Skandha 10
Adhyaya 61
Couplet 1
ଆନନ୍ଦେ କୃଷ୍ଣଭାବ ଘେନିକହନ୍ତି ଶୁକ ମହାମୁନି
Couplet 2
ଶୁଣ ପରୀକ୍ଷ ନରନାଥଦ୍ୱାରକାପୁରେ ଉପଗତ
Couplet 3
କୁରୁନଗରୁ ଦୂତ ବେଗେକହିଲା ରାମକୃଷ୍ଣ ଆଗେ
Couplet 4
ଜାଣନ୍ତି ପ୍ରଭୁ ଦେବରାୟେଭଲେ ଅଛନ୍ତି ପଣ୍ତୁପୋଏ
Couplet 5
ଜତୁର ଘରେ ପଞ୍ଚଭ୍ରାତଜନନୀ ତୁଲେ ହେଲେ ହତ
Couplet 6
ଶୁଣି ବିକଳ ବସୁଦେବଭୁବନେ ଯେତେକ ଯାଦବ
Couplet 7
ବିଷାଦେ କରନ୍ତି ରୋଦନରାମଗୋବିନ୍ଦ ଦୁଃଖମନ
Couplet 8
ଶୋକ ନିବାରି ବେନିଭାଇରଥେ ବସିଲେ ସଜ ହୋଇ
Couplet 9
କୁଳ ବେଭାରେ ରାମହରିକୁରୁନଗରେ ବିଜେ କରି
Couplet 10
ଭୀଷ୍ମ ବିଦୁର କୃପମେଳେଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ
Couplet 11
ଲୋକ ବେଭାରେ ବେନିଭାଇକହନ୍ତି ମନେ ଦୁଃଖ ବହି
Couplet 12
ପ୍ରେତ ଉଚିତ କ୍ରିୟାକରିମାୟାଭିଆଣ ନରହରି
Couplet 13
ବନ୍ଧୁଙ୍କ ମୁଖ ଚାହିଁ ଭଣିପଦ୍ମଲୋଚନ ହଳପାଣି
Couplet 14
ଦେଖ ଏ ସଂସାର ବେଭାରଭ୍ରମନ୍ତି ଦେବାସୁରନର
Couplet 15
ଭବସାଗରେ ଏହି ମତେସକଳେ ଯିବା ଶୂନ୍ୟପଥେ
Couplet 16
ଏମନ୍ତେ ବହୁ ଦୁଃଖ ବହିବାନ୍ଧବ ମଧ୍ୟେ ବେନିଭାଇ
Couplet 17
କହିଲେ ସଂସାର-ବେଭାରଏବେ ହୋ ଶୁଣ ନୃପବର
Couplet 18
ଦ୍ୱାରକାପୁରେ ତିନିଜଣବିଚାର କଲେ ଏକମନ
Couplet 19
ଗଗନେ ଅସ୍ତ ହେଲେ ଭାନୁଅକ୍ରୁର ତୁଲେ ଶତଧନୁ
Couplet 20
କୃତବର୍ମାଙ୍କୁ ରାଇ ଧୀରେବିଚାର କଲେ ଏକସ୍ୱରେ
Couplet 21
ଦେଖ ଏ ପାପୀ ଶତ୍ରାଜିତଅନ୍ୟାୟେ କଲା ବିପରୀତ
Couplet 22
ସତ୍ୟଭାମାଙ୍କୁ ଦେବାପାଇଁବରିଲା ସତ୍ୟବାକ୍ୟ ଦେଇ
Couplet 23
ଏବେ ଆମ୍ଭଙ୍କୁ ନିନ୍ଦା କଲାକନ୍ୟା ଗୋବିନ୍ଦେ ସମର୍ପିଲା
Couplet 24
ଦୁଷ୍ଟ ଦୁର୍ଜନ ମନ୍ଦଭାଗ୍ୟପ୍ରସେନ ପଥକୁ ଏ ଯୋଗ୍ୟ
Couplet 25
ଅମୂଲ୍ୟ ମଣି ଏହା ତହିଁକେମନ୍ତେ ଆମ୍ଭ କରେ ହୋଇ
Couplet 26
ଅକ୍ରୁର ବୋଲେ ତାହା ଶୁଣିଜୀବନ୍ତେ ନ ଦେବ ସେ ମଣି
Couplet 27
ଏମନ୍ତ ବୋଲଇ ବିଚାରିଲେନିଜ ମନ୍ଦିରେ ରାତ୍ରେ ଗଲେ
Couplet 28
ଆପଣା ଘରେ ଶତଧନୁକୋପେ କମ୍ପଇ ତାର ତନୁ
Couplet 29
ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢେକରେ ଘେନିଲା ଯମଦାଢେ
Couplet 30
ରାତ୍ରେ ମିଳିଲା ତାର ପୁରେଶତ୍ରାଜିତର ଶଯ୍ୟାଠାରେ
Couplet 31
ଦଇବେ କ୍ଷୀଣ ତା ଜୀବନଯାହା ସଂଚିଲେ ଭଗବାନ
Couplet 32
ନିକଟେ ଥିଲେ ଯେ କାମିନୀସଭୟେ କଲେ ଗୋଳଧ୍ୱନି
Couplet 33
ଅନାଥ ପ୍ରାୟ ଶୋକକରିତାହାର କରଛନ୍ତି ଧରି
Couplet 34
ସ୍ତିରୀଙ୍କ କରି ଅବହେଳାଛେଦିଲା ଶତ୍ରାଜିତ ଗଳା
Couplet 35
ପଶୁଙ୍କ ପ୍ରାୟ ବଧ କରିଅମୂଲ୍ୟ ମଣି କରେ ଧରି
Couplet 36
ନିଜ ଭୁବନେ ବିଜେ କଲାଏମନ୍ତେ ରଜନୀ ପାଇଲା
Couplet 37
ଶୁଣ ରାଜନ ଶୁଦ୍ଧକର୍ମାପିତାମରଣେ ସତ୍ୟଭାମା
Couplet 38
ବିଳାପ କରେ ଶୋକେ ପଡ଼ିଭୁଜ ଯୁଗଳ ଶିରେ ତାଡ଼ି
Couplet 39
ହା ହା ପିଅର ବୋଲି ମୋହେଜୀବନ ନ ରହଇ ଦେହେ
Couplet 40
ପୁଣି ତଦନ୍ତେ ଚେତା ପାଇସେହୁ ଶରଦଚନ୍ଦ୍ରମୁହୀଁ
Couplet 41
ମୃତଶରୀରରେ ଗନ୍ଧଲେପିତଇଳେଦ୍ରୋଣୀ ମଧ୍ୟେ କ୍ଷେପି
Couplet 42
ପିତା ବିଯୋଗେ ଶୋକତ୍ରାସେରଥେ ଗମିଲା କୁରୁଦେଶେ
Couplet 43
ପିତା ବିଯୋଗ ଦୁଃଖ ବହିଚଳନ୍ତେ ଦିଗ ନ ଦିଶଇ
Couplet 44
କୃଷ୍ଣ ଜାଣନ୍ତି ତାହା ଭଲେହସ୍ତିନାପୁରେ ରାମ ତୁଲେ
Couplet 45
ଏମନ୍ତେ ସତ୍ୟଭାମା ଯାଇକହନ୍ତି କୃଷ୍ଣ ମୁଖ ଚାହିଁ
Couplet 46
ଭୋ ନାଥ ଶତଧନୁ ଚୋରବଧିଲା ପିଅର ମୋହର
Couplet 47
ଘରେ ପଶିଲା ଶସ୍ତ୍ର ଧରିପଶୁର ପ୍ରାୟ ବଧ କରି
Couplet 48
ଅମୂଲ୍ୟମଣି ଘେନି କରେପଳାଇଗଲା ଅନ୍ଧକାରେ
Couplet 49
ଅନାଥ ମୋହର ଜୀବନବୋଲି ସେ କରଇ ରୋଦନ
Couplet 50
ଶୁଣି ଚକିତ ଦାମୋଦରବେନିଲୋଚନୁ ବହେ ନୀର
Couplet 51
ସତ୍ୟଭାମାର ମୁଖ ଚାହିଁରୋଦନ କଲେ ବେନିଭାଇ
Couplet 52
କପଟେ କୁରୁବଳ ମଧ୍ୟେଗୋବିନ୍ଦ କହିଲେ ବିଷାଦେ
Couplet 53
ସତ୍ୟଭାମାଙ୍କୁ ଆଗକରିରଥେ ବସିଲେ ରାମହରି
Couplet 54
ଦାରୁକ ଦାହ ଧାତିକାରେକୃଷ୍ଣ ବୋଲନ୍ତି କୋପଭରେ
Couplet 55
ଶତଧନୁର ଶିରହାଣିଆଜ ଆଣିବି ରତ୍ନମଣି
Couplet 56
ଏମନ୍ତେ ଶୁଣ ହେ ରାଜନରାମ ଗୋବିନ୍ଦ ଆଗମନ
Couplet 57
ସଭୟେ ଶତଧନୁ ଶୁଣିକରେ ଘେନିଲା ରତ୍ନମଣି
Couplet 58
କୃତବର୍ମାର ପୁରେ ପଶିବିଶ୍ୱାସେ କହେ ପାଶେ ବସି
Couplet 59
ଶତ୍ରାଜିତ୍ର ଶିର ହାଣିମୁଁ ଯେ ଆଣିଲି ରତ୍ନମଣି
Couplet 60
ତୋର ବଚନେ ମତିଭ୍ରମନ ଜାଣି କଲି ଏଡେ଼ କର୍ମ
Couplet 61
ମୋତେ ମାରିବେ ଚକ୍ରଧରତୁ ଏବେ ପକ୍ଷ ହୁଅ ମୋର
Couplet 62
ଏମନ୍ତ କୃତବର୍ମା ଶୁଣିଭୟେ ବୋଲଇ ସାଧୁବାଣୀ
Couplet 63
ରାମକୃଷ୍ଣରେ ଦ୍ରୋହ କରିକେ ଅବା ଥିବ ଦେହଧରି
Couplet 64
ଯାହାର କୋପେ କଂସ ମଲାସର୍ବସମ୍ପଦ ନାଶଗଲା
Couplet 65
ସପତଦଶବାର ଦ୍ୱନ୍ଦଯୁଦ୍ଧେ ହାରିଲା ଜରାସନ୍ଧ
Couplet 66
ତାର ବଇରୀ ହୋଇ ବଳେକେ ଅବା ଥିବ ରବି ତଳେ
Couplet 67
ଏମନ୍ତ ଶୁଣି ତା ବଚନମିଳିଲା ଅକ୍ରୁର ଭୁବନ
Couplet 68
ପଡ଼ି ତାହାର ପାଦତଳେବୋଲଇ ଜୀବନ ବିକଳେ
Couplet 69
ମୋତେ କୋପିଲେ ଚକ୍ରଧରମୁଁ ଏବେ ଶରଣ ତୋହର
Couplet 70
ତୁ ଏବେ ମୋତେ ହୁଅ ସାହାତୋହର ବୋଲେ କଲି ଏହା
Couplet 71
ଶୁଣିଣ ବୋଲଇ ଅକ୍ରୁରନ ଜାଣୁ ଗତି ଗୋବିନ୍ଦର
Couplet 72
ଯେ ରାମକୃଷ୍ଣରେ ବଇରୀତାହାକୁ କେବା ରଖିପାରି
Couplet 73
ଯେ ବିଶ୍ୱମାୟା ଲୀଳା କରିସର୍ଜଇ ପାଳଇ ସଂହରି
Couplet 74
ତାର ମହିମା କେବା କହିମାୟା ସଂସାରେ ଦେହ ବହି
Couplet 75
ଜାଣୁନୁ ବାଳକ ବୟସେକି କି ନ କଲେ ନନ୍ଦଦେଶେ
Couplet 76
ଇନ୍ଦ୍ରର ତୁଲେ ବାଦ କଲାହସ୍ତକେ ପର୍ବତ ଧଇଲା
Couplet 77
ବାଳକ କରେ ଛତ୍ର ଯେହ୍ନେଦେଖି ଚକିତ ସର୍ବଜନେ
Couplet 78
ଯେ କୃଷ୍ଣ ଜଗତ କାରଣଅଦ୍ଭୁତ ଯାର କର୍ମଗୁଣ
Couplet 79
ଅନନ୍ତ ଆଦିକୂଟ ହରିଯେ ଆତ୍ମା ରୂପେ ବିଶ୍ୱ ଧରି
Couplet 80
ତାହାଙ୍କୁ ମୋର ନମସ୍କାରଏମନ୍ତ କହିଲା ଅକ୍ରୁର
Couplet 81
ତା ଶୁଣି ଶତଧନୁ ଭୟେବୋଲଇ ପଡ଼ି ତାର ପାୟେ
Couplet 82
ଏ ମଣି ଥାଉ ତୋର ତହିଁମୋର ଜୀବନ ଆର କାହିଁ
Couplet 83
ନିଶ୍ଚେ ମାରିବେ ଚକ୍ରଧରଅର୍ଜିଲା କର୍ମ ଏ ମୋହର
Couplet 84
ମଣି ଅକ୍ରୁର କରେ ଦେଇମିଳିଲା ଅଶ୍ୱଶାଳେ ଯାଇ
Couplet 85
ଯେ ଅଶ୍ୱ ଗମେ ପାଦବଳେଶତେଯୋଜନ ଅବହେଳେ
Couplet 86
ଅଶ୍ୱ ଉପରେ ସେ ବସିଲାଉତ୍ତର ଦିଗେ ପଳାଇଲା
Couplet 87
ଏମନ୍ତେ ଶୁଣି ନୃପମଣିରାମଗୋବିନ୍ଦ ତାହା ଜାଣି
Couplet 88
ଦାରୁକ ବେଗେ ରଥବାହିପଛେ ଧାଇଁଲେ ବେନିଭାଇ
Couplet 89
ସେ ଶତଧନୁ ଗୁରୁଦ୍ରୋହୀଧର୍ମ ଅଧର୍ମ ନ ଜାଣଇ
Couplet 90
ଅଶ୍ୱେ ପଳାନ୍ତେ ମହାବଳୀମିଥିଳା ଉପବନେ ମିଳି
Couplet 91
ଅଶ୍ୱ ପଡ଼ିଲା ମୁହଁ ମାଡ଼ିତକ୍ଷଣେ ପ୍ରାଣ ଗଲା ଛାଡ଼ି
Couplet 92
ଅଶ୍ୱ ଉପେକ୍ଷି ମହାବୀରପାଦେ ଗମିଲା ଅତି ଖର
Couplet 93
ଗୋବିନ୍ଦ ଦେଖି ତା ଗମନରଥୁଁ ଓହ୍ଲାଇଲେ ବହନ
Couplet 94
କୋପେ ନୟନେ ନରହରିଧାଇଁଲେ କରେ ଚକ୍ର ଧରି
Couplet 95
ଦେଖି ସେ ଗୋବିନ୍ଦର ମନ୍ୟୁଭୟେ ପଳାଏ ଶତଧନୁ
Couplet 96
ଭୟେ ପଳାନ୍ତେ କମ୍ପେ କାୟେଚକ୍ର ପେଶିଲେ ଦେବରାୟେ
Couplet 97
କୃଷ୍ଣର ଚକ୍ର ତୀକ୍ଷ୍ଣ ଧାରକାଟିଲା ଶତଧନୁ ଶିର
Couplet 98
ଛିଡ଼ି ପଡ଼ିଲା କଣ୍ଠୁ ତଳେଗୋବିନ୍ଦ ନିକଟେ ମିଳିଲେ
Couplet 99
ତାହାର ବସ୍ତ୍ରେ ମଣି ଖୋଜିନ ପାଇଁ କୃଷ୍ଣ ମନେ ହେଜି
Couplet 100
ମଣି କାହାର କରେ ଦେଇଭୟରେ ଅଇଲା ପଳାଇ
Couplet 101
ଏମନ୍ତ ବୋଲି ବାହୁଡ଼ିଲେରାମର ନିକଟେ ମିଳିଲେ
Couplet 102
ବୋଲନ୍ତି ପ୍ରଭୁ ଜଗନ୍ନାଥଭୋ ଦେବ ଶୁଣି ବିପରୀତ
Couplet 103
ମିଛେ ମାଇଲି ଶତଧନୁଯେଣୁ ସେ ମୋତେ କଲା ମନ୍ୟୁ
Couplet 104
ମଣି ଏହାର ତହିଁ ନାହିଁକହିଲେ ରାମ ମୁଖ ଚାହିଁ
Couplet 105
ଶୁଣି ବୋଲନ୍ତି ହଳଧରକୋମଳ ବଚନ ଗମ୍ଭୀର
Couplet 106
ଏ ମଣି ଅଛି ତୋ ଭୁବନେସନ୍ଦେହ ନ କର ତୁ ମନେ
Couplet 107
କାହାର ହସ୍ତେ ଅବା ଦେଇଭୟେ ଏ ଅଇଲା ପଳାଇ
Couplet 108
ମଣି ଉଦ୍ଦେଶ୍ୟେ ଯାଅ ଘରମୁଁ ଯିବି ଜନକ ନଗର
Couplet 109
ପ୍ରିୟ ସୁହୃଦ ସେ ମୋହରଦେଖିବି ତାହାର ବେଭାର
Couplet 110
ଏମନ୍ତ କହି ହଳଧାରୀଜନକପୁରେ ବିଜେକରି
Couplet 111
ରାମ ଆଗମ ଦେଖି ରାଜାସଂଭ୍ରମେ କଲା ପାଦପୂଜା
Couplet 112
ଜନକ ପୂଜନ୍ତେ ଚରଣସନ୍ତୋଷେ ରେବତୀରମଣ
Couplet 113
କେତେହେଁ ଦିନ ତହିଁ ରହିଜନକ ପ୍ରିୟ ଭାବ ବହି
Couplet 114
ହସ୍ତିନାପୁରେ ଦୁର୍ଯ୍ୟୋଧନଶୁଣିଲା ରାମ ଆଗମନ
Couplet 115
ମନଆନନ୍ଦେ ଅନ୍ଧସୁତମିଥିଳାପୁରେ ଉପଗତ
Couplet 116
ମିଳିଲା ହଳଧର ପାଶେଅନେକ ଭକତି ବିଶ୍ୱାସେ
Couplet 117
ଗଦାସମର ଘୋର ଦୀକ୍ଷାରାମର ତହୁଁ କଲା ଶିକ୍ଷା
Couplet 118
ଗୋବିନ୍ଦ ବସି ନନ୍ଦିଘୋଷେଆସି ମିଳିଲେ ନିଜ ଦେଶେ
Couplet 119
ଶତଧନୁର ଶିର ହାଣିତା ତହୁଁ ନ ପାଇଲେ ମଣି
Couplet 120
ସକଳ ପ୍ରିୟା ଆଗେ କହିମାୟା ଭିଆଣ ଭାବଗ୍ରାହୀ
Couplet 121
ବନ୍ଧୁବାନ୍ଧବ ସଙ୍ଗେ ମିଳିବାନ୍ଧବ ପ୍ରିୟ ବନମାଳୀ
Couplet 122
ମଲା ଯେ ଶତଧନୁ ବୀରପ୍ରେତ ଉଚିତ କ୍ରିୟା ତାର
Couplet 123
ଶ୍ରୀକୃଷ୍ଣ କରାଇଲେ ଭାବେଶୁଣ ପରୀକ୍ଷନୃପ ଏବେ
Couplet 124
ଶତଧନୁର ବଧ ଶୁଣିଅକ୍ରୁର ମନେମନେ ଗୁଣି
Couplet 125
କୃତବର୍ମାର ତୁଲେ ଭାଳିନିଶ୍ଚେ ମାରିବେ ବନମାଳୀ
Couplet 126
ଏମନ୍ତ ଭାଳି ମନଛନ୍ନେପଳାଇଗଲେ ବେନିଜନେ
Couplet 127
ଅକ୍ରୁର ଯେତେବେଳେ ଗଲାଶୁଣ ରାଜନ କୃଷ୍ଣଲୀଳା
Couplet 128
ଦ୍ୱାରକାପୁରେ ରିଷ୍ଟଜାତଦେଖି ଚକିତ ଯଦୁନାଥ
Couplet 129
ଉତ୍ପାତ ଦେଖିଲେ ପ୍ରତ୍ୟକ୍ଷେଭୂମି-ଗଗନ-ଅନ୍ତରୀକ୍ଷେ
Couplet 130
ପ୍ରାଣୀଙ୍କ ଦେହେ ବ୍ୟାଧି ଜାତମନ ଉଚ୍ଚାଟ ଉଲ୍କାପାତ
Couplet 131
ରୁଧିର ବୃଷ୍ଟି ଦଶଦିଶେଭୂମି କମ୍ପଇ ମହାତ୍ରାସେ
Couplet 132
ଦ୍ୱାରକାପୁରଜନେ ଚାହିଁଭାଳନ୍ତି ଏକରୁଣ୍ତ ହୋଇ
Couplet 133
ଘୋର ଆପଦ ଆଗମନେଭାଳି ବୋଲନ୍ତି ବୃଦ୍ଧଜନେ
Couplet 134
ଅକ୍ରୁର ପଳାଇଲା ଡରେତେଣୁ ଆପଦ ଯଦୁପୁରେ
Couplet 135
ଅକ୍ରୁର ବିନୁ ଏହି ରିଷ୍ଟିରୁଧିର ସଙ୍ଗେ ଶିଳା ବୃଷ୍ଟି
Couplet 136
ଅନେକ ଅକ୍ରୁରର ଗୁଣତୁମ୍ଭେ ହୋ ସାବଧାନେ ଶୁଣ
Couplet 137
ପୂର୍ବେ ଯେ ଥିଲା କାଶୀରାଜାସୁଖେ ପାଳଇ ଜନପ୍ରଜା
Couplet 138
ଏମନ୍ତେ ଇନ୍ଦ୍ର ତା ଭୁବନେବୃଷ୍ଟି ନ କଲା କୋପମନେ
Couplet 139
ଅନ୍ନ ନ ପାଇ କ୍ଷୁଧାଭୟେଅନେକ ଜନ୍ତୁ ଗଲେ କ୍ଷୟେ
Couplet 140
ସଙ୍ଗତେ ଘେନି ଜନପ୍ରଜାଭୟେ ଭାଳଇ କାଶୀରାଜା
Couplet 141
ବିଚାର କଲେ ଏକଭାବଶ୍ୱଫଲ୍ଲ ନାମେଣ ଯାଦବ
Couplet 142
ପୂର୍ବେ ଅନେକ ତପ କଲାଇନ୍ଦ୍ର ତାହାକୁ ବର ଦେଲା
Couplet 143
ସେ ଯହିଁ ଥାଇ ପୁଣ ରହିସେ ଦେଶେ ଇନ୍ଦ୍ର ବରଷଇ
Couplet 144
ଏମନ୍ତ ବିଚାରିଲେ ବସିସ୍ୱଫଲ୍ଲ ଆଣିଲେ ଆଶ୍ୱାସି
Couplet 145
କନ୍ୟାଏ ଥିଲା ତାର ଘରଅତି ସୁନ୍ଦର ରୂପସାର
Couplet 146
ଶୁଣ କନ୍ୟାର ଜନ୍ମବାଣୀଆମ୍ଭେ ଯେ ପୂର୍ବେ ଅଛୁ ଶୁଣି
Couplet 147
ଜନନୀ ଗର୍ଭେ ଚିରବାସରହିଲା ଦ୍ୱାଦଶ ବରଷ
Couplet 148
ଜାତ ନୋହିଲା ଯେତେବେଳେନୃପତି ଭାଳଇ ବିକଳେ
Couplet 149
ଦିନେକ ପତ୍ନୀ ଗର୍ଭ ଚାହିଁକହେ ବିକଳ ଭାବ ବହି
Couplet 150
ହେ ଗର୍ଭ ଶୁଣ ମୋ ଉତ୍ତରହେଳେ ନାଶିଲୁ ଘର ମୋର
Couplet 151
କହ ତୁ କେବଣ କାରଣଏ ବଡ଼ ମରଣ କଷଣ
Couplet 152
ଏମନ୍ତ ରାଜା ବାକ୍ୟ ଶୁଣିଗର୍ଭ କହିଲା ମୁକ୍ତିବାଣୀ
Couplet 153
ଭୋ ତାତ ଶୁଣ ମୋ ଉତ୍ତରଯେମନ୍ତ ବ୍ୟବସ୍ଥା ଗର୍ଭର
Couplet 154
ଉତ୍ତମଧେନୁ ପ୍ରତିଦିନେଦାନ ତୁ ଦିଅ ବିପ୍ରଜନେ
Couplet 155
ସଂପୂର୍ଣ୍ଣ ଦ୍ୱାଦଶବରଷେଜନମ ହୋଇବି ବିଶ୍ୱାସେ
Couplet 156
ତକ୍ଷଣେ ଗର୍ଭର ବଚନେନୃପତି ଶୁଣି ତୋଷମନେ
Couplet 157
ନିରତେ କଲା ସେହି ମତଧେନୁ ସେ ଦେଲା ଅପ୍ରମିତ
Couplet 158
ଏମନ୍ତେ କନ୍ୟା ଜାତ ହୋଇକାଶୀନଗରେ ଥିଲା ରହି
Couplet 159
ସେ କନ୍ୟା ଶ୍ୱଫଳ୍କରେ ବରିବିବାହ ଦେଲା ଦଣ୍ତଧାରୀ
Couplet 160
ତାହାର ଦେଶେ ଶସ୍ୟନାଶନିର୍ଜଳ ଦ୍ୱାଦଶ ବରଷ
Couplet 161
ତକ୍ଷଣେ ମିଳି ମେଘମାଳଆନନ୍ଦେ ବରଷିଲେ ଜଳ
Couplet 162
ତାର କୁମର ଦାନପତିଏମନ୍ତ ଅକ୍ରୁରର ଗତି
Couplet 163
ସେ ମହାଭାଗ ଯହିଁ ଥାଇରିଷ୍ଟ ଅରିଷ୍ଟ ଭୟ ନାହିଁ
Couplet 164
ଏମନ୍ତ ବୃଦ୍ଧ ବାକ୍ୟ ଶୁଣିଆନନ୍ଦେ ପ୍ରଭୁ ଚକ୍ରପାଣି
Couplet 165
କାଶୀନଗରେ ଦୂତ ପେଶିଆଣିଲେ ଅକ୍ରୁରେ ଆଶ୍ୱାସି
Couplet 166
କାଶୀନଗରେ ସେ ଅକ୍ରୁରକଲା ଅନେକ ଯଜ୍ଞ ସାର
Couplet 167
ପୂର୍ବେ ତା ପିତୃ ପିତାମହୀକାଶୀନଗରେ ବଡ଼ ସ୍ନେହୀ
Couplet 168
ଅନେକ ଯଜ୍ଞର ବିଧାନପୁରୁଷଅର୍ଥ ଧର୍ମମାନ
Couplet 169
ସେ ପୁରେ ଧର୍ମବିଧି ମତେଯଜ୍ଞ ସେ କଲା ନାନାମତେ
Couplet 170
ଦଇବେ ମଣି ରତ୍ନସାରଦିଅଇ ସ୍ୱର୍ଣ୍ଣ ଅଷ୍ଟଭାର
Couplet 171
ସେ ଦ୍ରବ୍ୟ ରଖିଣ ନିଃଶଙ୍କେଅନେକ ଯଜ୍ଞ କଲା ସୁଖେ
Couplet 172
ତାହା ଜାଣିଲେ ଭଗବାନଅକ୍ରୁର ଅଣାଇ ବହନ
Couplet 173
ପାଶେ ବସାଇ ଦାମୋଦରବିଶ୍ୱାସେ କହନ୍ତି ମଧୁର
Couplet 174
ସେ କୃଷ୍ଣ ଜଗତ ଜୀବନଜାଣନ୍ତି ପ୍ରାଣୀଙ୍କର ମନ
Couplet 175
ଆଶ୍ୱାସି ବସାଇ ଅକ୍ରୁରବୋଲନ୍ତି ବ୍ରହ୍ମାଣ୍ତଠାକୁର
Couplet 176
ଶୁଣ ଅକ୍ରୁର ମୋର ବାଣୀତୋ ତହିଁ ସ୍ୟମନ୍ତକମଣି
Couplet 177
ଥୋଇଣ ଶତଧନୁ ଗଲାଦଇବେ ପ୍ରାଣ ସେ ହାରିଲା
Couplet 178
ସେ ମଣିସଂକଟୁ ଉଦ୍ଦରିବିଭା ହୋଇଲି ବେନି ନାରୀ
Couplet 179
ଉଚିତେ ସେ ମଣି ମୋହରଶ୍ୱଶୁର ଦେଲା ଉପହାର
Couplet 180
ସତ୍ରାଜିତର ପୁତ୍ରୀ ନାହିଁଦୁହିତା ସତ୍ୟଭାମା ହୋଇ
Couplet 181
ମରଣେ ପ୍ରେତକ୍ରିୟା ସାରିଦୁର୍ଗମ-ନରକୁ ଉଦ୍ଧାରି
Couplet 182
ତାହାର ପୁତ୍ରୀ ମଣି ନେବଏମନ୍ତ ଶାସ୍ତ୍ରର ପ୍ରସ୍ତାବ
Couplet 183
ସତ୍ରାଜିତର ତପ ଫଳେରବି ତାହାଙ୍କୁ ମଣି ଦେଲେ
Couplet 184
ନିର୍ମଳଲୋକେ ତାହା ଧରିଆନ କେ ପାରିବ ଆବୋରି
Couplet 185
ସୁକୃତ-ତନୁ ପୁଣ୍ୟବନ୍ତତୁ ସେ ଧାରଣେ ସାମରଥ
Couplet 186
ରାମ ମୋହର ଜ୍ୟେଷ୍ଠଭାଇତାହାଙ୍କ ଚିତ୍ତଶୁଦ୍ଧି ନାହିଁ
Couplet 187
ବନ୍ଧୁବାନ୍ଧବ ଯେତେ ମୋରଚିତ୍ତେ ସଂଶୟ ତାହାଙ୍କର
Couplet 188
ଏ ସଭା ମଧ୍ୟେ ମଣି ତୁହିଦେଖାଅ ମୋର ଭାବ ବହି
Couplet 189
ତାହାଙ୍କ ମନୁ ଯିବ ଭ୍ରାନ୍ତିଏଥେ ମୋହର ମନ ଶାନ୍ତି
Couplet 190
ଏ ମଣି କାଶୀପୁରେ ନେଇଅନେକ ଯଜ୍ଞ କଲୁ ତୁହି
Couplet 191
ସୁବର୍ଣ୍ଣ ଯଜ୍ଞବେଦୀ ତୋରଦେଖନ୍ତି ଦେବାସୁର ନର
Couplet 192
ଏମନ୍ତେ କୃଷ୍ଣ ସାଧୁବାଣୀଅକ୍ରୁର ଶୁଣି ରତ୍ନମଣି
Couplet 193
ବସ୍ତ୍ରେ ଲୁଚାଇଥିଲା କାଖେସଭାରେ ଥୋଇଲା ପ୍ରତ୍ୟକ୍ଷେ
Couplet 194
ସୂର୍ଯ୍ୟକିରଣ ପ୍ରାୟ ଦେଖିଜନେ ବୁଜିଲେ ବେନି ଆଖି
Couplet 195
ଏମନ୍ତେ ମଣି ଦେଖାଇଲେଆତ୍ମାର ବାଦ ଦୂର କଲେ
Couplet 196
ଗୋବିନ୍ଦ କରେ ଘେନି ମଣିଅକ୍ରୁର ମୁଖ ଚାହିଁ ଭଣି
Couplet 197
ତୁ ପୁଣ୍ୟକର୍ମା ସାଧୁଜନଏ ମଣି ଧାରଣେ ଭାଜନ
Couplet 198
ଏ ମଣି ଥାଉ ତୋର ତହିଁଏମନ୍ତ କହି ଭାବଗ୍ରାହୀ
Couplet 199
ନିଜ ଭୁବ ବିଜେ କଲେଲୋକେ ଅଯଶ ନିବାରିଲେ
Couplet 200
ଏବେ ହୋ ଶୁମ ନରନାଥତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ
Couplet 201
ମଣିହରଣ ସାଧୁବାଣୀକର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ
Couplet 202
ଦୁଃଖ-ଦୁରିତ-ଅପବାଦଏ ଆଦି ଯେତର ମନଖେଦ
Couplet 203
ଦୁଷ୍ଟସ୍ୱପନ ଗ୍ରହଗତିଶ୍ରବଣେ ପଠନେ ନାଶନ୍ତି
Couplet 204
ସର୍ବମଙ୍ଗଳ ଉପଗତକହଇ ଦାସ ଜଗନ୍ନାଥ