Skandha 10
Adhyaya 62
Couplet 1
ଏବେ ହୋ ଶୁଣ ନରପତିଅଶେଷ ଗୋବିନ୍ଦର ଗତି
Couplet 2
ପାଣ୍ତବେ ବହୁ ଦୁଃଖ ତ୍ରାସେଅରଣ୍ୟେ ଦ୍ୱାଦଶ ବରଷେ
Couplet 3
ଅଜ୍ଞାତ ଘୋର ବନବାସେଥିଲେ ସେ ବିରାଟର ଦେଶେ
Couplet 4
ବରଷେ ବଞ୍ଚି ତା ଭୁବନେବିଖ୍ୟାତ ପଣ୍ତର ନନ୍ଦନେ
Couplet 5
ଇନ୍ଦ୍ରପ୍ରସ୍ତରେ ଛନ୍ତି ରହିସେ କଥା ଶୁଣି ଭାବଗ୍ରାହୀ
Couplet 6
ଦାରୁକ ସାଜି ନନ୍ଦିଘୋଷେଚଳିଲେ ସୁହୃଦ ବିଶ୍ୱାସେ
Couplet 7
ଇନ୍ଦ୍ରପ୍ରସ୍ଥରେ ବନମାଳୀଧର୍ମନନ୍ଦନ ଗୃହେ ମିଳି
Couplet 8
ଦେଖି ସାନନ୍ଦ ପଞ୍ଚଜନେଚାହାନ୍ତି ନିଶ୍ଚଳ ନୟନେ
Couplet 9
ବେଗେ ଉଠିଲେ ପାଞ୍ଚଭାଇକି ପଟାନ୍ତର ଦେବି ମୁହିଁ
Couplet 10
ଜୀବନ ଗଲା ପିଣ୍ତ ଯେହ୍ନେପୁଣି ଉଠଇ ଦିବ୍ୟଜ୍ଞାନେ
Couplet 11
ଦେଖି ଅଖିଳ ଯୋଗେଶ୍ୱରନୟନ ପିଛା କଲେ ସ୍ଥିର
Couplet 12
ରୋମ ପୁଲକେ କମ୍ପେ ଦେହୀନୟନଯୁଗୁଁ ଲୁହ ବହି
Couplet 13
ଗୋବିନ୍ଦ ଜଣେ ଜଣେ ଧରିହୃଦେ ଲଗାଇ କୋଳକରି
Couplet 14
ପଦ୍ମଲୋଚନ ସଙ୍ଗ ପାଇପବିତ୍ର ହେଲେ ପାଞ୍ଚଭାଇ
Couplet 15
ଧର୍ମନନ୍ଦନ ଭୀମ ପାଦେଗୋବିନ୍ଦ ନମିଲେ ଆନନ୍ଦେ
Couplet 16
ପାର୍ଥକୁ କଲେ ଆଲିଙ୍ଗନନକୁଳ ଆଦି ବେନିଜନ
Couplet 17
ମାଦ୍ରୀକୁମର ସହଦେବବନ୍ଦିଲେ ଗୋବିନ୍ଦର ପାଦ
Couplet 18
ଆନନ୍ଦେ କଲେ ନମସ୍କାରଯେସନେ ସଂସାର ବେଭାର
Couplet 19
କୃଷ୍ଣଙ୍କୁ ଆସନେ ବସାଇଭାବେ ପୂଜିଲେ ପାଞ୍ଚଭାଇ
Couplet 20
ଦ୍ରୋପଦୀ ଥିଲେ ନିଜ ପୁରେକୃଷ୍ଣ ଆଗମ ଜାଣି ଧୀରେ
Couplet 21
ନମ୍ରଶିରରେ ଲଜ୍ଜାଭରେକୃଷ୍ଣଙ୍କୁ ନମିଲେ ଅନ୍ତରେ
Couplet 22
ସାତ୍ୟକି କର କରେ ଧରିଶ୍ରୀକୃଷ୍ଣ ତୁଲେ ପୂଜାକରି
Couplet 23
ଯେତେକ ଥିଲେ କୃଷ୍ଣ ସଙ୍ଗେପୂଜିଲେ ସର୍ବେ ଅନୁରାଗେ
Couplet 24
କୁନ୍ତୀ ଯେ ଥିଲେ ପୁରଦେଶେହା କୃଷ୍ଣ ବୋଲି ସ୍ନେହବଶେ
Couplet 25
ଆନନ୍ଦେ ପାଣ୍ତବଜନନୀହସ୍ତରେ ଉପାୟନ ଘେନି
Couplet 26
ବେଗେ ମିଳିଲେ କୃଷ୍ଣ ଆଗେଦ୍ରୌପଦୀ ତୁଲେ ଅନୁରାଗେ
Couplet 27
ଲୋକବେଭାରେ ଦାମୋଦରନମିଲେ କୁନ୍ତୀର ପୟର
Couplet 28
କୁନ୍ତୀ ଗୋବିନ୍ଦେ କୋଳକରିତୋଳିଲା ବେନିଭୁଜେ ଧରି
Couplet 29
ବନ୍ଧୁକୁଶଳ ପୁଚ୍ଛାକରିଦୌପଦୀକର କରେ ଧରି
Couplet 30
ମୁକୁନ୍ଦ ବଦନ ଅନାଇକହନ୍ତେ ଅଶ୍ରୁଜଳ ବହି
Couplet 31
ଯେମନ୍ତ କ୍ଲେଶ ବନବାସେବଞ୍ଚିଲେ ଦ୍ୱାଦଶବରଷେ
Couplet 32
ତାହା ସୁମରି କୁନ୍ତୀ କାନ୍ଦେମନ ନିବେଶି କୃଷ୍ଣପାଦେ
Couplet 33
ହେ କୃଷ୍ଣ ତବ ଦରଶନକୃତାର୍ଥ କଲା ମୋ ଜୀବନ
Couplet 34
ହସ୍ତିନାପୁରେ ଦୁଃଖ ସହିସ୍ୱାମୀ ମରଣେ ଥିଲି ମୁହିଁ
Couplet 35
ତୁ ନାଥ ଅକ୍ରୁରକୁ ପେଶିମୋର କୁମରଙ୍କୁ ଆଶ୍ୱାସି
Couplet 36
ସେଦିନୁ ଦୁଃଖ ମୋ ଦହନଏବେ ଦେଖିଲି ତୋ ବଦନ
Couplet 37
ତୁ ନାଥ ଶରଣସୋଦରପର ଆପଣା ନାହିଁ ତୋର
Couplet 38
ତଥାପି ଯେ ତୋତେ ଲୋଡ଼ଇତାହାର ହୃଦେ ଥାଉ ତୁହି
Couplet 39
ଅଶେଷ ଦୁଃଖ କରୁ ହତଏମନ୍ତ ପ୍ରଭୁ ତୁ ଅଚ୍ୟୁତ
Couplet 40
ଧର୍ମନନ୍ଦନ କୃଷ୍ଣ ଚାହିଁବୋଲନ୍ତି ପ୍ରିୟଭାବ ବହି
Couplet 41
ଅନେକ ଅଛି ପୁଣ୍ୟବଲତୋତେ ଭେଟିଲୁ ଆଦିମୂଳ
Couplet 42
ଭୋ ନାଥ ମହିମା ତୋହରଯୋଗେଶ୍ୱରଙ୍କୁ ଆଗୋଚର
Couplet 43
ଆମ୍ଭେ କିଞ୍ଚିତ ବୁଦ୍ଧିହୀନପାଇଲୁ ତବ ଦରଶନ
Couplet 44
ଏମନ୍ତେ ଭକତ ବିଶ୍ୱାସେକୃଷ୍ଣ ପରମ ମନତୋଷେ
Couplet 45
ତହିଁ ବରଷା ଚାରି ମାସରହିଲେ ପ୍ରଭୁ ପୀତବାସ
Couplet 46
ଇନ୍ଦ୍ରପ୍ରସ୍ଥର ଯେତେ ଜନକରନ୍ତି କୃଷ୍ଣ ଦରଶନ
Couplet 47
ଚର୍ମଲୋଚନ କରି ସାଧୁତରିଲେ ଭବ ପରମାଦୁ
Couplet 48
ଏମନ୍ତେ ଶୁଣ ନରନାଥଦିନେକ କୃଷ୍ଣ ଧରି ପାର୍ଥ
Couplet 49
ପିତୃଦିବସ ଆଗମନେମଳିଲା ହରଷ ବଦନେ
Couplet 50
ଧର୍ମନନ୍ଦନ ଆଜ୍ଞାମତେବସିଲା କପିଧ୍ୱଜ ରଥେ
Couplet 51
ଦାରୁକ ଘେନି ନନ୍ଦିଘୋଷେଗୋବିନ୍ଦ ବସିଲେ ହରଷେ
Couplet 52
ଅର୍ଜୁନ କରେ ଧନୁ ଘେନିକନ୍ଧେ ଶୋଭିତ ତ୍ରୋଣ ବେନି
Couplet 53
ଗହନ ବନେ ନରହରିଅନେକ ମୃଗ ବଧ କରି
Couplet 54
ଅର୍ଜୁନ କରେ ତୀକ୍ଷ୍ଣ ବାଣଦିଗ ଆବୋରି ନାରାୟଣ
Couplet 55
ବରାହ ମହିଷ ହରିଣଶଶା ଶାର୍ଦ୍ଦୂଳ ପକ୍ଷୀଗଣ
Couplet 56
ଶରଭ ଗବୟ ଖଡ଼ଗପିତୃଯଜ୍ଞକୁ ଯେତେ ଯୋଗ୍ୟ
Couplet 57
ରାଜସେବକେ ତାହା ବହିପାଣ୍ତବପୁରେ ଦେଲେ ନେଇ
Couplet 58
ତୃଷିତ ହୋଇ ବୀର ପାର୍ଥଯମୁନାତୀରେ ଉପଗତ
Couplet 59
ସଙ୍ଗେ ମିଳିଲେ ଭଗବାନସନ୍ତୋଷେ କଲେ ଜଳପାନ
Couplet 60
ମୁଖ-ନୟନ ଜଳେ ଧୋଇଆନନ୍ଦେ ଚଉଦିଗ ଚାହିଁ
Couplet 61
ଯମୁନାଜଳେ ବାଲିକୁଦେକନ୍ୟାଏ ବସି ତାର ମଧ୍ୟେ
Couplet 62
ତପ କରଇ ସୂର୍ଯ୍ୟେ ଚାହିଁତା ରୁପ ପାରିବ କେ କହି
Couplet 63
ଅତି ସୁସଞ୍ଚ ଚାରୁବେଶମୋହଇ ବନ ଗିରି ଦେଶ
Couplet 64
ଦେଖି ଚକିତ ଭଗବାନଚାହିଁଲେ ଅର୍ଜୁନ ବଦନ
Couplet 65
ବୋଲନ୍ତି ଦେଖ ରୂପରାଶିକାଳିନ୍ଦୀ ବାଲିକୁଦେ ବସି
Couplet 66
ତପ କରଇ କିସ ସଧେନିର୍ଜନ ଘୋରବନ ମଧ୍ୟେ
Couplet 67
କୃଷ୍ଣବଚନେ ପଣ୍ତୁବଳାକନ୍ୟା ସମୀପେ ବିଜେ କଲା
Couplet 68
ପୁଛଇ କନ୍ୟାମୁଖ ଚାହିଁତୋ ରୂପ ଦେଖିଲା ତ ନାହିଁ
Couplet 69
କାହାର ଦୁହିତା ବୋଲାଉକିମ୍ପା ତୁ ଏତେ ଦୁଃଖ ସହୁ
Couplet 70
କାହୁଁ ଆସି ଏ ଘୋରବନେତପ ଆଚରୁ ଶୁଦ୍ଧମନେ
Couplet 71
କେବଣ ଫଳେ ତବ ଇଚ୍ଛାକି ଅବା ବରେ ତୋର ବାଞ୍ଛା
Couplet 72
କହ ନକରି ମନେ ଭ୍ରାନ୍ତିକାହାକୁ ଇଚ୍ଛୁ ନିଜ ପତି
Couplet 73
ଅର୍ଜୁନ ବାଣୀ ଶୁଣି କର୍ଣ୍ଣେକାଳିନ୍ଦୀ କହେ ଶୁଦ୍ଧମନେ
Couplet 74
ଅନ୍ଧାରେ ଜ୍ୟୋତିରୂପ ଧରେପ୍ରାଣୀନୟନ ଯେ ବିସ୍ତାରେ
Couplet 75
ରଥେ ଗମଇ ଅନ୍ତରୀକ୍ଷେତାର ଦୁହିତା ମୁଁ ପ୍ରତ୍ୟକ୍ଷେ
Couplet 76
ସେ ତାତା ଆଜ୍ଞା ପରମାଣେଦୁସ୍ତର ତପ ଆଚରଣେ
Couplet 77
ଅତି ନିଷ୍ଠୁର ଘୋର ଦୀକ୍ଷାତପ କରଇ କାନ୍ତ ଇଚ୍ଛା
Couplet 78
ହରିଙ୍କି ତପେ ତୋଷକରିହୋଇବି ତାର ପରିବାରୀ
Couplet 79
ଅନାଥନାଥ ଦାମୋଦରମୋହର ହୋଇବେ ସେ ବର
Couplet 80
କମଳାକାନ୍ତ ଭଗବାନଦୁର୍ଗମ ଦୁରିତ ଦହନ
Couplet 81
ଅଶେଷ ଫଳ ସୁଖଦାତାତାରେ ବରିଲା ମୋର ପିତା
Couplet 82
କାଳିନ୍ଦୀ ନାମଟି ମୋହରପିତା ମୋହର ଦିନକର
Couplet 83
ଯାବତ ନ ପାଇବି ହରିପ୍ରାଣ ଛାଡ଼ିବି ତପକରି
Couplet 84
ମୋହର ସତ୍ୟ ଏ ବଚନଶୁଣି ଅର୍ଜୁନ ତୋଷମନ
Couplet 85
ବେଗେ ମିଳିଲା କୃଷ୍ଣପାଶେକହିଲା ଆନନ୍ଦ-ବିଶ୍ୱାସେ
Couplet 86
ଭୋ ନାଥ ତୋର ପାଦ ଇଚ୍ଛାକାଳିନ୍ଦୀ କରେ ମନେ ବାଞ୍ଛା
Couplet 87
ଅତି ନିଷ୍ଠୁର ତପ ତାରଶୁଣି ସାନନ୍ଦ ଦାମୋଦର
Couplet 88
ଯମୁନାତୀରେ ଯାଇ ମିଳିଭକତବନ୍ଧୁ ବନମାଳୀ
Couplet 89
ବୋଲନ୍ତି କନ୍ୟାମୁଖ ଚାହିଁତପ ତୁ କରୁ ଯହିଁପାଇଁ
Couplet 90
ସେ କଥା ହୋଇଲା ସଫଳଏମନ୍ତ ବୋଲି ଆଦିମୂଳ
Couplet 91
ରଥେ ବସାଇ ଭଗବାନଆଣିଲେ ପାଣ୍ତବ ଭୁବନ
Couplet 92
ତକ୍ଷଣେ ବିଶ୍ୱକର୍ମା ରାଇବିଶ୍ୱାସ ବାକ୍ୟ ତାକୁ କହି
Couplet 93
ଦେବମାନବେ ଅଗୋଚରଏମନ୍ତ ପୁର ବେଗେ କର
Couplet 94
ଗୋବିନ୍ଧ ଆଜ୍ଞା ପରମାଣେନିର୍ମାଣ କଲା ତତକ୍ଷଣେ
Couplet 95
ସେପୁରେ କୃଷ୍ଣ କନ୍ୟା ଥୋଇଧର୍ମଚନ୍ଦନ ପ୍ରିୟେ ରହି
Couplet 96
ଏମନ୍ତେ ଗଲା କେତେଦିନଶୁଣ ପରୀକ୍ଷ ସାବଧାନ
Couplet 97
ଅଗ୍ନିପୁରୁଷ, କରଯୋଡ଼ିକହିଲା କୃଷ୍ଣପାଦେ ପଡ଼ି
Couplet 98
ସତ୍ୟବ୍ରତର ଯଜ୍ଞେ ମୁହିଁରୋଗୀ ହୋଇଲି ଘୃତ ଖାଇ
Couplet 99
ଭୋ ନାଥ ରଖ ମୋ ଜୀବନଦେଇ ଔଷଧ ରସ ଦାନ
Couplet 100
ଶୁଣି ଭକତବନ୍ଧୁ ହରିଅର୍ଜୁନ କର କରେ ଧରି
Couplet 101
ଦାରୁକ କଲା ରଥ ସଜବିଜୟ କଲେ ଦେବରାଜ
Couplet 102
ଅର୍ଜୁନ ସଙ୍ଗେ ବନମାଳୀଖାଣ୍ତବବନେ ବେଗେ ମିଳି
Couplet 103
ତକ୍ଷଣେ ରୁନ୍ଧି ଦଶଦିଗକାନନେ କଲେ ଅଗ୍ନିଯୋଗ
Couplet 104
ସର୍ବଔଷଧି ବନମଧ୍ୟେଅନଳ ଭକ୍ଷିଲା ଆନନ୍ଦେ
Couplet 105
ତକ୍ଷଣେ ବ୍ୟାଧି ଗଲା ନାଶଅନଳ ହୋଇଲା ସନ୍ତୋଷ
Couplet 106
ଅଗ୍ନି ଶରୀରୁ ବ୍ୟାଧି ଗଲାଧନୁଏ ଅର୍ଜୁନକୁ ଦେଲା
Couplet 107
ଶ୍ୱେତକୁଞ୍ଜର ଶ୍ୱେତରଥଅଭେଦ କବଚ ସହିତ
Couplet 108
ଅକ୍ଷୟେତ୍ରୋଣ ବେନି ଦେଲାନାନାଦି ମନ୍ତ୍ର ସେ କହିଲା
Couplet 109
ମୟଦାନବ ବନେ ଥିଲାଅର୍ଜୁନ ତାହାକୁ ଦେଖିଲା
Couplet 110
ଅଗ୍ନିଦହନ କାଳେ ବନେଥିଲା ସେ ଅର୍ଜୁନ ଶରଣେ
Couplet 111
ଜୀବନ ପାଇ ତୋଷ ହୋଇମାୟା ସଭାଏ ସେ ଭିଆଇ
Couplet 112
ସନ୍ତୋଷେ ଅର୍ଜୁନକୁ ଦେଲାଶୁଣ ରାଜନ କୃଷ୍ଣଲୀଳା
Couplet 113
ଯହିଁ ରାଜୁସି ଯଜ୍ଞକାଳେଅନ୍ଧନନ୍ଦନ ରାଜାମେଳେ
Couplet 114
ବସିବା କାଳେ ହୀନିମାନହୋଇଲା ଜଳେ ସ୍ଥଳ ଭ୍ରମ
Couplet 115
ସେ ସଭା ଘେନି ବନମାଳୀଇନ୍ଦ୍ରପ୍ରସ୍ଥରେ ଯାଇ ମିଳି
Couplet 116
ଧର୍ମନନ୍ଦନ ମୁଖ ଚାହିଁକହନ୍ତି ପ୍ରିୟଭାବ ବହି
Couplet 117
ମେଲାଣି ଦିଅ ଯିବୁ ଘରତୁମ୍ଭେ ତ ଜୀବନ ମୋହର
Couplet 118
ଏମନ୍ତେ ପ୍ରଭୁ ଭଗବାନସଙ୍ଗେ ଘେନାଇ ନିଜ ଜନ
Couplet 119
ଦ୍ୱାରକାପୁରେ ଗଲେ ହରିଏବେ ହୋ ଶୁଣ ଦଣ୍ତଧାରୀ
Couplet 120
ଉତ୍ତରାୟଣ ଶୁଦ୍ଧକାଳେଶୁଭନକ୍ଷତ୍ର ଶୁଭବେଳେ
Couplet 121
ଅମରଗୁରୁ ଲଗ୍ନ ତୁଲେକାଳିନ୍ଦୀକନ୍ୟା ବିଭା ହେଲେ
Couplet 122
ଉତ୍ସବ-ବରକନ୍ୟା ଦେଖିଯାଦବେ ଧନ୍ୟ କଲେ ଆଖି
Couplet 123
କାଳିନ୍ଦୀ ବିଭାର ବିଧାନଯେ କରେ ଶ୍ରବଣ ପଠନ
Couplet 124
ଦୁରିତ ଦୁଃଖ ଭୟ ନାଶେଅନ୍ତେ ମିଳଇ କୃଷ୍ଣପାଶେ
Couplet 125
ସେ ହରି ପାଦେ ମନ ଦେଇସୁଜନେ ତର ଏହା ଗାଇ
Couplet 126
କହଇ ବିପ୍ର ଜଗନ୍ନାଥକୃଷ୍ଣଚରିତ ଭାଗବତ