Skip to content
paribhaasha

Skandha 10

Adhyaya 67

  1. Couplet 1

    ଶୁଣ ପରୀକ୍ଷ ଦଣ୍ତଧରଶୋଣିତପୁରେ ମହାବୀର

  2. Couplet 2

    ଦନୁଜବଳୀର କୁମରନାମ ତାହାର ବାଣାସୁର

  3. Couplet 3

    ଶତେ କୁମର ମଧ୍ୟେ ଶ୍ରେଷ୍ଠତାମସ ଭାବେ ମହାଦୁଷ୍ଟ

  4. Couplet 4

    ତପେ ସେ ଈଶ୍ୱରଙ୍କୁ ଧ୍ୟାୟିବରେ ସହସ୍ରଭୁଜ ପାଇ

  5. Couplet 5

    ସେହୁ ସହସ୍ରଭୁଜ ବଳେଯୁଦ୍ଧେ ଭ୍ରମିଲା ମହୀତଳେ

  6. Couplet 6

    ଦେଖି ତାହାର ଭୁଜ ତେଜଯୁଦ୍ଧେ ହାରିଲେ ସର୍ବରାଜ

  7. Couplet 7

    ଯୁଦ୍ଧ ନ ପାଇ ମନସ୍ତାପେମିଳିଲା ଈଶ୍ୱର ସମୀପେ

  8. Couplet 8

    ମର୍ଦ୍ଦଳ ପଞ୍ଚଶତ କନ୍ଧେଦିବ୍ୟତାଣ୍ତବ ଅନୁବନ୍ଧେ

  9. Couplet 9

    ତୋଷିଲା ଭବାନୀଶଙ୍କରପ୍ରସନ୍ନ ହୋଇ ଶୂଳଧର

  10. Couplet 10

    ବୋଇଲେ ବର ମାଗ ତୁହିତୋତେ ପ୍ରସନ୍ନ ହେଲି ମୁହିଁ

  11. Couplet 11

    ସେ ବୋଲେ ହୁଅ ମୋର ଦ୍ୱାରୀହେଉ ବୋଇଲେ ଶୂଳଧାରୀ

  12. Couplet 12

    ଦିନେ ସମ୍ଭ୍ରମେ ମହାବୀରରତ୍ନମୁକୁଟ ଅଛି ଶିର

  13. Couplet 13

    ସେ ଶିରେ ହରପାଦେ ପଡ଼ିବୋଲଇ ବେନିକର ଯୋଡ଼ି

  14. Couplet 14

    ନମଇଁ ତୁମ୍ଭର ଚରଣଅନିଦା ପରମକାରଣ

  15. Couplet 15

    ତୁ ନାଥ ସର୍ବଲୋକଗୁରୁଭକତଜନେ ଦୟା କରୁ

  16. Couplet 16

    ଅପୂର୍ଣ୍ଣକାମ ଯେତେ ଜନତମ୍ଭେ ତାହାଙ୍କ କଳ୍ପଦ୍ରୁମ

  17. Couplet 17

    ସର୍ବସମ୍ପଦ ପାର ଦେଇଭକତ ଯେମନ୍ତ ଲୋଡ଼ଇ

  18. Couplet 18

    ସହସ୍ରେ ଦେଲୁ ମୋତେ କରକେବଳ ଭାର ଏ ମୋହର

  19. Couplet 19

    କି ପ୍ରୟୋଜନ ଭୁଜ ବହିସଂଗ୍ରାମେ ସୁଖ ମୋର ନାହିଁ

  20. Couplet 20

    ସମର ଆଶେ ତିନିଲୋକେତୁଲେ ଖୋଜିଲି ଏକେ ଏକେ

  21. Couplet 21

    ମୋ ଆଗେ ନ ମିଳିଲେ କେହିତୁ ମାତ୍ର ଅଛୁ ଶେଷ ହୋଇ

  22. Couplet 22

    ଏ ମୋର ଭୁଜକଣ୍ତୁ ବଳେଭ୍ରମିଲି ଅବନୀମଣ୍ତଳେ

  23. Couplet 23

    ଅଇରାବତ ଆଦିନାଗେଯେ ଛନ୍ତି ଅଷ୍ଟଦିଗଭାଗେ

  24. Couplet 24

    ତାହାଙ୍କ ତୁଲେ ମୁଁ ଆନନ୍ଦେସମର କରିବାର ସଧେ

  25. Couplet 25

    ପର୍ବତେ ପିଟିଲି ମୁଁ କରତକ୍ଷଣେ ଗିରି ହେଲା ଚୂର

  26. Couplet 26

    ଦେଖି ମୋହର ଭୁଜତେଜଭୟେ ଭାଜିଲେ ସୁରରାଜ

  27. Couplet 27

    ଏମନ୍ତ ଶୁଣି ତା ବଚନକୋପନୟନେ ତ୍ରିଲୋଚନ

  28. Couplet 28

    ବୋଇଲେ ଶୁଣ ବାଣାସୁରରଥେ ଯେ ଧ୍ୱଜ ଅଛି ତୋର

  29. Couplet 29

    ସେ ଧ୍ୱଜ ରଥୁଁ ଯେତେବେଳେଛିଡି ପଡ଼ିବ ମହୀତଳେ

  30. Couplet 30

    ଏ ଭୁଜ ଗର୍ବ ନାଶିବାରେରିପୁ ମିଳିବ ତୋ ନଗରେ

  31. Couplet 31

    ସେ ବେଳେ ତାର ତୁଲେ ରଣକରିବୁ ଶୁଣ ମୂଢ଼ ବାଣ

  32. Couplet 32

    ଏମନ୍ତ ହରବାକ୍ୟ ଶୁଣିଆନନ୍ଦମନେ ବୀରମଣି

  33. Couplet 33

    ନିତ୍ୟେ ଚିନ୍ତଇ ହରକଥାକେମନ୍ତେ ଯିବ ଭୁଜବ୍ୟଥା

  34. Couplet 34

    ଚିନ୍ତଇ ନିଜ ବୀର୍ଯ୍ୟ ନାଶକୁମତିକୁଳ କାଳପାଶ

  35. Couplet 35

    ଶୁଣ ରାଜନ ଚିତ୍ରକଥାଊଷା ନାମରେ ତା ଦୁହିତା

  36. Couplet 36

    ଅତି ସୁନ୍ଦର ରୂପରାଶିକି ଅବା କହିବା ପ୍ରଶଂସି

  37. Couplet 37

    ତାହାର କନ୍ୟାକାଳ ଜାଣିନିରୋଧେ କଲା ଦୈତମଣି

  38. Couplet 38

    ଅତି ଦୁର୍ଗମପୁର କରିନିରୋଧେ ଜଗାଇ ପାହାରୀ

  39. Couplet 39

    ଦେବମାନବେ ଅଗୋଚରଏମନ୍ତ କରି କନ୍ୟାପୁର

  40. Couplet 40

    ଉତ୍ତମକୁଳେ ବର ବରିବିବାହ ଦେବଇଁ କୁମାରୀ

  41. Couplet 41

    ଏମନ୍ତେ ରଖି ଯତ୍ନକରିଏବେ ହୋ ଶୁଣ ଦଣ୍ତଧାରୀ

  42. Couplet 42

    ସେ କନ୍ୟା ସେ ପୁରରେ ଥାଇହରପାର୍ବତୀ ଆରାଧଇ

  43. Couplet 43

    ଅନେକମତେ କଲା ସେବାପ୍ରସନ୍ନ ହେଲେ ଶିବଶିବା

  44. Couplet 44

    ତପେ ଆରାଧି ଶାକମ୍ବରୀବରପାଇଲା ଉଷାନାରୀ

  45. Couplet 45

    ଦେବୀ ବୋଇଲେ ମାଗ ବରଉଷା ଯୋଡ଼ିଲା ବେନିକର

  46. Couplet 46

    ଭୋ ଦେବି ହେଲୁ ଯେ ପ୍ରସନ୍ନଜାଣୁ ତ ସ୍ତିରୀଙ୍କର ମନ

  47. Couplet 47

    ଯୁବାଅବସ୍ଥା ହେଲା ମୋରମନେ ପାଇଲି ଚିନ୍ତା ଘୋର

  48. Couplet 48

    କରିବାରୁ ମୁଁ ଆରାଧନମୋତେ ହୋଇଲୁ ପରସନ୍ନ

  49. Couplet 49

    ମୋର ସମାନେ ବର ଦେବସଂସାରେ କଥା ରହିଥିବ

  50. Couplet 50

    ଉଷାବଚନେ ମହାମାୟୀବୋଲନ୍ତି ହରଷିତ ହୋଇ

  51. Couplet 51

    ସ୍ୱପନେ ଯାହା ସଙ୍ଗେ ତୁହିରାତ୍ରେ ରମିବୁ ତୋଷ ହୋଇ

  52. Couplet 52

    ସେ ତୋର ହେବ ପ୍ରାଣନାଥଆମ୍ଭେ କହିଲୁ ତୋତେ ସତ୍ୟ

  53. Couplet 53

    କହି ସେ ହେଲେ ଅନ୍ତର୍ଦ୍ଧାନହରଷ ହେଲା ଉଷା ମନ

  54. Couplet 54

    ସେ କନ୍ୟା ରାତ୍ରେ ନିଦ୍ରାକାଳେସ୍ୱପ୍ନେ ରମିଲା କାନ୍ତକୋଳେ

  55. Couplet 55

    ପ୍ରଦ୍ୟୁମ୍ନସୁତ ସଙ୍ଗେ ରମିପ୍ରଳାପେ କଲା ଶୋକଧ୍ୱନି

  56. Couplet 56

    ହେ କାନ୍ତ କାହିଁ ଗଲ ଛାଡ଼ିଶୋକସାଗରେ ମୋତେ ଏଡ଼ି

  57. Couplet 57

    ନ ଦେଖି ଛାଡ଼ିବି ଜୀବନଦେଖାଅ ସୁନ୍ଦରବଦନ

  58. Couplet 58

    ଏମନ୍ତ ନିଦ୍ରାଭୋଳ-ବାଣୀଉଠିଲେ ସଖୀଜନେ ଶୁଣି

  59. Couplet 59

    ସଚେତ କରିଣ ବହନବସାଇ କହନ୍ତି ବଚନ

  60. Couplet 60

    ବାଣାସୁରର ମନ୍ତ୍ରୀବରକୁମ୍ଭାଣ୍ତ ବୋଲି ନାମ ତାର

  61. Couplet 61

    ତାର କୁମାରୀ ଚିତ୍ରଲେଖାକନ୍ୟାର ତୁଲେ ଥିଲା ଏକା

  62. Couplet 62

    ଅନ୍ତରେ ଅଛନ୍ତି କାମିନୀସେ ବୋଲେ କନ୍ୟା କୋଳେ ଘେନି

  63. Couplet 63

    ଶୁଣ ସୁନ୍ଦରି ମୋର ବାଣୀତୋର ପିଅର ନୃପବର

  64. Couplet 64

    ବିଭା ନ ଦେଲା ତୋତେ ବରେଥୋଇଲା ବନ୍ଦୀପ୍ରାୟ ଘରେ

  65. Couplet 65

    ତୋହର କାନ୍ତସଙ୍ଗ ନାହିଁପ୍ରଳାପ କଲୁ କାହିଁପାଇ

  66. Couplet 66

    ଏ ତ ନୁହଁଇ ଭଲ ଚିହ୍ନଶୁଣିବେ ଦ୍ୱାରପାଳଗଣ

  67. Couplet 67

    କହିବେ ତୋର ପିତା ଆଗେକଷ୍ଟ ହୋଇବ ମୋର ଭାଗେ

  68. Couplet 68

    ତାର ବଚନ କର୍ଣ୍ଣେ ଶୁଣିଉଷା ଭାଷଇ ମଞ୍ଜୁବାଣୀ

  69. Couplet 69

    ସ୍ୱପନେ ଦେଖିଲି ପୁରୁଷଅତିସୁନ୍ଦର ତାର ବେଶ

  70. Couplet 70

    ଶ୍ୟାମଳ କମଳଲୋଚନସୁନ୍ଦର ଶଶାଙ୍କ-ବଦନ

  71. Couplet 71

    ପୀତବସନ ପରିଧାନଯୁବତୀଜନଙ୍କୁ ମଦନ

  72. Couplet 72

    ନିବିଡେ଼ ଦେଇ ଆଲିଙ୍ଗନସେ ମୋର ଚୁମ୍ବିଲା ବଦନ

  73. Couplet 73

    ଶୋକସାଗରେ ମୋତେ ଥୋଇତକ୍ଷଣେ ଗଲା ସେ ପଳାଇ

  74. Couplet 74

    ମୁଁ ତାର ନ ଦେଖି ବଦନନିଶ୍ଚୟେ ଛାଡ଼ିବି ଜୀବନ

  75. Couplet 75

    ଏମନ୍ତ କନ୍ୟାବୋଲ ଶୁଣିସେ ଚିତ୍ରଲେଖା ମନେ ଗୁଣି

  76. Couplet 76

    ହରଷେ ଧରି କନ୍ୟା କରବୋଇଲା ଚିତ୍ତ ସ୍ଥିର କର

  77. Couplet 77

    ମୋହର ସିଦ୍ଧବିଦ୍ୟା ଅଛିପ୍ରତ୍ୟକ୍ଷେ ଦେଖ କମଳାକ୍ଷି

  78. Couplet 78

    ଲେଖି ଆଣିବି ତିନିପୁରପୁରୁଷ ଯେତେକ ସୁନ୍ଦର

  79. Couplet 79

    ଚିତ୍ରେ ଦେଖିଣ ସର୍ବଜନତୋହର କାନ୍ତ ଭଲେ ଚିହ୍ନ

  80. Couplet 80

    ତାହାକୁ ଦେବି ତୋତେ ଆଣିଶୋକ ନକର ସୁଲକ୍ଷଣି

  81. Couplet 81

    ଏମନ୍ତ କହି ଚନ୍ଦ୍ରମୁଖୀଚିତ୍ରେ ତ୍ରିଲୋକଜନ ଲେଖି

  82. Couplet 82

    ଦେବ ଗନ୍ଧର୍ବ ସିଦ୍ଧଗଣଗୁହ୍ୟକ କିନ୍ନର ଚାରଣ

  83. Couplet 83

    ଅସୁର ବିଦ୍ୟାଧର ଯକ୍ଷଦାନବ ମାନବ ପ୍ରତ୍ୟକ୍ଷ

  84. Couplet 84

    ମନୁଷ୍ୟ ମଧ୍ୟେ ବୃଷ୍ଣିବଂଶେଦେବେ ଉପୁଜିଛନ୍ତି ଅଂଶେ

  85. Couplet 85

    ବସୁଦେବଙ୍କୁ ପଟେ ଲେଖିଦେଖ ଗୋ ବୋଲେ ଚନ୍ଦ୍ରମୁଖୀ

  86. Couplet 86

    ପୁଣି ଲେଖିଲା କୃଷ୍ଣରାମରୂପ ଯାହାଙ୍କ ଅନୁପମ

  87. Couplet 87

    ପ୍ରଦ୍ୟୁମ୍ନ କୃଷ୍ଣପାଶେ ଲେଖିତା ଦେଖି ଉଷା ଅଧୋମୁଖୀ

  88. Couplet 88

    ପ୍ରଦ୍ୟୁମ୍ନପୁତ୍ର ଅନିରୁଦ୍ଧଲେଖନ୍ତେ ଉଷା କଲା ସଧ

  89. Couplet 89

    ସକାମ ଦୃଷ୍ଟିରେ ସେ ଦେଖିଲାଜେ ହୋଇଲା ଅଧୋମୁଖୀ

  90. Couplet 90

    ବୋଲଇ ଚିତ୍ରଲେଖା ଚାହିଁଭୋ ସଖି ସେ ପୁରୁଷ ଏହି

  91. Couplet 91

    ଆନନ୍ଦେ ହରଷ ବଦନସଖୀ ଜାଣିଲା ତାର ମନ

  92. Couplet 92

    ତାର ଲୀଳାରେ ସୁଖ ପାଇବିଳାପ କରୁ ଛନ୍ନ ହୋଇ

  93. Couplet 93

    ଚିତ୍ରଲେଖାର କଥା ଶୁଣିପାଦେ ପଡ଼ିଲା ଉଷା ପୁଣି

  94. Couplet 94

    ଭୋ ସଖି ଶୁଣ ଚିତ୍ରଲେଖାତାହାକୁ ଆଣି ମୋତେ ଦେଖା

  95. Couplet 95

    ନୋହିଲେ ଛାଡ଼ିବିଟି ପ୍ରାଣତୋ କଷ୍ଟ ହେବ ଅକାରଣ

  96. Couplet 96

    ଉଷାର ଦେଖିଣ ବିକଳବୋଲଇ କିଛି ହିଁ ନ ଭାଳ

  97. Couplet 97

    ମହାହରଷେ ବଞ୍ଚ ଆଜଆଣି ମୁଁ ଦେବି ବୀରରାଜ

  98. Couplet 98

    ସିଦ୍ଧଯୋଗିନୀ ଯୋଗବଳେଗମିଲା ଗଗନମଣ୍ତଳେ

  99. Couplet 99

    ଏମନ୍ତେ ପ୍ରକାଶିଲା ନିଶିବେଗେ ଦ୍ୱାରକାପୁରେ ପଶି

  100. Couplet 100

    ଅନିରୁଦ୍ଧର ନିଦ୍ରାକାଳେହରିଲା ଯୋଗମାୟା ବଳେ

  101. Couplet 101

    ଶଯ୍ୟା ସହିତେ ଶୂନ୍ୟପଥେଘେନିଣ ଚଳିଲା ତୁରିତେ

  102. Couplet 102

    ଗଗନମାର୍ଗେ ଅତି ଖରେପ୍ରବେଶି ଶୋଣିତନଗରେ

  103. Couplet 103

    ଉଷା ଶୟନେ ଦରଶନକରାଇ ତୋଷ କଲା ମନ

  104. Couplet 104

    ଉଷା ପୂଜିଲା ବୀରପାଦଛାଡ଼ିଲା ମନର ବିଷାଦ

  105. Couplet 105

    ସୁନ୍ଦରବର ଦେଖି ହସିରମିଲା ହୃଦୟ ବିଶ୍ୱାସି

  106. Couplet 106

    ଏକାନ୍ତପୁର ମଧ୍ୟେ ଥାଇଯହିଁ ପୁରୁଷ ଦୃଷ୍ଟି ନାହିଁ

  107. Couplet 107

    ପୁଷ୍ପ ଚନ୍ଦନ ଧୂପ ଦୀପଆସନ ଭୋଜନ ସମୀପ

  108. Couplet 108

    ଏକବସନ ବେନିଦେହେସେବା ସୁବାକ୍ୟେ ମନ ମୋହେ

  109. Couplet 109

    ପୂଜିତ କୃଷ୍ଣସୁତ ବଳାରତିପଣ୍ତିତ କାମକଳା

  110. Couplet 110

    ଗୁପତେ କନ୍ୟାପୁରେ ଥାଇଅଧିକ ସ୍ନେହଭାବ କହି

  111. Couplet 111

    ରାତ୍ର-ଦିବାସ ନ ଜାଣିଲାଏମନ୍ତେ କେତେଦିନ ଗଲା

  112. Couplet 112

    ଉଷାର ପ୍ରିୟପ୍ରେମ ଲୋଭେଯନ୍ତ୍ରିତ ଇନ୍ଦ୍ରିୟ ସ୍ୱଭାବେ

  113. Couplet 113

    କୁମର ପ୍ରେମପ୍ରିୟ ଭରେରହିଲା ବୀର ଅନ୍ତଃପୁରେ

  114. Couplet 114

    ଏମନ୍ତେ ଶୁଣ ମହୀପତିକନ୍ୟାର ଦେଖି ହୃଷ୍ଟମତି

  115. Couplet 115

    ଯଦୁକୁମର ସଙ୍ଗେ ରମିଚିହ୍ନ ଦିଶଇ ରତିଶ୍ରମୀ

  116. Couplet 116

    କନ୍ୟା-ଦୂଷଣ ଚିହ୍ନମାନଦେଖି ଡରିଲେ ଦ୍ୱାରୀଗଣ

  117. Couplet 117

    ତକ୍ଷଣେ ନୃପନାଥ ଆଗେକହିଲେ କରଯୋଡ଼ି ବେଗେ

  118. Couplet 118

    ଶୁଣ ରାଜନ ଚୂଡ଼ାମଣିଦେଖିଲୁ ତୋହର ଦୁଲଣୀ

  119. Couplet 119

    କୁଳଦୂଷଣ କନ୍ୟାଗୁଣରାଜନ ସାବଧାନେ ଶୁଣ

  120. Couplet 120

    କନ୍ୟାର ଦ୍ୱାରେ ଆମ୍ଭେ ଥାଇଦଣ୍ତେ ହେଁ ଅବକାଶ ନାହିଁ

  121. Couplet 121

    ଶଶୀ-ତପନ ଶୂନ୍ୟେ ଯାନ୍ତିକନ୍ୟାର ରୂପ ନ ଦେଖନ୍ତି

  122. Couplet 122

    ପୁରୁଷ ଦୃଷ୍ଟି ଯହିଁ ନାହିଁତପନତେଜ ନ ଲାଗଇ

  123. Couplet 123

    ପରେ ଦୂଷିତା କନ୍ୟା ଦେଖିଅଇଲୁ ଭୁବନ ଉପେକ୍ଷି

  124. Couplet 124

    ଯେ ତୋର ଇଚ୍ଛା ଏବେ କରଏଥକୁ ସାକ୍ଷୀ ଦିବାକାର

  125. Couplet 125

    ଆମ୍ଭେ ଜାଣିବୁ ଅବା କାହିଁକହିଲୁ ଆମ୍ଭ ଦୋଷ ନାହିଁ

  126. Couplet 126

    ଶୁଣି ଚକିତ ନୃପବରକାତରେ କମ୍ପଇ ଶରୀର

  127. Couplet 127

    ପୁଣି ନ ଚଳଇ ଚରଣଦୁଃସହ ଦୁହିତାକଷଣ

  128. Couplet 128

    ବାଣ-କୋଦଣ୍ତ ଧରି କରେବେଗେ ମିଳିଲା କନ୍ୟାପୁରେ

  129. Couplet 129

    ଦେଖିଲା ମଦନତନୁଜଆଜାନୁଲମ୍ବେ ବେନିଭୁଜ

  130. Couplet 130

    ପୀତବସନ ହୃଦେ ହାରଅଶେଷ ଭୁବନ ସୁନ୍ଦର

  131. Couplet 131

    ଶ୍ୟାମସୁନ୍ଦର ପଦ୍ମନେତ୍ରଅଳକା-କପୋଳ ବିଚିତ୍ର

  132. Couplet 132

    କର୍ଣ୍ଣେ କୁଣ୍ତଳ ବେନି ଶୋହେସୁନ୍ଦରରୂପ ଜନ ମୋହେ

  133. Couplet 133

    ଅଧରେ ଶୋହେ ମନ୍ଦହାସସୁଚିତ୍ତେ ବସି କନ୍ୟା ପାଶ

  134. Couplet 134

    ଅକ୍ଷ ଖେଳଇ ପ୍ରିୟା ସଙ୍ଗେକୁଚକୁଙ୍କୁମ ସର୍ବଅଙ୍ଗେ

  135. Couplet 135

    ମଲ୍ଲିକା ପୁଷ୍ପମାଳ ହୃଦେଆନ୍ଦୋଳେ ବେନିଭୁଜ ମଧ୍ୟେ

  136. Couplet 136

    ଏମନ୍ତେ କନ୍ୟାର ସମୀପେଦେଖି ଦାନବ ମହାକୋପେ

  137. Couplet 137

    ଚକିତେ ଚଉଦିଗ ଚାହିଁକମ୍ପେ କୋଦଣ୍ତ ଗୁଣ ଦେଇ

  138. Couplet 138

    ଅନେକ ବୀର ତାର ସଙ୍ଗେଦ୍ୱାର ରୁନ୍ଧିଲେ ଚାରିଦିଗେ

  139. Couplet 139

    ଦେଖି ତାହାର ସୈନ୍ୟବଳସମ୍ଭ୍ରମେ ପ୍ରଦ୍ୟୁମ୍ନ ଦୁଲାଳ

  140. Couplet 140

    କରେ ପରିଘ ଶସ୍ତ୍ର ଧରିଉଠିଲା ଘୋରନାଦ କରି

  141. Couplet 141

    କନ୍ୟାର ଆଗେ ହୋଇ ଉଭାକୃତାନ୍ତ ପ୍ରାୟ ଦିଶେ ଶୋଭା

  142. Couplet 142

    ଧରିବା ଆଶେ ଚଉଦିଗେବୀରେ ଯେ ଥିଲେ ଦ୍ୱାରଲାଗେ

  143. Couplet 143

    ପରିଘ ପ୍ରହାରେ ବିନାଶିସିଂହ ଯେସନେ ପଶୁଗ୍ରାସି

  144. Couplet 144

    ପରିଘଘାତେ ବଜ୍ର ପ୍ରାୟେଜୀବନ ନଶିଲେ ଥୋକାଏ

  145. Couplet 145

    କାହାର ଭୁଜ ଉର ଛିଡ଼ିପଳାଇଗଲେ ରଣ ଛାଡ଼ି

  146. Couplet 146

    ଦେଖିଣ ଅନିରୁଦ୍ଧ ରଣଭାଜିଲେ ଅସୁର ସଇନ୍ୟ

  147. Couplet 147

    ବାଣା ଯୁଝଇ ଅତି ରୋଷେବାଣେ ତାହାର ବାଣ ନାଶେ

  148. Couplet 148

    ଶସ୍ତ୍ରରେ ନ ପାରିଲା ଜିଣିମନେ ବିଚାରେ ନୃପମଣି

  149. Couplet 149

    ଦେଖିଣ ଅନିରୁଦ୍ଧ ଗତିନାଗପାଶରେ ମହାରଥୀ

  150. Couplet 150

    ବଳିନନ୍ଦନ ବେଗେ ବାନ୍ଧେବନ୍ଧନ ଦେଖି ଉଷା କାନ୍ଦେ

  151. Couplet 151

    ଦେଖଇ ବିପ୍ର ଜଗନ୍ନାଥନାଗବନ୍ଧନେ କାମସୁତ

  152. Couplet 152

    ସୁଜନେ ସାବଧାନେ ଶୁଣକୃଷ୍ଣ ନାଶିବେ ଏ କଷଣ

Odia Bhagabata skandha 10 adhyaya 67 | Parbani by ParibhaAsha App