Skip to content
paribhaasha

Skandha 10

Adhyaya 55

  1. Couplet 1

    ନମଇଁ କୃଷ୍ଣର ଚରଣଅନାଦି ପୁରୁଷ ପୁରାଣ

  2. Couplet 2

    କହନ୍ତି ଶୁକ ମୁନିବରଶୁଣ ପରୀକ୍ଷ ନୃପବର

  3. Couplet 3

    ସକଳ ନିଯୋଜିତ କରିସୈନ୍ୟ ଆଗରେ ନରହରି

  4. Couplet 4

    ମଥୁରା ଗଡ଼ଦ୍ୱାର ମଧ୍ୟେକୃଷ୍ଣ ବିଜୟ ପଦ୍ମପାଦେ

  5. Couplet 5

    ଉଦୟଗିରି ମଧ୍ୟେ ଆସିଯେହ୍ନେ ବିରାଜେ ପୂର୍ଣ୍ଣଶଶୀ

  6. Couplet 6

    ଅତି ସୁନ୍ଦର ଶ୍ୟାମଦେହୀପୀତବସନ ବିରାଜଇ

  7. Couplet 7

    ଶ୍ରୀବତ୍ସଲାଞ୍ଚନ ସୁନ୍ଦରକୌସ୍ତୁଭମଣି ହୃଦେ ହାର

  8. Couplet 8

    ଆଜାନୁଲମ୍ବେ ଚାରିଭୁଜଅରୁଣ ଚକ୍ଷୁ ପଦ୍ମତେଜ

  9. Couplet 9

    ନିତ୍ୟ ଆନନ୍ଦ ହାସମୁଖସୁନ୍ଦର କପୋଳ ସୁରେଖ

  10. Couplet 10

    କର୍ଣ୍ଣେ ମକରାକାର ହୋଇରତ୍ନକୁଣ୍ତଳ ବିରାଜଇ

  11. Couplet 11

    କୋଟି କନ୍ଦର୍ପରୂପ ସାରରୂପକୁ ଚାହିଁ ପଟାନ୍ତର

  12. Couplet 12

    କାଳଯବନ କୃଷ୍ଣେ ଚାହିଁନାରଦ ବାକ୍ୟେ ମନ ଦେଇ

  13. Couplet 13

    ବୋଲଇ ବାସୁଦେବ ଏହିଶ୍ରୀବତ୍ସ ଚିହ୍ନ ହୃଦେ ଶୋହି

  14. Couplet 14

    ଆଜାନୁଲମ୍ବେ ଚାରିଭୁଜେକମଳନୟନ ବିରାଜେ

  15. Couplet 15

    ବନମାଳାଏ ଲମ୍ବେ ଉରଅପୂର୍ବ ମୋହନ ସୁନ୍ଦର

  16. Couplet 16

    ନାରଦ କହିଛନ୍ତି ଯେତେଚିହ୍ନ ଦେଖିଲି ଏହା ଗାତ୍ରେ

  17. Couplet 17

    କୃଷ୍ଣହୁଁ ନୋହଇ ଏ ଆନରୂପେ ମୋହିଲା ମୋର ମନ

  18. Couplet 18

    ଏହାର କରେ ଶସ୍ତ୍ର ନାହିଁଚରଣେ ଚାଲୁଅଛି ମହୀ

  19. Couplet 19

    ମୁଁ କିମ୍ପା କରେ ଶସ୍ତ୍ର ଧରିଏହାର ତୁଲେ ଯୁଦ୍ଧ କରି

  20. Couplet 20

    ନିନ୍ଦା ପାଇବି ଇହଲୋକେମରଣେ ପଡ଼ିବି ନରକେ

  21. Couplet 21

    ମୁହିଁ ହୋଇବି ନିରାୟୁଧତେବେଏହାର ତୁଲେ ଯୁଦ୍ଧ କରି

  22. Couplet 22

    ଏମନ୍ତ ଅସୁର ବିଚାରିତାହା ଜାଣିଲେ ନରହରି

  23. Couplet 23

    ମାୟାରେ ମୋହି ତାର ମନବେଗେ ଧାଇଁଲେ ଭଗବାନ

  24. Couplet 24

    କାଳଯବନ ବିଚାରଇଲୁଚିଣ ଯିବ ଏ ପଳାଇ

  25. Couplet 25

    ଯୁଦ୍ଧ ନ କରି ପଳାଇଲାଏମନ୍ତ ବୋଲି ଗୋଡ଼ାଇଲା

  26. Couplet 26

    ଯେ ହରି ଦେବଙ୍କୁ ଦୁର୍ଲ୍ଲଭତାହାଙ୍କୁ ମଣଇ ସୁଲଭ

  27. Couplet 27

    ଧରିବ ବୋଲି କୃଷ୍ଣ ପଛେଯବନ ଧାଇଁଲା ପ୍ରତ୍ୟକ୍ଷ

  28. Couplet 28

    ହସ୍ତ ଲାଗଇ କୃଷ୍ଣଦେହେପାଦ ବାଜଇ ବେନିପାୟେ

  29. Couplet 29

    ଏମନ୍ତେ ଦୂରପଥ ନେଇବନଗହନେ ଭାବଗ୍ରାହୀ

  30. Couplet 30

    କୃଷ୍ଣଙ୍କୁ ଗୋଡ଼ାଇ ଯବନବୋଲଇ ଝିଙ୍ଗାସ

  31. Couplet 31

    ଯାଦବକୁଳେ ଜାତ ହୋଇଡରେ ପଳାଉ କାହିଁପାଇଁ

  32. Couplet 32

    ଉଚିତ ନୁହଇ ତୋ ଯଶଲୋକେ କରିବେ ଉପହାସ

  33. Couplet 33

    କ୍ଷତ୍ରିୟଅଂଶେ ଜାତ ହୋଇଶୃଗାଳ ପ୍ରାୟ ତୁ ପଳାଇ

  34. Couplet 34

    ଏ ନୋହେ ତୋର କ୍ଷତ୍ରିଧର୍ମକିମ୍ପାଇ କରୁ ଏଡେ କର୍ମ

  35. Couplet 35

    ନିନ୍ଦଇ ଗୋବିନ୍ଦ ମହିମାଯେଣୁ ଅଟଇ ହୀନକର୍ମା

  36. Couplet 36

    ଏମନ୍ତ ବାକ୍ୟେ ଦେଇ ଗାଳିଗିରିଗହନେ ଯାଇ ମିଳି

  37. Couplet 37

    ପଶିଲେ ପର୍ବତକନ୍ଦରେଯବନ ଘେନି ଅନ୍ଧକାରେ

  38. Couplet 38

    ହରି ହୋଇଲେ ଅନ୍ତର୍ଦ୍ଧାନଭିତରେ ପଶିଲା ଯବନ

  39. Couplet 39

    ଚାହଁଇ ଚଉଦିଗେ କୋପେପୁରୁଷେ ଦେଖିଲା ସମୀପେ

  40. Couplet 40

    ଶୟନେ ନିଦ୍ରାଗତେ ହୋଇଉତ୍ତାନମତେ ଅଛି ଶୋଇ

  41. Couplet 41

    ଦେଖି ବୋଲଇ କୋପମନେନିନ୍ଦିତ-ପୁରୁଷ-ବଚନେ

  42. Couplet 42

    ଏତେ ଯୋଜନା ମୋତେ ଆଣିମୋହର ମହିମା ନ ଜାଣି

  43. Couplet 43

    ସାଧୁଙ୍କ ପ୍ରାୟ ଅଚି ଶୋଇମିଛେ ବୁଜିଣ ଚକ୍ଷୁ ଦୁଇ

  44. Couplet 44

    ମରଣକାଳେ ନିଦ୍ରା ଗଲେକାଳ କି ବଞ୍ଚାଇବ ଭଲେ

  45. Couplet 45

    ଏମନ୍ତେ କରି ଘୋରନାଦହୃଦେ ମାଇଲା ବେନିପାଦ

  46. Couplet 46

    ବଜ୍ର ସମାନ ପାଦ ବାଜିତାହାର ନିଦ୍ରା ଗଲା ଭାଜି

  47. Couplet 47

    ଉଠି ବସିଲା ମହାବଳୀଚାହଁଇ ନୟନ ନିରୋଳି

  48. Couplet 48

    ବେନିପାରୁଶ ଆଗପଛେଯବନେ ଦେଖିଲା ପ୍ରତ୍ୟକ୍ଷେ

  49. Couplet 49

    କୋପେ କମ୍ପଇ ତାର ଦେହୀଅନଳନୟନେ ଅନାଇଁ

  50. Couplet 50

    ଅଗ୍ନି ଉଠିଲା ମହାଘୋରପଡ଼ିଲା ଯବନ ଉପର

  51. Couplet 51

    ଦେଖନ୍ତି ପ୍ରଭୁ ନାରାୟଣଭସ୍ମ ହୋଇଲା ତତକ୍ଷଣ

  52. Couplet 52

    ଶୁଣି ପରୀକ୍ଷ ପଚାରଇବ୍ୟାସନନ୍ଦନ ମୁଖ ଚାହିଁ

  53. Couplet 53

    ଭୋ ମୁନି ଶୋଇଲା ପୁରୁଷକହ ତାହାର ନାମ କିସ

  54. Couplet 54

    କାହାର ପୁତ୍ର ଏଡେ଼ ବଳୀନୟନେ ଅଗ୍ନି ପରଜ୍ୱଳି

  55. Couplet 55

    କାଳଯବନ ଭସ୍ମଗଲାଏ ତପ କେମନ୍ତେ ସାଧିଲା

  56. Couplet 56

    ନିଦ୍ରାରେ ଗିରିମଧ୍ୟେ ଶୋଇକହ ସେ ପୂର୍ବେ ଥିଲା କାହିଁ

  57. Couplet 57

    କହନ୍ତି ବ୍ୟାସଙ୍କ କୁମରଇକ୍ଷାକୁବଂଶେ ନୃପବର

  58. Couplet 58

    ମାନଧାତା ନାମେ ମହେନ୍ଦ୍ରତାର କୁମର ମୁଚୁକୁନ୍ଦ

  59. Couplet 59

    ବିପ୍ର ସେବକ ସତ୍ୟବାଦୀସକଳ ଗୁଣେ ଗୁଣନିଧି

  60. Couplet 60

    ତାହାକୁ ଦେବଗଣେ ଆସିବଚନ କହିଲେ ବିଶ୍ୱାସି

  61. Couplet 61

    ତୋର ଶରଣ ନୃପବରଆମ୍ଭେ ଛାଡିଲୁ ସ୍ୱର୍ଗପୁର

  62. Couplet 62

    ହାରିଲୁ ଅସୁରଙ୍କୁ ରଣେପଶିଲୁ ତୋହର ଶରଣେ

  63. Couplet 63

    ତୁ ଏବେ କର ପ୍ରତିକାରଅସୁରବଳ ବେଗେ ମାର

  64. Couplet 64

    ଏମନ୍ତ କହି ସୁରବୃନ୍ଦଘେନାଇ ଗଲେ ମୁଚୁକୁନ୍ଦ

  65. Couplet 65

    ଦେବତାଗଣେ ଦୁଃଖ ଦେଖିସେ ମୁଚୁକୁନ୍ଦ ପଦ୍ମଆଖି

  66. Couplet 66

    ନିଜ ବିନାନେ ବିଜେ କଲାତେଜେ ବିରାଜେ ରବିକଳା

  67. Couplet 67

    ନାନା ଆୟୁଧ ଘେନି ହସ୍ତେବିଜୟ କଲେ ଶୂନ୍ୟ ପଥେ

  68. Couplet 68

    ଅସୁର ତୁଲେ କଲେ ରଣଗଗନ ପଥେ ଦେବଗଣ

  69. Couplet 69

    ତାହା ଦେଖିଣ ନୃପବରମିଳିଲା ସଂଗ୍ରାମ ମଧ୍ୟର

  70. Couplet 70

    ଦେବତା ଅସୁର-ସମରେକ୍ଷୋଭ ପାଇଲେ ତୀକ୍ଷ୍ଣ ଶରେ

  71. Couplet 71

    ଏମନ୍ତ ଦେଖି ନୃପବରକ୍ଷୁଦ୍ଧ କରଇ ମହାଘୋର

  72. Couplet 72

    ମୁଚୁକୁନ୍ଦର ତୀକ୍ଷଣ ବାଣେଅସୁରେ ପଳାଇଲେ ରଣେ

  73. Couplet 73

    ଅନେକ ହେଲେ ପ୍ରାଣେ ନାଶରହିଲେ ପାଞ୍ଚ ସାତ ଶେଷ

  74. Couplet 74

    ସେ ରାଜା ମହା ବଳୀୟାରଅନେକ କଲାକ ସମର

  75. Couplet 75

    ପୁଣି ଅନେକ ଯୁଦ୍ଧ କରିସକଳ ଅସୁର ସଂହାରି

  76. Couplet 76

    ଗଜର ସମରେ କେଶରୀଯେଉଁ ପ୍ରକାରେ ନାସ କରି

  77. Couplet 77

    ତେମନ୍ତ କରିଣ ସମରଅସୁର କଲାକ ସହାଂର

  78. Couplet 78

    ଅସୁର ସୈନ୍ୟ ନାଶ କରିଦେବଙ୍କୁ ଦେଲା ସ୍ୱର୍ଗପୁରୀ

  79. Couplet 79

    ଯୁଦ୍ଧରେ ତମ ଗୁଣ ଘେନିରାତ୍ର ଦିବସ ହିଁ ନ ଜାଣି

  80. Couplet 80

    ଏମନ୍ତ ତାର କାଳ ଗଲାଯୁଦ୍ଧରେ ନୃପତିର ବଳା

  81. Couplet 81

    କାର୍ତ୍ତିକେ ପାଇ ସେନାପତିଦେବତାମେଳେ ବୃହସ୍ପତି

  82. Couplet 82

    ବୋଲନ୍ତି ଚାହିଁ ମୁଚୁକୁନ୍ଦଆମ୍ଭେ ଯେ ହୋଇଲୁ ଆନନ୍ଦ

  83. Couplet 83

    ତୋ ଯଶ ପରଉପକାରସମ୍ପଦ ରଖିଲୁ ଆମ୍ଭର

  84. Couplet 84

    ତୁ ଆଉ ନ କର ସମରଅସୁର ଭୟ ଗଲା ଦୂର

  85. Couplet 85

    ତୁ ମର୍ତ୍ତ୍ୟପୁର ନୃପବରଏ ଯେ ଅମର ସ୍ୱର୍ଗପୁର

  86. Couplet 86

    ଆମ୍ଭେ ଆଣିଲୁ ତୋତେ ବରିତୁ ଏବେ ଏହାଙ୍କୁ ସଂହାରି

  87. Couplet 87

    ରଖିଲୁ ଦେବଙ୍କ ସମ୍ପଦଥିଲା ଯେ ତୋର ରାଦପଦ

  88. Couplet 88

    ସମରେ ତୋର ମନ ଥିଲାମଞ୍ଚେ ଅନେକ କାଳ ଗଲା

  89. Couplet 89

    ସୁତ କଳତ୍ର ବନ୍ଧୁ ଗୋତ୍ରସକଳେ ହେଲେ କାଳଗ୍ରସ୍ତ

  90. Couplet 90

    ପ୍ରଜା ଯେ ଥିଲେ ତୋର ତୁଲେକାଳେ ସକଲେ ନାଶ ଗଲେ

  91. Couplet 91

    ଦଇବବଳେ କାଳବଳୀଜନ୍ତୁଙ୍କୁ କର୍ମବଳେ ଗିଳି

  92. Couplet 92

    ଇଶ୍ୱର ଭାବେ ଖେଳେ କାଳପଶୁଙ୍କୁ ଯେହ୍ନେ ପଶୁପାଳ

  93. Couplet 93

    କିସ କରିବୁ ନର ଲୋକେପଡିବୁ ପୁତ୍ର ଦାରା ଶୋକେ

  94. Couplet 94

    ରାଜନ ଛାଡୁ ମନୁ ଚିନ୍ତାଆମ୍ଭେ ହୋଇଲୁ ବର ଦାତା

  95. Couplet 95

    ଧନ ସମ୍ପଦ କାମ ଯେତେମାଗ ତୁ ଦେବୁ ଅପ୍ରମିତେ

  96. Couplet 96

    ମୋକ୍ଷକୁ ନୋହୁଁ ଅଧିକାରୀଏଥକୁ ପ୍ରଭୁ ନରହରି

  97. Couplet 97

    ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣିରାଜମ ମନେ ମନେ ଗୁଣି

  98. Couplet 98

    ଦେବଙ୍କୁ କରି ନମସ୍କାରବୋଲଇ ଯୋଡି ବେନିକର

  99. Couplet 99

    ଯେବେ ମୋହର ମୋକ୍ଷ ନାହିଁବର ମାଗିବି କିସ ପାଇଁ

  100. Couplet 100

    ଯୁଦ୍ଧରେ ଗଲା ଏତେ ଦିନନିଦ୍ରା ତ ନାହିଁ ମୋ ନୟନ

  101. Couplet 101

    ଶୋଇବ ବରେ କାର୍ଯ୍ୟ ନାହିଁନିଦ୍ରା ପିଡୀତ ମୋର ଦେହୀ

  102. Couplet 102

    ଶୁଣି ସାନନ୍ଦ ଦେବେ ମନେମିଳିଲେ ଦୁର୍ଗମ କାନନେ

  103. Couplet 103

    ଗିରିକନ୍ଦରେ ଶଯ୍ୟା କରିତହିଂ ଶୁଆଇ ଦଣ୍ତଧାରୀ

  104. Couplet 104

    ବୋଇଲେ ଇନ୍ଦ୍ରାଆଦି ଦେବେତୋହର ନିଦ୍ରା ଯେ ଭାଙ୍ଗିବେ

  105. Couplet 105

    ତୋର-ନୟନ-ଅଗ୍ନି ବାଣେବସ୍ମ ହୋଇବ ତତକ୍ଷଣେ

  106. Couplet 106

    ତୋହର ନିଦ୍ରା ଅନ୍ତକାଳେଦେଖିବୁ ପ୍ରଭୁ ଆଦିମୂଳେ

  107. Couplet 107

    ଏମନ୍ତ କହି ଦେବେ ଗଲେକୃଷ୍ଣ ଜାଣନ୍ତି ତାହାଭଲେ

  108. Couplet 108

    ଯବନ ମରାଇଲେ ନେଇଶୁଣ ରାଜନ ମନଦେଇ

  109. Couplet 109

    କାଳଯବନ ନାଶ ଗଲାଶୁଣ ହୋ ଗୋବିନ୍ଦର ଲୀଳା

  110. Couplet 110

    କୃଷ୍ଣଶରୀର ତେଜ ରାଶିଗିରିକନ୍ଦର-ତମ ନାଶି

  111. Couplet 111

    ଚକିତେ ଚାହିଁ ନୃପବରଦେଖିଲା ବ୍ରହ୍ମାଣ୍ୟଠାକୁର

  112. Couplet 112

    ନୀଳଜଳଦ-ତନୁବର୍ଣ୍ଣପୀତ ବସନ ପରିଧାନ

  113. Couplet 113

    ଶ୍ରୀବତ୍ସ ଚିହ୍ନ ମଣି କଣ୍ଠେରତ୍ନମେଘଳା କଟିତଟେ

  114. Couplet 114

    ସୁନ୍ଦର ବନମାଳା ସାଜେନିଜ ଆୟୁଧ ଚାରିଭୁଜେ

  115. Couplet 115

    ପ୍ରସନ୍ନ ବଦନ ଗୋପାଳଶ୍ରବଣେ ମକରକୁଣ୍ତଳ

  116. Couplet 116

    ଅତି ସୁନ୍ଦର ହାସମୁଖକୁଟୀଳ କୁନ୍ତଳ ସୁରେଖ

  117. Couplet 117

    ଆଜାନୁଲମ୍ବେ ଚାରିଭୁଜବିକ୍ରମସିଂହ ପ୍ରାୟ ତେଜ

  118. Couplet 118

    ଏମନ୍ତ କୃଷ୍ଣଦେହେ ତେଜଦେଖି ଚକିତ ମହାରାଜ

  119. Couplet 119

    ଗୋବିନ୍ଦ ତେଜେ ହରଷିତଶଙ୍କିତେ ଯୋଡ଼ି ବେନିହସ୍ତ

  120. Couplet 120

    କୃଷ୍ଣବଦନ ଅରବିନ୍ଦଚାହିଁ ବୋଲାଇ ମୁଚୁକୁନ୍ଦ

  121. Couplet 121

    କହ ତୁ କାହାର ନନ୍ଦନକୁଳ ପ୍ରବର ନିଜ କାମ

  122. Couplet 122

    ଏମନ୍ତ ଦେଖିଲା ତ ନାହିଁଗିରିକନ୍ଦରେ ଥିଲୁ କାହିଁ

  123. Couplet 123

    କମଳ ପ୍ରାୟ ତୋ ଚରଣକିମ୍ପାଇ ବୁଲୁ ଘୋରବନ

  124. Couplet 124

    ତେଜସ୍ୱୀମାନଙ୍କର ତେଜକି ଅବା ପ୍ରଭୁ ଦେବରାଜ

  125. Couplet 125

    ସୂର୍ଯ୍ୟ ଶଶାଙ୍କ ଆଖଣ୍ତଳକି ଅବା କେଉଁ ଦିଗପାଳ

  126. Couplet 126

    ବିଷ୍ଣୁ ଶଙ୍କର ପଦ୍ମଯୋନିଦେବଙ୍କ ଦେବତା ଏ ତିନି

  127. Couplet 127

    ଏ ତିନିମଧ୍ୟେ ଏକ ତୁହିଗୋବିନ୍ଦପ୍ରାୟ ମୁଁ ମଣଇଁ

  128. Couplet 128

    ଶୟନକାଳେ ଦେବଗଣେବର ଯେ ଦେଲେ ଶୁଦ୍ଧମନେ

  129. Couplet 129

    ସେ କି ହୋଇଲା ପରାପତତୁମ୍ଭେ ବା ଅଟ ହେ ଅଚ୍ୟୁତ

  130. Couplet 130

    ତୋହର ତେଜେ ତମ ଗଲାପ୍ରଦୀପ ପ୍ରାୟ ପ୍ରକାଶିଲା

  131. Couplet 131

    ସତ୍ୟବଚନ କହ ମୋତେମୁଁ ତୋତେ ଜାଣଇଁ ଯେମନ୍ତେ

  132. Couplet 132

    ଦେବତାବରେ ନିଦ୍ରା ମୁହିଁଅନେକ କାଳୁ ଅଛି ଯାଇ

  133. Couplet 133

    ମୋହର ନିଦ୍ରା ଯେ ଭାଙ୍ଗିବଚକ୍ଷୁଅନଳେ ନାଶଯିବ

  134. Couplet 134

    କେ ମୋର କଲା ନିଦ୍ରା ଭଙ୍ଗତୁମ୍ଭେ କି ଥିଲ ତାର ସଙ୍ଗ

  135. Couplet 135

    ଦିଶୁଛ ଆଦିସୂର୍ଯ୍ୟ ପ୍ରାୟେଭୟେ କମ୍ପଇ ମୋର କାୟେ

  136. Couplet 136

    ଶ୍ରବଣେ ଯେବେ ମୁହିଁ ପାତ୍ରକହ ତୋହର ନାମ ଗୋତ୍ର

  137. Couplet 137

    ମୋହର କଥା ଶୁଣ ତୁହିଇକ୍ଷ୍ୱାକୁ ବଂଶେ ଜାତ ମୁହିଁ

  138. Couplet 138

    ମାନ୍ଧାତା ନୃପତି-ନନ୍ଦନମୋହର ମୁଚୁକୁନ୍ଦ ନାମ

  139. Couplet 139

    ଯୁଦ୍ଧେ ଉନ୍ନିଦ୍ର-ଶ୍ରମ ପାଇନିରୋଳେ ନିଦ୍ରାଗତ ହୋଇ

  140. Couplet 140

    ନିଦ୍ରା ଯେ ଭାଙ୍ଗିଲା ମୋହରଭସ୍ମ ହୋଇଲା ତା ଶରୀର

  141. Couplet 141

    ଏବେ ମୁଁ ତୋର ରୂପ ଦେଖିଚାହାନ୍ତେ ସ୍ପୁରେ ବେନିଆଖି

  142. Couplet 142

    ଦେଖି ତୋହର ରୂପ ତେଜହତ ମୋ ହେଲା ବଳବୀର୍ଯ୍ୟ

  143. Couplet 143

    ଏମନ୍ତ ରାଜାମୁଖୁଁ ଶୁଣିବୋଲନ୍ତି ପ୍ରଭୁ ଚକ୍ରପାଣି

  144. Couplet 144

    ଗଭୀର ମେଘପ୍ରାୟ ଘୋଷରଙ୍ଗଅଧରେ ମନ୍ଦହାସ

  145. Couplet 145

    ମୋତେ ତୁ ପଚାରିଲୁ ଯାହାଶୁଣ ରାଜନ ପୁଣ୍ୟଦେହା

  146. Couplet 146

    ମୋହର ଜନ୍ମ-କର୍ମ-ଗତିସହସ୍ର ସଂଖ୍ୟାଏ ଅଛନ୍ତି

  147. Couplet 147

    ନାମ ହିଁ ଅଛି ମୋର ଯେତେସଂଖ୍ୟା କରିବ କେହୁ କେତେ

  148. Couplet 148

    ଭୂମିରେ ଅଛି ରେଣୁ ଯେତେଅନନ୍ତସଂଖ୍ୟା ଅପ୍ରମିତ

  149. Couplet 149

    ଏମାନ ଗଣି କେ ପାରଇଅନେକ ଜନ୍ମେ ଦେହ ବହି

  150. Couplet 150

    ମୋହର ଜନ୍ମ-କର୍ମ ନାମଗଣି ନପାରେ କେହି ଜନ

  151. Couplet 151

    ମୋହର ଜନ୍ମ-କର୍ମ ଯେତେତ୍ରିକାଳବ୍ୟାପୀ ଏ ଜଗତେ

  152. Couplet 152

    ପରମଋଷି ଯେତେ ଛନ୍ତିକେହି ସେ ତତ୍ତ୍ୱ ନ ଜାଣନ୍ତି

  153. Couplet 153

    ଏବେ ମୁଁ କହୁଅଛି ଯେତେରାଜନ ଶୁଣ ଏକଚିତ୍ତେ

  154. Couplet 154

    ବ୍ରହ୍ମା ଶଙ୍କର ଦେବେ ଯାଇକ୍ଷୀରଜଳଧି ତଟେ ରହି

  155. Couplet 155

    ସ୍ତୁତି ସେ କଲେ ମୋ ଚରଣେମେଦିନୀଭାରା ନିବାରଣେ

  156. Couplet 156

    ଅସୁରବଳ କରି ନାଶସାଧୁଙ୍କୁ କରିବି ଆଶ୍ୱାସ

  157. Couplet 157

    ଏଣୁ ମୁଁ ବସୁଦେବ ଘରେଜନ୍ମିଲି ଦେବକୀ ଉଦରେ

  158. Couplet 158

    ବସୁଦେବର ପୁତ୍ରଭାବତେଣୁ ମୋ ନାମ ବାସୁଦେବ

  159. Couplet 159

    ରମିଲି ବୃନ୍ଦାବନେ ରହିକଂସକୁ ସଂହାରିଲି ମୁହିଁ

  160. Couplet 160

    ପ୍ରଳମ୍ବାଆଦି ୟେ ଦାନବେମୁହିଁ ମାଇଲି ବାଳଭାବେ

  161. Couplet 161

    କାଳଯବନ ଅଣାଇଲିତୋର ନୟନ ସଂହାରିଲି

  162. Couplet 162

    ତୋତେ ମୋ ଅନୁଗ୍ରହ ଚିତ୍ତେତେଣୁ ମିଳିଲି ତୋ ଅଗ୍ରତେ

  163. Couplet 163

    ପୂର୍ବେ ତୁ ଘୋରତପ କରିମନପବନ ହୃଦେ ଧରି

  164. Couplet 164

    ଦେବେ ତ ଦେଇଛନ୍ତି ବରଶୟନକାଳେ ନୃପବର

  165. Couplet 165

    ମୋତେ ଦେଖିବୁ ବୋଲି ଚିତ୍ତେଏବେ ପ୍ରସନ୍ନ ହେଲି ତୋତେ

  166. Couplet 166

    ଭକତ ବତ୍ସଳ ମୋ ନାମବର ତୁ ମାଗ ଇଚ୍ଛା କାମ

  167. Couplet 167

    ଯାହା ମାଗିବୁ ଶୁଦ୍ଧଚିତ୍ତେପ୍ରସନ୍ନେ ଦେବଇଁ ମୁଁ ତୋତେ

  168. Couplet 168

    ମୋରେ ଯେ ଶରଣ ପଶନ୍ତିସଂସାରେ ନାହିଁ ତାଙ୍କ ଭୀତି

  169. Couplet 169

    ଏମନ୍ତ କୃଷ୍ଣମୁଖୁଁ ଶୁଣିପ୍ରଣାମ କଲା ପୁଣପୁଣି

  170. Couplet 170

    ଗର୍ଗବଚନ ପରିମାଣିନିଶ୍ଚେ ଜାଣିଲା ଚକ୍ରପାଣି

  171. Couplet 171

    ଆନନ୍ଦେ ବେନିକର ଯୋଡିକହଇ କୃଷ୍ଣପାଦେ ପଡ଼ି

  172. Couplet 172

    ଭୋ ନାଥ ତୋର ମାୟାବଳେମୋହିତ ପ୍ରାଣୀଏ ଶୟଳେ

  173. Couplet 173

    ଅନର୍ଥ ଅର୍ଥ ପ୍ରାୟ ମଣେନଭଜେ ତୋହର ଚରଣେ

  174. Couplet 174

    ଦୁଃଖଗହନେ ସୁଖ ଆଶେପଡ଼ଇ ଦାରା ମୋହପାଶେ

  175. Couplet 175

    ମୈଥୁନସୁଖେ କାଳ ବଂଚେନଭୁଞ୍ଜି ନିତ୍ୟେ ଧନ ସଂଚେ

  176. Couplet 176

    ଅଶେଷ ଜନ୍ମ ପୁଣ୍ୟଫଳେମନୁଷ୍ୟଦେହ ମହୀତଳେ

  177. Couplet 177

    ଇନ୍ଦ୍ରିୟସୁଖେ ଦେଇ ମତିତୋର ଚରଣେ ନ ଭଜନ୍ତି

  178. Couplet 178

    ପଡ଼ନ୍ତି ଅନ୍ଧକୂପ-ଗୃହେପଶୁ ଯେସନେ ତୃଣ ମୋହେ

  179. Couplet 179

    ଶୁଣ ହେ ମଦନଗୋପାଳନିଷ୍ଫଳେ ଗଲା ଏତେ କାଳ

  180. Couplet 180

    ରାଜ୍ୟ ସମ୍ପଦେ ଭୋଳ ହୋଇଆତ୍ମାର ଗତି ନ ଜାଣଇ

  181. Couplet 181

    ଦେହାଭିମାନ ବୁଦ୍ଧିବଳେସୁତ କଳତ୍ର ମୋହଜାଲେ

  182. Couplet 182

    ଦୁରନ୍ତ ଚିନ୍ତା ପଥେ ମଜ୍ଜେତୋତେ ନ ଭଜି ଦେବରାଜେ

  183. Couplet 183

    ମୃତ୍ତିକାଘଟ ମଧ୍ୟେ ଥାଇବୋଲଇ ନରଦେବ ମୁହିଁ

  184. Couplet 184

    ରଥ କୁଞ୍ଜର ଅଶ୍ୱଯୂଥେପଦାତିବଳ ଅପ୍ରମିତେ

  185. Couplet 185

    ଖେଳଇ ଏ ମହୀମଣ୍ତଳେତୋତେ ନ ଜାଣି ମତିଭୋଳେ

  186. Couplet 186

    ପଶୁଙ୍କ ପ୍ରାୟେ ଏ ସଂସାରେପଶି ଗହନ ଚିନ୍ତାଘୋରେ

  187. Couplet 187

    ବିଷୟ ସୁଖ ଭୋଗେ ବଢିତୋ ପାଦପଦ୍ମ ଚିନ୍ତା ଛାଡ଼ି

  188. Couplet 188

    ପଡ଼ଇ ତୋର ମାୟାବଳେତୁ ତାକୁ ନାଶୁ ଅବହେଳେ

  189. Couplet 189

    ଗ୍ରାସଇ ତୋର କାଳରୂପଇନ୍ଦୁରେ ଯେହ୍ନେ କାଳସର୍ପ

  190. Couplet 190

    ପୂର୍ବେ ସୁବର୍ଣ୍ଣମୟ ରଥେକୁଞ୍ଜରକନ୍ଧେ ନାନାପଥେ

  191. Couplet 191

    ନରଦେବତା ନାମ ବହିଭ୍ରମଇଁ ମତ୍ତଭୋଳେ ମହୀ

  192. Couplet 192

    ସେ ଦେହ ତୋର ଅଂଶ କାଳକରଇ କୃମି ଭସ୍ମ ମଳ

  193. Couplet 193

    କେ ଅବା ନୃପ ଚୂଡ଼ାମଣିଅଶେଷ ଦିଗଭାଗ ଜିଣି

  194. Couplet 194

    ସଂଗ୍ରାମେ ଦଶଦିଗ ବାହିଅଭୂତ ବିଗ୍ରହ ବୋଲାଇ

  195. Couplet 195

    ଉତ୍ତମ ସିଂହାସନେ ପୂଜାପାଦେ ନମନ୍ତି ସର୍ବରାଜା

  196. Couplet 196

    ଏମନ୍ତ ପ୍ରାଣକୁ ଯେ ଧରିସ୍ତିରୀଏ କ୍ରୀଡ଼ାମୃଗ କରି

  197. Couplet 197

    ମୈଥୁନ ସୁଖ ଗୃହମଧ୍ୟେକରନ୍ତି ପରମଆନନ୍ଦେ

  198. Couplet 198

    ଯେ ପ୍ରାଣୀ ଦେବପୂଜା କରିବୋଲଇ ଭବୁ ଯିବି ତରି

  199. Couplet 199

    ନିବୃତ୍ତିମାର୍ଗେ ମହାଶ୍ରମେତପ ଆରାଧି ନାନାକର୍ମେ

  200. Couplet 200

    ଦେବତା ବରଦାନ କାଳେପୁଣ ମାଗଇ ସୁଖଭୋଳେ

  201. Couplet 201

    କରଇ ସ୍ୱର୍ଗଭୋଗ ବାଞ୍ଛାପରମସୁଖେ ନାହିଁ ଇଚ୍ଛା

  202. Couplet 202

    ଜନ୍ମମରଣ ବେନିପଥେସେ ପ୍ରାଣୀ ଭ୍ରମୁଥାଇ ନିତ୍ୟେ

  203. Couplet 203

    ତାହାର ଯେବେ ଭାଗ୍ୟ ଥାଇସୁସାଧୁ-ସଙ୍ଗତେ ମିଳଇ

  204. Couplet 204

    ସତ୍ସଙ୍ଗେ ହୋଇ ପାପ ନାଶନିର୍ମଳ ପ୍ରକାଶଇ ଯଶ

  205. Couplet 205

    ସୁସାଧୁ-ଯୋଗୀଙ୍କର ପ୍ରାୟେଶୁଦ୍ଧ ପ୍ରକାଶେ ତାର ଦେହେ

  206. Couplet 206

    ପରମବ୍ରହ୍ମ ତୋର ପାଦେସେ ପ୍ରାଣୀ ଭଜଇ ଆନନ୍ଦେ

  207. Couplet 207

    ତୋହର ମାର୍ଗେ ହୋଇ ଗତିତୁଟଇ ଭଜବନ୍ଧ-ଭ୍ରାନ୍ତି

  208. Couplet 208

    ଭୋ ନାଥ ଜାଣିଲି ମୁଁ ଚିତ୍ତେତୋହର ଅନୁଗ୍ରହ ମୋତେ

  209. Couplet 209

    ରାଜ୍ୟ-ସମ୍ପଦ-ବନ୍ଧ-ପାଶଏବେ ହୋଇଲା ମୋର ନାଶ

  210. Couplet 210

    ଅଖଣ୍ତ-ଅବନୀ-ମଣ୍ତଳେଅଶେଷ ଭୋଗ ମହୀତଳେ

  211. Couplet 211

    ଯେ ଛାଡ଼ି ଭଜେ ତୋ ଚରଣଏକା ବୁଲଇ ବନେବନ

  212. Couplet 212

    ଅଶେଷ ଘୋରାତପ କରିଯାହା ଚିନ୍ତନ୍ତି ବ୍ରହ୍ମଚାରୀ

  213. Couplet 213

    ଭୋ ନାଥ ପରମ ମଙ୍ଗଳଅନାଦିଧର୍ମ ଆଦିମୂଳ

  214. Couplet 214

    ତୋହର ଅଭୟଚରଣନିତ୍ୟେ ସେବିବି ନାରାୟଣ

  215. Couplet 215

    ଆନ ସମ୍ପଦେ କାର୍ଯ୍ୟ ନାହିଁଏ ବର ଦିଅ ମୋତେ ତୁହି

  216. Couplet 216

    ତୁ ନାଥ କଇବଲ୍ୟଦାତାଦୁଃଖୀଜନଙ୍କ ପିତାମାତା

  217. Couplet 217

    ତୋହର ଦରଶନ ପାଇଆତ୍ମାର ବନ୍ଧ ଯେ ମାଗଇ

  218. Couplet 218

    ତାହାକୁ ବୋଲି ଅପଣ୍ତିତତୋର ମାୟାରେ ଜ୍ଞାନହତ

  219. Couplet 219

    ଭୋ ନାଥ ପରମଈଶ୍ୱରତୁ ଯେ ଯାଚିଲୁ ମୋତେ ବର

  220. Couplet 220

    ତ୍ରିଗୁଣେ ବନ୍ଧ ମୋହପାଶସେ ବରେ ନାହିଁ ମୋର ଆଶ

  221. Couplet 221

    ନିର୍ଗୁଣ-ନିରଞ୍ଜନ-ପରକେବଳ ଆତ୍ମଜ୍ଞାନ ସାର

  222. Couplet 222

    ଏମନ୍ତ ପୁରୁଷର ପାଦେଶରଣ ଯିବି ଅପ୍ରମାଦେ

  223. Couplet 223

    ଏ ଭବସିନ୍ଧୁ ମଧ୍ୟେ ମୁହିଁଅଶେଷ ଜନ୍ମ ଦୁଃଖ ପାଇ

  224. Couplet 224

    ବାସନାବଳେ କରି ପାପସୁମରି ପଛେ ଅନୁତାପ

  225. Couplet 225

    ସେ ତାପେ ପୀଡ଼ିତ ଜୀବନେଭ୍ରମଇଁ ଦୁଃଖେ ପଥଶ୍ରମେ

  226. Couplet 226

    ଷଡ଼ଅଇରି ସଙ୍ଗେ ଭ୍ରମିନିଗମପଥେ ମହାଶ୍ରମୀ

  227. Couplet 227

    ତୃଷିତେ ଜଳପାନ ଚିନ୍ତିକେବେ ନୁହଇ ତୃଷା ଶାନ୍ତି

  228. Couplet 228

    ସେ ଜଳ ତୋର ପାଦେ ଥୋଇସଂସାର ତାପ ନିବାରଇ

  229. Couplet 229

    ନିର୍ଭୟ-ସତ୍ୟ-ଶୋକହରଭୋନାଥ ଶରଣ ତୋହର

  230. Couplet 230

    ଆପଦକଳେ ସୁଖ ଦେଇତୋ ପାଦେ ରଖ ଭାବଗ୍ରାହୀ

  231. Couplet 231

    ଏମନ୍ତ ରାଜାବାକ୍ୟ ଶୁଣିକୃଷ୍ଣ କହନ୍ତି ମୃଦୁବାଣୀ

  232. Couplet 232

    ତୁ ମହାଭାଗ ଚକ୍ରବର୍ତ୍ତୀନିର୍ମଳ-ନିଷ୍କାମ ତୋ ମତି

  233. Couplet 233

    ବରେ ମୋହିଲି ତୋର ଚିତ୍ତଲୋଭେ ନୋହିଲୁ ଅଭିଭୂତ

  234. Couplet 234

    ଏମନ୍ତ ବୁଦ୍ଧି ଯେବେ ତୋରନିଶ୍ଚେ ତରିବୁ ଭବଘୋର

  235. Couplet 235

    ଭକତଜନଙ୍କର ଚିତ୍ତସମ୍ପଦେ ନୋହେ ମୋହଗ୍ରସ୍ତ

  236. Couplet 236

    ଅଷ୍ଟାଙ୍ଗଯୋଗ ଲୟ କରିମୋତେ ଚିନ୍ତନ୍ତି ବ୍ରହ୍ମଚାରୀ

  237. Couplet 237

    ମୋର ଭକତି ନ ଜାଣନ୍ତିତାହାଙ୍କ ଚିତ୍ତେ ନାହିଁ ଶାନ୍ତି

  238. Couplet 238

    କର୍ମ-ବାସନା ରଜ୍ଜୁ-ବନ୍ଧୁଭାବେ ଭ୍ରମଇ ଯେହ୍ନେ ଅନ୍ଧ

  239. Couplet 239

    ମୋହର ପାଦେ ଚିତ୍ତ ଦେଇଏବେ ତୁ ସୁଖେ ଭ୍ରମ ମହୀ

  240. Couplet 240

    ନିଶ୍ଚଳ ହୋଇ ମୋର ପାଦେତୋର ଭକତି ଅପ୍ରମାଦେ

  241. Couplet 241

    ହେଉ ବୋଇଲେ ଚକ୍ରପାଣିଏବେ ହୋ ଶୁଣ ନୃପମଣି

  242. Couplet 242

    କ୍ଷତ୍ରିୟକୁଳେ ହୋଇ ଜାତଜୀବ ମାଇଲୁ ଅପ୍ରମିତ

  243. Couplet 243

    ମୃଗୟା କରି ମାଂସ ଖାଇଏ ଜନ୍ମେ ତୋର ଗତି ନାହିଁ

  244. Couplet 244

    ମୋହର ପାଦେ ଆଶ୍ରେ କରସାଧିବୁ ତପ ମହାଘୋର

  245. Couplet 245

    ତେବେ ହୋଇବ ପାପକ୍ଷୟେଭେଦିବୁ ବ୍ରହ୍ମଲୋକ ଯାଏ

  246. Couplet 246

    ପାପ-ଅନ୍ତରେ ଏ ସଂସାରେଜନ୍ମିବୁ ବ୍ରାହ୍ମଣୀ ଉଦରେ

  247. Couplet 247

    ସୁହୃଦ ହୋଇ ସର୍ବଭୂତେତୁ ମୋତେ ଚିହ୍ନିବୁ ଯୁକତେ

  248. Couplet 248

    ବ୍ରାହ୍ମଣକର୍ମ ସଦ୍ଭାବେକରିବୁ ଯଥାବିଧି ଲାଭେ

  249. Couplet 249

    ଷଡ଼କରମେ ଯୁତ ହୋଇମୋ ପାଦେ ସମର୍ପିବୁ ତୁହି

  250. Couplet 250

    ତେବେ ପାଇବୁ ମୋ ଚରଣହସି ବୋଲନ୍ତି ନାରାୟଣ

  251. Couplet 251

    ସେ ନାରାୟଣ ପାଦଗତନମଇଁ ଦାସ ଜଗନ୍ନାଥ