Skandha 10
Adhyaya 63
Couplet 1
ଏବେ ହୋ ଶୁଣ ନରନାଥଶ୍ରୀକୃଷ୍ଣଲୀଳା ଭାଗବତ
Couplet 2
ଅବନ୍ତୀପୁରେ ବେନିଭାଇବିନ୍ଦାନୁବିନ୍ଦ ନାମ ବହି
Couplet 3
ସେ ଦୁର୍ଯ୍ୟୋଧନର ବିଶ୍ୱାସେପ୍ରଜା ପାଳନ୍ତି ନିଜେ ଦେଶେ
Couplet 4
ମିତ୍ରବିନ୍ଦା ଯେ କନ୍ୟାସାରବହେଣୀ ଥିଲା ତାହାଙ୍କର
Couplet 5
ନବମସ୍କନ୍ଧେ ମୁହିଁ ତୋତେକହିଛି ବଂଶାନୁଚରିତେ
Couplet 6
ଶୂର ଯାଦବକୂଳେ ଜାତଥିଲା ତା ପାଞ୍ଚ ଯେ ଦୁହିତ
Couplet 7
ପାଞ୍ଚ ଦୁହିତା ମଧ୍ୟେ ସାରରାଜାଧିଦେବୀ ନାମ ଯାର
Couplet 8
ତାର କୁମାରୀ ଅନୁପମସୁନ୍ଦର ମିତ୍ରବିନ୍ଦା ନାମ
Couplet 9
ତାହାର ସ୍ୱୟଂମ୍ବର କାଳେମିଳିଲେ ନୃପତି ସକଳେ
Couplet 10
ଗୋବିନ୍ଦଗଲେ ତାହା ଶୁଣିସଙ୍ଗେ ଯାଦବ ବଳ ଘେନି
Couplet 11
କନ୍ୟାର ସ୍ୱୟମ୍ବର କାଳେରାଜକୁମାରମାନେ ଥିଲେ
Couplet 12
ସେ ବେନିଭାଇ ରାଜା ମେଳେକନ୍ୟାକୁ ଯେତେ ନିଷେଧିଲେ
Couplet 13
ସେ କନ୍ୟା କୃଷ୍ଣଙ୍କୁ ବରିଲାଅନେକ ଗୋଳ ଉପୁଜିଲା
Couplet 14
ତାହାର ସ୍ୱୟମ୍ବର କାଳେକୃଷ୍ଣ ହରିଲେ ତାକୁ ବଳେ
Couplet 15
ଦେକନ୍ତି ରାଜପୁତ୍ରେ ମିଳିରଥେ ବସାଇ ବନମାଳୀ
Couplet 16
ଦ୍ୱାରକାପଥେ ବିଜେ କଲେଶଙ୍ଗ ଦୁନ୍ଦୁଭି ସୁମଙ୍ଗଳେ
Couplet 17
କୃଷ୍ଣର ଭଗ୍ନୀ ସେ ଯୁକ୍ତେଜନ ବେଭାର କୁଳ ମତେ
Couplet 18
ଏବେ ହୋ ଶୁଣ ନୃପମଣିଯେମନ୍ତ କାଲେ ଚକ୍ରପାଣି
Couplet 19
କୋଶଳରାଜ୍ୟେ ନରନାଥଧାର୍ମିକ ନାମେ ନଗ୍ନଜିତ
Couplet 20
ତାର ଦୁହିତା ସତ୍ୟା ନାମରୂପେ ସୁନ୍ଦର ଅନୁପମ
Couplet 21
ନୃପତି ତାର ସ୍ୱୟମ୍ବରନିୟମ କଲା ଗୁରୁତରେ
Couplet 22
ସପ୍ତ ବୃକ୍ଷଭ ପୁରେ ଥୋଇବୋଲେ ସାରଥି ମୁଖ ଚାହିଁ
Couplet 23
ଘୋଷଣା ଚଉଦିଗେ ଦିଅଏମନ୍ତେ ବାକ୍ୟ ମୋର କହ
Couplet 24
ଏ ସାତବୃକ୍ଷ ଏକ ତୁଲ୍ୟେବନ୍ଧନ କରିବ ଯେ ବଳେ
Couplet 25
ଏ କନ୍ୟା ହୋଇବ ତାହାରସତ୍ୟବଚନ ଏ ମୋହର
Couplet 26
ଏମନ୍ତ ଶୁଣି ତାର ପୁରେମିଳିଲେ ନୃପତି କୁମରେ
Couplet 27
ସପତ ଷଣ୍ଢ ମୁଖ ଚାହିଁସମୀପେ ନ ପାରନ୍ତି ଯାଇ
Couplet 28
ଆଘ୍ରାଣେ ବୀର-ଗନ୍ଧ ପାଇକୁଟୀଳନୟନେ ଅନାଇ
Couplet 29
ଜଳଦପ୍ରାୟ ନାଦ କରିଖୁରେ ଖୋଳନ୍ତି ସବୁନ୍ଧରୀ
Couplet 30
ଚଉଦଶୃଙ୍ଘ ତୀକ୍ଷଖୁରଦେଖି ଭାଜିଲେ ସର୍ବବୀର
Couplet 31
ବୃକ୍ଷ-ବନ୍ଦନେ କନ୍ୟା ଲାଭଏମନ୍ତ ଶୁଣି ପଦ୍ମନାଭ
Couplet 32
ହରଷ ମଦନ ଗୋପାଳସଙ୍ଗତେ ଘେନି ଯଦୁବଳ
Couplet 33
ମିଳିଲେ କୋଶଳ ଭୁବନେଦେଖି ନୃପତି ତୋଷମନେ
Couplet 34
ଗନ୍ଧକୁସୁମ ଉପହାରେପୂଜିଲା ଗୋବିନ୍ଦ ପୟରେ
Couplet 35
ସୁବର୍ଣ୍ଣ ଆସନେ ବସାଇବୋଲଇ କୃଷ୍ଣମୁଖ ଚାହିଁ
Couplet 36
ଆଜ ଜୀବନ ମୋର ଧନ୍ୟଦେଖିଲି ପ୍ରଭୁ ନିରଞ୍ଜନ
Couplet 37
ସିଦ୍ଧମୁନିଙ୍କି ଅଗୋଚରଅଶେଷ-ବ୍ରହ୍ମାଣ୍ତ-ଠାକୁର
Couplet 38
ସୃଷ୍ଟିପାଳନ ସଂହାରଣତୁ ଆଦି ପରମକାରଣ
Couplet 39
ପରମ ସନ୍ତୋଷ ହୋଇଲାଏମନ୍ତ ସ୍ତୁତି ସେହୁ କଲା
Couplet 40
ଏମନ୍ତେ କୃଷ୍ଣଙ୍କୁ ପୂଜିଲାଦୁହିତା ତାର ପଛେ ଥିଲା
Couplet 41
ରାଜକୁମାରୀ କୃଷ୍ଣେ ଚାହିଁଆନନ୍ଦ ମନେ ବିଚାରଇ
Couplet 42
ପୂର୍ବେ ମୋହର ତପ ଯେବେସାଧିଲା ଅଛି ଶୁଦ୍ଧଭାବେ
Couplet 43
ଇଷ୍ଟଦେବତା ହୋଇ ତୋଷସଫଳ କରିବେ ମୋ ଆଶ
Couplet 44
ଯେ କୃଷ୍ଣ-ପାଦପଦ୍ମ ଧୂଳିବ୍ରହ୍ମାଶଙ୍କର ଶିରେ ବୋଳି
Couplet 45
ବାସବ ଆଦି ଦେବତାଏନମନ୍ତି ଯାର ପଦ୍ମପାୟେ
Couplet 46
ସୁକୃତସେତୁ ରକ୍ଷା ପାଇଁଲୀଲାଏ ନାନା ରୂପ ବହି
Couplet 47
ଅଧର୍ମ ନାଶି ଧର୍ମ ସ୍ଥାପିନିର୍ମଳ ସୂକ୍ଷ୍ମ ଶୂନ୍ୟେ ବ୍ୟାପି
Couplet 48
ସେ ହରି କେଉଁ ପୁଣ୍ୟଫଳେତୋଷ ହୋଇବେ ସୁମଙ୍ଗଳେ
Couplet 49
ଅଶେଷ-ବ୍ରହ୍ମାଣ୍ତର ଗତିସେ ମୋର ହେଉ ପ୍ରାଣପତି
Couplet 50
ଏମନ୍ତେ ଶୁଦ୍ଧଭାବ ବହିରାଜା ବୋଲଇ କୃଷ୍ଣ ଚାହିଁ
Couplet 51
ଭୋ ନାଥ ଜଗତ ଈଶ୍ୱରଅନାଦି ଧର୍ମ ନିରାକାର
Couplet 52
ଜଗତ ଆତ୍ମଭୂତ ତୁହିଜଗତ ପୁଣ୍ୟମୟ ଦେହୀ
Couplet 53
ଜଗତ-ମୋହନ ତୋ ରୂପସ୍ୱଭାବେ ମୁହିଁ ଯେ ଅଳପ
Couplet 54
ଭୋ ନାଥ ଶରଣସୋଦରକିମ୍ପା ଅଇଲ ମୋର ପୁର
Couplet 55
ଆନନ୍ଦେ ବସିଣ ଆସନେଜଳଦ-ଗମ୍ଭୀର-ବଚନେ
Couplet 56
ରାଜା ବଚନ ଶୁଣି ହସିବୋଲନ୍ତି ପ୍ରଭୁ ବ୍ରହ୍ମରାଶି
Couplet 57
ଶୁଣ ରାଜନ ଚୂଡ଼ାମଣିକ୍ଷତ୍ରିୟଜନ ଧର୍ମବାଣୀ
Couplet 58
ଭିକ୍ଷାଗ୍ରହଣେ ନିନ୍ଦା ପାଇଉଭୟଲୋକେ ସୁଖ ନାହିଁ
Couplet 59
ତଥାପି ତୋର ଭାବ ଲଇଁକନ୍ୟା ମାଗିବା ଆଶେ ମୁହିଁ
Couplet 60
ମିଳିଲି ତୋହର ଭୁବନେବିଦିତ କଥା ସର୍ବଜନେ
Couplet 61
ଆମ୍ଭର କୁଳଧର୍ମ ଏହିବିଭା ନ କରୁ ଧନଦେଇ
Couplet 62
କୃଷ୍ଣବଚନ ରାଜା ଶୁଣିବୋଲଇ ହୃଦେ ପରିମାଣ
Couplet 63
ଭୋ ନାଥ ଶୁଣ ଦାମୋଦରକନ୍ୟା ଉଚିତେ ତୁମ୍ଭେ ବର
Couplet 64
ସକଳ ଗୁଣ ତୋର ତହିଁତୋ ଅଙ୍ଗେ କମଳା ବସଇ
Couplet 65
ଯଦୁବଂଶର ତୁ ଈଶ୍ୱରଶୁଣ ଗୋବିନ୍ଦ ମୋ ବିଚାର
Couplet 66
ରାଜାଙ୍କ ବଳ ଜାଣିବାରେସତ୍ୟ ମୁଁ କଲି ସ୍ୱୟମ୍ଭରେ
Couplet 67
ସପତଷଣ୍ଢ ମହାବଳୀମୋହର ପୁରେ ବନମାଳୀ
Couplet 68
ଶୃଙ୍ଗଯୁଗଳ ତୀକ୍ଷ୍ଣଖୁରଦୁର୍ମଦ ଦୁଷ୍ଟ ମହାଘୋର
Couplet 69
ଦେଖିଣ ତାହାଙ୍କ ବଦନଭାଜିଲେ ନୃପତି ନନ୍ଦନ
Couplet 70
ସଂକଳ୍ପ କରିଅଛି ମୁହିଁଘୋଷଣା ଚାରିଦିଗେ ଦେଇ
Couplet 71
ଏ ସାତବୃଷେ ବନ୍ଦୀ କଲେତାହାକୁ କନ୍ୟା ଦେବି ଭଲେ
Couplet 72
ସତ୍ୟବଚନ ଏ ମୋହରଭୋ ନାଥ ଶୁଣ ଦାମୋଦର
Couplet 73
ତୁ ଯେବେ ବାନ୍ଧିପାରୁ ଏହାନିଶ୍ଚୟେ କନ୍ୟା ଦେବି ବାହା
Couplet 74
ଏମନ୍ତ ରାଜା ବାକ୍ୟ ଶୁଣିଅଳପ ହସି ଚକ୍ରପାଣି
Couplet 75
କନ୍ୟା ହୃହୟ ବିଚାରିଲେଗୋବିନ୍ଦ ମାୟା ପ୍ରକାଶିଲେ
Couplet 76
ତକ୍ଷଣେ ସାତରୂପ ହୋଇମାୟାରେ ନଦେଖିଲେ କେହି
Couplet 77
ମାୟା ଗୋବିନ୍ଦ ସାତରୂପକନ୍ୟାକୁ ଦେଖାନ୍ତି ସ୍ୱରୂପ
Couplet 78
ଜନେ ଦେଖିଲେ କଉତୁକେକୃଷ୍ଣ ବାନ୍ଧିଲେ ସାତ ଏକେ
Couplet 79
ଦାଉଣି ବାନ୍ଧି ସାତଷଣ୍ଢେକୃଷ୍ଣ ବିଜୟ ରାଜଦାଣ୍ତେ
Couplet 80
ଏକଦଉଡ଼ି ସାତ କନ୍ଧେଗୋବିନ୍ଧ ବାନ୍ଧିଲେ ଆନନ୍ଦେ
Couplet 81
କାଷ୍ଠ ପିତୁଳୀ ବାନ୍ଧି ହସ୍ତେବାଳକେ ଖେଳନ୍ତି ଯେମନ୍ତେ
Couplet 82
ଦେଖି ହରଷ ସର୍ବଜନଆନନ୍ଦ କୋଶଳ ରାଜନ
Couplet 83
ତକ୍ଷଣେ ମିଳି ବନ୍ଧୁଜନେଉତ୍ସବ ରାଜାର ଭୁବନେ
Couplet 84
ବେଦ ଉଚିତ ଧର୍ମ ଘେନିମଙ୍ଗଳ କଲେକ କାମିନୀ
Couplet 85
ବରକନ୍ୟାଙ୍କୁ କରି ଶୋଭାଆନନ୍ଦେ କରାଇଲେ ବିଭା
Couplet 86
ରାଜକାମିନୀ ମିଳି ଧୀରେଅକ୍ଷତ ଦେଲେ କୃଷ୍ଣ ଶିରେ
Couplet 87
ଦୁହିତା ତୁଲ୍ୟ ବର ଦେଖିନିର୍ମଳ କଲେ ଚର୍ମଆଖି
Couplet 88
ଗୀତମଙ୍ଗଳ ଶଙ୍ଖ ଭେରୀଆନନ୍ଦେ ବାଦ୍ୟନାଦ କରି
Couplet 89
ବିପ୍ରେ ଆଶିଷ ଶିରେ ଦେଇଉତ୍ସବ କେ ପାରିବ କହି
Couplet 90
କୋଶଳପୁର ନରନାରୀଅନେକ ଅଳଙ୍କାର ଭରି
Couplet 91
ଦିବ୍ୟବସନ ପୁଷ୍ପମାଳେବିବାହେ ମିଳିଲେ ସକଳେ
Couplet 92
କୋଶଳପତି ସୁବିବେକଅନେକ ଦେଲା ଯଉତୁକ
Couplet 93
ଦଶସହସ୍ର ଧେନୁ ଦେଲାଶୁଣ ହୋ ଅଭିମନ୍ୟୁବଳା
Couplet 94
ତିନିସହସ୍ର ପରିବାରୀବିବିଧ ଅଳଙ୍କାରେ ଭରି
Couplet 95
ଦୁହିତା ହିତେ ନୃପମଣିକୃଷ୍ଣସମୀପେ ଦେଲା ଆଣି
Couplet 96
ନବସହସ୍ର ମତ୍ତହସ୍ତୀକୃଷ୍ଣଙ୍କୁ ଦେଲା ନରପତି
Couplet 97
ସୁବର୍ଣ୍ଣ ରଥ ନବଲକ୍ଷକୃଷ୍ଣଙ୍କୁ ଦେଲା ସେ ପ୍ରତ୍ୟକ୍ଷ
Couplet 98
ଆନନ୍ଦ ମନେ ନରଇନ୍ଦ୍ରତୁରଙ୍ଗ ଦେଲା ନବବୃନ୍ଦ
Couplet 99
ପଦାତି ନବପଦ୍ମ ଦେଇବରକନ୍ୟାଙ୍କୁ ରଥେ ଥୋଇ
Couplet 100
ସଙ୍ଗତେ ନିଜବଳ ଘେନିବଜାଇ ବୀରତୂର ଧ୍ୱନି
Couplet 101
ଆନନ୍ଦେ ଅଶ୍ରୁଜଳ ବହିପଥେ କେତେହେଁ ଦୂର ଯାଇ
Couplet 102
କୃଷ୍ଣଙ୍କୁ ମାଗି ଅନୁଯାନମିଳିଲା ଆପଣା ଭୁବନ
Couplet 103
ଗୋବିନ୍ଦ ଦ୍ୱାରକାର ପଥେବିଜୟ ନନ୍ଦିଘୋଷ ରଥେ
Couplet 104
ଅନେକ ନୃପତି କୁମରେଥିଲେ ଯେ କନ୍ୟା ସ୍ୱୟମ୍ବରେ
Couplet 105
ସାତଷଣ୍ଢର ଯୁଦ୍ଧେ ହାରିକନ୍ୟାକୁ ଚିତ୍ତେ ଥିଲେ ବରି
Couplet 106
କନ୍ୟାକୁ ବଳେ ନେବୁଆଜକିସ କରିବେ ଯଦୁଭୋଜ
Couplet 107
ଏମନ୍ତ ଭାଳି କୁବିଚାରେପଛେ ଧାଇଁଲେ ଅତିଖରେ
Couplet 108
ବୃଷ୍ଟି ପରାୟେ ବାଣବିନ୍ଧିବେଗେ ଯାଦବ ବଳ ରୁନ୍ଧି
Couplet 109
ଅର୍ଜୁନ ଥିଲେ କୃଷ୍ଣସଙ୍ଗେଦେଖି ଧାଇଁଲେ ଅତିବେଗେ
Couplet 110
ଗାଣ୍ତୀବ ଚାପେ ଗୁଣ ଦେଇମନ୍ତ୍ର ସୁମରି କୋପ ବହି
Couplet 111
ଅକ୍ଷୟତ୍ରୋଣଁ ବାଣ ବିନ୍ଧିଅନେକ ରଥ ଗଜ ଛେଦି
Couplet 112
ଶର ବରଷା ମହାଘୋରଦେଖି ଭାଜିଲେ ନୃପବର
Couplet 113
ଯୁଦ୍ଧେ ହାରିଲେ ରିପୁଜନେକେଶରୀ ମୁଖେ ମୃଗ ଯେହ୍ନେ
Couplet 114
କନ୍ୟା ଘେନିଣ ଭଗବାନମିଳିଲେ ଦ୍ୱାରକା ଭୁବନ
Couplet 115
ଯଦୁ-କୁମୁଦ-ନିଶାକରପୁରେ ମିଳିଲେ କନ୍ୟାବର
Couplet 116
ଲକ୍ଷ୍ମୀର ଅଂଶ ସତ୍ୟା ସଙ୍ଗେକୃଷ୍ଣ ରମିଲେ ସୁଖରଙ୍ଗେ
Couplet 117
ଅନାଦି ପ୍ରଭୁ ଜଗନ୍ନାଥଦେବକୀଦେବୀ ଯାର ମାତ
Couplet 118
ଏବେ ହୋ ଶୁଣ ନରପତିକେକୟ ରାଣୀ ଶ୍ରୁତକୀର୍ତ୍ତି
Couplet 119
ତାର ଦୁହିତା ଭଦ୍ରା ନାମରୂପେ କମଳା ନୋହେ ସମ
Couplet 120
ପିତୃଭଗିନୀ ସୁତା ସେହିଭ୍ରାତା ବିଚାରେ କନ୍ୟା ଦେଇ
Couplet 121
ସକଳ ବନ୍ଧୁଜନ ମିଳିବିବାହ କଲେ ବନମାଳୀ
Couplet 122
ମଦ୍ରାଧିପତିର ଦୁଲଣୀଲକ୍ଷଣା ନାମେ ସୁଲକ୍ଷଣୀ
Couplet 123
ତାହାର ସ୍ୱୟମ୍ବର କାଳେକୃଷ୍ଣ ହରିଲେ ତାକୁ ବଳେ
Couplet 124
ଦୁର୍ଗମ ଲାଖ ହେଳେ ବିନ୍ଧିସମରେ ରିପୁବଳ ଛେଦି
Couplet 125
ଦେବଙ୍କମଧ୍ୟୁ ସୁଧାରାଶିଗରୁଡ଼ ଯେସନେ ଗରାସି
Couplet 126
ଏବେ ହୋ ଶୁଣ ନୃପମଣିନାରକାପୁରୁ ଚକ୍ରପାଣି
Couplet 127
ଷୋଳସହସ୍ର ଶତେ ନାରୀଆଣିଲେ ଘୋରଯୁଦ୍ଧ କରି
Couplet 128
ମାଇଲେ ଅନେକ ଅସୁରଦୁଷ୍ଟଦଳନ ଦାମୋଦର
Couplet 129
ସେ ହରିପାଦ ଅବିରତେସୁଜନେ ଚିନ୍ତ ଧ୍ୟାନମତେ
Couplet 130
ଫିଟିବ ଜଡ଼କ ମୋହପାଶକହଇ ଜଗନ୍ନାଥ ଦାସ