Skandha 10
Adhyaya 56
Couplet 1
ଶୁକ ବୋଲନ୍ତି ଶୁଣ ରାୟେଏମନ୍ତେ କୃଷ୍ଣ ଅନୁଗ୍ରହେ
Couplet 2
ହୃଦ-ଉତ୍ସାହେ ମୁଚୁକୁନ୍ଦନିର୍ମଳେ ଚାହଁଇ ଗୋବିନ୍ଦ
Couplet 3
ଆନନ୍ଦେ ଶୋକ ଗଦ୍ଗଦେପ୍ରଣାମ କଲା କୃଷ୍ଣପାଦେ
Couplet 4
ଭୋ ନାଥ କର ପ୍ରତିକାରଏ ଭବସାଗରୁ ଉଦ୍ଧର
Couplet 5
ତପ କରିବି ଯେଉଁମତେକହ ତୁ ମୋତେ ଶୁଦ୍ଧଚିତ୍ତେ
Couplet 6
ହସି ବୋଲନ୍ତି ନାରାୟଣଯାଅ ତୁ ବଦରିକାଶ୍ରମ
Couplet 7
ତପ କରିବୁ ବନେପଶିନର-ନାରାୟଣ ବିଶ୍ୱାସି
Couplet 8
ଆସନେ ଶୁଦ୍ଧି କରି ମନେପବନ ଫଳମୂଳ ବନେ
Couplet 9
ଏହାନ୍ତ କରିବୁ ଆହାରମନେ ନ ଧରିବୁ ସଂସାର
Couplet 10
ଶୁଣି ହରଷ ନୃପବରଶିରେ ଯୋଡ଼ିଲା ବେନିକର
Couplet 11
ଶିର ଲଗାଇ କୃଷ୍ଣପାଦେଆନନ୍ଦେ ଶୋକ ଗଦଗଦେ
Couplet 12
ବାହାର ହୋଇ ମୁଚୁକୁନ୍ଦଚଳିଲା ଚାହାଁନ୍ତି ଗୋବିନ୍ଦ
Couplet 13
ଦେଖିଲା ସ୍ଥାବର ଜଙ୍ଗମବନ ଦୁର୍ଗମ ଗିରିମାନ
Couplet 14
ପଶୁଙ୍କୁ ଚାହିଁ ବିଚାରଇଏମନ୍ତ ଦେଖିଲାତ ନାହିଁ
Couplet 15
ଅଳପପ୍ରାୟେ ତ ଦିଶନ୍ତିଏମନ୍ତେ କଲା ମନେ ଭ୍ରାନ୍ତି
Couplet 16
ପୁଣି କ୍ଷଣକେ ଅନୁରାଗଏ କି ହୋଇଲା କଳିଯୁଗ
Couplet 17
ନିଦ୍ରାରେ ତିନିଯୁଗ ଗଲାଏମନ୍ତ ବୋଲି ବିଚାରିଲା
Couplet 18
ଉତ୍ତରଦିଗେ ନୃପବରଗଲା ଅନେକ ପଥଦୂର
Couplet 19
ସର୍ବସଂଶୟ ସଙ୍ଗ ଛାଡ଼ିତପ ସାଧନେ ଚିତ୍ତବୁଡ଼ି
Couplet 20
ସମାଧି କରି କୃଷ୍ଣପାଦେମନ ନିବେଶି ଅପ୍ରମାଦେ
Couplet 21
ଗନ୍ଧମାର୍ଦ୍ଦନ ମଧ୍ୟେ ଗଲାବଦ୍ରିକା ଆଶ୍ରମେ ମିଳିଲା
Couplet 22
ନରନାରାୟଣ ଆଶ୍ରମେଶୁଚି ପବିତ୍ର ପୁଣ୍ୟଧାମେ
Couplet 23
ସମାଧିବଳେ ତପ କରିମନପବନ ହୃଦେ ଧରି
Couplet 24
ସକଳ ଇନ୍ଦ୍ରି ଦୁଃଖ ସହିସମଦରଶୀ ଶୁଦ୍ଧଦେହୀ
Couplet 25
ହରି ଆରାଧି ଯୋଗବଳେବସିଲା ଆସନେ ନିଶ୍ଚଳେ
Couplet 26
ଏବେ ହୋ ଶୁଣ ନୃପବରମାୟା-ମନୁଷ୍ୟ ଚକ୍ରଧର
Couplet 27
କପଟେ ମରାଇ ଯବନମିଳିଲେ ମଥୁରାଭୁବନ
Couplet 28
ଯବନ ବଳ ତିନିକୋଟିମଥୁରାପୁର ଥିଲେ ଘୋଟି
Couplet 29
ତାହାଙ୍କୁ ମାରି ଭଗବାନଯୁଦ୍ଧେ ପାଇଲେ ଯେତେ ଧନ
Couplet 30
ଗୋରୁ ମହିଷ ବନମାଳୀଧରି ଦ୍ୱାରକାପୁରେ ଚଳି
Couplet 31
ବିଚାରି କାର୍ଯ୍ୟ ଅନୁବନ୍ଧଆସି ମିଳିଲା ଜରାସନ୍ଧ
Couplet 32
ତେଇଶ ଅକ୍ଷୌହିଣି ବଳଶୁଭଇ ମୁଖରାବ ଗୋଳ
Couplet 33
ସୈନ୍ୟର ଦେଖି ବ୍ୟଗ୍ରଗତିଭାଳନ୍ତି ରାମ ଯଦୁପତି
Couplet 34
ଆମ୍ଭେ ଏ ନଗରେ ନ ଥିବାପଳାଇ ପର୍ବତେ ଲୁଚିବା
Couplet 35
ମନୁଷ୍ୟ ଚେଷ୍ଟା ଆଶ୍ରେ କରିଛାଡ଼ି ମଥୁରାପୁର ଶିରୀ
Couplet 36
ଅଭୟଦାତା ଭୟ ପାଇପାଦେ ଚଳନ୍ତି ବେନିଭାଇ
Couplet 37
ଆକ୍ରମି ଅନେକ ଯୋଜନପଶିଲେ ଗହନକାନନ
Couplet 38
ଭାଜିବା ଦେଖି କୃଷ୍ଣରାମେପଛେ ଧାମଇଁ ଜରା ତମେ
Couplet 39
ରଥ କୁଞ୍ଜର ଘେନି ସଙ୍ଗେପଥେ ହସନ୍ତି ନବରଙ୍ଗେ
Couplet 40
ଆଜ କିଣିବି କରି ରଣନ ଜାଣେ ଈଶ୍ୱର ପ୍ରମାଣ
Couplet 41
ରାମକୃଷ୍ଣ ଯେ ବେନିଭାଇବନେ ଅନେକ ଶ୍ରମ ପାଇ
Couplet 42
ଏକ ଆରେକ ଧରି କରେଉଠିଲେ ପର୍ବତ ଶିଖରେ
Couplet 43
ନିତ୍ୟେ ବରଷେ ସୁନାସୀରପ୍ରବର୍ଷଣ ନାମ ତାହାର
Couplet 44
ଉଠନ୍ତେ ପର୍ବତ ଉପରେଜରା ଦେଖିଲା ଥାଇ ଦୂରେ
Couplet 45
ଅଧିକ ପାଦେ ହେଁ ନ ଗଲାପର୍ବତ ରୁନ୍ଧରେ ବୋଇଲା
Couplet 46
ବେଢି ପର୍ବତ ଚାରିଦେଗେଅନଳ ଲଗାଇଲେ ବେଗେ
Couplet 47
ଦହ୍ନ କରି ବନଘୋରଜାଣିଲା ଶତ୍ରୁ ଗଲା ମାର
Couplet 48
ଅନଳଯୋଗେ ମହୀଧରତାପିଲା ଅତ୍ୟନ୍ତ ପ୍ରଖର
Couplet 49
ତକ୍ଷଣେ ରାମ ନରହରିଗଗନଗତି ଅନୁସରି
Couplet 50
ପର୍ବତ ଶିଖ ଅତିଶେଷଉଚ୍ଚ ଯୋଜନ ଏକାଦଶ
Couplet 51
ରାମଗୋବିନ୍ଦ ବାହୁବଳେଡେ଼ଇଁ ପଡ଼ିଲେ ମହୀତଳେ
Couplet 52
ବଳ ସହିତେ ଜରା ଥିଲାରାମକୃଷ୍ଣଙ୍କୁ ନ ଦେଖିଲା
Couplet 53
ଲୁଚି ପଳାଇ ବେନିଭାଇମିଳିଲେ ନିଜ ପୁରେ ଯାଇ
Couplet 54
ଜଳଧିପରିଖା ଯାହାରଦେବମାନବେ ଅଗୋଚର
Couplet 55
ମିଥ୍ୟାକୁ ସତ୍ୟପ୍ରାୟ ମଣିମନେ ଆନନ୍ଦ ନୃପମଣି
Couplet 56
ବୋଲଇ ବଳଙ୍କୁ ଅନାଇପର୍ବତେ ମଲେ ବେନିଭାଇ
Couplet 57
ଭସ୍ମ ହୋଇଲେ ଅଗ୍ନିଯୋଗେଚାଲି ବାହୁଡ଼ିଯିବା ବେଗେ
Couplet 58
ବଳ ଆକର୍ଷି ମହାବଳୀନିଜ ଭୁବନେ ଯାଇ ମିଳି
Couplet 59
ସଂଗ୍ରାମେ ଜିଣି ଜୟବାଦ୍ୟବଜାଇ ହୋଇଲେ ଆନନ୍ଦ
Couplet 60
ଏବେ ହୋ ଶୁଣ ନରନାଥଆନର୍ତ୍ତପତି ରଇବତ
Couplet 61
ରେବତୀ ନାମେ କନ୍ୟା ଥିଲାବଳଦେବଙ୍କୁ ବିଭା ଦେଲା
Couplet 62
ବ୍ରହ୍ମାବଚନେ ଦେଲା ଆଣିନବମସ୍କନ୍ଧେ ଅଛୁ ଶୁଣି
Couplet 63
ଭୀଷ୍ମକ ନାମେ ମହାରାଜାରୁକ୍ମିଣୀ ତାହାର ତନୁଜା
Couplet 64
ଅଂଶେ କମଳା ଅବତାରକୁର୍ଣ୍ଣୀନଗର ନୃପବର
Couplet 65
ରୁକ୍ମିଣୀ ବିବାହ ବିଚାରେହରି ହରିଲେ ସ୍ୱୟମ୍ବରେ
Couplet 66
ରାଜାଏ ଥିଲେ ଯେ ପ୍ରତ୍ୟକ୍ଷେଆବୋରି ଶିଶୁପାଳ ପକ୍ଷେ
Couplet 67
ଶାଲ୍ୱ ମାଗଧ ଆଦି ଯେତେବଳ ହିଁ ଥିଲେ ଅପ୍ରମିତେ
Couplet 68
ତାହାଙ୍କ ଗର୍ବ କରି ଚୂରପଥେ ଦେଖନ୍ତି ସୁରନର
Couplet 69
କନ୍ୟା ହରିଲେ ଦାମୋଦରଅମୃତ ଯେହ୍ନେ ଖଗେଶ୍ୱର
Couplet 70
ତା ଶୁଣି ଅଭିମନ୍ୟୁବାଳାଶୁକମୁନିଙ୍କି ପଚାରିଲା
Couplet 71
ଭୋ ମୁନି ଭୀଷ୍କକନନ୍ଦିନୀରୁକ୍ମିଣୀ ରୁଚିରବଦନୀ
Couplet 72
କେମନ୍ତେ ପ୍ରଭୁ ନରହରିରାକ୍ଷସ ମତେ ବିଭାକରି
Couplet 73
ଶୁଣି ଚକିତ ମୋର ଚିତ୍ତଅସୁର ବଳ ଅପ୍ରମିତ
Couplet 74
କେମନ୍ତେ ଶିଶୁପାଳ ଆଦିପଥେ ତାହାଙ୍କ ବଳ ଛେଦି
Couplet 75
ଏକାକୀ ରଥେ ଚକ୍ରପାଣିକେମନ୍ତେ ହରିଲେ ରୁକ୍ମଣୀ
Couplet 76
କୃଷ୍ଣର କଥା ପୁଣ୍ୟମୟକର୍ଣ୍ଣ ବଚନେ ସୁଧାପ୍ରାୟ
Couplet 77
ଅଖିଳଜନ ପାପ ନାଶେପରମବ୍ରହ୍ମ ପରକାଶେ
Couplet 78
କାହାର ଚିତ୍ତ ଶୁଣି ଏହାସନ୍ତୋଷେ ନୋହିବ ଉତ୍ସାହା
Couplet 79
ନବୀନ ବସ୍ତୁ ପାଇ ଯେହ୍ନେଆଦରରେ ଆବୋରନ୍ତି ଜନେ
Couplet 80
କୃଷ୍ଣଚରିତ ସେହିମତେଭୋ ମୁନି କହ ଭାଗବତ
Couplet 81
ଶୁଣି ସନ୍ତୋଷଚିତ୍ତ ହୋଇଶୁକ କହନ୍ତି ରାଜା ଚାହିଁ
Couplet 82
ଭୀଷ୍ମକ ନାମେ ମହୀନାଥବିଦର୍ଭଗରେ ସମ୍ଭୂତ
Couplet 83
ତାହାର ପତ୍ନୀଗର୍ଭୁ ଜାତଏକ ଦୁହିତା ପାଞ୍ଚସୁତ
Couplet 84
ରୁକ୍ମୀ ଅଗ୍ରଜ ରୁକ୍ମରଥଏ ବେନି ବଳେ ଅପ୍ରମିତ
Couplet 85
ପୁଣ ହୋଇଲା ରୁକ୍ମବାହୁତାର ପ୍ରତାପ କେବା କହୁ
Couplet 86
ଚତୁର୍ଥ ପୁତ୍ର ରୁକ୍ମକେଶପଞ୍ଚମ ରୁକ୍ମମାଳୀ ଶେଷ
Couplet 87
ଏହାଙ୍କ ଶେଷେ କନ୍ୟାଜାତପ୍ରତ୍ୟକ୍ଷେ କମଳା ସମ୍ଭୂତ
Couplet 88
ରୁକ୍ମିଣୀ ନାମେ ବିଦ୍ୟମାନତାର ମହିମା ଏବେ ଶୁଣ
Couplet 89
କୃଷ୍ଣର ଗୁଣ କର୍ମ ଯେତେସେହୁ ଶୁଣଇ ହୃଷ୍ଟଚିତ୍ତେ
Couplet 90
ଦ୍ୱାରକାପୁର ଲୋକେ ଆସିକହନ୍ତି ତାର ପାଶେ ବସି
Couplet 91
ନିରତେ କୃଷ୍ଣକଥା ଶୁଣିରୁକ୍ମିଣୀ ମନେ ମନେ ଗୁଣି
Couplet 92
ଆତ୍ମ-ସଦୃଶେ ଶୁଣି ବରମନେ ବରିଲା ଚକ୍ରଧର
Couplet 93
ଗୋବିନ୍ଦ ତାର ମନ ଜାଣିସଙ୍କଳ୍ପେ ବରିଲେ ରୁକ୍ମିଣୀ
Couplet 94
ଅଂଶେ କମଳା ଦେହଧରିଆତ୍ମସଦୃଶେ କନ୍ୟା ବରି
Couplet 95
ବନ୍ଧୁବାନ୍ଧବଙ୍କର ମେତେଦୁହିତା ବିଭାର ଉଚିତେ
Couplet 96
ଭୀଷ୍ମକ କୃଷ୍ଣକୁ ବରିଲାତା ଶୁଣି ରୁକ୍ମୀ କୋପ କଲା
Couplet 97
ଅନେକ ନିନ୍ଦାବାକ୍ୟ କରିଶିଶୁପାଳକୁ ଗଲା ବରି
Couplet 98
ଶିଶୁପାଳକୁ ଦେବା ଶୁଣିଚକିତେ ଭାଳଇ ରୁକ୍ମିଣୀ
Couplet 99
ବିକଳଚିତ୍ତେ ବିଚାରିଲାବୃଦ୍ଧବ୍ରାହ୍ମଣ ହକାରିଲା
Couplet 100
ବିଶ୍ୱାସବାକ୍ୟ ତାଙ୍କୁ କହିଚରଣେ ବେନିକର ଦେଇ
Couplet 101
ବୋଲଇ ଶୁଣ ବିପ୍ରମଣିଦ୍ୱାରକା ଯାଅ ଏହିକ୍ଷଣି
Couplet 102
ଯେବେ ଆସିବେ ଚକ୍ରଧରତେବେ ସେ ଜୀବନ ମୋହର
Couplet 103
ଅଧିକ କହିବଇଁ କେତେକୃଷ୍ଣ ଜାଣନ୍ତି ଏହା ଚିତ୍ତେ
Couplet 104
ହେଉ ବୋଇଲେ ବିପ୍ରବରଦେଖିବି କୃଷ୍ଣର ପୟର
Couplet 105
କନ୍ୟା ବଚନେ ବିପ୍ର ଗଲେଦ୍ୱାରକାଭୁବନେ ମିଳିଲେ
Couplet 106
ଦ୍ୱାରେ ଯେ ଦ୍ୱାରପାଳ ଥିଲାକୃଷ୍ଣଙ୍କୁ ନେଇ ଭେଟାଇଲା
Couplet 107
ସୁବର୍ଣ୍ଣ ସିଂହାସନେ ହରିଯାଦବେ ଅଛନ୍ତି ଆବୋରି
Couplet 108
ଖଟନ୍ତି ଦଶଦିଗପାଳବିପ୍ର ଦେଖିଲେ ଚର୍ମଡେ଼ାଳେ
Couplet 109
ବିପ୍ରବତ୍ସଳ ନରହରିଉଠି ବ୍ରାହ୍ମଣ କର ଧରି
Couplet 110
ନିଜ ଆସନେ ବସାଇଲେଅନେକ ମତ ପୂଜା କଲେ
Couplet 111
ତାହାଙ୍କୁ ଯେହ୍ନେ ଦେବଗଣେବିଶ୍ୱାସେ ପୂଜନ୍ତି ଚରଣେ
Couplet 112
କୃଷ୍ଣ ପୂଜିଲେ ସେହିମତେଶୁଣ ରାଜନ ଏକଚିତ୍ତେ
Couplet 113
ବିପ୍ରଙ୍କୁ କରାଇ ଭୋଜନପାଶେ ବସିଲେ ଭଗବାନ
Couplet 114
ଶ୍ରମ ଦେଖିଣ ନରହରିବିପ୍ରଚରଣ କରେ ଧରି
Couplet 115
ଚାପନ୍ତେ ପ୍ରଭୁ ଭଗବାନବିପ୍ରଚରଣୁ ଗଲା ଶ୍ରମ
Couplet 116
ବିଶ୍ରାମ ଦେଖି ବିପ୍ରବରପୁଚ୍ଛନ୍ତି ବ୍ରହ୍ମାଣ୍ତଠାକୁର
Couplet 117
ଭୋ ବିପ୍ର ବଡ଼ଦୁଃଖ ପାଇଆସିଛ ପଥଶ୍ରମୀ ହୋଇ
Couplet 118
ବେଦ ଉଚିତ ହୋମକର୍ମଯଜନ ଆଦି ଷଟ୍କର୍ମ
Couplet 119
ସ୍ୱଧର୍ମେ ବଞ୍ଚଟିକି ସୁଖେସନ୍ତୋଷଚିତ୍ତେ ଗୃହଦୁଃଖେ
Couplet 120
ଧର୍ମେ ପ୍ରାପତ ଯେତେ ଧନତେଣେ ସନ୍ତୋଷ ଯାର ମନ
Couplet 121
ସେ ଦୁଃଖୀ ଦରିଦ୍ର ନୁହଁଇସ୍ୱଧର୍ମେ ବିପ୍ର ଶାନ୍ତ ହୋଇ
Couplet 122
ଦୁଃଖେ ଯେ ନ ଚଳନ୍ତି ଧର୍ମୁସେ ଧର୍ମ ବିପ୍ର କାମଧେନୁ
Couplet 123
ଅଖିଳ କାମ୍ୟଫଳ ଦେଇସ୍ୱଧର୍ମେ ବିପ୍ର ସେ ଜୀଅଇ
Couplet 124
ବହୁତ ଥାଇ ଯାର ଧନହେଳା କରଇ ନିଜ କର୍ମ
Couplet 125
ନିରେତେ ଚିତ୍ତ ଅସନ୍ତୋଷଉଭୟଲୋକେ ନାହିଁ ଯଶ
Couplet 126
ଦରିଦ୍ରପଣେ ଦୁଃଖ ସହିନିଜ ଧର୍ମକୁ ନ ଛାଡ଼ଇ
Couplet 127
ସେ ବିପ୍ର ହୋଇ ମୋର ସଙ୍ଗତରଇ ସଂସାର ତରଙ୍ଗ
Couplet 128
ଯଥାଲାଭରେ ଯେ ସନ୍ତୋଷଅଧର୍ମେ ନ କରନ୍ତି ଆଶ
Couplet 129
ସାଧୁ-ସୁହୃଦ ସର୍ବଭୂତସକଳ ଜୀବହିତେ ରତ
Couplet 130
ହୃଦେ ନ ବହେ ଅଳଙ୍କାରସମଦରଶୀ ଚିତ୍ତ ଯାର
Couplet 131
ତାହାଙ୍କୁ ମୋର ନମସ୍କାରବୋଲନ୍ତି ବ୍ରହ୍ମାଣ୍ତଠାକୁର
Couplet 132
ଭୋ ବିପ୍ର କୁଶଳ ତୁମ୍ଭରକହ କଲ୍ୟାଣ କ୍ଷେମସାର
Couplet 133
ରାଜାଏ ବସନ୍ତି ଜଗତେପ୍ରଜା ପାଳନ୍ତି ଧର୍ମମତେ
Couplet 134
ଯାହାର ରାଜ୍ୟେ ପ୍ରଜାଜନେସୁଖେ ବଞ୍ଚନ୍ତି ରାତ୍ରଦିନେ
Couplet 135
ସେ ରାଜା ମୋର ବଡ଼ ପ୍ରିୟଭୋ ବିପ୍ର ଆଗମନ କହ
Couplet 136
କେବଣ କାର୍ଯ୍ୟେ ଉପଗତଏଡେ଼ ଦୁର୍ଗମ ଜିଣି ପଥ
Couplet 137
ଗୁପତ ନୋହେ ଯେବେ ବାଣୀଭୋ ବିପ୍ର କହ ଏହିକ୍ଷଣି
Couplet 138
ମୁଁ ଅବା କି କହିବି ତୋତେସଂଶୟ ଫେଡ଼ି କହ ମୋତେ
Couplet 139
ଏମନ୍ତ କୃଷ୍ଣବାକ୍ୟ ଶୁଣିବ୍ରାହ୍ମଣ ବୋଲେ ସାଧୁବାଣୀ
Couplet 140
ରୁକ୍ମିଣୀ କହିଛନ୍ତି ଯାହାଭୋ ନାଥ ଶୁଣି ଚଉବାହା
Couplet 141
ହେ କୃଷ୍ଣ ଭୁବନସୁନ୍ଦରଶୁଣିଲି ଗୁଣକର୍ମ ତୋର
Couplet 142
ତୋହର ଗୁଣ-କର୍ମ-ଯଶଯାହାର ଶ୍ରବଣେ ପ୍ରବେଶ
Couplet 143
ହରେ ଅଶେଷ ଜନ୍ମ ପାପଆଧ୍ୟାତ୍ମଆଦି ତିନିତାପ
Couplet 144
ଚକ୍ଷୁ ବହନ୍ତି ଯେତେ ପ୍ରାଣୀତୋହର ରୂପ ପରିମାଣି
Couplet 145
ଅଖିଳ ଅର୍ଥଲାଭ ବଳେଲଭନ୍ତି ରୂପ ଦେଖି ଡେ଼ାଳେ
Couplet 146
ସେ ରୂପ କର୍ଣ୍ଣର୍ପଥେ ଶୁଣିମୋହର ଚିତ୍ତ ଚକ୍ରପାଣି
Couplet 147
ଲାଜ ଉପେକ୍ଷି ତୋ ଶରଣେପଶିଲା ଅଭୟ-ଚରଣେ
Couplet 148
କେଉଁ ଯୁବତୀ ଦେହ ବହିପିତା ଜନନୀ କୋଳେ ଥାଇ
Couplet 149
ବିବାହକାଳେ କନ୍ୟା ହୋଇଉତ୍ତମକୁଳେ ଜନ୍ମ ପାଇ
Couplet 150
ଶୀଳ ସ୍ୱରୂପ ବିଦ୍ୟାବଳଦ୍ରବିଣ ତେଜେ ଆତ୍ମା ତୁଲ୍ୟ
Couplet 151
ସୁଧୀର ସାଧୁ କୁଳବତୀତୋହର ପ୍ରାୟ ଥାଉଁ ପତି
Couplet 152
ହେ ନରସିଂହ ପୂର୍ଣ୍ଣକାମଜନଲୋଚନ ଅଭିରାମ
Couplet 153
ଶ୍ରବଣେ ଶୁଣି ତୋର ଭାବସେ କିମ୍ପା ଆନକୁ ବରିବ
Couplet 154
ଏବେ ବରିଲି ତୋତେ ମୁହିଁମନ ବଚନ ତନୁ ଦେଇ
Couplet 155
ତୋହର ଅର୍ଥେ ଏ ଶରୀରବିଚାରି ମୋତେ ତ୍ରାହି କର
Couplet 156
ଭୋ ନାଥ ବୀରଙ୍କର ବୀରମୁଁ ତୋ ଆମିଷ ଉପହାର
Couplet 157
ନିକଟେ ଶିଶୁପାଳ ଆସିନ ବସୁ ତୋର ବଳିଗ୍ରାସି
Couplet 158
ସିଂହର ବଳି ତଳେ ଚାହିଁଶୃଗାଳ ଯେସନେ ଧାମଇଁ
Couplet 159
ମୁଁ ଯେବେ ପୂର୍ବଜନ୍ମଗତେତପ ଆରାଧି ନାନାମତେ
Couplet 160
ତଡ଼ାଗ ଇଷ୍ଟ ଯଜ୍ଞ ଦାନନିୟମ ତୀର୍ଥ ବ୍ରତ ଧର୍ମ
Couplet 161
ଦେବତା ବିପ୍ର ଗୁରୁ ପୂଜିନିରତେ ବିଷ୍ଣୁପାଦେ ଭଜି
Couplet 162
ଏ ଯେବେ ପ୍ରମାଣ ମୋହରବେଗେ ଆସିବେ ଚକ୍ରଧର
Couplet 163
ମୋହର ହସ୍ତ ଆଗ ଧରୁଦଇବ ଏହି ବର କରୁ
Couplet 164
ଦମଘୋଷର ପୁତ୍ର ଆଦିଯେତେ ଅଛନ୍ତି ଅପରାଧୀ
Couplet 165
ଏମାନେ ନ ପାଇବେ ମୋତେପ୍ରମାଣ ଯେବେ ବେଦପଥେ
Couplet 166
ରାତ୍ର ପାହିଲେ ଅଧିବାସହୋଇବ ମଙ୍ଗଳ-ଦିବସ
Couplet 167
ତୁ ନାଥ ସାଜି ନନ୍ଦିଘୋଷେଘେନାଇ ଯଦୁବଳ ପାଶେ
Couplet 168
ମଙ୍ଗଳକାଳେ ଗୋପ୍ୟ ହୋଇଆସିବ ନ ଜାଣିବେ କେହି
Couplet 169
ଗୁପତେ ଗ୍ରାମ ଅନ୍ତେ ଥାଇମୋର ଗମନେ ବାଟ ଚାହିଁ
Couplet 170
ସଂଗ୍ରାମେ ରାଜା ଶିଶୁପାଳମୋର ପିତାର ଯେତେ ବଳ
Couplet 171
ଏହାଙ୍କ ଗର୍ବ ନାଶ କରିତୁ ମୋତେ ବଳେ ନିଅ ହରି
Couplet 172
ରାକ୍ଷସମତେ ବିଭାକରକିଣିଲା ସେବକୀ ମୁଁ ତୋର
Couplet 173
ତୁ ନାଥ ଭାଳୁ ଅବା ଚିତ୍ତେମୁଁ ତୋତେ ଆଣିବି କେମନ୍ତେ
Couplet 174
ରାଜାର ଅନ୍ତଃପୁରେ ଥାଉତୋତେ ପାଇବି ମୁହିଁ କାହୁଁ
Couplet 175
ତହିଁକି କହିବି ଉପାୟଶୁଣିମା ପ୍ରଭୁ ଦେବରାୟ
Couplet 176
ଆମ୍ଭର ଅଛି କୁଳାଚାରକନ୍ୟାକୁ କରନ୍ତି ବାହାର
Couplet 177
ଭବାନୀ ପୂଜିବା ନିମନ୍ତେଅମ୍ବିକା ଗୃହେ ଗ୍ରାମପ୍ରାନ୍ତେ
Couplet 178
ଯାତ୍ରା-ଉତ୍ସବେ ମୁହିଁ ଯିବିଭବାନୀ ଚରଣେ ପୂଜିବି
Couplet 179
ପଥେ ଆସିବା ବେଳେ ମୋତେପ୍ରଜାଏ ଦେଖିବେ ସମସ୍ତେ
Couplet 180
ଥିବି ମୁଁ ନାରୀଙ୍କର ମେଳେସେଠାରୁ ନିଅ ମୋତେ ବଳେ
Couplet 181
ଯାହାର ପାଦପଦ୍ମଧୂଳିମହତଜନେ ଶିରେ ବୋଳି
Couplet 182
ନୀଳଲୋହିତ କରେ ଆଶଏଣେ ହୋଇବ ତମ ନାଶ
Couplet 183
ସେ ପାଦପଦ୍ମ ମୁହିଁ ଯେବେଲଭି ନ ପାରିବି ପ୍ରସ୍ତାବେ
Couplet 184
ବ୍ରତେ ଶୁଖାଇ ପଞ୍ଚପ୍ରାଣନିଶ୍ଚେ ଛାଡ଼ିବି ନାରାୟଣ
Couplet 185
ଏମନ୍ତେ ଶତେଜନ୍ମ ଯାଏଁପ୍ରାଣ ଛାଡ଼ିବି ତୋର ପାୟେ
Couplet 186
ସତ୍ୟବଚନ ଏ ମୋହରତୁ କି ନ ଜାଣୁ ମାୟାଧର
Couplet 187
ବ୍ରାହ୍ମଣ କୃଷ୍ଣମୁଖ ଚାହିଁରୁକ୍ମିଣୀ ସନ୍ଦେଶ କହଇ
Couplet 188
ବୋଲଇ ଯୋଡ଼ି ବେନିକରଯେ ତୋର ଇଚ୍ଛା ଏବେ କର
Couplet 189
କହଇ ଦାସ ଜଗନ୍ନାଥକୃଷ୍ଣ ଧଇଲେ ବିପ୍ର ହସ୍ତ