସନେ ଆକାଶେ
Couplet 191
ତୁ ନାଥ ନିତ୍ୟ ଶୁଦ୍ଧଜ୍ଞାନମହାମହିମ ଭଗବାନ
Couplet 192
ତୋର ମାୟାରେ ବୁଦ୍ଧିନାଶିଜୀବନ ଗଳେ ମୋହପାଶି
Couplet 193
ପୁତ୍ର-କଳତ୍ର-ଗୃହ-ଧନେବନ୍ଧନ ତୋହର ବଚନେ
Couplet 194
ଦୁଃଖସାଗରେ ମୂଢ଼ମତିବୁଡ଼ନ୍ତି ପୁଣି ପ୍ରକାଶନ୍ତି
Couplet 195
ପମାଦେ କରୁଥାନ୍ତି କେଳିତୋର ମାୟାରେ ବନମାଳୀ
Couplet 196
ମନୁଷ୍ୟ ଦେହ ପଦ୍ମନାଭନିଶ୍ଚୟ ଦେବଙ୍କୁ ଦୁର୍ଲ୍ଲଭ
Couplet 197
ଏ ଦେହ ପାଇ ଜ୍ଞାନ ହାରିତୋତେ ନ ଜାଣେ ଦଇତ୍ୟାରି
Couplet 198
ଭାବ ତୋ ଚରଣେ ନ ସଞ୍ଚେସେ ଦୁଃଖେ ନିଜ ଆତ୍ମା ବଞ୍ଚେ
Couplet 199
ଆତ୍ମା ଈଶ୍ୱର ପ୍ରିୟ ତୁହିସେ ପ୍ରାଣୀ ତୋତେ ପାସୋରଇ
Couplet 200
ଇନ୍ଦ୍ରିୟ ଅର୍ଥେ ବିପରୀତହସ୍ତରୁ ପକାଇ ଅମୃତ
Couplet 201
ବିଷ ଭକ୍ଷଇ ସ୍ୱାଦୁ ମଣିତୋ ମାୟାଗୁଣେ ଚକ୍ରପାଣି
Couplet 202
ମୁହିଁ ବିରଞ୍ଚି ମୁନି ଦେବାନିର୍ମଳ ତୋତେ ସେବା
Couplet 203
କରୁଁ ସଂସାରେ ଦେହ ବହିଜୀବର ଇଷ୍ଟଦାତା ତୁହି
Couplet 204
ସ୍ଥିତି-ପାଳନ-ଅନ୍ତ ହେତୁସମ ପ୍ରଶାନ୍ତ ଆତ୍ମା କେତୁ
Couplet 205
ଆତ୍ମା ଦେବତା ତୁ ଅନେକତୋ ତହୁଁ ନାହିଁ ଅନ୍ୟ ଏକ
Couplet 206
ତୁ ଏ ଜଗତମିତ୍ର ହେତୁଜନ୍ମ ମରଣ ବନ୍ଧ ସେତୁ
Couplet 207
ତୋତେ ଭଜିଲେ ନରନାରୀତୋ ମାୟାବନ୍ଧରୁ ନିସ୍ତରି
Couplet 208
ଏ ବାଣାସୁର ଭକ୍ତ ମୋରପ୍ରିୟ ସୁହୃଦ ଅନୁଚର
Couplet 209
ଏହାର ତପେ ତୋଷ ହୋଇଅଭୟ ବର ଦେଲି ମୁହିଁ
Couplet 210
ସେ ବର ପ୍ରତିପାଳ ତୁହିମୋହର ଭାବେ ତୋଷ ହୋଇ
Couplet 211
ଅସୁରସୁତ ପ୍ରହଲ୍ଲାଦତରିଲା ଅନେକ ପ୍ରମାଦ
Couplet 212
ତୋର ପ୍ରସାଦେ ଭାବଗ୍ରାହୀମୋର ସେବକ ରଖ ତୁହି
Couplet 213
ଏମନ୍ତ ଶମ୍ଭୁବାକ୍ୟ ଶୁଣିହସି ବୋଲନ୍ତି ଚକ ଚକ୍ରପାଣି
Couplet 214
ଭୋ ଦେବ ତୋହର ବଚନଅବଶ୍ୟ କରିବି ପାଳନ
Couplet 215
ଯେମନ୍ତ ଆଜ୍ଞା ଦେବୁ ମୋତେକରିବି ତୋର ଅନୁମତେ
Couplet 216
ଏ ମୋର ହସ୍ତେ ନ ମରଇଭଲେ ଜାଣଇ ଏହା ମୁହିଁ
Couplet 217
ମୋର ଭକତ ପ୍ରହଲ୍ଲାଦତାହାରେ ନ ଲାଗେ ପ୍ରମାଦ
Couplet 218
ତାର କୁମର ବିରୋଚନବଳି ଯେ ତାହାର ନନ୍ଦନ
Couplet 219
ବଳିର ପୁତ୍ର ବାଣାସୁରଏଣୁ ଏ ଅବଧ୍ୟ ମୋହର
Couplet 220
ପ୍ରହଲ୍ଲାଦର ବଂଶ ଯେଣୁଏହାକୁ ନ ମାରିବି ତେଣୁ
Couplet 221
ପୂର୍ବେ ମୁଁ ଅଛି ବର ଦେଇତା ବଂଶ ନ ମାରିବି ମୁହିଁ
Couplet 222
ଏହାର ଗର୍ବ ନାଶିବାରେଚକ୍ର ପେଷିଲି କୋପଭରେ
Couplet 223
ସହସ୍ରଭୁଜ ଛେଦି କରିଦ୍ୱାଦଶ ଅକ୍ଷୌହିଣୀ ମାରି
Couplet 224
ତ୍ରିଦଶହିତେ ଭୂମିଭାରବିନାଶ ଅର୍ଥେ ଅବତାର
Couplet 225
ଏବେ ମୁଁ କଲି ଦେବକାର୍ଯ୍ୟଥାଉ ଏହାର ଚାରିଭୁଜ
Couplet 226
ଅଜରାମର-ପ୍ରାଣ ହେଉତୋର ସେବକ ସୁଖେ ଥାଉ
Couplet 227
ଅଭୟ ହେଉ ଏ ଅସୁରଏମନ୍ତ କୃଷ୍ଣ ଦେଲେ ବର
Couplet 228
ଏମନ୍ତ କୃଷ୍ଣବାକ୍ୟ ଶୁଣିଅସୁର ନମେ ଚକ୍ରପାଣି
Couplet 229
ବାଜଇ ନାନାବାଦ୍ୟ ରଙ୍ଗେଉଷାରୁ ଅନିରୁଦ୍ଧ ସଙ୍ଗେ
Couplet 230
ରଥେ ବସାଇ ବଳି-ବଳାକୃଷ୍ଣ ସମୀପେ ଆଣି ଦେଲା
Couplet 231
ଉଷା ସହିତେ ଅନିରୁଦ୍ଧେଦେଇ ନମିଲା କୃଷ୍ଣପାଦେ
Couplet 232
ଯାଦବବଳ ମଧ୍ୟେ ହରିବରକନ୍ୟାଙ୍କୁ ରଥେ ଧରି
Couplet 233
ରୁଦ୍ରଙ୍କୁ କରି ନମସ୍କାରଦ୍ୱାରକା ବିଜେ ଦାମୋଦର
Couplet 234
କୃଷ୍ଣବିଜୟେ ଦ୍ୱାରାପୁରୀଅଧିକେ ଅଳଙ୍କୃତ କରି
Couplet 235
ତୋରଣ ବାନ୍ଧି ଉଚ୍ଚବୃକ୍ଷେମାର୍ଜନା କଲେ ଦାଣ୍ତରାକ୍ଷେ
Couplet 236
ମଙ୍ଗଳଦ୍ରବ୍ୟ କରେ ଘେନିଆନନ୍ଦେ ମିଳିଲେ କାମିନୀ
Couplet 237
ଶଙ୍ଖ ଦୁନ୍ଦୁଭି ବାଦ୍ୟସ୍ୱରେଆଶିଷ ଦେଲେ କନ୍ୟାବରେ
Couplet 238
ଆନନ୍ଦେ ନୃତ୍ୟ ବାଦ୍ୟବିଜୟେ ଦ୍ୱାରକା-ସମ୍ପଦ
Couplet 239
ଏମନ୍ତ ହରିହର-ରଣଯେ କରେ ଶ୍ରବଶ କୀର୍ତ୍ତନ
Couplet 240
ପ୍ରଭାତକାଳେ ପ୍ରତିଦିନେଯେ ପ୍ରାଣୀ ଚିନ୍ତେ ଶୁଦ୍ଧମନେ
Couplet 241
ତାହାର ନାହିଁ ପରାଭବନିରତେ ରଖନ୍ତି ମାଧବ
Couplet 242
କୃଷ୍ଣମଙ୍ଗଳ ଶୁଦ୍ଧବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 243
ସୁଜନହିତେ ଭାଗବତକହିଲା ଦାସ ଜଗନ୍ନାଥ