Skip to content
paribhaasha

Skandha 10

Adhyaya 66

  1. Couplet 1

    ବୋଲନ୍ତି ବ୍ୟାସଙ୍କର ସୁତଶୁଣ ରାଜନ ପରୀକ୍ଷିତ

  2. Couplet 2

    କୃଷ୍ଣ ବରିଲେ ଯେତେ ନାରୀରୁକ୍ମିଣୀଦେବୀ ଆଦି କରି

  3. Couplet 3

    ତାହାଙ୍କ ଗର୍ଭେ ଯେତେ ଜାତହୋଇଲେ ଗୋବିନ୍ଦର ସୁତ

  4. Couplet 4

    ହରିର ବଂଶ ସଂଖ୍ୟା କରିକେ କହୁ ନରଦେହ ଧରି

  5. Couplet 5

    ପ୍ରଦ୍ୟୁମ୍ନ ଆଦି ପୁତ୍ର ଯେତେପ୍ରଧାନେ କହିବଇଁ କେତେ

  6. Couplet 6

    କନ୍ୟା କେ ଦଶ ଦଶ ସୁତଅପରେ ଏକଇ ଦୁହିତ

  7. Couplet 7

    କୃଷ୍ଣର ପ୍ରାୟ ରୂପଗୁଣଏବେ ହୋ ସାବଧାନେ ଶୁଣ

  8. Couplet 8

    କନ୍ୟାଏ କୃଷ୍ଣ ପାଦଗତେସେବା କରନ୍ତି ଅନୁବ୍ରତେ

  9. Couplet 9

    ତାହାଙ୍କ ପୁରୁ ଦାମୋଦରଦଣ୍ତେ ହେଁ ନୁହନ୍ତି ଅନ୍ତର

  10. Couplet 10

    ଦେଖି ଗୋବିନ୍ଦ ସ୍ନେହଭାବଆତ୍ମାକୁ ମଣିଲେ ଦୁର୍ଲ୍ଲଭ

  11. Couplet 11

    କୃଷ୍ଣ ମହିମା ନ ଜାଣନ୍ତିସ୍ୱାମୀର ପ୍ରାୟ ସେ ମଣନ୍ତି

  12. Couplet 12

    କାହୁଁ ଜାଣିବେ କୃଷ୍ଣଭାବଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ

  13. Couplet 13

    ଶୋଭାରେ ଜଗତମୋହିନୀବିଶେଷେ କୃଷ୍ଣର କାମିନୀ

  14. Couplet 14

    କୃଷ୍ଣର ମାୟାର ବେଭାରେଭ୍ରମନ୍ତି ବ୍ରହ୍ମା-ଶିବ-ସୁରେ

  15. Couplet 15

    ଚାରୁକମଳ-କୋଷବର୍ଣ୍ଣନିର୍ମଳ ମୋହ୍ନ ବଦନ

  16. Couplet 16

    ବିସ୍ତାର ଭୁଜନେତ୍ର ବେନିପ୍ରେମହସିତ ରସ ଘେନି

  17. Couplet 17

    ସପ୍ରେମ ଦୃଷ୍ଟି ମର୍ମବାଣୀଏ ଭାବେ ମୋହିତ ତରୁଣୀ

  18. Couplet 18

    ଯୁବତୀଗଣେ କୃଷ୍ଣମନମୋହନେ ନୋହିଲେ ଭାଜନ

  19. Couplet 19

    ଯେ ହରି ସର୍ବ ପରିପୂର୍ଣ୍ଣରୂପ ଅରୂପ ନିରଞ୍ଜନ

  20. Couplet 20

    ଯୁବତୀମାନେ ଅନୁଦିନସକାମେ ସସ୍ମିତ ବଦନ

  21. Couplet 21

    କଟାକ୍ଷ ଦୃଷ୍ଟି ପ୍ରେମଭାବଆତ୍ମାକୁ ମଣିଲେ ଦୁର୍ଲ୍ଲଭ

  22. Couplet 22

    ଅନଙ୍ଗବାଣ ଆଣ୍ଟେ ଟାଣିବିନ୍ଧନ୍ତି କୃଷ୍ଣର ତରୁଣୀ

  23. Couplet 23

    ସ୍ୱଭାବେ ହରିର ଭାବିନୀଶୁଦ୍ଧ ସୁରତ ଭାବ ଘେନି

  24. Couplet 24

    ଷୋଳସହସ୍ର ପରିହାସେକୃଷ୍ଣର ଚିତ୍ତ ପ୍ରେମପାଶେ

  25. Couplet 25

    ବନ୍ଧନେ ନୋହିଲେ ଭାଜନତେଣୁ ନ ଘଟେ ଅନୁମାନ

  26. Couplet 26

    ରମାରମଣ ଜଗନ୍ନାଥତାହାଙ୍କୁ ପାଇ ନିଜ କାନ୍ତ

  27. Couplet 27

    ବ୍ରହ୍ମାଦି ଦେବମୁନି ଯତିଯାର ମାୟାରେ ମୋହ ଯାନ୍ତି

  28. Couplet 28

    ସେ ହରି ସଙ୍ଗତେ ଯୁବତୀଆନନ୍ଦେ ନିରତେ ରମନ୍ତି

  29. Couplet 29

    ନବ-ସଂଗମେ ପ୍ରିୟଭାବନିତ୍ୟେ ବର୍ଦ୍ଧିତ ଅନୁରାଗ

  30. Couplet 30

    ସେବନ୍ତି କୃଷ୍ଣର ଚରଣେଯୁବତୀ ଭାବ ଆଚରଣେ

  31. Couplet 31

    କୃଷ୍ଣର ଆଗମନ ଦେଖିଉଠନ୍ତି ଆସନ ଉପେକ୍ଷି

  32. Couplet 32

    କେତେହେଁ ଦୂର ବେଗେ ଯାଇକୃଷ୍ଣର ହସ୍ତେ ହସ୍ତ ଦେଇ

  33. Couplet 33

    ସକାମ ଲାଳସେ ତରୁଣୀକୃଷ୍ଣଙ୍କୁ ନିଜ ଗୃହେ ଆଣି

  34. Couplet 34

    ସୁବର୍ଣ୍ଣ ଆସନେ ବସାଇବେନି ଚରଣ ହସ୍ତେ ଧୋଇ

  35. Couplet 35

    ସୁଗନ୍ଧ ଲେପି କୃଷ୍ଣ ଅଙ୍ଗେଚାମର ପକାନ୍ତି ସୁରଙ୍ଗେ

  36. Couplet 36

    ବିଶ୍ରାନ୍ତ କରି ନିଜ ପତିସୁଗନ୍ଧେ କୁସୁମେ ପୂଜନ୍ତି

  37. Couplet 37

    କେଶ ପ୍ରସାଧନ ରଞ୍ଜନେସେବନ୍ତି ସ୍ନାହାନ ଭୋଜନେ

  38. Couplet 38

    ଏମନ୍ତେ କୃଷ୍ଣର ଚରଣେସେବନ୍ତି ସେବକୀ ପ୍ରମାଣେ

  39. Couplet 39

    କନ୍ୟାକେ ଶତ ଶତ ନାରୀପାଶେ ଖଟନ୍ତି ତାହାଙ୍କରି

  40. Couplet 40

    ତଥାପି ସ୍ୱାମୀର ଚରଣେସେବନ୍ତି ସେବକୀ ପ୍ରମାଣେ

  41. Couplet 41

    ଏବେ ହୋ ଶୁଣ ନରପତିକୃଷ୍ଣର ଯେତେକ ଯୁବତୀ

  42. Couplet 42

    ତହିଁରେ ଶ୍ରେଷ୍ଠ ଅଷ୍ଟନାରୀରୁକ୍ମିଣୀଦେବୀ ଆଦିକରି

  43. Couplet 43

    ଏକ କନ୍ୟାକେ ଦଶସୁତତାହାଙ୍କ ଉଦରୁ ସମ୍ଭୂତ

  44. Couplet 44

    ଷୋଳସହସ୍ର ଏକଶତେପୂର୍ବେ ମୁଁ କହିଅଛି ତୋତେ

  45. Couplet 45

    ତାହାଙ୍କ ଗର୍ଭୁ ସେହିମତଏକ ଦୁହିତା ଦଶପୁତ୍ର

  46. Couplet 46

    ଜନ୍ମ ହୋଇଲେ କୃଷ୍ଣବୀର୍ଯ୍ୟେକି ପଟାନ୍ତର ଦେବା ତେଜେ

  47. Couplet 47

    ସୁର-ସୁନ୍ଦର ସର୍ବଗୁଣେସୃଷ୍ଟିର ଦୁଷ୍ଟ ସଂହାରଣେ

  48. Couplet 48

    ସର୍ବେ ଦିଶନ୍ତି କୃଷ୍ଣତେଜଏବେ ହୋ ଶୁଣ ମହାରାଜ

  49. Couplet 49

    ହରିର ବଂଶ ସଂଖ୍ୟା କରିକେ କହିପାରେ ଦେହ ଧରି

  50. Couplet 50

    ଅଷ୍ଟକନ୍ୟାଙ୍କ ପୁତ୍ର ଯେତେପ୍ରମାଣି କହିବି ମୁଁ ତୋତେ

  51. Couplet 51

    ସେ କଥା ଶୁଣ ନରନାଥରୁକ୍ମିଣୀ ଗର୍ଭୁ ଯେତେ ପୁତ୍ର

  52. Couplet 52

    ପ୍ରଦ୍ୟୁମ୍ନ ଚାରୁଦେଷ୍ଣ ଆଦିସୁଦେଷ୍ଣ ତୃତୀୟ ପ୍ରସିଦ୍ଧି

  53. Couplet 53

    ଚତୁର୍ଥ ପୁତ୍ର ଚାରୁଦେହଏହାଙ୍କ ବଳ ଅପ୍ରମେୟ

  54. Couplet 54

    ସୁଚାରୁ ଚାରୁଗୁପ୍ତ ବେନିସପ୍ତମେ ଭଦ୍ରଚାରୁ ଘେନି

  55. Couplet 55

    ଚାରୁଚନ୍ଦ୍ର ବିଚାରୁ ନାମଚାରୁ ସହିତେ ଏ ଦଶମ

  56. Couplet 56

    ରୁକ୍ମିଣୀ ଗର୍ଭୁ ଏ ସମ୍ଭୂତକୃଷ୍ଣର ପ୍ରାୟ ନେତ୍ର ଗାତ୍ର

  57. Couplet 57

    ସତ୍ୟଭାମାର ଯେତେ ସୁତଏବେ ହୋ ଶୁଣ ନରନାଥ

  58. Couplet 58

    ପ୍ରଥମେ ଭାନୁ ଯେ ସୁଭାନୁତୃତୀୟ ସ୍ୱର୍ଭାନୁ ପ୍ରଭାନୁ

  59. Couplet 59

    ଭାନୁମାନ ଯେ ଚନ୍ଦ୍ରଭାନୁବୃହଦ୍ଭାନୁ ଯେ ଅତିଭାନୁ

  60. Couplet 60

    ଶ୍ରୀଭାନୁ ପ୍ରତିଭାନୁ ଶେଷଏ ସତ୍ୟଭାମା ପୁତ୍ର ଦଶ

  61. Couplet 61

    ରକ୍ଷ ନନ୍ଦିନୀ ଜାମ୍ବବତୀଶୁଣ ତୁ ତାହାର ସନ୍ତତି

  62. Couplet 62

    ଶାମ୍ବ ସୁମିତ୍ର ପୁରୁଜିତସହସ୍ରଜିତ ଶତଜିତ

  63. Couplet 63

    ବିଜୟ ପୁଣି ଚିତ୍ରକେତୁଦ୍ରବିଡ଼ ବସୁମାନ କ୍ରତୁ

  64. Couplet 64

    ସତ୍ୟାର ପୁତ୍ର ଶୁଣ ଏବେତୋତେ କହିବି ପ୍ରିୟଭାବେ

  65. Couplet 65

    ବୀର ଚନ୍ଦ୍ର ଯେ ଅଶ୍ୱସେନଚିତ୍ରଗୁବୃକ୍ଷ ବେଗବାନ

  66. Couplet 66

    ଶ୍ରୀମାନ-ଶଙ୍କୁ ବସୁ ଆମକୁନ୍ତି ସହିତେ ଏ ଦଶମ

  67. Couplet 67

    ସାଧୁ-ସୁନ୍ଦର-ଶ୍ରୁତ କବିତୃତୀୟେ ବୃଷ ଅନୁଭବି

  68. Couplet 68

    ବୀର ସୁବାହୁ ଭଦ୍ର-ଏକଶାନ୍ତି ଅଷ୍ଟମ ଯେ ସୋମକ

  69. Couplet 69

    ଦରଶ ପୂର୍ଣ୍ଣମାସ ଶେଷକାଳିନ୍ଦୀପୁତ୍ର ଏ ଯେ ଦଶ

  70. Couplet 70

    ପ୍ରଘୋଷ ଗାତ୍ରବାନ ବଳସିଂହ ଉର୍ଦ୍ଧ୍ୱଗ ଯେ ପ୍ରବଳ

  71. Couplet 71

    ମହାଶକ୍ତି ଯେ ସହ ଓଜଅପରାଜିତ ଯେ ଆତ୍ମଜ

  72. Couplet 72

    ଲକ୍ଷ୍ମଣା ଦଶପୁତ୍ର ଏହିଶୁଣ ରାଜନ ମନଦେଇ

  73. Couplet 73

    ଏହାଙ୍କ ମହିମା ଏମନ୍ତଶୁଣ ତୁ ମିତ୍ରବିନ୍ଦା ସୁତ

  74. Couplet 74

    ବୃକ ହର୍ଷ ଅନିଳ ଗୃଧ୍ରବର୍ଦ୍ଧନ ଆବର ଅନ୍ନାଦ

  75. Couplet 75

    ମହାଶ ପାବନ ଯେ ବହ୍ନିକ୍ଷୁଧି ସହିତେ ଦଶ ଘେନି

  76. Couplet 76

    ଏ ସର୍ବେ ମିତ୍ରବିନ୍ଦାସୁତଏବେ ହୋ ଶୁଣ ଭଦ୍ରା ସୁତ

  77. Couplet 77

    ସଂଗ୍ରାମଜିତ ବୃହତ୍ସେନଶୁଭ ସତ୍ୟକ ପ୍ରହରଣ

  78. Couplet 78

    ଜୟ ସୁଭଦ୍ର ଅରିଜିତବାମ ଆୟୁ ଏ ଦଶସୁତ

  79. Couplet 79

    ଏମନ୍ତେ ଅଷ୍ଟପାଟରାଣୀଷୋଳସହସ୍ର ମଧ୍ୟେ ଗଣି

  80. Couplet 80

    ଦୀପ୍ତିମାନ ଯେ ତାମ୍ରତପ୍ତରୋହିଣୀ ଗର୍ଭେ କୃଷ୍ଣସୁତ

  81. Couplet 81

    ଏମନ୍ତେ କୃଷ୍ଣପତ୍ନୀ ଯେତେପୁତ୍ର ପୁତ୍ରୀ ଯେ ଅପ୍ରମିତେ

  82. Couplet 82

    ଅନଙ୍ଗ ଅନୁରୂପେ ଜାତପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ

  83. Couplet 83

    ରୁକ୍ମୀ କୁମାରୀ ରୁକ୍ମବତୀସାଧ୍ୱୀ ଲକ୍ଷଣା ଶୁଦ୍ଧମତି

  84. Couplet 84

    ତାହାକୁ ସ୍ୱୟମ୍ବର ମଧ୍ୟେପ୍ରଦ୍ୟୁମ୍ନ ହରିଲା ବିବାଦେ

  85. Couplet 85

    ରାଜାଙ୍କ ବଳ ଦର୍ପ ହରିକନ୍ୟା ପ୍ରଦ୍ୟୁମ୍ନେ ବିଭା କରି

  86. Couplet 86

    ସେ କନ୍ୟା ଗର୍ଭେ ପୁତ୍ର ଜାତଯା ନାମ ଅନିରୁଦ୍ଧ ଖ୍ୟାତ

  87. Couplet 87

    ଏମନ୍ତ ପରୀକ୍ଷତ ଶୁଣିଆନନ୍ଦ ମନେ ପରିମାଣି

  88. Couplet 88

    ବୋଲଇ ମଧୁର ବଚନଶୁଣ ହେ ବ୍ୟାସଙ୍କ ନନ୍ଦନ

  89. Couplet 89

    ଏ ବଡ଼ କଉତୁକ ବାଣୀସନ୍ଦେହ ଲାଗିଲା ତ ଶୁଣି

  90. Couplet 90

    ରୁକ୍ମୀ ଯେ କୃଷ୍ଣର ବଇରୀସଂଗ୍ରାମ କାଳେ ଅଛି ହାରି

  91. Couplet 91

    କେମନ୍ତେ ରିପୁସୁତେ ବରିବିବାହ ଦେଲା ତା କୁମାରୀ

  92. Couplet 92

    ଯେ ନିତ୍ୟେ ମୋହ ବୁଦ୍ଧି ଗାଢେ଼କୃଷ୍ଣ ମରଣ ଛିଦ୍ର ଲୋଡେ଼

  93. Couplet 93

    ମାରିବା ପାଇଁ କରେ ଆଶସେ କାହିଁ ବିବାହେ ବିଶ୍ୱାସ

  94. Couplet 94

    ଉଭୟେ ବଇରୀ ବିରୋଧକେମନ୍ତେ ବିବାହ ସମ୍ବନ୍ଧ

  95. Couplet 95

    ଭୂତ ଭବିଷ୍ୟ ବର୍ତ୍ତମାନେଏକଥା ନ ଘଟଇ ମନେ

  96. Couplet 96

    ବଇରୀ ଭାବେ ବନ୍ଧୁ କାହିଁଉତ୍ତମ ଲୋକେ ଛନ୍ତି କହି

  97. Couplet 97

    କହନ୍ତି ଶୁକ ମୁନିବରଶୁଣ ହୋ ରୁକ୍ମୀର ବେଭାର

  98. Couplet 98

    କୃଷ୍ଣର ତହିଁ ଅପମାନେବଇରୀ ଭାବ ଅଛି ମନେ

  99. Couplet 99

    ତଥାପି ଭଗିନୀର ସୁତଭଣଜା ପଣେ ବରପାତ୍ର

  100. Couplet 100

    କୁଳ ବେଭାର ଏହିମତେଦେଲା ଭଗିନୀ ପ୍ରିୟଅର୍ଥେ

  101. Couplet 101

    ରୁକ୍ମିଣୀ ସୁତା ଅନୁପମଯାହାର ଚାରୁମତୀ ନାମ

  102. Couplet 102

    ବଳୀ ଯେ କୃତବର୍ମା ସୁତତାରେ ବରିଲେ ଯଦୁନାଥ

  103. Couplet 103

    ରୁକ୍ମୀପୁତ୍ରର କନ୍ୟା ଥିଲାଅନିରୁଦ୍ଧକୁ ବିଭା ଦେଲା

  104. Couplet 104

    କୃଷ୍ଣର ବଇରୀ ଯୁକତେଦେଲା ରୁକ୍ମିଣୀ ପ୍ରିୟଅର୍ଥେ

  105. Couplet 105

    ଅଧର୍ମ ଶାସ୍ତ୍ର ଏ ବିଚାରିତଥାପି ଦେଲା ସ୍ନେହଭରି

  106. Couplet 106

    ତାର ବିବାହକାଳେ ହରିରାମ ରୁକ୍ମିଣୀ ଆଦି କରି

  107. Couplet 107

    ଶାମ୍ବ ପ୍ରଦ୍ୟୁମ୍ନ ଆଦି ସୁତେଯାଦବ ସଇନ୍ୟ ସହିତେ

  108. Couplet 108

    ବିବାହ ସାରି ତାର ପୁରେଯେମନ୍ତେ କୁଟୁମ୍ବ ବେଭାରେ

  109. Couplet 109

    ବିବାହର ସାରି ତାର ପୁରେଯେମନ୍ତ କୁଟୁମ୍ବ ବେଭାରେ

  110. Couplet 110

    ତାର ବିବାହେ ବିପରୀତଶୁଣ ରାଜନ ପରୀକ୍ଷିତ

  111. Couplet 111

    ଉତ୍ସବ ଅନ୍ତେ ଏକଦିନେବିବାହେ ଥିଲେ ଯେ ରାଜନେ

  112. Couplet 112

    କଳିଙ୍ଗରାଜ ଆଦି ଯେତେବିଚାର କରନ୍ତେ ଏକାନ୍ତେ

  113. Couplet 113

    ଆଜ ସଭାର ମଧ୍ୟେ ବସିରୋହିଣୀନନ୍ଦନେ ବିଶ୍ୱାସି

  114. Couplet 114

    ଆନନ୍ଦେ ପଶାଖେଳ କରିଛଳେ ଜିଣିବା ହଳଧାରୀ

  115. Couplet 115

    ଖେଳ ନ ଜାଣେ ବଳରାମଜିଣିବା ଗଜ ଧନ ଗ୍ରାମ

  116. Couplet 116

    ରୁକ୍ମିର ସଙ୍ଗେ ଖେଳାଇବାଆମ୍ଭେ ନିକଟେ ବସିଥିବା

  117. Couplet 117

    ଏତେ ବିଚାରି ଖେଳ କଲେକପଟେ ରାମଙ୍କୁ ଆଣିଲେ

  118. Couplet 118

    ସଭାର ମଧ୍ୟେ ଖେଳ କରିସୁଖେ ଖେଳନ୍ତି ହଳଧାରୀ

  119. Couplet 119

    ପ୍ରଥମେ ଲକ୍ଷ ଲକ୍ଷ ପଣଯେମନ୍ତେ ଖେଳର ଭିଆଣ

  120. Couplet 120

    ରାମ ପାତିଲେ ପଶାଦାନଜିଣିଲା ଭୀଷ୍ମକନନ୍ଦନ

  121. Couplet 121

    ପାଶେ ଯେ ଥିଲା ଦନ୍ତବକ୍ରସ୍ୱଭାବେ କରିଅଛି ଚକ୍ର

  122. Couplet 122

    ହସିଲା ରାମମୁଖ ଚାହିଁବିକଟ-ଦର୍ଶନ ଦେଖାଇ

  123. Couplet 123

    ଖେଳର ସ୍ୱଭାବ ଏମନ୍ତକୋପ ନ କଲେ ହଳହସ୍ତ

  124. Couplet 124

    ଲକ୍ଷକୁ ଦଶଗୁଣ କରିହୁଡ଼ ଧରିଲେ ହଳଧାରୀ

  125. Couplet 125

    ସେବେଳେ ହଳଧର ଜିଣିରୁକ୍ମୀ ବୋଇଲା ଏହୁ ବାଣୀ

  126. Couplet 126

    ମୁହିଁ ଜିଣିଲି ଏତେ ଧନଭୋ ରାମ ପୁଚ୍ଛ ସଭାଜନ

  127. Couplet 127

    ସେଠାରେ ଯେତେ ରାଜା ଥିଲେରୁକ୍ମୀ ଯେ ଜିଣିଲା ବୋଇଲେ

  128. Couplet 128

    ଏମନ୍ତେ କଇତବ କଲାରାମର କୋପ ଉପୁଜିଲା

  129. Couplet 129

    ଜଳଧି ଯେହ୍ନେ ପର୍ବକାଳେଉଛୁଳେ ବହୁତ କଲ୍ଲୋଳେ

  130. Couplet 130

    ସ୍ୱଭାବେ ଅରୁଣ ଲୋଚନକୋପେ ବୋଲନ୍ତି ବଳରାମ

  131. Couplet 131

    ଏବେ ମୋହର ପଣ ଶୁଣହୁଡ଼ିଲି ଦଶକୋଟି ଧନ

  132. Couplet 132

    ଏତେକ ସୁବର୍ଣ୍ଣ ମୋହରକୋପେ ବୋଲନ୍ତି ହଳଧର

  133. Couplet 133

    ଏମନ୍ତେ ଖେଳପୀଢ଼ କରିଦାନ ପାତିଲେ ହଳଧାରୀ

  134. Couplet 134

    ଧର୍ମେ ଜିଣିଲେ ବଳରାମକପଟେ ବୋଇଲା ରୁକ୍ମଣ

  135. Couplet 135

    ଏ ବେଳେ ଜିଣିଲିଟି ମୁହିଁପଚାର ସଭାମଧ୍ୟେ ତୁହି

  136. Couplet 136

    ସେକଥା ଦନ୍ତବକ୍ର ଶୁଣିବୋଇଲା ମୁହିଁ ଅଛି ଜାଣି

  137. Couplet 137

    ଏବେଳେ ଜିଣିଲା ରୁକ୍ମଣସୁବର୍ଣ୍ଣ ଯେତେ ପୀଢ଼ ପୁଣ

  138. Couplet 138

    ରୋହିଣୀସୁତ ତାହା ଶୁଣିକପାଳକଣ୍ଟି ହେଲେ ତୁନି

  139. Couplet 139

    ସେକାଳେ ଅନ୍ତରୀକ୍ଷ ବାଣୀଶୁଭିଲା ରାମ ଏହା ଜିଣି

  140. Couplet 140

    କପଟ କରଇ ରୁକ୍ମଣଏମନ୍ତ ଆକାଶ ବଚନ

  141. Couplet 141

    ଧର୍ମବଚନ ନିନ୍ଦା କରିରୁକ୍ମୀ ବୋଲଇ କୋପଭରି

  142. Couplet 142

    ଏମନ୍ତ ଶୁଣିଲାତ ନାହିଁଜିଣିଲି ସଭାମଧ୍ୟେ ମୁହିଁ

  143. Couplet 143

    ଦୁଷ୍ଟ ରାଜନେ ତାହା ଶୁଣିବୋଲନ୍ତି ଏହୁ ଅଛି ଜିଣି

  144. Couplet 144

    ଶୁଣି ରୁକ୍ମଣ କଲା ହାସଯେଣୁ ଆବୃତ୍ତ କାଳପାଶ

  145. Couplet 145

    ବୋଲଇ ପରୁଷ ବଚନତୁମ୍ଭେ ଯେ ଅଟ ଜାତିହୀନ

  146. Couplet 146

    ତୁମ୍ଭେ ଜାଣିବ ଖେଳ କାହିଁବନେ ଗୋପାଳମେଳେ ଥାଇ

  147. Couplet 147

    ସ୍ୱଭାବେ ତୁମ୍ଭେ ବନ୍ୟଲୋକନ ଜାଣ ପଶା-କଉତୁକ

  148. Couplet 148

    ଗୋରୁ ଚରାଇ ଗଲା ଦିନତୁମ୍ଭର ଏଣେ କାହିଁ ଜ୍ଞାନ

  149. Couplet 149

    ଖେଳ ଜଣନ୍ତି ରାଜସୁତେସଂଗ୍ରାମେ ଜୟ ଏହୁ ମତେ

  150. Couplet 150

    ପଶା ଦେଖିଲା ତୁମ୍ଭ ନାହିଁରୁକ୍ମୀ ବୋଇଲା ରାମେ ଚାହିଁ

  151. Couplet 151

    ଏମନ୍ତେ ରୁକ୍ମୀର ବଚନଶୁଣି ହସିଲେ ସଭାଜନ

  152. Couplet 152

    ରାମ କୋପିଲେ ତାହା ଶୁଣିପରିଘ ଶସ୍ତ୍ର କରେ ଘେନି

  153. Couplet 153

    ରୁକ୍ମୀର ମୁଣ୍ତେ ଘୋରନାଦେପ୍ରହାର କଲେ ସଭାମଧ୍ୟେ

  154. Couplet 154

    ତଳେ ଯେ ଥିଲା ପଶାକାଠିରାମ ଘେନିଲେ କୋପଦୃଷ୍ଟି

  155. Couplet 155

    ସଭାର ଅପମାନ ଦୁଃଖେପିଟିଲେ ଦନ୍ତବକ୍ର ମୁଖେ

  156. Couplet 156

    ବଜ୍ରସମାନ ପଶାକାଠିବାଜି ଝଡ଼ିଲା ଦନ୍ତପାଟି

  157. Couplet 157

    ଯେ ଦନ୍ତେ ରାମଙ୍କୁ ହସିଲାସେ ଭାଜି ଭୂମିରେ ପଡ଼ିଲା

  158. Couplet 158

    ରୁଧିର ଗଳେ ତାର ତୁଣ୍ତେଗୋଳ ଶୁଭିଲା ରାଜଦାଣ୍ତେ

  159. Couplet 159

    ରାମର ଅକ୍ଷକ୍ରୀଡ଼ା କାଳେଦୁଷ୍ଟେ ଯେ ଥିଲେ ସଭାମେଳେ

  160. Couplet 160

    ରାମର ଶସ୍ତ୍ରେ ଖଣ୍ତ ଖଣ୍ତଛିଡ଼ିଲା ଭୁଜ ଊରୁ ମୁଣ୍ତ

  161. Couplet 161

    ଅଙ୍ଗ ରୁଧିର ରଙ୍ଗବେଶେପଳାଇଗଲେ ନିଜ ଦେଶେ

  162. Couplet 162

    ରୁକ୍ମୀର ହତ କୃଷ୍ଣ ଦେଖିଭାଳି ବୁଜିଲେ ବେନି ଆଖି

  163. Couplet 163

    ରାମ ରୁକ୍ମିଣୀ ସ୍ନେହଭଙ୍ଗଭୟେ ମଉନ ଶିରୀରଙ୍ଗ

  164. Couplet 164

    ତକ୍ଷଣେ ପ୍ରଭୁ ଭଗବାନଆରୋହୀ ନନ୍ଦୀଘୋଷ ଯାନ

  165. Couplet 165

    ବରକନ୍ୟାଙ୍କୁ ଘେନି ସଙ୍ଗେଦ୍ୱାରକା ବିଜେକଲେ ରଙ୍ଗେ

  166. Couplet 166

    ରାମ ଯାଦବ ଆଦି ଯେତେଗମିଲେ କୃଷ୍ଣ ଅନୁପଥେ

  167. Couplet 167

    ସେ ରାମକୃଷ୍ଣ ପାଦଗତନମଇ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 66 | Parbani by ParibhaAsha App