Skip to content
paribhaasha

Skandha 10

Adhyaya 58

  1. Couplet 1

    କହନ୍ତି ଶୁକ ରାଜା ଆଗେଏମନ୍ତ ବୋଲି ଚାରିଦିଗେ

  2. Couplet 2

    ଯେ ଯାହା ବାହାନ ଆବୋରିଅଙ୍ଗେ ସକଳେ ସ୍ନେହା ଭରି

  3. Couplet 3

    ସବୁ ସଇନ୍ୟ କରି ଆଗେଧାଇଁଲେ ଶସ୍ତ୍ର ଘେନି ବେଗେ

  4. Couplet 4

    ବୋଲନ୍ତି ମାର ମାର ବାଣୀଯାଦବବଳ ତାହା ଶୁଣି

  5. Couplet 5

    ଥିଲେ ଯେ ରାମ କୃଷ୍ଣ ପାଖେଆବୋରି ରହିଲେ ସମ୍ମୁଖେ

  6. Couplet 6

    କୋପେ କରନ୍ତି ଗୁଣଘୋଷଶବଦେ କମ୍ପେ ଦଶଦିଶ

  7. Couplet 7

    ଅଶ୍ୱ କୁଞ୍ଜର ରଥେ ଥାଇନିଜ କୋଦଣ୍ତ ଗୁଣ ଦେଇ

  8. Couplet 8

    ଶର ବିନ୍ଧନ୍ତି ମେଘ ପ୍ରାୟେପଡ଼ଇ ଯାଦବଙ୍କ ଦେହେ

  9. Couplet 9

    ଗିରିଶିଖରେ ଘୋଟି ଘନେବୃଷ୍ଟି କରନ୍ତି ଯେହ୍ନେ ବନେ

  10. Couplet 10

    ଯାଦବବଳେ ବାଣ ସୃଷ୍ଟିଦେଖି ରୁକ୍ମିଣୀ ଭୟଦୃଷ୍ଟି

  11. Couplet 11

    ଲଜ୍ଜାରେ ଜଡ଼ିତ ନୟନଚାହିଁଲା କୃଷ୍ଣର ବଦନ

  12. Couplet 12

    ବାଣବରଷଣେ ଅନାଇଁକମ୍ପଇ କୃଷ୍ଣକୋଳେ ଥାଇ

  13. Couplet 13

    ହାସବଦନେ ଭାଗଗ୍ରାହୀବୋଲନ୍ତି କନ୍ୟାମୁଖ ଚାହିଁ

  14. Couplet 14

    କିମ୍ପା ସୁନ୍ଦରୀ ପାଉ ତ୍ରାସହେଳେ ତୋ ରିପୁ ଯିବେ ନାଶ

  15. Couplet 15

    ମୋହର ବଳ ଦେଖ ଏବେଅକ୍ଷୟ ଅଟନ୍ତି ଯାଦବେ

  16. Couplet 16

    ଏମନ୍ତ ବୋଲୁ ବୋଲୁ ଭାବେସଂଗ୍ରାମେ ଧାଇଁଲେ ଯାଦବେ

  17. Couplet 17

    ଗଦ ସଙ୍କରଷଣ ଆଦିଯାଦବବଳେ ଏ ପ୍ରସିଦ୍ଧି

  18. Couplet 18

    କରିଣ ବାଣବୃଷ୍ଟି ଘୋରଦିବସ କଲେ ଅନ୍ଧକାର

  19. Couplet 19

    ରଥକୁଞ୍ଜର ଅଶ୍ୱ ତୁଲେତୀକ୍ଷ୍ମ ନାରାଚେ ସଂହାରିଲେ

  20. Couplet 20

    ରିପୁଙ୍କ ଶିର କୋଟି କୋଟିଛିଡ଼ି ପଡ଼ିଲେ ମହୀ ଘୋଟି

  21. Couplet 21

    କନ୍ଧ ସହିତେ ମୁଣ୍ତମାଳଲୋଟନ୍ତି କିରୀଟ କୁଣ୍ତଳ

  22. Couplet 22

    ଗଦା ଖଡ଼ଗ ବାଣ ହସ୍ତେଛିଡ଼ି ପଡ଼ିଲେ ମହୀଗତେ

  23. Couplet 23

    ହସ୍ତ ହୃଦୟ ଜାନୁ ଛିଡ଼ିପଡ଼ିଣେ ରଣଭୂମି ମାଡ଼ି

  24. Couplet 24

    ତୁରଙ୍ଗ ଅଶ୍ୱତର ନାଗଉଷ୍ଟ୍ର ଗର୍ଦ୍ଦଭ ଶିର ଭାଗ

  25. Couplet 25

    ମନୁଷ୍ୟ ଶିର ସଙ୍ଗେ ପଡ଼ିଭଲେ ନ ଦିଶେ ବସୁନ୍ଧରୀ

  26. Couplet 26

    ଦେଖି ଯାଦବବଳେ ତେଜରଣେ ଭାଜିଲେ ସର୍ବରାଜା

  27. Couplet 27

    ମାଗଧ ଆଦି ସର୍ବବୀରେମିଳିଲେ ବିଦର୍ଭ ନଗରେ

  28. Couplet 28

    ଦେଖିଲେ ଛାୟାବେଦୀ ମଧ୍ୟେବର ବସିଛି କନ୍ୟା ସଧେ

  29. Couplet 29

    ଦାରାହରଣ ଶୋକ ଦୁଃଖେଧୂଳି ପଡ଼ିଲା ପ୍ରାୟ ମୁଖେ

  30. Couplet 30

    ଲଜ୍ଜାରେ ଶୁଖିଲା ଅଧରସୁନ୍ଦରପଣ ହେଲା ଦୂର

  31. Couplet 31

    ଛାଡ଼ିଲା ବିବାହର ଆଶଲାଜେ ନ ଚାହେଁ ଦଶଦିଶ

  32. Couplet 32

    ବଚନ ନ ସ୍ପୁରଇ ମୁଖେରାଜାଏ ବସି କର ପାଖେ

  33. Couplet 33

    ବୋଲନ୍ତି ଶୁଣ ନରରାୟମନେ ନ କର ଦୁଃଖ ଭୟ

  34. Couplet 34

    ବିମନ ଛାଡ଼ ବେଗେ ତୁହିଶୁଣ ତୁ ଯାହା ଆମ୍ଭେ କହି

  35. Couplet 35

    ଅର୍ଜିଲା କର୍ମ ଭୁଞ୍ଜେ ଦେହୀଏହାର ପ୍ରିୟାପ୍ରିୟ ନାହିଁ

  36. Couplet 36

    ଏ ଦେହୀ ଈଶ୍ୱର ଆୟତ୍ତସ୍ୱକର୍ମ ପଥେ ଆତଯାତ

  37. Couplet 37

    କାଷ୍ଠପିତୁଳୀ ହସ୍ତେ ନେଇକୁହୁକୀ ଯେମନ୍ତ ନଚାଇ

  38. Couplet 38

    ପ୍ରତିମା ନାଚେ ସେହିମତସେ ଯେହ୍ନେ କୁହୁକୀ ଆୟତ୍ତ

  39. Couplet 39

    ଈଶ୍ୱର ଆୟତ୍ତ ଏ ଦେହୀଏହାର ଦୁଃଖ ସୁଖ ନାହିଁ

  40. Couplet 40

    ଜରା କହଇ ସାଧୁବାଣୀବିଧାତା ଗତିକୁ ନ ଜାଣି

  41. Couplet 41

    ଶୁଣ ମୋହର କର୍ମବାଣୀବଳ ଦେଇଣ ଅକ୍ଷୌହିଣୀ

  42. Couplet 42

    ସପତଦଶ ବାର ହାରିବେଳେ ଜିଣିଲି ରାମ ହରି

  43. Couplet 43

    ଏହା ମୁଁ ଅନୁଭବ କରିଜୟ ଅଜୟ ନ ବିଚାରି

  44. Couplet 44

    ହରଷ ଶୋକେ ନାହିଁ ଇଚ୍ଛାନିଜ କରମଫଳ ଦୀକ୍ଷା

  45. Couplet 45

    ଜୀବଟି କର୍ମେ ଆତଯାତକାଳର କ୍ରୀଡ଼ା ଏ ଜଗତ

  46. Couplet 46

    ଦେଖ ଏ କାଳର ମହିଁମାଆମ୍ଭେ ସକଳେ ବୀର ସିନା

  47. Couplet 47

    ହାରିଲୁ ନିଜ କର୍ମ ବଳେଯାଦବେ ଜିଣିଲେ ସମରେ

  48. Couplet 48

    ରିପୁଙ୍କ କାଳ ବଳୀୟାରଅଯଶ ଆମ୍ଭ କର୍ମ ଫଳ

  49. Couplet 49

    ଆମ୍ଭର ପୁଣ୍ୟଯଶ କାଳେରିପୁ ଜିଣିବା ଅବହେଳେ

  50. Couplet 50

    ଏମନ୍ତ ପ୍ରବୋଧ-ବଚନେହରଷ କଲା ତାର ମନେ

  51. Couplet 51

    ନିଜ ନଗରେ ତାକୁ ନେଇଅନେକ ପ୍ରବୋଧନ କହି

  52. Couplet 52

    ରାଜାଏ ଦୁଃଖ ଶୋକ ମନେମିଳିଲେ ଯେ ଯାହା ଭୁବନେ

  53. Couplet 53

    ରୁକ୍ମି ଯେ କୃଷ୍ଣର ବଇରୀଶିଶୁପାଳକୁ ଥିଲା ବରି

  54. Couplet 54

    କନ୍ୟା ଗୋବିନ୍ଦ ହରି ନେଲେଶତ୍ରୁଙ୍କ ଗର୍ବ ନାଶ କଲେ

  55. Couplet 55

    ମାଗଧ ଆଦି ମହୀପାଳେଯେ ଯାହା ଗୃହେ ଯିବାବେଳେ

  56. Couplet 56

    ସମସ୍ତ ରାଜା ମଧ୍ୟେ ଥାଇପ୍ରତିଜ୍ଞା କଲା ଗର୍ବ ବହି

  57. Couplet 57

    ଅଭେଦ ସ୍ନେହା ଦେହେ ଘେନିପିତାର ବଳ ଅକ୍ଷୌହିଣୀ

  58. Couplet 58

    ସଙ୍ଗତେ ଘେନି ମହାବୀରରାଜାଙ୍କୁ ବୋଲଇ ଉତ୍ତର

  59. Couplet 59

    ତୁମ୍ଭେତ ହୋଇଲ ନିରେଖମୋର ମହିମା ଆଜ ଦେଖ

  60. Couplet 60

    ସମରେ ରାମକୃଷ୍ଣ ମାରିବନ୍ଦୀରୁ ରୁକ୍ମିଣୀ ଉଦ୍ଧରି

  61. Couplet 61

    ଆଜ ଆଣିବି ବାହୁବଳେଯଶ ମୋ ଥିବ ମହୀତଳେ

  62. Couplet 62

    ଏହା ମୁଁ କରି ନ ପାରିଲେବାହୁଡ଼ି ନ ଆସିବି ଭଲେ

  63. Couplet 63

    ସତ୍ୟବଚନ ଏ ମୋହରନଗରୁ ହୋଇଲା ବାହାର

  64. Couplet 64

    ରଥେ ବସିଲା ବେଗେ ଯାଇବୋଲେ ସାରଥି ମୁଖ ଚାହିଁ

  65. Couplet 65

    ରଥ ତୁ ବାହା ବେଗେ କରିଯହିଁ ଅଛନ୍ତି ରାମହରି

  66. Couplet 66

    ରାମ-ଗୋବିନ୍ଦ ଯୁଦ୍ଧେ ମାରିରୁକ୍ମିଣୀ ଆଣିବି ଉଦ୍ଧରି

  67. Couplet 67

    ତୀକ୍ଷ୍ଣ ନାରାଚ ଦେଖ ମୋରହେଳେ ଜିଣିବି ଯଦୁବଳ

  68. Couplet 68

    ଗୋପାଳେ ବଳେ ବଳୀୟାରଆଜ କରିବି ଗର୍ବ ଚୂର

  69. Couplet 69

    ବଳେ ହରିଲା ମୋ ବହେଣୀଆଜ ଆଣିବି ଶିର ହାଣି

  70. Couplet 70

    ମୋତେ ଦେଖାଏ ବଳ-ଗର୍ବଅଜାତି ଗଉଡ଼ ସ୍ୱଭାବ

  71. Couplet 71

    ଏମନ୍ତ ଗର୍ବ ମନେ ବହିହରିମହିମା ନ ଜାଣଇ

  72. Couplet 72

    ବେଗେ ଧାଇଁଲା ଏକା ରଥେଡ଼ାକଇ ରହ ରହ ପଥେ

  73. Couplet 73

    ଗୁଣେ ବସାଇ ତିନିବାଣଶ୍ରବଣ ଯାଏଁ ଟାଣି ଗୁଣ

  74. Couplet 74

    ବିନ୍ଧିଲା ଗୋବିନ୍ଦ ଉପରେଡ଼ାକଇ କୁତ୍ସିତ ବେଭାରେ

  75. Couplet 75

    ଯାଦବ-କୁଳପାଂଶୁ ତୁହିମୋର ସଂଗ୍ରାମେ ଯିବୁ କାହିଁ

  76. Couplet 76

    କ୍ଷଣେକ ରହ ରଣ ମଧ୍ୟେରୁକ୍ମିଣୀ ହରିଲୁ ଯେ ସଧେ

  77. Couplet 77

    କାକ ଯେସନେ ମାୟା କରିଯଜ୍ଞର ଚରୁ ନିଏ ହରି

  78. Couplet 78

    ମନ୍ଦ ମାୟାବୀ କୂଟଯୋଦ୍ଧିଗୋପାଳେ ହୀନ ଦୁଷ୍ଟବୁଦ୍ଧି

  79. Couplet 79

    ଆଜ ଜିଣିବି ତୋତେ ହାଣିଯାବଦ ନ ଛାଡ଼ୁ ରୁକ୍ମିଣୀ

  80. Couplet 80

    ଶୁଣି ହସିଲେ ଦାମୋଦରସାରଙ୍ଗଧନୁ ଧରି କର

  81. Couplet 81

    ଈଷିତେ ଷଡ଼ବାଣ ବିନ୍ଧିତାହାର ହସ୍ତୁ ଧନୁ ଛେଦି

  82. Couplet 82

    ପୁଣ ବିନ୍ଧିଲେ ଅଷ୍ଟବାଣଲୀଳା ମାତ୍ରକେ ନାରାୟଣ

  83. Couplet 83

    ରଥର ଚାରି ଅଶ୍ୱ ହାଣିପୁଣି ବିନ୍ଧିଲେ ବାଣ ତିନି

  84. Couplet 84

    ରଥସାରଥୀ ମୁଣ୍ତ କାଟିତିନି ନାରାଚେ ଧ୍ୱଜ ଲୋଟି

  85. Couplet 85

    ଦେଖିଣ ରୁକ୍ମୀ ବହି ମନ୍ୟୁହସ୍ତେ ଘେନିଲା ଆର ଧନୁ

  86. Couplet 86

    ସେ ଧନୁ କାଟିଲେ ମୁରାରିଗୁଣ ଟଙ୍କାରନାଦ କରି

  87. Couplet 87

    ପୁଣ ଘେନିଲା ଆନ ଧନୁତାହା ଛେଦିଲେ ଦେବ କାହ୍ନୁ

  88. Couplet 88

    ପରିଘ ଖଡ଼୍ଗ ଶୂଳ ଚର୍ମଶକ୍ତି ତୋମର ତୀକ୍ଷ୍ଣ ମୁନ

  89. Couplet 89

    ଯେତେ ଆୟୁଧ କରେ ଧରିସବୁ ଛେଦିଲେ ନରହରି

  90. Couplet 90

    ତକ୍ଷଣେ ରଥୁଁ ଓହ୍ଲାଇଲାକୋପେ ଖଡ଼ଗ ହସ୍ତେ ନେଲା

  91. Couplet 91

    କୃଷ୍ଣଙ୍କୁ ମାରିବାର ଆଶେଡେ଼ଇଁ ଉଠିଲା ନନ୍ଦିଘୋଷେ

  92. Couplet 92

    ଗୋପେ ଗର୍ଜଇ କୃଷ୍ଣ ପାଖେପବନ ଯେସନେ ପାବକେ

  93. Couplet 93

    ଦେଖି ଗୋବିନ୍ଦ ବେଗେ ଉଠିତିଳ ପ୍ରମାଣେ ଶସ୍ତ୍ର କାଟି

  94. Couplet 94

    କୋପେ ଉଞ୍ଚାଇ ଅସିବରକେଶ ଧଇଲେ ସେ ରୁକ୍ମିର

  95. Couplet 95

    କୃଷ୍ଣର କୋପମୁଖ ଦେଖିଭୟେ କମ୍ପଇ ଶଶୀମୁଖୀ

  96. Couplet 96

    ଭାଇର ପ୍ରାଣନାଶ ଜାଣିଚରଣେ ପଡ଼ିଲା ରୁକ୍ମିଣୀ

  97. Couplet 97

    କାତରେ କରଇ କାରୁଣ୍ୟଭୋ ନାଥ ଯୋଗେଶ୍ୱର ଶୁଣ

  98. Couplet 98

    ଅନନ୍ତ ମହିମା ତୋହରଦୋଷ ଉପେକ୍ଷ ଦେବ ତାର

  99. Couplet 99

    ଜଗତପ୍ତି ନାରାୟଣମୁଁ ତୁମ୍ଭ ଚରଣେ ଶରଣ

  100. Couplet 100

    ନ ମାର ମୋର ଜ୍ୟେଷ୍ଠଭ୍ରାତପରମାନନ୍ଦ ଜଗନ୍ନାଥ

  101. Couplet 101

    ଶୁକ ବୋଲନ୍ତି ଶୁଣ ରାୟେଦୟା ବସିଲା କୃଷ୍ଣଦେହେ

  102. Couplet 102

    ଚାହିଁଲେ ରୁକ୍ମିଣୀ ଶରୀରଭୟେ କମ୍ପଇ ଥରହର

  103. Couplet 103

    ଶୋକେ ଶୁଖିଲା ଦେବୀ ଓଷ୍ଠବାକ୍ୟ ନ ସ୍ପୁରେ ରୁନ୍ଧି କଣ୍ଠ

  104. Couplet 104

    କାତରେ ହେମକଣ୍ଠୀମାଳପଡ଼ିଲା କୃଷ୍ଣପାଦତଳେ

  105. Couplet 105

    ରୁକ୍ମିଣୀ ଉଠି କରଯୋଡ଼ିପୁଣି କୃଷ୍ଣର ପାଦେ ପଡ଼ି

  106. Couplet 106

    ଅଶେଷ ବ୍ରହ୍ମାଣ୍ତ ଠାକୁରରଖିବା ଜୀବନ ଏହାର

  107. Couplet 107

    ଏମନ୍ତ ଦେଖି କନ୍ୟାଦୁଃଖକରୁଣା କଲେ ପଦ୍ମମୁଖ

  108. Couplet 108

    ଆକର୍ଷି ଧରି ତାର କରବସ୍ତ୍ରେ ବାନ୍ଧିଲେ ଦାମୋଦର

  109. Couplet 109

    ବିମାନ ଖମ୍ବେ ନେଇ ବାନ୍ଧିବେନିଚରଣ ତାର ଛନ୍ଦି

  110. Couplet 110

    ତୀକ୍ଷ୍ଣ ନାରାଚେ ହୃଷୀକେଶବିରୂପ କଲେ ତାର ବେଶ

  111. Couplet 111

    ସାତପ୍ରକାରେ କେଶ ଧରିକୋପେ କାଟିଲେ ଦେବହରି

  112. Couplet 112

    ସଙ୍ଗତେ ଯଦୁବଳ ଥିଲେରୁକ୍ମୀର ସୈନ୍ୟଙ୍କୁ ବେଢିଲେ

  113. Couplet 113

    ତକ୍ଷଣେ ସର୍ବ କଲେ ନାଶଅଳପ ରହେ ଅବଶେଷ

  114. Couplet 114

    ନଳିନୀବନେ ଗଜେ ପଶିକ୍ଷଣକେ ଯାନ୍ତି ଯେହ୍ନେ ଧ୍ୱଂସି

  115. Couplet 115

    ସୈନ୍ୟ ହୋଇଲେ ବଳ କ୍ଷୀଣରୁକ୍ମି ଯେ ପଡ଼ିଲା ବନ୍ଧନ

  116. Couplet 116

    ରଥ ନିକଟେ ରାମ ଯାଇବୋଲନ୍ତି କୃଷ୍ଣମୁଖ ଚାହିଁ

  117. Couplet 117

    ବନ୍ଧନ ଫେଡ଼ାଇ ବହନଚାହିଁଲେ ରୁକ୍ମୀର ବଦନ

  118. Couplet 118

    ବିରୂପ ଦେଖି ତାର ଦେହୀରାମ ବୋଲନ୍ତି କୃଷ୍ଣେ ଚାହିଁ

  119. Couplet 119

    ହେ କୃଷ୍ଣ କଲୁ ଦୁଷ୍ଟପଣଆପଣା ବନ୍ଧୁରେ କଷଣ

  120. Couplet 120

    ଅସାଧୁ କର୍ମ ଏ ତୋହରନିନ୍ଦା କରିବେ ତିନିପୁର

  121. Couplet 121

    ବିରୂପ କଲୁ କେଶ-ବେଶନାଶିଲୁ ସୁହୃଦ ବିଶ୍ୱାସ

  122. Couplet 122

    ନ ଜାଣି କଲୁ ଏଡେ଼ କାର୍ଯ୍ୟମରଣୁଁ ଅଧିକ ଏ ଲାଜ

  123. Couplet 123

    ଏମନ୍ତ କହି ବଳରାମଚାହିଁଲେ ରୁକ୍ମିଣୀ ବଦନ

  124. Couplet 124

    ବୋଲନ୍ତି ରେବତୀରମଣକୋମଳ ମଧୁର ବଚନ

  125. Couplet 125

    ଜ୍ୟେଷ୍ଠଭ୍ରାତର ରୂପ ଦେଖିକିମ୍ପାଇ ମନେ ହୁଅ ଦୁଃଖୀ

  126. Couplet 126

    ଆତ୍ମାକୁ ନିନ୍ଦିତ ନ କରଦଇବ ବଳ ବଳୀୟାର

  127. Couplet 127

    କର୍ମ ସେ ସୁଖ ଦୁଃଖ ଦେଇପୁରୁଷ ଅବଶ୍ୟ ଭୁଞ୍ଜଇ

  128. Couplet 128

    କୃଷ୍ଣଙ୍କୁ ଚାହିଁ ହଳଧରକହନ୍ତି ସଂସାର ବେଭାର

  129. Couplet 129

    ମରଣତୁଲ୍ୟ ଦୋଷ ଯେବେବନ୍ଧୁ କରଇ ମୂଢଭାବେ

  130. Couplet 130

    ତାହାକୁ ନ କରିବ ନାଶଆପଣା ଦୋଷେ ତା ଅଯଶ

  131. Couplet 131

    ତାହାର ଲାଜେ ସେ ମରଇପୁଣି କହନ୍ତି କନ୍ୟା ଚାହିଁ

  132. Couplet 132

    କ୍ଷତ୍ରିୟ ଧର୍ମର ଏ ଗତିଯାହା ସଂଚିଲା ପ୍ରଜାପତି

  133. Couplet 133

    ଅତି ଦାରୁଣ ତମଘୋରେଭାଇକି ଭାଇ ବଳେ ମାରେ

  134. Couplet 134

    ପୁଣି ଗୋବିନ୍ଦ ମୁଖ ଚାହିଁକହନ୍ତି ସ୍ୱଧର୍ମ ଦେଖାଇ

  135. Couplet 135

    ରାଜ୍ୟଧରଣୀ ବିତ୍ତ ଆଶେମାନ ସମ୍ପଦ ତେଜେ ବଶେ

  136. Couplet 136

    ଆପଣା ଅର୍ଥେ ମତ୍ତ ହୋଇପ୍ରାଣୀ ପୀଡ଼ନ୍ତି ଗର୍ବ ବହି

  137. Couplet 137

    ତୋର ବିଷମବୁଦ୍ଧି ଚିତ୍ତେମୁହିଁ ଦେଖିଲି ସର୍ବମତେ

  138. Couplet 138

    ରୁକ୍ମିଣୀମୁଖ ଚାହିଁ ପୁଣିବୋଲନ୍ତି ପ୍ରଭୁ ହଳପାଣି

  139. Couplet 139

    ଶତ୍ରୁର ଅମଙ୍ଗଳ ଦେଖିଆପଣା ଚିତ୍ତେ ହେଉ ସୁଖୀ

  140. Couplet 140

    ସୁହୃଦ ସ୍ନେହେ ମୂର୍ଖ ପଣୁଭଲକୁ ମନ୍ଦ ପ୍ରାୟ ମଣୁ

  141. Couplet 141

    ତାର ଉଚିତ ଦଣ୍ତ ଦେଖିଆପଣା ମନେ ହେଉ ଦୁଃଖୀ

  142. Couplet 142

    ଦଇବ ମାୟାବଳେ ଜନଆତ୍ମାରେ କଳ୍ପଇ ଅଜ୍ଞାନ

  143. Couplet 143

    ଆତ୍ମାରେ ଭେଦ ସେ କରନ୍ତିଉଦାସୀ ଶତ୍ରୁ ମିତ୍ର ହୋନ୍ତି

  144. Couplet 144

    ସକଳ ଦେହେ ଆତ୍ମା ଏକଅଜ୍ଞାନୀଜନଙ୍କୁ ଅନେକ

  145. Couplet 145

    ଯେହ୍ନେ ଗଗନ ଆର ଜ୍ୟୋତିଅନେକ ମତେ ଦୃଶ୍ୟ ହୋନ୍ତି

  146. Couplet 146

    ଜନ୍ମ ମରଣ ପଥେ ଦେହୀଦ୍ରବ୍ୟ ଇନ୍ଦ୍ରିୟ ଗୁଣ ବହି

  147. Couplet 147

    ଆତ୍ମା ଯେ ମୋହଜଡ଼ ହୋଇଜନ୍ମମରଣେ ଭ୍ରମୁ ଥାଇ

  148. Couplet 148

    ଆତ୍ମା ନିର୍ଗୁଣ ନିରଞ୍ଜନସଂଯୋଗ ବିଯୋଗୁଁ ଏ ଭିନ୍ନ

  149. Couplet 149

    ଆଦି କାରଣ ଆତ୍ମା ଯେଣୁଦୃଷ୍ଟି ରୂପକୁ ଯେହ୍ନେ ଭାନୁ

  150. Couplet 150

    ଜନ୍ମ ବିକାର ଷଡ଼ଗୁଣଏ ଆଦି ପିଣ୍ତର କାରଣ

  151. Couplet 151

    ଆତ୍ମାର ବିକାର ନୁହନ୍ତିକଳାରେ ଚନ୍ଦ୍ର ଯେହ୍ନେ ଥାନ୍ତି

  152. Couplet 152

    ଅମାନିଶାରେ କଳାହୀନବିଚାରେ ଶଶାଙ୍କ ନିର୍ଗୁଣ

  153. Couplet 153

    ଶୟନେ ପୁରୁଷ ଯେସନଦେଖନ୍ତି ବିଷୟ ସ୍ୱପନ

  154. Couplet 154

    ବାସନାବଳେ ଅନୁଭବକରି ଲଭନ୍ତି ଯେହ୍ନେ ଭୋଗ

  155. Couplet 155

    ଏଣୁ ଅଜ୍ଞାନୁ ଶୋକ ଜାତଆତ୍ମା ସେ ଶୋକ ମୋହଗ୍ରସ୍ତ

  156. Couplet 156

    ଏ ମାୟା ତତ୍ତ୍ୱଜ୍ଞାନେ ହରିନିର୍ମଳଜ୍ଞାନ ଚିତ୍ତେ ଧରି

  157. Couplet 157

    ସଂସାର ଭ୍ରମପ୍ରାୟ ଦେଖିଶୋକ ସଂହର ଚନ୍ଦ୍ରମୁଖି

  158. Couplet 158

    ଏମନ୍ତେ ଶ୍ରୀରାମର ବାଣୀଆଦରେ ଶୁଣିଲା ରୁକ୍ମିଣୀ

  159. Couplet 159

    ବିମନ ଛାଡ଼ି ଜ୍ଞାନ ପାଇଶୋକ ଛାଡ଼ିଲା ରାମେ ଚାହିଁ

  160. Couplet 160

    କହନ୍ତି ଶୁକମୁନି ତୋଷେରୁକ୍ମୀ ଯେ ଥିଲା ନନ୍ଦିଘୋଷେ

  161. Couplet 161

    କେବଳ ଅବଶେଷ ପ୍ରାଣରଥୁଁ ଓହ୍ଲାଇଲା ରୁକ୍ମଣ

  162. Couplet 162

    ବିଶେଷେ ହତବଳ ସର୍ବହରି ଗଞ୍ଜିଲେ ତାର ଗର୍ବ

  163. Couplet 163

    ସଙ୍କଳ୍ପ-ଭଙ୍ଗେ ପଳାଇଲାକୁଣ୍ତୀନଗରେ ନ ପଶିଲା

  164. Couplet 164

    ହରିଙ୍କି ମାରିଯିବା ବେଳେପ୍ରତିଜ୍ଞା କରିଥିଲା ବଳେ

  165. Couplet 165

    ଆଜ ଗୋବିନ୍ଦମୁଣ୍ତ ହାଣିଆଣି ନ ପାରିଲେ ରୁକ୍ମିଣୀ

  166. Couplet 166

    କୁଣ୍ତୀନଗରେ ନ ପଶିବିଜୀବନ୍ତେ ଯେତେକାଳ ଥିବି

  167. Couplet 167

    ଏମନ୍ତେ ପଶି ଘୋରବନେବୃକ୍ଷ କଟାଇ କୋପମନେ

  168. Couplet 168

    ବସାଇଲା ସେ ବହୁଗ୍ରାମନଗର ଭୋଜକଟ ନାମ

  169. Couplet 169

    ତହିଁ ରହିଲା ବାସକରିକୃଷ୍ଣ ବଇର ମନେ ଧରି

  170. Couplet 170

    ରୁକ୍ମିଣୀ ଘେନି ଭଗବାନପ୍ରବେଶ ଦ୍ୱାରକାଭୁବନ

  171. Couplet 171

    ସମରେ ଜିଣି ସର୍ବରାଜାଯାଦବେ କଲେ ପାଦପୂଜା

  172. Couplet 172

    ସ୍ତୁତି କରନ୍ତି ସୁରନରଆନନ୍ଦ ଦ୍ୱାରାବତୀପୁର

  173. Couplet 173

    ଗୋବିନ୍ଦ ବିଭାର ଉତ୍ସବେପୁରମଣ୍ତିଲେ ନାନାଭାବେ

  174. Couplet 174

    ଉତ୍ସବ କଲେ ସର୍ବପୁରେବାଦ୍ୟ ବଜାଇ ପଞ୍ଚସ୍ୱରେ

  175. Couplet 175

    ଦ୍ୱାରକାପୁର ନରନାରୀବିବିଧ ଅଳଙ୍କାର ଭରି

  176. Couplet 176

    କୃଷ୍ଣ ବିବାହେ ଉନମତ୍ତକାମିନୀ କଲେ ନୃତ୍ୟଗୀତ

  177. Couplet 177

    ମଙ୍ଗଳ ଦ୍ୱାରକାନଗରକି ଅବା ଦେବା ପଟାନ୍ତର

  178. Couplet 178

    ଧ୍ୱଜ ତୋରଣ ରତ୍ନମାଳପୂର୍ଣ୍ଣକଳସ ସୁମଙ୍ଗଳ

  179. Couplet 179

    ଅଗୁରୁ ଧୂପ ଦୀପାବଳୀପଥେ ସିଂଚନ୍ତି ଗନ୍ଧ ଗୋଳି

  180. Couplet 180

    ମାର୍ଜନା କରି ଦାଣ୍ତ କକ୍ଷଦ୍ୱାରେ ରୋପିଲେ ରମ୍ଭାବୃକ୍ଷ

  181. Couplet 181

    ବନ୍ଧୁବେଭାରେ ରାଜାଗଣେଆସି ମିଳିଲେ ଜଣେ ଜଣେ

  182. Couplet 182

    କୁରୁ ସୃଞ୍ଜୟ ଆଦି ରାଜବିଦର୍ଭ ଯଦୁ କୁନ୍ତି ଭୋଜ

  183. Couplet 183

    ଆରୋହି ଘୋଟକ-ବାରଣେପ୍ରବେଶ ଦ୍ୱାରକାଭୁବନେ

  184. Couplet 184

    ହସ୍ତୀଙ୍କ ମଦଜଳେ ମହୀବରଷାକାଳ ପ୍ରାୟ ହୋଇ

  185. Couplet 185

    ଏକ ଆରେକ ମତ୍ତ ହୋଇଆନନ୍ଦ କେ ପାରିବ କହି

  186. Couplet 186

    ମଙ୍ଗଳ କର୍ମମାନ କଲେଗୁରୁଦେବତା ଆରାଧିଲେ

  187. Couplet 187

    ରୁକ୍ମିଣୀହରଣର ବାଣୀଭରତଖଣ୍ତ ରାଜା ଶୁଣି

  188. Couplet 188

    ରାଜକୁମାରୀ ଯେତେ ଛନ୍ତିଭଲେ ପାଇଲେ ମନେ ଭ୍ରାନ୍ତି

  189. Couplet 189

    ଦ୍ୱାରକାପୁରେ ଯେତେ ନରକେ କହୁ ତପ ତାହାଙ୍କର

  190. Couplet 190

    ଆନନ୍ଦ କଲେ ପୁରେ ପୁରେନୟନେ ଦେଖି କନ୍ୟାବରେ

  191. Couplet 191

    ଲକ୍ଷ୍ମୀମାଧବ ବିଭାକାଳେବାନ୍ଧବେ ଯଉତୁକ ଦେଲେ

  192. Couplet 192

    ସେ ବରକନ୍ୟା ପାଦଗତନମଇଁ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 58 | Parbani by ParibhaAsha App