Skandha 10
Adhyaya 60
Couplet 1
କହନ୍ତି ଶୁକ ମହାମୁନିଶୁଣ ରାଜନ ସାଧୁବାଣୀ
Couplet 2
ଯଦୁନଗରେ ସତ୍ରାଜିତକୃଷ୍ଣରେ କରି ଦ୍ରୋହଚିତ୍ତ
Couplet 3
ନିଜ ଦୁହିତା ସତ୍ୟଭାମାଅଂଶେ ସମ୍ଭୂତ ଯେହୁ ରମା
Couplet 4
ଅମୂଲ୍ୟ ସ୍ୟମନ୍ତକ ମଣିନିଜ ଦୁହିତା ସଙ୍ଗେ ଆଣି
Couplet 5
କୃଷ୍ଣଚରଣେ ଦେଲା ନେଇଆତ୍ମ ଅପରାଧ ଛଡ଼ାଇ
Couplet 6
ଏମନ୍ତେ ଶୁକ ବାକ୍ୟ ଶୁଣିପରୀକ୍ଷ କହେ ସାଧୁବାଣୀ
Couplet 7
କହ କେମନ୍ତେ ସତ୍ରାଜିତକୃଷ୍ଣ ବିଷୟେ ବିପରୀତ
Couplet 8
କାହୁଁ ଆଣିଲା ରତ୍ନମଣିଦୁହିତା ତୁଲେ ଦେଲା ଆଣି
Couplet 9
କି ଦ୍ରୋହ କଲା ଯଦୁପୁରେସ୍ୱଜନ ବାନ୍ଧବ ବେଭାରେ
Couplet 10
ଶୁଣି କହନ୍ତି ବ୍ୟାସସୁତରାଜନ ଶୁଣ ଦେଇ ଚିତ୍ତ
Couplet 11
ଅନେକ ତପେ ସତ୍ରାଜିତସୂର୍ଯ୍ୟ ସଙ୍ଗତେ ହେଲା ମିତ
Couplet 12
ପ୍ରସନ୍ନ ଚିତ୍ତେ ଦିନମଣିଆପଣା କଣ୍ଠୁ ରତ୍ନମଣି
Couplet 13
ସତ୍ରାଜିତର କଣ୍ଠେ ଦେଇତପନ ଗଲେ ତୋଷ ହୋଇ
Couplet 14
ଏମନ୍ତେ ମଣି କଣ୍ଠେ ଭରିଆନନ୍ଦେ ଗଲା ନିଜ ପୁରୀ
Couplet 15
ପଥେ ଆସନ୍ତେ ସତ୍ରାଜିତଦିଶଇ ଦ୍ୱିତୀୟ ଆଦିତ୍ୟ
Couplet 16
ମଣିର ତେଜେ ତାର ଦେହିଜନନୟନେ ନୋହେ ଚାହିଁ
Couplet 17
ଚାହିଁଲେ ଚକ୍ଷୁତେଜ ନାଶେକେହି ନ ରହେ ତାର ପାଶେ
Couplet 18
ଦେଖି ସକଳେ ପଳାଇଲେକୃଷ୍ଣର ନିକଟେ ମିଳିଲେ
Couplet 19
ଅଭୟ ପଦ୍ମପାଦେ ପଡ଼ିକହନ୍ତି ବେନିକର ଯୋଡ଼ି
Couplet 20
ଅକ୍ଷ ଖେଳନ୍ତେ ଭଗବାନଜନବଚନେ ଅବଧାନ
Couplet 21
ଜନେ କହନ୍ତି ଯୋଡ଼ିକରଭୋ ନାଥ ଶୁଣ ଚକ୍ରଧର
Couplet 22
ପଦ୍ମଲୋଚନ ନାରାୟଣଅନାଦି ସଂସାର କାରଣ
Couplet 23
ଭୋ ନାଥ ତୋର ପଦ୍ମପାଦଦର୍ଶନେ ରବି କଲା ସଧ
Couplet 24
ଗଗନେ ଛନ୍ତି ଦେହ ଧରିମର୍ତ୍ତ୍ୟେ ପ୍ରତ୍ୟକ୍ଷେ ବିଜେ କରି
Couplet 25
ତାହାର ତେଜେ ଭଗବାନଚାହିଁଲେ ଝଲସେ ନୟନ
Couplet 26
ତୁ ନାଥ ଜଗତ ଠାକୁରସକଳେ ତୋହର କିଙ୍କର
Couplet 27
ଦେବେ ତୋହର ପଦ୍ମପାଦେସେବନ୍ତି ମୋକ୍ଷଫଳ ସଧେ
Couplet 28
ଏ ଯଦୁବଂଶେ ତୋ ସମ୍ଭୁତଶୁଣି ସାନନ୍ଦେ ଛାୟାକାନ୍ତ
Couplet 29
ଦେଖିବ ତୋହର ଚରଣତୁ ଯେ ଅନାଦି ନାରାୟଣ
Couplet 30
ବୋଲନ୍ତି ଶୁକ ମହାମୁନିଜନବଚନ କୃଷ୍ଣ ଶୁଣି
Couplet 31
ପଦ୍ମଲୋଚନେ ଚାହିଁ ବସିକହନ୍ତି ସ୍ୱଜନେ ଆଶ୍ୱାସି
Couplet 32
ସେ ନୋହେ ପ୍ରଭୁ ଦିନନାଥବର ଲଭିଲା ସତ୍ରାଜିତ
Couplet 33
ତପେ ଆଦିତ୍ୟେ ସେବା କରିଆସଇ ମଣି କଣ୍ଠେ ଭରି
Couplet 34
ମଣି କିରଣ ରବିପ୍ରାୟତୁମ୍ଭେ ନକର ମନେ ଭୟ
Couplet 35
ଏମନ୍ତ କହି ଭଗବାନଅକ୍ଷକ୍ରୀଡ଼ାରେ ଦେଲେ ମନ
Couplet 36
ଏମନ୍ତେ ସତ୍ରାଜିତ ଗଲାନିଜ ଭୁବନେ ବିଜେ କଲା
Couplet 37
ନିତ୍ୟେ ଉତ୍ସବ ତାର ପୁରେଦେବମନ୍ଦିରେ ବିପ୍ରବରେ
Couplet 38
ମଣି ନିବେଶି ଦେବଘରେଆନନ୍ଦେ ପଶିଲା ଭିତରେ
Couplet 39
ଶୁଣ ରାଜନ ସାଧୁବାଣୀତାର ଭୁବନେ ରତ୍ନମଣି
Couplet 40
ସୁବର୍ଣ୍ଣ ଅଷ୍ଟଭାର ନିତିମଣି ଶରୀରୁ ଉତପତ୍ତି
Couplet 41
ଦୁର୍ଭିକ୍ଷ ମାରୀଭୟ ନାହିଁଅଶୁଭ ତ୍ରାସ ନ ଲାଗଇ
Couplet 42
ସର୍ପବିଘାତ ଆଦି ରୋଗନୁହଁନ୍ତି ଭୁବନେ ସଂଯୋଗ
Couplet 43
ଯହିଁ ପୂଜନ୍ତି ରତ୍ନମଣିତହିଁ ନ ଥାନ୍ତି ମାୟା ପ୍ରାଣୀ
Couplet 44
ଏମନ୍ତେ ଗଲା ଦିନାକେତେଶୁଣ ରାଜନ ଏକଚିତ୍ତେ
Couplet 45
ଦିନେକ ପ୍ରଭୁ ଜଗନ୍ନାଥଗୃହେ ଅଣାଇ ସତ୍ରାଜିତ
Couplet 46
କହନ୍ତି ପ୍ରଭୁ ଚକ୍ରପାଣିଉଗ୍ରସେନକୁ ଦିଅ ମଣି
Couplet 47
ଏହା ଭଣ୍ତାରେ ନାହିଁ ଧନମଣି ଏ ପୂଜୁ କିଛିଦିନ
Couplet 48
ଏମନ୍ତେ ଗୋବିନ୍ଦ ବଚନେଭାଳଇ ସତ୍ରାଜିତ ମନେ
Couplet 49
ଦିନକୁ ଦିନ ଅଷ୍ଟଭାରସୁବର୍ଣ୍ଣ ଭଣ୍ତାରେ ମୋହର
Couplet 50
କେମନ୍ତେ ଦେବି ରତ୍ନମଣିଏମନ୍ତେ ଭାଳି ହେଲା ତୁନି
Couplet 51
ଅର୍ଥ-କାମୁକ ଧନଆଶେପଡ଼ିଲା ମାୟା-ମୋହ-ପାଶେ
Couplet 52
ଦେବା ନ ଦେବା ନ ବୋଇଲାକୃଷ୍ଣର ଆଜ୍ଞା ଭଗ୍ନ କଲା
Couplet 53
ନିରାଶ କରି ଚକ୍ରଧରେମିଳିଲା ଆପଣା ମନ୍ଦିରେ
Couplet 54
ଏମନ୍ତେ ଶୁଣ ନରନାଥପ୍ରସେନ ନାମେ ତାର ଭ୍ରାତ
Couplet 55
ସେ ରତ୍ନମଣି କଣ୍ଠେ ଭରିଅଶ୍ୱ ଉପରେ ବିଜେ କରି
Couplet 56
ମୃଗୟାଛଳେ ସୁଖମନେପଶିଲା ଗହନକାନନେ
Couplet 57
ଗହନବନେ ସିଂହ ଥିଲାପ୍ରସେନ ଦେଖି ଓଗାଳିଲା
Couplet 58
ଅଶ୍ୱ ସହିତେ ତାକୁ ମାରିସିଂହ ସେ ମଣି କଣ୍ଠେ ଭରି
Couplet 59
ପର୍ବତ ନିକଟେ ମିଳିଲାତହିଁ ଜାମ୍ବବ ବୀର ଥିଲା
Couplet 60
ଭଲ୍ଲକୁ ରୂପ ସେ ସ୍ୱଭାବେଧାଇଁଲା ସିଂହ ଦେଖି ଜବେ
Couplet 61
କର ପ୍ରହାରେ ମୁଣ୍ତ କାଟିସିଂହ ପଡ଼ିଲା ମହୀ ଲୋଟି
Couplet 62
ସେ ମଣି ଘେନି ଅତିଖରେପଶିଲା ବିବର ଭିତରେ
Couplet 63
ନିଜ ଭୁବନେ ବୀର ଯାଇସେ ମଣି ପୁତ୍ରକଣ୍ଠେ ଦେଇ
Couplet 64
ଧାଇ ଖେଳାଏ ତାର ସୁତଏବେ ହୋ ଶୁଣ ନରନାଥ
Couplet 65
ପ୍ରସନେ ନ ଦେଖି ନୟନେଭାଳଇ ସତ୍ରାଜିତ ମନେ
Couplet 66
ମୃଗୟା ଗଲା ମୋର ଭ୍ରାତପୁରେ ନୋହିଲା ଉପଗତ
Couplet 67
ବନେ କି ପଡ଼ିଲା ଆପଦଶୋକେ ହୋଇଲା ଗଦଗଦ
Couplet 68
ଏମନ୍ତେ କରଇ ରୋଦନବିକଳେ ବିଚାରଇ ମନ
Couplet 69
କୃଷ୍ଣ ମାଗିଲେ ମୋତେ ମଣିନଦେଇ ହୋଇଲି ମୁଁ ତୁନି
Couplet 70
ସେ ଅବା ମୋତେ ମାୟା କଲାପ୍ରସେନ ମାରି ମଣି ନେଲା
Couplet 71
ସେ କଥା ଶୁଣି ସର୍ବଜନେମିଳି କହନ୍ତି କାନେ କାନେ
Couplet 72
ଗୋବିନ୍ଦ କଲେ ଏଡେ଼ କର୍ମଲୋକରେ ଶୁଭିଲା ଲାଞ୍ଛନ
Couplet 73
ବିଷମଲୋକ ଅପବାଦଶୁଣି ପାଇଲେ କୃଷ୍ଣ ଖେଦ
Couplet 74
ବୋଲନ୍ତି ମୋର ଅପମାନମୁହିଁ ସେ କରିବି ମାର୍ଜନ
Couplet 75
ସଙ୍ଗତେ ଘେନି ସର୍ବଜନବନେ ପଶିଲେ ଭଗବାନ
Couplet 76
ବନେ ଖୋଜନ୍ତି ବନମାଳୀପ୍ରସେନ ହତସ୍ଥାନେ ମିଳି
Couplet 77
ଅଶ୍ୱ ସହିତେ ବନେ ମରିଦେଖି ଚକିତ ନରହରି
Couplet 78
ବୋଲନ୍ତି ମଲା ଏ କେମନ୍ତେଦେଖିଲେ ସିଂହପାଦ ପଥେ
Couplet 79
ପହଣ୍ତ ଚିହ୍ନି ସର୍ବଜନେଥୋକାଏ ଗଲେ ଘୋରବନେ
Couplet 80
ଗିରି-ନିକଟେ ନାରାୟଣଦେଖିଲେ ସିଂହର ମରଣ
Couplet 81
ଚକିତେ ପ୍ରଭୁ ନରହରିସିଂହ ମରଣ ଅନୁସରି
Couplet 82
ଦେଖିଲେ ଭଲ୍ଲୁକ ଚରଣସମ୍ଭ୍ରମେ ମିଳି ସର୍ବଜନ
Couplet 83
ଭଲ୍ଲୁକ ପାଦଚିହ୍ନ ଚାହିଁଚଳନ୍ତି ଅଙ୍ଗୁଳି ଦେଖାଇ
Couplet 84
ପୁଣି କେତେହେଁ ଦୂର ଗଲେଚରଣ ପଡ଼ିଛି ବିବରେ
Couplet 85
ସେ ବିଳ ଘୋର ଅନ୍ଧକାରଦେଖି ବୋଲନ୍ତି ଦାମୋଦର
Couplet 86
ତୁମ୍ଭେ ସକଳ ପ୍ରଜାଜନେଏଠାରେ ଥାଅ ସାବଧାନେ
Couplet 87
ଆଜ ସେ ଲୋକ ଅପବାଦେମୁହିଁ ପଶିବି ବିଳ ମଧ୍ୟେ
Couplet 88
ଏମନ୍ତ କହି ଭାବଗ୍ରାହୀବିଳେ ପଶିଲେ ବେଗେ ଯାଇ
Couplet 89
ଅନ୍ଧାର ପଥେ ଦଇତ୍ୟାରିଜାମ୍ବବ ପୁରେ ବିଜେ କରି
Couplet 90
ତାହାର ପୁତ୍ରକଣ୍ଠେ ମଣିଦୂରୁ ଦେଖିଲେ ଚକ୍ରପାଣି
Couplet 91
ବେଗେ ମିଳିଲେ ତାର ପାଶେସେ ମଣି ଲିଭିବାର ଆଶେ
Couplet 92
ଧାଈ ଯେ ପୁତ୍ରପାଶେ ଥିଲାଅପୂର୍ବ ପୁରୁଷ ଦେଖିଲା
Couplet 93
ମନୁଷ୍ୟ ଦେଖି ଭୟ କରିସଂଭ୍ରମେ ପୁତ୍ର କୋଳେ ଧରି
Couplet 94
ଭୟେ ଡ଼ାକିଲା ଉଚ୍ଚସ୍ୱରେଜାମ୍ବବ ଥିଲା ଯେ ଭିତରେ
Couplet 95
ଶୁଣି ଧାଇଁଲା ମହାବଳୀବେଗେ ବାଳକପାଶେ ମିଳି
Couplet 96
ଦେଖିଲା ପ୍ରଭୁ ଭଗବାନହୃଦରେ ଶ୍ରୀବତ୍ସର ଚିହ୍ନ
Couplet 97
ଜାମ୍ବବ ଜଗନ୍ନାଥ ଚାହିଁମାୟାରେ ଚିହ୍ନି ନ ପାରଇ
Couplet 98
ଇତରଲୋକ ପ୍ରାୟ ମଣିକୋପେ ଧାଇଁଲା ଶିରଝୁଣି
Couplet 99
ଭଲ୍ଲୁକ ସ୍ୱଭାବ ଯୁକତବେଗେ ଧାଇଁଲା କୃଷ୍ଣହସ୍ତ
Couplet 100
ହରି ମହିମା ନ ଜାଣିଲାମଣିଷ ପ୍ରାୟ ସେ ମଣିଲା
Couplet 101
ତକ୍ଷଣେ ପାଦେ ପାଦ ଛନ୍ଦିଭୁଜଯୁଗଳେ ହୃଦବାନ୍ଧି
Couplet 102
ବିଷମ ମାଲଯୁଦ୍ଧ ଘୋରଜିଣିବା ଆଦେଶ ବଳୀୟାର
Couplet 103
ଜିଣି ନ ପାରି ମାଲଯୁଦ୍ଧେସମର କରନ୍ତି ଆୟୁଧେ
Couplet 104
ବୃକ୍ଷ ପାଷାଣ କରେ ଧରିପିଟନ୍ତି ଘୋରନାଦ କରି
Couplet 105
ଆମିଷ ଅର୍ଥେ ଯେହ୍ନେ ଖଗକୋପେ କରନ୍ତି ରଣରଙ୍ଗ
Couplet 106
ଏମନ୍ତେ ଅଷ୍ଟାଦଶ ଦିନସମର କଲେ ବେନିଜନ
Couplet 107
ବୃକ୍ଷ ପାଷାଣ ଯେଣୁ ଗଲାଅନେକ କୋପ ଉପୁଜିଲା
Couplet 108
ମୁଷ୍ଟି ପ୍ରହାର ହୃଦେ ପଡ଼ିଶବଦ ବଜ୍ର ଘଡ଼ଘଡ଼ି
Couplet 109
ନିରତେ କରନ୍ତି ସମରଶୁଣ ରାଜନ କୁରୁବୀର
Couplet 110
କୃଷ୍ଣର ମୁଷ୍ଟି ହୃଦେ ବାଜିଜାମ୍ବବ ଅସ୍ଥି ଛନ୍ଦ ଭାଜି
Couplet 111
କ୍ଷୀଣ ହୋଇଲା ବଳ ଗାତ୍ରବିସ୍ମୟେ ହୋଇ ମୂରୁଛିତ
Couplet 112
ଚାହିଁଲା କୃଷ୍ଣ ବଦନତକ୍ଷଣେ ପାଇ ଦିବ୍ୟଜ୍ଞାନ
Couplet 113
ବୋଲଇ କୃଷ୍ଣମୁଖ ଚାହିଁଭୋନାଥ ମୋତେ କର ତ୍ରାହି
Couplet 114
ତୁ ସର୍ବ ପ୍ରାଣ ଓଜ ବଳମହାପୁରୁଷ ଆଦିମୂଳ
Couplet 115
ପୁରାଣପୁରୁଷ ଅନାଦିସଂସାର ମାୟାବଳେ ଛନ୍ଦି
Couplet 116
ବରଦ ବିଷ୍ଣୁ ତୁ ଈଶ୍ୱରମହାମହିମ ଯୋଗେଶ୍ୱର
Couplet 117
ବ୍ରହ୍ମାଦି ଯେତେ ସୃଷ୍ଟିପାଳତାହାଙ୍କ ସ୍ୱାମୀ ତୁ ଗୋପାଳ
Couplet 118
ଏ ସୃଷ୍ଟି ଅନ୍ତେ ତୋର ଦେହେପଶନ୍ତି ପରମାଣୁ ପ୍ରାୟେ
Couplet 119
କାଳଦଳନ ବାନା ତୋରପରମ ଆତ୍ମା ଯୋଗେଶ୍ୱର
Couplet 120
ଈଷିତ ରୋଷ ତୋ ବଦନଦେଖି ଜଳଧି କମ୍ପମାନ
Couplet 121
ଯେ ମହାମତ୍ସ୍ୟ ଗ୍ରାହଗଣକ୍ଷୋଭିତ ହୋଇ ଅନୁକ୍ଷଣ
Couplet 122
ତୋହର ଚରଣେ ପଡ଼ିଲେଲଙ୍କା ଗମନେ ମାର୍ଗ ଦେଲେ
Couplet 123
ପର୍ବତେ ସେତୁବନ୍ଧ କରିଘୋର ସମୁଦ୍ର ହେଳେ ତରି
Couplet 124
ଲଙ୍କା ଦହିଲୁ ଘୋର ଦୃଷ୍ଟିରାବଣ ଦଶମୁଣ୍ତ କାଟି
Couplet 125
ରାକ୍ଷସ ଶିରେ ମହୀସ୍ଥଳୀଯୁଦ୍ଧେ ଢାଙ୍କିଲୁ ବନମାଳୀ
Couplet 126
ଏମନ୍ତ ମହିମା ଯାହାରଭୋନାଥ ଶରଣ ମୁଁ ତୋର
Couplet 127
ମୁଁ ଛାର ନ ଜାଣିଲି ତୋତେପଶୁରେ ଜନ୍ମକଲୁ ମୋତେ
Couplet 128
ଗୋବିନ୍ଦ ଶୁଣି ତା ବଚନହୋଇଲେ ଅତି ହୃଷ୍ଟମନ
Couplet 129
ଶୁକ ବୋଲନ୍ତି ଶୁଣ ରାୟେଦୟା ବସିଲା କୃଷ୍ଣଦେହେ
Couplet 130
ଜାମ୍ବବ ଶିରେ ଦେଇ କରଆଶ୍ୱାସ କଲେ ଚକ୍ରଧର
Couplet 131
ପରମ ଦୟାଳୁ ମୁରାରିକହନ୍ତି ତାର କର ଧରି
Couplet 132
ମେଘ ଗମ୍ଭୀର ପ୍ରାୟ ବାଣୀହସି କହନ୍ତି କମ୍ଭୁପାଣି
Couplet 133
ଏମଣି ହେତୁ ତୋର ବିଳେପଶିଲି ମିଥ୍ୟାବାଦ ଛଳେ
Couplet 134
ଦୁଃସହ ଜନ ଅପବାଦମିଥ୍ୟାବଚନେ ମନଖେଦ
Couplet 135
ଏ ମଣି ଯଦୁପୁରେ ନେବିଆପଣା ଦୋଷ ଛଡ଼ାଇବି
Couplet 136
ଜାମ୍ବବ କୃଷ୍ଣବାକ୍ୟ ଶୁଣିଆନନ୍ଦମନେ ପରିମାଣି
Couplet 137
କୃଷ୍ଣ ଅଇଲେ ମୋର ଘରକି ଅବା ଦେବି ଉପହାର
Couplet 138
ମୋର ଦୁହିତା ଜାମ୍ବବତୀତାର ସଦୃଶେ କୃଷ୍ଣପତି
Couplet 139
ଏମନ୍ତ ମନେ ବିଚାରିଲାକନ୍ୟାର କଣ୍ଠେ ମଣି ଦେଲା
Couplet 140
କୃଷ୍ଣର ପାଦତଳେ ନେଇବୋଲଇ ଶିରେ କର ଦେଇ
Couplet 141
ଭୋ ନାଥ ପରମପୁରୁଷମୋହର ନ ଘେନିବା ଦୋଷ
Couplet 142
ଅନେକ କଲି ଅପରାଧନ ଚିହ୍ନ ତୋର ପଦ୍ମପାଦ
Couplet 143
ଏମନ୍ତେ ଶୁଣ ହୋ ରାଜନଦ୍ୱାରେ ଯେ ଥିଲେ ସର୍ବଜନ
Couplet 144
ନିରତେ ବିଳଦ୍ୱାରେ ଚାହିଁକୃଷ୍ଣ ଆଗମେ ମନ ଦେଇ
Couplet 145
ବଂଚିଲେ ଦ୍ୱାଦଶ ଦିବସନ ଦେଖି ହୋଇଲେ ନିରାଶ
Couplet 146
ବାହୁଡ଼ିଗଲେ ଦୁଃଖ ମନେକହିଲେ କୃଷ୍ଣର ଭୁବନେ
Couplet 147
ଶୁଣି ଦେବକୀ ବସୁଦେବଏ ଆଦି ସକଳ ଯାଦବ
Couplet 148
ରୁକ୍ମିଣୀ ଆଦି ବଧୂଜନଶୁଣି ହୋଇଲେ ହତଜ୍ଞାନ
Couplet 149
ମିଳି ସୁହୃଦେ ବନ୍ଧୁଜନବିକଳେ କରନ୍ତି ରୋଦନ
Couplet 150
ନ ଦେଖି ଅଭୟ ଚରଣସଙ୍କଳ୍ପେ ଚିନ୍ତନ୍ତି ମରଣ
Couplet 151
ନ ଦେଖି ପ୍ରଭୁ ନରହରିଜୀବନ ନ ପାରନ୍ତି ଧରି
Couplet 152
ଦ୍ୱାରକାପୁର ଜନେ ଯାଇନିନ୍ଦନ୍ତି ସତ୍ରାଜିତ ଚାହିଁ
Couplet 153
ତୋହର ଯୋଗୁଁ ଯଦୁପୁରୀଆଜୁଁ ହୋଇଲା ହତଶିରୀ
Couplet 154
ଏମନ୍ତେ ଦୁଃଖ ଶୋକମନେମିଳିଲେ ଅମ୍ବିକା ଭୁବନେ
Couplet 155
କୃଷ୍ଣଙ୍କୁ ଲଭିବାର ଆଶେସ୍ତୁତି କରନ୍ତି ଦେବୀପାଶେ
Couplet 156
ନମୋ ଜଗତ ଆଦିମାତଯାଦବେ ହୋଇଲୁ ଅନାଥା
Couplet 157
ଦୁର୍ଗମ ଦୁଃଖ ନାଶିବାରେଦୁର୍ଗା ବୋଲାଉ ତିନିପୁରେ
Couplet 158
ତୋ ପାଦେ ପଶିଲୁ ଶରଣଦେଖାଅ ଗୋବିନ୍ଦ ଚରଣ
Couplet 159
ଯଦୁଙ୍କ ଦୁଃଖ ଶୋକ ଜାଣିଶୂନ୍ୟେ କହନ୍ତି ଠାକୁରାଣୀ
Couplet 160
ମନେ ନ କର ତୁମ୍ଭେ ଶୋକଦେଖିବ ଶ୍ରୀକୃଷ୍ଣର ମୁଖ
Couplet 161
ଏମନ୍ତ କହୁଁ କହୁଁ ଜନେଗୋବିନ୍ଦ ମିଳିଲେ ଭୁବନେ
Couplet 162
କନ୍ୟା ସହିତେ ଭଗବାନଘେନାଇ ଅମୂଲ୍ୟ ରତନ
Couplet 163
ହରଷ କରି ସୁରନରବିଜୟ କଲେ ଚକ୍ରଧର
Couplet 164
ଦେଖି ସାନନ୍ଦ ସର୍ବଜନେମିଳିଲେ କୃଷ୍ଣ ଦରଶନେ
Couplet 165
ମଲା ପୁରୁଷ ଯେହ୍ନେ ଆସିକହନ୍ତି କୃଷ୍ଣଙ୍କୁ ପ୍ରଶଂସି
Couplet 166
କନ୍ୟା ସହିତେ ଦାମୋଦରପ୍ରବେଶ ଆପଣା ମନ୍ଦିର
Couplet 167
ତକ୍ଷଣେ ସତ୍ରାଜିତେ ଆଣିକହନ୍ତି ପ୍ରଭୁ ଚକ୍ରପାଣି
Couplet 168
ଉଗ୍ରସେନର ସଭାମଧ୍ୟେକୃଷ୍ଣ କହନ୍ତି ମନ ଖେଦେ
Couplet 169
ମଣି ଆଣିଲେ ଯେତେ ଦୁଃଖେକହିଲେ ଆପଣା ଶ୍ରୀମୁଖେ
Couplet 170
ମଣି ତାହାର କରେ ଦେଇପୁରେ ମିଳିଲେ କୃଷ୍ଣଯାଇ
Couplet 171
ସଭାରୁ ସତ୍ରାଜିତ ମଣିସଭୟେ ନିଜ କରେ ଘେନି
Couplet 172
ଅତି ଲଜ୍ଜିତେ ଅଧୋମୁଖପଥେ ଗମଇ ଦୁଃଖଶୋକେ
Couplet 173
ମତେ ବାଧିଲା ଅନୁତାପକୃଷ୍ଣଚରଣେ କଲି ପାପ
Couplet 174
ଦିନକୁ ଦିନ ମନଖେଦେଭାଳଇ କୃଷ୍ଣ ଅପରାଧେ
Couplet 175
ନିରତେ ଭାଳଇ ବିଷାଦେଦ୍ରୋହ ଯେ କଲି କୃଷ୍ଣପାଦେ
Couplet 176
କେମନ୍ତେ ଆତ୍ମଦୋଷ ଯିବଗୋବିନ୍ଦ ପ୍ରସନ୍ନ ହୋଇବ
Couplet 177
ଲୋକେ ବୋଲିବେ ମୋତେ ଭଲତେବେ ସେ ଯିବ ଆତ୍ମାଶଲ
Couplet 178
ବିଚାର ନାହିଁ ମୋର ତହିଁସ୍ୱଭାବେ କ୍ଷୁଦ୍ର ମୁଁ ଅଟଇ
Couplet 179
ଅଜ୍ଞାତ ମୂଢ ଧନଲୋଭୀଆପଣା ପାପେ ପରାଭବୀ
Couplet 180
ମଣିକାଞ୍ଚନେ ଲୋଭ ମୋରଅଯଶ କଲି ତିନିପୁର
Couplet 181
ଏ ଯେ ଦୁହିତା ଅଛି ମୋରଅପୂର୍ବ ସ୍ତିରୀ ରତ୍ନସାର
Couplet 182
ଏ ମଣି ଏହା କଣ୍ଠେ ଦେଇକୃଷ୍ଣଙ୍କୁ ସମର୍ପିବି ନେଇ
Couplet 183
ଏହି ଉପାୟ ମୋର ଭଲଏ କନ୍ୟାରତ୍ନ ମଣି ତୁଲ୍ୟ
Couplet 184
ସେ ହରି କମଳାର ପତିଅନ୍ୟଥା ନାହିଁ ତାର ଶାନ୍ତି
Couplet 185
ଏମନ୍ତ ନିଜ କର୍ମ ଚିନ୍ତିଛାଡ଼ିଲା ମନୁ ଖେଦ ଭ୍ରାନ୍ତି
Couplet 186
ଏମନ୍ତ ମନେ ବିଚାରିଲାଦୁହିତା ଅଳଙ୍କୃତ କଲା
Couplet 187
କନ୍ୟାର କଣ୍ଠେ ମଣି ଦେଇମିଳିଲା କୃଷ୍ଣପାଖେ ଯାଇ
Couplet 188
ଅଞ୍ଜଳି କରି ବେନିକରକୃଷ୍ଣଙ୍କୁ କହଇ ମଧୁର
Couplet 189
ତୁ ନାଥ ଜଗତଠାକୁରମୁଁ ତୋର ଚରଣେ କିଙ୍କର
Couplet 190
ସତ୍ୟଭାମାକୁ ତୋତେ ଦେଇଶରଣ ପଶିଲି ଗୋସାଇଁ
Couplet 191
ଏମନ୍ତ ତାର ବାକ୍ୟ ଶୁଣିଦୟାସାଗର ଚକ୍ରପାଣି
Couplet 192
ଆନନ୍ଦମନେ ଦେବଦେବାସତ୍ୟଭାମାକୁ ହେଲେ ବିଭା
Couplet 193
ଅଂଶେ କମଳା ଅବତାରକି ଅବା ଦେବା ପଟାନ୍ତର
Couplet 194
ସୁନ୍ଦର ରୂପ ଦେଖି ତାରଅନେକ ହୋଇଥିବେ ବର
Couplet 195
ବିବାହ ଅନ୍ତେ ଚକ୍ରପାଣିସେ ମଣିରତ୍ନ କରେ ଘେନି
Couplet 196
ସତ୍ରାଜିତର ମୁଖ ଚାହିଁବୋଇଲେ ମଣି ନିଅ ତୁହି
Couplet 197
ଏ ସୂର୍ଯ୍ୟକଣ୍ଠୁ ଅବତରିକେ ଏହା ପାରିବଟି ଧରି
Couplet 198
ରବିଭକତି ତପଫଳେତୁ ଏହା ଧରିପାରୁ ଭଲେ
Couplet 199
ଏ ପାପୀଜନଙ୍କୁ ନ ସହିଏ ମଣି ଆଉ ତୋର ତହିଁ
Couplet 200
ମଣି ପ୍ରସାଦେ ମୁଁ ବିହରିବିଭା ହୋଇଲି ବେନିନାରୀ
Couplet 201
ହରିଚରିତ ସୁଧମୟଶୁଣନ୍ତେ ପାପ ହୋଏ କ୍ଷୟ
Couplet 202
ସୁଜନେ ଏହି ରସେ ରସହେଳେ ତରିବ ମୋହପାଶ
Couplet 203
ବୋଲଇ ଦାସ ଜଗନ୍ନାଥଗୀତବିନୋଦେ ଭାଗବତ