Skip to content
paribhaasha

Skandha 10

Adhyaya 57

  1. Couplet 1

    ଭୀଷ୍ମକ-ନନ୍ଦିନୀର ବାଣୀଗୋବିନ୍ଦ ବିପ୍ରମୁଖୁଁ ଶୁଣି

  2. Couplet 2

    ବ୍ରାହ୍ମଣ ହସ୍ତ କରେ ଧରିହସି ବୋଲନ୍ତି ନରହରି

  3. Couplet 3

    ମୋହର ତହିଁ ଚିତ୍ତେ ଦେଇରୁକ୍ମିଣୀ ନିଦ୍ରା ନ ଲଭଇ

  4. Couplet 4

    ମୋହର ମନ ସେହିମତରାତ୍ର ନୁହଇ ନିଦ୍ରାଗତ

  5. Couplet 5

    ଜାଣଇଁ ତାର ଜ୍ୟେଷ୍ଠ ଭାଇମୋର ବିଭାରେ ରୋଷ ହୋଇ

  6. Couplet 6

    ଅନେକ ନିନ୍ଦା ମୋତେ କଲାଶିଶୁପାଳକୁ ସେ ବରିଲା

  7. Couplet 7

    ମୁହିଁ ଆଣିବି ତାକୁ ହରିସଂଗ୍ରାମେ ରିପୁବଳ ମାରି

  8. Couplet 8

    ସେ କନ୍ୟା ଅନନ୍ଦିତା ଦେହୀଅନଳ ଶିଖା ପ୍ରାୟ ହୋଇ

  9. Couplet 9

    ମୋହର ପାଦେ ଧ୍ୟାନ କରିହୃଦରେ ମୋତେ ଅଛି ବରି

  10. Couplet 10

    ଏମନ୍ତେ ମଦନଗୋପାଳଜାଣିଣ ବିଭାଲଗ୍ନ ବେଳ

  11. Couplet 11

    ଦାରୁକେ ରାଇ ଦାମୋଦରବୋଇଲେ ରଥ ସଜ କର

  12. Couplet 12

    ଶୁଣି ଦାରୁକ ଯାଇ ବେଗେରଥ ସାଜିଲା ଅତି ବ୍ୟଗ୍ରେ

  13. Couplet 13

    ଶୈବ୍ୟ ସୁଗ୍ରୀବ ମେଘପୁଷ୍ପଯୋଚିଲା ବଳାହକ ଅଶ୍ୱ

  14. Couplet 14

    ଗୋବିନ୍ଦ ନିକଟେ ମିଳିଲାକରଅଞ୍ଜଳି ଶିରେ ଦେଲା

  15. Couplet 15

    ଆନନ୍ଦେ ବିପ୍ର କର ଧରିରଥେ ବସିଲେ ନରହରି

  16. Couplet 16

    ଦାରୁକ ରଥ ବାହେ ବଳେଶୂନ୍ୟେ ଗମିଲେ ରାତ୍ରକାଳେ

  17. Couplet 17

    କୁଣ୍ତୀ ନଗରେ ଏକାରାତ୍ରେମିଳିଲେ ଅଳପ ପ୍ରଭାତେ

  18. Couplet 18

    ଭୀଷ୍ମକ ପୁତ୍ରରବଶ ହୋଇଶିଶୁପାଳକୁ ବିଭାପାଇଁ

  19. Couplet 19

    ମଙ୍ଗଳକାର୍ଯ୍ୟେ ଦେଇ ଚିତ୍ତପୁରମଣ୍ତିଲା ନରନାଥ

  20. Couplet 20

    ଚନ୍ଦନଛେରା ରାଜପଥେମାର୍ଜନା କରି ନାନାମତେ

  21. Couplet 21

    ଚିତ୍ର ପତାକା ଧ୍ୱଜ ଦେଇପଲ୍ଲବ ତୋରଣ ଲମ୍ବାଇ

  22. Couplet 22

    ବିବିଧ ଅଳଙ୍କାର ଭରିରାଜ୍ୟରେ ଯେତେ ନରନାରୀ

  23. Couplet 23

    ଗନ୍ଧଚନ୍ଦନ ପୁଷ୍ପସାରବିବିଧ ନାନା ଉପହାର

  24. Couplet 24

    ନାରୀ ପୁରୁଷେ ସଜ ହୋଇଗୃହେ ଅଗୁରୁ ଧୂପ ଦେଇ

  25. Couplet 25

    ମଙ୍ଗଳ ଶ୍ରାଦ୍ଧେ ବିପ୍ରଜନରାଜା କରାଇଲେ ଭୋଜନ

  26. Couplet 26

    ପିତୃଦେବତା ପୂଜା ସାରିବ୍ରାହ୍ମଣେ ଶାନ୍ତିବାକ୍ୟ କରି

  27. Couplet 27

    ମଙ୍ଗଳଘୋଷ ନାନାବାଦ୍ୟବିପ୍ରେ ପଢନ୍ତି ଶୁଭବେଦ

  28. Couplet 28

    ଯୁବତୀଗଣେ ଗୀତରସଦ୍ୱିଜେ କରନ୍ତି ଅଧିବାସ

  29. Couplet 29

    ମଙ୍ଗଳଗୀତେ ବଧୂଜନକନ୍ୟାକୁ କରାଇଲେ ସ୍ନାନ

  30. Couplet 30

    କୁଙ୍କୁମ ଲେପି କଳେବରମଙ୍ଗଳସୂତ୍ର ବାନ୍ଧି କରେ

  31. Couplet 31

    ଉତ୍ତମ ଅଳଙ୍କାର ଦେଇମଙ୍ଗଳନାଦେ ଗୀତ ଗାଇ

  32. Couplet 32

    ବ୍ରାହ୍ମଣେ ବେଦମନ୍ତ୍ରେ ଦୀକ୍ଷାକନ୍ୟାକୁ କରାଇଲେ ରକ୍ଷା

  33. Couplet 33

    ଗୋଚରେ ଗ୍ରହଶାନ୍ତି ଅର୍ଥେଅଥର୍ବବେଦୀ ପୁରୋହିତେ

  34. Couplet 34

    ହୋମ କରାଇ ଗ୍ରହ ଶାନ୍ତିଆନନ୍ଦମନେ ମହୀପତି

  35. Couplet 35

    ହେମ ରଜତ ବସ୍ତ୍ର ତିଳଗୁଡେ଼ ମିଶାଇଣ ପ୍ରବାଳ

  36. Couplet 36

    ସୁବର୍ଣ୍ଣଶୃଙ୍ଗ ଧେନୁ ଦେଇବିପ୍ରଙ୍କୁ ସନ୍ତୋଷ କରାଇ

  37. Couplet 37

    ବେଦ ଆଗମ ପଥଭେଦିରାଜା ଜଣାଇ ସର୍ବବିଧି

  38. Couplet 38

    ଏମନ୍ତେ ରାଜା ଦମଘୋଷଉତ୍ସବ କଲା ନିଜ ଦେଶ

  39. Couplet 39

    ପୁତ୍ରର ଶୁଭଅର୍ଥେ ରାଜାପିତୃଦେବତା କଲା ପୂଜା

  40. Couplet 40

    ମଙ୍ଗଳସୂତ୍ର ବାନ୍ଧି ହସ୍ତେବସିଲା ଶିଶୁପାଳ ରଥେ

  41. Couplet 41

    ମତ୍ତକୁଞ୍ଜର ଅଶ୍ୱରଥୀପଦାତିତୁଲେ ନରପତି

  42. Couplet 42

    ଘେନାଇ ଚତୁରଙ୍ଗ ବଳବାଜଇ ବାଦ୍ୟ ସୁମଙ୍ଗଳ

  43. Couplet 43

    କୁଣ୍ତୀନଗରେ ବେଗେ ଗଲାହରଷେ ଦମଘୋଷ ବଳା

  44. Couplet 44

    ଭୀଷ୍ମକ ଆସି କିଛି ଦୂରପ୍ରବେଶ କରାଇଲା ପୁର

  45. Couplet 45

    ଉତ୍ତମ ଗୃହେ ବାସ ଦେଇପୂଜିଲା ଆସନେ ବସାଇ

  46. Couplet 46

    ଶିଶୁପାଳର ପକ୍ଷ ହୋଇରାଜାଏ ମିଳିଛନ୍ତି ଯାଇ

  47. Couplet 47

    ଶାଲ୍ୱ ମଗଧ ନରନାଥବିକଟ ଦନ୍ତ ବିଦୂରତ

  48. Couplet 48

    ପୌଣ୍ତ୍ରକ ଆଦି ଯେତେ ଥିଲେସହସ୍ର ସଂଖ୍ୟାରେ ମିଳିଲେ

  49. Couplet 49

    ସ୍ୱଭାବେ କୃଷ୍ଣର ବଇରିଶିଶୁପାଳର ହିତକାରୀ

  50. Couplet 50

    ବୋଲନ୍ତି ରାମକୃଷ୍ଣ ଆସିଗୁପତେ ସଭାମଧେ ବସି

  51. Couplet 51

    ନପୁଣ କନ୍ୟା ହରି ନ୍ୟନ୍ତିଏମନ୍ତ ଭାଳି କଲେ ଭ୍ରାନ୍ତି

  52. Couplet 52

    ମିଳିଲେ ଦଣ୍ତ ସଜକରିଯୁଦ୍ଧେ ମାରିବା ରାମହରି

  53. Couplet 53

    ଶିଶୁପାଳକୁ କନ୍ୟାଦେଇଧରଣୀ ମଧ୍ୟେ ଯଶ ଥାଇ

  54. Couplet 54

    ଏମନ୍ତ ଭାଳି ଦୃଢ କଲେବିଦର୍ଭ ଦେଶରେ ମିଳିଲେ

  55. Couplet 55

    ଯେ ଯାହା ଅଙ୍ଗ ବଳ ଘେନିଶବଦେ କମ୍ପାଇ ମେଦିନୀ

  56. Couplet 56

    ଏକଥା ଶୁଣି ବଳରାମବିପକ୍ଷ ନଡପତି ଆଗମ

  57. Couplet 57

    କୃଷ୍ଣ ଯେ ଗଲେ ଏକା ରଥେନପୁଣ ଗୋଳ ହୋଏ ରଥେ

  58. Couplet 58

    ଏମନ୍ତ ମନେ ଶଙ୍କା କରିସଜ ହୋଇଲେ ହଳଧାରୀ

  59. Couplet 59

    ଅନେକ ବଳ ଘେନି ପାଶେଧାଇଁଲେ ଭ୍ରାତୃସ୍ନେହ ବଶେ

  60. Couplet 60

    ଏମନ୍ତ ଶୁଣ ନୃପମଣୀଭବନେ ଭୀଷ୍ମକ ନନ୍ଦୀନୀ

  61. Couplet 61

    କୃଷ୍ଣ ଆଗମେ ଆଶା କରିଜୀବନେ ନ ପାରଇ ଧରି

  62. Couplet 62

    ନ ଦେଖି ବିପ୍ର ଆଗମନକାତରେ କମ୍ପଇ ଜୀବନ

  63. Couplet 63

    କାନ୍ଦଇ ଦଇବ ସୁମରିଧରଣୀ ଗତେ ଶିର ତାଡି

  64. Couplet 64

    ରାତ୍ର ପାଇଲେ ବିଭା ମୋରକିମ୍ପା ନଇଲେ ଦାମୋଦର

  65. Couplet 65

    ବ୍ରାହ୍ମଣ ନଇଲା ମୋହରକେମନ୍ତେ ଧରିବି ଶରୀର

  66. Couplet 66

    ସେ ହରି କୃପା-ପୟୋନିଧିମୁଁ ଅବା ପାପୀ ଅପରାଧୀ

  67. Couplet 67

    ନିନ୍ଦିତକର୍ମ ଦେଖି ମୋରକୋପ କି କଲେ ଚକ୍ରଧର

  68. Couplet 68

    ବିବାହ ଅର୍ଥେ ମୋ ନଇଲେଦଇବ ମୋତେ ମାୟା କଲେ

  69. Couplet 69

    ଈଶ୍ୱରସେବା ମୋର ନାହିଁକୃଷ୍ଣ ଦେଖିବି ଅବା କାହିଁ

  70. Couplet 70

    ମୋରେ ବା ବିମୁଖ ଭବାନୀଅନେକ ଅପରାଧ ଘେନି

  71. Couplet 71

    ଏମନ୍ତେ କୃଷ୍ଣ ଆଗମନେନିଶ୍ଚଳ-ଧ୍ୟାନ କଲା ମନେ

  72. Couplet 72

    ଅଶ୍ରୁପୂରିତ ବେନିଡୋଳେନିରାଶେ ରହିଲା ନିଶ୍ଚଳେ

  73. Couplet 73

    କୃଷ୍ଣ ଆଗମେ ମନ ଦେଲାଏମନ୍ତେ ଶୁଭ ପ୍ରକାଶିଲା

  74. Couplet 74

    ସ୍ପୁରଇ ବାମନେତ୍ର ତାରଜାନୁ କମ୍ପଇ ଥରହର

  75. Couplet 75

    କୃଷ୍ଣ ଯେ ଯାଉଥିଲେ ପଥେବ୍ରାହ୍ମଣ ଘେନି ନିଜ ରଥେ

  76. Couplet 76

    ବୋଇଲେ ବିପ୍ରମୁଖ ଚାହିଁକହ ରୁକ୍ମିଣୀ ଆଗେ ଯାଇ

  77. Couplet 77

    ଅଇଲୁ ବୋଲି ବେଗେ କହନୋହିଲେ ଛାଡ଼ିବଟି ଦେହ

  78. Couplet 78

    ଗୋବିନ୍ଦବାଣୀ ଶୁଣି କର୍ଣ୍ଣେବ୍ରାହ୍ମଣ ଗଲା ତୋଷମନେ

  79. Couplet 79

    ରାଜାର ଭୁବନେ ପଶିଲାରୁକ୍ମିଣୀ ନିକଟେ ମିଳିଲା

  80. Couplet 80

    ନୟନେ ଦେଖି ବିପ୍ରବରଚଞ୍ଚଳଚିତ୍ତ କଲା ସ୍ଥିର

  81. Couplet 81

    ବ୍ରାହ୍ମଣ ହରଷବଦନଦେଖିରୁକ୍ମିଣୀ ତୋଷମନ

  82. Couplet 82

    ଶୁଭଲକ୍ଷଣ ଦେଖି ତାରଚରଣେ କଲା ନମସ୍କାର

  83. Couplet 83

    ବେନିଚରଣେ କର ଦେଇପୁଚ୍ଛଇ ବିପ୍ରମୁଖ ଚାହିଁ

  84. Couplet 84

    ବ୍ରାହ୍ମଣ କହେ ଶୁଭବାଣୀବିଜୟ କଲେ ଚକ୍ରପାଣି

  85. Couplet 85

    ସତ୍ୟବଚନ ମୋତେ କହିକୃଷ୍ଣ ଅଇଲେ ତୋର ପାଇଁ

  86. Couplet 86

    ଲିଭିବୁ ତ୍ରୈଲୋକ୍ୟଠାକୁରଧନ୍ୟ ଗୋ ଜନନୀ ତୋହର

  87. Couplet 87

    କୃଷ୍ଣ ଆଗମ କଥା ଶୁଣିଆନନ୍ଦସାଗରେେ ରୁକ୍ମିଣୀ

  88. Couplet 88

    ବୁଡି ହୋଇଲା ଛନଛନନିକଟେ ନ ଦେଖଇ ଜନ

  89. Couplet 89

    ଅନ୍ୟ ପ୍ରିୟକୁ ନ ଗଣଇବ୍ରାହ୍ମଣ ଚରଣେ ପୂଜଇ

  90. Couplet 90

    ଏମନ୍ତେ ଶୁଣ ନରନାଥେକୃଷ୍ଣ ରହିଲେ ଏକା ରଥେ

  91. Couplet 91

    ଦୂତେ ଯେ ଜଗିଥିଲେ ପଥେକୃଷ୍ଣଙ୍କୁ ଦେଖିଲେ ସେ ରଥେ

  92. Couplet 92

    ରାମର ସଙ୍ଗେ ଯଦୁବଳଶୁଣିଲେ ମୁଖରାବର ରୋଳ

  93. Couplet 93

    ବେଗେ ଭୀଷ୍ମକ ଆଗେ ଯାଇକହିଲେ ଶିରେ କର ଦେଇ

  94. Couplet 94

    ଶୁଣ ଭୀଷ୍ମକ ମହୀପାଳଶୁଣିଲୁ ମୁଖରାବ ରୋଳ

  95. Couplet 95

    ରାମଗୋବିନ୍ଦ ସୈନ୍ୟ ଘେନିନଗ୍ରେ ପଶିଲେ ଏହିକ୍ଷଣି

  96. Couplet 96

    ଅନେକ ବଳ ତାଙ୍କ ସଙ୍ଗେବିବାହ ଦେଖିବାର ରଙ୍ଗେ

  97. Couplet 97

    ଆଗେ ଅଇଲେ ବେନିଭାଇକହିଲୁ ଆମ୍ଭ ଦୋଷ ନାହିଁ

  98. Couplet 98

    ଶୁଣି ସଂଭ୍ରମେ ନୃପବରଘେନାଇ ନାନା ଉପହାର

  99. Couplet 99

    ସୁବର୍ଣ୍ଣ ପାତ୍ରେ ମଧୁରସନୀଳଦୁକୂଳ ପୀତବାସ

  100. Couplet 100

    ବିବିଧ ଉପହାର ଘେନିଭାବେ ପୂଜିଲା ଭାଇ ବେନି

  101. Couplet 101

    ଉତ୍ତମପୁରେ ଦେଲା ସ୍ଥାନପୂଜିଲା ଯଥା ବିଧିବିଧାନ

  102. Couplet 102

    ରାଜାଏ ଆସିଛନ୍ତି ଯେତେପୂଜିଲା ଯଥାବିଧି ମତେ

  103. Couplet 103

    କୃଷ୍ଣଆଗମ କଥା ଶୁଣିବିଦର୍ଭପୁରେ ଯେତେ ପ୍ରାଣୀ

  104. Couplet 104

    ସକଳେ ନିଜପୁର ଛାଡ଼ିଧାଇଁଲେ ରାଜପଥ ମାଡ଼ି

  105. Couplet 105

    କୃଷ୍ଣଙ୍କୁ ଦେଖି ବେନିନେତ୍ରେଅଞ୍ଜଳି କରି ନେତ୍ର-ପାତ୍ରେ

  106. Couplet 106

    ଗୋବିନ୍ଦ-ମୁଖ-ପଦ୍ମ-ରସପିବନ୍ତେ ନୋହେ ମନତୋଷ

  107. Couplet 107

    ଆନନ୍ଦେ ବୋଲନ୍ତି ଯୁବତୀରୁକ୍ମିଣୀ ସଦୃଶ ଏ ପତି

  108. Couplet 108

    କନ୍ୟା ସଦୃଶ ଏହୁ ବରତୁଳନା ନାହିଁ ତିନିପୁର

  109. Couplet 109

    ଆମ୍ଭର ପୁଣ୍ୟବଳ ଯେତେତେଣୁ ଈଶ୍ୱର ତୋଷଚିତ୍ତେ

  110. Couplet 110

    ପ୍ରସନ୍ନ ହୋନ୍ତୁ ଶୂଳଧରରୁକ୍ମିଣୀ ଲଭୁ ଏହୁ ବର

  111. Couplet 111

    ଏମନ୍ତ ବୋଲୁ ବୋଲୁ ଜନଶୁଭିଲା ନାନାବାଦ୍ୟ ସ୍ୱନ

  112. Couplet 112

    ରୁକ୍ମିଣୀ ଘେନି ବିପ୍ରନାରୀସଙ୍ଗେ ଅଛନ୍ତି ପରିବାରୀ

  113. Couplet 113

    ଆବୋରି ଚତୁରଙ୍ଗ ବଳଶୂନ୍ୟେ ଦେଖନ୍ତି ଦିଗପାଳ

  114. Couplet 114

    ବୀରେ ଆବୋରି ଚଉପାଶେଗମନ୍ତି ରିପୁବଳ ତ୍ରାସେ

  115. Couplet 115

    ବେନିଚରଣେ ଚାଲେ ପଥେଅମ୍ବିକା ପୂଜିବା ନିମନ୍ତେ

  116. Couplet 116

    କୃଷ୍ଣଚରଣେ ମନ ଦେଇଚାଲଇ ଚଉଦିଗ ଚାହିଁ

  117. Couplet 117

    ମାତାଙ୍କ ସଙ୍ଗେ ଚାଲେ ପଥେକଥା ନ କହି ମୌନବ୍ରତେ

  118. Couplet 118

    ରାଜପୁରୁଷେ ଆଗସରିଚାଲନ୍ତି ନାନା ଶସ୍ତ୍ର ଧରି

  119. Couplet 119

    ମୃଦଙ୍ଗ ଶଙ୍ଖ ତୁରୀ ଭେରୀଶୁଭଇ ଦଶଦିଗ ପୂରି

  120. Couplet 120

    ଶତ ସହସ୍ର ପରିବାରୀକରେ ଚାମର ଛନ୍ତି ଧରି

  121. Couplet 121

    ଆଗେ ଖଟନ୍ତି ବେଶ୍ୟାନାରୀଚଳନ୍ତି ରଙ୍ଗେ ନୃତ୍ୟକରି

  122. Couplet 122

    ବ୍ରାହ୍ମଣନାରୀ କନ୍ୟା ସଙ୍ଗେପୁଷ୍ପଚନ୍ଦନ ରତ୍ନ ଅଙ୍ଗେ

  123. Couplet 123

    ସୂତ ମାଗଧ ସ୍ତୁତି ରଙ୍ଗେନାନା ସୁବାଦ୍ୟ ଗୀତ ସଙ୍ଗେ

  124. Couplet 124

    କନ୍ୟା ଆବୋରି ଯୂଥ ଯୂଥସୁନ୍ଦର ଦିଶେ ରାଜପଥ

  125. Couplet 125

    ଦେବୀଭୁବନେ ଯାଇ ମିଳିକାମିନୀ ଦ୍ୟନ୍ତି ହୁଳହୁଳି

  126. Couplet 126

    କର ଚରଣ ମୁଖ ଧୋଇରୁକ୍ମିଣୀ ହସ୍ତେ ପୁଷ୍ପ ଦେଇ

  127. Couplet 127

    ଦେବୀ ଅଗ୍ରତେ ନେଇ କରିପାଶେ ବସିଲେ ବିପ୍ରନାରୀ

  128. Couplet 128

    ବୟସେ ଅଧିକ ଖଟନ୍ତିସକଳ ବିଧି ସେ ଜାଣନ୍ତି

  129. Couplet 129

    କନ୍ୟାର ସ୍ୱାମୀ ହିତ ଅର୍ଥେପୂଜା କରାଇ ନାନାମତେ

  130. Couplet 130

    ବୋଇଲେ ନମସ୍କାର କରଯେମନ୍ତ ବାଞ୍ଛା ମନେ ତୋର

  131. Couplet 131

    ଆପଣା ସ୍ୱାମୀସୁଖ ଅର୍ଥେବର ତୁ ମାଗ ଶୁଦ୍ଧଚିତ୍ତେ

  132. Couplet 132

    ଶୁଣି ରୁକ୍ମିଣୀ କରଯୋଡ଼ିକହେ ଅମ୍ବିକା ପାଦେ ପଡ଼ି

  133. Couplet 133

    ନମଇ ଅମ୍ବିକାର ପାଦେସକଳ-ସୁଖ-ବରପ୍ରଦେ

  134. Couplet 134

    ପୁତ୍ର ଦୁହିତା ସୁଖ ଘେନିଈଶ୍ୱରି ହୁଅ ବରଦାନୀ

  135. Couplet 135

    ଭୋ ମାତ ତୋହର ପ୍ରସାଦେବର ମାଇଇ ଅପ୍ରମାଦେ

  136. Couplet 136

    କୃଷ୍ଣ ମୋହର ବର ହେଉତା ପାଦ ସେବି ଦିନ ଯାଉ

  137. Couplet 137

    ପବିତ୍ରଜଳ ଗନ୍ଧାକ୍ଷତବସ୍ତ୍ରଭୂଷଣ ନାନାମତ

  138. Couplet 138

    ଅନେକ ଉପହାର ଦେଇଧୂପ ପ୍ରଦୀପ ତଳେ ଥୋଇ

  139. Couplet 139

    ବ୍ରାହ୍ମଣନାରୀ ସୁଲକ୍ଷଣୀଦେବୀପ୍ରସାଦ ଦେଲେ ଆଣି

  140. Couplet 140

    ପ୍ରସାଦ ଘେନି କନ୍ୟା ହସ୍ତେନାରୀଙ୍କି ଦେଲା ନାନାମତେ

  141. Couplet 141

    ଶେଷେ ଘେନିଲା ନିଜ ଶିରେନମିଲା ନାରୀଙ୍କ ପୟରେ

  142. Couplet 142

    ମଉନବ୍ରତ କଲା ଦୂରମନ୍ଦିରୁ ହୋଇଲା ବାହାର

  143. Couplet 143

    ସଖୀଏ ବାମପାଶେ ଥିଲାତାହାର କନ୍ଧେ ହସ୍ତ ଦେଲା

  144. Couplet 144

    ରତ୍ନମୁଦ୍ରିକା ବିରାଜଇଚଞ୍ଚଳେ ଚଉଦିଗେ ଚାହିଁ

  145. Couplet 145

    ଅଂଶେ କମଳା ଅବତାରରୂପେ କି ଦେବା ପଟାନ୍ତର

  146. Couplet 146

    କିଏ ସ୍ୱରୂପେ ଦେବମାୟାବୀରମୋହିନୀ ରୂପ ଏହା

  147. Couplet 147

    ଦଇବ ଭିଆଇଲା ବାମାଜଗମୋହିନୀ ଏ ସୁଷମା

  148. Couplet 148

    ନବଯୁବତୀ ମଧ୍ୟେ ବାମାଚିତ୍ର କି କଲା ବିଶ୍ୱକର୍ମା

  149. Couplet 149

    ରତ୍ନକୁଣ୍ତଳ କର୍ଣ୍ଣେ ଶୋହେତିନିଭୁବନ ମନମୋହେ

  150. Couplet 150

    କଟିମେଖଳା କଣ୍ଠମାଳନାନାରତନେ କି ଉଜ୍ଜ୍ୱଳ

  151. Couplet 151

    ହୃଦୟ ଫୁଟି ବେନି ସ୍ତନକୁନ୍ତଳେ ଶଙ୍କିତ ନୟନ

  152. Couplet 152

    ଅଳପହାସେ ମୁଖରଙ୍ଗଓଷ୍ଠ ପାଚିଲା ଫଳ ବିମ୍ବ

  153. Couplet 153

    କୁନ୍ଦକୁଳିକା ଦନ୍ତପନ୍ତିଯେହ୍ନେ ସିନ୍ଦୂରେ ଗଜମୋତି

  154. Couplet 154

    ରାଜହଂସର ପ୍ରାୟେ ଧୀରେଚାଲଇ ନୂପୁର ପୟରେ

  155. Couplet 155

    ବିବାହଯାତ୍ରା ଛଳେ ଆସିଅନେକ ରାଜା ଥିଲେ ବସି

  156. Couplet 156

    ଏମନ୍ତେ ରୁକ୍ମିଣୀ ବଦନଦେଖି ହାରିଲେ ନିଜ ଜ୍ଞାନ

  157. Couplet 157

    ରୁକ୍ମିଣୀ ରୂପ ଦେଖି ବୀରେଜ୍ଞାନ ହାରିଲେ କାମଜ୍ୱରେ

  158. Couplet 158

    ଗଜ ତୁରଙ୍ଗ ରଥେ ଥାଇରୁକ୍ମିଣୀ ରୂପକୁ ଅନାଇଁ

  159. Couplet 159

    ହସ୍ତୁ ପଡ଼ିଲା ଶସ୍ତ୍ର ଝଡ଼ିଅଜ୍ଞାନ ହୋଇ ତଳେ ପଡ଼ି

  160. Couplet 160

    ଏମନ୍ତେ ଦେବୀଯାତ୍ରା ଛଳେଚାଲଇ ଯୁବତୀଙ୍କ ମେଳେ

  161. Couplet 161

    ଆପଣା ଦେହର ଯେ କାନ୍ତିଦେଖାଇ ଲୋଡ଼ଇ ଶ୍ରୀପତି

  162. Couplet 162

    ଗଗନେ ଟେକିଣ ବଦନଚିନ୍ତଇ କମଳଲୋଚନ

  163. Couplet 163

    କେତେହେଁ ଦୂର ପୁଣି ଯାଇବିକଳେ ଦଶଦିଗେ ଚାହିଁ

  164. Couplet 164

    ନୟନେ ନିରେଖି ସଧିରେଶୂନ୍ୟେ ଦେଖିଲା ଚକ୍ରଧରେ

  165. Couplet 165

    ନୟେନେ ଅନଳକୁ ଚାହିଁପତଙ୍ଗ ଯେହ୍ନେ ପଡେ଼ ଧାଇଁ

  166. Couplet 166

    ଗଗନେ ଦେଖି କୃଷ୍ଣରଥବେଗେ ତୋଳିଲା ବେନିହସ୍ତ

  167. Couplet 167

    ରଥେ ଉଠିଲା ପ୍ରାୟ ମଣିକର ଧଇଲେ ଚକ୍ରପାଣି

  168. Couplet 168

    ନେଇଣ ବସାଇଲେ କୋଳେଶୂନ୍ୟେ ଦେଖନ୍ତି ଦିଗପାଳେ

  169. Couplet 169

    ମାଗଧ ଆଦି ରିପୁ ଯେତେସକଳ ଦୃଷ୍ଟି କୃଷ୍ଣରଥେ

  170. Couplet 170

    ଗରୁଡ଼ଧ୍ୱଜ ରଥେ ଆଣିକୋଳେ ବସାଇ କମଳିନୀ

  171. Couplet 171

    କ୍ଷତ୍ରିୟବଳ ତୁଚ୍ଛ କରିସାରଙ୍ଗଧନୁ କରେ ଧରି

  172. Couplet 172

    ବିଜୟ କଲେ ଦାମୋଦରସଙ୍ଗେ ସାତ୍ୟକି ହଳଧର

  173. Couplet 173

    ଯାଦବବଳ ଅପ୍ରମିତଗହଳେ ନ ଦିଶଇ ପଥ

  174. Couplet 174

    ଶୃଗାଳ ମଧ୍ୟୁ ମାଂସଭାଗବଳେ ହରଇ ଯେହ୍ନେ ସିଂହ

  175. Couplet 175

    ଦେଖି ଚକିତ ସର୍ବଜନଥିଲେ ଯେ ଅନେକ ରାଜନ

  176. Couplet 176

    ଏକ ଆରେକ ମୁଖ ଚାହିଁବଦନୁ ବାକ୍ୟ ନ ସ୍ପୁରଇ

  177. Couplet 177

    ଶୁଭଇ ନେଲା ନେଲା ବାଣୀଚହଳେ କମ୍ପଇ ଧରଣୀ

  178. Couplet 178

    ଘଡ଼ିକେ ଜାଣିଲେ ସକଳେକନ୍ୟା ହରିଲେ କୃଷ୍ଣ ବଳେ

  179. Couplet 179

    କୃଷ୍ଣର ରିପୁରାଜା ଯେତେବିବିଧ ଶସ୍ତ୍ର ଘେନି ହସ୍ତେ

  180. Couplet 180

    ଶିଶୁପାଳର ସଭାତଳେପ୍ରତିଜ୍ଞା କଲେ ସେହୁବଳେ

  181. Couplet 181

    ଆମ୍ଭେ ଆଣିବୁ ତୋର ନାରୀସଂଗ୍ରାମେ ରାମକୃଷ୍ଣ ମାରି

  182. Couplet 182

    ଏବେ ହୋଇଲା ଯଶ ନାଶସମ୍ଭ୍ରମେ ଛାଡ଼ନ୍ତି ନିଃଶ୍ୱାସ

  183. Couplet 183

    ବୋଲନ୍ତି ଅଧର କାମୋଡ଼ିଆପଣା ଶିରେ କର ତାଡ଼ି

  184. Couplet 184

    ଆମ୍ଭର ବଳ ଧିକ୍ ହେଉଗୃଧ୍ର ଶୃଗାଳ ମାଂସ ଖାଉ

  185. Couplet 185

    ଗୋପାଳେ ନେଲେ ବଳ କରିଆମ୍ଭର ମଧ୍ୟୁ କନ୍ୟା ହରି

  186. Couplet 186

    ଶୃଗାଳ ସିଂହଭାଗ ନେଲାଏମନ୍ତ ଶବଦ ଶୁଭିଲା

  187. Couplet 187

    ରୁକ୍ମିଣୀ ହରଣ ଏ ବାଣୀଶୁଣି ସଂସାରୁ ତର ପ୍ରାଣୀ

  188. Couplet 188

    ବୋଲଇ ଦାସ ଜଗନ୍ନାଥସଜ ହୋଇଲେ ନୃପଯୂଥ

Odia Bhagabata skandha 10 adhyaya 57 | Parbani by ParibhaAsha App