Skip to content
paribhaasha

Skandha 10

Adhyaya 59

  1. Couplet 1

    ନମଇଁ ନୃସିଂହ ଚରଣଅନାଦି ପରମ କାରଣ

  2. Couplet 2

    କହନ୍ତି ବ୍ୟାସଙ୍କର ଶିଷଶୁଣ ରାଜନ ମନତୋଷ

  3. Couplet 3

    ରୁକ୍ମିଣୀ ଘେନି ଭଗବାନରଙ୍ଗେ ରମିଲେ କେତେଦିନ

  4. Couplet 4

    ଏମନ୍ତେ ବିଧାତାର ବଶେକନ୍ଦର୍ପ ନାରାୟଣ ଅଂଶେ

  5. Couplet 5

    ଜାତ ହୋଇଲା ଦେହ ବହିଶୁଣ ରାଜନ ମନଦେଇ

  6. Couplet 6

    ପୂର୍ବେ ଦେବଙ୍କ କାର୍ଯ୍ୟେ ଗଲାଈଶ୍ୱର ତପ ଭଗ୍ନ କଲା

  7. Couplet 7

    ଘୋର ସମାଧି ଭଗ୍ନକାଳେକଠୋର-ନୟନ-ଅନଳେ

  8. Couplet 8

    ଶରୀର କଲା ଭସ୍ମଯୋଗତେଣୁ ସେ ବୋଲାଇ ଅନଙ୍ଗ

  9. Couplet 9

    କୃଷ୍ଣର ବୀର୍ଯ୍ୟେ ଜାତ ହୋଇପୁଣି ପାଇଲା ନିଜ ଦେହୀ

  10. Couplet 10

    ତାହାର ପତ୍ନୀ ନାମ ରତିମାୟା ସଂଯୋଗେ ମାୟାବତୀ

  11. Couplet 11

    କାମଦେବର ଭସ୍ମକାଳେଶମ୍ବର ନେଲା ତାକୁ ବଳେ

  12. Couplet 12

    ଅସୁର ଘରେ କାମସତୀମାୟା ମୋହିଲା ମାୟାବତୀ

  13. Couplet 13

    ନିତ୍ୟେ କନ୍ୟାଏ ଜାତକରେଶମ୍ବର ଭୋଗ କରେ ତାରେ

  14. Couplet 14

    ଦିନ ହରଇ ତହିଁ ଥାଇଏକଥା ନ ଜାଣନ୍ତି କେହି

  15. Couplet 15

    ଏମନ୍ତେ ଶୁଣ ନରନାଥଶମ୍ବରପୁରେ ବ୍ରହ୍ମାସୁତ

  16. Couplet 16

    ରାେତ୍ରେ ମିଳିଲେ ତାର ପାଶେକହନ୍ତି ସୁହୃଦ ବିଶ୍ୱାସେ

  17. Couplet 17

    ବୋଲନ୍ତି ଅସୁରକୁ ଚାହିଁନିଶ୍ଚିତେ ଅଛୁ କାହିଁପାଇଁ

  18. Couplet 18

    କନ୍ଦର୍ପ ତୋହର ବଇରୀଆଜ ଜନ୍ମିଲା ଯଦୁପୁରୀ

  19. Couplet 19

    ରୁକ୍ମିଣୀ ଗର୍ଭେ କୃଷ୍ଣବୀର୍ଯ୍ୟେଜାତ ହୋଇଲା ମହାତେଜେ

  20. Couplet 20

    ତୁ ଯାଇ ବେଗେ କର ନାଶସେ ତୋର ମରଣେ ବିଶ୍ୱାସ

  21. Couplet 21

    କହି ଚଳିଲେ ଶୂନ୍ୟପଥେଅସୁର ମାରିବାର ଅର୍ଥେ

  22. Couplet 22

    ନାରଦବଚନେ ଅସୁରପଶିଲା ଦ୍ୱାରକା ନଗର

  23. Couplet 23

    କୃଷ୍ଣର ଅନ୍ତଃପୁରେ ଯାଇଯହିଁ ରୁକ୍ମିଣୀଛନ୍ତି ଶୋଇ

  24. Couplet 24

    ପଶିଲା ମାୟାରୂପ ଧରିସୂତିକା ଘରୁ ପୁତ୍ର ହରି

  25. Couplet 25

    ଗଗନମାର୍ଗେ ଘେନିଯାନ୍ତେଦୈତ୍ୟ ଭାଳଇ ହୃଦଗତେ

  26. Couplet 26

    ଏ ଯେବେ ମୋହର ବଇରୀମୁଁ କିମ୍ପା ଅଛି କୋଳେ ଧରି

  27. Couplet 27

    ଏମନ୍ତ ମନେ ବିଚାରିଲାସମୁଦ୍ର ମଧ୍ୟେ ପକାଇଲା

  28. Couplet 28

    ଆହାର ପ୍ରାୟ ପାଇ ଭାବତକ୍ଷଣେ ଗିଳିଲା ରାଘବ

  29. Couplet 29

    କୃଷ୍ଣର ବଳବୀର୍ଯ୍ୟ ଯୋଗେଭସ୍ମ ନୋହିଲା ମୀନଗର୍ଭେ

  30. Couplet 30

    ରାଘମ ମତ୍ସ୍ୟଗଣ ମେଳେପଡ଼ିଲା କୈବର୍ତ୍ତ ଜାଲରେ

  31. Couplet 31

    ଧୀବରଗଣେ ତାହା ପାଇଶମ୍ବର ଆଗେ ଦେଲେ ନେଇ

  32. Couplet 32

    ଅସୁର ମୀନ ଦେଖି ହସିସେବକେ ବୋଲଇ ବିଶ୍ୱାସି

  33. Couplet 33

    ସୂପକାରଙ୍କ ପାଶେ ଦିଅରନ୍ଧନ କର ବୋଲି କୁହ

  34. Couplet 34

    ତକ୍ଷଣେ ମୀନ ଘେନି କରେସେବକେ ମିଳିଲେ ଭିତରେ

  35. Couplet 35

    ମୀନ କାଟନ୍ତେ ସୂପକାରେବାଳକ ଦେଖିଲେ ଉଦରେ

  36. Couplet 36

    ତକ୍ଷଣେ ପୁତ୍ର କୋଳେ ଲଇଁଶମ୍ବର ଆଗେ ଦେଲେ ନେଇ

  37. Couplet 37

    ଦେଖି ସାନନ୍ଦ ମହାସୁରବୋଲଇ ଶୁଣ ସୂପକାର

  38. Couplet 38

    ଦଇବେ ମୋର ପୁତ୍ର ନାହିଁରତି ସମୀପେ ଦିଅ ନେଇ

  39. Couplet 39

    ଏ ମୋର ହୋଇବ କୁମରତକ୍ଷଣେ ଗଲେ ସୂପକାର

  40. Couplet 40

    ରତିର କୋଳେ ନେଇ ଦେଲେଭୋ ମାତ ପାଳ ଏହା ଭଲେ

  41. Couplet 41

    ଦେଖି ସାନନ୍ଦ ମାୟାବତୀପୁତ୍ରପାଳନେ ଦେଲା ମତି

  42. Couplet 42

    ଦିନକୁ ଦିନ କୃଷ୍ଣବୀର୍ଯ୍ୟବଢଇ ଅପ୍ରମିତ ତେଜ

  43. Couplet 43

    ଏମନ୍ତେ ଗଲା କେତେ ଦିନମିଳିଲେ ବ୍ରହ୍ମାଙ୍କ ନନ୍ଦନ

  44. Couplet 44

    ଅସୁର ଅନ୍ତଃପୁରେ ପଶିରତିକି କହନ୍ତି ବିଶ୍ୱାସି

  45. Couplet 45

    ଆଦିକାରଣ କଥା କହିବୋଇଲେ ତୋର ସ୍ୱାମୀ ଏହି

  46. Couplet 46

    ଅନଙ୍ଗ କୃଷ୍ଣବୀର୍ଯ୍ୟେ ଜାତସୂତିକା ଘରୁ ଏ ଦଇତ

  47. Couplet 47

    ହରି ଆଣନ୍ତେ ବାହୁବଳେପଥେ କ୍ଷେପିଲା ସିନ୍ଧୁଜଳେ

  48. Couplet 48

    ଆହାର ପ୍ରାୟ ମଣି ମୀନଗିଳିଲା କୃଷ୍ଣର ନନ୍ଦନ

  49. Couplet 49

    ବନ୍ଦୀ ପଡ଼ିଲା ମହାଜାଲେଦଇବ ଦେଲା ତୋତେ ଭଲେ

  50. Couplet 50

    ଏହାକୁ ପାଳ ଚିତ୍ତ ଦେଇଶମ୍ବର ସଂହାରିବ ଏହି

  51. Couplet 51

    ବିମାନେ ତୋତେ କୋଳ କରିଗମିବ ଦ୍ୱାରକା ନଗରୀ

  52. Couplet 52

    ଲଭିବୁ ତୋର ନିଜ କାନ୍ତକହି ଚଳିଲେ ବ୍ରହ୍ମାସୁତ

  53. Couplet 53

    ସେ କାମନାରୀ ମାୟାବତୀସ୍ୱାମୀ ସଙ୍ଗମ ମନେ ଚିନ୍ତି

  54. Couplet 54

    ଅସୁର ବୋଲେ ପାକଶାଳେବସଇ ସୂପକାର ମେଳେ

  55. Couplet 55

    ରନ୍ଧନ କରି ଷଡ଼ରସଅସୁର ମନ କରେ ତୋଷ

  56. Couplet 56

    ଏମନ୍ତେ ଶୁଣ ନରନାଥଦିନକୁ ଦିନ କୃଷ୍ଣସୁତ

  57. Couplet 57

    ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେତେଜେ ବଢ଼ଇ ଦିନେ ଦିନେ

  58. Couplet 58

    ନିଜ ସ୍ୱାମୀଙ୍କି ଶିଶୁ ଦେଖିସ୍ନେହେ ପାଳଇ ଶଶୀମୁଖୀ

  59. Couplet 59

    ଅଳପଦିନେ ଯୁବା ଦେହଦେଖି କାମିନୀ ଗଲେ ମୋହ

  60. Couplet 60

    ଭସ୍ମଅଙ୍କୁର ସେ ମଦନବିଶେଷେ କୃଷ୍ଣର ନନ୍ଦନ

  61. Couplet 61

    ଲୋଚନେ ଦିଶେ ପଦ୍ମତେଜଲମ୍ବ ସୁନ୍ଦର ବେନିଭୁଜ

  62. Couplet 62

    ଅତି ସୁନ୍ଦର ରୂପ ଦେଖିଅଳପ ହାସେ ଶଶୀମୁଖୀ

  63. Couplet 63

    କଟାକ୍ଷ ନୟନେ ଅନାଇଁଭାବେ କାମିନୀ ପ୍ରାୟ ହୋଇ

  64. Couplet 64

    ମିଳିଲା କୃଷ୍ଣସୁତ ପାଶେସକାମେ ରତିରଙ୍ଗ ଆଶେ

  65. Couplet 65

    ଦେଖି ତାହାର ବିପରୀତଭୟେ ଉଠିଲା କୃଷ୍ଣସୁତ

  66. Couplet 66

    ସଂଭ୍ରମେ ତାର ମୁଖ ଚାହିଁବୋଲଇ ଶିରେ କରଦେଇ

  67. Couplet 67

    ତୁହି ମୋହର ନିଜ ମାତଏବେ ଦେଖିଲି ବିପରୀତ

  68. Couplet 68

    ମାତାର ସ୍ନେହ ଦୂର କରିକାମିନୀଭାବକୁ ଆଚରି

  69. Couplet 69

    କହ କେବଣ ଏହୁ କୃତ୍ୟଭୟେ ବୋଲଇ କୃଷ୍ଣସୁତ

  70. Couplet 70

    ଶୁଣି ଭାଷଇ ମାୟାବତୀତୁ ନାଥ ମୋର ନିଜ ପତି

  71. Couplet 71

    ରୁଦ୍ରନୟନେ ଭସ୍ମ ହୋଇଅନଙ୍ଗ ନାମ ବହୁ ତୁହି

  72. Couplet 72

    କେତେହେଁ କାଳେ ନିଜତେଜଜାତ ହୋଇଲୁ କୃଷ୍ଣବୀର୍ଯ୍ୟେ

  73. Couplet 73

    ନାରଦମୁଖୁଁ ତୋର ବାଣୀନିଜ ମରଣ ତଥ୍ୟ ଶୁଣି

  74. Couplet 74

    ମାୟା-ଅସୁର ବେଗେ ଗଲାଦ୍ୱାରକା ନବରେ ମିଳିଲା

  75. Couplet 75

    ସୂତିକାଘରୁ ତୋତେ ଆଣିଆତ୍ମବଇରୀ ପ୍ରାୟ ମଣି

  76. Couplet 76

    ଲବଣଜଳେ ପକାଇଲାତୋତେ ଯେ ମୀନ ଗିଳିଥିଲା

  77. Couplet 77

    ସେ ମୀନ ଅସୁର ନିକଟେଧୀବର ଆଣିଦେଲା ଭେଟେ

  78. Couplet 78

    ସୁଆର ଆଣି ପାକଶାଳେଶସ୍ତ୍ରେ ଛେଦିଲା ଯେତେବେଳେ

  79. Couplet 79

    ମୀନ ଉଦରୁ ତୋତେ ପାଇପାଳଇ ସ୍ନେହଭରେ ମୁହିଁ

  80. Couplet 80

    ନାରଦ କହିଗଲେ ଏବେତେଣୁ ସେବଇ ପତ୍ନୀଭାବେ

  81. Couplet 81

    ମୋହର ନିଜ ନାମ ରତିଦଇବ ମିଳାଇଲା ପତି

  82. Couplet 82

    ମାୟାରେ ବଞ୍ଚାଇ ଅସୁରବସଇ ଶମ୍ବରର ପୁର

  83. Couplet 83

    ଦୁର୍ଜୟ ରିପୁ ଏ ତୋହରଏହାର ପ୍ରାଣ ବେଗେ ହର

  84. Couplet 84

    ଅନେକ ମାୟାଶସ୍ତ୍ର ଜାଣେଦେବେ ଡରନ୍ତି ଏହା ଜାଣେ

  85. Couplet 85

    ମୋହର ମାୟା ଅଛି ଯେତେଶମ୍ବର ନ ଜାଣଇ ତେତେ

  86. Couplet 86

    ମାୟାମୋହନ ଶସ୍ତ୍ର ଭେଦିବେଗେ ଏହାର ଶିର ଛେଦି

  87. Couplet 87

    ବିମାନେ ବସି ନାଥ ଏବେଚାଲ ଦ୍ୱାରକା ଯିବା ବେଗେ

  88. Couplet 88

    ତୋର ଜନନୀ ଚନ୍ଦ୍ରମୁଖୀରୁକ୍ମିଣୀଦେବୀ ବଡ଼ ଦୁଃଖୀ

  89. Couplet 89

    ଉଦରେ ବସି ଦଶମାସପ୍ରସବି ହୋଇଲେ ନିରାଶ

  90. Couplet 90

    କୁରରୀ ପ୍ରାୟେ ପୁତ୍ର ଶୋକେଦିନ ବଞ୍ଚଇ ଅତିଦୁଃଖେ

  91. Couplet 91

    ଆକୁଳେ ପୁତ୍ର ଶୋକେ ଦେହିମୃତବତ୍ସିକା ଯେହ୍ନେ ଗାଈ

  92. Couplet 92

    ଏମନ୍ତ କହି ତାର ପାଶେମୋହ୍ନ ବିଦ୍ୟା ଦେଲା ତୋଷେ

  93. Couplet 93

    ସକଳ ମାୟା ଯେଣେ ଜିଣିସ୍ୱାମୀଙ୍କି କହିଲା ତରୁଣୀ

  94. Couplet 94

    କୃଷ୍ଣନନ୍ଦନ ଶୁଣି ତାହାଅଭ୍ୟାସ କଲା ସର୍ବମାୟା

  95. Couplet 95

    ଏମନ୍ତେ ପାହିଲା ରଜନୀକନ୍ଦର୍ପ କରେ ଗଦା ଘେନି

  96. Couplet 96

    ଶମ୍ବର ସଭାତଳେ ମିଳିଯୁଦ୍ଧେ ଡାକଇ ମହାବଳୀ

  97. Couplet 97

    ଅନେକ ନିନ୍ଦାବାକ୍ୟ ମତକହନ୍ତେ କଳି କଲା ଦୈତ୍ୟ

  98. Couplet 98

    ଅତିନିନ୍ଦିତ କଥା ଶୁଣିବେଗେ ଉଠିଲା ଶିର ଶୁଣି

  99. Couplet 99

    ଶମ୍ବର କହେ ବଳଦର୍ପେଯଷ୍ଟି ପ୍ରହାରେ ଯେହ୍ନେ ସର୍ପେ

  100. Couplet 100

    ବଜ୍ରସମାନ ଗଦା କରଶମ୍ବର ହୋଇଲା ବାହାର

  101. Couplet 101

    ରୋଷେ ଲୋଚନ ତମ୍ବାପ୍ରାୟେପିଟିଲା ପ୍ରଦ୍ୟୁମ୍ନର ଦେହେ

  102. Couplet 102

    କୋପେ ଛାଡ଼ିଲା ଘୋରରଡ଼ିଯେସନେ ବଜ୍ର ଘଡ଼ଘଡ଼ି

  103. Couplet 103

    କୃଷ୍ଣନନ୍ଦନ ଗଦା ବେଗେକୋପେ ବୁଲାଇ ଦଶଦିଗେ

  104. Couplet 104

    ଶମ୍ବର ଗଦା କଲା ଚୂରକୋପେ ଡାକିଲା ମହାବୀର

  105. Couplet 105

    କନ୍ଦର୍ପ କରେ ଗଦା ଦେଖିଅସୁର ସମର ଉପେକ୍ଷି

  106. Couplet 106

    ଗଗନମାର୍ଗେ ଆଶ୍ରେ କରିଅନେକ ମାୟାଶସ୍ତ୍ର ଧରି

  107. Couplet 107

    ଶର ବରଷା ମହାଘୋରକଲାକ ମାୟାବୀ ଅସୁର

  108. Couplet 108

    ବାଣ ବରଷେ ପୀଡା ପାଇକନ୍ଦର୍ପ ଚଉଦିଗେ ଚାହିଁ

  109. Couplet 109

    ନିଜ ମୋହିନୀମାୟା ସତ୍ତ୍ୱଶମ୍ବରମାୟା କଲା ହତ

  110. Couplet 110

    ପୁଣି ଅସୁର ଶୂନ୍ୟଦେହାପ୍ରକାଶ କଲା ନାନାମାୟା

  111. Couplet 111

    ପିଶାଚ ଗନ୍ଧର୍ବ ଗୁହ୍ୟକରାକ୍ଷସ ଉରଗ ଶୋଷକ

  112. Couplet 112

    ଶତସହସ୍ର ଅପ୍ରମିତଯୁଦ୍ଧେ ପ୍ରକାଶିଲା ଦଇତ୍ୟ

  113. Couplet 113

    ସକଳମାୟା କୃଷ୍ଣସୁତନିଜ ମାୟାରେ କଲା ହତ

  114. Couplet 114

    ନିଜ ଖଡ଼ଗ କରେ ଧରିପ୍ରଦ୍ୟୁମ୍ନ ଗଗନେ ସଞ୍ଚରି

  115. Couplet 115

    ଶମ୍ବର ଶିର ବାମକରେଧରି କାଟିଲା କୋପଭରେ

  116. Couplet 116

    ମୁଣ୍ତ ପଡ଼ିଲା ଭୂମିତଳେସୁନ୍ଦର କିରୀଟ କୁଣ୍ତଳେ

  117. Couplet 117

    ତମ୍ବାର ପ୍ରାୟ ଦାଢ଼ି ମୁଖେଦେଖନ୍ତି ସ୍ୱର୍ଗେ ଦେବଲୋକେ

  118. Couplet 118

    ଆନନ୍ଦେ କୁସୁମ ବରଷିକାମର ବିକ୍ରମ ପ୍ରଶଂସି

  119. Couplet 119

    ଶମ୍ବର ମାରି କୃଷ୍ଣବଳାସୁବର୍ଣ୍ଣରଥେ ବିଜେ କଲା

  120. Couplet 120

    କୋଳେ ବସାଇ ମାୟାବତୀବେଗେ ଚଳିଲା ଦ୍ୱାରାବତୀ

  121. Couplet 121

    ଗଗନମାର୍ଗେ କୃର୍ଷ୍ଣପୁରେବିମାନ ପଶିଲା ଭିତରେ

  122. Couplet 122

    ବିଜୁଳି ସଙ୍ଗେ ମେଘ ଯେହ୍ନେଦେଖି ଚକିତ ସର୍ବଜନେ

  123. Couplet 123

    କୃଷ୍ଣର ପୁରେ ଯେତେ ନାରୀରୁକ୍ମିଣୀ ଆଦି ମନୋହାରୀ

  124. Couplet 124

    ଅପୂର୍ବ କୃଷ୍ଣର ନନ୍ଦନଦିଶନ୍ତି ଅତି ଶୋଭାବନ

  125. Couplet 125

    ନୀଳଜୀମୂତ ପ୍ରାୟ ଦେହୀପୀତବସନ ବିରାଜଇ

  126. Couplet 126

    ପଦ୍ମଲୋଚନ ଦୀର୍ଘବାହୁବୋଲନ୍ତି ଅଇଲା ଏ କାହୁଁ

  127. Couplet 127

    ଅଳପ ହାସେ ମୁଖ ଶୋହେରୂପେ କାମିନୀ ମନମୋହେ

  128. Couplet 128

    ନୀଳକୁନ୍ତଳ ଭୃଙ୍ଗ ତେଜେସୁନ୍ଦର ମୁଖପଦ୍ମ ସାଜେ

  129. Couplet 129

    କୃଷ୍ଣର ପ୍ରାୟ ତାକୁ ମଣିସଂଭ୍ରମେ ଲୁଚିଲେ ତରୁଣୀ

  130. Couplet 130

    ପୁଣି କ୍ଷଣକେ ସ୍ଥିର ଚାହିଁଜାଣିଲେ କୃଷ୍ଣ ଏ ନୁହେଇ

  131. Couplet 131

    ପୁଣି ମିଳିଲେ ତାର ପାଶେନିଶ୍ଚୟ ଜାଣିବାର ଆଶେ

  132. Couplet 132

    ଆନନ୍ଦେ ତାର ମୁଖ ଚାହିଁମଦନେ ମନ ନ ଚଳଇ

  133. Couplet 133

    କାମିନୀରତ୍ନ ତାର କୋଳେଦେଖି ଭାଲନ୍ତି କାମଭୋଳେ

  134. Couplet 134

    ରୁକ୍ମିଣୀ ସୁତକୁ ଅନାଇବିତର୍କମନେ ବିଚାରଇ

  135. Couplet 135

    ପ୍ରସବକାଳେ ମୋ କୁମରଶୟନସ୍ଥାନୁ ନେଲା ଚୋର

  136. Couplet 136

    ପୁତ୍ର ସୁମରି ଦୁଃଖମନେକ୍ଷୀର ସ୍ରବଇ ବେନିସ୍ତନେ

  137. Couplet 137

    କାହୁଁ ଅଇଲା ଏ କୁମରମନୁଷ୍ୟ ରତ୍ନ କଳେବର

  138. Couplet 138

    କୃଷ୍ଣର ଚିହ୍ନ ଏହା ଦେହେଦିଶଇ ଇନ୍ଦ୍ରନୀଳ ପ୍ରାୟେ

  139. Couplet 139

    କାହାର ଗର୍ଭେ ଏହୁ ଥିଲାଅପୂର୍ବ କାହୁଁ ଏ ଅଇଲା

  140. Couplet 140

    ଯୁବତୀରତ୍ନ ଅଛି କୋଳେଲଭିଲା ପୂର୍ବ ପୁଣ୍ୟଫଳେ

  141. Couplet 141

    ମୋର ବାଳକ ନାଶ ଗଲାସୂତିକା ଘରୁ କେ ହରିଲା

  142. Couplet 142

    ଜୀବନେ ଥିଲେ ଯହିଁ ତହିଁଏହାର ତୁଲେ ସମ ହୋଇ

  143. Couplet 143

    ଏ ଯେ ସକଳ ଚିହ୍ନ ବହିକୃଷ୍ଣର ପ୍ରାୟେକ ଦିଶଇ

  144. Couplet 144

    ଆକୃତି ବୟ ବପୁ ଯେହ୍ନେସୁନ୍ଦର ହାସ ବିଲୋକନେ

  145. Couplet 145

    ସେ ପୁତ୍ର ଅବା ହୋଇ ଏବେଯାହା ଧଇଲି ମୁହିଁ ଗର୍ଭେ

  146. Couplet 146

    ମୋ ଚିତ୍ତେ ସ୍ନେହ ଏହା ଚାହିଁବାମନୟନ ମୋ ସ୍ପୁରଇ

  147. Couplet 147

    ପୁଲକେ କମ୍ପେ ବାମଭୁଜଏହାର ଅଙ୍ଗେ କୃଷ୍ଣତେଜ

  148. Couplet 148

    ରୁକ୍ମିଣୀ ଏମନ୍ତ ବିଚାରିବିଜୟ କଲେ ନରହରି

  149. Couplet 149

    ଦେବକୀ ବସୁଦେବ ସଙ୍ଗେକୃଷ୍ଣ ମିଳିଲେ ସୁତ ଆଗେ

  150. Couplet 150

    ଗୋବିନ୍ଦ ତାହା ସର୍ବ ଜାଣିକୁମର ଦେଖି ହେଲେ ତୁନି

  151. Couplet 151

    ଏମନ୍ତେ ଶୁଣ ନରନାଥବ୍ରହ୍ମାନନ୍ଦନ ଉପଗତ

  152. Couplet 152

    ଦେଖିଣ ସଂଶୟ ବିଷାଦସକଳ କହିଲେ ନାରଦ

  153. Couplet 153

    ଶୁଣି ନାରଦ ମୁଖୁଁ ବାଣୀଗୋବିନ୍ଦ ଯେତେକ ତରୁଣୀ

  154. Couplet 154

    ତରୁଣ ବାଳ ବୃଦ୍ଧ ସଙ୍ଗେଉତ୍ସବ କଲେ ନାନା ରଙ୍ଗେ

  155. Couplet 155

    ଦେଖ ରୁକ୍ମିଣୀ ପୁଣ୍ୟ ରାଶିଯମଭୁବନୁ ପୁତ୍ର ଆସି

  156. Couplet 156

    ମୋହିଲା ଦ୍ୱାରକା ଭୁବନବାଳ ତରୁଣ ବୃଦ୍ଧଜନ

  157. Couplet 157

    କୋଳେ କାମିନୀ ସୁକୁମାରୀରୂପେ ଭୁବନେ ନାହିଁ ସରି

  158. Couplet 158

    ଦେବକୀଦେବୀ ବସୁଦେବଥିଲେ ଯେ ଶ୍ରୀରାମ ମାଧବ

  159. Couplet 159

    ଯଦୁନଗରେ ନାରୀ ଯେତେମିଳିଲେ ଦୁର୍ବାଙ୍କୁର ହସ୍ତେ

  160. Couplet 160

    ଅକ୍ଷତ ଦେଇ ପୁତ୍ର ଶିରେମଙ୍ଗଳ କଲେ ଉଚ୍ଚସ୍ୱରେ

  161. Couplet 161

    ରୁକ୍ମିଣୀ ଘେନି ପୁତ୍ର କୋଳେଚୁମ୍ବନ ଦେଲେ ସୁଖଭୋଳେ

  162. Couplet 162

    ସଙ୍ଗେ ସକଳ ପରିବାରୀଆନନ୍ଦେ କୋଳେ ବଧୂ ଧରି

  163. Couplet 163

    ଯଦୁନଗରେ ଯେତେ ଜନଶୁଣି ସାନନ୍ଦ କଲେ ମନ

  164. Couplet 164

    ରୁକ୍ମିଣୀଦେବୀ ଭାଗ୍ୟ ଦେଖମରଣୁ ଅଇଲା ବାଳକ

  165. Couplet 165

    ଶୁକ କହନ୍ତି ଶୁଣ ନୃପମାତାଏ ଦେଖି ପୁତ୍ରରୂପ

  166. Couplet 166

    କୃଷ୍ଣର ପ୍ରାୟ ମଣି ତାହାଆନନ୍ଦେ ବଳିଲା ଉତ୍ସାହା

  167. Couplet 167

    ସ୍ୱଭାବେ କାମ କୃଷ୍ଣପ୍ରାୟେସର୍ବଲକ୍ଷଣ ଅଛି ଦେହେ

  168. Couplet 168

    ଅନ୍ୟ ଭୁବନେ ନାରୀ ଯେତେତାହାକୁ ଦେଖି ଦୃଷ୍ଟିପଥେ

  169. Couplet 169

    କାମେ ହୋଇଲେ ଉନମତ୍ତଚିତ୍ର ନୋହଇ ଏହୁ କଥା

  170. Couplet 170

    ବୋଲଇ ଦାସ ଜଗନ୍ନାଥରୁକ୍ମିଣୀ ତନୟ ପ୍ରାପତ

  171. Couplet 171

    ସୁଜନେ ଶୁଣ ଶ୍ରୁତିପଥେସଂସାରୁ ତରିବ ଯେମନ୍ତେ

Odia Bhagabata skandha 10 adhyaya 59 | Parbani by ParibhaAsha App