Skip to content
paribhaasha

Skandha 10

Adhyaya 64

  1. Couplet 1

    କୃଷ୍ଣସେବକ ଭାଗ୍ୟବନ୍ତକୁରୁନନ୍ଦନ ପରୀକ୍ଷିତ

  2. Couplet 2

    ବ୍ୟାସ ନନ୍ଦନ ମୁଖ ଚାହିଁକହଇ ଶିରେ କରଦେଇ

  3. Couplet 3

    ଭୋ ମୁନି କେମନ୍ତେ ଅନନ୍ତନାରକାସୁର କଲେହତ

  4. Couplet 4

    ଆଣିଲେ ଅନେକ ସୁନ୍ଦରୀଦାନବଙ୍କର ପ୍ରାଣ ହରି

  5. Couplet 5

    ସାରଙ୍ଗ ଧନୁ ଧରି କରମହା ମହିମା ଯୋଗେଶ୍ୱର

  6. Couplet 6

    ଅବନୀ ଭାରା ନିବାରଣନିର୍ଗୁଣ ପୁରୁଷ ପୁରାଣ

  7. Couplet 7

    କହ କେମନ୍ତେ ନରହରିକନ୍ୟା ଆଣିଲେ ଶତ୍ରୁ ମାରି

  8. Couplet 8

    କେମନ୍ତେ ନାରକା ଅସୁରରଣେ ଜିଣିଲା ତିନିପୁର

  9. Couplet 9

    କାହୁଁ ଆଣିଲା କନ୍ୟା ହରିନିଜ ଭୁବନେ ଥିଲା ଭରି

  10. Couplet 10

    ଶୁକ କହନ୍ତି ତାହା ଶୁଣିକୃଷ୍ଣ-ମହିମା ମନେ ଗୁଣି

  11. Couplet 11

    ଶୁଣ ପରୀକ୍ଷ ମହୀପାଳସ୍ୱର୍ଗଭୁବନୁ ଆଖଣ୍ତଳ

  12. Couplet 12

    ନାରକାସୁର ଭୟେ ତ୍ରାସିଯଦୁନଗରେ ରାତ୍ରେ ପଶି

  13. Couplet 13

    ମିଳିଲା ଗୋବିନ୍ଦର ପାଶେଏକାନ୍ତେ କହଇ ବିଶ୍ୱାସେ

  14. Couplet 14

    ଭୋ ନାଥ ଦୁଷ୍ଟ ନିବାରଣଅନାଦି-ପରମ-କାରଣ

  15. Couplet 15

    ଅଦିତି ମୋହର ଜନନୀସୁପୁଣ୍ୟ-ଦକ୍ଷର ନନ୍ଦିନୀ

  16. Couplet 16

    ଅମୂଲ୍ୟ-ଦିବ୍ୟ ମଣି ବେନିକର୍ଣ୍ଣେ କୁଣ୍ତଳ ଥିଲା ଘେନି

  17. Couplet 17

    ନାରକାସୁର ମୋର ପୁରେପଶିଲା ଯୁଦ୍ଧ-ମହାଘୋରେ

  18. Couplet 18

    କୁଣ୍ତଳ ମାତା କର୍ଣ୍ଣୁ ନେଲାସ୍ୱର୍ଗେ ବରୁଣଛତ୍ର ଥିଲା

  19. Couplet 19

    ମୋତେ ଘଉଡ଼ି ବାହୁବଳେସର୍ବ ହରିଲା ଅବହେଳେ

  20. Couplet 20

    ମନ୍ଦରଗିରିଶିଖ ମୂଳେମଣି ପର୍ବତ ନେଲାବେଳେ

  21. Couplet 21

    ରାଜାଙ୍କ କନ୍ୟା ବିଭା ଛଳେହରି ଆଣିଲା ଭୁଜବଳେ

  22. Couplet 22

    ପୁରେ ନିବେଶି କନ୍ୟା ବଳେବିଭା ହୋଇବ ଏକାବେଳେ

  23. Couplet 23

    ତାର ମହିମା ଶୁଣି କର୍ଣ୍ଣେତିନିଭୁବନେ ଯେତେ ଜନେ

  24. Couplet 24

    ଭୟେ ଚକିତମନେ ଛନ୍ନବଦନୁ ନ ସ୍ପୁରେ ବଚନ

  25. Couplet 25

    ତାହାର ଡରେ ଦାମୋଦରଭାଜିଲା ଅମର-ନଗର

  26. Couplet 26

    ହରିଲା ମୋର ଅଧିକାରଭୋ ନାଥ ଶରଣ ମୁଁ ତୋର

  27. Couplet 27

    ବାସବ ବାକ୍ୟ ଶୁଣି କର୍ଣ୍ଣେଗୋବିନ୍ଦ ହରଷ, ବଦନେ

  28. Couplet 28

    ବୋଇଲେ ଯାଅ ନିଜପୁରମୁହିଁ କରିବି ପ୍ରତିକାର

  29. Couplet 29

    କୃଷ୍ଣ ନୋକଟେ ମିଳେ ଆସିଗୋବିନ୍ଦ ତାର ସ୍କନ୍ଧେ ବସି

  30. Couplet 30

    ସତ୍ୟଭାମାର କରଧରିଗୋବିନ୍ଦ ଗରୁଡ ସୁମରି

  31. Couplet 31

    ଧ୍ୟାନେ ଜାଣିଲା ଖଗେଶ୍ୱରମିଳିଲା ଦ୍ୱାରକା ନବର

  32. Couplet 32

    କୃଷ୍ଣ ନିକଟେ ମିଳେ ଆସିଗୋବିନ୍ଦ ତାର ସ୍କନ୍ଧେ ବସି

  33. Couplet 33

    ସତ୍ୟଭାମାକୁ କୋଳେ ଘେନିଗୋବିନ୍ଦ କଲେ ଶଙ୍ଖ ଧ୍ୱନି

  34. Couplet 34

    ଦେଖନ୍ତି ଦଶଦିଗପାଳେଗରୁଡ଼ ଉଡେ଼ ଅନ୍ତରାଳେ

  35. Couplet 35

    ପ୍ରାଗଜ୍ୟୋତିଷପୁର ନାମେମିଳିଲା ନାରକା-ଭୁବନେ

  36. Couplet 36

    ଶତେଯୋଜନଦୀର୍ଘ ସ୍ଥଳୀଦେଖି ହରଷ ବନମାଳୀ

  37. Couplet 37

    ଶୁଣ ରାଜନ ତା ମହିମାଦୁର୍ଗମ ଦାନବର ସୀମା

  38. Couplet 38

    ଗିରିଦୁର୍ଗମ ଚାରିପାଖେବାଣକମାଣ ଶସ୍ତ୍ର ରଖେ

  39. Couplet 39

    ବାଣ ଅନ୍ତରେ ଜଳଖଣାଦେଖିଲେ ଦେବେ ହୋନ୍ତି ବଣା

  40. Couplet 40

    ଗଭୀର କେ କରୁ ପ୍ରମାଣଘୋର ଗହ୍ନ ଗ୍ରାହଗଣ

  41. Couplet 41

    ସେ ଦୁର୍ଗ ଅନ୍ତରେ ଅନଳଉଚ୍ଚେ ଜଳଇ ତିନିତାଳ

  42. Couplet 42

    ଅଗ୍ନି ଅନ୍ତରେ ସମୀରଣପ୍ରଚଣ୍ତେ ବହଇ ପବନ

  43. Couplet 43

    ରିପୁ ପଡ଼ିଲେ ଯାନ୍ତି ଉଡ଼ିମରନ୍ତି ଅଗ୍ନି ଜଳେ ପଡ଼ି

  44. Couplet 44

    ତାର ଅନ୍ତରେ ମୁରପାଶୀନୀଳଜୀମୂତ ପ୍ରାୟେ ଦିଶି

  45. Couplet 45

    ଏମନ୍ତ ଗଡ଼ ସେ ଭିଆଇନିଶ୍ଚିନ୍ତେ ମଧ୍ୟେ ଅଛି ରହି

  46. Couplet 46

    ହେଳେ ଜିଣିଲା ସୁରନରଦେଖି ହସନ୍ତି ଚକ୍ରଧର

  47. Couplet 47

    ଗଦା ପ୍ରହାରେ ଗଦାଧରଗିରି ଦୁର୍ଗମ କଲେ ଚୂର

  48. Couplet 48

    ବାଣକମାଣ ନରହରିତୀକ୍ଷ୍ଣ ନାରାଚେ ଚୁର୍ଣ୍ଣ କରି

  49. Couplet 49

    ଜଳ ଅନଳ ସମୀରଣଚକ୍ରେ ଶୋଷିଲେ ନାରାୟଣ

  50. Couplet 50

    ଖଡ଼ଗ ଧାରେ ବ୍ରହ୍ମରାଶିବେଗେ ଛେଦିଲେ ମୁରପାଶୀ

  51. Couplet 51

    ଶଙ୍ଖ ଶବଦ କଲେ ହରିଶୁଭିଲା ଦଶଦିଗ ପୂରି

  52. Couplet 52

    ଗିରିଦୁର୍ଗମକୁ ଆବୋରିବୀରେ ଯେ ଥିଲେ ଶସ୍ତ୍ର ଧରି

  53. Couplet 53

    ହୃଦୟ କମ୍ପିଲା ବିକଳେଶସ୍ତ୍ର ପଡ଼ିଲା ହସ୍ତୁ ତଳେ

  54. Couplet 54

    ଗୋବିନ୍ଦ ବସି ଖଗେଶ୍ୱରେମିଳିଲେ ନାରକାର ଦ୍ୱାରେ

  55. Couplet 55

    ଶିଳାପାଚେରୀ ଚାରିଦିଗେଦେଖି ଗୋବିନ୍ଦ ଅତିବେଗେ

  56. Couplet 56

    ଗଦା ପ୍ରହାରେ ଚୂର୍ଣ୍ଣ କରିଶବଦେ କମ୍ପେ ବସୁନ୍ଧରୀ

  57. Couplet 57

    କୃଷ୍ଣର ଶୁଣି ଶଙ୍ଖନାଦଅସୁରେ ମନେ ପାଇ ଖେଦ

  58. Couplet 58

    ଯୁଗାନ୍ତ ବଜ୍ରପ୍ରାୟ ମଣିମୁରଦାନବ ତାହା ଶୁଣି

  59. Couplet 59

    ଗଭୀର ଜଳେ ଶୋଇଥିଲାଖବଦ ଶୁଣି ବିଜେ କଲା

  60. Couplet 60

    ପର୍ବତ ପ୍ରାୟ ପଞ୍ଚଶିରନିଦ୍ରା ବିଯୋଗ ମହାବୀର

  61. Couplet 61

    ତ୍ରିଶୂଳ ଅଛି ତାର କରେକିବା ଉପମା ଦେବା ତାରେ

  62. Couplet 62

    ପ୍ରଳୟକାଳେ ଦିବାକରପ୍ରଚଣ୍ତ ଜ୍ୟୋତି ପରଖର

  63. Couplet 63

    ତେମନ୍ତ ପ୍ରାୟ ଶୂଳ ଦିଶିଧାଇଁଲା ତ୍ରିଭୁବନ ତ୍ରାସି

  64. Couplet 64

    ଗିଳିବା ପ୍ରାୟ ପଞ୍ଚଭୂତପଞ୍ଚବଦନ ବିସ୍ତାରିତ

  65. Couplet 65

    କୃଷ୍ଣ ଦେଖନ୍ତି ତାର ବେଗଗରୁଡ଼ ମୁଖେ ଯେହ୍ନେ ନାଗ

  66. Couplet 66

    ଧାମଇଁ ମରଣ ନ ଜାଣିଦେଖି ହସନ୍ତି ଚକ୍ରପାଣି

  67. Couplet 67

    ତ୍ରିଶୂଳ ଅତି ଘେନି ଅତି ବେଗେପିଟିଲା ଗରୁଡର ଅଙ୍ଗେ

  68. Couplet 68

    ଶବଦ କଲା ପଞ୍ଚତୁଣ୍ତପୂରିଲା ଅଖିଳ ବ୍ରହ୍ମାଣ୍ତ

  69. Couplet 69

    ତ୍ରିଶୂଳ ଦେଖି ନାରାୟଣବେଗେ ବିନିଧିଲେ ବେନି ବାଣ

  70. Couplet 70

    ତକ୍ଷଣେ ତିନିଖଣ୍ତ କରିଶୂଳ କାଟିଲେ ନରହରି

  71. Couplet 71

    କୃଷ୍ଣ ବିନ୍ଧିଲେ ତୀକ୍ଷ୍ଣ ବାଣଅସୁର କୋପେ ଗରୁଟାଣ

  72. Couplet 72

    ଗଦାଏ ଥିଲା ବାମ କରେପିଟିଲା ଗୋବିନ୍ଦ ଉପରେ

  73. Couplet 73

    ତକ୍ଷଣେ ମଦନଗୋପାଳଗଦାକୁ ଗଦା ପରିତାଳ

  74. Couplet 74

    ଦାନବ ଗଦା ଚୂର୍ଣ୍ଣକରିଶଙ୍ଖେ ଶବଦ କଲେ ହରି

  75. Couplet 75

    ନିରସ୍ତ୍ର ହୋଇ ସେ ଦନୁଜବେଗେ ତୋଳିଲା ବେନି ଭୁଜ

  76. Couplet 76

    ଧାମଇଁ ଘୋର ନାଦ କରିପାଦେ କମ୍ପଇ ବସନ୍ଧରୀ

  77. Couplet 77

    ସ୍ୱର୍ଗେ ଦେଖନ୍ତି ଦେବେ ମିଳିଚକ୍ର ପେଶିଲେ ବନମାଳୀ

  78. Couplet 78

    ତକ୍ଷଣେ ହୋଇ ବେନିଖଣ୍ତଜଳେ ପଡ଼ିଲା ମୃତପିଣ୍ତ

  79. Couplet 79

    ବାସବ-ବଜ୍ରେ ହୋଇ ଭଙ୍ଗଯେହ୍ନେ ପଡ଼ଇ ଗିରିଶୃଙ୍ଗ

  80. Couplet 80

    ସପ୍ତ କୁମର ତାର ଥିଲେପିତାର ମରଣ ଜାଣିଲେ

  81. Couplet 81

    ପିତୃ-ବଇରୀ ମାରିବାରେଧାଇଁଲେ ପବନହୁଁ ଖରେ

  82. Couplet 82

    ଅତି ଗହ୍ନ ଘୋରତମଶୁଣ ହୋ ତାହାଙ୍କର ନାମ

  83. Couplet 83

    ତାମ୍ର ଅନ୍ତରୀକ୍ଷ ଶ୍ରବଣଚତୁର୍ଥ ବିଭାବସୁ ଜାଣ

  84. Couplet 84

    ପଞ୍ଚମ ବସୁ ମହାବୀରଷଷ୍ଠରେ ନବସ୍ୱାନ ଶୂର

  85. Couplet 85

    ପୁଣ ଅରୁଣ ନାମେ ବୀରଏମନ୍ତେ ଧାଇଁଲେ ଅସୁର

  86. Couplet 86

    ବିବିଧ ଶସ୍ତ୍ର କରେ ଘେନିସାଜିଲେ ନାରକା ସଇନି

  87. Couplet 87

    ଯୂଥପତିଙ୍କି କରି ଆଗେନାରକା ସୈନ୍ୟ ବେନିଭାଗେ

  88. Couplet 88

    ଆବୋରି ଧାଇଁଲା ସମରେଭୂମି କମ୍ପାଇ ପାଦଭରେ

  89. Couplet 89

    ବାଣ ଖଡ଼ଗ ଗଦା ଋଷ୍ଟିଶୂଳ ତୋମର ଲୌହଯଷ୍ଟି

  90. Couplet 90

    ରବିକିରଣ ପ୍ରାୟ ଦିଶିଭୂମି ଗଗନେ ତେଜ ଗ୍ରାସି

  91. Couplet 91

    ଶର ବରଷା ମେଘପ୍ରାୟେବିନ୍ଧିଲେ ଗୋବିନ୍ଦର ଦେହେ

  92. Couplet 92

    ଦେଖି କେଶବ ଅତି ଖରେସାରଙ୍ଗଧନୁ ଧରି କରେ

  93. Couplet 93

    କୃଷ୍ଣ ବିନ୍ଧିଲେ ପୁଣପୁଣଅନଳପ୍ରାୟ ତୀକ୍ଷ୍ଣ ବାଣ

  94. Couplet 94

    ଅସୁରଙ୍କର ଶସ୍ତ୍ର ନାଶେରବି ଯେସନେ ତମ ଗ୍ରାସେ

  95. Couplet 95

    ତିଳପ୍ରମାଣେ ଶସ୍ତ୍ର କାଟିଗୋବିନ୍ଦ କଲେ ଶର ବୃଷ୍ଟି

  96. Couplet 96

    ଅସୁରଙ୍କର ସେହ୍ନାଫୁଟିଭୁଜ ଚରଣ ଶିର ତୁଟି

  97. Couplet 97

    ତକ୍ଷଣେ ପଡ଼ିଲେ ସକଳେମେଦିନୀ ନ ଦିଶେ ଗହଳେ

  98. Couplet 98

    କୃଷ୍ଣର ବାଣ ତୀକ୍ଷ୍ଣ ଫଳଧ୍ୱଂସିଲା ଚତୁରଙ୍ଗ ବଳ

  99. Couplet 99

    ନାରକାସୁର ତାହା ଦେଖିଧାଇଁଲା ଭୁବନ ଉପେକ୍ଷି

  100. Couplet 100

    ଷଷ୍ଟିସହସ୍ର ଗଜୟୂଥଜଳଧି ମନ୍ଥନୁଁ ସମ୍ଭୂତ

  101. Couplet 101

    ବରଷା ପ୍ରାୟ ମଦଗଳିଦିଶନ୍ତି କରୀବରେ ଝଳି

  102. Couplet 102

    ଅଙ୍କୁଶ ମାହୁନ୍ତଙ୍କ କରେଝଲକେ ରବି ପଟାନ୍ତରେ

  103. Couplet 103

    ନାରକାସୁର ଗଜ ମଧ୍ୟେବେଗେ ମିଳିଲା ଘୋରନାଦେ

  104. Couplet 104

    ଉଚ୍ଚ କୁଞ୍ଜରେ ଭୂମିସୁତନୟନେ ଦେଖିଲା ଅନନ୍ତ

  105. Couplet 105

    ସୁବର୍ଣ୍ଣ ପ୍ରାୟ ପକ୍ଷୀରାଜଶୂନ୍ୟେ ଉଡ଼ଇ ମହାତେଜ

  106. Couplet 106

    ତାହାର ପୃଷ୍ଠେ ନରହରିସତ୍ୟଭାମାକୁ କୋଳେ ଧରି

  107. Couplet 107

    ଉର୍ଦ୍ଧ୍ୱେ ତୋଳିଣ ଭୁଜଚାରିଶଙ୍ଖ କୋଦଣ୍ତ ଗଦାଧରି

  108. Couplet 108

    ଦକ୍ଷିଣ କରେ ଚକ୍ର ସାଜେକୋଟି ଆଦିତ୍ୟ ତେଜ ଗଞ୍ଜେ

  109. Couplet 109

    ବନମାଳାଏ ଲମ୍ବେ ଉରେକିବା ଉପମା ଦେବା ତାରେ

  110. Couplet 110

    ନୀଳଜୀମୂତ ଶୂନ୍ୟେ ମିଳିଯେସନେ ପ୍ରକାଶେ ବିଜୁଳି

  111. Couplet 111

    ରବି ଯେସନେ ତେଜ ବହିଗଗନମଧ୍ୟେ ବିରାଜଇ

  112. Couplet 112

    ଏମନ୍ତ କୃଷ୍ଣରୂପ ଚାହିଁନାରକାସୁର କୋପ ବହି

  113. Couplet 113

    ଶକ୍ତିଏ ଥିଲା କରେ ଘେନିନାମ ତାହାର ଶତଘନି

  114. Couplet 114

    ପ୍ରହାର କରି ଅବିରତରିପୁ ମାଇଲା ଶତଶତ

  115. Couplet 115

    କୃଷ୍ଣ ଉପରେ ପ୍ରହାରିଲାପ୍ରତାପେ ଘୋରନାଦ କଲା

  116. Couplet 116

    ଯେତେ ମାହୁନ୍ତ ସଙ୍ଗେ ଥିଲେକୃଷ୍ଣଙ୍କୁ ଶକ୍ତି ପ୍ରହାରିଲେ

  117. Couplet 117

    ଶକ୍ତି ପଡ଼ନ୍ତେ କୃଷ୍ଣ ଚାହିଁନାରାଚ ଗୁଣରେ ବସାଇ

  118. Couplet 118

    ନିରତେ ବିନ୍ଧି ତୀକ୍ଷ୍ଣ ଶରଶକ୍ତି ସମୂହ କଲେ ଚୂର

  119. Couplet 119

    ନାରକା-ସୈନ୍ୟଙ୍କୁ ଅନାଇଁନାରାଚ ଘେନି ଭାବଗ୍ରାହୀ

  120. Couplet 120

    ବଜ୍ରଶବଦ ପ୍ରାୟ ବାଣକୃଷ୍ଣ ବିନ୍ଧିଲେ ପୁଣପୁଣ

  121. Couplet 121

    ସୈନ୍ୟ ପଡ଼ିଲେ ମହୀଲୋଟିଜାନୁ ହୃଦୟ ଶିରଫୁଟି

  122. Couplet 122

    ଅଶ୍ୱ କୁଞ୍ଜର ରଥ ଯେତେଛିଡ଼ି ପଡ଼ିଲେ ଭୂମିଗତେ

  123. Couplet 123

    ଶସ୍ତ୍ର ସହିତେ ରିପୁ-ପିଣ୍ତଛିଡ଼ି ପଡ଼ିଲେ ଖଣ୍ତଖଣ୍ତ

  124. Couplet 124

    ଗରୁଡ଼ ନଖ ଚଞ୍ଚୁଘାତେଗଜ ପଡ଼ିଲେ ୟୂଥେ ଯୂଥେ

  125. Couplet 125

    କେତେ ପକାଇ ପୁରେ ପଶିଥୋକାଏ ଜଳେ ପଡ଼ି ଭାସି

  126. Couplet 126

    ଯୁଦ୍ଧ କରଇ ମହୀସୁତକୁଞ୍ଜରେ ହୋଇଲେ ଅନାଥ

  127. Couplet 127

    ଗରୁଡ଼ବାେତେ ସୈନ୍ୟଗଲାଦେଖି ନାରକା କୋପକଲା

  128. Couplet 128

    ପୁଣ ଶକ୍ତିଏ କରେ ଧରିଯେହ୍ନେ କୁଞ୍ଜର ଦେହେ ମାରି

  129. Couplet 129

    ବଜ୍ର ଭାଙ୍ଗଇ ଯାର ଘାଏପିଟିଲା ଗରୁଡ଼ର ଦେହେ

  130. Couplet 130

    ଶକ୍ତି ପ୍ରହାରେ କୋପମନଗରୁଡ ନିଶ୍ଚଳ ଆସନ

  131. Couplet 131

    ଫୁଲପେଣ୍ତାଏ କରେ ଧରିଯେହ୍ନେ କୁଞ୍ଜର ଦେହେ ମାରି

  132. Couplet 132

    ଶକ୍ତି ଗରୁଡ଼ ଦେହେ ବାଜିପଡ଼ିଲା ଭୂମିଗତେ ଭାଜି

  133. Couplet 133

    ତ୍ରିଶୂଳ ଘେନି ଭୂମିସୁତମିଳିଲା କୃଷ୍ଣର ଅଗ୍ରତ

  134. Couplet 134

    ନିଷ୍ପଳ ଉଦ୍ୟମ ତାହାରଯୁଦ୍ଧ ଦେଖନ୍ତି ସୁରନର

  135. Couplet 135

    ତ୍ରିଶୂଳ ଦେଖି କରେ ତାରଚକ୍ର ପେଷିଲେ ଚକ୍ରଧର

  136. Couplet 136

    ଗଜ ଉପରେ ବସିଥିଲାସୁନ୍ଦର ଧରଣୀର ବଳା

  137. Couplet 137

    ଅମୂଲ୍ୟ କିରୀଟ ବିରାଜେକର୍ଣ୍ଣେ କୁଣ୍ତଳ ବେନି ସାଜେ

  138. Couplet 138

    ଛିଡ଼ି ପଡ଼ିଲା କନ୍ଧୁଁ ଶିରଅବନୀ ଦିଶିଲା ସୁନ୍ଦର

  139. Couplet 139

    ହା ହା ଶବଦ ଅତିଘୋରଶୁଭିଲା ନାରକାନବର

  140. Couplet 140

    ଦେବସମୂହେ ବ୍ରହ୍ମଋଷିସ୍ୱଗ୍ରେ ଯେ ଦେଖୁଥିଲେ ବସି

  141. Couplet 141

    ଜୟ ଶବଦ ଉଚ୍ଚସ୍ୱରେପୁଷ୍ପ ବର୍ଷିଲେ କୃଷ୍ଣଶିରେ

  142. Couplet 142

    ଭୂମି ନାରକାପୁରେ ଥିଲାପୁତ୍ରର ମରଣ ଶୁଣିଲା

  143. Couplet 143

    ଭୂମି ନାରକାପୁରେ ଥିଲାପୁତ୍ରର ମରଣ ଶୁଣିଲା

  144. Couplet 144

    ହିରଣ୍ୟମୟ ରତ୍ନମାଳାଘେନିଣ ଅଦିତି କୁଣ୍ତଳ

  145. Couplet 145

    ବରୁଣଛତ୍ର ମଣିଗିରିବନମାଳାଏ କରେ ଧରି

  146. Couplet 146

    କୃଷ୍ଣ ସମୀପେ ନେଇ ଦେଲାଅଭୟଚରଣେ ପୂଜିଲା

  147. Couplet 147

    ଭୁଜଯୁଗଳ ଦେଇ ଶିରେସ୍ତୁତି କରଇ ଶୋକଭରେ

  148. Couplet 148

    ଭୂମି ବୋଲଇ ଯୋଡ଼ିକରତୁ ନାଥ ଦେବଙ୍କର ବର

  149. Couplet 149

    ଶଙ୍ଖ କମଳ ଗଦା ହସ୍ତେଦେବାଧିଦେବ ନମୋସ୍ତୁତେ

  150. Couplet 150

    ଯେ ତୋତେ ଯେମନ୍ତ ଭଜଇସେ ଅନୁରୂପେ ତୋତେ ପାଇ

  151. Couplet 151

    ପରମଆତ୍ମା ଆଦିମୂଳନମସ୍ତେ ପରମମଙ୍ଗଳ

  152. Couplet 152

    ପଙ୍କଜନାଭ ପଦ୍ମମାଳୀପଦ୍ମଲୋଚନ ତୋତେ ବୋଲି

  153. Couplet 153

    ପଙ୍ଗଜନିଧି ତୋ ପୟରଭୋ ନାଥ ଶରଣ ମୁଁ ତୋର

  154. Couplet 154

    ନମସ୍ତେ ପ୍ରଭୁ ଭଗବାନବିଷ୍ଣୁ ବାସୁଦେବ ତୋ ନାମ

  155. Couplet 155

    ଆଦିପୁରୁଷ ବୀଜଆଦିସମ୍ପୂର୍ଣ୍ଣ ଜ୍ଞାନ ତୋ ପ୍ରସିଦ୍ଧି

  156. Couplet 156

    ଜଗତଜନ୍ମ କରୁ ତୁହିଜନ୍ମମରଣ ତୋର ନାହିଁ

  157. Couplet 157

    ବ୍ରହ୍ମଣ୍ୟରୂପୀ ନମୋନମଅନନ୍ତଶକ୍ତି ଅନୁପମ

  158. Couplet 158

    ପରଅପର ଭୂତଆତ୍ମାପରମାନନ୍ଦ ତୋ ମହିମା

  159. Couplet 159

    ଏ ସୃଷ୍ଟି ଉପୁଜିବା କାଳେତୁ ରଜ ଗୁଣ ଧରୁ ହେଳେ

  160. Couplet 160

    ନିରୋଧକାଳେ ତମଗୁଣଆନନ୍ଦେ ବହୁ ନାରାୟଣ

  161. Couplet 161

    ସୃଷ୍ଟିପାଳନେ ଧର୍ମରୂପେସତ୍ତ୍ୱଗୁଣକୁ ଭଜୁ ଆପେ

  162. Couplet 162

    ପ୍ରଧାନପୁରୁଷ ତୁ କାଳନିର୍ଗୁଣ ଆତ୍ମା ନନ୍ଦବାଳ

  163. Couplet 163

    ମୋ ଆଦି ସଲିଳ ଅନଳପବନ ଆକାଶମଣ୍ତଳ

  164. Couplet 164

    ଶଦ୍ଦ ସ୍ପରଶ ରୂପ ରସଗନ୍ଧ ଇନ୍ଦ୍ରିୟ ଏକାଦଶ

  165. Couplet 165

    ଲୋକପାଳକ ଦେବଗଣତୁ ଆଦି ପରମ କାରଣ

  166. Couplet 166

    ତୁ ଅହଙ୍କାର ଭୂତ ଆଦିସଚରାଚର ପରସିଦ୍ଧି

  167. Couplet 167

    ଏ ମାୟା ତୋର ଦେହୁଁ ଭ୍ରମତୁ ଏକ ବିଭୁ ପରଂବ୍ରହ୍ମ

  168. Couplet 168

    ତୁ ମୋର ନାଶିଲୁ ତନୁଜଯେ ତୋର ପୁତ୍ର ଦେବରାଜ

  169. Couplet 169

    ଏହାର ପୁତ୍ର ଅଛି ଏକଭୋ ନାଥ ହୋଇଲା ନିରେଖ

  170. Couplet 170

    ତୋ ପାଦପଦ୍ମେ ଅଛି ଶୋଇଭୁଜଯୁଗଳ ଶିରେ ଦେଇ

  171. Couplet 171

    ଏହାକୁ ରଖ ଜଗନ୍ନାଥଶିରେ ନିବେଶି ପଦ୍ମହସ୍ତ

  172. Couplet 172

    ଶୁକ କହନ୍ତି ରାଜା ଚାହିଁଭୂମି-ବଚନେ ଭାବଗ୍ରାହୀ

  173. Couplet 173

    ନାରକାପୁତ୍ରକୁ ତୋଳିଲେଅଭୟହସ୍ତ ଶିରେ ଦେଲେ

  174. Couplet 174

    ବାଳକ ଘେନି ବ୍ରହ୍ମରାଶିନାରକାପୁର ମଧ୍ୟେ ପଶି

  175. Couplet 175

    ରାଜା କରାଇ ଯଦୁନାଥନାମ ତୋ ଦେଲେ ଭଗଦତ୍ତ

  176. Couplet 176

    ତକ୍ଷଣେ ଅନ୍ତଃପୁରେ ପଶିସେବକଜନଙ୍କୁ ଆଶ୍ୱାସି

  177. Couplet 177

    ଦେଖିଲେ ରାଜକନ୍ୟାୟୂଥଷୋଳସହସ୍ର ଏକଶତ

  178. Couplet 178

    କୃଷ୍ଣଙ୍କୁ ଦେଖି ସର୍ବନାରୀଏକୁ ଆରେକ ଆଗସରି

  179. Couplet 179

    ଚର୍ମଲୋଚନେ କୃଷ୍ଣ ଦେଖିପିଛାଡ଼ି ନ ପାରନ୍ତି ଆଖି

  180. Couplet 180

    ଚଞ୍ଚଳଚିତ୍ତ କାମବାଣେଚଳି ନ ପାରନ୍ତି ଚରଣେ

  181. Couplet 181

    ନିଶ୍ଚଳେ ଚାହାଁନ୍ତି ଯୁବତୀଦଇବ ମିଳାଇଲା ପତି

  182. Couplet 182

    ବୋଲନ୍ତି କୃଷ୍ଣ ସ୍ୱାମୀ ହେଉବିଧାତା ଏହି ବର ଦେଉ

  183. Couplet 183

    ଏମନ୍ତ କୃଷ୍ଣଭାବ ସଧେବରିଲେ ହୃଦୟର ମଧ୍ୟେ

  184. Couplet 184

    ଗୋବନ୍ଦ ଜାଣି ତାଙ୍କ ମନଆନନ୍ଦେ ହୋଇଲେ ପ୍ରସନ୍ନ

  185. Couplet 185

    ଷୋଳସହସ୍ର ଶତେବାଳୀଲଭିଲେ ପ୍ରଭୁ ବନମାଳୀ

  186. Couplet 186

    କନ୍ୟା ସହିତେ ଭଗବାନନରକୁଞ୍ଜର ଯେତେ ଧନ

  187. Couplet 187

    ଅଶ୍ୱ ଗୋଧନ ଧନରାଶିଦ୍ୱାରକାପୁରେ ତାହା ପେଶି

  188. Couplet 188

    ନାରକା ଅସୁରର ପୁରଥିଲେ ଯେ ଅନେକ କୁଞ୍ଜର

  189. Couplet 189

    ଅଇରାବତ କୁଳେ ଜାତସ୍ୱଭାବେ ଚାରି ଚାରି ଦାନ୍ତ

  190. Couplet 190

    ମଦ ଗଳଇ କର୍ଣ୍ଣପାଟିଏମନ୍ତେ ନେଲେ ଚଉଷଠି

  191. Couplet 191

    ଗମନେ ଅତି ବଳୀୟାରସ୍ୱଭାବେ ଦିଶନ୍ତି ପାଣ୍ତୁର

  192. Couplet 192

    ତାହାଙ୍କୁ ଦେବକୀନନ୍ଦନଚଳାଇ ଦ୍ୱାରକାଭୁବନ

  193. Couplet 193

    ଗରୁଡେ଼ ବସି ଦାମୋଦରତକ୍ଷଣେ ଗଲେ ସ୍ୱର୍ଗପୁରେ

  194. Couplet 194

    ଅଦିତି ହସ୍ତେ ଭାବଗ୍ରାହୀରତ୍ନକୁଣ୍ତଳ ଦେଲେ ନେଇ

  195. Couplet 195

    ଦେଖି ଅଦିତି ତୋଷ ହୋଇକୃଷ୍ଣଙ୍କୁ ଆସନେ ବସାଇ

  196. Couplet 196

    ଶଚୀ ସହିତେ ସୁରରାୟେପୂଜିଲେ ଗୋବିନ୍ଦର ପାୟେ

  197. Couplet 197

    ଗୋବିନ୍ଦ ସମୀପେ ଅଦିତିଅନେକ କଲା ଦିବ୍ୟସ୍ତୁତି

  198. Couplet 198

    ସନ୍ତୋଷେ ପ୍ରଭୁ ଦେବରାୟେମେଲାଣି ମାଗି ମାତା ପୋଏ

  199. Couplet 199

    ସନ୍ତୋଷ କରି ଦେବବୃନ୍ଦଦ୍ୱାରକା ଗମନେ ଆନନ୍ଦ

  200. Couplet 200

    ସଙ୍ଗେ ସୁନ୍ଦରୀ ସତ୍ୟବତୀବୋଲନ୍ତି ଶୁଣ ଯଦୁପତି

  201. Couplet 201

    ଦେଖ ସୁନ୍ଦର ପାରିଜାତଗନ୍ଧେ ଲୋଭିତ ମୋର ଚିତ୍ତ

  202. Couplet 202

    ସିନ୍ଧୁମନ୍ଥନୁଁ ଏ ପ୍ରକାଶେଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଦିଶେ

  203. Couplet 203

    ଏ ବୃକ୍ଷ ନରଲୋକେ ନାହିଁମୋର ମନ୍ଦିରେ ନେବି ମୁହିଁ

  204. Couplet 204

    ଭୋ ନାଥ ଘେନ ପାରିଜାତଭାମାବଚନେ ଗୋପୀନାଥ

  205. Couplet 205

    ବୃକ୍ଷ ଉପାଡ଼ି ବାମକରେଥୋଇଲେ ଗରୁଡ଼ ଉପରେ

  206. Couplet 206

    ବନରକ୍ଷକ ଯେତେ ଥିଲେଗୋବିନ୍ଦ ସଙ୍ଗେ ଯୁଦ୍ଧ କଲେ

  207. Couplet 207

    ବାସବ ଆଦି ଦିଗପାଳଆବୋରି ଆକାଶମଣ୍ତଳ

  208. Couplet 208

    କୃଷ୍ଣର ତୁଲେ କଲେ ରଣଜ୍ଞାନ ବିନାଶି ଦେବଗଣ

  209. Couplet 209

    ବିଷ୍ଣୁମାୟାରେ ଭୋଳ ହୋଇଅଜ୍ଞାନେ ତମଗୁଣ ବହି

  210. Couplet 210

    ଯାହାର ପଦ୍ମପାଦେ ନିତିମୁକୁଟଶିରେ ସେ ନମନ୍ତି

  211. Couplet 211

    ସେ ହରି ମହିମା ନ ଜାଣିମନୁଷ୍ୟ ପ୍ରାୟ ତାଙ୍କୁ ମଣି

  212. Couplet 212

    ଏ ଅପରାଧ ତାହାଙ୍କରଏବେ ହୋ ଶୁଣ ନୃପବର

  213. Couplet 213

    ଦେବଙ୍କ ଗର୍ବ ହେଳେ ନାଶିଦ୍ୱାରକା ବିଜେ ବ୍ରହ୍ମରାଶି

  214. Couplet 214

    ସତ୍ୟଭାମାର ପୁରେ ଆଣିଆନନ୍ଦେ ପ୍ରଭୁ ଚକ୍ରପାଣି

  215. Couplet 215

    ରୋପିଲେ ପାରିଜାତ ବନଗନ୍ଧେ ମୋହିତ ସର୍ବଜନ

  216. Couplet 216

    ଯାହାର ଛାୟା ଲାଗି ଦେହେବୃଦ୍ଧେ ଦିଶନ୍ତି ଯୁବାପ୍ରାୟେ

  217. Couplet 217

    କଳ୍ପବୃକ୍ଷର ଗୁଣ ଯେତେକହି ପାରିବି ମୁହିଁ କେତେ

  218. Couplet 218

    ଏବେ ହୋ ଶୁଣ କୁରୁବୀରଦ୍ୱାରକାପୁରେ ଦାମୋଦର

  219. Couplet 219

    ନାରକାପୁରୁ କନ୍ୟା ଆଣିଏକଇ ଲଗ୍ନେ ଚକ୍ରପାଣି

  220. Couplet 220

    ବିଭା ହୋଇଲେ ବିଧିମତେଶୁଣ କହୁଛି ମୁହିଁ କେତେ

  221. Couplet 221

    ନାନା ଭୁବନେ କନ୍ୟା ଥୋଇସୁଖେ ରମିଲେ ଭାବଗ୍ରାହୀ

  222. Couplet 222

    କନ୍ୟାଙ୍କ ପୁରୁ ଯଦୁବୀରଦଣ୍ତେ ହେଁ ନୁହନ୍ତି ବାହାର

  223. Couplet 223

    ତ୍ରିଗୁଣ ହୋଏ ଯହିଁ ଲୀନନାମ ଯାହାର ନିରଞ୍ଜନ

  224. Couplet 224

    ଇତରଜନ ପ୍ରାୟ ହୋଇଯୁବତୀଗଣ ମଧ୍ୟେ ରହି

  225. Couplet 225

    ରମିଲେ ବ୍ରହ୍ମାଣ୍ତଠାକୁରଶୁଣ ମହିମା ନାରୀଙ୍କର

  226. Couplet 226

    କିବା ସ୍ତିରୀଙ୍କ ଭାଗ୍ୟ କହିରମାରମଣ ସ୍ୱାମୀ ପାଇ

  227. Couplet 227

    ସଲ୍ଲଜ ହାସ କ୍ରୀଡ଼ାରଙ୍ଗେନିତ୍ୟେ ରମନ୍ତି କୃଷ୍ଣସଙ୍ଗେ

  228. Couplet 228

    କୃଷ୍ଣ ଆଗମ ଦେଖି ଉଠିକେତେ ହେଁ ଦୂରରୁ ପାଛୋଟି

  229. Couplet 229

    ଆଣନ୍ତି ହସ୍ତେ ହସ୍ତ ଦେଇସୁଗନ୍ଧଜଳେ ପାଦ ଧୋଇ

  230. Couplet 230

    ବସାଇ ଉତ୍ତମ ଆସନେପୂଜନ୍ତି ସ୍ୱାମୀ ସୁବିଧାନେ

  231. Couplet 231

    ଅନ୍ନଭୋଜନ ଜଳପାନେଖଟନ୍ତି ତାମ୍ବୁଳ ଯୋଗାଣେ

  232. Couplet 232

    କେଶ ପ୍ରସାଧନ ରଞ୍ଜନଯେ ବିଧି ସ୍ୱାମୀ ସେବାମାନ

  233. Couplet 233

    ବ୍ରହ୍ମାଦି ମୁନି ଯାର ପଥେବିବେକୀ ନୋହିଲେ ସମର୍ଥେ

  234. Couplet 234

    ବ୍ରହ୍ମାଦି ମୁନି ଯାର ପଥେବିବେକୀ ନୋହିଲେ ସମର୍ଥେ

  235. Couplet 235

    ହରିଙ୍କ ସଙ୍ଗେ ସେ କାମିନୀରମିଲେ ନାନାଭାବ ଘେନି

  236. Couplet 236

    ରାତ୍ରଦିବସ ନ ଜାଣିଲେକୃଷ୍ଣଙ୍କୁ ପ୍ରେମେ ମୁଗ୍ଧ କଲେ

  237. Couplet 237

    ଦାସୀ ସହସ୍ରେ ଘେନି ସଙ୍ଗେସେବନ୍ତି କୃଷ୍ଣପାଦଯୁଗେ

  238. Couplet 238

    ସେ ମାୟାଧର ପାଦଗତେସୁଜନେ ଚିନ୍ତ ଅବିରତେ

  239. Couplet 239

    ଖଣ୍ତିବ ମାୟାମୋହପାଶକହଇ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 64 | Parbani by ParibhaAsha App