Skandha 10
Adhyaya 65
Couplet 1
ବିରାଟସୁତାସୁତ ପାଶେଗୋବିନ୍ଦ ଭକତି ବିଶ୍ୱାସେ
Couplet 2
ବ୍ୟାସକୁମର ତତ୍ତ୍ୱଜ୍ଞାନୀକହନ୍ତି କୃଷ୍ଣଭାବ ଘେନି
Couplet 3
ଏବେ ହୋ ଶୁଣ ନରନାଥକୃଷ୍ଣଚରିତ ଭାଗବତ
Couplet 4
ଦ୍ୱାରକାପୁରେ ଏକଦିନେରୁକ୍ମିଣୀ ଏକାନ୍ତଭୁବନେ
Couplet 5
ଯେ ହରି ତ୍ରିଗୁଣ ଅତୀତପଲ୍ୟଙ୍କ ମଧ୍ୟେ ଉପଗତ
Couplet 6
ଯେ ବିଶ୍ୱମାୟା ଲୀଳା କରିସର୍ଜଇ ପାଳଇ ସଂହରି
Couplet 7
ସ୍ୱଧର୍ମ ପାଳିବାର ଆଶେଯାହାର ଜନ୍ମ ଯଦୁବଂଶେ
Couplet 8
ତାର ନିକଟେ ଭାବ ଘେନିମିଳିଲେ ଭୀଷ୍ମକ ନନ୍ଦିନୀ
Couplet 9
ଦିବ୍ୟ ଆଲଟ କରେ ଧରିସଙ୍ଗେ ଅଛନ୍ତି ପରିବାରୀ
Couplet 10
କୃଷ୍ଣ ଅଛନ୍ତି ଯେ ଭୁବନେକି ପଟାନ୍ତର ଦେବା ଅନ୍ୟେ
Couplet 11
ଉପରେ ଚନ୍ଦ୍ରାତପ ଟାଣିମୁକୁତାଦାମେ ସୁଖଞ୍ଜଣି
Couplet 12
ରତ୍ନପ୍ରଦୀପ ଚାରିଦିଗେମଲ୍ଲିକାମାଳା ତଥି ଲାଗେ
Couplet 13
ମଧୁପେ ମକରନ୍ଦ ଆଶେନାବେ ଉଡ଼ନ୍ତି ପୁଷ୍ପବାସେ
Couplet 14
ଜଳାକବାଟି ବାଟେ ଯାଇଚନ୍ଦ୍ରକିରଣ ପ୍ରକାଶଇ
Couplet 15
ଆବୋରି ପାରିଜାତ ବନସୁଗନ୍ଧ ବହଇ ପବନ
Couplet 16
ଅଗୁରୁ ଧୂପ ଜଳାରନ୍ଧ୍ରେପ୍ରସରେ ଦଶଦିଗ ଗନ୍ଧେ
Couplet 17
ସୁନ୍ଦର ପାଟବସ୍ତ୍ରମାନନିର୍ମଳ ଅତ୍ୟନ୍ତ ଯତନ
Couplet 18
ଶୁଭ୍ର ସୁଝୀନ ପାଟବସ୍ତ୍ରେଶଯ୍ୟା ନିର୍ମିତ ହସ୍ତୀଦନ୍ତେ
Couplet 19
ପୁଷ୍ପପାଖୁଡ଼ା ସଙ୍ଗେ ମିଶିଗୋରସଫେନ ପ୍ରାୟ ଦିଶି
Couplet 20
ସଖୀର କନ୍ଧେ ହସ୍ତ ଦେଇଶୁଭ୍ର ଚାମର କରେ ଲଇ
Couplet 21
ଯେ ହରି ଜଗତର ଗତିରୁକ୍ମିଣୀଦେବୀ ନିଜ ପତି
Couplet 22
ଚାମର ବିଞ୍ଚି କରେ ସେବାଯାହା ନ ପାନ୍ତି ସୁରଦେବା
Couplet 23
ନିର୍ମଳ ନାନା ରତ୍ନପନ୍ତିରୁକ୍ମିଣୀ ଅଙ୍ଗେ ଝଟକନ୍ତି
Couplet 24
ସଖୀର କନ୍ଧେ ବାମକରଦକ୍ଷିଣେ ଜାଳଇ ଚାମର
Couplet 25
ବତ୍ସଜଡ଼ିତ ହୃଦେ ଥାଇକୁଚଯୁଗଳ ବିରାଜଇ
Couplet 26
କୁଙ୍କୁମାଙ୍କିତ ହୃଦେ ହାରକଟିମେଖଳା ରତ୍ନସାର
Couplet 27
ତୁଙ୍ଗ ନିତମ୍ବ ବେନି ଶୋହେରୂପେ ଜଗତଜନ ମୋହେ
Couplet 28
କୃଷ୍ଣହୁଁ ନ ଜାଣଇ ଆନମନ ବଚନେ ସାବଧାନ
Couplet 29
ଲୀଳା ମନୁଷ୍ୟ ରୂପ ଧରିସେ ରୂପେ ରୂପ ଅନୁସରି
Couplet 30
କର୍ଣ୍ଣେ କୁଣ୍ତଳ ରବି ତ୍ରାସସଲ୍ଲଜ ମୁଖେ ମନ୍ଦହାସ
Couplet 31
କଣ୍ଠେ ଅମୂଲ୍ୟହାର ଶୋହେନୀଳକୁନ୍ତଳ ମନ ମୋହେ
Couplet 32
ଏମନ୍ତ ଦେଖି ତା ବଦନବୋଲନ୍ତି ଦେବକୀନନ୍ଦନ
Couplet 33
ହେ ରାଜପୁତ୍ରି ମୋ ବଚନଶୁଣ ତୁ ହୋଇ ସାବଧାନ
Couplet 34
ଅନେକ ନୃପତିକୁମରେମିଳିଲେ ତୋର ସ୍ୱୟମ୍ବରେ
Couplet 35
ଅଶେଷ ଗୁଣ ତାହାଙ୍କରସୁର ସୁନ୍ଦର ବଳୀୟାର
Couplet 36
ତୋର ପିଅର ଜ୍ୟେଷ୍ଠଭାଇଶିଶୁପାଳକୁ ସେ ଅଣାଇ
Couplet 37
ତୋହର ରୂପେ ଲୋଭ ବହିମିଳିଲେ ରାଜପୁତ୍ରେ ଯାଇ
Couplet 38
ରଣେ ଦୁର୍ମଦ ମହାବୀରଅନେକ ବଳ ତାହାଙ୍କର
Couplet 39
ତାହାଙ୍କୁ ଅବଜ୍ଞା ତୁ କରିମୁଁ ତାଙ୍କୁ କେଉଁଗୁଣେ ସରି
Couplet 40
କି ଗୁଣେ ବରିଲୁ ତୁ ମୋତେସନ୍ଦେଶ ଦେଇ ବିପ୍ରହସ୍ତେ
Couplet 41
ରାଜାଙ୍କ ଡରେ ମୁଁ ପଳାଇସମୁଦ୍ର ମଧ୍ୟେ ଅଛି ରହି
Couplet 42
ବଳିଷ୍ଠ ରାଜକୁଳେ ବାଦଆମ୍ଭେ ନ ଇଚ୍ଛୁ ପରମାଦ
Couplet 43
ଯଯାତି ଶାପ ପୂର୍ବେ ପାଇନୃପଆସନ ମୋର ନାହିଁ
Couplet 44
ଅଜ୍ଞାତ ମାର୍ଗ ମୋର ପଥସ୍ୱବାବେ ନାହିଁ ଲୋକମତ
Couplet 45
ତାହାକୁ ସ୍ୱାମୀପଣେ ବରିସୁଖୀ ହୋଇବ କେଉଁ ନାରୀ
Couplet 46
ସ୍ୱଭାବେ ଅକିଞ୍ଚନ ମୁହିଁଦରିଦ୍ରପ୍ରିୟ ମୁଁ ବୋଲାଇ
Couplet 47
ଏଣୁ ସମ୍ପଦେ ଅନ୍ଧ ଲୋକେମୋତେ ନ ଭଜନ୍ତି ବିମୁଖେ
Couplet 48
ଶୁଣ ସୁନ୍ଦରି ଶାସ୍ତ୍ରବାଣୀବେଦଆଗମେ ପରିମାଣି
Couplet 49
ବରକନ୍ୟାର ବିଭାକାଳେବୟ ସମ୍ପଦ କୁଳ ତୁଲେ
Couplet 50
ସେ ବିଭା ମିତ୍ରପଣେ ସମନ କରି ଅଧମ ଉତ୍ତମ
Couplet 51
ତୁ ପୁଣି ଜାଣୁ ଏହା ଭଲେବିଚାର କରି ବିପ୍ରତୁଲେ
Couplet 52
ମୋତେ ବରିଲୁ କିସ ଦେଖିଶୁଣ ସୁନ୍ଦରୀ ଚନ୍ଦ୍ରମୁଖି
Couplet 53
ଦେଖ ନିର୍ଗୁଣ ଦେହ ମୋରଭିକ୍ଷୁକ ଜନେ ମୋ ସୋଦର
Couplet 54
ନ ଜାଣି କଲୁ ଏଡେ଼ କର୍ମକେ ତୋତେ କଲା ମତିଭ୍ରମ
Couplet 55
ଏବେ ଏମନ୍ତ ତୁହି କରଆତ୍ମାର ଅନୁରୂପେ ବର
Couplet 56
ଉତ୍ତମ ରାଜପୁତ୍ର ଦେଖିଏ ନାରୀଜନ୍ମ କର ସୁଖୀ
Couplet 57
ଯେ ତୋର ଇଚ୍ଛା ଭୋଗସୁଖେଲଭିବୁ ଇହପରଲୋକେ
Couplet 58
ତୋହର ବର ଶିଶୁପାଳବେଗେ ତାହାର ପୁରେ ଚଳ
Couplet 59
ଶାଲ୍ୱ ମାଗଧ ବକ୍ରଦନ୍ତଏ ଆଦି ଯେତେ ନୃପନାଥ
Couplet 60
ମୋତେ ହିଂସନ୍ତି ଗର୍ବ ବହିରୁକ୍ମୀ ଯେ ତୋର ଜ୍ୟେଷ୍ଠଭାଇ
Couplet 61
ଏ ଆଦି ବୀର ଛନ୍ତି ଯେତେତାହାଙ୍କ ଗର୍ବ ଅଭିମତେ
Couplet 62
ତୋର ବିଚାରେ ସ୍ୱାମୀ ବରବୋଲନ୍ତି ପ୍ରଭୁ ଦାମୋଦର
Couplet 63
ଶୁଣ ସୁନ୍ଦରୀ ମନସ୍ଥିରେତାହାଙ୍କ ଗର୍ବ ନାଶିବାରେ
Couplet 64
ବଳେ ଆଣିଲି ତୋତେ ମୁହିଁଅସାଧୁ ଗର୍ବ ନ ସହଇ
Couplet 65
ଉଦାସୀଜନ ମୁଁ ବୋଲାଇଦାରା ସମ୍ପଦେ କାର୍ଯ୍ୟ ନାହିଁ
Couplet 66
ଆତ୍ମଲାଭରେ ପୂର୍ଣ୍ଣ ମୁହିଁଗୃହେ ପ୍ରଦୀପ ପ୍ରାୟ ଥାଇ
Couplet 67
ଶୁକ ବୋଲନ୍ତି ରାୟେ ଶୁଣଏମନ୍ତେ ପ୍ରଭୁ ନାରାୟଣ
Couplet 68
ଲାଳା ମନୁଷ୍ୟ ଦେହ ଧରିଆତ୍ମସଦୃଶେ ପ୍ରିୟନାରୀ
Couplet 69
କୂଟବଚନ ମନେ ଧରିମଉନ ହେଲେ ଦଇତ୍ୟାରି
Couplet 70
ଏମନ୍ତ କୃଷ୍ଣ ବାକ୍ୟ ଶୁଣିଚକିତେ ଚାହିଁଲା ରୁକ୍ମିଣୀ
Couplet 71
ତ୍ରୈଲୋକ୍ୟପ୍ତି ଆତ୍ମାନାଥକୃଷ୍ଣର କଥା ବିପରୀତ
Couplet 72
ଅଶ୍ରୁତ-ଅପୂର୍ବ ବଚନଶୁଣି ହାଲିଲା ଦେବୀ ଜ୍ଞାନ
Couplet 73
ଭୟେ କମ୍ପଇ ଥରହରହୃଦରେ ଚିନ୍ତା ଶୋକଭର
Couplet 74
ପାଦଅଙ୍ଗୁଳି ନଖପନ୍ତିଅରୁଣ ପ୍ରାୟ ଝଟକନ୍ତି
Couplet 75
ସେ ପାଦ ଅଙ୍ଗୁଳିର ଅଗ୍ରେଶୋକେ ଲେଖଇ ଭୂମିଭାଗେ
Couplet 76
ଅଞ୍ଜନରଞ୍ଜିତ ଲୋଚନେଅଶ୍ରୁ ବହଇ ଖେଦମନେ
Couplet 77
ହୃଦେ ପଡ଼ନ୍ତି ଅଶ୍ରୁଧାରେକୁଙ୍କୁମ ଚିହ୍ନ କୁଚଭାରେ
Couplet 78
ଅଧୋବଦନେ ଦେବୀ ରହିକଣ୍ଠେ ବଚନ ନ ସ୍ପୁରଇ
Couplet 79
ସେ ଦୁଃଖ ଭୟ ଶୋକାତୁରେବୁଦ୍ଧି ଭ୍ରମିଲା ଖେଦଭରେ
Couplet 80
ବଳୟ ବେନି ହସ୍ତେ ଥିଲେଶ୍ଲଥ ହୋଇଲେ ଏକତୁଲେ
Couplet 81
ଚାମର ଶ୍ରୀହସ୍ତରେ ଥିଲାତକ୍ଷଣେ ଭୂମିରେ ପଡ଼ିଲା
Couplet 82
ରମ୍ଭା ଯେସନେ ଘୋରବାତେଭାଜି ପଡ଼ଇ ଭୂମିଗତେ
Couplet 83
କେଶ ବସନ ଅସମ୍ଭାଳନୟନୁ ବହେ ଅଶ୍ରୁଜଳ
Couplet 84
ପଡ଼ିଲା ମୃତପିଣ୍ତ ପ୍ରାୟଦେଖନ୍ତି ପ୍ରଭୁ ଦେବରାୟ
Couplet 85
ପ୍ରିୟାର ପ୍ରେମଭାବ ଚିନ୍ତିଗୋବିନ୍ଦ ମନେ ବିଚାରନ୍ତି
Couplet 86
ହାସ୍ୟ ମୁଁ କଲି ଭାବ ବହିଜାଣି ନ ପାରି ଚନ୍ଦ୍ରମୁହିଁ
Couplet 87
ମୋ ହୁଁ ଆନ ନ ଜାଣଇତେଣୁ ଏହାର ଜ୍ଞାନ ନାହିଁ
Couplet 88
ଏମନ୍ତ ଚିତ୍ତେ ଭାବବହିପ୍ରିୟା ବିଷୟେ ଭାବଗ୍ରାହୀ
Couplet 89
ମନେ ସୁମରି ଅନୁତାପତକ୍ଷଣେ ହୋଇ ଦିବ୍ୟରୂପ
Couplet 90
ପଲ୍ୟଙ୍କୁ ଉଠି ଦେବରାଜସୁନ୍ଦର ଶୋଭା ଚାରିଭୁଜ
Couplet 91
ଭୂମିରୁ ବେନିଭୁଜେ ତୋଳିକୋଳେ ବସାଇ ବନମାଳୀ
Couplet 92
ବସ୍ତ୍ର ପିନ୍ଧାଇ ଦେବରାଜେକେଶ ବାନ୍ଧିଲେ ବେନିଭୁଜେ
Couplet 93
ମୁଖମାର୍ଜନ କରି ଧୀରେଅଶ୍ରୁ ପୋଛିଲେ ପୀତାମ୍ବରେ
Couplet 94
ଶ୍ରୀଭୁଜେ କଲେ ଆଲିଙ୍ଗନକୃଷ୍ଣ ଜାଣନ୍ତି ତାର ମନ
Couplet 95
ମନ ବଚନ କର୍ମ ଲଇଁକୃଷ୍ଣହୁଁ ଆନ ନ ଜାଣଇ
Couplet 96
ପ୍ରିୟ ବଚନେ ଚକ୍ରପାଣିଶାନ୍ତି କରାଇ କମଳିନୀ
Couplet 97
ହରି ଜାଣିଲେ ତାର ମନହାସ୍ୟକୁ ନୋହେ ଏ ଭାଜନ
Couplet 98
ସଚେତ କରି ନିଜ ନାରୀହସି ବୋଲନ୍ତି ନରହରି
Couplet 99
ଶୁଣ ବିଦର୍ଭ ରାଜପୁତ୍ରିବିଭ୍ରମ କଲୁ ନିଜ ମତି
Couplet 100
ମୁହିଂ ଜାଣଇ ହୃଦଗତେମୋ ତହୁଁ ଅନ୍ୟ ନାହିଁ ଚିତ୍ତେ
Couplet 101
ମୋ ତହୁଁ ନ ଜାଣୁ ତୁ ଆନମୁହିଁ ତୋହର ନିଜ ଧନ
Couplet 102
ମନେ ନ କର ତୁମ୍ଭେ ରୋଷଶୁଣ ମୁଁ କହଇ ବିଶ୍ୱାସ
Couplet 103
ହାସ୍ୟ ମୁଁ କଲି ତୋର ପାଶେତୋ ଚିତ୍ତ ଜାଣିବାର ଆଶେ
Couplet 104
ତୋହର କୁପିତ ବଦନଭ୍ରୁକୁଟି କୁଟିଳଲୋଚନ
Couplet 105
ଦେଖିବା ପାଇଁ କଲି ଏହାତୁ ପୁଣି ନ ଜାଣିଲୁ ତାହା
Couplet 106
ଯେ ପ୍ରାଣୀ ଥାଇ ଗୃହବାସେପ୍ରିୟାସଂଯୋଗେ ହାସ୍ୟରସେ
Couplet 107
ଦିନ ହରଇ ପ୍ରିୟଭାବେବିଷୟ ସୁଖେ ଏହା ଲଭେ
Couplet 108
ଶୁଣ ପରୀକ୍ଷ ନରପତିମୋହନ ବାକ୍ୟେ ତାର ମତି
Couplet 109
ଶାନ୍ତ କରାଇ ଭଗବାନମୋହିଲେ ରୁକ୍ମିଣୀର ମନ
Couplet 110
ଦେଖି ରୁକ୍ମିଣୀ କୃଷ୍ଣ ଭାବଛାଡ଼ିଲା ଚିନ୍ତା ପରାଭବ
Couplet 111
କୃଷ୍ଣର ପଦ୍ମମୁଖ ଚାହିଁକଟାକ୍ଷ ନୟନେ ଅନାଇ
Couplet 112
ପୁରୁଷୋତ୍ତମ ପାଶେ ରହିକହେ କମଳମୁଖ ଚାହିଁ
Couplet 113
ଅମଳ-କମଳ ଲୋଚନତୋହର ସତ୍ୟ ଏ ବଚନ
Couplet 114
ଅନାଦି ପ୍ରଭୁ ନିରଞ୍ଜନମୁଁ ତୋରେ ନୁହଁଇ ଭାଜନ
Couplet 115
ନିଜ ମହିମା ରୂପ ବହୁତ୍ରିଗୁଣ ଅତୀତ ବୋଲାଉ
Couplet 116
ଗୁଣ ପ୍ରକୃତି ବନ୍ଧେ ମୁହିଁତୋର ଚରଣ ତଳେ ଥାଇ
Couplet 117
ଏତେ ଅନ୍ତର ତୋର ମୋରତୁ ନୋହୁ ପ୍ରକୃତି ଗୋଚର
Couplet 118
ବୋଲୁ ଯେ ରାଜଭୟେ ମୁହିଁସମୁଦ୍ର ମଧ୍ୟେ ଅଛି ରହି
Couplet 119
ଏକତା ପ୍ରମାଣ ତୋହରଯେଣୁ ତ୍ରିଗୁଣେ ଅଗୋଚର
Couplet 120
ଗୁମ ଦୋଷକୁ ଭୟକରିପ୍ରଳୟେ ବ୍ରହ୍ମରୂପ ଧରି
Couplet 121
ଆତ୍ମା ସ୍ୱରୂପ ମାତ୍ର ଲକ୍ଷେସମୁଦ୍ରେ ଶୋଉ ତୁ ପ୍ରତ୍ୟକ୍ଷେ
Couplet 122
ଇନ୍ଦ୍ରିୟଗଣେ ତୋର ବାଦଏମନ୍ତ କହିଛନ୍ତି ବେଦ
Couplet 123
ତୋର ସେବକ ଯେତେ ପ୍ରାଣୀସମ୍ପଦ ତୁଚ୍ଛପ୍ରାୟ ମଣି
Couplet 124
ତୋ ପାଦପଦ୍ମ-ମକରନ୍ଦନିତ୍ୟେ ପିବନ୍ତି ମୁନିବୃନ୍ଦ
Couplet 125
ଅଭେଦ ତାହାଙ୍କର ଗତିନୃ-ପଶୁଗଣେ ନ ଜାଣନ୍ତି
Couplet 126
ତୋହର ମହିମା ତ୍ରୈଲୋକ୍ୟେଗୋଚର କେ କରୁ ଅନେକେ
Couplet 127
ତୋର ସେବକ ଯେତେ ଜନତୋ ତହୁଁ ନ ଜାଣନ୍ତି ଆନ
Couplet 128
ବୋଲୁ ଯେ ଅକିଞ୍ଚନ ମୁହିଁଯହୁଂ ତୋ ତହୁଁ ଆନ ନାହିଁ
Couplet 129
ବ୍ରହ୍ମାଦି ଯେତେ ମୁନି ଛନ୍ତିସେ ତୋ ମହିମା ନ ଜାଣନ୍ତି
Couplet 130
ପୂଜନ୍ତି ତୋହର ଚରଣତୁ ଆଦି ପରମକାରଣ
Couplet 131
ଇନ୍ଦ୍ରିୟଅର୍ଥେ ତୋଷ ଯେହୁସେ ତୋତେ ପାଇବଟି କାହୁଁ
Couplet 132
ଦାରା ସମ୍ପଦେ ଅନ୍ଧ ପ୍ରାଣୀସେ ତୋତେ ନିକଟେ ନ ଜାଣି
Couplet 133
ତୋର ମାୟାରେ ମର୍ତ୍ତ୍ୟଲୋକେନିକଟେ ଅନ୍ତକ ନ ଦେଖେ
Couplet 134
ତେବେ ଭୁଞ୍ଜନ୍ତି ଯଜ୍ଞେବଳିସେ ତୋର ପାଦେ ବନମାଳୀ
Couplet 135
ପୂଜା କରନ୍ତି ବଳି ଦେଇତାହାଙ୍କ ଇଷ୍ଟ ଯେଣୁ ତୁହି
Couplet 136
ପରମଆତ୍ମା ଆଦିମୂଳତୁ ସର୍ବପୁରୁଷାର୍ଥ ଫଳ
Couplet 137
ଯାହା ଲଭିବା ଇଚ୍ଛା କରିସଂସାର ଛାଡେ଼ ବ୍ରହ୍ମଚାରୀ
Couplet 138
ତାହାଙ୍କୁ ହେଉ ତୁ ସୁଲଭବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ
Couplet 139
ସନ୍ନ୍ୟାସୀଜନଙ୍କର ହୃଦେତୁ ନାଥ ବସୁ ଅପ୍ରମୋଦେ
Couplet 140
ଭାବରେ ଆତ୍ମା ରୂପେ ଥାଉଭାବକୁ ଆତ୍ମାପଦ ଦେଉ
Couplet 141
ଏଣୁ ବରିଲି ତୋତେ ମୁହିଁତୋ ବିନୁ ଆନ ବର ନାହିଁ
Couplet 142
ତୋର ଭ୍ରୁକୁଟିଭଙ୍ଗୀ କାଳଜଗତ ମଧ୍ୟେ ମହାବଳ
Couplet 143
ସେ କାଳବଳେ ହୋଇ ଧ୍ୱସ୍ତଭବ ବିରଞ୍ଚି ସୁରନାଥ
Couplet 144
ଉଡ଼ନ୍ତି ରେଣୁପ୍ରାୟ ହୋଇଅନ୍ୟ କେ ଅଛି ଦେହ ବହି
Couplet 145
ସାରଙ୍ଗଧନୁର ଶବଦେରାଜାଙ୍କୁ ଜିଣି ଅପ୍ରମାଦେ
Couplet 146
ହରି ଆଣିଲୁ ମୋତେ ହେଳେସିଂହ ଯେସନେ ବାହୁବଳେ
Couplet 147
ପଶୁଙ୍କ ମଧ୍ୟୁ ମହାବେଗେଆକର୍ଷି ଭୁଞ୍ଜଇ ସ୍ୱଭାଗେ
Couplet 148
ସେ ରାଜା ଭୟେ ନାରାୟଣପଶିଲୁ ସମୁଦ୍ରେ ଶରଣ
Couplet 149
ସତ୍ୟବଚନ ଏ ତୋହରଯେଣୁ ବଢ଼ିଲୁ ଗୋପପୁର
Couplet 150
ବିତର୍କ କହୁ ମୋର ପାଶେତୋ ପାଦ ଲଭିବାର ଆଶେ
Couplet 151
ବେଣର ପିତା ପୁଣି ପୁତ୍ରନାହୁଷ ଗୟ ଯେ ଜାୟନ୍ତ
Couplet 152
ଚିତ୍ତ ନିବାରି ରାଜ୍ୟସୁଖେବନେ ପଶିଲେ ଘୋରଦୁଃଖେ
Couplet 153
କଠୋର ଯୋଗ କରି ସାଧ୍ୟଲଭିଲେ ତୋର ପଦ୍ମପାଦ
Couplet 154
ସେ ପାଦ ସରୋଜର ଗନ୍ଧପୁଣ୍ୟ ପବିତ୍ର ମକରନ୍ଦ
Couplet 155
ଆଘ୍ରାଣ ନାସାରନ୍ଧ୍ରେ କରିକେ ନାରୀ ଆନ ବର ବରି
Couplet 156
ତୁ ନାଥ ଜଗତ ଈଶ୍ୱରସକଳ ଆତ୍ମା କାମପୁର
Couplet 157
ବିବାହକାଳେ ଏ ବିଚାରେତୋରେ ବରିଲି ମୁହିଁ ବରେ
Couplet 158
ଭବ ବିରଞ୍ଚି ଆଦି ସଭାମଧ୍ୟେ ତୋ ଗୁଣ କଥା ଶୋଭା
Couplet 159
ତୋର ମହିମା ଦାମୋଦରନ ପଶେ କର୍ଣ୍ଣପଥେ ଯାର
Couplet 160
ସେ ନାରୀ ବରେ ଅନ୍ୟ ଲୋକେଇନ୍ଦ୍ରିୟ ଅର୍ଥ ଲୋଭ ସୁଖେ
Couplet 161
ସେ ନାରୀ ବଶେ ଯେ ରହଇଶ୍ୱାନ ମାର୍ଜାର ପ୍ରାୟ ହୋଇ
Couplet 162
ଗୋରୁ ଗର୍ଦ୍ଦଭ ଅଶ୍ୱରୂପେନିର୍ବନ୍ଧ ଗୃହ ଅନ୍ଧକୂପେ
Couplet 163
କୁନ୍ତଳ ନଖ ଚର୍ମ ଦାଢ଼ିଦେହ ଉପରେ ଛନ୍ତି ବେଢ଼ି
Couplet 164
ରୁଧିର ମାଂସ ମଜ୍ଜା ଅସ୍ଥିଶିରା ନିର୍ବନ୍ଧ ଗୃହ ଅନ୍ଧକୂପେ
Couplet 165
ଅନ୍ତରେ ମଳ କୃମି ମୂତ୍ରକଫ ଦୁର୍ଜୟ ବାତ ପିତ୍ତ
Couplet 166
ଏଣେ ନିର୍ମିତ ଯାର ଦେହିଜୀବନ୍ତେ ମୃତପିଣ୍ତ ସେହି
Couplet 167
ତାହାକୁ ସ୍ୱାମୀପଣେ ବରିଜୀବନ ବହେ ଦୁଷ୍ଟ ନାରୀ
Couplet 168
ତୋର ଚରଣ ମକରନ୍ଦଆଘ୍ରାଣ ନ କଲା ଯେ ଗନ୍ଧ
Couplet 169
ତୋର ଚରଣ ଉପାସନନିଶ୍ଚଳେ କରୁ ମୋର ମନ
Couplet 170
ସ୍ୱଭାବେ ଆତ୍ମାରତ ତୁହିପର ଅପର ତୋର ନାହିଁ
Couplet 171
ତୁ ଯେବେ ରଜଗୁଣ ମଧ୍ୟେମୋତେ ଦେଖିବୁ ଅନୁବନ୍ଧେ
Couplet 172
ଏ ବର ମୋତ ନିତ୍ୟେ ହେଉତୋ ପାଦ ସେବି ଦିନ ଯାଉ
Couplet 173
ଭୋ ନାଥ ତୋର ବାକ୍ୟ ମୁହିଁକପଟ ପ୍ରାୟ ନ ମଣଇ
Couplet 174
ଅମ୍ବା କନ୍ୟାର ଚିତ୍ତ ଯେହ୍ନେଭୀଷ୍ମଙ୍କୁ ନ ବରିଲା ମନେ
Couplet 175
ଦୁଷ୍ଟଯୁବତୀଙ୍କର ମନଭଜଇ ଅଭିନବ ଜନ
Couplet 176
ଅସତୀବାଦ ତାଙ୍କ ତହିଁପଣ୍ତିତେ ନ କରିବେ ତ୍ରାହି
Couplet 177
ଯେ ନର ତାହାଙ୍କୁ ବିଶ୍ୱାସଉଭୟ ଲୋକ କରେ ନାଶ
Couplet 178
ଏମନ୍ତ ପତ୍ନୀ ବାକ୍ୟ ଶୁଣିହସି ବୋଲନ୍ତି ପଦ୍ମପାଣି
Couplet 179
ତୁ ସ୍ୱାଧୀପଣେ ଅନୁପମମୋହର ଆତ୍ମା ଅଭିରାମ
Couplet 180
ଶୁଣିବା ପାଇଁ ତୋ ବଚନମୁଁ ତୋର ମନ କଲି ଛନ୍ନ
Couplet 181
ମୋର ଉଦ୍ଦେଶ୍ୟେ ତୋର ବାଣୀଏ ଶୁଦ୍ଧ ସତ୍ୟ ପରିମାଣ
Couplet 182
ଏବେ ମୁଁ ହୋଇଲି ପ୍ରସନ୍ନବର ତୁ ମାଗ ତୋଷମନ
Couplet 183
ଯେ ତୋର ଇଚ୍ଛା ମାଗ ବରହସି ବୋଲନ୍ତି ଦାମୋଦର
Couplet 184
ଏକାନ୍ତ ପ୍ରିୟା ରି ମୋହରସକଳ ସମ୍ପଦ ତୋହର
Couplet 185
ତୋହର ଇଷ୍ଟ ପତିବ୍ରତମୁହିଁ ଜାଣିଲି ଆଜ ସତ୍ୟ
Couplet 186
ଅନେକ କଲି ଉପାଲମ୍ଭତୋହର ଚିତ୍ତ ବଡ଼ ଦମ୍ଭ
Couplet 187
ଭ୍ରଷ୍ଟ ନୋହିଲା ମୋର ପାଦୁଁତରିବୁ ସକଳ ପ୍ରମାଦୁଁ
Couplet 188
ଯେ ପ୍ରାଣୀ ବ୍ରହ୍ମଚାରୀ ମତେତପ ସାଧନ୍ତି ଶୁଦ୍ଧଚିତ୍ତେ
Couplet 189
ତପର କାମ୍ୟ ଫଳଆଶବର ମାଗନ୍ତି ଗୃହବାସ
Couplet 190
ସେ ତୋତେ ପାଇବେଟି କାହିଁଅଭୟ-ବରଦାତା ମୁହିଁ
Couplet 191
ମୋହର ମାୟାବଳ ଏହିହସି ବୋଲନ୍ତି ଭାବଗ୍ରାହୀ
Couplet 192
ମୋକ୍ଷଭଣ୍ତାର ମୋତେ ପାଇଯେ ପ୍ରାଣୀ ସମ୍ପଦ ଇଚ୍ଛଇ
Couplet 193
ସେ ମନ୍ଦଭାଗୀ ଦୁଃଖୀ ହୋଇନରକେ ପଡ଼ିଛନ୍ତି ଯାଇ
Couplet 194
ତୁ ମୋର ଗୃହ-ଠାକୁରାଣୀମୋର ମହିମା ପରିମାଣି
Couplet 195
ଭବମୋଚନ ବୃତ୍ତୋ ମୋରଖଳ ସମୂହେ ଆଗୋଚର
Couplet 196
ସେ ଭାବ କଲୁ ମୋର ତହିଁସ୍ୱଭାବେ ସ୍ତିରୀଜନ୍ମ ହୋଇ
Couplet 197
ତୋହାର ପ୍ରାୟ ଗୃହେଶ୍ୱରୀନାହିଁ ନୋହିବ ପୁରନାରୀ
Couplet 198
ତୋର ବିବାହକାଳେ ଆସିଲକ୍ଷେ ନୃପତି ଥିଲେ ବସି
Couplet 199
ତାହାଙ୍କୁ ତୁଚ୍ଛ ଭାବ ବହିବିପ୍ର ପେଷିଲୁ ମୋର ତହିଁ
Couplet 200
ମୁଁ ତୋତେ ହରିଆଣୁ ପଥେତୋହର ଭାଇ ଏକାରଥେ
Couplet 201
ଘୋର ସମର ମୋରେ କଲାଦଇବେ ବନ୍ଧନେ ପଡ଼ିଲା
Couplet 202
ରୂପ ବିରୂପ ତାର କଲିଶସ୍ତ୍ରରେ ଚୂଳ ତା କାଟିଲି
Couplet 203
ବିଭା-ମଙ୍ଗଳ ପର୍ବକାଳେବନ୍ଧୁବାନ୍ଧବ-ଗୋଷ୍ଠୀମେଳେ
Couplet 204
ଅକ୍ଷକ୍ରୀଡ଼ାର କାଳେ ବଳେଦୁଷ୍ଟରାଜନ ସଙ୍ଗମେଳେ
Couplet 205
ବଳଦେବଙ୍କୁ ଦ୍ରୋହ କଲାସେକାଳେ ଭ୍ରାତ ତୋର ମଲା
Couplet 206
ଏ ବେନି ଗୁର ଅପରାଧଉଭୟ-ସଂକଟ ପ୍ରମାଦ
Couplet 207
ଦୁଃସହ-ତାପ ଦୁଃଖ ଏହିକାହାର ସାଧ୍ୟ ଏହା ସହି
Couplet 208
କିଛି ନ ବୋଲି ମୁଖଗତେନିଶ୍ଚେ ଜିଣିଲୁ ଏବେ ମୋତେ
Couplet 209
ବିପ୍ରକୁ ମୋର ତହିଁ ପେଶିଯୁଗ ମଣିଲୁ ଏକ ନିଶି
Couplet 210
ଜଗତ ଦେଖି ଶୂନ୍ୟମୟେଅନଳ ଦେଇ ନିଜ ଦେହେ
Couplet 211
ମରିବା ପ୍ରାୟ କଲୁ ଯୋଗଏ ଦେହ ଆନେ କାହିଁ ଭୋଗ
Couplet 212
ସେ ଭାବ ଘେନି ହୃଦଗତେବଳେ ଆଣିଲି ଯାଇ ତୋତେ
Couplet 213
ଶୁକ କହନ୍ତି ରାୟ ଶୁଣଏମନ୍ତ କହି ନାରାୟଣ
Couplet 214
ନିଜ ମହିମା ଆତ୍ମାରତିରୁକ୍ମିଣୀ ଲଭିଲେ ଶ୍ରୀପତି
Couplet 215
ଏକାନ୍ତ ଲକ୍ଷ୍ମୀନାରାୟଣଏ ନରଲୋକେ ବିଡ଼ମ୍ବନ
Couplet 216
ଅଷ୍ଟ ଅଧିକ ଏକଶତେଷୋଳସହସ୍ର ପତ୍ନୀ ଯେତେ
Couplet 217
ତାହାଙ୍କ ପୁରେ ନରହରିମାୟାରେ ତୁଲ୍ୟ ରୂପ ଧରି
Couplet 218
ଗୃହସ୍ଥ ଧର୍ମେ ଭୋଗକରିନିର୍ଗୁଣ ଆତ୍ମା ନରହରି
Couplet 219
ସେ ଲକ୍ଷ୍ମୀ ନାରାୟଣ ପାଦେସୁଜନେ ଚିନ୍ତ ଅପ୍ରମାଦେ
Couplet 220
ଏକାନ୍ତ ଲକ୍ଷ୍ମୀ ନାରାୟଣଶୁଣନ୍ତେ ଦୁଃଖ ନିବାରଣ
Couplet 221
ଚିତ୍ତେ ନିରୋପି ଭାଗବନକହଇ ବିପ୍ର ଜଗନ୍ନାଥ